ଚାଇନାରେ କରୋନା ଭାଇରସର ନୂଆ ରୂପ, ଲାଗୁ ହେଲା ଲକଡାଉନ୍

1 min read
China's New Covid-19 Out Breaks

ନୂଆଦିଲ୍ଲୀ: ବିଶ୍ୱରେ ଏଯାବତ୍ କରୋନା ଆତଙ୍କ ଥମି ନଥିବା ବେଳେ ପୁଣି ନୂଆ ବିପଦ ସୃଷ୍ଟି କରିଛି ଚାଇନା । ଏଥିପାଇଁ ଚାଇନା ଲକ୍ଷ ଲକ୍ଷ ଲୋକଙ୍କୁ ଲକଡାଉନରେ ରଖିଛି । ଚାଇନାର ଉତ୍ତର ଓ ଉତ୍ତରପୂର୍ବ ଅଞ୍ଚଳ ହେବେଇ ପ୍ରଦେଶରେ କୋଭିଡ୍ ୧୯ର ନୂଆ ରୂପ ମିଳିଛି । ଗତବର୍ଷ ମେରେ ଏହି ନୂଆ ଭାଇରସ୍ ସଂକ୍ରମଣରେ ଜଣଙ୍କର ମୃତ୍ୟୁ ମେନଲ୍ୟାଣ୍ଡରେ ହୋଇଥିଲା ।

China's New Covid-19 Out Breaks

ଏବେ ହେବେଇର ରାଜଧାନୀ ସିଜିଆଜୁହାଙ୍ଗ ଏବଂ ଚାଇନାର ଉତ୍ତରପୂର୍ବ ହେଇଲୋଙ୍ଗଜିଆଙ୍ଗରେ ନୂଆ ଭାଇରସ୍ ସଂକ୍ରମଣ ବ୍ୟାପିବାରେ ଲାଗିଛି । ହେବେଇରେ କୋଭିଡ୍-୧୯ର ନୂଆ ମାମଲା ଜାନୁଆରୀ ୩ରେ ଦେଖାଯାଇଥିଲା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଗତବର୍ଷ ନଭେମ୍ବରରୁ ବ୍ୟାପିବା ଆରମ୍ଭ କରିଛି । ତେବେ, ଏହି ମାମଲା ନିର୍ଦ୍ଦିଷ୍ଟ ଭାବେ କେଉଁଠାରୁ ବ୍ୟାପିବା ଆରମ୍ଭ କରିଛି ଜଣାପଡ଼ିନାହିଁ । ତେବେ, ବିଦେଶରୁ ଏହା ବ୍ୟାପିଥିବା ବେଜିଂ କହିଛି ।

China's New Covid-19 Out Breaks

ଚାଇନାର ଉତ୍ତରପୂର୍ବରେ ବ୍ୟାପୁଥିବା ସଂକ୍ରମଣ ସ୍ଥାନୀୟ ଉପକୂଳ ସହର ଡଲିଆନରୁ ବ୍ୟାପିଥିବା କୁହାଯାଉଛି । ଡଲିଆନରେ ଏହି ଭାଇରସର ଏକାଧିକ ସ୍ଥାନୀୟ ସଂକ୍ରମଣ ମାମଲା ମିଳିଥିବା ବେଳେ ଋଷିଆର କାର୍ଗୋରେ ବି ସମାନ ମାମଲା ମିଳିଥିଲା । ଡଲିଆନରୁ ମିଳିଥିବା କରୋନାର ନୂଆ ଷ୍ଟ୍ରେନ୍ ଋଷିଆ ଷ୍ଟେରନ୍ ସଦୃଶ ।

ପୂର୍ବ ଠାରୁ କେତେ ଭିନ୍ନ ?

ନୂଆ ଷ୍ଟ୍ରେନ୍ ନେଇ ଚାଇନା ଚିନ୍ତାବ୍ୟକ୍ତ କରିଛି । ହେବେଇ ପ୍ରଦେଶର ବିଶେଷକରି ଗ୍ରାମାଞ୍ଚଳରେ ନୂଆ ଷ୍ଟ୍ରେନ୍ ସଂକ୍ରମଣ ମାମଲା ବ୍ୟାପିବାରେ ଲାଗିଛି । ସେହି ସବୁସ୍ଥାନରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଦୁର୍ବଳ ଥିବାବେଳେ ସ୍ଥିତି ଅଣାୟତ୍ତ ହୋଇପଡ଼ିଲାଣି ।

China's New Covid-19 Out Breaks

ଚାଇନିଜ୍ ନୂଆ ବର୍ଷ ପାଇଁ ବିଦେଶରେ ରହୁଥିବା ଲୋକ ଘରକୁ ଫେରୁଛନ୍ତି । ଏତିକି ବେଳେ ନୂଆ ସଂକ୍ରମଣ ଚିନ୍ତା ବଢ଼ାଇଛି । ତେବେ, ପୂର୍ବଠାରୁ ନୂଆ ଷ୍ଟ୍ରେନ୍ ସଂକ୍ରମଣ ଶୀଘ୍ର ହେଉଥିବା ଜଣାପଡ଼ିଛି । ଏପରିକି ୧୪ ଦିନର ଆଇସୋଲେସନ ପରେ ବି ମାମଲା ବାହାରୁଛି । ନୂଆ ମାମଲା ବିଗତ ୧୦ ମାସରେ ସର୍ବାଧିକ ବୋଲି ଜଣାପଡ଼ିଛି । ହେବେଇ ପ୍ରଦେଶକୁ ସିଲ୍ କରି ଦିଆଯାଇଛି । ହେବେଇ ସହ ସଂଯୋଗ କରୁଥିବା ସଡ଼କ ପଥ ଉପରେ ବି ସ୍ୱତନ୍ତ୍ର ନଜର ରଖାଯାଇଛି । ଡିସେମ୍ବରରୁ ହେବେଇ ପ୍ରଦେଶ ଯାଇ ଫେରିଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରୁଛି ବେଜିଂ ।

Leave a Reply