୧୯ରେ ପୁଣି କୃଷକ-ସରକାର ଆଲୋଚନା, ତୋମାର କହିଲେ କୋର୍ଟଙ୍କ ପ୍ରତି ଅଛି ପ୍ରତିବଦ୍ଧତା

1 min read
Centre farmers talks remain inconclusive, next round on January 19

ନୂଆଦିଲ୍ଲୀ: ଦିନ ଗଡ଼ୁଛି, ବୈଠକ ପରେ ବୈଠକ ବସୁଛି । ତଥାପି ସରକାର-କୃଷକଙ୍କ ମଧ୍ୟରେ ନୂଆ ଆଇନକୁ ନେଇ ବାହାରି ପାରୁନି ନିଷ୍କର୍ସ । ଆଜି ବସିଥିବା ନବମ ବୈଠକ ମଧ୍ୟ ବିଫଳ ହୋଇଛି । ବୈଠକରେ କୌଣସି ସମାଧାନର ବାଟ ବାହାରି ତିନି କୃଷି ଆଇନ୍ ଓ ଏମଏସପି ନେଇ ପାରିନାହିଁ । ଆସନ୍ତା ୧୯ ତାରିଖରେ ପୁଣି ଥରେ କୃଷକ ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ଦଶମ ବୈଠକ ବସିବ ।

ନୂଆ ତିନିଗୋଟି କୃଷି ଆଇନ୍ ପ୍ରତ୍ୟାହାର ଓ ଏମଏସପି ଗ୍ୟାରେଣ୍ଟି ଦାବି କରି କୃଷକ ସଂଗଠନ ଅଡ଼ି ବସିଛନ୍ତି । କୋର୍ଟଙ୍କ କମିଟି ନିକଟକୁ କୃଷକ ଯିବେନାହିଁ । ଆମେ ସରକାରଙ୍କ ସହ ହିଁ କଥା ହେବୁ ବୋଲି ଭାରତୀୟ କୃଷକ ସଂଗଠନର ମୁଖପାତ୍ର ରାକେଶ ଟୈକତ କହିଛନ୍ତି । ଆମ ପ୍ରାଥମିକତା ଏମଏସପି ଥିବାବେଳେ ସରକାର ଏଥିରୁ ଦୂରେଇ ରହୁଥିବା ସେ କହିଛନ୍ତି ।

ଅନ୍ୟପଟେ ନବମ ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରତିକ୍ରିୟା ରଖିଛନ୍ତି । ଆବଶ୍ୟକ ବସ୍ତୁ ଅଧିନିୟମ ଉପରେ ବିସ୍ତୃତ ଆଲୋଚନା ହୋଇଛି । ୟୁନିୟନ ଓ ସରକାରଙ୍କ ମଧ୍ୟରେ ଜାନୁଆରୀ ୧୯ ଦିନ ୧୨ଟାରେ ପୁଣି ବୈଠକ ବସିବ । ସୁପ୍ରିମକୋର୍ଟଙ୍କ ପ୍ରତି ସମସ୍ତଙ୍କ ପ୍ରତିବଦ୍ଧତା ରହିଛି । କୋର୍ଟଙ୍କ ନିଷ୍ପତ୍ତିକୁ ଭାରତ ସରକାର ସ୍ୱାଗତ କରୁଥିବା ତୋମାର କହିଛନ୍ତି । ସୁପ୍ରମିକୋର୍ଟଙ୍କ ଦ୍ୱାରା ଗଠିତ କମିଟି ସରକାରଙ୍କୁ ଯେବେ ଡାକିବେ ପକ୍ଷ ରଖାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

Leave a Reply