spot_img
Home Blog Page 6262

FICCIର ୯୩ ତମ ସାଧାରଣ ବୈଠକରେ ନବୀନଙ୍କ ଉଦବୋଧନ

ଭୁବନେଶ୍ୱର: ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗପତି ମହାସଂଘ(FICCI)ର ୯୩ ତମ ସାଧାରଣ ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫିକିର ସାଧାରଣ ବୈଠକରେ ଯୋଗଦେବା ସହ ଅନୁଷ୍ଠାନର ପ୍ରତିଷ୍ଠିତ ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ପ୍ରକଟ କରିବା ସହ ଅନୁଷ୍ଠାନକୁ ଆନ୍ତରିକ ଶୁଭେଛା ବାର୍ତ୍ତା ମଧ୍ୟ ଜଣାଇଛନ୍ତି । ଓଡିଶାରେ ନିବେଶ ପ୍ରୋତ୍ସାହନ, ନୀତି ନିର୍ଦ୍ଧାରଣ, ବ୍ୟବସାୟ ପରିବେଶ ସୃଷ୍ଟି କରିବା ଏବଂ ବିଶେଷକରି ରାଜ୍ୟର ମହିଳାମାନଙ୍କୁ ଷ୍ଟାର୍ଟ ଅପ ବିଜନେସ ଜରିଆରେ ସ୍ୱାବଲମ୍ବୀ କରିବାର ଭାଗିଦାରୀକୁ ଶତ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଦେଶର ପ୍ରଗତି ପାଇଁ ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗପତି ମହାସଂଘ ନିତାନ୍ତ ଆବଶ୍ୟକ । ୯୦ରୁ ଅଧିକ ବର୍ଷ ଧରି ଭାରତର ଉନ୍ନତିରେ ନିରନ୍ତର କାର୍ଯ୍ୟ କରିଚାଲିଛି । ଫିକି ଦେଶର ନିବେଶକ ସମୁଦାୟକୁ ପ୍ରତିନିଧିତ୍ୱ କରିବା ସହ ଦେଶର ଉଦ୍ୟୋଗିକ ବିକାଶରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି । ଏଥି ପାଇଁ FICCIର ସମସ୍ତ ସଦସ୍ୟଙ୍କୁ ଅଜସ୍ର ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବୈଠକରେ ଉଦବୋଧନ ଦେବା ଅବସରରେ ନବୀନ କହିଛନ୍ତି, ଓଡିଶା ପୂର୍ବ ଭାରତର ରାଜ୍ୟ ଭାବେ ପ୍ରଗତି ଧାରାରେ ସାମିଲ ହୋଇଛି । ନିବେଶର ପେଣ୍ଠସ୍ଥଳୀ ପାଲଟିଛି । ରାଜ୍ୟରେ ବ୍ୟବସାୟ ଏବଂ ବ୍ୟବହାରିକ ପରିବର୍ତ୍ତନ ପାଇଁ 5tଅଧିନରେ ଥିବା ମୋ ସରକାର କାର୍ଯ୍ୟ କରୁଥିବା କହିଛନ୍ତି ନବୀନ ପଟ୍ଟନାୟକ ।

ଏଣିକି ଶିଳ୍ପପତିଙ୍କ ଅନୁମତି ପାଇଁ ଦୌଡିବାକୁ ପଡିବନି ବିଭିନ୍ନ ବିଭାଗ । ଏପରିକି ଅନୁମତି ପାଇଁ ଦିନଦିନ ଧରି ମଧ୍ୟ ଅପେକ୍ଷା କରିବାକୁ ପଡିବନି । ୫ଟି ଓ ମୋ ସରକାର କାର୍ଯ୍ୟକ୍ରମରେ ଶିଳ୍ପାନୁଷ୍ଠାନଗୁଡିକ ପାଇଁ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂଆ ଅନଲାଇନ ସେବା । ଏହିସବୁ ସେବା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଦିଆଯିବ । ଏଥିପାଇଁ ଏହାକୁ ଜନସେବା ଅଧିକାର ଆଇନରେ ସାମିଲ କରାଯାଇଛି । ଆଜି ଫିକିର ୯୩ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜମି ଚିହ୍ନଟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଶିଳ୍ପାନୁଷ୍ଠାନ ପାଇଁ ଏକ ଲକ୍ଷ ଏକରର ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରିଛନ୍ତି । ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣ ପାଇଁ ଓଡିଶା ଏବେ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ରହିଆସିଛି । ରାଜ୍ୟକୁ ଅଧିକ ପୁଞ୍ଜିନିବେଶ ପାଇଁ ସରକାରୀ ଅଧିକାରୀମାନେ ଜାପାନ, ୟୁଏସଏ, କୋରିଆ ଓ ଭିଏତନାମର ଶିଳ୍ପାନୁଷ୍ଠାନ ସହ ଆଲୋଚନା କରିଛନ୍ତି । କୋଭିଡ ପରିସ୍ଥିତି ସତ୍ବେ ରାଜ୍ୟ ସରକାର ଗତ ୮ ମାସ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ସକ୍ଷମ ହୋଇଛନ୍ତି ।

କେବଳ ପୁଞ୍ଜିନିବେଶ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ନୁହେଁ । ଶିଳ୍ପାନୁଷ୍ଠାନଗୁଡିକୁ କାର୍ଯ୍ୟକ୍ଷମ କରିବା ହେଉଛି ମୂଳ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶିଳ୍ପାୟନକୁ ଅଧିକ ବ୍ୟାପକ କରିବା ପାଇଁ ଅନୁଗଳ ଓ ଝାରସୁଗୁଡାରେ ଆଲୁମୁନିୟମର ଡାଉନଷ୍ଟ୍ରିମ ଏବଂ କଳିଙ୍ଗନଗରରେ ଇସ୍ପାତ ଡାଉନଷ୍ଟ୍ରିମ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରୁଛନ୍ତି । ସେହିଭଳି ପାରାଦୀପକୁ ପୂର୍ବ ଭାରତରେ ରସାୟନ ଓ ପେଟ୍ରୋକେମିକାଲ ହବ ଭାବେ ଗଢି ତୋଳିବାକୁ ଉଦ୍ୟମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜୋତା ପିନ୍ଧି ମହାପ୍ରସାଦ ଖାଇଲେ ପୋଲିସ କର୍ମଚାରୀ, ଭିଡିଓ ଭାଇରାଲ୍

ପୁରୀ: ପୁଣି ମହାପ୍ରସାଦକୁ ଅବମାନନା । ୨ ଜଣ ପୋଲିସ କର୍ମଚାରୀ ଜୋତା ପିନ୍ଧି ଏବଂ ଚୌକି ଉପରେ ବସି ମହାପ୍ରସାଦ ଖାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ନିକଟରେ ଥିବା ଗୋଡ଼ ଧୋଇବା ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପୋଲିସ କର୍ମୀ ମହାପ୍ରସାଦ ଖାଉଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

Police Contempt Mahaprasad On Puri Jagannath Temple

ସାଧାରଣରେ ଏହାକୁ ନିନ୍ଦା କରାଯାଇଥିବା ବେଳେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିବା ବେଳେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଏଭଳି ଭାବେ ମହାପ୍ରସାଦକୁ ଅବମାନନା କରିବା ଜଗନ୍ନାଥପ୍ରେମୀଙ୍କୁ ଆଘାତ କରିଛି ।

ବାଲେଶ୍ୱର ପରାଜୟ ବିଜେପିକୁ ମହଙ୍ଗା ପଡ଼ିଛି: ସସ୍ମିତ ପାତ୍ର

ଭୁବନେଶ୍ୱର: ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଜନସାଧାରଣଙ୍କ ପ୍ରତ୍ୟାଖ୍ୟାନ ଦଳୀୟ ନେତାଙ୍କୁ ହତବାକ୍ କରିଛି । ସେମାନଙ୍କ ମନୋବଳକୁ ଦୃଢ଼ କରିବା ଲାଗି ବିଜେପି ନେତ୍ରୀ ଡାଗୁବତି ପୁରନ୍ଦେଶ୍ୱରୀ ଭୋକ ବିକଳରେ ତାଟିଆ କାମୁଡ଼ିଲା ଭଳି ମିଛ ମନ୍ତବ୍ୟ ରଖିଛନ୍ତି । ଏହା କୌଣସି ପ୍ରକାରେ ଓଡ଼ିଶାର ଲୋକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି କହିଛନ୍ତି ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ।

BJD National Spokesperson & Rajya Sabha MP Dr. Sasmit Patra On Daggubati Purandareswari Press Meet

ଯେଉଁ ରାଜ୍ୟ ସରକାରଙ୍କ କାର୍ଯ୍ୟ ସାରା ଦେଶରେ ଉତ୍କୃଷ୍ଟ ବୋଲି ବାରମ୍ବାର ବିଚାର ହୋଇଛି । କେନ୍ଦ୍ର ସରକାର ଯେଉଁ ସରକାରଙ୍କୁ ସର୍ବାଧିକ ଗୃହ ନିର୍ମାଣ ଲାଗି ୫ ଥର ପୁରସ୍କୃତ କରିଛନ୍ତି । ସେହି ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବା ଜରୁରୀ ଥିଲା ବୋଲି ଡ. ପାତ୍ର କହିଛନ୍ତି । ଅପରପକ୍ଷେ ସେ ପୁରନ୍ଦେଶ୍ୱରୀ ଏବେ କୃଷକ ଓ ସବର୍ନିମ୍ନ ସହାୟକ ମୂଲ୍ୟ ବାବଦରେ କଥା ହେବା ଜରୁରୀ ଥିଲା ବୋଲି କହିଛନ୍ତି ସସ୍ମିତ ପାତ୍ର । ୨୦୧୭ ମସିହା ମାର୍ଚ୍ଚ ମାସରେ ଓଡ଼ିଶା ବିଧାନସଭା ଏ ନେଇ ଏକ ସର୍ବ ସମ୍ମତିପୂର୍ଣ୍ଣ ପ୍ରସ୍ତାବ ପାରିତ କରିଥିଲା । ଯେଉଁଥିରେ ଧାନର ସର୍ବନିମ୍ନ ସହାୟକମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୪୭୦ଟଙ୍କାରୁ ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଲାଗି କୁହାଯାଇଥିଲା । ହେଲେ ତାହାକୁ କେନ୍ଦ୍ର ସରକାର ଏଯାଏଁ ଗ୍ରହଣ କରିନାହାନ୍ତି ।

BJD National Spokesperson & Rajya Sabha MP Dr. Sasmit Patra On Daggubati Purandareswari Press Meet

ରାଜନୀତିକ ବୟାନ ନରଖି ଚାଷୀଙ୍କ ଉନ୍ନତି ଲାଗି କେନ୍ଦ୍ର ଆଗରେ ଦାବି ଉପସ୍ଥାପନ କରନ୍ତୁ ବୋଲି ଶ୍ରୀ ପାତ୍ର ଏକ ପ୍ରେସ ବାର୍ତ୍ତାରେ କହିଛନ୍ତି । ପୁଣି ନୀତି ଓ ନୈତିକତା କଥା କହିବା ପୂର୍ବରୁ ନିଜ ଦଳର ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କ କାରବାରକୁ ମନେ ପକାଇବା ଆବଶ୍ୟକ ବୋଲି ସେ କହିଛନ୍ତି । ଗତକାଲି ଜଣେ ସାମାଜିକ କର୍ମୀଙ୍କୁ ବିଧାୟକ ବିଷ୍ଣୁ ସେଠୀଙ୍କ ଦୁର୍ବ୍ୟବହାର କରିଥିବାରୁ ସେ ଥାନାରେ ଏତଲା ଦାଏର ପ୍ରସଙ୍ଗକୁ ଉଲ୍ଲେଖ କରିଛନ୍ତି ଡ. ପାତ୍ର । ପୁଣି ଯେଉଁ ଜୟରାମ ପାଙ୍ଗୀଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବିକରି ବିଜେପି ରାଜରାସ୍ତାକୁ ଓହ୍ଲାଇଥିଲା, ତାଙ୍କୁ ପରବର୍ତ୍ତୀ ସମୟରେ କୋଳାଇ ନେଇ ସାଂସଦ ଟିକେଟ ଦେଇଥିବା ଡ. ପାତ୍ର ସୂଚନା ଦେଇଛନ୍ତି ।

ଯେ କୌଣସି ସମୟରେ କାମ କରିବା ବନ୍ଦ କରିପାରେ ଲାଲୁଙ୍କ କିଡନୀ: ସରକାରଙ୍କୁ ଦିଆଗଲା ସୂଚନା

ରାଞ୍ଚି: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖିବାକୁ ମିଳିଛି । ରାଞ୍ଚି ରିମ୍ସ ହସ୍ପିଟାଲରରେ ଲାଲୁ ଏବେ ଚିକିତ୍ସାଧିନ ।ଡାକ୍ତରଙ୍କ ସୂଚନା ମୁତାବକ ଲାଲୁଙ୍କ କିଡନୀର କ୍ରିଏଟିନିନ୍ ଲେବେଲ୍ ଲଗାତାର ଭାବେ ବଢ଼ିବାରେ ଲାଗିଛି । ତାଙ୍କ କିଡ଼ନୀର କେବଳ ୨୫ ପ୍ରତିଶତ ହିଁ କାମ କରୁଛି । ଶନିବାରଠାରୁ ଲାଲୁଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଉମେଶ ପ୍ରସାଦ ଯାଦବଙ୍କ ସୂଚନା ଦେଇ କହିଛନ୍ତି ଯେ, ଯଦି ଆଗାମୀ ଦିନରେ ମଧ୍ୟ ଏଭଳି ଅବସ୍ଥା ଲାଗି ରହେ ତେବେ ଆଗାମୀ ଦିନରେ ଲାଲୁଙ୍କ ଡାଏଲିସିସ୍ କରିବାକୁ ପଡ଼ିପାରେ  ।

ଡାକ୍ତରଙ୍କ ସୂଚନା ମୁତାବକ ଲାଲୁ ଯାଦବଙ୍କ ବ୍ଳଡ୍ ସୁଗର ମଧ୍ୟ ବଢ଼ିଯାଇଛି । ତାଙ୍କୁ ଅଧିକ ଭଲ ଚିକିତ୍ସାର ଆବଶ୍ୟକତା ରହିଛି । ଉମେଶ ଯାଦବଙ୍କ କହିବା ହେଲା ଯେ, ଆବଶ୍ୟକ ପଡ଼ିଲେ ଲାଲୁଙ୍କ ଚିକିତ୍ସା ପାଇଁ ବାହାରୁ ଡାକ୍ତର ଡକାଯିବ । ତେବେ ମେଡିକାଲରେ ଆଡମିଟ୍ ବେଳେ ଲାଲୁଙ୍କ କିଡନୀ ୫୩ ପ୍ରତିଶତ କାମ କରୁଥଇଲା । ଗତ ୨ ବର୍ଷ ମଧ୍ୟରେ କିଡନୀ କାମ କରିବା କମିବାରେ ଲାଗିଛି ।

୧୦ ବର୍ଷ ଶିଶୁକୁ ଜାଳିଦେଇ ନିଜେ ଆତ୍ମହତ୍ୟା କଲା ତାନ୍ତ୍ରିକ

0

ରାଜସ୍ଥାନ: ରାଜସ୍ଥାନର ବାଡମେର ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କ ଛାତି ଥରାଇଦେବ ।  ଏଠାରେ ଜଣେ ତାନ୍ତ୍ରିକ ତନ୍ତ୍ର ବିଦ୍ୟା ସାହାଯ୍ୟରେ ଜଣେ ୧୦ ବର୍ଷର ଶିଶୁକୁ ଜାଳିବା ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏହି ଘଟଣାଟି ସୀମାବର୍ତ୍ତୀ ବାଖାସର ଥାନା ଅଞ୍ଚଳର ଅଟେ । ଏହି ଘଟଣା ଭିଆଇଥିବା ବ୍ୟକ୍ତିର ନାମ ଭୀଲ ଏବଂ ସେ ଜଣେ ପାକ ଶରଣାର୍ଥୀ ଥିବା ସୂଚନା ରହିଛି । ଘଟଣା ସଂପର୍କରେ ସୂଚନା ମିଳିବା କ୍ଷଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ସେଠିକାର ଦୃଶ୍ୟ ଦେଖି ଖୋଦ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ତାନ୍ତ୍ରିକ ଜଣଙ୍କ ନିଜ ଘର ଭିତରେ ଏକ ସମାଧି ପ୍ରସ୍ତୁତ କରିଥିଲା । ଏହା ସହିତ ତାନ୍ତ୍ରିକ ଘରୁ ତନ୍ତ୍ର ବିଦ୍ୟାର ସାମଗ୍ରୀ ଜବତ କରାଯାଇଛି । ମାମଲାର ତଦନ୍ତ ପରେ ଜଣାପଡ଼ିଛି ଯେ ତାନ୍ତ୍ରିକ ଜଣଙ୍କ ପୂର୍ବ ୨ ବର୍ଷ ହେବ ଗାଁରେ ରହୁଥିଲା ।

ୟୁପିରେ ସମାଧି ଭିତରୁ ଗାଏବ ହେଲା ଶିଶୁର ମୃତଦେହ

କିଛି ଦିନ ତଳେ ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଏମିତି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଥିଲା । ସେଠାରେ ସମାଧି ଖୋଳି ଜଣେ ଚାରି ବର୍ଷର ଶିଶୁର ମୃତଦେହ ବାହାର କରାଯାଇଥିଲା । ଏହି ଘଟଣା ମଧ୍ୟ ତନ୍ତ୍ର ମନ୍ତ୍ର ସହ ଯୋଡ଼ିତ ଥିବା ଅନୁମାନ କରାଯାଉଛି । ଶିଶୁଟିର ମୃତ୍ୟୁ କୌଣସି ରୋଗ କାରଣରୁ ହୋଇଥିଲା ।

ସ୍ପେଶାଲ ଫିଚର ସହ ଆସିବ ରାଫେଲ୍: ପାହାଡ଼ ସେପାଖରେ ଥିବା ଶତ୍ରୁଙ୍କୁ ଦେବ ମାତ୍

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ହୋଇସାରିଥିବା ଯୁଦ୍ଧ ବିମାନ ରାଫେଲ୍ ଏବେ ଶତ୍ରୁପକ୍ଷକୁ ବିଧ୍ୱଂସ କରିବାକୁ ପ୍ରସ୍ତୁତ । ତେବେ ଏହି ଯୁଦ୍ଧ ବିମାନରେ ସ୍ୱତନ୍ତ୍ର ଓ୍ୱେପେନ୍ HAMMERର ଖଞ୍ଜିତ କରିବା ନେଇ ଭାରତୀୟ ବାୟୁସେନା ନେଇ ଦାବି କରାଯାଥିବା ବେଳେ ତାହା ମଧ୍ୟ ଏବେ ପୂରା ହୋଇସାରିଛି । ଯାହାର ଟେଷ୍ଟ ମଧ୍ୟ ଫ୍ରାନ୍ସରେ ହୋଇସାରିଛି । HAMMER (Highly Agile Modular Munition Extended Range) ଯାହା ଦ୍ୱାରା ଆକାଶରୁ ଭୁପୃଷ୍ଠକୁ ଲକ୍ଷ କରି ଟାର୍ଗେଟକୁ ବିଧ୍ୱଂସ କରାଯାଇପାରିବ ।

IAF Rafales to get French 'HAMMER' missiles. What makes them deadly? - The  Week

ଏହା ବିନା ଜିପିଏସରେ ନିଜ ଟାର୍ଗେଟକୁ ଖୋଜି ଚୁରମାର୍ କରିପାରିବ । ଦକ୍ଷିଣ-ପଶ୍ଚିମ ଫ୍ରାନ୍ସରେ ଏହି ମିସାଇଲ ୧୦୦୦ ଟନ୍ ଭର୍ସନକୁ ରାଫେଲରେ ଖଞ୍ଚିତ କରାଯାଇ ଟେଷ୍ଟିଂ କରାଯାଇଛି । ରାଫେଲରେ ଖଞ୍ଚିତ ହେଇପାରୁଥିବା ଏହା ଦ୍ୱିତୀୟ ସର୍ବାଧିକ ଓଜନ ବିଶିଷ୍ଟ ମିସାଇଲ । ପ୍ରାୟ ୧ ହଜାର ୨୦୦ କିଲୋ ଓଜନ ବିଶିଷ୍ଟ SCALP କ୍ରୁଜ ମିସାଇଲ ମଧ୍ୟ ରାଫେଲରୁ ଫାୟର କରାଯାଇପାରିବ । ଭାରତକୁ ଆସିବାକୁ ଥିବା ରାଫେଲ ମିସାଇଲର ଏହା ଏକ ବଡ଼ ଅଂଶ ।

IAF orders HAMMER missiles to make Rafale a more lethal jet

ଏହି ହେମର ମିସାଇଲର ରେଞ୍ଜ ୨୦ କିଲୋମିଟରରୁ ୭୦ କିଲୋମିଟର ହୋଇଥିବା ବେଳେ ଏହା ଶତ୍ରୁଙ୍କ ଏୟାର ଡିଫେନ୍ସ ନଜରରେ ନଆସି ବିଧ୍ୱଂସର ଲୀଳା ରଚିବ । ଏହାର ଆଉ ଏକ ବଡ଼ ବିଶେଷ୍ୱତ ଯେ କୌଣସି ପ୍ରକାର ପରିସ୍ଥିତି ହେଉ ଅବା ଅଞ୍ଚଳ ମିସାଇଲ ନିଜ ଟାର୍ଗେଟ ଖୋଜି ଲକ୍ଷ ସାଧନ କରିପାରେ  । ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଏହା ନିଜ ଟାର୍ଗେଟ ଖୋଜି ଶତ୍ରୁପକ୍ଷଙ୍କ ବେସକୁ ଚୁରମାର୍ କରିପାରେ । ଏଣୁ ପାକିସ୍ତାନ ଏବଂ ଚୀନ ସୀମାରେ ଏହାକୁ ମୁତୟନ କରିବା ନେଇ ଯୋଜନା କରାଯାଉଛି । ଆବଶ୍ୟକ ସ୍ଥଳେ ହେମର କିଟକୁ ୧୨୫ କିଲେ, ୨୫୦, ୫୦୦ ଏବଂ ୧୦୦୦ କିଲୋ ବମ୍ ସହିତ ଫାୟର କରାଯାଇପାରିବ ।

ରାସ୍ତାକଡ଼ରେ ୩ ଦିନ ପଡ଼ି ରହିଲା PDS ଚାଉଳ ବୋଝେଇ ଟ୍ରକ୍, ୭୨ ଘଣ୍ଟା ପରେ ଭାଙ୍ଗିଲା ପ୍ରସାଶନର ନିଦ

ଭଦ୍ରକ: ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଗିରବ ଲୋକଙ୍କୁ ବଣ୍ଟନ ଲାଗି ଟ୍ରକ୍ ଭର୍ତ୍ତି ୬୦୦ ବସ୍ତା ପିଡିଏସ୍ ଚାଉଳ ଆସିଛି । ହେଲେ, ହିତାଧିକାରୀଙ୍କୁ ବଣ୍ଟନ ହୋଇପାରୁନି । କାରଣ, ଡିଲର ପଏଣ୍ଟ ଖୋଜି ପାଉନାହାଁନ୍ତି ଠିକାଦାର । ୬୦୦ ବସ୍ତା ଚାଉଳ ଓ ଗହମ ବୋଝେଇ କରି ଟ୍ରକ୍ ଖୋଜୁଛି ଡିଲର ପଏଣ୍ଟ ଠିକଣା । ଅବହେଳାର ଏମିତି ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଥଇଳା ଗାଁରେ ।

PDS Overloaded Rice & Wheat Bags Truck In Road Side For Last 3 Days

୬୦୦ ବସ୍ତା ପିଡିଏସ୍ ଚାଉଳ ଓ ଗହମ ବୋଝେଇ କରି ଟ୍ରକଟି ତିନିଦିନ ତଳେ ଧାମନଗର ଗୋ-ଡାଉନରୁ ଥଇଳା ଆସିଥିଲା । ଚାଉଳ ଅନଲୋଡ୍ ଠିକଣା ଥିଲା ଥଇଳାର ଲକ୍ଷ୍ମୀନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ । ଟ୍ରକ୍ ସିନା ଚାଉଳ ଧରି ପହଞ୍ଚିଗଲା, ହେଲେ ଡିଲର ପଏଣ୍ଟ ପାଇଲାନି । ଫଳରେ ଗତ ତିନିଦିନ ଧରି ଚାଉଳ ଭର୍ତ୍ତି ଟ୍ରକ୍ ରାସ୍ତା ଉପରେ ଛିଡ଼ା ହୋଇ ରହିଥିଲା । ଚାଉଳ ଭର୍ତ୍ତି ଟ୍ରକକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।

PDS Overloaded Rice & Wheat Bags Truck In Road Side For Last 3 Days

ଲୋକଙ୍କ ଅସନ୍ତୋଷ ପରେ ଯୋଗାଣ ନୀରିକ୍ଷକ ପହଞ୍ଚି ଟ୍ରକରୁ ଚାଉଳ ଅନଲୋଡ୍ କରିଛନ୍ତି । ତେବେ, ଏଠି ପ୍ରଶ୍ନ ଉଠୁଛି କାହିଁକି ୩ ଦିନ ଧରି ଟ୍ରକରେ ଶୀତ, କାକରରେ ଭିଜିଲା ପିଡିଏସ୍ ଚାଉଳ ? ଟ୍ରକରୁ ଚାଉଳ ବସ୍ତା ଚୋରି ହୋଇଥିଲେ କିଏ ରହିଥାନ୍ତା ଦାୟୀ ? ଠିକାଦାର ନା ଯୋଗାଣ ନୀରିକ୍ଷକ କାହା ଭୁଲ୍ ପାଇଁ ବିଳମ୍ବ ହେଲା ଚାଉଳ ଅନଲୋଡିଂ ? ଏମିତି ଅନେକ ପ୍ରଶ୍ନ ଉଠୁଛି ।

PDS Overloaded Rice & Wheat Bags Truck In Road Side For Last 3 Days

ଅନ୍ୟପଟେ କିଛିଦିନ ତଳେ ପିଡିଏସ ଚାଉଳ ଚୋରା ଚାଲାଣ ଘଟଣାରେ ପ୍ରଶାସନ ଭଣ୍ଡାରୀପୋଖରୀ ବ୍ଲକର ଯୋଗାଣ ଠିକାଦାରଙ୍କୁ ନିଲମ୍ବିତ କରି ନୂଆ ଠିକାଦାର ନିଯୁକ୍ତି ଦେଇଥିଲା । ଚୋରା ଚାଲାଣ ପରେ ବି କେହି ଚେତୁ ନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି ।

୭୦ ବର୍ଷରେ ପାଦ ଦେଲେ ରଜନୀକାନ୍ତ: ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ୭୦ ବର୍ଷରେ ପାଦ ଦେଇଛନ୍ତି। ସେ କେବଳ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ବଲିଉଡରେ ମଧ୍ୟ ନିଜର ଚମତ୍କାର ଅଭିନୟ ବଳରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ରଜନୀଙ୍କ ଫ୍ୟାନ୍ ତାଙ୍କୁ ଭଗବାନଙ୍କ ଭଳି ପୂଜା କରନ୍ତି ଓ ତାଙ୍କୁ ଥଲାଇଭା ବୋଲି ଡାକନ୍ତି। ତେବେ ଆଜି ତାଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଆସୁଛି।

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ରଜନୀକାନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ପ୍ରିୟ ରଜନୀକାନ୍ତ ଜୀ, ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା! ଆପଣ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରନ୍ତୁ।’ ରଜନୀକାନ୍ତ କେବଳ ସିନେମା ପ୍ରେମୀଙ୍କ ପ୍ରିୟ ନୁହଁନ୍ତି ରାଜନୀତିରେ ମଧ୍ୟ ତାଙ୍କର ବେଶ୍ ପ୍ରଭାବ ରହିଛି। ନିକଟରେ ସେ ଘୋଷଣା କରିଥିଲେ ଯେ ଖୁବ୍ ଶୀଘ୍ର ସେ ନିଜର ଏକ ରାଜନୈତିକ ଦଳ ଆରମ୍ଭ କରିବେ ଏବଂ ୨୦୨୧ ନିର୍ବାଚନରେ ​​ମଧ୍ୟ ଲଢ଼ିବେ।

ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ରଜନୀକାନ୍ତଙ୍କ ୭୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସଙ୍ଗୀତଜ୍ଞ ଏ ଆର୍ ରହମାନ ମଧ୍ୟ ତାଙ୍କ ପ୍ରଶଂସକଙ୍କ ତରଫରୁ ଏକ କମନ ଡିସପ୍ଲେ ପିକ୍ଚର ଟ୍ୱିଟ୍ କରିଛନ୍ତି। ଏଥିରେ ରଜନୀକାନ୍ତଙ୍କର  ଅନେକ ନୂଆ ଏବଂ ପୁରୁଣା ଲୁକ୍ ଦେଖିବାକୁ ମିଳିଛି। ଏମାନଙ୍କ ବ୍ୟତୀତ ଆହୁରି ଅନେକ ସେଲେବ୍ରିଟି ମଧ୍ୟ ରଜନୀଙ୍କୁ ଜନ୍ମଦିର ଶୁଭେଚ୍ଛା ଜଣାଇଛନ୍ତି। ଆଜି ରଜନୀ ନିଜର ୭୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ପରିଣତ ବୟସରେ ବି ସେ ଫି୍ମ ଜଗତରେ ସକ୍ରିୟ ଅଛନ୍ତି ଓ ଗୋଟେ ପରେ ଗୋଟେ ବ୍ଲକବଷ୍ଟର ଫିଲ୍ମ ଦେଉଛନ୍ତି। ଫିଲ୍ମ ଜଗତରେ ରଜନୀଙ୍କ ଅତୁଳନୀୟ ଅବଦାନ ଯୋଗୁ ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣ ଓ ପଦ୍ମବିଭୂଷଣ ପରି ଭଳି ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି।

ବୟଫ୍ରେଣ୍ଡ୍ ବିରୋଧରେ ସମୟ ନଷ୍ଟ ଅଭିଯୋଗରେ ଅଦାଲତକୁ ଗଲେ ଗର୍ଲଫ୍ରେଣ୍ଡ୍

ଆଫ୍ରିକା: ଆଠ ବର୍ଷ ପ୍ରେମ ସମ୍ପର୍କରେ ରହିବା ସତ୍ତ୍ୱେ ବିବାହ ନକରିବାରୁ ୨୬ ବର୍ଷିୟ ଜଣେ ଯୁବତୀ ନିଜ ବୟଫ୍ରେଣ୍ଡ ବିରୋଧରେ ଅଦାତଲରେ ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ଅଭିଯୋଗ ରହିଛି ଯେ, ଯୁବକ ଜଣଙ୍କ ତାଙ୍କ ସମୟ ନଷ୍ଟ କରିଛନ୍ତି । ସୂଚନା ଅନୁଯାୟୀ, ଯୁବକ ଜଣଙ୍କ କେବେବି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସିରିୟସ ନହେବାରୁ ସେ ଅଦାତଲରେ ଅଭିଯୋଗ କରିବାକୁ ବାଧ୍ୟ ହେଲେ । ଯୁବତୀ ଜଣଙ୍କ ଏହା ଜାଣିବାକୁ ଚାହିଁଛନ୍ତି ଯେ ଆଗମୀ ଦିନରେ ତାଙ୍କ ଭବିଷ୍ୟତ କଣ ହେବ ?

ଏହି ୨୬ ବର୍ଷିୟ ଯୁବତୀଙ୍କ ନାମ ନଗମା ଅଟେ ଏବଂ ଏହି ଘଟଣା ଆଫ୍ରିକା ଦେଶର ଜାମ୍ବିଆ ସହରରେ ଦେଖିବାକୁ ମିଳିଛି । ବୟଫ୍ରେଣ୍ଡ ହର୍ବର୍ଟ ସଲାଲିକୀଙ୍କ ବର୍ୟସ ୨୮ ବର୍ଷ ଅଟେ । ନଗମାଙ୍କ କହିବା ଅନୁଯାୟୀ, ବୟଫ୍ରେଣ୍ଡଙ୍କ ସହ ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି ଏବଂ ବୟଫ୍ରେଣ୍ଡ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ ।

ବୟଫ୍ରେଣ୍ଡଙ୍କ କହିବା ଅନୁଯାୟୀ, ଆର୍ଥିକ ସ୍ଥିତି ଠିକ ନଥିବାରୁ ସେ ଏବେ ବିବାହ କରିବା ପାଇଁ ପ୍ରସ୍ତୁତ ନୁହନ୍ତି । କିନ୍ତୁ ନଗମାଙ୍କ କହିବା କଥା ଯେ, ସ୍ଥାନୀୟ ପରମ୍ପରା ଅନୁଯାୟୀ ବୟଫ୍ରେଣ୍ଡ ତାଙ୍କ ଘର ଲୋକଙ୍କୁ ପ୍ରଥମରୁ ଯୌତୁକ ଟଙ୍କା ଦେଇସାରିଛି । ଯୁବତୀ ଜଣଙ୍କ କୋର୍ଟରେ କହିଛନ୍ତି ଯେ, ସେ ବିବାହ ପାଇଁ ଅପେକ୍ଷା କରି ଥକି ସାରିଛନ୍ତି । ବୟଫ୍ରେଣ୍ଡଙ୍କ ହାବଭାବ ଉପରେ ତାଙ୍କର ସନ୍ଦେହ ରହିଛି । ସଲାଲିକୀଙ୍କର ଆଉ ଏକ ମହିଳାଙ୍କ ସହ ସଂପର୍କ ଥିବା ଯୁବତୀ ଜଣଙ୍କ କୋର୍ଟରେ ଅଭିଯୋଗ କରିଛନ୍ତି ।

ୟୁଟ୍ୟୁବରୁ ଶିଖିଥିଲେ ଏଟିଏମ୍ ଲୁଟର ତରିକା: ଭାଇଜାଗ୍‌ରୁ ଭୁବନେଶ୍ୱର ସବୁଠି କରିଥିଲେ ଆପ୍ଳାଏ

ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଏଟିଏମରୁ ୨୮ ଲକ୍ଷ ଲୁଟ ଘଟଣା । ଦୁଇ ଅଭିଯୁକ୍ତଙ୍କୁ ୩ ଦିନ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । ଲୁଟ ପୂର୍ବରୁ କରିଥିଲେ ରେକି । କେମିତି ଏଟିଏମ ଲୁଟ କରିଥିଲେ, ତା’ର ଡେମୋ ଦେଖାଇଥିଲା ଲୁଟେରା  । ଟଙ୍କା ଲୁଟିବା ପରେ ଇଞ୍ଜଣା କେନାଲରେ ଫିଙ୍ଗିଥିଲେ ଗ୍ୟାସ ହାଣ୍ଡି ଓ କଟର । ରିମାଣ୍ଡ ସମୟରେ ଏଟଏମ ଲୁଟର ଫଣ୍ଡାକୁ ଛାନଭିନ୍ କରିବ ସ୍ପେଶାଲ ସ୍କାର୍ଡ । ୩ ଦନିଆ ରିମାଣ୍ଡରେ ଆସିଲା ପରେ ସ୍ପେଶାଲ ସ୍କାର୍ଡ ଓ ଇନଫୋସିଟି ଥାନା ପୋଲିସ ଝାଳବୁହା ଜେରା କରିଛନ୍ତି ।

ଲୁଟେରା ଦେଖାଇଛନ୍ତି ଲୁଟ ତରିକା । ପିଏନବି ଏଟିଏମ  ଲୁଟର କ୍ରାଇମ ରିକ୍ରିଏସନ କଲା ସ୍ପେଶାଲ ସ୍କାର୍ଡ । କେମିତି ଏଟିଏମ ଲୁଟିଥିଲେ, ପୋଲିସ ଦେଖିଲା ଲୁଟେରାଙ୍କ ଡେମୋ । ସମର ଜିତ ସିଂଙ୍କ ଶିକ୍ଷାଗତ ଯୋଗ୍ୟତ ଅଷ୍ଟମ ପାସ୍ । ଜାଫର ସଦିକ- ଶିକ୍ଷାଗତ ଯୋଗ୍ୟତା  ଯୁକ୍ତ ଦୁଇ । ହେଲେ ଲୁଟ ବେଳେ ଇନଞ୍ଜନିୟରିଂଙ୍କ ମୁଣ୍ଡ  ଖେଳାଉଥିଲେ ଏହି ଦୁଇ ଲୁଟେରା  । ସମରଜିତ ଓ ଜାଫର ଜେଲରେ ପରିଚୟ ହୋଇଥିଲେ । କୋଟିପତି ହେବା ପାଇଁ ଏଟିଏମ ଲୁଟ ପାଇଁ ଯୋଜନା କରିଥିଲେ । ୟୁଟ୍ୟୁବରୁ ଶିଖିଥିଲେ ଲୁଟର ଟେକନିକ୍  । ୫ ତାରିଖରେ ଭୁବନେଶ୍ୱର ଆସିଥିଲେ ।

ଲଗାତର ୫ ଦିନ ଏଟିଏମ ଲୁଟ ପାଇଁ ଚେଷ୍ଟା କରିଥିଲେ । ପ୍ରଥମ ଦିନରେ ଦୁଇ ଜଣ ଲୁଟେରା ଲୁଟ କରିଥିଲେ ଅନସ୍ପଟରେ ଗୋଟି ଗୋଟି କରି ଦେଖାଇଛନ୍ତି  । ଲୁଟ ପୂର୍ବରୁ ଇନଫୋସିଟି ଅଞ୍ଚଳର ଏକ ହୋଟେଲେ ରହିଥିଲେ । ଏଟିଏମର ଲୁଟ ନେଇ ରେକି କରିବା ପରେ ନୂଆ ଗ୍ୟାସ ହାଣ୍ଡି ଓ କଟର କିଣିଥିଲେ । ଗତ ୧୧ ଅକ୍ଟୋବରରେ ତାଡି ଲୁଟ କରି ବିମାନରେ ଦିଲ୍ଲୀ ଯାଇଥିଲେ । ସେଠାରୁ କାର ଭଡ଼ା କରି ପଞ୍ଜାବ । ତା’ ପରେ ବାଙ୍ଗାଲୋର ଓ ୨୦ ରେ ଭାଇଜାଗ ଯାଇଥିଲେ ।  ପୁଣି ଥରେ ଭାଇଜାର ୮ ଲକ୍ଷ ଲୁଟ କରିବା ପରେ ବାଙ୍ଗାଲୋର ଆସିଥିଲେ । ତା’ ପରେ ୨୩ ତାରିଖରେ ବାଙ୍ଗାଲୋରରେ ସ୍ପେଶାଲ ସ୍କାଡର ଜାଲକୁ ଆସିଥିଲେ ବୋଲି ପୋଲିସ କହିଛି ।

୩ ଦନିଆ ରିମାଣ୍ଡରେ ସ୍ପେଶାଲ ସ୍କାର୍ଡର ଫୋକସରେ ରହିବ । ଦୁଇ ଜଣ ଭୁବନେଶ୍ୱରକୁ କେମିତି ଆସିଲେ । ଓଲା ଡ୍ରାଇଭରରୁ କେମିତି ବନିଲେ ଏଟିଏମ ଲୁଟେରା  ।  ପିଏନବିକୁ ଏଟିଏମକୁ କାହିଁକି ଟାର୍ଗେଟ କଲେ । ଲୁଟ ପୂର୍ବରୁ କିଭଳି ଯୋଜନା କରିଥିଲେ । ଲୁଟ ଟଙ୍କାକୁ ନେଇ କଣ କଲେ । କେଉଁଠାରେ ଟଙ୍କା ଇନଭେଷ୍ଟ କରିଛନ୍ତି କି । ସମ୍ପୃକ୍ତ ଏଟିଏମରୁ କେତେ ଟଙ୍କା ମିଳିଥିଲା । ଡ୍ରାଇଭର ହୋଇ ଗ୍ୟାସ କଟରରେ କାଟିବା ଟେକନିକ ଶଖିଲେ କେମିତି ।  ଭୁବନେଶ୍ୱର ଏୟାରପୋର୍ଟ ଦେଇ କେମିତି ନେଲେ ଟଙ୍କା  । କେବଳ ସେତିକି ମୁହେଁ ଜେରା ବେଳେ ଲୁଟେରାଙ୍କ ରୋଚକ ତଥ୍ୟ ପଦାକୁ ଆସିଛି  ।

ଭୁବନେଶ୍ୱର ଲୁଟ ପୂର୍ବରୁ ବାଲେଶ୍ୱର ଓ ଭଦ୍ରକରେ ଏଟିଏମ ତାଡ଼ିବା ପାଇଁ ଉଦ୍ୟମ କରିଥିଲେ  । ଲୁଟ ଟଙ୍କାରେ ମଉଜ କରୁଥିଲେ । ବ୍ରାଣ୍ଡ ସାର୍ଟପେଣ୍ଟ ପିନ୍ଧି ଷ୍ଟାର ହୋଟେଲେ ଅୟସ କରୁଥିଲେ । ଜାଫର ତାର ପତ୍ନୀଙ୍କ ପଛରେ ଟଙ୍କା ଉଡ଼ାଇଥିଲା । ସମରଜିତ ମୁଣ୍ଡରେ ଚୁଟି ରୋପଣ ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ବୋଲି ପୋଲିସ କହିଛି  । ଦୁଇ ଲୁଟେରା ହ୍ରାଇଦ୍ରାବାଦ, ବାଙ୍ଗାଲୋର, ଭାଇଜାଗ ଓ ଭୁବନେଶ୍ୱର ପୋଲିସ ମୋଷ୍ଟ ୱାଣ୍ଟେଡ ଥିଲେ । ୫ଟି ଜାଗାରୁ ଏଟିଏମ ତାଡ଼ି ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ କରିଥିଲେ । ଲୁଟ କରିବା ପରେ ବିମାନରେ ହିଁ ଯାତାୟତ କରୁଥିଲେ । ଗତ କାଲି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିବା ପରେ କୋର୍ଟରେ ହାଜର କରି ଝାରପଡ଼ା ଜେଲେ ହାଜର କରିଥିଲା ପୋଲିସ ।