spot_img
Home Blog Page 6263

ସ୍ପେଶାଲ ଫିଚର ସହ ଆସିବ ରାଫେଲ୍: ପାହାଡ଼ ସେପାଖରେ ଥିବା ଶତ୍ରୁଙ୍କୁ ଦେବ ମାତ୍

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ହୋଇସାରିଥିବା ଯୁଦ୍ଧ ବିମାନ ରାଫେଲ୍ ଏବେ ଶତ୍ରୁପକ୍ଷକୁ ବିଧ୍ୱଂସ କରିବାକୁ ପ୍ରସ୍ତୁତ । ତେବେ ଏହି ଯୁଦ୍ଧ ବିମାନରେ ସ୍ୱତନ୍ତ୍ର ଓ୍ୱେପେନ୍ HAMMERର ଖଞ୍ଜିତ କରିବା ନେଇ ଭାରତୀୟ ବାୟୁସେନା ନେଇ ଦାବି କରାଯାଥିବା ବେଳେ ତାହା ମଧ୍ୟ ଏବେ ପୂରା ହୋଇସାରିଛି । ଯାହାର ଟେଷ୍ଟ ମଧ୍ୟ ଫ୍ରାନ୍ସରେ ହୋଇସାରିଛି । HAMMER (Highly Agile Modular Munition Extended Range) ଯାହା ଦ୍ୱାରା ଆକାଶରୁ ଭୁପୃଷ୍ଠକୁ ଲକ୍ଷ କରି ଟାର୍ଗେଟକୁ ବିଧ୍ୱଂସ କରାଯାଇପାରିବ ।

IAF Rafales to get French 'HAMMER' missiles. What makes them deadly? - The  Week

ଏହା ବିନା ଜିପିଏସରେ ନିଜ ଟାର୍ଗେଟକୁ ଖୋଜି ଚୁରମାର୍ କରିପାରିବ । ଦକ୍ଷିଣ-ପଶ୍ଚିମ ଫ୍ରାନ୍ସରେ ଏହି ମିସାଇଲ ୧୦୦୦ ଟନ୍ ଭର୍ସନକୁ ରାଫେଲରେ ଖଞ୍ଚିତ କରାଯାଇ ଟେଷ୍ଟିଂ କରାଯାଇଛି । ରାଫେଲରେ ଖଞ୍ଚିତ ହେଇପାରୁଥିବା ଏହା ଦ୍ୱିତୀୟ ସର୍ବାଧିକ ଓଜନ ବିଶିଷ୍ଟ ମିସାଇଲ । ପ୍ରାୟ ୧ ହଜାର ୨୦୦ କିଲୋ ଓଜନ ବିଶିଷ୍ଟ SCALP କ୍ରୁଜ ମିସାଇଲ ମଧ୍ୟ ରାଫେଲରୁ ଫାୟର କରାଯାଇପାରିବ । ଭାରତକୁ ଆସିବାକୁ ଥିବା ରାଫେଲ ମିସାଇଲର ଏହା ଏକ ବଡ଼ ଅଂଶ ।

IAF orders HAMMER missiles to make Rafale a more lethal jet

ଏହି ହେମର ମିସାଇଲର ରେଞ୍ଜ ୨୦ କିଲୋମିଟରରୁ ୭୦ କିଲୋମିଟର ହୋଇଥିବା ବେଳେ ଏହା ଶତ୍ରୁଙ୍କ ଏୟାର ଡିଫେନ୍ସ ନଜରରେ ନଆସି ବିଧ୍ୱଂସର ଲୀଳା ରଚିବ । ଏହାର ଆଉ ଏକ ବଡ଼ ବିଶେଷ୍ୱତ ଯେ କୌଣସି ପ୍ରକାର ପରିସ୍ଥିତି ହେଉ ଅବା ଅଞ୍ଚଳ ମିସାଇଲ ନିଜ ଟାର୍ଗେଟ ଖୋଜି ଲକ୍ଷ ସାଧନ କରିପାରେ  । ପାହାଡ଼ିଆ ଅଞ୍ଚଳରେ ମଧ୍ୟ ଏହା ନିଜ ଟାର୍ଗେଟ ଖୋଜି ଶତ୍ରୁପକ୍ଷଙ୍କ ବେସକୁ ଚୁରମାର୍ କରିପାରେ । ଏଣୁ ପାକିସ୍ତାନ ଏବଂ ଚୀନ ସୀମାରେ ଏହାକୁ ମୁତୟନ କରିବା ନେଇ ଯୋଜନା କରାଯାଉଛି । ଆବଶ୍ୟକ ସ୍ଥଳେ ହେମର କିଟକୁ ୧୨୫ କିଲେ, ୨୫୦, ୫୦୦ ଏବଂ ୧୦୦୦ କିଲୋ ବମ୍ ସହିତ ଫାୟର କରାଯାଇପାରିବ ।

ରାସ୍ତାକଡ଼ରେ ୩ ଦିନ ପଡ଼ି ରହିଲା PDS ଚାଉଳ ବୋଝେଇ ଟ୍ରକ୍, ୭୨ ଘଣ୍ଟା ପରେ ଭାଙ୍ଗିଲା ପ୍ରସାଶନର ନିଦ

ଭଦ୍ରକ: ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଗିରବ ଲୋକଙ୍କୁ ବଣ୍ଟନ ଲାଗି ଟ୍ରକ୍ ଭର୍ତ୍ତି ୬୦୦ ବସ୍ତା ପିଡିଏସ୍ ଚାଉଳ ଆସିଛି । ହେଲେ, ହିତାଧିକାରୀଙ୍କୁ ବଣ୍ଟନ ହୋଇପାରୁନି । କାରଣ, ଡିଲର ପଏଣ୍ଟ ଖୋଜି ପାଉନାହାଁନ୍ତି ଠିକାଦାର । ୬୦୦ ବସ୍ତା ଚାଉଳ ଓ ଗହମ ବୋଝେଇ କରି ଟ୍ରକ୍ ଖୋଜୁଛି ଡିଲର ପଏଣ୍ଟ ଠିକଣା । ଅବହେଳାର ଏମିତି ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଥଇଳା ଗାଁରେ ।

PDS Overloaded Rice & Wheat Bags Truck In Road Side For Last 3 Days

୬୦୦ ବସ୍ତା ପିଡିଏସ୍ ଚାଉଳ ଓ ଗହମ ବୋଝେଇ କରି ଟ୍ରକଟି ତିନିଦିନ ତଳେ ଧାମନଗର ଗୋ-ଡାଉନରୁ ଥଇଳା ଆସିଥିଲା । ଚାଉଳ ଅନଲୋଡ୍ ଠିକଣା ଥିଲା ଥଇଳାର ଲକ୍ଷ୍ମୀନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ । ଟ୍ରକ୍ ସିନା ଚାଉଳ ଧରି ପହଞ୍ଚିଗଲା, ହେଲେ ଡିଲର ପଏଣ୍ଟ ପାଇଲାନି । ଫଳରେ ଗତ ତିନିଦିନ ଧରି ଚାଉଳ ଭର୍ତ୍ତି ଟ୍ରକ୍ ରାସ୍ତା ଉପରେ ଛିଡ଼ା ହୋଇ ରହିଥିଲା । ଚାଉଳ ଭର୍ତ୍ତି ଟ୍ରକକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା ।

PDS Overloaded Rice & Wheat Bags Truck In Road Side For Last 3 Days

ଲୋକଙ୍କ ଅସନ୍ତୋଷ ପରେ ଯୋଗାଣ ନୀରିକ୍ଷକ ପହଞ୍ଚି ଟ୍ରକରୁ ଚାଉଳ ଅନଲୋଡ୍ କରିଛନ୍ତି । ତେବେ, ଏଠି ପ୍ରଶ୍ନ ଉଠୁଛି କାହିଁକି ୩ ଦିନ ଧରି ଟ୍ରକରେ ଶୀତ, କାକରରେ ଭିଜିଲା ପିଡିଏସ୍ ଚାଉଳ ? ଟ୍ରକରୁ ଚାଉଳ ବସ୍ତା ଚୋରି ହୋଇଥିଲେ କିଏ ରହିଥାନ୍ତା ଦାୟୀ ? ଠିକାଦାର ନା ଯୋଗାଣ ନୀରିକ୍ଷକ କାହା ଭୁଲ୍ ପାଇଁ ବିଳମ୍ବ ହେଲା ଚାଉଳ ଅନଲୋଡିଂ ? ଏମିତି ଅନେକ ପ୍ରଶ୍ନ ଉଠୁଛି ।

PDS Overloaded Rice & Wheat Bags Truck In Road Side For Last 3 Days

ଅନ୍ୟପଟେ କିଛିଦିନ ତଳେ ପିଡିଏସ ଚାଉଳ ଚୋରା ଚାଲାଣ ଘଟଣାରେ ପ୍ରଶାସନ ଭଣ୍ଡାରୀପୋଖରୀ ବ୍ଲକର ଯୋଗାଣ ଠିକାଦାରଙ୍କୁ ନିଲମ୍ବିତ କରି ନୂଆ ଠିକାଦାର ନିଯୁକ୍ତି ଦେଇଥିଲା । ଚୋରା ଚାଲାଣ ପରେ ବି କେହି ଚେତୁ ନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି ।

୭୦ ବର୍ଷରେ ପାଦ ଦେଲେ ରଜନୀକାନ୍ତ: ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଆଜି ୭୦ ବର୍ଷରେ ପାଦ ଦେଇଛନ୍ତି। ସେ କେବଳ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ବଲିଉଡରେ ମଧ୍ୟ ନିଜର ଚମତ୍କାର ଅଭିନୟ ବଳରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ରଜନୀଙ୍କ ଫ୍ୟାନ୍ ତାଙ୍କୁ ଭଗବାନଙ୍କ ଭଳି ପୂଜା କରନ୍ତି ଓ ତାଙ୍କୁ ଥଲାଇଭା ବୋଲି ଡାକନ୍ତି। ତେବେ ଆଜି ତାଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଆସୁଛି।

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ରଜନୀକାନ୍ତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ପ୍ରିୟ ରଜନୀକାନ୍ତ ଜୀ, ଆପଣଙ୍କୁ ଜନ୍ମଦିନର ଶୁଭେଚ୍ଛା! ଆପଣ ଦୀର୍ଘ ଏବଂ ସୁସ୍ଥ ଜୀବନଯାପନ କରନ୍ତୁ।’ ରଜନୀକାନ୍ତ କେବଳ ସିନେମା ପ୍ରେମୀଙ୍କ ପ୍ରିୟ ନୁହଁନ୍ତି ରାଜନୀତିରେ ମଧ୍ୟ ତାଙ୍କର ବେଶ୍ ପ୍ରଭାବ ରହିଛି। ନିକଟରେ ସେ ଘୋଷଣା କରିଥିଲେ ଯେ ଖୁବ୍ ଶୀଘ୍ର ସେ ନିଜର ଏକ ରାଜନୈତିକ ଦଳ ଆରମ୍ଭ କରିବେ ଏବଂ ୨୦୨୧ ନିର୍ବାଚନରେ ​​ମଧ୍ୟ ଲଢ଼ିବେ।

ଅଭିନେତା ତଥା ରାଜନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ରଜନୀକାନ୍ତଙ୍କ ୭୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ସଙ୍ଗୀତଜ୍ଞ ଏ ଆର୍ ରହମାନ ମଧ୍ୟ ତାଙ୍କ ପ୍ରଶଂସକଙ୍କ ତରଫରୁ ଏକ କମନ ଡିସପ୍ଲେ ପିକ୍ଚର ଟ୍ୱିଟ୍ କରିଛନ୍ତି। ଏଥିରେ ରଜନୀକାନ୍ତଙ୍କର  ଅନେକ ନୂଆ ଏବଂ ପୁରୁଣା ଲୁକ୍ ଦେଖିବାକୁ ମିଳିଛି। ଏମାନଙ୍କ ବ୍ୟତୀତ ଆହୁରି ଅନେକ ସେଲେବ୍ରିଟି ମଧ୍ୟ ରଜନୀଙ୍କୁ ଜନ୍ମଦିର ଶୁଭେଚ୍ଛା ଜଣାଇଛନ୍ତି। ଆଜି ରଜନୀ ନିଜର ୭୦ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ପରିଣତ ବୟସରେ ବି ସେ ଫି୍ମ ଜଗତରେ ସକ୍ରିୟ ଅଛନ୍ତି ଓ ଗୋଟେ ପରେ ଗୋଟେ ବ୍ଲକବଷ୍ଟର ଫିଲ୍ମ ଦେଉଛନ୍ତି। ଫିଲ୍ମ ଜଗତରେ ରଜନୀଙ୍କ ଅତୁଳନୀୟ ଅବଦାନ ଯୋଗୁ ତାଙ୍କୁ ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣ ଓ ପଦ୍ମବିଭୂଷଣ ପରି ଭଳି ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଛି।

ବୟଫ୍ରେଣ୍ଡ୍ ବିରୋଧରେ ସମୟ ନଷ୍ଟ ଅଭିଯୋଗରେ ଅଦାଲତକୁ ଗଲେ ଗର୍ଲଫ୍ରେଣ୍ଡ୍

ଆଫ୍ରିକା: ଆଠ ବର୍ଷ ପ୍ରେମ ସମ୍ପର୍କରେ ରହିବା ସତ୍ତ୍ୱେ ବିବାହ ନକରିବାରୁ ୨୬ ବର୍ଷିୟ ଜଣେ ଯୁବତୀ ନିଜ ବୟଫ୍ରେଣ୍ଡ ବିରୋଧରେ ଅଦାତଲରେ ଅଭିଯୋଗ ଆଣିଛନ୍ତି । ଯୁବତୀଙ୍କ ଅଭିଯୋଗ ରହିଛି ଯେ, ଯୁବକ ଜଣଙ୍କ ତାଙ୍କ ସମୟ ନଷ୍ଟ କରିଛନ୍ତି । ସୂଚନା ଅନୁଯାୟୀ, ଯୁବକ ଜଣଙ୍କ କେବେବି ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସିରିୟସ ନହେବାରୁ ସେ ଅଦାତଲରେ ଅଭିଯୋଗ କରିବାକୁ ବାଧ୍ୟ ହେଲେ । ଯୁବତୀ ଜଣଙ୍କ ଏହା ଜାଣିବାକୁ ଚାହିଁଛନ୍ତି ଯେ ଆଗମୀ ଦିନରେ ତାଙ୍କ ଭବିଷ୍ୟତ କଣ ହେବ ?

ଏହି ୨୬ ବର୍ଷିୟ ଯୁବତୀଙ୍କ ନାମ ନଗମା ଅଟେ ଏବଂ ଏହି ଘଟଣା ଆଫ୍ରିକା ଦେଶର ଜାମ୍ବିଆ ସହରରେ ଦେଖିବାକୁ ମିଳିଛି । ବୟଫ୍ରେଣ୍ଡ ହର୍ବର୍ଟ ସଲାଲିକୀଙ୍କ ବର୍ୟସ ୨୮ ବର୍ଷ ଅଟେ । ନଗମାଙ୍କ କହିବା ଅନୁଯାୟୀ, ବୟଫ୍ରେଣ୍ଡଙ୍କ ସହ ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି ଏବଂ ବୟଫ୍ରେଣ୍ଡ ତାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ ।

ବୟଫ୍ରେଣ୍ଡଙ୍କ କହିବା ଅନୁଯାୟୀ, ଆର୍ଥିକ ସ୍ଥିତି ଠିକ ନଥିବାରୁ ସେ ଏବେ ବିବାହ କରିବା ପାଇଁ ପ୍ରସ୍ତୁତ ନୁହନ୍ତି । କିନ୍ତୁ ନଗମାଙ୍କ କହିବା କଥା ଯେ, ସ୍ଥାନୀୟ ପରମ୍ପରା ଅନୁଯାୟୀ ବୟଫ୍ରେଣ୍ଡ ତାଙ୍କ ଘର ଲୋକଙ୍କୁ ପ୍ରଥମରୁ ଯୌତୁକ ଟଙ୍କା ଦେଇସାରିଛି । ଯୁବତୀ ଜଣଙ୍କ କୋର୍ଟରେ କହିଛନ୍ତି ଯେ, ସେ ବିବାହ ପାଇଁ ଅପେକ୍ଷା କରି ଥକି ସାରିଛନ୍ତି । ବୟଫ୍ରେଣ୍ଡଙ୍କ ହାବଭାବ ଉପରେ ତାଙ୍କର ସନ୍ଦେହ ରହିଛି । ସଲାଲିକୀଙ୍କର ଆଉ ଏକ ମହିଳାଙ୍କ ସହ ସଂପର୍କ ଥିବା ଯୁବତୀ ଜଣଙ୍କ କୋର୍ଟରେ ଅଭିଯୋଗ କରିଛନ୍ତି ।

ୟୁଟ୍ୟୁବରୁ ଶିଖିଥିଲେ ଏଟିଏମ୍ ଲୁଟର ତରିକା: ଭାଇଜାଗ୍‌ରୁ ଭୁବନେଶ୍ୱର ସବୁଠି କରିଥିଲେ ଆପ୍ଳାଏ

ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଏଟିଏମରୁ ୨୮ ଲକ୍ଷ ଲୁଟ ଘଟଣା । ଦୁଇ ଅଭିଯୁକ୍ତଙ୍କୁ ୩ ଦିନ ରିମାଣ୍ଡରେ ନେଲା କମିଶନରେଟ ପୋଲିସ । ଲୁଟ ପୂର୍ବରୁ କରିଥିଲେ ରେକି । କେମିତି ଏଟିଏମ ଲୁଟ କରିଥିଲେ, ତା’ର ଡେମୋ ଦେଖାଇଥିଲା ଲୁଟେରା  । ଟଙ୍କା ଲୁଟିବା ପରେ ଇଞ୍ଜଣା କେନାଲରେ ଫିଙ୍ଗିଥିଲେ ଗ୍ୟାସ ହାଣ୍ଡି ଓ କଟର । ରିମାଣ୍ଡ ସମୟରେ ଏଟଏମ ଲୁଟର ଫଣ୍ଡାକୁ ଛାନଭିନ୍ କରିବ ସ୍ପେଶାଲ ସ୍କାର୍ଡ । ୩ ଦନିଆ ରିମାଣ୍ଡରେ ଆସିଲା ପରେ ସ୍ପେଶାଲ ସ୍କାର୍ଡ ଓ ଇନଫୋସିଟି ଥାନା ପୋଲିସ ଝାଳବୁହା ଜେରା କରିଛନ୍ତି ।

ଲୁଟେରା ଦେଖାଇଛନ୍ତି ଲୁଟ ତରିକା । ପିଏନବି ଏଟିଏମ  ଲୁଟର କ୍ରାଇମ ରିକ୍ରିଏସନ କଲା ସ୍ପେଶାଲ ସ୍କାର୍ଡ । କେମିତି ଏଟିଏମ ଲୁଟିଥିଲେ, ପୋଲିସ ଦେଖିଲା ଲୁଟେରାଙ୍କ ଡେମୋ । ସମର ଜିତ ସିଂଙ୍କ ଶିକ୍ଷାଗତ ଯୋଗ୍ୟତ ଅଷ୍ଟମ ପାସ୍ । ଜାଫର ସଦିକ- ଶିକ୍ଷାଗତ ଯୋଗ୍ୟତା  ଯୁକ୍ତ ଦୁଇ । ହେଲେ ଲୁଟ ବେଳେ ଇନଞ୍ଜନିୟରିଂଙ୍କ ମୁଣ୍ଡ  ଖେଳାଉଥିଲେ ଏହି ଦୁଇ ଲୁଟେରା  । ସମରଜିତ ଓ ଜାଫର ଜେଲରେ ପରିଚୟ ହୋଇଥିଲେ । କୋଟିପତି ହେବା ପାଇଁ ଏଟିଏମ ଲୁଟ ପାଇଁ ଯୋଜନା କରିଥିଲେ । ୟୁଟ୍ୟୁବରୁ ଶିଖିଥିଲେ ଲୁଟର ଟେକନିକ୍  । ୫ ତାରିଖରେ ଭୁବନେଶ୍ୱର ଆସିଥିଲେ ।

ଲଗାତର ୫ ଦିନ ଏଟିଏମ ଲୁଟ ପାଇଁ ଚେଷ୍ଟା କରିଥିଲେ । ପ୍ରଥମ ଦିନରେ ଦୁଇ ଜଣ ଲୁଟେରା ଲୁଟ କରିଥିଲେ ଅନସ୍ପଟରେ ଗୋଟି ଗୋଟି କରି ଦେଖାଇଛନ୍ତି  । ଲୁଟ ପୂର୍ବରୁ ଇନଫୋସିଟି ଅଞ୍ଚଳର ଏକ ହୋଟେଲେ ରହିଥିଲେ । ଏଟିଏମର ଲୁଟ ନେଇ ରେକି କରିବା ପରେ ନୂଆ ଗ୍ୟାସ ହାଣ୍ଡି ଓ କଟର କିଣିଥିଲେ । ଗତ ୧୧ ଅକ୍ଟୋବରରେ ତାଡି ଲୁଟ କରି ବିମାନରେ ଦିଲ୍ଲୀ ଯାଇଥିଲେ । ସେଠାରୁ କାର ଭଡ଼ା କରି ପଞ୍ଜାବ । ତା’ ପରେ ବାଙ୍ଗାଲୋର ଓ ୨୦ ରେ ଭାଇଜାଗ ଯାଇଥିଲେ ।  ପୁଣି ଥରେ ଭାଇଜାର ୮ ଲକ୍ଷ ଲୁଟ କରିବା ପରେ ବାଙ୍ଗାଲୋର ଆସିଥିଲେ । ତା’ ପରେ ୨୩ ତାରିଖରେ ବାଙ୍ଗାଲୋରରେ ସ୍ପେଶାଲ ସ୍କାଡର ଜାଲକୁ ଆସିଥିଲେ ବୋଲି ପୋଲିସ କହିଛି ।

୩ ଦନିଆ ରିମାଣ୍ଡରେ ସ୍ପେଶାଲ ସ୍କାର୍ଡର ଫୋକସରେ ରହିବ । ଦୁଇ ଜଣ ଭୁବନେଶ୍ୱରକୁ କେମିତି ଆସିଲେ । ଓଲା ଡ୍ରାଇଭରରୁ କେମିତି ବନିଲେ ଏଟିଏମ ଲୁଟେରା  ।  ପିଏନବିକୁ ଏଟିଏମକୁ କାହିଁକି ଟାର୍ଗେଟ କଲେ । ଲୁଟ ପୂର୍ବରୁ କିଭଳି ଯୋଜନା କରିଥିଲେ । ଲୁଟ ଟଙ୍କାକୁ ନେଇ କଣ କଲେ । କେଉଁଠାରେ ଟଙ୍କା ଇନଭେଷ୍ଟ କରିଛନ୍ତି କି । ସମ୍ପୃକ୍ତ ଏଟିଏମରୁ କେତେ ଟଙ୍କା ମିଳିଥିଲା । ଡ୍ରାଇଭର ହୋଇ ଗ୍ୟାସ କଟରରେ କାଟିବା ଟେକନିକ ଶଖିଲେ କେମିତି ।  ଭୁବନେଶ୍ୱର ଏୟାରପୋର୍ଟ ଦେଇ କେମିତି ନେଲେ ଟଙ୍କା  । କେବଳ ସେତିକି ମୁହେଁ ଜେରା ବେଳେ ଲୁଟେରାଙ୍କ ରୋଚକ ତଥ୍ୟ ପଦାକୁ ଆସିଛି  ।

ଭୁବନେଶ୍ୱର ଲୁଟ ପୂର୍ବରୁ ବାଲେଶ୍ୱର ଓ ଭଦ୍ରକରେ ଏଟିଏମ ତାଡ଼ିବା ପାଇଁ ଉଦ୍ୟମ କରିଥିଲେ  । ଲୁଟ ଟଙ୍କାରେ ମଉଜ କରୁଥିଲେ । ବ୍ରାଣ୍ଡ ସାର୍ଟପେଣ୍ଟ ପିନ୍ଧି ଷ୍ଟାର ହୋଟେଲେ ଅୟସ କରୁଥିଲେ । ଜାଫର ତାର ପତ୍ନୀଙ୍କ ପଛରେ ଟଙ୍କା ଉଡ଼ାଇଥିଲା । ସମରଜିତ ମୁଣ୍ଡରେ ଚୁଟି ରୋପଣ ପାଇଁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ବୋଲି ପୋଲିସ କହିଛି  । ଦୁଇ ଲୁଟେରା ହ୍ରାଇଦ୍ରାବାଦ, ବାଙ୍ଗାଲୋର, ଭାଇଜାଗ ଓ ଭୁବନେଶ୍ୱର ପୋଲିସ ମୋଷ୍ଟ ୱାଣ୍ଟେଡ ଥିଲେ । ୫ଟି ଜାଗାରୁ ଏଟିଏମ ତାଡ଼ି ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ କରିଥିଲେ । ଲୁଟ କରିବା ପରେ ବିମାନରେ ହିଁ ଯାତାୟତ କରୁଥିଲେ । ଗତ କାଲି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିବା ପରେ କୋର୍ଟରେ ହାଜର କରି ଝାରପଡ଼ା ଜେଲେ ହାଜର କରିଥିଲା ପୋଲିସ ।

୭ଟି ପ୍ରମୁଖ ରେଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଭିଡିଓ କନଫରେନ୍ସିଂରେ ଲୋକସେବା ଭବନରୁ ବସିଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ସଚିବ, ବାଣିଜ୍ୟ ଓ ପରିବହନ ଏବଂ କମିଶନର ରେଲୱେ ସମନ୍ୱୟ ମନୋଜ ମିଶ୍ର ଉପସ୍ଥିତ ଥିଲେ । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଶ୍ରୀଘ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ । କାର୍ଯ୍ୟସ୍ଥଳ ପରିଦର୍ଶନ କରି ତଦାରଖ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Chief Secretary Asit Tripathy Reviewed The Progress Of Seven Major Rail Projects

ପ୍ରକଳ୍ପ କାର୍ଯ୍ୟ ଲାଗି ସରକାରୀ ଜମିକୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରିବାକୁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଶେଷ ଲାଗି ସମୟ ସୀମା ଧାର୍ଯ୍ୟ କରାଯାଇଛି । ମୁଖ୍ୟ ଶାସନ ସଚିବ ପ୍ରମୁଖ ୭ଟି ରେଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଖୋର୍ଦ୍ଧା-ବଲାଙ୍ଗିର ୨୮୯ କିଲୋମିଟରର ନୂଆ ରେଳ ଲାଇନ୍ ଲାଗି ୩ ହଜାର ୫୫୦ କୋଟି ଟଙ୍କା ଖର୍ଚ୍ଚ ଧାର୍ଯ୍ୟ କରାଯାଇଛି । ସମ୍ବଲପୁର-ତାଳଚେର ୧୭୪.୧୧ କିଲୋମିଟର ରେଳ ଲାଇନର ଦୋହରୀକରଣ ଲାଗି ୬୭୨.୨୭ କୋଟି ଟଙ୍କା ଅଟକଳ କରାଯାଇଛି ।

ବିଜୟାନଗରମ-ସମ୍ବଲପୁର(ଟିଟିଲାଗଡ଼ ତୃତୀୟ ରେଳ ଲାଇନ୍) ୨୪୬.୬ କିଲୋମିଟର ଟ୍ରାକ୍ ଲାଗି ୨୫୭୫ କୋଟି  । ବୁଢ଼ାପଙ୍କ-ସାଲେଗାଁ (ତୃତୀୟ ଓ ଚତୁର୍ଥ ଟ୍ରାକ୍) ୧୭୦ କିଲୋମିଟର ରେଳ ଲାଇନ୍ ପାଇଁ ୧୧୭୩ କୋଟି ଟଙ୍କା । ରାଉରକେଲା-ଝାରସୁଗୁଡ଼ା (ତୃତୀୟ ରେଳ ଲାଇନ୍) ୧୦୧ କିଲୋମିଟର ଟ୍ରାକ୍ ଲାଗି ୧୧୭୩ କୋଟି ଟଙ୍କା । ଅନୁଗୁଳ-ସୁକିନ୍ଦା ୯୮.୭ କିଲୋମିଟର ନୂତନ ରେଳ ଲାଇନ୍ ଲାଗି ୬୩୮.୫ କୋଟି ଟଙ୍କା । ଏବଂ ତାଳଚେର-ବିମଳାଗଡ଼ ୧୫୫ କିଲୋମିଟରର ନୂଆ ରେଳ ଲାଇନ୍ ଲାଗି ୮୧୦.୭୮ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି ।

Chief Secretary Asit Tripathy Reviewed The Progress Of Seven Major Rail Projects

ଏହି ସବୁ ପ୍ରକଳ୍ପରେ ଦେଖାଯାଉଥିବା ଅସୁବିଧା ଯେପରିକି- ଜମି ମାଲିକଙ୍କୁ କ୍ଷତିପୂରଣ, ସରକାରୀ ଜମି ଅଧିଗ୍ରହଣ, ଜଙ୍ଗଲ ବିଭାଗର ମଞ୍ଜୁରୀ, କ୍ଷତିପୂରଣ ବନୀକରଣ, ଟାୱାର ସ୍ଥାପନ, ବନ୍ୟ ଜନ୍ତୁ ମଞ୍ଜୁରୀ ଆଦି ସମସ୍ୟାର ସମାଧାନ ବୈଠକରେ କରାଯାଇଛି । ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଜଙ୍ଗଲ ଓ ପରିବେଶ ଡ. ମୋନା ଶର୍ମା ପ୍ରମୁଖ, ପ୍ରମୁଖ ସଚିବ ବାଣିଜ୍ୟ ଓ ପରିବହନ ମଧୁସୂଦନ ପାଢ଼ୀ, ପ୍ରମୁଖ ସଚିବ ଗୃହ ସଞ୍ଜୀବ ଚୋପ୍ରା, ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡି.ପି ଲାଲ୍, ପୂର୍ବତଟ ରେଳପଥର ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ବ୍ରେକ ଲାଗିଥିବା ବିକାଶମୂଳକ କାର୍ଯ୍ୟ ଏବେ ଗଡିବ ନନଷ୍ଟପ

ଭୁବନେଶ୍ୱର: ପୁଣି ରାଜ୍ୟରେ ଗଡ଼ିବ ବିକାଶର ରଥ । କରୋନା ପାଇଁ ରାଜ୍ୟରେ ବ୍ରେକ ଲାଗିଥିବା ବିକାଶମୂଳକ କାର୍ଯ୍ୟକୁ ନନଷ୍ଟପ ଚଳାଇବାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମନ୍ତ୍ରୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ବିକାଶମୂଳକ କାର୍ଯ୍ୟକ୍ରମ ଓ ଲୋକାଭିମୁଖୀ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ମନ୍ତ୍ରୀମାନେ ମଧ୍ୟ ପୁଣିଥରେ ନିଜ ବିଭାଗକୁ ଚଳ ଚଞ୍ଚଳ କରିବାକୁ ପ୍ରସ୍ତୁତ କରିଛନ୍ତି ଲମ୍ବା ଲିଷ୍ଟ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଏବେ ଉନ୍ନୟନମୂଳକ କାର୍ଯ୍ୟ ଓ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତା । ରାଜ୍ୟରେ କରୋନା ପ୍ରକୋପ କମିଥିବାରୁ ରାଜ୍ୟରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏହି ମର୍ମରେ ଶୁକ୍ରବାର ସଂନ୍ଧ୍ୟାରେ ମନ୍ତ୍ରୀମାନଙ୍କୁ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜନିଜ ବିଭାଗର ବିକାଶମୂଳକ ଓ ଲୋକାଭିମୁଖୀ ଯୋଜନକୁ ସଫଳତାର ସହ ତ୍ୱରାନିତ କରିବାକୁ ମନ୍ତ୍ରୀମାନଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଏହାସହ ପଞ୍ଚମ ପାଳିରେ ନୂଆ ଓଡ଼ିଶା ଗଠନ ଲାଗି ଯେଉଁସବୁ ପ୍ରତିଶ୍ରୃତି ଦିଆଯାଇଥିଲା ତାହାକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ବିଭିନ୍ନ ବଡ଼ ବଡ଼ ପ୍ରକଳ୍ପର ଅଗ୍ରଗତି ସର୍ମ୍ପକରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ସମୟରେ ମନ୍ତ୍ରୀମାନେ ଆଗମୀ ଦିନରେ ନିଜ ନିଜ ବିଭାଗ ନେଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ମୁଖ୍ୟମନ୍ତ୍ରୀ ଅବଗତ କରିଥିଲେ । ଏହସହ ଦୁଇମାସରେ ଥରେ ପୁଣି ନିଜନିଜ ବିଭାଗ ରିର୍ପୋଟ ପ୍ରସ୍ତୁତ କରି ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେବାପାଇଁ ପ୍ରସ୍ତୁତ ହେଉଛନ୍ତି ।

ସେପଟେ ଦେଢବର୍ଷ ଭିତରେ ମନ୍ତ୍ରୀମାନେ ନିଜର ପାରିଦର୍ଶିତା ଓ ନିଜ ବିଭାଗକୁ ନେଇ କେତେ କ୍ରୀୟାଶୀଳ, ତାହା ଏହି ଆଲୋଚନା ମୂଳଲକ୍ଷ ବୋଲି କହିଛନ୍ତି ରାଜନୈତିକ ବିଶେଷଜ୍ଞ । କୋଭିଡ-୧୯ ପାଇଁ ୮ମାସର ବ୍ରେକ ପରେ ପୁଣିଥରେ ମୁଖ୍ୟମନ୍ତ୍ରୀ ସରକାରୀସ୍ତରରେ ସକ୍ରିୟତାକୁ ଗୁରୁତ୍ୱ ଦେଇଛନ୍ତି । ଯେଉଁଥି ପାଇଁ ନିଜେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଗ୍ରାଉଣ୍ଡଙ୍କୁ ଯାଇ ସମୀକ୍ଷା କରିବା ସହ ମନ୍ତ୍ରୀମାନଙ୍କୁ ମଧ୍ୟ ତାଗିତ କରି ଗୁରୁମନ୍ତ୍ର ଦେଇଛନ୍ତି ନବୀନ ।

ପାଞ୍ଚ ଝିଅ ଜନ୍ମ କରିଥିବାରୁ ମାଆ ବାପାଙ୍କୁ ଶୁଣିବାକୁ ପଡ଼ିଥିଲା କଟୁକଥା, ଏବେ ୩ ଝିଅ IAS ଅଫିସର ଆଉ ୨ ଝିଅ ଇଞ୍ଜିନିୟର

ବରେଲୀ: ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲା ଫରିଦପୁର ବାସିନ୍ଦା ଚନ୍ଦ୍ରସେନ ସାଗର ଏବଂ ମୀନା ଦେବୀଙ୍କ ପ୍ରଥମେ ଏକ କନ୍ୟା ସନ୍ତାନ ଜନ୍ମ ହେଲା । ପରବର୍ତ୍ତୀ ସମୟରେ ମୀନା ଦେବୀଙ୍କ ଔସରରୁ ପାଞ୍ଚ ପାଞ୍ଚଟି କନ୍ୟା ସନ୍ତାନ ଜନ୍ମ ହୋଇଥିଲେ । ପରିବାରରେ କନ୍ୟା ସନ୍ତାନ ଜନ୍ମକୁ ନେଇ ଆନନ୍ଦର ଲହରୀ ଖେଳିଯାଇଥିଲା ହେଲେ ସାହି ପଡ଼ିଶା ପାଞ୍ଚଟି ଝିଅ ଜନ୍ମକୁ ନେଇ ଅନେକ କଟାକ୍ଷ କରିବାକୁ ଲାଗିଲେ । ଚନ୍ଦ୍ରସେନ ସାଗର ଏବଂ ମୀନା ଦେବୀ ଝିଅ ଜନ୍ମକୁ ନେଇ ଅନେକ କଟୁକଥା ଶୁଣୁଥିଲେ । କିନ୍ତୁ ସେହି ଝିଅମାନେ ଆଜି ପରିବାରର ମାନ ସମ୍ମାନକୁ ବୃଦ୍ଧି କରିଛନ୍ତି । ଚନ୍ଦ୍ରସେନ ସାଗରଙ୍କ ପାଞ୍ଚ ଜଣ ଝିଅ ମଧ୍ୟରୁ ଦୁଇ ଜଣ ଆଇଏଏସ ଅଫିସର ଅଟନ୍ତି । ତୃତୀୟ ଝିଅ ଆଇଆରଏସ ଅଧିକାରୀ ଥିବାବେଳେ ଆଉ ଦୁଇ ଝିଅ ଇଞ୍ଜିନିୟର ଚାକିରି କରିଛନ୍ତି ।

ଚନ୍ଦ୍ରସେନ ସାଗରଙ୍କ କହିବା ଅନୁଯାୟୀ, ପାଞ୍ଚ ଜଣ ଝିଅଙ୍କ ସଫଳତା ପଛରେ ତାଙ୍କ ପରିଶ୍ରମ ସହ ମାଆ ମୀନା ଦେବୀଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତାଙ୍କ ଝିଅ ମାନଙ୍କର ପ୍ରାରମ୍ଭିକ ଶିକ୍ଷା ବରେଲୀରେ ସେଣ୍ଟ ମରିୟା କଲେଜରେ ହୋଇଥିଲା । ଏହାପରେ ଉତ୍ତରାଖଣ୍ଡ. ଆଲାହାବାଦ ଏବଂ ଦିଲ୍ଲୀରେ ବାକି ପାଠପଢ଼ା ସମ୍ପୂର୍ଣ୍ଣ କରିଥିଲେ । ତିନି ଭଉଣା ଦିଲ୍ଲୀରେ ରହି ୟୁପିଏସସି ପାଇଁ ପ୍ରସ୍ତୁତି କରିଥିଲେ । ଚନ୍ଦ୍ରସେନଙ୍କ ବଡ଼ ଝିଅ ଅର୍ଜିତ ସାଗର ୨୦୦୯ ମସିହାରେ ଦ୍ୱିତୀୟ ପ୍ରୟାସରେ ୟୁପିଏସସି ପରୀକ୍ଷା ପାସ କରିଥିଲେ । ଏହାପରେ ସେ ମୁମ୍ବାଇରେ Joint Commissioner Custom ପଦରେ ଚାକିରି ଆରମ୍ଭ କରିଥିଲେ । ତାଙ୍କ ସ୍ୱାମୀ ମଧ୍ୟ ଜଣେ ଆଇଏଏସ ଅଫିସର ଅଟନ୍ତି । ୬ ବର୍ଷ ପାଇଁ ୨୦୧୫ ମସିହାରେ ଦ୍ୱିତୀୟ ଝିଅ ଅର୍ପିତଙ୍କୁ ସଫଳତା ମିଳିଲା । ସେ ବର୍ତ୍ତମାନ ବାଲସାଡରେ ଡିଡିଓ  ପୋଷ୍ଟରେ ଅଛନ୍ତି । ସେହିପରି ତୃତୀୟ  ଏବଂ ଚତୁର୍ଥ ଝିଅ ଅଶ୍ୱୀନ ଏବଂ ଅଙ୍କିତା ଇଞ୍ଜିନିୟର ଅଟନ୍ତି । ସେ ବର୍ତ୍ତମାନ ମୁମ୍ବାଇ ଏବଂ ନୋଏଡାରେ ପ୍ରାଇଭେଟ ଚାକିରି କରୁଛନ୍ତି ।

ସହଯୋଗ କରିଥିଲେ ମାମୁ…

ଚନ୍ଦ୍ରସେନା ଏବଂ ମୀନାଙ୍କ ସବୁଠୁ ସାନ ଝିଅ ଆକୃତି ସାଗର ୨୦୧୬ ମସିହାରେ ଦ୍ୱିତାୟ ପ୍ରୟାସରେ ୟୁପିଏସସି କ୍ଲିୟର କରିଥିଲେ ।  ସେ ବର୍ତ୍ତମାନ ଜଳ ବୋର୍ଡର ଡାଇରେକ୍ଟର ପୂରେ ସେବା ପ୍ରଦାନ କରୁଛନ୍ତି । ନିଜ ମାମୁଁଙ୍କ ଠାରୁ ଆଇଏଏସ ପ୍ରସ୍ତୁତି ପାଇଁ ପ୍ରେରଣା ପାଇଥିବା ଚନ୍ଦ୍ରସେନାଙ୍କ ଝିଅମାନେ କହିଛନ୍ତି । ସୂଚନା ଅନୁଯାୟୀ ମାମୁଁ ଅନିଲ କୁମାର ୧୯୯୫ ମସିହା ବ୍ୟାଚର ପଶ୍ଚିମବଙ୍ଗ କାଡରର ଆଇପିଏସ ଅଧିକାରୀ ଅଟନ୍ତି । ଚନ୍ଦ୍ରସେନାଙ୍କ ଝିଅ ମାନଙ୍କର ସ୍ୱପ୍ନଥିଲା ଯେ, ସେ ନିଜ ମାମୁଁଙ୍କ ପରି ବଡ଼ ଚାକିରି କରିବେ । ୟୁପିଏସସି ପରୀକ୍ଷାର ପ୍ରସ୍ତୁତି ବେଳେ ମାମୁଁ ତାଙ୍କୁ ଖୁବ ସହଯୋଗ କରିଥିବା ସେ କହିଛନ୍ତି ।

ପୋଲିସର ସ୍ପେଶାଲ ଅପରେସନ୍: ବେଶ ବଦଳାଇ ୧୫ ବର୍ଷିୟା ଅପହୃତ ନାବାଳିକାକୁ ଉଦ୍ଧାର କଲେ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଅପରେସନ୍ । ୪୬ ଦିନ ପରେ ୧୫ ବର୍ଷୀୟ ନାବାଳିକାକୁ ଉଦ୍ଧାର କଲା ପୋଲିସ । ଏ ନେଇ ମେଓ୍ୱାତରେ ବେଶ ବଦଳାଇ ୪୬ ଦିନ ଯାଏଁ ସ୍ଥାନୀୟ ଲୋକଙ୍କ ଭଳି ରହିଥିଲେ ୨ ପୋଲିସ କର୍ମଚାରୀ । ଏବଂ ସାଧାରଣ ଲୋକଙ୍କ ବେଶରେ ଛାନଭିନ୍ କରିବା ସହ ଅପହୃତ ନାବାଳିକାକୁ ବଦରପୁରରୁ ଉଦ୍ଧାର କରିଥିଲେ । ଏଥିସହିତ ନାବାଳିକାକୁ ଫୁସଲାଇ ନେଇଯାଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ପଶ୍ଚିମ ଦିଲ୍ଲୀ ପୋଲିସ ଡିସିପି ଦୀପକ ପୁରୋହିତଙ୍କ ସୂଚନାନୁଯାୟୀ ଗିରଫ ଯୁବକ ଜଣଙ୍କ ହେଉଛନ୍ତି ଦୀପକ ପୁରୋହିତ ।

            ଡିସିପି ଦୀପକ ପୁରୋହିତଙ୍କ ସୂଚନା  ଅନୁଯାୟୀ ଶୋଏବ ସିହ୍ନା ଏସ୍.କେ ସିହ୍ନା ନାମରେ ଫେସବୁକରେ ଆକାଉଣ୍ଟ ଖୋଲିଥିଲେ । ଏବଂ ସେହି ଫେକ୍ ଆକାଉଣ୍ଟ ଜରିଆରେ ରଜୈରୀ ଗାର୍ଡେନ୍ ଅଞ୍ଚଳରେ ରହୁଥିବା ୧୫ ବର୍ଷୀୟା ଝିଅଙ୍କ ସହ ବନ୍ଧୁତା କରିଥିଲେ । ସମ୍ପର୍କ ନିବିଡ଼ ହେବା ପରେ ଝିଅକୁ ନେଇ ଫେରାର ହୋଇଯାଇଥିଲେ । ପୋଲିସ ଝିଅର ସୋସିଆଲ ମିଡିଆ ଆକାଉଣ୍ଟକୁ ହ୍ୟାକ୍ କରି ଜାଣିବାକୁ ପାଇଥିଲା ଯେ, ସେ ଅଧିକାଂଶ ସମୟରେ ଏସ୍.କେ ସିହ୍ନାଙ୍କ ସହିତ କଥା ହେଉଥିଲେ । ଏବଂ  ଅଧିକ ଛାନଭିନ୍ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ଅଭିଯୁକ୍ତର ପ୍ରକୃତ ନାମ ଶୋଏବ ଖାନ୍ ।

            ଅଭିଯୁକ୍ତ ଜଣଙ୍କ ମୋବାତ ଅଞ୍ଚଳର ବାସିନ୍ଦା । ଶୋଏବ ୨୩ ଅକ୍ଟୋବରରେ ନାବାଳିକାକୁ ପ୍ରଥମ ବିହାରର ମୁଜାଫରପୁର ନେଇଯାଇଥିଲା । ପରେ ସେଠାରୁ ଆଜମଗଡ଼ ନେଇଯାଇଥିଲା ଏବଂ କିଛି ଦିନ ପରେ ନିଜ ସାଙ୍ଗ ପାଖରେ ଯାଇରହିଥିଲା । ସେଠାରେ ସେ ନାବାଳିକା ସହ ଅପକର୍ମ କରିବା ସହ ତାକୁ ସେଠାରୁ ମୋବାତ ଆଣିଥିଲ ।

ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ଅନୁମତି

ଏତେ ବେଳକୁ ପୋଲିିସ ଶୋଏବଙ୍କ କାରାନାମ ନେଇ ସୂଚନା ପାଇସାରିଥିଲା ଏବା ତାକୁ ଧରିବା ପାଇଁ ଆରମ୍ଭ କରିଥିବା ସ୍ପେଶାଲ ଅପରେସନ । ଯେଉଁଥିରେ ଜଣେ କନେଷ୍ଟବଳଙ୍କ ସହ ଜଣେ ଏସ୍‌ଆଇ ସାମିଲଥିଲେ । ସେ ସାଧାରଣ ଲୋକଙ୍କ ବେଶରେ ମେଓ୍ୱାତ ଅଞ୍ଚଳରେ ୪୬ ଦିନ ଯାଏଁ ଛାନଭିନ୍ କରିଥିଲେ । ବହୁ ଦିନରେ ପରିଶ୍ରମ ପରେ ଶେଷରେ ସେମାନେ ଡିସେମ୍ୱର ୮ରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା ।

Redmiର ଏହି ସ୍ମାର୍ଟଫୋନ ଉପରେ ମିଳୁଛି ୩ହଜାର ଟଙ୍କାର ରିହାତି

ନୂଆଦିଲ୍ଲୀ: ନୂଆ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି କି? ସାଓମି ଆପଣଙ୍କ ପାଇଁ ନେଇଆସିଛି ଧମାକେଦାର୍ ଅଫର୍। କମ୍ପାନୀ ନିଜର ଲୋକପ୍ରିୟ ଫୋନ୍ Redmi Note 9 Proକୁ ଏକ ବିଶେଷ ରିହାତିର ସହ ବିକ୍ରି କରୁଛି। ଏହି ପ୍ରାଇସ କଟ୍ ପରେ କମ୍ପାନୀର ଅଫିସିଆଲ୍ ୱେବସାଇଟରୁ ଆପଣ Redmi Note 9 Proର ୪ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ ଭ୍ୟାରିୟାଣ୍ଟକୁ ୧୬ ହଜାର ୯୯୯ ଟଙ୍କା ପରିବର୍ତ୍ତେ ଏବେ ମାତ୍ର ୧୩ ହଜାର ୯୯୯ ଟଙ୍କାରେ କିଣିପାରିବେ।

କେବଳ ଏହି ଅଫର ନୁହେଁ mi.comରୁ ଆପଣ ଆହୁରି ବହୁତ ଆକର୍ଷଣୀୟ ଅଫର୍ ସହ ଏହି ଫୋନକୁ କିଣିପାରିବେ। ଆମାଜନ ଇଣ୍ଡିଆରେ ମଧ୍ୟ ଏହି ଫୋନ୍ ୧୩ ହଜାର ୯୯୯ ଟଙ୍କାରେ ଉପଲବ୍ଧ। ଏହା ବ୍ୟତୀତ ଆପଣଙ୍କୁ ଆମାଜନରୁ ଏକ୍ସଚେଞ୍ଜ ଅଫରରେ ଏହି ଫୋନରେ ୧୨ ହଜାର ୫୦ ଟଙ୍କାର ଲାଭ ମିଳିବ।

Redmi Note 9 Proର ବିଶେଷତ୍ତ୍ୱ: ଏହି ଫୋନରେ ୨୪୦୦x୧୦୮୦ ପିକ୍ସେଲ ରିଜୋଲ୍ୟୁଶନ ସହ ୬.୬୭ ଇଞ୍ଚର ଫୁଲ HD + ଫୁଲ୍ ସ୍କ୍ରିନ୍ ଡଟ୍ ଡିସପ୍ଲେ ଦିଆଯାଇଛି । ଏହି ଫୋନରେ 2.5Dର କର୍ଭ୍ଡ ଡିସପ୍ଲେ ଦିଆଯାଇଛି। ୬ଜିବି ରାମ୍ ଓ ୧୨୮ ଜିବି ଷ୍ଟୋରେଜ ଯୁକ୍ତ ଏହି ଫୋନରେ 720G ପ୍ରେସେସର୍ ଦିଆଯାଇଛି।

ଫଟୋଗ୍ରାଫି ପାଇଁ ଏଥିରେ କ୍ୱାଡ୍ ରିୟୟ୍ କ୍ୟାମେରାର ସେଟଅପ୍ ଦିଆଯାଇଛି। ଯେଉଁଥିରେ ଏକ ୪୮ ମେଗାପିକ୍ସେଲର ପ୍ରାଇମେରି କ୍ୟାମେରା, ୮ ମେଗାପିକ୍ସେଲର ଏକ ଅଲ୍ଟ୍ରାୱାଇଡ୍ ଆଙ୍ଗେଲ୍ କ୍ୟାମେରା, ୫ ମେଗାପିକ୍ସେଲର ଏକ ମାକ୍ରୋ କ୍ୟାମେରା ଏବଂ ୨ ମେଗାପିକ୍ସେଲର ଡେପ୍ଥ ସେନସର୍ ଦିଆଯାଇଛି। ସେଲଫି ପାଇଁ ଏଥିରେ ୧୬ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଏଥି ସହ ଏହି ଫୋନରେ ୧୮ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ସହ 5,020mAhର ବ୍ୟାଟ୍ରୀ ଦିଆଯାଇଛି।