ଗୃହ ବିଭାଗର ନିଷ୍ପତ୍ତି; ଦିଲ୍ଲୀରେ ନିୟୋଜିତ ହେବେ ପାରାମିଲିଟାରୀ ଫୋର୍ସ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଗୃହ ମନ୍ତ୍ରାଳୟର ଦୃଢ ନିଷ୍ପତି । ରାଜଧାନୀ ଦିଲ୍ଲୀରେ ପ୍ରତିବାଦ ନାଁ ରେ ଘଟିଥିବା ହିଂସା ଘଟଣାକୁ ଗୁରୁତର ଭାବେ ନେଇଛି ଗୃହ ବିଭାଗ । ରାଜଧାନୀ ଦିଲ୍ଲୀରେ ସାଧାରଣ ତନ୍ତ୍ର ଦିବସରେ ଘଟିଥିବା ଏଭଳି ଅପ୍ରିତିକର ସ୍ଥିତିକୁ ପ୍ରତିହତ କରିବା ପାଇଁ ନିଷ୍ପତି ନେଇଛି ଗୃହ ବିଭାଗ । ଯଦ୍ୱାରା ଦିଲ୍ଲୀରେ ୧୫ ଫୋର୍ସ ଅର୍ଦ୍ଧସାମରିକ ବଳ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି ।

ଶାନ୍ତିପ୍ରିୟ ଆନ୍ଦୋଳନ ନାଁ ରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ଆନ୍ଦୋଳନରତ ଚାଷୀ । ବିଜୟ ଦୁର୍ଗ ଲାଲ କିଲ୍ଲାରେ ଆନ୍ଦୋଳନରତ ଚାଷୀ ଉଡାଇଛନ୍ତି ନିଜ ସଂଗଠନର ପତାକା । ଅନୁମତି ମିଳିଥିବା ରାସ୍ତା ପରିବର୍ତ୍ତେ ଅନ୍ୟ ରାସ୍ତାରେ ପ୍ରବେଶ କରିବା ଯୋଗୁଁ ସାଧାରଣ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଛି ।

ସେପଟେ ବିଭିନ୍ନ ସ୍ଥାନରେ ଆନ୍ଦୋଳନରତ ଚାଷୀ ପୋଲିସକୁ ଆକ୍ରମଣ କରିବା ସହ ପୋଡା ଜଳା ମଧ୍ୟ କରିଛନ୍ତି । ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ରାଜଧାନୀ ଦିଲ୍ଲୀରେ ଏଭଳି ପରିସ୍ଥିତିକୁ ନଜରରେ ରଖି ଜରୁରୀ ବୈଠକ ଡାକିଥିଲା ଗୃହ ବିଭାଗ । ଗୃହ ସଚିବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ବୈଠକ ବସିଥିବାବେଳେ, ଦିଲ୍ଲୀରେ ୧୫ ଫୋର୍ସ ଅର୍ଦ୍ଧସାମରିକ ବଳ, ୧୦ ଫୋର୍ସ ସିଆରପିଏଫ ଏବଂ ୫ଟି କମ୍ପାନୀ ଫୋର୍ସ ମୁତୟନ ପାଇଁ ନିର୍ଦେଶ ଦେଇଛି ଗୃହ ବିଭାଗ ।

Leave a Reply