spot_img
Home Blog Page 620

ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଲା କଂଗ୍ରେସ; କେମିତି ତାଙ୍କ ମୃତ୍ୟୁ ହେଲା ?

ଭୁବନେଶ୍ବର: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଲା କଂଗ୍ରେସ। ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛି କଂଗ୍ରେସ । ପୀଡିତାଙ୍କ ବୟାନ ବାରମ୍ବାର ରେକର୍ଡ କରାଯାଇଛି । ୬ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କଥା କହିଛନ୍ତି । କେମିତି ତାଙ୍କ ମୃତ୍ୟୁ ହେଲା ? ତାହା ସନ୍ଦେହ ସୃଷ୍ଟି କରୁଛି । ଏହା ଆତ୍ମହତ୍ୟା ନୁହେଁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି । ଦୁଃଖୀ ଶ୍ୟାମ ସ୍ୱାଇଁଙ୍କ ଖୋଜ ଖବର ନମିଳିବା, ପୋଡିଥିବା ୩ଜଣ ଦୁର୍ବୃତ୍ତଙ୍କର ବୟାନ ସନ୍ଦେହ ସୃଷ୍ଟି କରୁଛି ।ବଳଙ୍ଗା ଘଟଣାରେ ସ୍କ୍ରିପ୍ଟ ଲେଖା ସରିଥିଲା । ଉପ ମୁଖ୍ୟମନ୍ତ୍ରୀ, ଓଡିଶା ପୋଲିସ ଓ ନାବାଳିକା ବାପାଙ୍କ ସ୍କ୍ରିପ୍ଟ ସମାନ । ଏମିିତି ସ୍କ୍ରିପ୍ଟ ସମାନ କେମିତି ହେଲା । ବିଜେପି ଅଫିସରେ ସ୍କ୍ରିପ୍ଟ ଲେଖା ହୋଇ ଅଣାଯାଇନିତ । ଉପ ମୁଖ୍ୟମନ୍ତ୍ରୀଙ୍କୁ ଘଣ୍ଟ ଘୋଡେଇବା ପାଇଁ ଓ ତାଙ୍କ ପଦବୀଙ୍କୁ ସୁରକ୍ଷିତ ରଖିବା ଏଭଳି କରାଯାଇଥିବା ଲୋକଙ୍କ ସନ୍ଦେହ ହେଉଛି ବୋଲି କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଅଭିଯୋଗ କରିଛନ୍ତି ।

ଝିଅର ବାପା କହୁଛନ୍ତି ଝିଅର ମାନସିକ ସ୍ଥିତି ଠିକ ନଥିଲା.. ଅନ୍ୟପଟେ ପୋଲିସ କହୁଛି କାହାର ସମ୍ପୃକ୍ତି ନାହିଁ । ସରକାର ଏହି ମାମଲାକୁ ଚାପି ଦେବାକୁ ଚାଁହୁଛନ୍ତି । ୭ଦିନ ଭିତରେ ଡିଜି ଯଦି ମାମଲାର ସମ୍ପୃକ୍ତି ଥିବା ୩ଅଭିଯୁକ୍ତ ଙ୍କୁ ନଧରିବେ ତେବେ ଡିଜି ଅଫିସ ଘେରାଉ କରିବୁ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ପୋଲିସର ହଠାତ ରାତିଅଧିଆ ଟ୍ୱିଟ ଅନେକ ସନ୍ଦେହ ସୃଷ୍ଟି କରୁଛି.. ଆକାଶରୁ ନିଆଁ ପଡି କଣ ପୀଡିଡାଙ୍କ ମୃତ୍ୟୁ ହେଲା ? ପୀଡିତାଙ୍କ ଷ୍ଟେଟମେଣ୍ଟର ଭିଡିଓ ରେକଡିଙ୍ଗ ସାମ୍ନାକୁ ଅଣାଯାଉ ଏବଂ ସରକାର ଘଣ୍ଟ ନଘୋଡ଼ାଇ ଅଭିଯୁକ୍ତଙ୍କୁ ଧରନ୍ତୁ ।

ବଳଙ୍ଗା ପୀଡ଼ିତାଙ୍କ ପରିବାରଙ୍କୁ ମହାପ୍ରଭୁ ଜଗନ୍ନାଥ ଅସୀମ ସାହସ, ଶକ୍ତି,ଧର୍ଯ୍ୟ ଦିଅନ୍ତୁ ତାଙ୍କ ପରିବାରକୁ ଏହି ବିପଦ ସମୟରେ। ଗତ ୧୬ ଦିନ ହେଲା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୋଟିଏ  ପରେ ଗୋଟିଏ ମିଛ କହୁଥିଲେ। ଉପ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଏମ୍ସରେ ଭେଟି ପାରିଲେ ନାହିଁ, ଦିଲ୍ଲୀରେ ଭେଟି ଏକ ତାରକା ହୋଟେଲରେ ଏନଜୟ କଲେ। ନାବାଳିକା ଜଣକ ମୋ ସହ କଥା ହେଲେ ବୋଲି କହିଥିଲେ। କେଉଁ ପ୍ରସଙ୍ଗ ଲୁଚାଉଉନ୍ତି । ୩୮୪ଘଣ୍ଟା ବିତିଗଲା ଦୋଷୀ କିଏ ଜଣା ପଡୁନି । ଏଠି ସତାଧାରୀ ଦଳ ଦୋଷୀ। ଏହି ଘଟଣା ପରେ ପୁରୀ ସାଂସଦ ନିଖୋଜ। ପୁରୀ ଏସପିଙ୍କ ପରିବାପାଣିଆ ପଦାରେ ପଡିଛି। ଉପ ମୁଖ୍ୟମନ୍ତ୍ରୀ ନିଜ ଅଞ୍ଚଳର ଝିଅଙ୍କୁ ସୁରକ୍ଷା ଦେଇପାରିଲେ ନାହିଁ। ଓଡ଼ିଶାରେ ସୁଭଦ୍ରା ମାନେ ଅସୁରକ୍ଷିତ । ଏ ସତାଧାରୀ ଆଶନ ଓ ଶାସନ ଛାଡ଼। ମହିଳା ଉପ ମୁଖ୍ୟମନ୍ତ୍ରୀ ନୀତି ଓ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ଜୟଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି।

ରାତିରେ ଭୂତ ଭଳି ଉଡ଼ୁଛି ଗଛ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲାପରେ ଏବେ ପ୍ରଶ୍ନ ଉଠୁଛିକି ଏବେ ଲୋକମାନେ ଶାନ୍ତିରେ ବଗିଚାରେ ବୁଲିବେ ନା ଭୂତ ସହିତ ଲଢ଼ିବେ। ଥରେ କଳ୍ପନା କରନ୍ତୁ ଆପଣ କିଛି ଥଣ୍ଡା ପବନ ପାଇବା ପାଇଁ ବଗିଚାକୁ ଯାଆନ୍ତି ଏବଂ ସେଠାରେ ଏକ ବିରାଟ ଗଛ ପବନରେ ଦୋହଲୁଥାଏ ଯେପରି କୌଣସି ପୁରୁଣା ରାକ୍ଷସ ଜଙ୍ଗଲକୁ ଫେରୁଛି, ଆପଣ କ’ଣ କରିବେ ? କେବଳ ଏତିକି ନୁହେଁ, ଏହାର ପତ୍ର ଉଡୁଛି, ଡାଳଗୁଡ଼ିକ ଥରୁଛି ଏବଂ ଏହାର ସମଗ୍ର ଶରୀର ଏପରି ଦେଖାଯାଉଛି ଯେପରି ଏହା ଯେକୌଣସି ମୁହୂର୍ତ୍ତରେ କାହା ଉପରେ ଡେଇଁ ପଡ଼ିବ। ତା’ ଉପରେ ଏହାର ଗଠନ ମଧ୍ୟ ଏପରି ଯେ ଦୂରରୁ ଦେଖିଲେ ମନେହୁଏ ଯେ ଏକ ରାକ୍ଷସ ତାର ଡେଣା ବିସ୍ତାର କରି ଆକ୍ରମଣ କରିବାକୁ ଆସୁଛି ।

ପ୍ରକୃତରେ, ଭାଇରାଲ ହେଉଥିବା ଭିଡିଓରେ, ଏକ ଗଛ ଦେଖାଯାଉଛି ଯାହାର ଆକୃତି ସମ୍ପୂର୍ଣ୍ଣ ଏକ ବଡ଼ ସୈତାନ ପରି। ଯେତେବେଳେ ଏହା ପବନରେ ଥରୁଛି, ସେତେବେଳେ ଏପରି ଲାଗୁଛି ଯେପରି ଏକ ସୈତାନ ନାଚୁଛି। ସୌଭାଗ୍ୟବଶତଃ, ଏହି ଦୃଶ୍ୟ ଦିନବେଳେ କ୍ୟାମେରାରେ କଏଦ ହୋଇଛି, ନଚେତ୍ ଯଦି କେହି ରାତିରେ ଏହି ହଲୁଥିବା ସୈତାନ ପରି ଗଛକୁ ଦେଖିଥାଆନ୍ତେ ତେବେ ଭୟରେ ଜୀବନ ଚାଲିଯାଇଥାଆନ୍ତା । ଏହି ଭିଡିଓ ଦେଖିବା ପରେ ଲୋକମାନେ ମଧ୍ୟରେ ନୂଆ ଆଲୋଡ଼ନ ସୃଷ୍ଟି ହୋଇଛି । କେହି କହୁଛନ୍ତି “ମମି, ଗଛର ଭୂତକୁ ଡାକ”, ପୁଣି କେହି ଲେଖିଛନ୍ତି “ଯେଉଁମାନେ ଏହି ଗଛ ତଳେ ବସି ପଢ଼ନ୍ତି ସେମାନେ ଆତଙ୍କବାଦୀ ହୋଇପାରନ୍ତି, ଟପ୍ପର୍ ନୁହଁନ୍ତି”।

ଏହି ଭିଡିଓଟି @_Dibyanshu73 ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖିସାରିଛନ୍ତି, ଯେତେବେଳେକି ଅନେକ ଲୋକ ଭିଡିଓଟିକୁ ପସନ୍ଦ ମଧ୍ୟ କରିଛନ୍ତି। ଏପରି ପରିସ୍ଥିତିରେ, ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭିଡିଓଟି ଉପରେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ

ନନ୍ଦିଘୋଷ ବ୍ୟୁରୋ: ହଠାତ୍ ପୀଡ଼ିତାଙ୍କର ମୃତ୍ୟୁ ହେବା ଘଟଣାକୁ କେହି ବିଶ୍ବାସ କରିପାରୁ ନାହାନ୍ତି । ସମଗ୍ର ବାୟାବରର ନୁଆଗୋପାଳପୁର ଗ୍ରାମ ସ୍ତବ୍ଧ ହୋଇଯାଇଛି । ସାରା ଗାଁରେ ପୁଲିସ ପଇଁତରା ମାରୁଥିବା ବେଳେ ଏବେ ପରିବାର ଲୋକେ ଏବଂ ଗ୍ରାମବାସୀ ଅପେକ୍ଷା କରିଛନ୍ତି ନାବାଳିକା ପୀଡିତାଙ୍କ ମରଶରୀର କେତେବେଳେ ଗ୍ରାମରେ ପହଞ୍ଚିବ । ଅପରପକ୍ଷରେ ଗ୍ରାମରେ ସକାଳୁ ସକାଳୁ ଗୋଟେ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ପରିବାର ଲୋକ ଏବଂ ସାହିଭାଇଙ୍କ ସହ ମିଶି ତାଙ୍କ ସମ୍ପ୍ରଦାୟରେ ଗ୍ରାମରେ ମଶାଣିରେ କବର ଖୋଳାଯାଇଛି ।

ଏପଟେ ପୀଡ଼ିତାଙ୍କ ମୃତ୍ୟୁ ଖବର ଆସିବା ପରେ ବଳଙ୍ଗା ଥାନାରେ ସୁରକ୍ଷା ବ୍ୟବସ୍ଥାରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଅଗ୍ନିଶମ ବାହିନୀର ଗୋଟେ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।ଥାନାର ସୁରକ୍ଷା ପାଇଁ ସୁରକ୍ଷା କର୍ମୀଙ୍କ ପାଖରେ ବର୍ଡି ପ୍ରୋଟେସନ ଜ୍ୟାକେଟ, ଟିଅର ଗ୍ୟାସ ସହିତ ଲାଠି ଏବଂ ହେଲମେଟ ରଖାଯାଇଥିବା ଦେଖିବାକୁ ମିଳିଛି । କୌଣସି ପରିସ୍ଥିତିରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ତାହାର ମୁକାବିଲା ପାଇଁ ବଳଙ୍ଗା ପୋଲିସର ସ୍ଵତନ୍ତ୍ର ପ୍ରସ୍ତୁତି କରିଛି ।ଅନ୍ୟ ପକ୍ଷରେ ପୀଡ଼ିତାଙ୍କ ଘର ସାମ୍ନାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବା ସହ ପୋଲିସର ସ୍ଵତନ୍ତ୍ର କ୍ୟାମ୍ପ ଲଗାଯାଇଥିବା ଦେଖିବାକୁ ମିଳିଛି ।

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ କାର୍ଯ୍ୟାନୁଷ୍ଠାନ; ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ

ଭୁବନେଶ୍ବର: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ । ଦୁଇ ଦୁଇ ଥର ଜେରା ପରେ ନିହାରଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ନିହାରଙ୍କ ଲାପଟପରୁ ଲିକ୍ ହୋଇଥିଲା ପ୍ରଶ୍ନପତ୍ର । କ୍ରାଇମବ୍ରାଞ୍ଚର ଡିଜି ବିନୟତୋଷ ମିଶ୍ରଙ୍କଙ୍କ ସୂଚନା ଅନୁସାରେ, ନିଜ ପାଖରେ ଅଫିସିଆଲ ଲାପଟପ ରଖୁଥିଲେ ନିହାର । ଲାପଟପରୁ ପ୍ରଶ୍ନପତ୍ର ଡିଲିଟ କରିନଥିଲେ ନିହାର। ପୂର୍ବରୁ ଗିରଫ ହୋଇଥିବା ଜିତେନ ମହାରଣାଙ୍କୁ ଜାଣିଶୁଣି ଆକ୍ସେସ ଦେଇଥିଲେ ନିହାର । ଜିତେନଙ୍କ ସହ ବୋର୍ଡ ଉପସଭାପତିଙ୍କ ସମ୍ପର୍କ ଥିଲା । ଜିତେନଙ୍କ ସହ ଫୋନରେ ଅନେକ ଥର ମଧ୍ୟ କଥା ହୋଇଥିଲେ ନିହାର । ପରୀକ୍ଷା ପରିଚାଳନାରେ ଜିତେନଙ୍କ କୌଣସି ଭୂମିକା ନାହିଁ । ୧୧ ବର୍ଷ ହେଲା ପ୍ରଶ୍ନପତ୍ର ପ୍ରସ୍ତୁତିରେ ଗୁରୁ ଦାୟିତ୍ଵ ତୁଲାଇଥିଲେ ନିହାର । ପ୍ରଶ୍ନପତ୍ର ଲିକ୍ ଘଟଣାରେ ପୂର୍ବରୁ ୭ ଜଣଙ୍କୁ ଗିରଫ କରିଥିଲା ତଦନ୍ତକାରୀ ଟିମ୍ ।

ଜୁଲାଇ ୨୦ ତାରିଖରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଓଟିଇଟି ସ୍ଥଗିତ ହୋଇଥିଲା । ଓଟିଇଟି ପରୀକ୍ଷାର ପ୍ରଥମ ଓ ଦ୍ବିତୀୟ ପତ୍ରକୁ ଘୁଞ୍ଚାଇ ଦିଆଗଲା। ପ୍ରଶ୍ନପତ୍ର ଲିକ ହେବାରୁ ପରୀକ୍ଷାକୁ ସ୍ଥଗିତ ରଖାଗଲା। ପରୀକ୍ଷା ସ୍ଥଗିତ ରହିବାରୁ ନିରାଶ ହୋଇଥିଲେ ପ୍ରାୟ ୭୫ ହଜାର ଶିକ୍ଷକ। ତେବେ ପ୍ରଶ୍ନପତ୍ର ଲିକ ଘଟଣା ସହ ପରୀକ୍ଷା ସ୍ଥଗିତକୁ ନେଇ ବର୍ଷିଥିଲା ବିଜେଡି। ଜୁଲାଇ ୨୧ ତାରିଖରେ ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ପ୍ରତିବାଦ କରିଥିଲା ବିଜେଡି। କଟକ ବୋର୍ଡ ଅଫିସ ଆଗରେ ଛାତ୍ର ଓ ଯୁବ ବିଜେଡି ତରଫରୁ ବିକ୍ଷୋଭ କରାଯାଇଥିଲା। ଜୁଲାଇ ୨୨ରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ ଓ ଭାଇରାଲ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ ବୋର୍ଡ କାର୍ଯ୍ୟାଳୟରେ ପଚରାଉଚରା କରିଥିଲା। ବୋର୍ଡର କନଫିଡେନ୍ସିଆଲ ସେକ୍ସନ ଅଧିକାରୀ ଓ କର୍ମଚାରୀଙ୍କୁ ପଚରାଉଚରା କରି ପ୍ରଶ୍ନପତ୍ର ପ୍ରଘଟର ସତ୍ୟତା ଓ ଉତ୍ସ ଜାଣିବାକୁ ଉଦ୍ୟମ କରିଥିଲା କ୍ରାଇମବ୍ରାଞ୍ଚ । ଏହାସହ ଭାଇରାଲ ପ୍ରଶ୍ନପତ୍ର ସମ୍ପର୍କରେ ଅଧିକ ଜାଣିବା ପାଇଁ ସାଇବର ସେଲର ସହାୟତା ଲୋଡିଥିଲା କ୍ରାଇମବ୍ରାଞ୍ଚ । ଜୁଲାଇ ୨୬ରେ ବୋର୍ଡର ୬ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ନିଆଯାଇଥିଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ। କିଛି ସେକ୍ସନ ଅଫିସର ଓ ସହକାରୀ ସମ୍ପାଦକଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଥିଲା। ଜୁଲାଇ ୨୯ ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦର ୨ କର୍ମଚାରୀଙ୍କୁ ଅଟକ ରଖିଥିଲା କ୍ରାଇମବ୍ରାଞ୍ଚ। ପ୍ରଶ୍ନପତ୍ର ଦାୟିତ୍ବରେ ଥିଲେ ଦୁଇ କର୍ମଚାରୀ। ଲିକ ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଥିଲା। ଜୁଲାଇ ୩୦ରେ ଜଣେ ଶିକ୍ଷକଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ। ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ କ୍ରାଇମବ୍ରାଞ୍ଚ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗାଁର ଜଣେ ଶିକ୍ଷକଙ୍କୁ ଉଠାଇ ନେଇଥିଲା। ପ୍ରଶ୍ନପତ୍ର ଲିକ୍ ଘଟଣାରେ ଡଙ୍ଗରବୋରି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ବିଜୟ ମିଶ୍ରଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା। ଜୁଲାଇ ୩୦ରେ ବୋର୍ଡର ଆଉ ଜଣେ ଅଧିକାରୀଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ। ଜୁଲାଇ ୩୦ରେ ମାଷ୍ଟରମାଇଣ୍ଡ ତଥା ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜୀତେନ ମହାରଣାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।

ଜୀତେନ ପ୍ରଥମେ ବୋର୍ଡର ଉପସଭାପତିଙ୍କ ଲ୍ୟାପଟପରୁ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପେନ ଡ୍ରାଇଭରେ ନେଇ ଯାଇଥିଲା। ପରେ ଏହି ପ୍ରଶ୍ନପତ୍ରକୁ ଶିକ୍ଷକ ବିଜୟ ମିଶ୍ର, ସନାତନ ବିଶୋୟୀଙ୍କୁ ଦେଇଥିଲା ଜୀତେନ। ପ୍ରଶ୍ନପତ୍ରକୁ ଦଲାଲ ରାମଜୀ ପ୍ରସାଦ ଗୁପ୍ତାଙ୍କ ମାଧ୍ୟମରେ ଅଜୟ ସାହୁ, ଜୟନ୍ତ ରାଉତଙ୍କୁ ବିକ୍ରି କରାଯାଇଥିଲା। ଜୁଲାଇ ୩୧ରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଦେଇଥିଲେ ପ୍ରତିକ୍ରିୟା। ପ୍ରଶ୍ନପତ୍ର ଲିକ୍ ଘଟଣାରେ ଯେଉଁମାନଙ୍କର ରହିଛି ସଂପୃକ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ। ଅଗଷ୍ଟ ୧ ତାରିଖରେ ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ଶିକ୍ଷକ ଜଣକ ହେଲେ କଳାହାଣ୍ଡି ଜିଲ୍ଳା ଭବାନୀପାଟଣାର ପ୍ରଶାନ୍ତ ଖମାରୀ। OTET ପ୍ରଶ୍ନପତ୍ର ଲିକ୍ ଘଟଣାରେ ସଂପୃକ୍ତି ଥିବା ଅଭିଯୋଗରେ ତାଙ୍କୁ ଭବାନୀପାଟଣା ସଦର ଥାନା ପୋଲିସ ଗିରଫ କରି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବ ବୋଲି ଅଗଷ୍ଟ ୧ ତାରିଖରେ ଘୋଷଣା କରାଗଲା। ଜୁଲାଇ ୩ ତାରିଖରେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ।

ଡୋନାଲ୍ଡ ଟ୍ରମ୍ପ ବନ୍ଧୁ ନାଁ ରେ ବନ୍ଧୁକ, ନାହାଁନ୍ତି ଜଣେ ମଧ୍ୟ ବନ୍ଧୁ

ନନ୍ଦିଘୋଷ ବ୍ୟୁରୋ: ବନ୍ଧୁତ୍ୱ ଏକ ଅବୁଝା ସମ୍ପର୍କ ! … ବିଶ୍ୱାସରେ ଯୋଡ଼ାହେଇଥିବା ଏକ ବନ୍ଧନ । କଥାରେ ଅଛି ଯଦି ତୁମେ ପ୍ରକୃତ ସାଙ୍ଗ ବାଛିପାରୁନ ତାହେଲେ ପ୍ରଥମେ ଦେଖ ଯେ, ସେ ତାର ପୁରୁଣା ବନ୍ଧୁମାନଙ୍କ ସହିତ କିପରି ବ୍ୟବହାର କରୁଛି । କିନ୍ତୁ ଏହି କ୍ଷେତ୍ରରେ ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ବିଫଳ ହୋଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କର ଜଣେ ବି ଭଲ ବନ୍ଧୁ ନାହାନ୍ତି । ସମସ୍ତ ବନ୍ଧୁ ତାଙ୍କୁ ଛାଡି ଚାଲିଯାଇଛନ୍ତି । ସମସ୍ତେ କୁହନ୍ତି ଯେ ଟ୍ରମ୍ପ ଆଦୌ ବିଶ୍ୱସ୍ତ ବନ୍ଧୁ ନୁହଁନ୍ତି। ସେ କେବଳ ବନ୍ଧୁମାନଙ୍କୁ ବ୍ୟବହାର କରନ୍ତି ଏବଂ ପରେ ସେମାନଙ୍କ ସହିତ ବିଶ୍ୱାସଘାତକତା କରନ୍ତି । କଥା ଏବେର ନୁହଁ ବରଂ ବହୁ ପୂର୍ବରୁ ଟ୍ରମ୍ପ ଏହା ସାବ୍ୟସ୍ତ କରିଛନ୍ତି । ତାଙ୍କର ଅନେକ ନିକଟତମ ସହଯୋଗୀ, ସହକର୍ମୀ ଏବଂ ପୁରୁଣା ବନ୍ଧୁଙ୍କୁ ସେ ଧୋକା ଦେଇଛନ୍ତି । ଯଦି ଆପଣ ଟ୍ରମ୍ପଙ୍କ ପାଇଁ ଆବଶ୍ୟକ ଏବଂ ତାଙ୍କ ନୀତି ପାଇଁ ଲଢ଼ନ୍ତି, ତେବେ ଆପଣ ତାଙ୍କର ବନ୍ଧୁ କିନ୍ତୁ ଯଦି ଆପଣ ତାଙ୍କ ସହ ଅସହମତ, ସମାଲୋଚନା କରନ୍ତି କିମ୍ବା ଆପଣଙ୍କର ସ୍ୱାଧୀନତା ଦେଖାନ୍ତି ତେବେ ଆପଣ ଶୀଘ୍ର ତାଙ୍କର  ‘ଶତ୍ରୁ’ ହୋଇଯାଆନ୍ତି ।

ଅସୁସ୍ଥ ବନ୍ଧୁଙ୍କୁ ଟ୍ରମ୍ପ ଛାଡି ଚାଲିଗଲେ

୧୯୮୦ ଦଶକରେ ରୟ କୋନ୍ ନାମକ ଜଣେ ପ୍ରସିଦ୍ଧ ଓକିଲ ଏବଂ ରାଜନୈତିକ ଲବିଷ୍ଟ ଟ୍ରମ୍ପଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କୋନ୍ ଟ୍ରମ୍ପଙ୍କୁ ଆକ୍ରମଣାତ୍ମକ ଭାବରେ ମାମଲା ଲଢ଼ିବା ଏବଂ ଏକ ଭାବମୂର୍ତ୍ତି ବଜାୟ ରଖିବା ଶିଖାଇଥିଲେ । ଟ୍ରମ୍ପ ତାଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି ମାନୁଥିଲେ। ଯେତେବେଳେ ରୟ ଏଡ୍ସରେ ପୀଡିତ ହେଲେ ଏବଂ ତାଙ୍କ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଲେ, ଟ୍ରମ୍ପ ତାଙ୍କଠାରୁ ନିଜକୁ ଦୂରେଇ ରଖିଲେ ଏବଂ ତାଙ୍କୁ କୌଣସି ସମର୍ଥନ ପ୍ରଦାନ କଲେ ନାହିଁ। ଏହା ଟ୍ରମ୍ପଙ୍କ ଚିନ୍ତାଧାରାର ଏକ ପ୍ରାରମ୍ଭିକ ଉଦାହରଣ ଥିଲା – ଯେତେବେଳେ ଜଣେ ଅସୁସ୍ଥ, ଦୁର୍ବଳ କିମ୍ବା “ଅଲୋଡ଼ା” ହୋଇଯାଏ ସେତେବେଳେ ବନ୍ଧୁତା ଭାଙ୍ଗିଯାଏ।

ସାଙ୍ଗକୁ ମିଛୁଆ ଏବଂ ଦୁର୍ବଳ କହିଥିଲେ

ମାଇକେଲ କୋହେନ ବର୍ଷ ବର୍ଷ ଧରି ଟ୍ରମ୍ପଙ୍କ ବ୍ୟକ୍ତିଗତ ଓକିଲ ଏବଂ “ସଂରକ୍ଷକ” ଥିଲେ। ଟ୍ରମ୍ପଙ୍କ ନିର୍ଦ୍ଦେଶରେ ସେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କୁ ଚୁପ୍ ରହିବା ପାଇଁ ଟଙ୍କା ଦେଇଥିଲେ। ଯେତେବେଳେ ଆଇନଗତ ଚାପ ବଢ଼ିଲା, କୋହେନ ଟ୍ରମ୍ପଙ୍କ ବିରୋଧରେ ସାକ୍ଷ୍ୟ ଦେଲେ। ଜବାବରେ, ଟ୍ରମ୍ପ ତାଙ୍କୁ “ମିଛୁଆ” ଏବଂ “ଦୁର୍ବଳ” ବୋଲି କହିଥିଲେ, ଯଦିଓ ଏହି ବ୍ୟକ୍ତି ଜଣକ ବର୍ଷ ବର୍ଷ ଧରି ତାଙ୍କ ପାଇଁ ବେଆଇନ କାମ କରୁଥିଲେ।

ବିଶ୍ବସ୍ତ ସାଙ୍ଗକୁ ଦୂରେଇ ଦେଲେ

୨୦୨୦ ନିର୍ବାଚନ ପରେ, ଗିଉଲିଆନି ଟ୍ରମ୍ପଙ୍କର ସବୁଠାରୁ ବଡ଼ “ଯୋଦ୍ଧା” ହୋଇଗଲେ। ସେ ନିର୍ବାଚନ ଜାଲିଆତିର ଭିତ୍ତିହୀନ ଦାବି କରିବାକୁ କୋର୍ଟକୁ ଯାଇଥିଲେ। ଯେତେବେଳେ ଗିଉଲିଆନିଙ୍କ ଆଇନଗତ ଶୁକ୍ଳ ବୃଦ୍ଧି ପାଇଲା, ସେ ଟ୍ରମ୍ପଙ୍କୁ ସାହାଯ୍ୟ ମାଗିଲେ। ଟ୍ରମ୍ପ କୌଣସି ଆର୍ଥିକ ସହାୟତା ପ୍ରଦାନ କଲେ ନାହିଁ। ଶେଷରେ ଗିଉଲିଆନିଙ୍କୁ ନିଜେ ଟଙ୍କା ପାଇଁ ଆବେଦନ କରିବାକୁ ପଡିଲା।

ସବୁଠାରୁ ବଡ଼ ବିଶ୍ୱାସଘାତକତା ?

ଜାନୁଆରୀ ୬, ୨୦୨୧ ରେ ଉପରାଷ୍ଟ୍ରପତି ମାଇକ୍ ପେନ୍ସଙ୍କୁ ଟ୍ରମ୍ପ “କାପୁରୁଷ” ବୋଲି କହିଥିଲେ। ତାଙ୍କ ସମର୍ଥକମାନେ “ମାଇକ୍ ପେନ୍ସଙ୍କୁ ଫାଶୀ ଦିଅ!” ନାରା ଦେଇ କ୍ୟାପିଟଲ୍ କୋଠାରେ ଆକ୍ରମଣ କରିଥିଲେ କିନ୍ତୁ ଟ୍ରମ୍ପ୍ ନୀରବ ରହିଥିଲେ।

ଜଣେ ଘନିଷ୍ଠ ବନ୍ଧୁ ଦୂରେଇଗଲେ

ପୂର୍ବରୁ ଟ୍ରମ୍ପଙ୍କ ଜଣେ ଘନିଷ୍ଠ ବନ୍ଧୁ ଥିବା ହାୱାର୍ଡ ଷ୍ଟର୍ଣ୍ଣ ଟ୍ରମ୍ପଙ୍କ ନୀତି ଏବଂ ଭାଷଣବାଜିରେ ବିରକ୍ତ ହେବା ପରେ ତାଙ୍କଠାରୁ ଦୂରେଇ ଯାଇଥିଲେ। ସେ କହିଥିଲେ, ଟ୍ରମ୍ପ ଲୋକଙ୍କୁ ବ୍ୟବହାର କରନ୍ତି। ସେନେଟର ଲାମର୍ସ ତାଙ୍କର ପିଲାଦିନର ବନ୍ଧୁ ଥିଲେ। ସେ ଟ୍ରମ୍ପଙ୍କ ସ୍କୁଲ ସାଥୀ ଥିଲେ, କିନ୍ତୁ ପରେ ଟ୍ରମ୍ପ ତାଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ।

କ୍ରିସ୍ କ୍ରିଷ୍ଟିଙ୍କ ସହ ଫାଟ

କ୍ରିଷ୍ଟି ଟ୍ରମ୍ପଙ୍କର ଜଣେ ଭଲ ପରାମର୍ଶଦାତା ଏବଂ ବିଶ୍ୱସ୍ତ ଥିଲେ। ପରେ ଯେତେବେଳେ ସେ ଟ୍ରମ୍ପଙ୍କ ମିଛର ସାମ୍ନା କଲେ, ଟ୍ରମ୍ପ ତାଙ୍କୁ “ମୂର୍ଖ” ଏବଂ “ବୋକା” ବୋଲି କହି ଅପମାନିତ କଲେ।

ଟ୍ରମ୍ପଙ୍କ ବନ୍ଧୁତାରେ ବିଭିନ୍ନ ସର୍ତ୍ତ :

ପ୍ରଶଂସା କରନ୍ତୁ, ନିକଟତର ହୁଅନ୍ତୁ ଏବଂ ସାଙ୍ଗକୁ ବ୍ୟବହାର କରନ୍ତୁ ଲାଭ ଉଠାନ୍ତୁ । ଯଦି ସାଙ୍ଗ ବିରୋଧ କରିବା ମାତ୍ରେ ଅପମାନ କରନ୍ତୁ । ଟ୍ରମ୍ପ ସେହିମାନଙ୍କୁ ପସନ୍ଦ କରନ୍ତି, ଯେଉଁମାନେ ତାଙ୍କ କଥାରେ ସହମତ ହୁଅନ୍ତି। ଯେଉଁମାନେ ତାଙ୍କୁ ଚ୍ୟାଲେଞ୍ଜ କରନ୍ତି ସେମାନେ ବିପଦରେ ପଡ଼ିଥାନ୍ତି ।

ଟ୍ରମ୍ପଙ୍କ “ବନ୍ଧୁତା”ର ପରିଭାଷା

ଟ୍ରମ୍ପଙ୍କ ବନ୍ଧୁତାକୁ ଧୋକା ବୋଲି ବିବେଚନା କରାଯାଏ । ସେ ପ୍ରାୟତଃ ବନ୍ଧୁତାକୁ ଏକ କାରବାର ଭାବରେ ଦେଖନ୍ତି। ଯେଉଁମାନେ ତାଙ୍କୁ ପ୍ରଶଂସା କରନ୍ତି, ବିଶ୍ୱସ୍ତ ରୁହନ୍ତି ଏବଂ ତାଙ୍କ ଏଜେଣ୍ଡାକୁ ଆଗକୁ ବଢ଼ାନ୍ତି, ସେମାନଙ୍କୁ ଟ୍ରମ୍ପଙ୍କ ‘ଭଲ ବନ୍ଧୁ’ ବୋଲି ବିବେଚନା କରାଯାଏ। ନିକଟରେ ଟ୍ରମ୍ପ-ମସ୍କ ଫାଟ ଦେଖିବାକୁ ମିଳିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କର ଅତି ଘନିଷ୍ଠ ଏଲନ୍ ମସ୍କଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ । ଟିକସ ଓ ଖର୍ଚ୍ଚ ସମ୍ବନ୍ଧିତ ବିଲ୍ କୁ ଏଲନ୍ ମସ୍କଙ୍କ ସମାଲୋଚନାକୁ ନେଇ ଖୋଲାଖୋଲି ମସ୍କଙ୍କୁ ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ !

ଟ୍ରମ୍ପ ନିଜେ ଏକ ସାକ୍ଷାତକାରରେ କହିଛନ୍ତି, ସମ୍ପର୍କକୁ ବ୍ୟବସାୟିକ କାରବାର ଭାବରେ ଦେଖନ୍ତି ।  ଭାବପ୍ରବଣ ସମର୍ଥନ ଅପେକ୍ଷା ବିଶ୍ୱସ୍ତତାକୁ ଧ୍ୟାନ ଦିଅନ୍ତି । “ଆବେଗପୂର୍ଣ୍ଣ” ବନ୍ଧୁତାକୁ ଦୁର୍ବଳତା ଭାବରେ ଦେଖନ୍ତି । ସେ ଏପରି ଲୋକଙ୍କୁ ପସନ୍ଦ କରନ୍ତି ଯେଉଁମାନେ ତାଙ୍କୁ ପ୍ରଶଂସା କରନ୍ତି, ତାଙ୍କ ଶକ୍ତି କିମ୍ବା ପ୍ରତିଛବିକୁ ପ୍ରୋତ୍ସାହିତ କରନ୍ତି ଏବଂ କେବେ ମତଭେଦ କରନ୍ତି ନାହିଁ । ଟ୍ରମ୍ପ ଅନେକ ଥର କହିଛନ୍ତି, ମୁଁ ଏକା ରହିବାକୁ ପସନ୍ଦ କରେ, ମୋତେ ବହୁତ ବନ୍ଧୁର ଆବଶ୍ୟକତା ନାହିଁ।

ରାଜ୍ୟରେ ମହିଳା ଅସୁରକ୍ଷିତ, ରାସ୍ତାଘାଟରେ ଚାଲିବାକୁ ଡରିଲେଣି ମହିଳା : ବିଜେଡ଼ି

ଭୁବନେଶ୍ବର: ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି। ଘଟଣାକୁ ୧୫ ଦିନରୁ ଅଧିକ ସମୟ ବିତିଲା। କୌଣସି ଅଭିଯୁକ୍ତଙ୍କୁ ଧରିପାରିଲାନି ପୋଲିସ। କିନ୍ତୁ ବିଭିନ୍ନ ମୋଡ଼ ଦେଇ ଘଟଣାକୁ ମୋଡି ନେଲେ। ପୀଡ଼ିତାଙ୍କୁ ବାହାରକୁ ନେଲେ ଚିକିତ୍ସା ପାଇଁ। ଉପମୁଖ୍ୟମନ୍ତ୍ରୀ ବୟାନ ମଧ୍ୟ ଦେଲେ। ପୀଡ଼ିତାଙ୍କୁ ଭେଟି ଭଲ ଅଛନ୍ତି ବୋଲି କହିଥିଲେ। କିନ୍ତୁ ପୀଡିତାଙ୍କର ଯେଭଳି ମୃତ୍ୟୁ ହେଲା ତାହା ସାଧାରଣ ଲୋକଙ୍କ ମନରେ ଦ୍ବନ୍ଦ୍ୱ ସୃଷ୍ଟି କରୁଛି। ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବା ପାଇଁ ଉଦ୍ୟମ ହୋଇଛି। ସରକାରୀ ଦଳର ଲୋକେ ସମ୍ପୃକ୍ତ ଅଛନ୍ତି ବୋଲି ସନ୍ଦେହ କରାଯାଉଛି। ଯେଉଁଥିପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ପୀଡିତାଙ୍କ ଏଭଳି ଅବସ୍ଥାରେ ଏକୁଟିଆ ବୟାନ କେମିତି ନେଲେ। ସରକାରଙ୍କୁ ସୁହାଇବା ଭଳି ବୟାନ ନିଆଯାଇଥିଲା। ପୋଲିସ ପଦକ୍ଷେପ ନେଲା ନାହିଁ। ଚପଲ, କିରୋସିନ ବୋତଲ ମିଳିଲା କିନ୍ତୁ ଦୋଷୀ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛି ଦଳ।

ଓଡ଼ିଶାରେ ମହିଳା, ଝିଅ ଓ ଛାତ୍ରଛାତ୍ରୀଙ୍କ ଅବସ୍ଥା କଣ ଜଣାପଡୁଛି। କେହି ଏଠି ସୁରକ୍ଷିତ ନୁହଁନ୍ତି। ଗୋପାଳପୁର ଗଣଦୁଷ୍କର୍ମ ନେଇ ଆନ୍ତର୍ଜାତିକ ସ୍ତରରେ ଆଡ଼ଭାଇଜରି ଜାରି କଲେ ଓଡିଶା ସୁରକ୍ଷିତ ନୁହେଁ। ପରୋକ୍ଷରେ ଓଡିଶା ନଯିବାକୁ କହିଲା ଆମେରିକା। ଡବଲ ଇଞ୍ଜିନର ଦୁଇଟି ଇଞ୍ଜିନ ବିପରୀତ ଦିଗରେ ଗତି କରୁଛନ୍ତି। ବାପା ମା ମାନେ ଝିଅକୁ କଲେଜ ଛାଡିବାକୁ ଡରିଲେଣି। ମହିଳାମାନେ ରାସ୍ତାକୁ ଓହ୍ଲାଇବାକୁ ଡରିଲେଣି। ବିଜେପି କର୍ମୀମାନେ ଯେଭଳି ହେଉଛନ୍ତି ସେମାନେ ଡ଼ରର ବାତାବରଣ ସୃଷ୍ଟି କରୁଛନ୍ତି। ଅନ୍ୟାୟ ଅତ୍ୟାଚାର ବଢୁଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଶୁଣୁନାହାନ୍ତି।

ଜିଲା ବ୍ଲକ ସ୍ତରରେ ଲଢେଇ ଜାରି ରଖିବ ବିଜେଡି। ଯିଏ ସୁଶାସନ ଦେବ ତାକୁ ଛାଡ଼ନ୍ତୁ ଶାସନ ଦାୟିତ୍ୱ। ମହିଳା ନିର୍ଯାତନା ପ୍ରସଙ୍ଗରେ ଉପଯୁକ୍ତ ଦଣ୍ଡ ମିଳୁ। ମହିଳାଙ୍କୁ ସୁରକ୍ଷା ଦିଅନ୍ତୁ ସରକାର। ପୀଡିତାଙ୍କ ମୃତ୍ୟୁର ୧୦ ମିନିଟ ପରେ ରାଜନୀତି କରନି ବୋଲି ପୋଲିସର ନିର୍ଦେଶ ଆସିଲା। କିନ୍ତୁ ଏହି ଦୁଃଖଦ ଘଟଣା ପାଇଁ ପୋଲିସ କରିଛି କଣ। ଓଲଟା ପୋଲିସ ଲୋକଙ୍କୁ ଧମକ ଦେବା କାର୍ଯ୍ୟ କରୁଛି।

ପୁଣି ସାମ୍ନାକୁ ଆସିଲା ଫେଭର ଘଟଣା ; ଅଭିଯୁକ୍ତ ନାଁରେ ମାମଲା ରୁଜୁ

ଜଗତସିଂହପୁର: ପୁଣି ସାମ୍ନାକୁ ଆସିଲା ଫେଭର ଘଟଣା। ଜଗତସିଂହପୁର ଜିଲ୍ଲା ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟର ସଭ୍ୟ ବିବେକାନନ୍ଦ ବଳଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ହୋଇଛି । ସେହି କାର୍ଯ୍ୟାଳୟର ସାମାଜିକ କୋଡ଼ିନେଟର ଯୁବତୀଙ୍କୁ ଫେଭର ମାଗିବା ସହିତ ଅସଦାଚରଣ କରିଥିବା ଖବର ସାମ୍ନାକୁ ଆସିଛି । ଏନେଇ ପୀଡ଼ିତା ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଏକ ମାମଲା ରୁଜୁ ପରେ ଥାନାରେ ପୀଡ଼ିତାଙ୍କ ବୟାନ ରେକର୍ଡ ସହ ଡ଼ାକ୍ତରୀ ମାଇନା କରାଯାଇଛି ।

ସେପଟେ ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି । ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସ ଜିଲ୍ଲା ଶିଶୁ ସୁରକ୍ଷା ସମିତି କାର୍ଯ୍ୟାଳୟରୁ ଆଲୋଚନା କରି ଫେରିବା ପରେ ଏଭଳି ଚେତାବନୀ ଦେଇଛନ୍ତି। ସେପଟେ ଅଭିଯୁକ୍ତ ଶିଶୁ ମଙ୍ଗଳ କମିଟିର ସଭ୍ୟ ବିବେକାନନ୍ଦ ବଳଙ୍କୁ ମେଡ଼ିକାଲ ପରୀକ୍ଷା କରାଯାଇଛି।

ମାନସିକ ଦୁଃଶ୍ଚିନ୍ତାରୁ ସେ ଜୀବନ ନେଇଛି, ଦୁଃଶ୍ଚିନ୍ତାର କାରଣ କ’ଣ ସ୍ପଷ୍ଟ ହୋଇନି ..

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଏମ୍ସରେ ଚାଲିଛି ବଳଙ୍ଗା ପୀଡ଼ିତାଙ୍କର ବ୍ୟବଚ୍ଛେଦ । ଶବ ବ୍ୟବଚ୍ଛେଦ ପରେ ଅପରାହ୍ନରେ ମର ଶରୀରକୁ ଓଡି଼ିଶା ଅଣାଯିବ । ଝିଅର ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ବାପା ଓ ପରିବାର ଲୋକେ । ତାଙ୍କ ବାପା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଝିଅ ତ ଏବେ ତାଙ୍କ ପାଖରେ ନାହିଁ । ମାନସିକ ଦୁଃଶ୍ଚିନ୍ତାରୁ ସେ ନିଜର ଜୀବନ ନେଇଛି । ମୋ ଝିଅର ଆତ୍ମା ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି । ତେବେ କଣ ପାଇଁ ମାନସିକ ଦୁଃଶ୍ଚିନ୍ତା ଥିଲା, କାହିଁକି ସେ ଦୁଃଶ୍ଚିନ୍ତା ଥିଲା, ତାହା ଏଯାଏ ସ୍ପଷ୍ଟ ହୋଇପାରିନି । ବାପା ବି ସେହି କଥା ଏଯାଏଁ କହିନାହାନ୍ତି।

ରହସ୍ୟ ଭିତରେ ରହିଯାଇଛି ପୂରା ଘଟଣା । ଅନ୍ୟପଟେ ଗାଁରେ କବର ଖୋଳା ଚାଲିଥିବା ବେଳେ, ଆଇନ ଶୃଙ୍ଖଳା ସ୍ଥିତିକୁ ନଜରରେ ରଖି ପୀଡ଼ିତାଙ୍କ ଘର ଆଗରେ ସୁରକ୍ଷାକୁ କଡାକଡି କରାଯାଇଛି । ବଳଙ୍ଗା ଥାନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଥାନା ନିକଟରେ ପହଞ୍ଚିଲେ ଆହୁରି ୨ ପ୍ଲାଟୁନ ଫୋର୍ସ ।

ମହିଳାଙ୍କ ପରି ପୁରୁଷଙ୍କର ହୁଏ ମେନୋପଜ୍, ଜାଣନ୍ତୁ ଏହାର ଲକ୍ଷଣ ..

ନନ୍ଦିଘୋଷ ବ୍ୟୁରୋ: ଯେତେବେଳେ ଆମେ ମେନୋପଜ୍ ଶବ୍ଦଟି ଶୁଣୁ, ଅଧିକାଂଶ ଲୋକ ଭାବନ୍ତି ଯେ ଏହା କେବଳ ମହିଳାଙ୍କ ସହିତ ଜଡିତ ଏକ ସମସ୍ୟା କାରଣ ୪୫ ରୁ ୫୫ ବର୍ଷ ବୟସ ମଧ୍ୟରେ ମହିଳାଙ୍କ ମାସିକ ଋତୁସ୍ରାବ ବନ୍ଦ ହୋଇଯାଏ, ଯାହାକୁ ମେନୋପଜ୍ କୁହାଯାଏ। ଏହା ଇଷ୍ଟ୍ରୋଜେନ୍ ହରମୋନ୍ ଅଭାବରୁ ଘଟେ। ମେନୋପଜ୍ ସମୟରେ, ମହିଳାଙ୍କ ମାସିକ ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ପୁରୁଷମାନଙ୍କ ମଧ୍ୟରେ ମଧ୍ୟ ମେନୋପଜ୍ ଭଳି ଏକ ପର୍ଯ୍ୟାୟ ଆସେ, ଯାହାକୁ ପୁରୁଷ ମେନୋପଜ୍ କିମ୍ବା ଡାକ୍ତରୀ ଭାଷାରେ ଆଣ୍ଡ୍ରୋପଜ୍ କୁହାଯାଏ। ଆସନ୍ତୁ, ଜାଣିବା ମହିଳାଙ୍କ ପରି ପୁରୁଷମାନଙ୍କ ମଧ୍ୟରେ ମେନୋପଜ୍ କ’ଣ ଏବଂ ଏହାର ଲକ୍ଷଣ କ’ଣ?

ମହିଳାଙ୍କ ପରି ପୁରୁଷମାନଙ୍କର ହୁଏ ମେନୋପଜ୍
ପୁରୁଷମାନଙ୍କ ବୟସ ବଢ଼ିବା ସହିତ, ସେମାନଙ୍କ ଶରୀରରେ ମଧ୍ୟ ହରମୋନ ପରିବର୍ତ୍ତନ ହେବା ଆରମ୍ଭ ହୁଏ। ଯେଉଁଥିରେ ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି ଟେଷ୍ଟୋଷ୍ଟେରନ୍ ହରମୋନ୍ ହ୍ରାସ। ଏହି ହରମୋନ୍ ପୁରୁଷମାନଙ୍କର ଯୌନ କ୍ଷମତା, ଶକ୍ତି, ମାଂସପେଶୀ ଏବଂ ମନୋଭାବକୁ ପ୍ରଭାବିତ କରେ। ଯେତେବେଳେ୪୦ବର୍ଷ ବୟସ ପରେ, ପୁରୁଷମାନଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ ସ୍ତର ପ୍ରତିବର୍ଷ ପ୍ରାୟ 1 ପ୍ରତିଶତ ହ୍ରାସ ପାଇବାକୁ ଲାଗେ ଏହି ପରିବର୍ତ୍ତନଗୁଡ଼ିକ ଧୀରେ ଧୀରେ ଘଟେ, ତେଣୁ ଏହାକୁ ନୀରବ ମେନୋପଜ୍ ମଧ୍ୟ କୁହାଯାଏ, ଅର୍ଥାତ୍, ମହିଳାଙ୍କ ପରି, ପୁରୁଷମାନଙ୍କ ମଧ୍ୟ ମେନୋପଜ୍ ହୁଏ, ଯାହାକୁ ପୁରୁଷ ମେନୋପଜ୍ କିମ୍ବା ଆଣ୍ଡ୍ରୋପଜ୍ କୁହାଯାଏ। ଏହା ବାର୍ଦ୍ଧକ୍ୟ, ଚାପ, ଖରାପ ଖାଦ୍ୟ ଏବଂ ଜୀବନଶୈଳୀ, ଅତ୍ୟଧିକ ମଦ୍ୟପାନ କିମ୍ବା ଧୂମପାନ, ମଧୁମେହ, ଉଚ୍ଚ ରକ୍ତଚାପ କିମ୍ବା ବ୍ୟାୟାମର ଅଭାବ ପରି କିଛି ଦୀର୍ଘକାଳୀନ ରୋଗ ଯୋଗୁଁ ହୋଇଥାଏ ।

ପୁରୁଷ ମେନୋପଜ୍ର ଲକ୍ଷଣଗୁଡ଼ିକ କ’ଣ?

ପୁରୁଷ ମେନୋପଜ୍ ସମୟରେ, ପୁରୁଷମାନେ ଶାରୀରିକ, ମାନସିକ ଏବଂ ଯୌନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଯେମିତିକି ..

୧. ସବୁବେଳେ କ୍ଳାନ୍ତ ଅନୁଭବ କରିବା, ମନ ପରିବର୍ତ୍ତନ କିମ୍ବା ଡିପ୍ରେସନ

୨. କୌଣସି କାମରେ ଆଗ୍ରହର ଅଭାବ, ଆତ୍ମବିଶ୍ୱାସର ଅଭାବ, ନିଦ୍ରା ଅଭାବ କିମ୍ବା ବାରମ୍ବାର ନିଦ୍ରାରେ ବ୍ୟାଘାତ

୩. ଓଜନ ବୃଦ୍ଧି, ମାଂସପେଶୀ ଦୁର୍ବଳତା, ସ୍ତନ ଫୁଲିଯିବା କିମ୍ବା ବୃଦ୍ଧି, ଏବଂ ହାଡ଼ ଦୁର୍ବଳ ହେବା

୪. ପୁରୁଷମାନଙ୍କ ପାଇଁ ଲିଙ୍ଗଗତ ସମସ୍ୟା, ପ୍ରଜନନ କ୍ଷମତା ହ୍ରାସ, କେଶ ଝଡ଼ିବା କିମ୍ବା ଶରୀରରେ ଗରମ ଅନୁଭବ

୫. ପୁରୁଷମାନଙ୍କ ପାଇଁ ଅଣ୍ଡକୋଷର ଛୋଟ ଆକାର ଏକ ଲକ୍ଷଣ

ପୁରୁଷ ମେନୋପଜ୍ କିପରି ମ୍ୟାନେଜ କରିବେ ?

ବିଶେଷଜ୍ଞଙ୍କ ମତରେ, ପୁରୁଷମାନଙ୍କ ମେନୋପଜ୍କୁ ନିୟନ୍ତ୍ରଣ କରାଯାଇପାରିବ। ଏଥିପାଇଁ, କିଛି ସରଳ ପରିବର୍ତ୍ତନ କରନ୍ତୁ ଯେପରିକି ଆପଣଙ୍କର ଜୀବନଶୈଳୀ ପରିବର୍ତ୍ତନ କରନ୍ତୁ, ଉପଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ଆପଣଙ୍କ ଖାଦ୍ୟରେ ଫଳ, ପନିପରିବା, ଶସ୍ୟ ଏବଂ ପ୍ରୋଟିନ୍ ସାମିଲ କରନ୍ତୁ। ଏହା ସହିତ ନିୟମିତ ବ୍ୟାୟାମ କରନ୍ତୁ। ନିୟମିତ ବ୍ୟାୟାମ ମାଂସପେଶୀକୁ ମଜବୁତ କରେ । ପୁରୁଷ ମେନୋପଜ୍କୁ ପରିଚାଳନା କରିବା ପାଇଁ, ଯଥେଷ୍ଟ ନିଦ ନିଅନ୍ତୁ ଏବଂ ଚାପରୁ ଦୂରରେ ରୁହନ୍ତୁ। ଧ୍ୟାନ ଏବଂ ଯୋଗ କରନ୍ତୁ କିମ୍ବା ସଚେତନ ରୁହନ୍ତୁ। ଯଦି ଟେଷ୍ଟୋଷ୍ଟେରନ୍ ସ୍ତର ବହୁତ କମ୍ ଥାଏ, ତେବେ ଆପଣ ହରମୋନ୍ ରିପ୍ଲେସମେଣ୍ଟ ଥେରାପି ନେଇପାରିବେ। ମାଂସପେଶୀ ହ୍ରାସ ଏବଂ ଯୌନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ଫିଜିଓଥେରାପିଷ୍ଟଙ୍କ ସାହାଯ୍ୟ ନିଆଯାଇପାରେ।

 

ବିପଦରେ ଗୋପନୀୟତା ! ChatGPTର ଏହି ଫିଚର ଯୋଗୁଁ ଗୁଗୁଲରେ ହଜାର ହଜାର ଚାଟ୍ ‘ଲିକ୍’

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ପ୍ରାୟ ସମସ୍ତେ ବ୍ୟସ୍ତ ରହୁଛନ୍ତି । ପିଲାଠୁ ବୟସ୍କ ଯାଏଁ ସମସ୍ତେ ବ୍ୟବହାର କରୁଛନ୍ତି ଇଣ୍ଟରନେଟ୍‌ । ଗୁଗଲ, ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ପରି ଅନେକ ସୋସିଆଲ୍‌ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି । ହେଲେ ଆପଣ ଜଣନ୍ତି କି… ଆପଣ ବ୍ୟବହାର କରୁଥିବା ସୋସିଆଲ୍‌ ମିଡିଆ ଦ୍ୱାରା ଆପଣଙ୍କ ତଥ୍ୟ ବା ଡାଟା ଚୋରି ହେଉଛି । ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ChatGPT ଦ୍ବାରା ଡାଟା ପ୍ରାଇଭେସୀ ଲିକ୍ ହେଉଛି । ସୋସିଆଲ ମିଡିଆରେ ପିଲାମାନଙ୍କର ଗୋପନୀୟତା ବିପଦରେ ଥିବା କୁହାଯାଇଛି । ଯଦି ଆପଣ ChatGPT ବ୍ୟବହାର କରୁଛନ୍ତି ତାହେଲେ ହେଇଯାଆନ୍ତୁ ସାବଧାନ ! ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ଆପଣଙ୍କର ସମସ୍ତ ଚାଟ୍ Google Search ରେ ଦୃଶ୍ୟମାନ ହେଉଛି । ଏବେ OpenAI ନିଶ୍ଚିତ କରିଛି ଯେ ଏହା ସୃଷ୍ଟି କରୁଥିବା ବୈଶିଷ୍ଟ୍ୟକୁ ବନ୍ଦ କରିଦିଆଯାଇଛି। ଏହା ଉଲ୍ଲେଖନୀୟ ଯେ ChatGPT Search ଫିଚର୍ ଯୋଗୁଁ ହଜାର ହଜାର ଚାଟ୍ ପବ୍ଲିକ୍ ଡୋମେନରେ ଥିଲା, ସରଳ ଭାଷାରେ ଏହାର ଅର୍ଥ ହେଉଛି ଯେ ଆପଣ ଏହି AI ଟୁଲ୍ ସହିତ ଯାହା କଥା ହେଉଥିଲେ ତାହା Google ରେ ଦୃଶ୍ୟମାନ ହେଉଥିଲା ।

OpenAIର ମୁଖ୍ୟ ସୂଚନା ସୁରକ୍ଷା ଅଧିକାରୀ ଡାନ୍ ଷ୍ଟକି X (ଟ୍ୱିଟର) ରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ ସର୍ଚ୍ଚ ଇଞ୍ଜିନରେ ChatGPT ଚାଟ୍ ଦେଖାଉଥିବା ଫିଚରକୁ ହଟାଇ ଦିଆଯାଇଛି। ପୋଷ୍ଟରେ ସେ ଲେଖିଛନ୍ତି ଯେ ଏହି ଫିଚରକୁ ଏକ ପରୀକ୍ଷଣ ଭାବରେ ଚଲାଯାଉଛି। ଡାନ୍ ଷ୍ଟକି କହିଛନ୍ତି ଯେ ଉପଭୋକ୍ତାମାନଙ୍କୁ ଏହି ଫିଚର ପାଇଁ ଅପ୍ଟ-ଇନ୍ କରିବାକୁ ପଡିବ, ପ୍ରଥମେ ସେୟାର କରିବାକୁ ଚାଟ୍ ଚୟନ କରିବାକୁ ପଡିବ ଏବଂ ତା’ପରେ ସର୍ଚ୍ଚ ଇଞ୍ଜିନ ସହିତ ସେୟାର କରିବାକୁ ଚେକବକ୍ସ ଉପରେ କ୍ଲିକ୍ କରିବାକୁ ପଡିବ।

ସେ କହିଛନ୍ତି, ଶେଷରେ ଆମେ ଏହି ଫିଚର ଲୋକମାନଙ୍କୁ ଭୁଲବଶତଃ ଏପରି ଜିନିଷ ସେୟାର କରିବାର ଅନେକ ସୁଯୋଗ ଦେଇଛି ଯାହା ସେମାନେ ସେୟାର କରିବାକୁ ଚାହୁଁ ନଥିଲେ, ତେଣୁ ଆମେ ଏହି ବିକଳ୍ପକୁ ହଟାଇ ଦେଉଛୁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ChatGPT ଏହା ଜାଣିଶୁଣି କରିନାହିଁ, କେବଳ ଏହି ଫିଚର ବ୍ୟବହାର କରିଥିବା ଲୋକଙ୍କ ଚାଟ୍ ଗୁଗୁଲରେ ଦୃଶ୍ୟମାନ ହେଉଥିଲା। ଏହି ଫିଚର ବ୍ୟବହାର କରିବା ଦ୍ୱାରା, ଏକ ଲିଙ୍କ୍ ଜେନେରେଟ୍ ହୁଏ ଯାହାକୁ ସେୟାର କରାଯାଇପାରିବ। ଷ୍ଟକି ଏହା ମଧ୍ୟ କହିଛନ୍ତି ଯେ ଆମେ ଇଣ୍ଟରନେଟରେ ଦେଖାଯାଇଥିବା ଚାଟ୍ ହଟାଇବାକୁ ସର୍ଚ୍ଚ ଇଞ୍ଜିନ୍ ସହିତ ମିଶି କାମ କରୁଛୁ।