spot_img
Home Blog Page 618

ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ

ନନ୍ଦିଘୋଷ ବ୍ୟୁରୋ ; ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ତଦନ୍ତରି ପୋର୍ଟ। ଏୟାର ଇଣ୍ଡିଆର ବୋଇଂ ୭୮୭ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଏହି ଦୁର୍ଘଟଣା ଉପରେ ଏକ ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଉଡ଼ାଣ ଭରିବା ପରେ ଉଭୟ ଇଞ୍ଜିନ୍ ହଠାତ୍ ବନ୍ଦ ହୋଇଯାଇଥିଲା। ଯେଉଁ କାରଣରୁ ବିମାନଟି ଉଠିବାକୁ ଆଉ ଶକ୍ତି ପାଇପାରିଲା ନାହିଁ । ଏହି କାରଣରୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। AAIB ରିପୋର୍ଟ ଅନୁଯାୟୀ, ବିମାନଟି ଠିକ୍ ଭାବରେ ଉଡ଼ାଣ ଭରିଥିଲା। ଏହା ପରେ, ସବୁକିଛି ସ୍ୱାଭାବିକ ଥିଲା ଏବଂ ଏହା ଆବଶ୍ୟକ ଉଚ୍ଚତାରେ ମଧ୍ୟ ପହଞ୍ଚିଥିଲା। କିନ୍ତୁ ତା’ପରେ ଉଭୟ ଇଞ୍ଜିନର ଇନ୍ଧନ ସ୍ୱିଚ୍ RUNରୁ CUTOFFକୁ ଘୁଞ୍ଚିଗଲା। ଏହାର ଅର୍ଥ ହେଉଛି ଇଞ୍ଜିନକୁ ଇନ୍ଧନ ମିଳିବା ବନ୍ଦ ହୋଇଗଲା। ଯେତେବେଳେ ଇନ୍ଧନ ଇଞ୍ଜିନ ପର୍ଯ୍ୟନ୍ତ ପହଞ୍ଚିଲା ନାହିଁ ସେତେବେଳେ ଇଂଜିନ ବନ୍ଦ ହୋଇଗଲା।  ଶକ୍ତି ମିଳିବା ବନ୍ଦ ହୋଇଯିବାରୁ ପ୍ଲେନ୍ ଦୁର୍ଘଟଣାଗ୍ରସ୍ତ ହେଲା। ପାଇଲଟମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ପ୍ରକାଶ ପାଇଛି। ରିପୋର୍ଟରେ ଉଡ଼ାଣର ଦୁଇ ପାଇଲଟ୍ ସୁମିତ ସବରୱାଲ ଏବଂ ସହ-ପାଇଲଟ୍ କ୍ଲାଇଭ୍ କୁନ୍ଦରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ପ୍ରକାଶ ପାଇଛି । ଇଞ୍ଜିନ୍ କାହିଁକି ବନ୍ଦ ହୋଇଗଲା ଏହା ସବୁଠାରୁ ବଡ଼ ପ୍ରଶ୍ନ। ରିପୋର୍ଟରୁ ଜଣାପଡୁଛି ଯେ ଏହା ଏକ ଯାନ୍ତ୍ରିକ ତ୍ରୁଟି ହୋଇପାରେ। ତଥାପି ଏଥିରେ ମାନବଜନିତ ତ୍ରୁଟି ହେବାର ମଧ୍ୟ ସମ୍ଭାବନା ରହିଛି। ବିମାନ ଦୁର୍ଘଟଣାର ଏକ ବିସ୍ତୃତ ତଦନ୍ତ ଏବେ ଚାଲିଛି। ବର୍ତ୍ତମାନ ଉଭୟ ଇଞ୍ଜିନ କିପରି ଆପେ ଆପେ ବନ୍ଦ ହୋଇଗଲା ତାହା ତଦନ୍ତ କରାଯାଉଛି।

ଆଜିଠୁ ସାରା ରାଜ୍ୟରେ ଗଡ଼ିଲା ବସ୍

ଭୁବନେଶ୍ବର : ରାଜ୍ୟ ଘରୋଇ ବସ ମାଲିକ ସଂଘର ନିଷ୍ପତ୍ତି ଅନୁସାରେ ଆଜିଠୁ ସାରା ରାଜ୍ୟରେ ଗଡ଼ିଲା ବସ୍ । ଗତକାଲି ବସ ଚଳାଚଳ ନେଇ ସୂଚନା ଦେଇଥିଲେ ଘରୋଇ ବସ ମାଲିକ ସଂଘ। ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସଂଘ ନେଇଛି ନିଷ୍ପତ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପୋଲିସ ଓ ପ୍ରଶାସନର ସହାୟତା ନିଆଯିବ। ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ପାଇଁ ଦାବି ହୋଇଛି। ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁଁ ବନ୍ଦ ଥିଲା ବସ ଚଳାଚଳ। ଡ୍ରାଇଭର ମହାସଂଘ ଜିଦଖୋର ମନୋଭାବରୁ ନିବୃତ ରହିବାକୁ କଟକ ବସ ମାଲିକ ସଂଘ ନିବେଦନ କରିଛି। ଯଦି ସରକାର ଡ୍ରାଇଭର ମହାସଂଘର ଦାବିକୁ କିଛିଟା ମାନି ନେଇଛନ୍ତି ତାହେଲେ ସେମାନଙ୍କୁ ଲେଖି କରି ଦେବାରେ ଅସୁବିଧା କେଉଁଠି ରହିଛି। ଏହାସହିତ ଆମେ ବସଚଳାଚଳା କାଁ ଭାଁ ଜାରି ରଖିଥିଲୁ। କିନ୍ତୁ ବାଟରେ ଆମ ଗାଡ଼ିକୁ ଅଟକାଇ କେତେକ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏହି କ୍ଷତିର ଭରଣା କରିବ କିଏ ? ଏ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ଯ ବସ ମାଲିକ ସଂଘ। ସେପଟେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ଟ୍ରକ୍ ପରିବହନ ବନ୍ଦ ରହିଛି। ବିଭିନ୍ନ ସ୍ଥାନରୁ ଆସି ପାରୁନି ଜିନିଷପତ୍ର। ଆନ୍ଦୋଳନ ଯୋଗୁ ଗଡ଼ୁନି ଟ୍ରକ।ଏନେଇ ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ସଂଘ ସାଧାରଣ ସମ୍ପାଦକ କହିଛନ୍ତି, ସମସ୍ତ ଡ୍ରାଇଭର ଧର୍ମଘଟରେ ଅଛନ୍ତି। ତେଣୁ ମାଲିକମାନେ ନିରୁପାୟ। ଏଭଳି ସ୍ଥିତିରେ ବସ ମାଲିକ ସଂଘ କେମିତି ଗାଡ଼ି ଚଳାଇବେ, ତାହା ସେମାନଙ୍କୁ ଜଣା। କିନ୍ତୁ ଧର୍ମଘଟ ପ୍ରତ୍ୟାହାର ନେଇ ଡ୍ରାଇଭର ମହାସଂଘ କୌଣସି ସୂଚନା ଦେଇନଥିବା କହିଛନ୍ତି ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ସଂଘ ସାଧାରଣ ସମ୍ପାଦକ।

ଆସନ୍ତା ୪ ଦିନ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ବର୍ଷାର ସମ୍ଭାବନା।ପାଣିପାଗ ବିଭାଗ ପକ୍ଷରୁ ଏହି ଆକଳନ କରାଯାଇଛି। ଅନେକ ସ୍ଥାନରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ହୋଇପାରେ। ଘୂର୍ଣ୍ଣିବଳୟ ପାଇଁ ଏକ ଟ୍ରପ୍ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଅନେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବ। ଆଜି ନୂଆପଡ଼ା, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହିତ ବଜ୍ରପାତ ହେବ। ତେଣୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ବି ଅଛି। ଏହା ସହିତ ବଲାଙ୍ଗିର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ଦେଓଗଡ଼, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଜୋର୍ ବର୍ଷା ସହିତ ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ଆସନ୍ତା ୧୬ ତାରିଖ ଯାଏ ସାରା ରାଜ୍ୟରେ ଏପରି ପାଣିପାଗ ଲାଗି ରହିବ।

ଲିପଷ୍ଟିକ୍ ଗଛରୁ ତିଆରି ହେବ ଜୈବିକ ସିନ୍ଦୁର, ହେବନି ଚର୍ମ ସଂକ୍ରମଣ

ନନ୍ଦିଘୋଷ ବ୍ୟୁରୋ ; ଏବେ ବିହାରରେ ବଡ଼ ପରିମାଣରେ ଜୈବିକ ସିନ୍ଦୁର ଚାଷ ହେବ । ଏଥିପାଇଁ ବିହାର କୃଷି ବିଶ୍ୱବିଦ୍ୟାଳୟ ପଦକ୍ଷେପ ନେଇଛି। ବିଶ୍ୱବିଦ୍ୟାଳୟ ଏହାର କ୍ୟାମ୍ପସରେ ‘ବିକ୍ସା ଓରେଲାନା’ ନାମକ ୨୦୦ଟି ଗଛ ଲଗାଇଛି । ଯେଉଁ ଗଛକୁ ସାଧାରଣତଃ ଲିପଷ୍ଟିକ୍ ଗଛ ଭାବରେ ଜଣାଯାଇଥାଏ। ଏହି ଗଛରୁ ମିଳୁଥିବା ରଙ୍ଗକୁ ସିନ୍ଦୁର ଭାବରେ ବ୍ୟବହାର କରାଯାଏ, ଯାହା ସମ୍ପୂର୍ଣ୍ଣ ଜୈବିକ ଓ ଖାଦ୍ୟ ସାମଗ୍ରୀରେ ମଧ୍ୟ ସୁରକ୍ଷିତ ଭାବରେ ବ୍ୟବହାର କରାଯାଇପାରିବ। ବର୍ତ୍ତମାନ ବଜାରରେ ଉପଲବ୍ଧ ଅଧିକାଂଶ ସିନ୍ଦୁର ରାସାୟନିକ, ଯାହାକୁ ମହିଳାମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ। ଏପରି ପରିସ୍ଥିତିରେ, ଜୈବିକ ସିନ୍ଦୁର ଏକ ନିରାପଦ ଓ ଲାଭଦାୟକ ବିକଳ୍ପ ଭାବରେ ଉଭା ହେଉଛି। BAU ପୂର୍ବରୁ ମଧୁବଣୀ ଜିଲ୍ଲାରେ ଏହାର ଚାଷ ଆରମ୍ଭ କରିଥିଲା ​​ଓ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ପରିସରରେ ମଧ୍ୟ ଏହି ଗଛଗୁଡ଼ିକ ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଉଛି।

ବର୍ତ୍ତମାନ, ଲଗାଯାଇଥିବା ୨୦୦ଟି ଗଛ ଧୀରେ ଧୀରେ ବଢ଼ୁଛି। ବୈଜ୍ଞାନିକଙ୍କ ମତରେ, ୨ ରୁ ୩ ବର୍ଷ ମଧ୍ୟରେ ଏହି ଗଛଗୁଡ଼ିକ ଫଳ ଦେବା ଆରମ୍ଭ କରିବ । ଯାହାରୁ ଜୈବିକ ସିନ୍ଦୁର ପ୍ରସ୍ତୁତ ହେବ। ଏହା ପରେ, ତାଲିମ କାର୍ଯ୍ୟକ୍ରମ କରାଯିବ ଓ ଚାଷୀମାନଙ୍କୁ ସେମାନଙ୍କ ମଧ୍ୟରେ ଏହି ଚାଷକୁ ଲୋକପ୍ରିୟ କରିବା ପାଇଁ ଉତ୍ସାହିତ କରାଯିବ। ଜୈବିକ ପଦ୍ଧତିରେ BAU ଦ୍ୱାରା ପ୍ରସ୍ତୁତ ପ୍ରଥମ ସିନ୍ଦୂର ଏହାର ପ୍ରାକୃତିକ ସୁଗନ୍ଧ ଓ ଗୁଣବତ୍ତା ଯୋଗୁଁ ବିଶେଷ ସ୍ୱୀକୃତି ପାଇଛି। ଏଥିରେ ଔଷଧୀୟ ଗୁଣ ମଧ୍ୟ ମିଳିଛି, ଯାହା ଏହାକୁ ଅନ୍ୟ ସିନ୍ଦୂରଠାରୁ ଭିନ୍ନ କରିଥାଏ। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ସିନ୍ଦୂର କେବଳ ପାରମ୍ପରିକ ସାଜସଜ୍ଜା ପାଇଁ ଉପଯୋଗୀ ନୁହେଁ, ବରଂ ଚର୍ମ ରୋଗ, ଆଖି ସଂକ୍ରମଣ ଓ କର୍କଟ ରୋଗ ଭଳି ଗମ୍ଭୀର ରୋଗରେ ମଧ୍ୟ ଲାଭଦାୟକ ପ୍ରମାଣିତ ହୋଇପାରେ।

BAUର ଭାଇସ୍ ଚାନ୍ସେଲର ଡକ୍ଟର ଡି.ଆର. ସିଂହ ଏହି ପଦକ୍ଷେପକୁ ବଡ଼ ପରିମାଣରେ ସଫଳ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ସେ ଚାହାଁନ୍ତି ଯେ ରାଜ୍ୟର ବିଭିନ୍ନ ଗାଁରେ ଯଥାଶୀଘ୍ର ଜୈବିକ ସିନ୍ଦୁର ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରାଯାଉ, ଯାହା ଦ୍ଵାରା ମହିଳାମାନେ ନିଯୁକ୍ତି ପାଇପାରିବେ ଓ ମହିଳା ସଶକ୍ତିକରଣ ମଧ୍ୟ ସୁଦୃଢ଼ ​​ହେବ।

ବେଙ୍ଗଳୁରୁ ଦଳାଚକଟା ଘଟଣା, ସରକାରଙ୍କୁ ରିପୋର୍ଟ ଦେଲେ ତଦନ୍ତ କମିଶନ

ନନ୍ଦିଘୋଷ ବ୍ୟୁରୋ : ଆଇପିଏଲ୍ ଚାମ୍ପିଅନ ଆରସିବି ସେଲିବ୍ରେସନ ବେଳେ ବେଙ୍ଗଳୁରୁ ଦଳାଚକଟା ଘଟଣାର ରିପୋର୍ଟ ଆସିଛି। ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ଜଷ୍ଟିସ୍ ମାଇକେଲ୍ କୁନ୍ନା। ଗତ ଜୁନ ୪ ତାରିଖରେ ଚିନ୍ନାସ୍ଵାମୀ ଷ୍ଟାଡିୟମ ବାହାରେ ଏହି ଅଘଟଣ ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ସହିତ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଚଳିତ ବର୍ଷ ଆରସିବି ପ୍ରଥମ ଥର ପାଇଁ ଆଇପିଏଲ୍ ଚାମ୍ପିୟନ ହୋଇଥିବାରୁ ଏହି ଭିକଟ୍ରି ସେଲିବ୍ରେସନ କରାଯାଉଥିଲା। ଲକ୍ଷାଧିକ ଲୋକ ହଠାତ ଜମା ହେବାରୁ ଭିଡ଼ ହେବା ସହିତ ଦଳାଚକଟା ହୋଇଥିଲା। ତଦନ୍ତ ପାଇଁ ଜଷ୍ଟିସ ମାଇକେଲ କୁନ୍ନାଙ୍କୁ ଦାୟିତ୍ଵ ଦେଇଥିଲେ ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି, ଆକ୍ସନ ହେବ। ଯିଏ ବି ଦୋଷୀ ଥିବ, ତା ବିରୋଧରେ କଡ଼ା ପଦକ୍ଷେପ ନିଆଯିବ।

ଲାଲବାହିନୀକୁ ବଡ଼ ଝଟକା : ନାରାୟଣପୁରରେ ୨୨ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

ନନ୍ଦିଘୋଷ ବ୍ୟୁରୋ ; ଲାଲବାହିନୀକୁ ଲାଗିଛି ବଡ଼ ଝଟକା। ଛତିଶଗଡ଼ ନାରାୟଣପୁରରେ ୨୨ ଜଣ ନକ୍ସଲ ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୮ ଜଣ ମହିଳା। ଏସପି ରବୀନସନ ଗୁଡ଼ିଆ କହିଛନ୍ତି, ଆତ୍ମସମର୍ପଣ କରିଥିବା ନକ୍ସଲ ମଧ୍ୟରେ ଜଣେ କମାଣ୍ଡର ମଧ୍ୟ ରହିଛି। ସେ ହେଉଛି DVC ଶୁକ୍ଳା। ସେ ଥିଲେ କୁଟୁଲ ଏରିଆର ଇନଚାର୍ଜ। ବହୁ ଦିନ ହେଲା ସେ ଲାଲବାହିନୀ ସହିତ ସଂପୃକ୍ତ ଥିଲା। ନିଜେ ବହୁତ ଲୋକଙ୍କୁ ଲାଲବାହିନୀରେ ସାମିଲ କରାଇଥିଲା। ଏବେ ନିଜେ DVC ଆତ୍ମସମର୍ପଣ କରିଥିବାରୁ ଆଖାପାଖ ଅଞ୍ଚଳର ଆହୁରି ନକ୍ସଲ ଓ ସେମାନଙ୍କ ସମର୍ଥନ ଏହି ହିଂସାକାଣ୍ଡରୁ ଦୂରେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ବୋଲି ଆଶା କରାଯାଉଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ସରକାରୀ ଯୋଜନା ଅନୁସାରେ ଥଇଥାନ କରାଯିବ। ସେମାନଙ୍କ ନାଁରେ ପ୍ରାୟ ୩୮ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ଆଣ୍ଟି ନକ୍ସଲ ଅପରେସନ ଓ ସେମାନଙ୍କ ପ୍ରତି ନରମ ମନୋଭାବର ଡବଲ୍ ଷ୍ଟ୍ରାଟେଜି ଯୋଗୁଁ ଏମାନେ ଅସ୍ତ୍ରଶସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିଥିବା ଏସପି କହିଛନ୍ତି।

ବସ ମାଲିକ ସଂଘର ବଡ଼ ନିଷ୍ପତ୍ତି : ଆସନ୍ତାକାଲିଠୁ ସାରା ରାଜ୍ୟରେ ଗଡ଼ିବ ବସ୍

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟ ଘରୋଇ ବସ ମାଲିକ ସଂଘର ବଡ଼ ନିଷ୍ପତ୍ତି। ଆସନ୍ତାକାଲିଠୁ ସାରା ରାଜ୍ୟରେ ଗଡ଼ିବ ବସ। ବସ ଚଳାଚଳ ନେଇ ସୂଚନା ଦେଲେ ଘରୋଇ ବସ ମାଲିକ ସଂଘ। ଯାତ୍ରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସଂଘ ନେଇଛି ନିଷ୍ପତ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିଲେ ପୋଲିସ ଓ ପ୍ରଶାସନର ସହାୟତା ନିଆଯିବ। ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ପାଇଁ ଦାବି ହୋଇଛି। ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ବସ ଚଳାଚଳ। ଡ୍ରାଇଭର ମହାସଂଘ ଜିଦଖୋର ମନୋଭାବରୁ ନିବୃତ ରହିବାକୁ କଟକ ବସ ମାଲିକ ସଂଘ ନିବେଦନ କରିଛି। ଯଦି ସରକାର ଡ୍ରାଇଭର ମହାସଂଘର ଦାବିକୁ କିଛିଟା ମାନି ନେଇଛନ୍ତି ତାହେଲେ ସେମାନଙ୍କୁ ଲେଖି କରି ଦେବାରେ ଅସୁବିଧା କେଉଁଠି ରହିଛି। ଏହାସହିତ ଆମେ ବସଚଳାଚଳା କାଁ ଭାଁ ଜାରି ରଖିଥିଲୁ। କିନ୍ତୁ ବାଟରେ ଆମ ଗାଡ଼ିକୁ ଅଟକାଇ କେତେକ ଡ୍ରାଇଭର ମହାସଂଘର କର୍ମକର୍ତ୍ତା ଗାଡ଼ି ଭଙ୍ଗାରୁଜା କରିଛନ୍ତି । ଏହି କ୍ଷତିର ଭରଣା କରିବ କିଏ ? ଏ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ଯ ବସ ମାଲିକ ସଂଘ। ସେହପରି ସାରା ଓଡ଼ିଶାକୁ ବସ୍ ଚଳାଚଳ ସମୟରେ ଯଦି ଓଡ଼ିଶା ଡ୍ରାଇଭର ମହାସଂଘର କୌଣସି ସଦସ୍ୟ ବସ୍ ଅଟକାଇବାକୁ ଉଦ୍ୟମ କରନ୍ତି ବା ଗାଡି କାଚ ଭାଙ୍ଗିବାକୁ ଉଦ୍ୟମ କରନ୍ତି ତା’ହେଲେ ନିକଟସ୍ଥ ଥାନାରେ ମାମଲା ରୁଜୁ କରାଯିବ। ଓଡ଼ିଶା ପୋଲିସ ତୁରନ୍ତ ବସ୍ ଡ଼୍ରାଇଭରଙ୍କୁ ସହଯୋଗ କରିବେ। ଏ ନେଇ ପୋଲିସ ଡିଜିଙ୍କ ସହ ଆଲୋଚନା ହୋଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବସ୍ ମାଲିକ ସଂଘ ସମ୍ପାଦକ। ଯେଉଁଠି ବସକୁ ଅଟକାଇବାକୁ ଉଦ୍ୟମ ହେବ ବା ଆକ୍ରମଣ ହେବ, ସେଠାରେ ସବୁ ବସକୁ ରାସ୍ତାରେ ରଖି ପ୍ରତିବାଦ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ବାସ ମାଲିକ ସଂଘ। ସେପଟେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଯୋଗୁ ଟ୍ରକ୍ ପରିବହନ ବନ୍ଦ ରହିଛି। ବିଭିନ୍ନ ସ୍ଥାନରୁ ଆସି ପାରୁନି ଜିନିଷପତ୍ର। ଆନ୍ଦୋଳନ ଯୋଗୁ ଗଡ଼ୁନି ଅଢ଼େଇ ଲକ୍ଷ ଟ୍ରକ। ଏନେଇ ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ସଂଘ ସାଧାରଣ ସମ୍ପାଦକ କହିଛନ୍ତି, ସମସ୍ତ ଡ୍ରାଇଭର ଧର୍ମଘଟରେ ଅଛନ୍ତି। ତେଣୁ ମାଲିକମାନେ ନିରୁପାୟ। ଏଭଳି ସ୍ଥିତିରେ ବସ ମାଲିକ ସଂଘ କେମିତି ଗାଡ଼ି ଚଳାଇବେ, ତାହା ସେମାନଙ୍କୁ ଜଣା। କିନ୍ତୁ ଧର୍ମଘଟ ପ୍ରତ୍ୟାହାର ନେଇ ଡ୍ରାଇଭର ମହାସଂଘ କୌଣସି ସୂଚନା ଦେଇନଥିବା କହିଛନ୍ତି ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ସଂଘ ସାଧାରଣ ସମ୍ପାଦକ।

ଆସନ୍ତା ୨୪ରୁ ରାୟଗଡା ଜିଲ୍ଲାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ !

ଭୁବନେଶ୍ବର : OAS ଅଧିକାରୀଙ୍କ ପ୍ରତିବାଦ ପରେ ଏବେ ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ। ଆସନ୍ତା ୨୪ରୁ ରାୟଗଡା ଜିଲ୍ଲାରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। କଲ୍ୟାଣସିଂହପୁର ମେଡିକାଲ ଅଫିସର ଡାକ୍ତର ସୁମିରନ ରାଉତଙ୍କୁ ପୋଲିସର ଅତ୍ୟାଚାର ଓ କଙ୍ଗାରୁ କୋର୍ଟରେ ବିଚାର ପ୍ରତିବାଦରେ ସରକାରଙ୍କୁ ଏଭଳି ଚରମବାଣୀ ଶୁଣାଇଛି ଡାକ୍ତରୀ ସେବା ସଂଘ ଓମସା। କଲ୍ଯାଣସିଂହପୁର ମେଡ଼ିକାଲ ଅଫିସର ଇନଚାର୍ଜ ଡାକ୍ତର ସୁମିରନ ରାଉତ ଆଉଟଡୋର ସାରି ଫିଲଡ଼ ଭିଜିଟ କରିଥିଲେ। ଆଶା କର୍ମୀ ଓ ହେଲଥ ୱାର୍କରଙ୍କ ସହ ସଂଜୀଲି ଗାଁକୁ ଯାଇଥିଲେ। ଏକ ଟ୍ରେନ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଡାକ୍ତର ସୁମିରନଙ୍କୁ ଦାୟୀ କରାଗଲା।ଡାକ୍ତରଙ୍କୁ ଅପହରଣ ଭଳି ଢଙ୍ଗରେ ଉଠାଇ ନେଇ ଅକଥନୀୟ ଯନ୍ତ୍ରଣା ଦିଆଗଲା। ଚାନ୍ଦିଲି ଥାନାକୁ ପୋଲିସ ଜିପରେ ଉଠାଇ ନେଇ ୧୮ ଘଣ୍ଟା ଅଟକ ରଖାଗଲା। ତାଙ୍କ ସହ ଡେଣ୍ଟାଲ ସର୍ଜନ ହୀରା ଚାନ୍ଦ ମଧ୍ୟ ଥିଲେ। ଏହାକୁ ପୋଲିସର କଙ୍ଗାରୁ କୋର୍ଟ ବୋଲି ଅଭିଯୋଗ କରିଛି ରାଜ୍ୟ ଡାକ୍ତର ସଂଘ। ପୋଲିସ ଡାକ୍ତରଙ୍କୁ ଦଶ ଲକ୍ଷ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ତାଙ୍କ ମୋବାଇଲ ମଧ୍ୟ ଛଡାଇ ନେଲେ। କାହାକୁ ଯୋଗାଯୋଗ କରିବାର ସୁଯୋଗ ଦେଇନଥିଲେ।୧୮ ଘଣ୍ଟା ପରେ ଡାକ୍ତର ଦୁଇ ଲକ୍ଷ ଦେବାକୁ ରାଜି ହେବାରୁ ଛଡ଼ାଗଲା। ପୋଲିସ ଷ୍ଟେସନରେ ସାଧା କାଗଜରେ ଜବରଦସ୍ତ ଦସ୍ତଖତ ମଧ୍ୟ ନିଆଗଲା। ପ୍ରଶାସନ ସ୍ଥାଣୁ ପାଲଟିଥିବା ଅଭିଯୋଗ କରିଛି ସଂଘ। ଏସପି ଓ ଜିଲ୍ଲାପାଳ ଉଦାସୀନ। ସ୍ୱାସ୍ଥ୍ୟ ଓ ଗୃହ ସଚିବଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛି ଓମସା। କହିଛନ୍ତି, ଏଭଳି ଯନ୍ତ୍ରଣାରେ ଯୁବ ଡାକ୍ତରମାନେ ଆଉ ଡ୍ୟୁଟି କରିବେ ନାହିଁ। ଏଭଳି ହେଲେ ଆତ୍ମହତ୍ୟାର ଖବର ଆସିବ।ଭଙ୍ଗା ଘରେ ସେମାନେ ରୋଗୀ ସେବା ଦେଉଛନ୍ତି।ଏହାକୁ ବରଦାସ୍ତ କରାଯିବ ନାହିଁ।ଏହାର ନ୍ୟାୟ ନମିଳିଲେ ଆସନ୍ତା ୨୪ରୁ ରାୟଗଡାରେ ଡାକ୍ତରମାନେ ଆଉ ଡ୍ୟୁଟି କରିବେ ନାହିଁ। ଘଟଣାରେ ମୁଖ୍ୟମନ୍ତ୍ରୀ ଓ ଡିଜି ହସ୍ତକ୍ଷେପ କରନ୍ତୁ। ଜିଲ୍ଲା ପ୍ରଶାସନ ଓ ଏସପି ସହଯୋଗ କରୁନାହାନ୍ତି।ଡାକ୍ତରମାନେ ମାନସିକ ଯନ୍ତ୍ରଣା ମଧ୍ୟରେ ରହିଛନ୍ତି। କୌଣସି ଘଟଣାରେ ଡାକ୍ତର ସୁମିରନ ରାଉତ ନଥିବା ବେଳେ ପୋଲିସ ମିଛରେ ଡାକ୍ତରଙ୍କୁ କଙ୍ଗାରୁ କୋର୍ଟ କରିବା ନିନ୍ଦନୀୟ ବୋଲି କହିଛି ସଂଘ। ନ୍ୟାୟ ନମିଳିଲେ ପ୍ରଥମେ ରାୟଗଡା ଓ ପରେ ସାରା ରାଜ୍ୟରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଘୋଷଣା କରିଛି ଓଡିଶା ଡାକ୍ତରୀ ସେବା ସଂଘ ଓମସା

 

କଟକ -ନିର୍ଗୁଣ୍ଡି ମଧ୍ୟରେ ହେବ ଚତୁର୍ଥ ରେଳ ଲାଇନ

କଟକ -ନିର୍ଗୁଣ୍ଡି ମଧ୍ୟରେ ଚତୁର୍ଥ ରେଳ ଲାଇନ ହେବ। ଏହା ସହିତ ଏକ ଫ୍ଲାଏ ଓଭର ବି ହେବ। ପ୍ରାୟ ୧୬ କିମିର ଏହି ରେଳ ଲାଇନ୍ ପାଇଁ ୮୦୨ କୋଟି ଟଙ୍କାର ବଜେଟ କରାଯାଇଛି। ୩ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାମ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ରୁଟରେ ୨ଟି ଗୁରୁତ୍ଵପୂର୍ଣ୍ଣ ବ୍ରିଜ୍ ହେବାକୁ ଥିବା ବେଳେ ୪ଟି ବଡ଼ ବ୍ରିଜ କରାଯିବ। ମହାନଦୀ ଓ ବିରୂପା ନଦୀ ଉପରେ ଏହି ସବୁ ବ୍ରିଜ ହେବ। ସେହିପରି ଏକ ଫ୍ଲାଏ ଓଭର ବ୍ରିଜ ମଧ୍ୟ କରାଯିବ। ଏହି ପ୍ରକଳ୍ପ ହେବା ଦ୍ଵାରା ଭିଡ଼ କମିବ। ବିଶେଷ କରି ପାରାଦୀପ ପୋର୍ଟକୁ କୋଇଲା, କୋକ୍, ବିଭିନ୍ନ ଖଣିଜ ପଦାର୍ଥ ପରିବହନ ସୁବିଧାଜନକ ହେବ। କଟକ ମେନ୍ ଲାଇନ ବଦଳରେ ଏହି ଚତୁର୍ଥ ଲାଇନରେ ପାରାଦୀପ ପୋର୍ଟକୁ ମାଲ ପରିବହନ ହୋଇପାରିବ।

 

ପୁଅ ବଦଳରେ ମାଆକୁ ଭୁଲରେ ଦେଇଦେଲେ ଇଞ୍ଜେକସନ

ନୂଆପଡ଼ା : ପୁଅ ବଦଳରେ ମାଆକୁ ଭୁଲରେ ଦେଇଦେଲେ ଇଞ୍ଜେକସନ। ନୂଆପଡ଼ା ଖଡ଼ିଆଳରେ ସବ ଡିଭିଜନ ହସ୍ପିଟାଲର ଏ ଘଟଣା। ଖଡ଼ିଆଳ ବର ଗାଁର ରାଜୁ ତାଣ୍ଡି ଓ ଅଞ୍ଜୁ ତାଣ୍ଡି ଦୁଇ ବର୍ଷର ପୁଅ ଡୁଲେଶ୍ୱରକୁ ଜ୍ଵର ହେବାରୁ ଡାକ୍ତରଖାନାକୁ ଆଣିଥିଲେ।ଶିଶୁ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର କୁମାର ମାଝୀଙ୍କୁ ଦେଖାଇଥିଲେ। ଡାକ୍ତର ଚିଠା ଲେଖି ଇଞ୍ଜେକସନ ଦେବା ପାଇଁ ନର୍ସଙ୍କ ପାଖକୁ ପଠାଇଥିଲେ। କାର୍ଯ୍ୟରତ ନର୍ସ ରଶ୍ମିତା ପଣ୍ଡା ଛୁଆ ବଦଳରେ ମାଆ ଅଂଜୁଙ୍କ ପେଟରେ ଫୋଡ଼ି ଦେଇଥିଲେ ଇଂଜେକସନ୍। ଅଂଜୁଙ୍କ ପେଟରେ ମଧ୍ୟ ଛୁଞ୍ଚି ଫୋଡି ଦେବାର ଚିହ୍ନ ସ୍ପଷ୍ଟ ଭାବରେ ଦିଶୁଛି। ତାଙ୍କ ପେଟ ଦରଦ ହେଉଥିବା ମଧ୍ୟ ଅଞ୍ଜୁ କହିଛନ୍ତି।ଏନେଇ ସଂପୃକ୍ତ ନର୍ସଙ୍କୁ ପଚାରିବାରୁ ଘଟଣାକୁ ଅସ୍ବୀକାର କରିଥିଲେ ଓ କାଳେ ଫୋଡ଼ିବା ସମୟରେ ବାଜି ଯାଇଥିବ ବୋଲି କହିଥିଲେ। ଏନେଇ ମେଡିକାଲ ଇନଚାର୍ଜ ଡାକ୍ତର ମହେନ୍ଦ୍ର କୁମାର ମାଝୀଙ୍କୁ ପଚାରିବାରୁ ଏହାର ତଦନ୍ତ କରିବେ ବୋଲି କହିଛନ୍ତି। ମାଆର ଚିକିତ୍ସା କରାଯାଇଛି। ଏଥିରେ କୌଣସି ଅସୁବିଧା ହେବ ନାହିଁ ବୋଲି ଜଣାଇଥିଲେ।