spot_img
Home Blog Page 6178

ମହିଳା କମିଶନରେ ମୁହାଁମୁହିଁ ହେଲେ ବର୍ଷା-ଅନୁଭବ, ପାରିବାରିକ ବିବାଦରେ ପଡ଼ିପାରେ ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର: ମହିଳା କମିଶନରେ ମୁହାଁମୁହିଁ ହେଲେ ବର୍ଷା-ଅନୁଭବ । ଓଲିଉଡ୍ ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲାରେ ଉଭୟଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ଆଲୋଚନା ପରେ ପାରିବାରିକ ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବା ନେଇ କମିଶନ ଅଧ୍ୟକ୍ଷା ଆଶାବାଦୀ ଅଛନ୍ତି ।

ସେପଟେ ଅନୁଭବ ମହାନ୍ତିଙ୍କ ବାପା ମାଆଙ୍କୁ ହାଜର ପାଇଁ ନୋଟିସ୍ ଜାରି ହୋଇଥିଲା । ହେଲେ ବ୍ୟକ୍ତିଗତ କାରଣରୁ ଅନୁଭବଙ୍କ ବାପା-ମା’ ହାଜର ହୋଇପାରି ନାହାନ୍ତି । ନ୍ୟାୟ ପାଇଁ ବର୍ଷା ଗତ ୧୫ ତାରିଖରେ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । କମିଶନ ମାମଲାକୁ ଗ୍ରହଣ କରି ନୋଟିସ ଜାରି କରିଥିଲେ । ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ପାରିବାରିକ ବିବାଦ ମାମଲା ହାଇକୋର୍ଟରେ ମଧ୍ୟ ବିଚରାଧୀନ ଅଛି ।

ମହିଳା କମିଶନରୁ ବାହାରିବା ପରେ ସାଂସଦ ଅନୁଭବ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମା ଓ ମହିଳାଙ୍କ ସୁବିଧା ପାଇଁ ମହିଳା କମିଶନ  ଗଠିତ ହୋଇଛି । ଏଠାରେ ସେମାନେ ନିଜ ସମସ୍ୟା ଜଣାଇବେ । ସେମାନଙ୍କୁ ସୁରକ୍ଷା ଦେବା ପାଇଁ, ରକ୍ଷା କରିବା ପାଇଁ ମହିଳା କମିଶନ ଗଠିତ । ବର୍ଷା  ତାଙ୍କ ସମସ୍ୟା ନେଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମହିଳା କମିଶନ ନୋଟିସ କରିଥିଲେ  ତେଣୁ ତାଙ୍କୁ ସମ୍ମାନ ଜଣାଇ ଆସିଥିଲେ ବୋଲି କହିଛନ୍ତି ଅନୁଭବ ।

ହୀରାକୁଦ ନିଷିଦ୍ଧାଞ୍ଚଳରେ ଫଟୋ ସେସନ୍, ଭାଇରାଲ ହେଲା ଭିଡିଓ

0

ସମ୍ବଲପୁର: ହୀରାକୁଦ ନିଷିଦ୍ଧାଞ୍ଚଳରେ ଫଟୋ ସେସନ୍ । ଆଜି ସକାଳେ OHPC କାର୍ଯ୍ୟାଳୟର ଛାତ ଉପରେ ଫଟୋ ସେସନ ଚାଲିଥିବାର ଭିଡିଓ ଭାଇରାଲ୍ ହୋଇଛି । ହୀରାକୁଦ ବନ୍ଧ ଗେଟ୍‌ ପାଖରେ OHPC ର ଛାତ ଉପରକୁ ଏତେ ସଂଖ୍ୟକ ଲୋକ କିପରି ଗଲେ ଓ ଫଟୋ ସେସନ କଲେ ତାହାକୁ ନେଇ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଆକାଶିଆ ରଙ୍ଗର ସାର୍ଟ ପିନ୍ଧି ଥିବା ବ୍ୟକ୍ତି ଜଣକ କେତେକ ପୁଅ ଓ ଝିଅଙ୍କୁ ନେଇ ଫଟୋ ସେସନ୍‌ କରାଇ ପୁଣି ନୁଆଁ ଟିମ୍‌କୁ ନେଇ ଯାଉଥିବା ଭିଡିଓରେ ସ୍ପଷ୍ଟ ଜଣାପଡୁଛି । ଯାହାଦ୍ୱାରା ବନ୍ଧର ସୁରକ୍ଷା ସହ କୋଭିଡ୍‌ ଆଇନ ମଧ୍ୟ ଭଙ୍ଗ ହୋଇଥିବା ଅଭିଯୋଗ ହୋଇଛି ।

New year 2021: ମୀନ ରାଶିରେ ବେସି ଭାବିବା ମନା,କର୍କଟରେ ଯିଏ ଗଲା ତାକୁ କୁହନ୍ତୁ.. ଧନ୍ୟବାଦ

୨୦୨୦ ସରିବ ସରିବ ହେଉଛି । ୨୧ ଆରମ୍ଭ ହେବାକୁ ଆଉ ଅଳ୍ପ କେଇଦିନ ବାକି । ସ୍ମୃତିରେ ରହିଯିବ ୨୦ । ତେବେ ଜୀବନର ଅର୍ଥ ହେଉଛି ଆଗକୁ ବଢିବା । ୨୧ ଆରମ୍ଭ କରନ୍ତୁ ଦୃଢ ଇଛାଶକ୍ତି ସହିତ । ଆସନ୍ତୁ ରାଶି ଅନୁସାରେ ଜାଣିବା କେମିତି ୨୦୨୧ର ଆରମ୍ଭ କରା ଯାଇପାରେ ।

ମେଷ: ଆପଣଙ୍କ ପ୍ରକୃତି ହେଉଛି ସବୁବେଳେ ନମ୍ବର ୱାନ୍ ରହିବା । କିନ୍ତୁ ଏହା ସମ୍ଭବ ନୁହେଁ । କେବେ ନା କେବେ ଆପଣଙ୍କୁ ତଳକୁ ଓହ୍ଲାଇବାକୁ ପଡିବ । ତେଣୁ ୨୦୨୧ ଆରମ୍ଭ ପୂର୍ବରୁ ନିଷ୍ପତ୍ତି ନିଅନ୍ତୁ ଯେ, ନମ୍ବର ୱାନ୍ ହେବା ଚକ୍କରରେ ମାନସିକ ଶାନ୍ତି ହରାଇବେ ନାହିଁ । ବର୍ଷ ଆରମ୍ଭରୁ ଶାନ୍ତ ରହିବା ଶିଖନ୍ତୁ । ଘଟଣା ପ୍ରତି ବ୍ୟବହାରିକ ଦୃଷ୍ଟିକୋଣ ରଖନ୍ତୁ ମାନେ ପ୍ରାକ୍ଟିକାଲ ହୁଅନ୍ତୁ । ଆପଣ ମଣିଷ ଓ ଜୀବନରେ ସଫଳତା –ବିଫଳତା ରାତି ଦିନ ଭଳି ଆସିଥାଏ । ଅସଫଳତାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ ।

ବୃଷ : ଏହି ରାଶିର ବ୍ୟକ୍ତି ଅନ୍ୟ ଉପରେ ଅଧିକ ନିର୍ଭରଶୀଳ । ଆପଣଙ୍କୁ ବୁଝିବାକୁ ହେବ ଆପଣଙ୍କ ପ୍ରଶ୍ନର ଉତ୍ତର ସବୁବେଳେ ଅନ୍ୟ ପାଖରେ ନଥାଏ । ତେଣୁ ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ । ନିଷ୍ପତ୍ତି ସବୁବେଳେ ଠିକ୍ ହୋଇନପାରେ କିନ୍ତୁ ସବୁବେଳେ ନିଷ୍ପତ୍ତି ଠିକ୍ ହେବ ବୋଲି କିଛି ମାନେ ନାହିଁ । ସବୁବେଳେ ଠିକ୍ ହେବାର ଜିଦ୍ ଛାଡନ୍ତୁ । ଅନ୍ୟଥା ନିଜ ନିଷ୍ପତ୍ତି ନିଜେ କେବେ ନେଇ ପାରିବେ ନାହିଁ ।

ମିଥୁନ: ସୁଯୋଗ ହାତଛଡା ହୋଇଯିବ । ଏହି ଚିନ୍ତା ସବୁବେଳେ କରନ୍ତୁ ନାହିଁ । ସବୁବେଳେ ସବୁସ୍ଥାନରେ ଆପଣ ଉପସ୍ଥିତ ରହି ପାରିବେ ନାହିଁ । ତେଣୁ ସୁଯୋଗ ଚାଲିଗଲା ବୋଲି ଚିନ୍ତା କରନ୍ତୁ ନାହିଁ । ଆଗକୁ ଆହୁରି ସୁଯୋଗ ଆସିବ ।

କର୍କଟ : ରିଲେସନସିପ୍ ମାମଲାରେ ଆପଣ ଭାବୁକ । କାହାଠୁ ଦୁରେଇ ଯିବା ଆପଣଙ୍କ ପାଇଁ ମୁସ୍କିଲ । ନୂଆ ବର୍ଷ ଆରମ୍ଭ ଆଗରୁ ଏହି ଦୁର୍ବଳତାକୁ ଦୁରେଇ ଦିଅନ୍ତୁ । ନିଜକୁ ନିଜେ କୁହନ୍ତୁ,ଯିଏ ଗଲା ସିଏ ଗଲା ।

ସିଂହ : ଆପଣ ଆକର୍ଷଣର କେନ୍ଦ୍ର । କିନ୍ତୁ ସହଜରେ ରିଜେକ୍ସନକୁ ସହ୍ୟ କରି ପାରନ୍ତି ନାହିଁ । ସମସ୍ତେ ଆପଣଙ୍କୁ ସ୍ୱୀକାର କରିବେ ତା’ର କିଛି ମାନେ ନାହିଁ । ତେଣୁ ରିଜେକ୍ସନକୁ ସ୍ୱୀକାର କରିବା ଶିଖନ୍ତୁ । ଆପଣ ସବୁବେଳେ ସମସ୍ତଙ୍କୁ ଖୁସୀ କରି ପାରିବେ ନାହିଁ । ତେଣୁ କେହି ରିଜେକ୍ଟ କଲେ ଟେନସନ୍ ନିଅନ୍ତୁ ନାହିଁ ।

କନ୍ୟା : ଛୋଟମୋଟ କମିକୁ ନେଇ ଆପଣ ବ୍ୟସ୍ତ ହୁଅନ୍ତି । ତେଣୁ ପରଫେକ୍ସନର ପରିଭାଷାକୁ ବଦଳାନ୍ତୁ । କେହି ପରଫେକ୍ଟ ନୁହନ୍ତି । ଆପଣ ବି ନୁହନ୍ତି । ତେଣୁ ପରଫେକ୍ଟ ହେବା ଚକ୍କରରେ ନପଡି ଜୀବନକୁ ଉପଭୋଗ କରନ୍ତୁ ।

ତୁଳା: ଆପଣଙ୍କ ଖୁସୀ ଅନ୍ୟମାନଙ୍କ ଉପରେ ନିର୍ଭର କରିନଥାଏ । ତେଣୁ ଏକୁଟିଆ ହେବାର ଡର ଭିତରୁ ବାହାରନ୍ତୁ ।  ଅନେକ ସମୟରେ ଏକୁଟିଆ ରହିବା ଆପଣଙ୍କ ପାଇଁ ଠିକ୍ ହୋଇଥାଏ । ନିଜ ପାଇଁ ସମୟ ବାହାର କରିବାକୁ ପ୍ରାଥମିକତା ଦିଅନ୍ତୁ ।

ବିଛା: ଜଳ ତତ୍ୱ ସହ ସମ୍ବନ୍ଧିତ ହୋଇଥିବାରୁ ଆପଣ ରୋମାଣ୍ଟିକ୍ ଟାଇପର । ଅନେକ ସମୟରେ ଆପଣ ଧୋକା ବି ଖାଆନ୍ତି । ନୂଆ ବର୍ଷରେ ଲୋକଙ୍କୁ ଚିହ୍ନିବା ଶକ୍ତିକୁ ବଢାନ୍ତୁ ଓ ତା’ପରେ ରୋମାନ୍ସ ।

ଧନୁ: ଆପଣ ସାହାସୀ । ତେଣୁ ରୋମାଂଚରେ ବିଶ୍ୱାସ କରନ୍ତି । ରୋମାଞ୍ଚକାରୀ ଜୀବନରେ ବ୍ୟସ୍ତ ରହି ଯଦି କିଛି ମିସ୍ କରିଛନ୍ତି ତେବେ ତାକୁ ନେଇ ଭାବନ୍ତୁ ନାହିଁ । ୨୧ ଆସିବା ଆଗରୁ ଫାଲତୁ ଚିନ୍ତାକୁ ଗୁଡବାୟ କୁହନ୍ତୁ ।

ମକର: ଏହି ରାଶିର ଲୋକ ଧୈର୍ଯ୍ୟବାନ ହୋଇଥାନ୍ତି । ଆପଣ ଭାବନାରେ ବହିଯାନ୍ତି ନାହିଁ । ତେବେ ଏହି ବର୍ଷ ନିଜ ଭାବନାକୁ ଟିକେ ପ୍ରକାଶ କରନ୍ତୁ । ଏହା ଆପଣଙ୍କୁ ଅଧିକ ଆକର୍ଷକ କରିବ ।

 

କୁମ୍ଭ: ଆପଣ କଥା ରଖିବା ଲୋକଙ୍କ ଭିତରୁ ଜଣେ । କିନ୍ତୁ ଅନେକ ଲୋକ ପ୍ରତିସ୍ରୁତିକୁ ଭୁଲିବାରେ ମାହିର ହୋଇଥାନ୍ତି । ଆପଣଙ୍କ ସହିତ ଏମିତି କିଛି ଯଦି ହୋଇଛି ତେବେ ନୂଆ ବର୍ଷ ପୂର୍ବରୁ ତାକୁ ଭୁଲି ଯାନ୍ତୁ । କାରଣ ସମସ୍ତେ ଆପଣଙ୍କ ଭଳି ହୋଇନଥାନ୍ତି ।

ମୀନ: ଆପଣ ବହୁତ ଭାବୁକ । ଯାହା ଆପଣଙ୍କୁ ଅନେକ ସମୟରେ ଚିନ୍ତାରେ ପକାଇଥାଏ । ତେଣୁ ୨୦୨୦ ସହିତ ଅଧିକ ଭାବିବା ଅଭ୍ୟାସକୁ ଅଲବିଦା କୁହନ୍ତୁ । ହୃଦୟ ଓ ମସ୍ତିଷ୍କ ମଧ୍ୟରେ ସନ୍ତୁଳନ ରଖନ୍ତୁ ।

୩ IPS ଅଧିକାରୀଙ୍କୁ ପଦୋନ୍ନତି, ବୋଥ୍ରାଙ୍କୁ ମିଳିଲା ADG ପାହ୍ୟା

ଭୁବନେଶ୍ୱର: ଆଇପିଏସ ଅରୁଣ ବୋଥ୍ରାଙ୍କୁ ପଦୋନ୍ନତି ମିଳିଛି । ତାଙ୍କ ସହ ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସଞ୍ଜୟ କୁମାର ସିଂହଙ୍କୁ ମଧ୍ୟ ରାଜ୍ୟ ସରକାର ଏଡିଜି ପାହ୍ୟାକୁ ପଦୋନ୍ନତି କରିଛନ୍ତି । ସେହିପରି କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ସୁନୀତା କକ୍‌ରନ୍‌ଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ଆଗାମୀ ଜାନୁଆରୀ ପହିଲାରୁ ଏହି ପଦୋନ୍ନତି ଲାଗୁ ହେବ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଏନେଇ ଆବଶ୍ୟକ ବିଜ୍ଞପ୍ତି ଆଜି ଜାରି କରିଛନ୍ତି ।

ଶ୍ରୀ ବୋଥ୍ରା ନିକଟରେ ନୟାଗଡ଼ ଯଦୁପୁର ପରୀ ହତ୍ୟା ଘଟଣାର ତଦନ୍ତ କରିଥିଲେ । ଏସଆଇଟି ଗଠନର ଦୁଇ ସପ୍ତାହ ମଧ୍ୟରେ ଅରୁଣ ବୋଥ୍ରା ଅଭିୁଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ । ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚିତ ଘଟଣାରେ ସରକାରଙ୍କ ସଙ୍କଟ ମୋଚକ ସାଜିଛନ୍ତି ବୋଥ୍ରା  ।

ପୁଞ୍ଜିଲାଲ୍ ପାର୍ସଲ ବୋମାଠାରୁ ସାରଥି ପର୍ଯ୍ୟନ୍ତ, ଅରୁଣ ବୋଥ୍ରାଙ୍କ ତଦନ୍ତ ତରିକା ଥିଲା ଭିନ୍ନ। କେବଳ ଓଡ଼ିଶା ପୋଲିସ୍ ନୁହେଁ, ପୂର୍ବରୁ ସିବିଆଇରେ ପାଞ୍ଚବର୍ଷ ଧରି କାମ କରି ସଫଳତା ଅର୍ଜନ କରିଛନ୍ତି ଅରୁଣ ବୋଥ୍ରା ।

ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ କାଠ ଫାଳିଆରେ ଆକ୍ରମଣ

ଆନନ୍ଦପୁର: ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଆକ୍ରମଣ । ବାକିଆ ବିଦ୍ୟୁତ୍ ବିଲ୍ ଆଦାୟ କରିବାକୁ ଯାଇଥିବା ବେଳେ ଆନନ୍ଦପୁର ନିର୍ବାହୀ ଯନ୍ତ୍ରୀଙ୍କୁ କାଠ ଫାଳିଆରେ ଆକ୍ରମଣ। ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଯନ୍ତ୍ରୀଙ୍କୁ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ହାଟଡ଼ିହି ବ୍ଲକ୍‌ ଅଣା ଗାଁରେ ବାସନ୍ତୀ ମହାପାତ୍ର ନାମକ ଜଣେ ବିଦ୍ୟୁତ ଗ୍ରାହକଙ୍କ ୭୩ ହଜାର ଟଙ୍କା ବକେୟା ଥିବା ବେଳେ ଆଜି ଆନନ୍ଦପୁର ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ବକେୟା ଅର୍ଥ ଆଦାୟ କରିବାକୁ ଯାଇଥିଲେ । ତେବେ ବକେୟା ଅର୍ଥକୁ ନେଇ ପ୍ରଥମେ ବଚସା ହୋଇଥିଲା । ପରେ ବାସନ୍ତୀଙ୍କ ବଡ଼ପୁଅ ଅନୀଲ ନିର୍ବାହୀ ଯନ୍ତ୍ରୀଙ୍କୁ କାଠଫାଳିଆରେ ଆକ୍ରମଣ କରିଥିଲେ । ଆକ୍ରମଣରେ ନିର୍ବାହୀ ଯନ୍ତ୍ରୀ ଗୁରୁତର ହୋଇଥିବା ବେଳେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ନନ୍ଦିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଆକ୍ରମଣକରୀ ଫେରାର ଥିବା ଜଣାପଡ଼ିଛି ।

ଲେଖାଶ୍ରୀଙ୍କୁ ଏଲିନାଙ୍କ ଜବାବ, କହିଲେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିରେ ବିଜେପି ଭୟଭୀତ

ଭୁବନେଶ୍ୱର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ  ନେଇ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତି ପରେ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟର ପ୍ରତ୍ୟେକ ବର୍ଗ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତିକୁ ସ୍ୱାଗତ କରିଥିବା ବେଳେ ବିଜେପି କରୁଛି ବିରୋଧ ।  ରାଜ୍ୟ ସରକାର ଲୋକଙ୍କୁ ଭୁଆଁ ବୁଲୋଉଛନ୍ତି ବୋଲି ବିଜେପି ଚିତ୍କାର କରୁଥିବା ବେଳେ ରାଜ୍ୟବାସୀ ଏହାକୁ ନାପସନ୍ଦ କରିଥିବା ଦେଖାଯାଇଛି । ବିଜେପିର ବିରୋଧକୁ ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ଢ଼େର ବିରୋଧ କରିଛନ୍ତି ।

ତେବେ ସରକାରୀ ସ୍କୁଲ ପିଲାଙ୍କ ପାଇଁ ଇଞ୍ଜିନିୟରିଂ ଓ ଡାକ୍ତରୀ ସିଟ୍‌ରେ ସଂରକ୍ଷଣ ନେଇ ବିଜେପି ପକ୍ଷରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଥିବା ବେଳେ ଏହାର ଜବାବ ରଖିଛି ବିଜେଡି ।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ପ୍ରଶ୍ନ କରିଛନ୍ତି ଯେ, ବ୍ୟବସ୍ଥା ଅନୁସାର ଓବିସି ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀକୁ ସଂରକ୍ଷଣ ନଦେଇ ଏକ ନୂଆ ଶ୍ରେଣୀ ସୃଷ୍ଟି କ’ଣ ପାଇଁ ? ରାଜ୍ୟ ସରକାର ଆର୍ଥିକ ଅନଗ୍ରସର ପିଲା ଚିହ୍ନଟ କରନ୍ତୁ ବୋଲି କହିଥିଲେ ଲେଖାଶ୍ରୀ ।

ତେବେ ଲେଖାଶ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଏଲିନା ଦାଶ କହିଛନ୍ତି ଯେ, ସବୁ ମହଲରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରାଯାଉଛି । ହେଲେ ଆଶ୍ଚର୍ଯ୍ୟ କଥା, ବିଜେପି ପରି ଜାତୀୟ ଦଳ ଏହାକୁ ବିରୋଧ କରୁଛି । ଏଭଳି ବିଚାର ଗୋଟିଏ ଜାତୀୟ ଦଳର ହୋଇନପାରେ, ଏହା ଲେଖାଶ୍ରୀଙ୍କ ବ୍ୟକ୍ତିଗତ ମତ ହୋଇଥାଇ ପାରେ ବୋଲି ଏଲିନା କହିଛନ୍ତି ।

ଅନ୍ୟପଟେ ଏଲିନା ଆହୁରି ମଧ୍ୟ  କହିଥିଲେ ଯେ, ବିଜେପି ଶାସିତ ରାଜ୍ୟ ବି ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତି ଗ୍ରହଣ କରିବେ । କିନ୍ତୁ ଓଡ଼ିଶାରେ ଏହାକୁ ଗ୍ରହଣ କରାଯାଉ ନାହିଁ କାରଣ, ମୁଖ୍ୟମନ୍ତ୍ରୀ ଏହା ଦ୍ୱାରା ଆହୁରି ଲୋକପ୍ରିୟ ହେବେ ସେଥିପାଇଁ ବିଜେପି ଭୟ କରୁଛି ।

ସବୁ ବ୍ରିଟେନ୍‌ ଫେରନ୍ତାଙ୍କ ପତ୍ତା ପାଉନି BMC, ଗଳିକନ୍ଦି ଖୋଜୁଛି ମୋବାଇଲ୍ ମେଡିକାଲ ଟିମ୍‌

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ବ୍ରିଟେନ୍‌ ଫେରନ୍ତାଙ୍କ ତାଲିକା BMC ପାଇଥିଲା । ସେମାନଙ୍କ ଟେଷ୍ଟ କରିବା ପରେ ୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସୋମବାର ରାତିରେ ୬୦ରୁ ୭୦ ଜଣ ବ୍ରିଟେନ୍‌ ଫେରନ୍ତାଙ୍କ ତାଲିକା ହସ୍ତଗତ ହୋଇଛି । ବୁଧବାର ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନର ।

ହେଲେ ଫରେନ୍ ଫୋନ ନମ୍ବର ଯୋଗୁଁ ମିଳୁନି ବ୍ରିଟେନ୍ ଫେରନ୍ତାଙ୍କ ତଥ୍ୟ । ସେମାନଙ୍କ ଘରକୁ RRT ପଠାଯାଇଛି । ବାକି ଯେଉଁମାନେ ଟ୍ରେସ୍‌ ହୋଇସାରିଛନ୍ତି, ସେମାନଙ୍କ ପରୀକ୍ଷା କରାଯାଉଛି । କିଛି ଲୋକ ଘରୋଇ ହସ୍ପିଟାଲରେ ନିଜେ ଟେଷ୍ଟ କରିଛନ୍ତି । ଜୋନ୍‌ଓ୍ୱାରୀ ମୋବାଇଲ୍ ମେଡିକାଲ ଟିମ୍‌ ପଠାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି ।

ସେପଟେ ଓଡ଼ିଶାରେ ପତ୍ତା ମିଳୁନଥିବା ବ୍ରିଟେନ ଫେରନ୍ତାଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ନିବେଦନ କରିଛନ୍ତି । ନିଜ ଆଡ଼ୁ ସରକାରଙ୍କ ପାଖରେ ତଥ୍ୟ ଦିଅନ୍ତୁ ବୋଲି କହିଛନ୍ତି ନିରଞ୍ଜନ । କାରଣ ବହୁତ ମୋବାଇଲ ନମ୍ବର ଭୁଲ ଅଛି । ୧୮ଟି ଜିଲ୍ଲାକୁ ବ୍ରିଟେନରୁ ଲୋକ ଫେରିଛନ୍ତି । ଅଧିକାଂଶ ଭୁବନେଶ୍ୱରର ବୋଲି ଜଣାପଡିଛି । ସେମାନଙ୍କୁ ଖୋଜିବାକୁ BMC ଟିମ୍‌ ଯାଇଛନ୍ତି । ତେବେ ଭୟ କରିବାର କିଛି ନାହିଁ । କେବଳ ସେମାନଙ୍କ ଜେନମ ସିକ୍ୱେନ୍ସ ଦେଖାଯିବା ସହ ଆସିଡିକ୍‌ ରିସର୍ଚ୍ଚ କରାଯିବ। ଭାରତରେ ନୂଆ ୬ ଷ୍ଟ୍ରେନ ଚିହ୍ନଟ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିବେଦନ କରିଛନ୍ତି । ରିପୋର୍ଟ ଆମ ପାଖକୁ ଆସିବ ନାହିଁ । କେନ୍ଦ୍ର ସରକାର ଅବଗତ କରିବେ । ହେଲେ ଆମେ ନୂଆ ଷ୍ଟ୍ରେନ ନେଇ କେନ୍ଦ୍ରର SOP ପାଳନ କରୁଛୁ । ଯେଉଁ ୮ ରୁ ୧୦ ଦେଶରେ ନୂଆ ଷ୍ଟ୍ରେନ ଦେଖାଯାଇଛି, ସେଠି ମୃତ୍ୟୁ ସଂଖ୍ୟା ବିଶେଷ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ନନ୍ଦନକାନନ ପାଇଁ ୬୦୦ କୋଟି, ବିଶ୍ୱ ମାନଚିତ୍ରରେ ପାଇବ ସ୍ଥାନ

ଭୁବନେଶ୍ୱର: ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଆସନ୍ତା ୨୦ ବର୍ଷ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କଲେ ମାଷ୍ଟରପ୍ଲାନ। ୬୦୦ କୋଟି ଟଙ୍କାରେ ନୂଆ ରୂପ ପାଇବ ନନ୍ଦନକାନନ । ଦେଶ ବାହାରୁ ବନ୍ୟଜନ୍ତୁ ଅଣାଯିବ । ନନ୍ଦନକାନନ ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ସୂଚନା ଦେଇଛନ୍ତି ।

ସେପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ୬୧ ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ପ୍ରତିଷ୍ଠା ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ଜଟଣୀ ବିଧାୟକ ସୁରେଶ ରାଉତରାୟ ଯୋଗଦେଇଥିଲେ । ଏହି ଅବସରରେ ସଫାରି ପାଇଁ ୪ଟି ନୂତନ ବସ ଷ୍ଟାଣ୍ଡ ଉଦଘାଟନ କରାଯାଇଛି ।

ମଲ୍ଟି ପାର୍କିଂ ମୁଖ୍ୟ ରାସ୍ତାର ଲୋକାର୍ପଣ ହୋଇଛି । ଏହାଦ୍ୱାରା ପର୍ଯ୍ୟଟକ ମାନଙ୍କ ଯା’ଆସ ପାଇଁ ପୂର୍ବାପେକ୍ଷା ସୁବିଧା ହୋଇପାରିବ । ଦୀର୍ଘ ୯ ମାସ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ବୋଟିଂ ଵ୍ୟବସ୍ଥା । ଜାନୁଆରୀ ମାସ ଆରମ୍ଭରୁ ପୁଣି ବୋଟିଂର ପୁନର୍ବାର ମଜା ଉଠାଇ ପାରିବେ ପର୍ଯ୍ୟଟକ।

ସେପଟେ ଟଏ ଟ୍ରେନ, ରୋପ ୱେ ବି ନୂଆବର୍ଷଠାରୁ ଆରମ୍ଭ କରାଯିବାକୁ ଯୋଜନା ରଖାଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ଜଙ୍ଗଲବିଭାଗ ଏବଂ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

କର୍ଣ୍ଣାଟକ ବିଧାନ ପରିଷଦ ଉପାଧ୍ୟକ୍ଷଙ୍କ ଆତ୍ମହତ୍ୟା ନେଇ ତଦନ୍ତ ଆରମ୍ଭ

କର୍ଣ୍ଣାଟକ: କର୍ଣ୍ଣାଟକ ବିଧାନ ପରିଷଦ ଉପାଧ୍ୟକ୍ଷଙ୍କ ମତ୍ୟୁ ନେଇ ତନାଘନା । ପ୍ରାଥମିକ ଅନୁସନ୍ଧାନ ପରେ ଆତ୍ମହତ୍ୟା ବୋଲି ସ୍ପଷ୍ଟ କରିଛି ପୋଲିସ । ସୋମବାର ବିଳମ୍ବିତ ରାତିରେ ରେଳ ଧାରଣାରୁ ମିଳିଥିଲା କର୍ଣ୍ଣାଟକ ବିଧାନ ପରିଷଦର ଉପାଧ୍ୟକ୍ଷ ଏସ୍ଏଲ୍ ଧର୍ମେଗୌଡ଼ାଙ୍କ ମୃତଦେହ ।

ମଧ୍ୟ କର୍ଣ୍ଣାଟକର ପାହାଡିଆ ଅଞ୍ଚଳ ଚିକମଗଲୁସ୍ଥିତ ତାଙ୍କ ଘର ନିକଟରେ ଥିବା ଏକ ରେଳଧାରଣାରୁ ମୃତଦେହ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତିରେ ଧର୍ମେଗୌଡ଼ାଙ୍କ ମୃତଦେହ ମିଳିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତାଙ୍କ ମୃତଦେହ ନିକଟରୁ ସୁଇସାଇଡ୍ ନୋଟ୍‌ ବି ମିଳିଛି । କିଛି ଦିନ ତଳେ କଂଗ୍ରେସ ନେତା ଧର୍ମେଗୌଡ଼ାଙ୍କୁ ଦୁର୍ବ୍ୟବହାର କରିବା ନେଇ ଚର୍ଚ୍ଚା ହୋଇଥିଲା । ଧର୍ମେଗୌଡ଼ାଙ୍କ ମୃତ୍ୟୁରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କ ସହ ତମାମ ନେତା ଶୋକ ପ୍ରକାଶ କରିଛନ୍ତି ।

ବିଜେପି ଓ ଶିବସେନା ମୁହାଁମୁହିଁ, ED ଅଫିସ୍‌ ଆଗରେ ଲାଗିଲା BJP କାର୍ଯ୍ୟାଳୟ ବ୍ୟାନର

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମୁହାଁମୁହିଁ । ତେଜିଲା ପିଏମ୍‌ସି ବ୍ୟାଙ୍କ ଜାଲିଆତି ମାମଲାରେ ରାଜନୀତି । ଇଡି ଅଫିସ୍‌ ଆଗରେ ବିଜେପି ବ୍ୟାନର ମାରିଲା ଶିବସେନା । ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ସ୍ତ୍ରୀ ବର୍ଷାଙ୍କୁ ହାଜର ପାଇଁ ସମନ କରିଥିଲା ଇଡି । ଏହାର ପ୍ରତିବାଦରେ ମୁମ୍ବାଇ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଅଫିସ୍ ବାହାରେ ଏହା ‘ଭାଜପା ରାଜ୍ୟ କାର୍ଯ୍ୟାଳୟ’ ଲେଖାଥିବା ବ୍ୟାନର ମାରିଛନ୍ତି ଶିବସେନା କର୍ମୀ । ଏହି ବ୍ୟାନରକୁ ହିନ୍ଦୀରେ ଲେଖାଯାଇଛି ।

Sanjay rout

ପିଏମ୍‌ସି ବ୍ୟାଙ୍କ ଜାଲିଆତି ମାମଲାରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତଙ୍କ ସ୍ତ୍ରୀଙ୍କୁ ସମନ କରିବାରୁ ଏହାକୁ ବିଜେପିର ଚାଲ ବୋଲି କହିବା ସହ ଭୀଷଣ ବର୍ଷିଥିଲେ । ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ଇଡି କାର୍ଯ୍ୟାଳୟରେ ବିଜେପିର ଏକ ଶାଖା ରହିବା ଦରକାର । ୧୨ ବର୍ଷ ତଳର ଘଟଣାକୁ ଏବେ ଉଠାଇବାରେ କିଛି ମାନେ ନାହିଁ । ସେତେବେଳେ ବର୍ଷା ୫୦ ଲକ୍ଷ ଟଙ୍କା ଋଣ ନେଇଥିଲେ । ଯେତେବେଳେ ବିଜେପି ସହ ଥିଲେ କିଛି ଅସୁବିଧା ନଥିଲା ଏବେ ତାଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି । ସମନର ଉଚିତ୍‌ ଜବାବ ଦିଆଯିବ ବୋଲି କହିଛନ୍ତି ସଂଜୟ ।

ED Summons Sanjay Rauts Wife In PMC Bank Scam Case

ତେବେ ଇଡି ଅଫିସ୍‌ ଆଗରେ ଶିବସେନା କର୍ମକର୍ତ୍ତା ବ୍ୟାନର ଲଗାଉଥିବା ବେଳର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟରେ ଜଣେ ପୋଲିସ କର୍ମଚାରୀ ସେମାନଙ୍କୁ ବାରଣ କରୁଥିବା ଭିଡିଓରେ ଦେଖାଯାଇଛି । ତେବେ ଏନେଇ ବୃହାନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ-ବିଏମ୍‌ସିରେ ଅଭିଯୋଗ କରିବାକୁ ଶିବସେନା କର୍ମୀ ପୋଲିସକୁ କହୁଥିଲେ ।