ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା: ପୁଣି ଶବ ବ୍ୟବଚ୍ଛେଦ କରିବା ସହ ପୋଷ୍ଟର ମାରିଲା ପୋଲିସ

1 min read

ଭୁବନେଶ୍ୱର: ଚନ୍ଦକା ଦାସପୁର ରାସ୍ତା କଡ଼ରୁ କଟାମୁଣ୍ଡ ମିଳିବା ଘଟଣା । ଅଧିକ ତଦନ୍ତ ଓ ସୁରାକ୍ ପାଇଁ ମହିଳାଙ୍କ ମୃତଦେହକୁ ଆଉ ଥରେ ବ୍ୟବଛେଦ କରାଯାଇଛି । ରି-ପୋଷ୍ଟମର୍ଟମ କରିଛି ଚନ୍ଦକା ପୋଲିସ । ରି -ପୋଷ୍ଟମର୍ଟମ ପାଇଁ AIIMS କୁ ପଠାଯାଇଛି । ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ କରାଯାଇଥିଲା ପୋଷ୍ଟମର୍ଟମ ।

ପ୍ରାଥମିକ ରିପୋର୍ଟରେ ମହିଳାଙ୍କୁ ହତ୍ୟା କରାଯିବା ପରେ, ତଣ୍ଟି କଟାଯାଇଥିବା ଉଲ୍ଲେଖ ଥିଲା । ହାତ କିମ୍ବା ରଶିରେ ତଣ୍ଟି ଚିପାଯାଇଥିବା ଅନୁମାନ । ଶ୍ୱାସରୁଦ୍ଧ ପରେ ମୁଣ୍ଡକୁ ଅଲଗା କରାଯାଇଥିବା ସୂଚନା ମିଲିଛି । ସେପଟେ ଆଜି ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମୃତକଙ୍କ ପୋଷ୍ଟର ଲଗାଇଛି ଚନ୍ଦକା ଥାନା ପୋଲିସ । ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାରେ ତିଆରି ହୋଇଛି ପୋଷ୍ଟର । ଭୁବନେଶ୍ୱର ରେଲୱେ ଷ୍ଟେସନ, ଏୟାରପୋର୍ଟ ଓ ବିଭିନ୍ନ ବସ୍ତିରେ ପୋଷ୍ଟର ଲଗାଇଛି ପୋଲିସ ।

ଏଥିସହିତ ଭୁବନେଶ୍ୱର ଆଖପାଖ ଅଞ୍ଚଳ ଓ ଜିଲ୍ଲାରେ ମଧ୍ୟ ପୋଷ୍ଟର ଲଗାଯିବ । ପୋଷ୍ଟରରେ ମହିଳାଙ୍କ ଉଚ୍ଚତା, ବୟସ, ଡ୍ରେସ, ଟାଟୁର ଚିହ୍ନ ରହିଛି । ସେପଟେ ପଡୋଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ ସମେତ ଅନ୍ୟାନ ରାଜ୍ୟକୁ ମଧ୍ୟ ତଥ୍ୟ ପଠାଇଛି ପୋଲିସ । ସେପଟେ ୩ଦିନ ପରେ ବି ମହିଳାଙ୍କର ପରିଚୟ ମିଳିପାରିନି । ସାଇଣ୍ଟଫିକ ଓ ଡଗ ସ୍କ୍ୱାଡ୍ ସନ୍ଦେହୀ ଆଖିରେ ଓଡିଶା ବାୟୋଟେକ ପାର୍କର ଶ୍ରମିକ ରହିଛନ୍ତି । କାରଣ ଶ୍ରମିକଙ୍କ ଘରୁ ମିଳିଥିବା ଛୁରୀର ଅବିକଳ ଛୁରୀ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିଲା । ସେବେଠୁ ପୋଲିସର ସ୍କାନରରେ କାମ କରୁଥିବା ପାର୍କର ଶ୍ରମିକ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ଜୁଆ ଖେଳ ଅଭିଯୋଗରେ ୨୫ ଦିନ ହେବ ଲକଅପରେ ବନ୍ଦ ଅଛନ୍ତି ଦୁଇ ଗଞ୍ଜା

Leave a Reply