Farmers Protest: ଅକାଳୀ ଦଳର ପ୍ରଧାନମନ୍ତ୍ରୀଙ୍କୁ ଅପିଲ, ଦେଶର ସ୍ୱର ଶୁଣ, କୃଷି ଆଇନ୍ ରଦ୍ଦ କର

1 min read

ନୂଆଦିଲ୍ଲୀ: କେନ୍ଦ୍ରର ଚାଷ ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ ଅକାଳୀ ଦଳ କୃଷି ଆନକୁ ରଦ୍ଦ କରିବାକୁ ଅପିଲ କରିଛି । ଅକାଳୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ ପ୍ରଧାନମନ୍ତ୍ରୀଙ୍କୁ ନୂଆ କୃଷି ଆଇନକୁ ରଦ୍ଦ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ସ୍ୱର ଶୁଣିବା ଏବଂ କୃଷି ଆଇନକୁ ରଦ୍ଦ କରିବା ଉଚିତ।

ସୂଚନା ଅନୁଯାୟୀ, ସୁଖବୀର ସିଂ ବାଦଲ କହିଛନ୍ତି, ‘ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିବାକୁ ଚାହେଁ ଯେ ଦେଶର ସ୍ୱର, ଦେଶର ଚାଷୀଙ୍କ କଥା ଶୁଣାଯିବା ଉଚିତ ଏବଂ ଏହି କୃଷି  ଆଇନଟି ଶୀଘ୍ର ରଦ୍ଦ କରିବା ଉଚିତ୍।

ଅନ୍ୟପଟେ ଅକାଳୀ ଦଳର ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ହର୍ଷିମ୍ରତ କୌର ବାଦଲ କହିଛନ୍ତି, ‘ସାହେବ (ପଞ୍ଜାବ ସିଏମ ଅମରିନ୍ଦର ସିଂ)ଙ୍କ କର୍ତ୍ତବ୍ୟ ଯେ ସେ ନିରିହ ଯୁବକମାନଙ୍କୁ ଜେଲରୁ ବାହାର କରନ୍ତୁ ଏବଂ ସେମାନଙ୍କ ବିରୋଧରେ ଦାୟର ମାମଲାସବୁକୁ ବନ୍ଦ କରନ୍ତୁ। ଯାହାଦ୍ୱାରା ୨ ଶହରୁ ୩ ଶହ ଯୁବକଙ୍କ ଜୀବନ ନଷ୍ଟ ହେବାରୁ ବଞ୍ଚିଯିବ।  ଜାନୁୟାରୀ ୨୬ରୁ, ସେହି ଯୁବକମାନଙ୍କୁ ବନ୍ଦ ରଖାଯାଇଛି, ଲାଲକିଲ୍ଲା ପୋଲିସ ଷ୍ଟେସନରେ ଗୋଟିଏ ବି ଏଫଆଇଆର ହୋଇଛି?’

ସୂଚନାଯୋଗ୍ୟ, ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ହୋଇଥିବା ହିସାକାଣ୍ଡରେ ପୋଲିସ ଅନେକ ଲୋକଙ୍କୁ ଗିରଫ କରିଛି। ଅନେକ ଚାଷୀଙ୍କ ପରିବାର ଆନ୍ଦୋଳନରେ ବସିଥିବା ତାଙ୍କ ପରିବାର ସଦସ୍ୟ ନିଖୋଜ ଥିବାରି ଚିନ୍ତାରେ ଅଛନ୍ତି । ଏହା ପୂର୍ବରୁ ଆମ ଆଦମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ମଧ୍ୟ ନିଖୋଜ ଥିବା ଚାଷୀଙ୍କ ସନ୍ଧାନ ଓ ଜେଲରେ ଅଟକ ଥିବା ଚାଷୀଙ୍କୁ ମୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲେ ।

Leave a Reply