ବିଜୁ ପଟ୍ଟନାୟକ ପାର୍କରେ ନିର୍ମାଣ ହେବ କୋଭିଡ୍ ଯୋଦ୍ଧା ସ୍ମାରକୀ

1 min read

ଭୁବନେଶ୍ୱର: ବିଫଳ ଯିବନି କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ । ମନେ ରଖିବ ଓଡ଼ିଶା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଭୁବନେଶ୍ୱରରେ ନିର୍ମାଣ ହେବ କୋଭିଡ୍ ଯୋଦ୍ଧା ସ୍ମାରକୀ । ଏନେଇ ସ୍ୱାସ୍ଥ୍ୟ ବିଭାଗ, ପୂର୍ତ୍ତ ବିଭାଗକୁ ଚିଠି ଲେଖି ଜଣାଇଛି । ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ପରିସରରେ କୋଭିଡ୍ ଯୋଦ୍ଧା ସ୍ମାରକୀ ନିର୍ମାଣ ଲାଗି ସରକାର ସ୍ଥାନ ଚିହ୍ନଟ କରିଛନ୍ତି ।

Odisha Government to construct a COVID Warrior Memorial in Bhubaneswar Biju Patnaik Park

ନିର୍ମାଣ କାର୍ଯ୍ୟ ଲାଗି ପୂର୍ତ୍ତ ବିଭାଗ ନୋଡାଲ୍ ଏଜେନ୍ସି ଭାବେ କାର୍ଯ୍ୟ କରିବ । କୋଭିଡ୍ ଯୋଦ୍ଧା ସ୍ମାରକୀର ଡିଜାଇନ୍ ବା ରୂପରେଖ ପୂର୍ତ୍ତ ବିଭାଗ ପ୍ରସ୍ତୁତ କରିବ । ଏଥିଲାଗି ପୂର୍ତ୍ତ ବିଭାଗ ମଧ୍ୟ ଅନୁଦାନ ଯୋଗାଇବ । ୨୦୨୧ ଅଗଷ୍ଟ ୧୫ ସୁଦ୍ଧା କୋଭିଡ୍ ଯୋଦ୍ଧା ସ୍ମାରକୀ ପ୍ରସ୍ତୁତ ହୋଇଯିବ ବୋଲି କୁହାଯାଇଛି ।

Odisha Government to construct a COVID Warrior Memorial in Bhubaneswar Biju Patnaik Park

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନରେ ସହିଦ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କ ପରିବାର ସହ ଆଲୋଚନା କରିଥିଲେ । ସହିଦଙ୍କ ତ୍ୟାଗ କେବେ ବିଫଳ ହେବ ନାହିଁ କହିବା ସହ କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ଲାଗି ସ୍ମାରକୀ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ ।

ଏଥିସହ ପଢ଼ନ୍ତୁ- ସହିଦ କୋଭିଡ୍ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ସ୍ମାରକୀ: ମୁଖ୍ୟମନ୍ତ୍ରୀ

Leave a Reply