ଓଡ଼ିଶା ଓ ଆନ୍ଧ୍ର ଭାଷାଭିତ୍ତିକ ପାଠପଢ଼ା ପ୍ରସଙ୍ଗରେ ଆଲୋଚନା

ଭୁବନେଶ୍ୱର: ସୀମା ବିବାଦ ଭିତରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଭାଷାଭିତ୍ତିରେ ପାଠପଢ଼ା ପ୍ରସଙ୍ଗରେ ମଧ୍ୟ ଦୁଇ ରାଜ୍ୟର ପ୍ରତିନିଧି ଦଳ ଆଲୋଚନା କରିଛନ୍ତି । ଆନ୍ଧ୍ରରେ ଥିବା ୪ ହଜାର ୫ଶହରୁ ଅଧିକ ଓଡ଼ିଆ ପିଲାଙ୍କୁ ଓଡ଼ିଆ ଭାଷା ପଢ଼ାଇବା ଓ ସମସ୍ତ ସୁବିଧା ଦେବା ପାଇଁ ଆଲୋଚନା ହୋଇଛି ।

ବିଶେଷକରି ଆନ୍ଧ୍ରରେ ଥିବା ଓଡ଼ିଆ ସ୍କୁଲଗୁଡିକରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରି ପିଲାମାନଙ୍କୁ ଓଡ଼ିଆ ଭାଷା ପଢାଇବା ପାଇଁ ଓଡ଼ିଶା ସରକାର ଗୁରୁତ୍ୱ ଦେଇଛନ୍ତି । ଏ ନେଇ ଆନ୍ଧ୍ର ବିଧାନସଭା ପରିଷଦ ପ୍ରତିନିଧି ଦଳଙ୍କ ସହ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଲୋଚନା କରିଛନ୍ତି । ସେହିପରି ରାୟଗଡା, ଗଜପତି, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, କୋରପୁଟରେ ପ୍ରାୟ 80 ଲକ୍ଷ ତେଲୁଗୁ ଭାଷାଭାଷୀ ଲୋକ ଅଛନ୍ତି ।

ତେଲୁଗୁ ଭାଷା ଶିଖିବାକୁ ଆଗ୍ରହ ଥିଲେ ମଧ୍ୟ ଶିକ୍ଷକ ଅଭାବ ଯୋଗୁ ପିଲା ପାଠ ପଢ଼ି ପାରୁନାହାନ୍ତି ବୋଲି ଆନ୍ଧ୍ର ପ୍ରତିନିଧି ଅଭିଯୋଗ କରିଥିଲେ । ଏହାସହ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ ଅଞ୍ଚଳରେ ଅନେକ ଓଡ଼ିଆ ଭାଷାଭାଷୀ ଲୋକ ଅଛନ୍ତି । ଆମେ ମଧ୍ୟ ସେମାନଙ୍କ ସମସ୍ୟା ବୁଝିବୁ ବୋଲି ଆନ୍ଧ୍ର ପ୍ରତିନିଧି ଦଳ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply