spot_img
Home Blog Page 6143

ଜ୍ୟାକ୍ ମା’ଙ୍କ ସମ୍ପତ୍ତି ଚାହୁଁଥିଲା ଚୀନ୍, ନଦେବାରୁ ଗାଏବ

ବେଜିଂ: ଚୀନର ତୃତୀୟ ଧନୀ ଓ ଦୁନିଆର ଲକ୍ଷାଧିକଙ୍କ ପ୍ରେରଣା ଆଲ୍ଲିବାବା ଗ୍ରୁପର ପ୍ରତିଷ୍ଠାତା ଜ୍ୟାକ୍ ମା’ ଗତ ଦୁଇ ମାସ ଧରି ନିଖୋଜ ଅଛନ୍ତି । ଜ୍ୟାକ୍ ମା’ ଏବେ କେଉଁଠି ଅଛନ୍ତି, କେମିତି ଅଛନ୍ତି ତାକୁ ନେଇ ଚୀନ ସରକାର ଚୁପ୍‌ ଅଛି । ଅନ୍ୟପକ୍ଷରେ ବିଶ୍ୱ ଗୁଜବ ବଜାର ଗରମ ଅଛି । ଆମେରିକୀୟ ଖବରକାଗଜ ୱାଲ ଷ୍ଟ୍ରିଟ୍ ଜେନରାଲ ରିପୋର୍ଟ ଅନୁସାରେ ଚୀନର କମ୍ୟୁନିଷ୍ଟ ସରକାର ଜ୍ୟାକ୍ ମା’ଙ୍କଠାରୁ ତାଙ୍କ ଉପଭୋକ୍ତାଙ୍କ ଡାଟା ନେବାକୁ ଚାହୁଁଥିଲେ । କିନ୍ତୁ ଜ୍ୟାକ୍ ଡାଟା ଦେବାକୁ ମନା କରିଦେଇଥିଲେ କାରଣ ଡାଟା ତାଙ୍କ ପାଇଁ ମୂଲ୍ୟବାନ ଥିଲା ।

ଉପଭୋକ୍ତାଙ୍କ ଡାଟା ପାଇଁ ଚୀନ ସରକାର ଜ୍ୟାକ୍ ମା’ଙ୍କ ଉପରେ ଚାପ ପ୍ରୟୋଗ କରୁଥିଲା । ଚୀନର ଆର୍ଥିକ ପ୍ରାଧିକରଣ ଚାହୁଁଥିଲା ଯେ, ଜ୍ୟାକ୍ ତାଙ୍କ କୋଟି କୋଟି ଗ୍ରାହକଙ୍କ କ୍ରେଡିଟ୍ ଡାଟା ତାକୁ ଦେଉ । ଚୀନ୍ ରେଗୁଲେଟରର ଏହି ଚାପ ଓ ଜ୍ୟାକଙ୍କର ରାଷ୍ଟ୍ରପତି ସି ଜିନ୍ ପିଙ୍ଗଙ୍କ ସହ ବିବାଦ କାରଣରୁ ତାଙ୍କ ପାଖରେ ଖୁବ କମ ବିକଳ୍ପ ବଂଚିଥିଲା । ଚୀନ ସରକାରର ଚିନ୍ତା ଥିଲା ଯେ, ଜ୍ୟାକ୍ ନିଜ ବ୍ୟବସାୟକୁ ଆହୁରି ଅଧିକ ପ୍ରସାରିତ କରିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ଧ୍ୟାନ ଆର୍ଥିକ ବିପଦ ଆଡକୁ ନଥିଲା, ଯାହାକୁ ନିୟନ୍ତ୍ରିତ କରିବା ଦେଶର ଲକ୍ଷ୍ୟ ଥିଲା ।

ଏଣ୍ଟା ଗ୍ରୁପ ପର୍ସନାଲ ଡାଟା ସାହାଯ୍ୟରେ ବ୍ୟବସାୟରୁ ଫାଇଦା ଉଠାଉଥିଲା

ଚୀନ୍ରେଗୁଲେଟର୍ସଙ୍କ କହିବା ହେଉଛି ଜ୍ୟାକ୍ ମା’ଙ୍କ ଏଣ୍ଟା ଗ୍ରୁପ୍ ପର୍ସନାଲ ଡାଟା ସାହାଯ୍ୟରେ ନିଜ ବ୍ୟବସାୟ ବଢାଉଥିଲା । ଜ୍ୟାକ୍ ନିଜ ଅଲ୍ଲି ପେ’ ଆପ୍ ଜରିଆରେ ଲୋକଙ୍କୁ ଲୋନ୍ ଦେଉଥିଲେ ଓ ମଧ୍ୟସ୍ଥ ଭାବେ ଟଙ୍କା ରୋଜଗାର କରୁଥିଲେ, ଯେତେବେଳେକି ଲୋନର ସବୁ ରିସ୍କ ବ୍ୟାଙ୍କକୁ ଉଠାଇବାକୁ ପଡୁଥିଲା । ଏହି ଆପକୁ ପାଖାପାଖି ୫୦ କୋଟି ଲୋକ ବ୍ୟବହାର କରୁଥିଲେ । ନିଜ ଗ୍ରାହକଙ୍କ ଅଭ୍ୟାସ,ଲୋନ୍ ନେବା ପ୍ରବୃତ୍ତି ଓ ଲୋନ୍ ଶୁଝିବାର ପୁରୁଣା ଇତିହାସ ଆଦିର ବିସ୍ତୃତ ଡାଟା ଜ୍ୟାକଙ୍କ ଆପ୍ ପାଖରେ ଥିଲା ।

ସରକାରୀ ଅଧିକାରୀଙ୍କ ଅନୁସାରେ ଏହି ବିଜନେସ୍ ମଡେଲରୁ ଜ୍ୟାକ ମା’ଙ୍କୁ ଫାଇଦା ହେଉଥିଲା,  କିନ୍ତୁ ଏହା ଦ୍ୱାରା ଚୀନ୍ ଆର୍ଥିକ ସିଷ୍ଟମ ପ୍ରତି ବିପଦ ସୃଷ୍ଟିର ଆଶଙ୍କା ଥିଲା । ଏହାପରେ ଚୀନ୍ ଜ୍ୟାକଙ୍କ ବିଜନେସ୍ ମଡେଲରେ ସୁଧାର ଆଣିବାକୁ ଚେଷ୍ଟା କରିଥିଲେ । ଯାହାର ପରବର୍ତ୍ତୀ ପଦକ୍ଷେପ ଥିଲା ଉପଭୋକ୍ତାଙ୍କ ବ୍ୟକ୍ତିଗତ ଡାଟା ଉପରେ ଜ୍ୟାକଙ୍କ ଏକାଧିକାରକୁ ଶେଷ କରିବା । ତେଣୁ ତାଙ୍କୁ ଡାଟା ସେୟାର କରିବାକୁ କୁହାଯାଇଥିଲା । କିନ୍ତୁ ଜ୍ୟାକ୍ ଡାଟା ଦେବାକୁ ମନା କରିଦେଇଥିଲେ ।

ଏହା ସହ ଜ୍ୟାକଙ୍କର ରାଷ୍ଟ୍ରପତି ସି ଜିନପିଙ୍କଙ୍କ ସହ ମତଭେଦ ଥିଲା । ଏହି ମତଭେଦ ପାଇଁ ତାଙ୍କୁ ଗାଏବ କରି ଦିଆଯାଇଛି ବୋଲି କୁହାଯାଇଛି ।

ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍, ୪ ଠିକା କର୍ମଚାରୀଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍‌ ଘଟଣା । ପୂର୍ବରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ୪ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। କୋଲ୍ କେମିକାଲ ଡିପାର୍ଟମେଣ୍ଟ ବା ସିସିଡି ବିଭାଗରେ ଗ୍ୟାସ ଲିକ୍ ହୋଇ ସମସ୍ତେ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଗୁରତର ଅବସ୍ଥାରେ ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ସେମାନଙ୍କ ମୃତ୍ୟୁ ହୋଇଛି।

ଗ୍ୟାସ୍ ଲିକର କାରଣ ଅସ୍ପଷ୍ଟ ଥିବା ବେଳେ, ଆରଏସପିର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି। ଘଟଣା ପରେ ଆଇଜିଏଚରେ ପହଞ୍ଚିଛନ୍ତି ପଶ୍ଚିମାଞ୍ଚଳ ପୋଲିସ ଆଇଜି କବିତା ଜଲାନ। ସେହିପରି ବିଭିନ୍ନ ଶ୍ରମିକ ସଙ୍ଗଠନର ନେତା ଓ କର୍ମକର୍ତ୍ତା ପହଞ୍ଚି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଶ୍ରମିକଙ୍କ ପରିବାରକୁ କ୍ଷତିପୁରଣ ଦେବା ଏବଂ ଏଭଳି ଅବହେଳା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି।

ଦୀର୍ଘ ୬ ମାସ ପରେ ଆସିଲା ଭଲ ଖବର, ଦିନକରେ କରୋନା ମୃତ୍ୟୁ ସଂଖ୍ୟା ଶୂନ

ଭୁବନେଶ୍ୱର: ଦୀର୍ଘ ୬ ମାସ ପରେ ରାଜ୍ୟରେ କରୋନାକୁ ନେଇ ଭଲ ଖବର ଆସିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା କାରଣରୁ କାହାରି ମୃତ୍ୟୁ ହୋଇନାହିଁ। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରି ଏଥିପାଇଁ କରୋନା ଯୋଦ୍ଧାମାନଙ୍କୁ ପୁରା ସମ୍ମାନ ଜଣାଇଛି। ସେପଟେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ୧୩୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୮ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ। ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ରହିଛି  ୩ଲକ୍ଷ ୩୦ ହଜାର ୯୨୧ । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୨୬ ହଜାର ୭୭୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ରାଜ୍ୟରେ ୨ ହଜାର ୨୦୩ ଜଣ କରୋନା ସଂକ୍ରମିତ ସକ୍ରିୟ ରହିଛନ୍ତି ।

ଅନୁଗୁଳରୁ ୨୧,  ବାଲେଶ୍ୱରରୁ ୮, ବରଗଡ଼ରୁ ୨୫, ଭଦ୍ରକରୁ ୫, ବଲାଙ୍ଗିରରୁ ୧୧, ବୌଦ୍ଧରୁ ୧, କଟକରୁ ୧୧, ଦେବଗଡ଼ରୁ ୨, ଢ଼େଙ୍କାନାଳରୁ ୨, ଗଜପତିରୁ ୩, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨, ଯାଜପୁରରୁ ୧୨, ଝାରସୁଗୁଡ଼ାରୁ ୧୫, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୯, ଖୋର୍ଦ୍ଧାରୁ ୧୧, କୋରାପୁଟରୁ ୩, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୨, ନୂଆପଡ଼ାରୁ ୧, ପୁରୀରୁ ୧୦, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୪, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସାରା ଦେଶରେ ବାର୍ଡ଼ ଫ୍ଲୁ ଆତଙ୍କ: ମଣିଷଙ୍କର ବି ହେଉଛି ଯାଞ୍ଚ୍

କରୋନା ସଙ୍କଟ ମଝିରେ ଆଉ ଏକ ନୂଆ ସଙ୍କଟ ମୁଣ୍ଡ ଟେକିଛି । ଦେଶରେ ଅନେକ ରାଜ୍ୟରେ ବ୍ୟପିବାରେ ଲାଗିଛି ବାର୍ଡ ଫ୍ଲୁ । ରାଜସ୍ଥାନ, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେରଳରେ ବ୍ୟାପୁଛି ବାର୍ଡ ଫ୍ଲୁର ଆତଙ୍କ। ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟର ସରକାର ସତର୍କତା ଜାରି କରିଛନ୍ତି । ବାର୍ଡ଼ ଫ୍ଲୁର ସବୁଠୁ ଅଧିକ ପ୍ରଭାବ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି, ତେଣୁ ରାଜ୍ୟରେ ହାଇ ଆଲର୍ଟ ଜାରି କରାଯାଇଛି ।

ମଧ୍ୟ ପ୍ରଦେଶରେ ୨୩ ଡିସେମ୍ବରରୁ ୩ ଜାନୁଆରୀ ମଧ୍ୟରେ ୪୦୦ରୁ ଅଧିକ କାଉର ମୃତ୍ୟୁ ହୋଇଛି । ମୃତକାଉଙ୍କ ନମୁନାରେ ଆଭିଆନ ଏନଫ୍ଲୁଏଞ୍ଜାର ଷ୍ଟ୍ରେନ  ‘H-5N-8’ ଭାଇରସ୍ ଠାବ ହୋଇଛି। ଏଗୁଡ଼ିକ ଇନ୍ଦୌର, ମନ୍ଦସୌର, ଆଗର ମାଲୱା ଇଲାକକାର ହୋଇଥିବାରୁ ତେଣୁ ସେହି ଅଞ୍ଚଳ ଓ ଏକ କିଲୋମିଟର ବ୍ୟାସାର୍ଦ୍ଧରେ ରହୁଥିବା ଲୋକମାନଙ୍କର ବି ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଏଥିପାଇଁ ଏହିସବୁ ସ୍ଥାନକୁ ମେଡିକାଲ୍ ଟିମ୍ ମଧ୍ୟ ପଠାସରିଛି । ଏହି ଭାଇରସ୍ ମଣିଷକୁ ବ୍ୟାପୁଛି କି ନାହିଁ ତାହା ଯାଞ୍ଚ କରାଯଉଛି । ଏହା ବ୍ୟତୀତ ସରକାର ରାଜ୍ୟର ଦଶ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛନ୍ତି।

କେବଳ ମଧ୍ୟପ୍ରଦେଶରେ ବାର୍ଡ଼ ଫ୍ଲୁର ପ୍ରଭାବ ଦେଖାଯାଇ ନାହିଁ, ଦେଶରେ ଏଭଳି ଦଶଟି ରାଜ୍ୟ ଅଛି ଯେଉଁଠାରେ ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟପ୍ରଦେଶ ସମେତ କେରଳ, ରାଜସ୍ଥାନ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ପଞ୍ଜାବ ଭଳି ରାଜ୍ୟରେ ବି ବାର୍ଡ଼ ଫ୍ଲୁ ମାମାଲାଦେଖିବାକୁ ମିଳିଛି। ଏମିତିକି କେରଳ ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛି। ସେଠାରେ କାଉ ଓ କୁକୁଡ଼ାକୁ ମରା ଅଭିଯାନ ବି ବ୍ୟାପକ ପରିମାଣରେ ଆରମ୍ଭ ହୋଇଯାଇଛି। ଏହା ବ୍ୟତୀତ ୟୁପିରେ ବି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀ ବି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ପୂର୍ବ ପ୍ରସ୍ତୁତି ସହ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

 

ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ କଟକଣା କୋହଳ, ବୟସସୀମା ଉପରୁ ହଟିଲା ପ୍ରତିବନ୍ଧକ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଶ୍ରୀଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ। ସକାଳୁ ସକାଳୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ତେବେ ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ  ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଦର୍ଶନରେ କୋହଳ ହେଲା କଟକଣା। ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। କିନ୍ତୁ ବୟସସୀମା ଉପରୁ ହଟିଲା ପ୍ରତିବନ୍ଧକ। ବୟସ୍କ ଓ କମ ବୟସ୍କ ଭକ୍ତଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି।

ମନ୍ଦିର ନିକଟରେ ବିଏମସି ପକ୍ଷରୁ ମାଗଣା କୋଭିଡ ଟେଷ୍ଟିଂର କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ସୂଚନା। ସିଂହଦ୍ୱାର ପର୍ଯ୍ୟନ୍ତ ଗୋଟିଏ ପଟେ ପ୍ରବେଶ ପଥ ଥିବା ବେଳେ ଅନ୍ୟପଟେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଗତ ୨୭ ତାରିଖରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଥିବା ବେଳେ  ପ୍ରଥମେ ସେବାୟତଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା। ପରେ ଭୁବନେଶ୍ୱରବାସୀଙ୍କୁ ଦର୍ଶନ ପାଇଁ ଦିଆଯାଇଛି ଅନୁମତି।

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ, ଜାନୁଆରୀ ୧୦ରୁ ଫେବ୍ରୁଆରୀ ୨ ପର୍ଯ୍ୟନ୍ତ ଅନଲାଇନରେ କରିପାରିବେ ଆବେଦନ

କଟକ: ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୦ ତାରିଖରୁ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ପାଇଁ  ମାଟ୍ରିକ ଫର୍ମ ପୂରଣ ଆରମ୍ଭ ହେବ । ବିଦ୍ୟାର୍ଥୀ ଫେବ୍ରୁଆରୀ ୨ ତାରିଖ ମଧ୍ୟରେ ଆବେଦନ କରିପାରିବେ। ୨୦୨୧ ମସିହା ବାର୍ଷିକ ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ନିମନ୍ତେ ପରୀକ୍ଷାର୍ଥୀମାନେ ଅନ୍‌ଲାଇନ୍‌ ଯୋଗେ ସେମାନଙ୍କ ଫର୍ମ ପୂରଣ କରିପାରିବେ। ତେବେ କରୋନା ମହାମାରୀ କାରଣରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ଫିଲ୍ଅପ୍‌ ହେବ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଅନଲାଇନ୍‌ରେ ଫର୍ମ ଫିଲ୍ଅପ୍‌ କରିବେ। ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ପରୀକ୍ଷା ଦେବାକୁ ଥିବା ରେଗୁଲାର, ଏକ୍ସ ରେଗୁଲାର, କରେସପଣ୍ଡେନ୍ସ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ମାନେ ୧୦ ତାରିଖରୁ ଫର୍ମ ଫିଲଅପ୍ କରିପାରିବେ। ସକାଳ ୧୦ଟାରୁ ଫର୍ମ ଫିଲଅପ୍ ଆରମ୍ଭ ହେବ। ଏହା ୨୮ ତାରିଖ ଯାଏ ଚାଲିବ। ତେବେ ଫର୍ମ ଫିଲଅପ୍ ପାଇଁ ଜାନୁଆରୀ ୨୭କୁ ଫିସ୍ ଦାଖଲର ଶେଷ ଦିନ ରଖାଯାଇଛି । ଅନ୍ୟପକ୍ଷରେ ଜାନୁଆରୀ ୨୮ରୁ ଫେବ୍ରୁଆରୀ ୧ ତାରିଖ ରାତି ୧୧ଟା ୪୫ ଯାଏ ଜରିମାନା ସହ ଫର୍ମ ଫିଲପ କରାଯାଇପାରିବ । ତେବେ ଜରିମାନା ସହ ଫର୍ମ ଫିଲଅପ୍‌ ଶେଷ ଦିନ ଫେବୃଆରୀ ୨ ତାରିଖ ରହିଛି । www.bseodisha.ac.in ୱେବସାଇଟରେ ଫର୍ମ ପୂରଣ ପାଇଁ ଲିଙ୍କ ଓ ନିର୍ଦ୍ଦେଶାବଳୀ ଉଲ୍ଲେଖ ରହିଛି।

ବିଲକୁ ଯାଉଥିଲେ,ରାସ୍ତାରେ ହାତୀ ମାରିଲା

କାମାକ୍ଷାନଗର: କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କନ୍ତିଓ କାଟେଣୀ ଗାଁରେ ହାତୀ ଉତ୍ପାତ। ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ କାନ୍ତିଓ କାଟେଣୀର ଭୁବନା ବେହେରା ହୋଇଥିବା ବେଳେ ଯଦୁ ସାହୁ ଗୁରୁତର ହୋଇଛନ୍ତି। ମୃତକ ଭୁବନା ପାଖ ଜଙ୍ଗଲକୁ ଯାଉଥିବା ବେଳେ ଦଳିଦେଲା ହାତୀ। ଗୁରୁତର ଯଦୁ ସକାଳୁ ନିଜ ବିଲକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା।

ହାତୀଟି ତାଙ୍କୁ ଶୁଣ୍ଢ ରେ ଟେକି କଚାଡି ଦେବା ଫଳରେ ସେ ଗୁରୁତର ହୋଇଥିବା ବେଳେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ। ଖବର ପାଇ ସ୍ଥାନୀୟ ଲୋକ ଯଦୁଙ୍କୁ ତୁରନ୍ତ ସ୍ଥାନୀୟ ଅଁଳାବେରେଣୀ ମେଡିକାଲରେ ଭର୍ତି କରାଇଥିଲେ। ସେଠାରେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।

ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ୍‌ ଲିକ୍‌, ୨ ଗୁରୁତର ୨ ମୃତ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ଗ୍ୟାସ ଲିକ୍‌। ସିସିଡି ବିଭାଗରେ ଗ୍ୟାସ ଲିକ୍‌ ସୂଚନା। ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ୟାସ ଲିକ୍‌ ଫଳରେ ୨ଜଣ ଠିକା କର୍ମଚାରୀ ଗୁରୁତରଭାବେ ଆହତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଆହତ ମାନଙ୍କୁ ଚିକିତ୍ସା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ୪ ଜଣଙ୍କ ବ୍ୟତିତ ଆଉ କେତେ ଆହତ ହୋଇଛନ୍ତି ତାହାର ପୁରା ସୂଚନା ମିଳିପାରି ନାହିଁ ।

କିନ୍ତୁ ସନ୍ଦେହ କରାଯାଉଛିଯେ ଗ୍ୟାସ ଲିକ୍‌ କାରଣରୁ ଅଧିକ ଆହତ ହୋଇଥାଇ ପାରନ୍ତି। ସେପଟେ ଗ୍ୟାସ ଲିକ୍‌ କେମିତି ହେଲା ତାହା ଜଣାପଡ଼ିନାହିଁ । ଘଟଣା ସ୍ଥଳରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ପ୍ରଥମିକ ତଦନ୍ତ ଆରମ୍ଭ ହୋଇଛି। ଏଭଳି ଘଟଣା ପରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷର ଦାବି ହୋଇଛି । ଆହତ ହୋଇଥିବା ସମସ୍ତ କର୍ମଚାରୀଙ୍କର ଚିକିତ୍ସା ବହନ କରିବା, ସଠିକ୍‌ କାର୍ଯ୍ୟାନୁଷ୍ଠା କରିବା ପାଇଁ ଦାବି ହୋଇଛି ।

ମାତିଛନ୍ତି ଗଞ୍ଜେଇ ମାଫିଆ: STF ଜବତ କଲା ୨ ଟନ ଗଞ୍ଜେଇ

ରାୟଗଡ଼ା: କରୋନା କାଳରେ ବଢ଼ିବାକୁ ଲାଗିଛି ଗଞ୍ଜେଇ ମାଫିଆଙ୍କ ରାଜ। ଯେକୌଣସି ଉପାୟରେ କରୁଛନ୍ତି ବେପାର। ବାରମ୍ବାର ପୋଲିସର ରେଡ ପରେ ମଧ୍ୟ ସୁଧୁରୁ ନାହାନ୍ତି ମାଫିଆ। କେତେବେଳେ ପରିବା ବୋଝେଇ ଟ୍ରକ୍‌ ତ ପୁଣି କେତେବେଳେ କାରର ସିଟ୍‌। ଆଉ ଏବେ ପିଚୁ ବୋଝେଇ ଗାଡିରେ ହେଉଛି ଗଞ୍ଜେଇ ଚାଲାଣ।

 

ତେବେ ଚାଲାଣ ସମୟରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ରାୟଗଡ଼ା ମୁନିଗୁଡ଼ାରୁ ୨ ଟନ ଗଞ୍ଜେଇ ଜବତ ହୋଇଛି। ୧୨ ଚକିଆ ଟ୍ରକରେ ହେଉଥିଲା ଗଞ୍ଜେଇ ଚାଲଣ। STFକୁ ଦେଖି ଚମ୍ପଟ ମାରିଲେ ଡ୍ରାଇଭର ଓ ହେଲପର। କୌଣସି ସୂତ୍ରରୁ କ୍ରାଇମବ୍ରାଞ୍ଚ ଖବର ପାଇ ରେଡ କରିଥିଲା। ଗଞ୍ଜେଇ ଜବତ କଲା କ୍ରାଇମବ୍ରାଞ୍ଚ STF। ରାୟଗଡ଼ାରୁ ବୌଦ୍ଧ କଣ୍ଟାମାଳକୁ ଚାଲଣ ହେଉଥିଲା।

ଇସ୍ରୋର ଓଡ଼ିଆ ବୈଜ୍ଞାନିକଙ୍କ ହତ୍ୟା ପାଇଁ ହୋଇଥିଲା ଷଡ଼ଯନ୍ତ୍ର, ଖାଦ୍ୟରେ ଦିଆଯାଇଥିଲା ଆର୍ସେନିକ୍

ନୂଆଦିଲ୍ଲୀ: ଓଡ଼ିଆ ବୈଜ୍ଞାନିକଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା ଉଦ୍ୟମ ଅଭିଯୋଗ। ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତଥା ଅହମ୍ମଦାବାଦ ସ୍ପେସ ଆପ୍ଲିକେସନ ସେଣ୍ଟରର ପୂର୍ବତନ ନିର୍ଦ୍ଦେଶକ ତପନ ମିଶ୍ରଙ୍କୁ ବିଷ ଦେଇ ମାରିବାକୁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ନିଜ ସୋସିଆଲ୍‌ ମିଡିଆ ପେଜ୍‌ରେ ପୋଷ୍ଟ କରିଛନ୍ତି ବୈଜ୍ଞାନିକ ତପନ ମିଶ୍ର। ୨୦୧୭ ମେ ୨୩ତାରିଖରେ ତାଙ୍କୁ ବିଷ ଦେଇ ମାରିବାକୁ ଉଦ୍ୟମ କରାଯାଇଥିଲା।

 

ହେଲେ କିଏ ଓ କାହିକି ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ, ସେ ସମ୍ପର୍କରେ ସେ ଜାଣିନଥିବା କହିଛନ୍ତି। ବେଙ୍ଗାଲୁରୁ ଇସ୍ରୋ ମୁଖ୍ୟାଳୟରେ ପ୍ରମୋସନ ଇଣ୍ଟରଭ୍ୟୁ ସମୟରେ ତାଙ୍କୁ ଖାଦ୍ୟରେ ଆର୍ସେନିକ ଟ୍ରାଇଅକ୍ସାଇଡ୍ ମିଶାଇ ଖାଇବାକୁ ଦିଆଯାଇଥିଲା। ମଧ୍ୟାହ୍ନ ଭୋଜନ ପରେ ଦୋଷା ଓ ଚଟଣୀରେ ବିଷ ମିଶା ଯାଇଥିବା ସେ କହିଛନ୍ତି।  ସୌଭାଗ୍ୟବଶତଃ ସେ ବଞ୍ଚି ଯାଇଥିଲେ।

ହେଲେ ୨ବର୍ଷ ଧରି ତାଙ୍କୁ ଚିକିତ୍ସିତ ହେବାକୁ ପଡ଼ିଥିଲା। ଶ୍ୱାସକ୍ରିୟା, ଚର୍ମ ଓ ନଖରେ ସମସ୍ୟା ଦେଖାଦେଇଥିବା ସେ କହିଛନ୍ତି। ସେହିପରି ଭୟଙ୍କର ସ୍ନାୟୁଜନିତ ସମସ୍ୟା ଦେଖାଦେଇଥିଲା। ତାଙ୍କ ଖାଦ୍ୟରେ ମିଶା ଯାଇଥିବା ବିଷ ରଙ୍ଗହୀନ, ସ୍ୱାଦହୀନ ଓ ଗନ୍ଧହୀନ ହୋଇଥିବାରୁ ସନ୍ଦେହ ଘେରକୁ ଆସିନଥିଲା।

ଚଳିତ ମାସରେ ଇସ୍ରୋର ବରିଷ୍ଠ ପରାମର୍ଶଦାତା ପଦରୁ ତପନ ମିଶ୍ର ଅବସର ନେବେ। ଏହାପୂର୍ବରୁ ସେ ମେଡିକାଲ ରିପୋର୍ଟ ସହ ପୂରା ଘଟଣା ସଂପର୍କରେ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। ଘଟଣାର ତଦନ୍ତ କରି ହତ୍ୟା ଉଦ୍ୟମ ଷଡ଼ଯନ୍ତ୍ର ଉପରୁ ପରଦା ହଟାଇବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।