ସପ୍ତାହେ ବିତିଲାଣି ହେଲେ ଏବେ ବି ଚାଲିଛି ଉଦ୍ଧାରକାର୍ଯ୍ୟ, ମୃତ୍ୟୁ ସଂଖ୍ୟା ୪୩ ଛୁଇଁଲାଣି

Uttarakhand

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ହିମସ୍ଖଳନ ପରେ ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ରବିବାର ଆଉ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଏହାକୁ ମିଶାଇ ଏବେ ମୃତ୍ୟୁସଂଖ୍ୟା ୪୩ରେ ପହଞ୍ଚିଛି । ଏବେ ବି ଟନେଲ ଭିତରେ ଅନେକ ଫସିଥିବା ଆଶଙ୍କା କରାଯାଉଛି । ଟନେଲରେ ଖୋଳା କାର୍ଯ୍ୟ ୧୩୬ ମିଟର ଯାଏ ହୋଇଥିବା ଚମୋଲି ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି ।

ହିମସ୍ଖଳନରେ ୨୦୪ ଜଣ ନିଖୋଜ ଥିବାବେଳେ ୪୩ ଜଣଙ୍କ ମୃତଦେହ ମିଳିସାରିଲାଣି । ମୃତ୍ୟୁସଂଖ୍ୟା ବଢ଼ୁଥିବା ବେଳେ ସୁଡ଼ଙ୍ଗରୁ ପଙ୍କ ଓ ମାଟି ବାହାର କରାଯାଉଛି । ଆହୁରି କିଛି ଶ୍ରମିକ ଏବେ ମଧ୍ୟ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି । ଚମୋଲିରେ ହିମସ୍ଖଳନ ପରେ ଅନେକ ଗାଁକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଆଇଟିବିପି ଯବାନ କ୍ଷତିଗ୍ରସ୍ତ ଗାଁକୁ ଯାଇ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛନ୍ତି ।

ପ୍ରଳୟରେ ଜର୍ଜରିତ ଉତ୍ତରାଖଣ୍ଡର ଚାମୋଲିରେ ଏବେ ବି ସ୍ଥିତି ସ୍ୱାଭାବିକ ହୋଇପାରିନି । ଘଟଣାକୁ ଗୋଟିଏ ସପ୍ତାହ ବିତିସାରିଥିଲେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବିଶେଷ କରି ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ଅତ୍ୟାଧୁନିକ ପ୍ରଣାଳୀ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜଳ ପ୍ରଳୟରେ ବାସହରା ହୋଇଥିବା ଲୋକଙ୍କ ପାଖରେ ପହଞ୍ଚୁଛି ଶୁଖିଲା ଖାଦ୍ୟ ସହ ସମସ୍ତ ସୁବିଧା ।

Leave a Reply