ସେନାରେ ସାମିଲ ହେଲା ୧୧୮ ଅର୍ଜୁନ ଟ୍ୟାଙ୍କ, ମିସାଇଲ କି ଗ୍ରେନେଡ୍‌ ମାଡ଼ କିଛି ଫରକ ପକାଇବନି

1 min read
ARJUNA TANK

ନୂଆଦିଲ୍ଲୀ: ଗତ କିଛି ମାସ ହେବ ଭାରତ-ପାକିସ୍ତାନ ସୀମା ଓ ଭାରତ-ଚୀନ୍‌ ସୀମାରେ ତିକ୍ତତା ଜାରି ରହିଛି । ତେବେ ଏହାରି ଭିତରେ ଭାରତୀୟ ସେନାରେ ସାମିଲ ହୋଇଛି ଶକ୍ତିଶଳି ଯୋଦ୍ଧା ଟ୍ୟାଙ୍କ ଅର୍ଜୁନ ମାର୍କ 1 (A)। ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦେଶ୍ୟରେ ଅର୍ଜୁନକୁ ସମର୍ପିତ କରିଛନ୍ତି । ତାମିଲନାଡୁ ଏବଂ କେରଳ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କ (MK-1A)କୁ ଚେନ୍ନାଇରେ ଆର୍ମି ଚିଫ୍ ଜେନେରାଲ୍ ଏମ୍ ନରୱାନେଙ୍କୁ ହସ୍ତାନ୍ତର କରିଛନ୍ତି ।

ନିକଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୧୧୮ଟି ଅର୍ଜୁନ ଟ୍ୟାଙ୍କ ସେନାକୁ ଦିଆଯିବ ବୋଲି ନିଷ୍ପତି ହୋଇଥିଲା । ଏଥିପାଇଁ ୮୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟ୍ୟାଙ୍କ ସମ୍ପୂର୍ଣ୍ଣରୂପେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । DRDO ଏହି ଟ୍ୟାଙ୍କକୁ ସମ୍ପୂର୍ଣ୍ଣ ରୂପେ ନିର୍ମାଣ ଏବଂ ବିକଶିତ କରିଛି । ଏହା ଭାରତୀୟ ସେନାର ସମସ୍ତ ଆବଶ୍ୟକତା ପୂରଣ କରିବାକୁ ଯାଉଛି । DRDO ଏହାକୁ କମ୍‌ବାକ୍ଟ ଭେଇକିଲ୍‌ସ ରିସର୍ଚ୍ଚ ଆଣ୍ଡ ଏଷ୍ଟାବ୍ଲିସ୍‌ମେଣ୍ଟରେ ଡିଜାଇନ୍‌ କରିଛି ।

ARJUN TAnk

କ’ଣ ରହିଛି ବିଶେଷତ୍ୱ
ଅର୍ଜୁନ ମାର୍କ 1(A) ଟ୍ୟାଙ୍କ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଏହାର ଫାୟାରିଂ କ୍ଷମତା ବୃଦ୍ଧି କରାଯାଇଛି । ଖାଲି ସେତିକି ନୁହେଁ ଟ୍ୟାଙ୍କ ନିଜ ଲକ୍ଷ୍ୟ ସ୍ଥଳ ନିଜେ ସ୍ଥିର କରିବାର କ୍ଷମତା ରଖୁଛି ।

ଏହି ଟ୍ୟାଙ୍କ୍‌ର ବିଶେଷତ୍ୱ ଏହା ମଧ୍ୟ ରହିଛି ଯେ, ଅସ୍ଥିର ଲକ୍ଷ ସ୍ଥଳକୁ ମଧ୍ୟ ତିକ୍ଷ୍ନ ଭାବେ ଭେଦ କରିବାର କ୍ଷମତା ରଖିଛି । ଲ୍ୟାଣ୍ଡ ମାଇନ୍‌କୁ ମଧ୍ୟ ସହଜରେ ସଫା କରିବା ସହ ଏହା ଆଗକୁ ବଢ଼ିପାରେ । ଟ୍ୟାଙ୍କର ଅଗ୍ରଭାଗରେ ଗ୍ରେନେଡ୍‌ ମାଡ଼ କିମ୍ବା ମିସାଇଲ ମାଡ଼ ହେଲେ ମଧ୍ୟ କୌଣସି କ୍ଷତି କରି ପାରିବ ନାହିଁ ।

ARJUN TAnk

ଅର୍ଜୁନ ମାର୍କ 1(A) ଟ୍ୟାଙ୍କକୁ ହଣ୍ଟର୍ କିଲର୍ କୁହାଯାଉଛି । ଏହି ଗୋଟିଏ ଟ୍ୟାଙ୍କରେ ୫୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହିଭଳି ୧୧୮ଟି ଟ୍ୟାଙ୍କ ସେନାରେ ସାମିଲ ହୋଇଛି । ପୂର୍ବରୁ ୧୨୪ଟି ଅର୍ଜୁନ ଟ୍ୟାଙ୍କ ସେନାରେ ସାମିଲ ଅଛି ।

ରାସାୟନିକ ଆକ୍ରମଣରୁ ବଞ୍ଚିବା ପାଇଁ ଅର୍ଜୁନ ଟ୍ୟାଙ୍କରେ ସ୍ୱତନ୍ତ୍ର ଭାବେ ସେନସର ଲଗାଯାଇଛି । ଏହି ଟ୍ୟାଙ୍କଗୁଡ଼ିକୁ ଭାରତୀୟ ସୀମାର ସବୁଠାରୁ ଶକ୍ତିଶାଳି ଓ ସମ୍ବେଦନଶୀଳ ରେଜିମେଣ୍ଟରେ ମୁତୟନ କରାଯିବ । ତେବେ ପଶ୍ଚିମ ରାଜସ୍ଥାନରେ ଏହାକୁ ମୁତୟନ କରାଯିବାର ନିଷ୍ପତି ହୋଇଛି । ଏଠାରେ ମୁତୟନ ହେବାର ଅର୍ଥ ହେଉଛି ପାକିସ୍ତାନ ଭାରତୀୟ ସେନାର ଲକ୍ଷଠାରୁ ଆଉ ବେଶି ଦୂର ନୁହେଁ ।

Leave a Reply