ଭାରତର ଜେଲରେ ଥିବା ୨୭.୩୭% ପ୍ରତିଶତ କଏଦୀ ଅଶିକ୍ଷିତ

1 min read
More Than 1 Lakh Inmates In India Are Illiterate While 5677 Having Technical Degrees

ନୂଆଦିଲ୍ଲୀ: ଆଧୁନିକ ଭାରତରେ ଅପରାଧ ବଢ଼ୁଛି । ତେବେ, ଅପରାଧ ଘଟାଉଥିବା ବ୍ୟକ୍ତି କେତେ ଶିକ୍ଷିତ ? କ’ଣ କେବଳ ସମାଜର ଅଶିକ୍ଷିତ ଗୋଷ୍ଠୀଙ୍କ ଦ୍ୱାରା ଘଟୁଛି ଅପରାଧ ? କଏଦୀଙ୍କୁ ନେଇ କ’ଣ କହୁଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ? କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜେଲ୍ ପରିସଂଖ୍ୟାନ ତଥ୍ୟ ଜାରି କରିଛନ୍ତି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ସହଯୋଗରେ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ଜେଲ ପରିସଂଖ୍ୟାନ ଜାରି ହୋଇଛି । ଏହାକୁ ନିକଟରେ ସଂସଦରେ ଉପସ୍ଥାପନ କରିଥିଲେ କେନ୍ଦ୍ର ରାଷ୍ଟ ଗୃହମନ୍ତ୍ରୀ ଜି. କିଶାନ ରେଡ୍ଡୀ ।

More Than 1 Lakh Inmates In India Are Illiterate While 5677 Having Technical Degrees

ଜେଲ୍ ପରିସଂଖ୍ୟାନର ୨୦୧୯ ବର୍ଷ ତଥ୍ୟ ଅନୁସାରେ ଭାରତର ଜେଲରେ ୪ ଲକ୍ଷ ୭୮ ହଜାର ୬ ଜଣ କଏଦୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୩୭ ହଜାର ୭୨୯ ଜଣ କଏଦୀ ଅଶିକ୍ଷିତ ଅଟନ୍ତି । ଅର୍ଥାତ୍ ଜେଲରେ ଥିବା କଏଦୀଙ୍କ ମଧ୍ୟରୁ ଶତକଡ଼ା ୨୭.୩୭ ପ୍ରତିଶତ ଆଦୌ ପାଠ ପଢ଼ି ନାହାଁନ୍ତି । ପରିସଂଖ୍ୟାନ ଅନୁସାରେ ଜେଲରେ ଥିବା କଏଦୀଙ୍କ ମଧ୍ୟରୁ ସର୍ବାଧିକ ୪୧.୫୫ ପ୍ରତିଶତ ଦଶମ ଶ୍ରେଣୀରୁ କମ୍ ପାଠ ପଢ଼ିଛନ୍ତି । ଏହି କଏଦୀଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୮୭୨ ।

ସେହିଭଳି ଜେଲରେ ଥିବା କଏଦୀଙ୍କ ମଧ୍ୟରୁ ୧ ଲକ୍ଷ ୩ ହଜାର ୩୬ ଜଣ କଏଦୀ ବା ୨୧.୫୨ ପ୍ରତିଶତ ଦଶମରୁ ଅଧିକ ଏବଂ ସ୍ନାତକରୁ କମ୍ ଯାଏ ପାଠ ପଢ଼ିଛନ୍ତି । ତଥ୍ୟ ଅନୁସାରେ, ୩୦ ହଜାର ୨୦୧ ଜଣ କଏଦୀ ବା ୬.୩୧ ପ୍ରତିଶତ ସ୍ନାତକ ପଢ଼ିଥିବା ବେଳେ ୮ ହଜାର ୮୫ ଜଣ ବା ୧.୬୮ ପ୍ରତିଶତ ଅନ୍ତେବାସୀ ସ୍ନାତକୋତ୍ତର ଶିକ୍ଷା ଶେଷ କରିଛନ୍ତି । ୧.୧୮ ପ୍ରତିଶତ ବା ୫ ହଜାର ୬୭୭ ଜଣ କଏଦୀ ବୈଷୟିକ ଡିଗ୍ରୀ ହାସଲ କରିଛନ୍ତି ।

ଦେଶରେ ସବୁଠୁ ଅଧିକ ଜନସଂଖ୍ୟା ଥିବା ରାଜ୍ୟ ଉତ୍ତରପ୍ରଦେଶରେ ସର୍ବାଧିକ ୧ ଲକ୍ଷ ୧ ହଜାର ୨୯୭ ଜଣ କଏଦୀ ଅଛନ୍ତି । କଏଦୀଙ୍କ ଅନୁସାରେ ଉତ୍ତରପ୍ରଦେଶରେ ଅନ୍ତେବାସୀଙ୍କ ଅଶିକ୍ଷିତ ହାର ମଧ୍ୟ ଦେଶରେ ସର୍ବାଧିକ । ଉତ୍ତରପ୍ରଦେଶରେ ୩୧ ହଜାର ୯୨୭ ଜଣ କଏଦୀ ଅଶିକ୍ଷିତ ହୋଇଥିବା ବେଳେ ୩୬ ହଜାର ୩୯୦ ଜଣ ଅନ୍ତେବାସୀ ଦଶମ ଶ୍ରେଣୀ ଯାଏ ପାଠ ପଢ଼ିଛନ୍ତି । ସେହିଭଳି ୨୧ ହଜାର ୨୬୯ ଜଣ ଦଶମରୁ ସ୍ନାତକ ଯାଏ ପଢ଼ିଛନ୍ତି । ୮ ହଜାର ୧୫୧ ଜଣ କଏଦୀ ସ୍ନାତକ ଶେଷ କରିଥିବା ବେଳେ ୨,୬୩୫ ଅନ୍ତେବାସୀ ସ୍ନାତକୋତ୍ତର ପଢ଼ଛନ୍ତି । ସେହିଭଳି ୯୨୫ ଜଣ କଏଦୀ ବୈଷୟିକ ଡିଗ୍ରୀ ହାସଲ କରିଛନ୍ତି ।

More Than 1 Lakh Inmates In India Are Illiterate While 5677 Having Technical Degrees

ପଶ୍ଚିମବଙ୍ଗ ୨୦୧୮ ଓ ୨୦୧୯ ମସିହାର କଏଦୀଙ୍କ ତଥ୍ୟ ଜାରି କରିନାହିଁ । ତେଣୁ ରିପୋର୍ଟରେ ପଶ୍ଚିମବଙ୍ଗର ୨୦୧୭ ମସିହାର ତଥ୍ୟ ରହିଛି । ସେହିଭଳି ମହାରାଷ୍ଟ୍ର କଏଦୀଙ୍କୁ ନେଇ ବର୍ଗ ଭିତ୍ତିରେ ଡାଟା ଦେଇନାହିଁ । ଜେଲ୍ ପରିସଂଖ୍ୟାନ ଡାଟା ଅନୁସାରେ ଦେଶରେ ଶିକ୍ଷିତ ବର୍ଗ ହିଁ ଅଧିକ ଅପରାଧ ଘଟାଉଛନ୍ତି ।

Leave a Reply