spot_img
Home Blog Page 6128

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଆଜି ସମୀକ୍ଷା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର । ପୁରୀ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ବୈଠକରେ ସାମିଲ ହେବେ । ଗତ ୩ ତାରିଖ ଠାରୁ କୋଭିଡ କଟକଣା ମଧ୍ୟରେ ଚାଲିଛି ସର୍ବସାଧାରଣ ଦର୍ଶନ । କୋଭିଡ ରିପୋର୍ଟ ନେଗେଟିଭ ବାଧ୍ୟତାମୂଳକ ଥିବାରୁ ଆଶାନୁସାରେ ଭକ୍ତଙ୍କ ସଂଖ୍ୟା ବଢୁନାହିଁ  । ଆଜିର ସମୀକ୍ଷା ବୈଠକରେ ଏ ସବୁ ଦିଗ ଉପରେ ଆଲୋଚନା କରାଯାଇ ଦର୍ଶନ ବ୍ୟବସ୍ଥା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ବୋଲି କୁହାଯାଉଛି ।

ସୂଚନା ଯୋଗ୍ୟ ଯେ, ଚଳିତ ମାସ ୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ସିଂହଦ୍ବାର । କାଳିଆ ଦର୍ଶନର ସୁଯୋଗ ପାଇଛନ୍ତି ସାଧାରଣ ଭକ୍ତ । ଦୀର୍ଘ ୧୦ ମାସର ବ୍ୟବଧାନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇବାରର ସୌଭାଗ୍ୟ ଲାଭ କରିଛନ୍ତି ଶ୍ରଦ୍ଧାଳୁ ।  କୋଭିଡ କଟକଣା ଭିତରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ସୁଯୋଗ ମିଳିଥିଲା । ପ୍ରତିଦିନ ୧୫ହଜାରରୁ ଅଧିକ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ । କିନ୍ତୁ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ସହ ଫଟୋ ପରିଚୟ ପତ୍ର ଆଣିବା ବାଧ୍ୟତାମୂଳକ କରାଯାଇଛି ।  ମାର୍କେଟ ଛକ ଠାରୁ ବ୍ୟାରିକେଡ଼ ଦେଇ ମନ୍ଦିରରେ ପ୍ରବେଶ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଇତିହାସ ରଚିବେ ଭାରତୀୟ ମହିଳା, ବିଶ୍ୱର ସବୁଠାରୁ ଲମ୍ବା ଆକାଶ ମାର୍ଗରେ ଚଲାଇବେ ବିମାନ

ପାକିସ୍ତାନରେ ବିଜୁଳି ବିଭ୍ରାଟ, ପାୱାର ବ୍ଲାକଆଉଟ ଯୋଗୁଁ ଅନ୍ଧାରରେ ରହିଲା ବହୁ ପ୍ରମୁଖ ସହର

ନୂଆଦିଲ୍ଲୀ: ଗତ ମଧ୍ୟରାତ୍ରରେ ପାକିସ୍ତାନରେ ଗୁରୁତର ବିଜୁଳି ବିଭ୍ରାଟ କାରଣରୁ ଦେଶର ଅଧିକାଂଶ ଅଞ୍ଚଳ ସମେତ ପ୍ରମୁଖ ସହରଗୁଡ଼ିକ ଘନ ଅନ୍ଧାରରେ ଡୁବି ଯାଇଥିଲା। ପାକିସ୍ତାନର ମୁଖ୍ୟ ସହର କରାଚି, ଲାହୋର, ଇସ୍‌ଲାମାବାଦ, ରାୱଲପିଣ୍ଡି, ମୁଲ୍‌ତାନ୍‌ ଏବଂ ଅନ୍ୟାନ୍ୟ ସହର ଏହି ବିଜୁଳି ବିଭ୍ରାଟ ଯୋଗୁଁ ବିଶେଷ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପାକିସ୍ତାନ ଅଧିକୃତ କଶ୍ମୀରରେ ମଧ୍ୟ ଏହି ବିଜୁଳି ବିଭ୍ରାଟ ଅନୁଭୂତ ହୋଇଥିଲା ଏବଂ ଏଥିଯୋଗୁଁ ମୋବାଇଲ୍‌ ଓ ଇଣ୍ଟର୍‌ନେଟ୍‌ ସେବା ବାଧାପ୍ରାପ୍ତ ହୋଇଥିଲା । କରାଚିରେ ଥିବା ଜିନ୍ନା ଆନ୍ତର୍ଜାତିକ ବିମାନ ବନ୍ଦର ବି ବିଜୁଳି ବିଭ୍ରାଟ ଯୋଗୁଁ ବିଶେଷ ପ୍ରଭାବିତ ହୋଇଥିଲା।

ପାକିସ୍ତାନରେ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିବା କଥାକୁ ସୁନିଶ୍ଚିତ କରି ଶକ୍ତିମନ୍ତ୍ରୀ ଆୟୁବ ଖାଁ ଟୁଇଟ୍‌ କରିଥିଲେ, ହଠାତ୍‌ ବିଜୁଳି ସରବରାହ ବ୍ୟବସ୍ଥାର ‘ଫ୍ରିକ୍ୱେନ୍ସି’ କମି ଯିବାରୁ ଦେଶବ୍ୟାପୀ ବିଜୁଳି ଚାଲିଯାଇଥିଲା ।

ଶକ୍ତିମନ୍ତ୍ରାଳୟ କହିବା ଅନୁସାରେ, ଜାତୀୟ ବିଜୁଳି ବଣ୍ଟନ ବ୍ୟବସ୍ଥା ପାଇଁ ଗୁଡ୍ଡୁ ଠାରେ ଥିବା ଗ୍ରିଡ୍‌ରେ ହଠାତ୍‌ ୧ ସେକେଣ୍ଡ୍‌ରୁ କମ୍‌ ସମୟ ମଧ୍ୟରେ ବିଜୁଳି ପ୍ରବାହ ଧାରା ୫୦ ଫ୍ରିକ୍ୱେନ୍‌ସିରୁ ଶୂନ୍ୟକୁ (୦) ହ୍ରାସ ପାଇବାରୁ ‘ପାଓ୍ଵାର୍‌ ପ୍ଲାଣ୍ଟ୍‌’ ବନ୍ଦ ହୋଇଯାଥିଲା। କେଉଁ କାରଣରୁ ଏ ଭଳି ଘଟିଲା ତାହା ଜାଣିବାକୁ ଉଦ୍ୟମ ଚାଲିଥିବା କହି ଦେଶବାସୀଙ୍କୁ ଶାନ୍ତ ରହିବାକୁ ସେ ଅନୁରୋଧ କରିଥିଲେ।

ବେଆଇନ ବାଲିଘାଟ ଉପରେ ଚଢ଼ାଉ: ୭ ଟ୍ରାକ୍ଟର ଜବତ, ୧୧ ଜଣଙ୍କୁ ଅଟକ ରଖିଛି ପୋଲିସ

କଟକ: ବେଆଇନ ବାଲିଘାଟ ଉପରେ ଚଢ଼ାଉ । କଟକ ସଦର ବାଲିକୁଦ ଅଞ୍ଚଳରେ ବେଆଇନ ବାଲିଘାଟ ଉପରେ ଚଢ଼ାଉ କରିଛି କମିଶନରେଟ ପୋଲିସ । ଏହି ସମୟରେ ୭ଟି ଟ୍ରାକ୍ଟର ଜବତ କରିବା ସହ ୧୧ ଜଣକୁ ଅଟକ ରଖିଛି ପୋଲିସ । ଏଠାରେ ରିତିମନ ବେଆଇନ୍ ବାବେ ବାଲି ଚାଲଣ ହେଉଥିବା ନେଇ ଅଭିଯୋଗ ହେଉଥିଲା । ଖବରପାଇ ବେଆଇନ ବାଲିଘାଟ ଉପରେ ଚଢ଼ାଉ କରିଛି କମିଶନରେଟ୍ ପୋଲିସ  ।

କୁଆଖାଇ ନଦୀ କୂଳରେ ଦୀର୍ଘ ଦିନ ଧରି ଏହି ବେଆଇନ ବାଲି ଚାଲାଣ ଚାଲିଥିଲା ।  ଏ ନେଇ ଅଭିଯୋଗରେ ପରେ କମିଶନରେଟ୍ ପୋଲିସର ସ୍ପେଶାଲ ସ୍କାଡ୍ ଚଢ଼ାଉ କରିଥିଲା । ଯାଞ୍ଚ ବେଳେ କୌଣସି ପ୍ରକାର କାଗଜପତ୍ର ଦେଖାପାରିନଥିଲେ ବାଲିଉଠାଣକାରୀ । ଅଟକ ଥିବା ଲୋକଙ୍କ ମଧ୍ୟରେ ୭ ଜଣ ଟ୍ରାକ୍ଟର ଚାଳକ ଏବଂ ବାଲିଘାଟ ଚଳାଉଥିବା ଲୋକଙ୍କୁ ଅଟକ ରଖିଛନ୍ତି । ମୁଖ୍ୟତ ରାତି ସମୟରେ ସେମାନେ ବାଲି ଚାଲାଣ କରୁଥିବା ଲୋକଙ୍କ ଆଡ଼ୁଆଳରେ ଏଭଳି ଚୋରାଚାଲାଣ ହେଉଥିବା କୁହାଯାଉଛି । ତେବେ ଅଭିଯୋଗ ପରେ ଦୀର୍ଘ ଦିନ ଧରି ଚାଲୁଥିବା ଚୋରା ବାଲିଚାଲାଣକୁ ଧରିପାରିଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ତୁଳସୀ ଦେଈ ହତ୍ୟାକାଣ୍ଡ ନେଇ ଅଭିଯୁକ୍ତର ଚାଞ୍ଚଲ୍ୟକର ସତ

ବେଗୁନିଆରେ ପୁଣି ହାତୀ ଉପଦ୍ରବ: ଫସଲ ନଷ୍ଟ କରିବା ସହ ଘର ପାଚେରୀ ଭାଙ୍ଗିଲେ ହାତୀ

0

ଖୋର୍ଦ୍ଧା: କିଛିଦିନ ବ୍ୟବଧାନ ପରେ ପୁଣି ହାତୀ ଉପଦ୍ରବ ଦେଖାଦେଇଛି। ହାତୀପଲଙ୍କ ନଜର ଏଥର ଲୋକଙ୍କ ବାଡ଼ି ବଗିଚାରେ। ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମପଞ୍ଚାୟତର ଗୋଡା ଗାଁରେ ରାତି ୩ ଟା ସମୟରେ  ୨ରୁ୩ ଟି ହାତୀ ଗାଁରେ ପଶି ବହୁ କ୍ଷୟକ୍ଷତି କରିଛନ୍ତି ।  ଗାଁରେ ଥିବା ଲକ୍ଷ୍ମୀ ସୁନ୍ଦରାୟ , ଭରତ ଚମ୍ପତିଙ୍କ ବାଡ଼ିରେ କରିଥିବା କଦଳୀ ବାଗନା ଦଳି ଚକଟି ନଷ୍ଟ କରିଛନ୍ତି ଏବଂ ସନ୍ତ ସାମନ୍ତରାୟଙ୍କର ପାଚେରୀ ମଧ୍ୟ ଭାଙ୍ଗି ଦେଇଛନ୍ତି ।  ଏହା ଦେଖି ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ବନବିଭାଗକୁ ଫୋନ କଲେ ମଧ୍ୟ ବନ ବିଭାଗ କୌଣସି ଦୃଷ୍ଟି ନିକ୍ଷେପ କରୁନାହାନ୍ତି।

ଏଥିସହିତ ପଢ଼ନ୍ତୁ: ଚାକିରି ପାଇଁ ଆସି ରାଉରକେଲାରେ ବନ୍ଦ ଘରେ ଫସିଛନ୍ତି ୩୦ ଯୁବତୀ !

ରାସନ କାର୍ଡରେ ଅନିୟମିତତା ଅଭିଯୋଗ: ତାଲିକାରେ ନାମ ଥିବା ସତ୍ତ୍ୱେ ମିଳିନି ରାସନ କାର୍ଡ

0

ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନ ପଞ୍ଚାୟତରେ ରାସନ କାର୍ଡର ଅନିୟମିତତା ଅଭିଯୋଗ । ସ୍ଥାନୀୟ ଅଧିକାରୀଙ୍କ ଖାମଖିଆଲି ଯୋଗୁ ହିତାଧିକାରୀ ପାଇପାରୁନାହାନ୍ତି ସରକାରୀ ସୁବିଧା । ଆସିକା ଜଗମୋହନ ପଞ୍ଚାୟତର ୧୨୩ଜଣ ହିତାଧିକାରୀଙ୍କ ନାଁ ତାଲିକାରେ ରହିଥିବା ବେଳେ ସେମାନଙ୍କୁ ରାସନ କାର୍ଡ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ମାନେ ବହୁ ଅଧିକାରୀଙ୍କୁ ଗୁହାରି ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହିଛନ୍ତି ଗ୍ରାମବାସୀ । ରାସନ କାର୍ଡ ମିଳିନଥିବା ଯୋଗୁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।

ଏଥିସହିତ ପଢ଼ନ୍ତୁ: ଜୀବନ ଆଶାରେ ଶବ ସହ ୧୦ ଦିନ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଧରାପଡ଼ିଲା ପାକ୍‌ର ମିଛ, ବାଲାକୋଟ ଏୟାରଷ୍ଟ୍ରାଇକ୍‌କୁ ନେଇ ସତ କହିଲା ପାକ୍‌

ନୂଆଦିଲ୍ଲୀ: ଶେଷରେ ପାକିସ୍ତାନ ମାନିଲା ଭାରତର ପରାକ୍ରମ । ବାଲାକୋଟ ଏୟାରଷ୍ଟ୍ରାଇକ୍‌ରେ ପାକିସ୍ତାନର ୩୦୦ ଆତଙ୍କବାଦୀଙ୍କ ନିହତ ହୋଇଥିବା ମାନିଛନ୍ତି ପାକିସ୍ତାନର ଜଣେ କୁଟନୀତିଜ୍ଞ । ଗଣମାଧ୍ୟମରେ ଏଭଳି ବୟାନ ପରେ ଏବେ ପାକିସ୍ତାନର ମିଛ ଧରାପଡିଛି ।

ଫେବ୍ରୁଆରୀ ୨୬ ୨୦୧୯ରେ ପାକିସ୍ତାନର ବାଲାକୋଟରେ ଭାରତ ପକ୍ଷରୁ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା । ସେତେବେଳେ ପାକିସ୍ତାନ ସରକାର ଏହାକୁ ମିଛ ବୋଲି କହିଥିଲେ । ଏଥିସହ ପାକିସ୍ତାନର କୌଣସି କ୍ଷୟକ୍ଷତି ହୋଇନଥିଲା ବୋଲି କହିଥିଲେ । ହେଲେ ଏବେ ପାକିସ୍ତାନର ଜଣେ ପୂର୍ବତନ ଅଧିକାରୀଙ୍କ ଖୁଲାସା ପରେ ସବୁ ସତ ପଦାରେ ପଡିଛି ।

ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତର ୪୦ ଜଣ ଯବାନ ଶହୀଦ ହୋଇଥିଲେ । ଏହାର ବଦଲା ନେବା ପାଇଁ ଭାରତୀୟ ଯବାନ ଏୟାରଷ୍ଟ୍ରାଇକ୍‌ କରିଥିଲେ ।

ଜୀବନ ଆଶାରେ ଶବ ସହ ୧୦ ଦିନ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ବରଗଡ଼: ଦେହରୁ ଆତ୍ମା ଚାଲିଗଲା ପରେ ଶରୀରର ସ୍ଥାନ ଶ୍ମଶାନରେ ଥାଏ। କାରଣ ରକ୍ତ ହାଡ଼ ମାଂସ ମିଶା ଶରୀରେ ପ୍ରାଣବାୟୁ ଥିବା ପର୍ଯ୍ୟନ୍ତ ସକ୍ରିୟ। ଆଉ ପ୍ରାଣବାୟୁ ଉଡ଼ିଗଲା ପରେ ସମାଜରେ ତାର କୌଣସି ସ୍ଥାନ ନାହିଁ। ଯଦି କିଛି ବର୍ଷ ତଳକୁ ଚାଲିଯିବା ତେବେ ଏମିତି କିଛି ଦେଶ ଆମ ସାମ୍ନାକୁ ଆସିବ ଯେଉଁଠାରେ ବର୍ଷ ବର୍ଷ ଧରି ମଣିଷ ଶବକୁ ସତ୍କାର ନକରି ସଂଗ୍ରହ କରି ରଖୁଥିଲେ। କାରଣ ସେମାନଙ୍କର ବିଶ୍ୱାସ ଥିଲା କି ଏହି ମୃତ ଶରୀରରେ ପୁଣି ଥରେ ଆତ୍ମା ପ୍ରବେଶ କରିବ ଏବଂ ମୃତ ଶରୀରରେ ପ୍ରାଣ ଭରି ହୋଇଯିବ। କିନ୍ତୁ ଆଜିର ଶିକ୍ଷିତ ସମାଜରେ ଏଭଳି ଭାବନା କାହା ମନକୁ ଆସିବା ଏକ ବଡ଼ ଘଟଣା ଠାରୁ କମ୍‌ ନୁହେଁ।

ବାପାଙ୍କ ଆତ୍ମା ପୁଣି ଫେରି ଆସିବ। ମୃତ ଶରୀର ପୁଣି ଉଠି ବସିବ, ପୂର୍ବ ଭଳି ହସିବ। ସେ ଆମକୁ ଛାଡ଼ି କେବେ ବି ଯାଇପାରିବେ ନାହିଁ। ଆମକୁ ସେ ବହୁତ ଭଲ ପାଆନ୍ତି। ଏମିତି କିଛି ଅନ୍ଧବିଶ୍ୱାସକୁ ଜାବୁଡ଼ି ଶବ ସହ ୧୦ ଦିନ କାଟିଛନ୍ତି ପରିବାର। ପଚିସଢ଼ି ଦୁର୍ଗନ୍ଧ ହେଉଥିବା ଶବ ସହ ଏକ ବନ୍ଦ କୋଠରୀରେ ପୂରା ପରିବାର ୧୦ ଦିନ କାଟିଛନ୍ତି। ଅବିଶ୍ୱାସ ଲାଗୁଥିବା ଏ ଘଟଣା ପର ରାଇଜ ଇଜିପ୍ଟର ନୁହେଁ। ଆମ ରାଜ୍ୟ ବରଗଡ଼ ସହରେ ଥଣ୍ଡା ଅନ୍ଧାରରେ ବାହାରି ଆସିଥିବା ଏକ ଅନ୍ଧ ବିଶ୍ୱାସର ସଫା ଚିତ୍ର। ମୃତ ବାପା ପୁଣି ଥରେ ଜୀବନ୍ତ ହୋଇଯିବେ। ଶବ ସହ କେମିତି ରହିଲେ ଏତେ ଭୟଙ୍କର ଗନ୍ଧ ଭିତରେ ତାହା ସେଠାକାର ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି।

ସୂଚନା ଅନୁଯାୟୀ, ବରଗଡ଼ ବରଡୋଲ ପଞ୍ଚାୟତ ଡାଙ୍ଗ ଛକ ଠାରେ ମହେନ୍ଦ୍ର ବାଗ ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ପରିବାରରେ ଦୁଇ ଝିଅ, ସ୍ତ୍ରୀ ଓ ଶାଶୂ ଥିବା ବେଳେ ଘର ଚଳାଉଥିବା ଏକମାତ୍ର ପୁରୁଷଙ୍କ ମୃତ୍ୟୁ ସହଜରେ ଗ୍ରହଣ କରିପାରିନଥିଲେ। ଯେଉଁଥିପାଇଁ ପରିବାର ଲୋକେ ଶବକୁ ସତ୍କାର ନକରି ଜୀବନ ଫେରିପାଇବା ଆଶାରେ ଦୀର୍ଘ ୧୦ ଦିନ ଧରି ଘରେ ରଖିଥିଲେ।

ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ହେଲେ ଦୁର୍ଗନ୍ଧରେ ଗୋଟିଏ କୋଠରି ଭିତରେ ଏତେ ଦିନଧରି ପରିବାରର ୪ ସଦସ୍ୟ କେମିତି ରହୁଥିଲେ। ଏହା ପରିବାର ଲୋକଙ୍କ ଅନ୍ଧବିଶ୍ଵାସ ହୋଇପାରେ କିମ୍ବା ଅଧିକ ଭଲପାଇବା ବା ପାଗଳାମୀଷ ଏଭଳି ଖବର ପାଇବା ପରେ ବରଗଡର ସଂକଳ୍ପ ପରିବାର ବରଗଡ଼ ଟାଉନ ପୋଲିସ ସହାୟତାରେ ଶବକୁ ଉଦ୍ଧାର କରି ସତ୍କାର କରିଥିଲେ।

ଚାକିରି ପାଇଁ ଆସି ରାଉରକେଲାରେ ବନ୍ଦ ଘରେ ଫସିଛନ୍ତି ୩୦ ଯୁବତୀ !

ରାଉରକେଲା: ଦଲାଲଙ୍କ କବଜାରେ ଯୁବତୀ, ଲୋଭ ଚାକିରି । ସ୍ପଞ୍ଜ କାରାଖାନାରେ ଚାକିରି ନାଁରେ ଠକେଇର ଘଟଣା ପଦାକୁ ଆସିଛି । ରାଉରକେଲା କଲୁଙ୍ଗା ଅଞ୍ଚଳର ଏକ ସ୍ପଞ୍ଜ କାରାଖାନାରେ ଚାକିରି ଦେବାକୁ କହି ଦଲାଲ ଭଦ୍ରକ ଅଞ୍ଚଳରୁ ଆଣିଥିଲା । ଯୁବତୀମାନଙ୍କ ଠାରୁ ଦଲାଲ ୨୦ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ମାସେରୁ ଅଧିକ ସମୟ ହେଲା ୩୦ରୁ ଅଧିକ ଯୁବତୀଙ୍କୁ ଦଲାଲ ଆଣିଥିବା ବେଳେ ସେମାନଙ୍କୁ ୨ଟି କୋଠରୀରେ ବନ୍ଦ କରି ରଖାଯାଇଛି ।

30 Girl Are Forcefully Stopped In A Closed Room Of Rourkela

କାହାରିକୁ ମୋବାଇଲ ବ୍ୟବହାର ଲାଗି ମଧ୍ୟ ଦିଆଯାଉନାହିଁ । ଦାଣ୍ଡିଆପାଲର ୨ଟି ଘରେ ୩୦ରୁ ଅଧିକ ଯୁବତୀଙ୍କୁ ରଖାଯାଇଥିବା ଅଭିଯୋଗ ହୋଇଛି । ବିଜୁ ଛାତ୍ର ଜନତା ଦଳର କର୍ମୀମାନଙ୍କ ଦ୍ୱାରା ୩ ଜଣ ଯୁବତୀ ଉଦ୍ଧାର ହେବା ପରେ ଏହି ଘଟଣା ସାମନାକୁ ଆସିଛି । ଏନେଇ ପୋଲିସରେ କୌଣସି ଅଭିଯୋଗ ହୋଇନାହିଁ ।

ଗଜପତିରେ ୨୬ ଶିକ୍ଷକ ଓ ୨ ଛାତ୍ର କୋଭିଡ୍ ପଜିଟିଭ୍

ଗଜପତି: ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ୍ ଖୋଲିବା ପରେ ଚିନ୍ତା ବଢ଼ିଛି । ରାଜ୍ୟ ସହ ଗଜପତି ଜିଲ୍ଲାରେ ହ୍ରାସ ପାଇଥିବା କୋଭିଡ୍ ଗ୍ରାଫ୍ ଦୁଇ ଦିନ ମଧ୍ୟରେ ପୁଣି ବଢ଼ିଛି । ଯାହା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଶୁକ୍ରବାର ଠାରୁ ଗଜପତି ଜିଲ୍ଲାରେ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି । ୨ ଦିନ ମଧ୍ୟରେ ଜିଲ୍ଲାରେ ମୋଟ ୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

26 Teacher And 2 Students Of Gajapati Tested Positive For Covid19

୨ ଦିନ ମଧ୍ୟରେ ଜିଲ୍ଲାରେ ମୋଟ ୩୧ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ବିଭିନ୍ନ ସ୍କୁଲରୁ ରହିଛନ୍ତି ୨୮ ଜଣ । ୨୬ ଜଣ ଶିକ୍ଷକ ଓ ୨ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମୋହନା ବ୍ଲକରୁ ସର୍ବାଧିକ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍ ପରୀକ୍ଷା କେନ୍ଦ୍ରରୁ ୧୦ଜଣ ଚିହ୍ନଟ ହୋଇଛନ୍ତି । ସମସ୍ତ କୋଭିଡ୍ ଆକ୍ରାନ୍ତଙ୍କୁ କୋଭିଡ୍ କେୟାରରେ ଆଇସୋଲେସନରେ ରଖାଯାଇଛି ।

ପଶ୍ଚିମବଙ୍ଗରେ ଆତଙ୍କର ସାମ୍ରାଜ୍ୟ ଗଢ଼ୁଛି ଅଲ-କାଏଦା, ବିଭିନ୍ନ ସ୍ଥାନରେ ଖୋଲୁଛି ବୋମା ତିଆରି କାରଖାନା

ନୂଆଦିଲ୍ଲୀ: ଆତଙ୍କର ଅନ୍ୟ ନାମ ହେଉଛି ଅଲ କାଏଦା। ସାରା ବିଶ୍ୱରେ ଏହି ସଂଗଠକ ଭୟର ଆତଙ୍କ ଖେଳାଇଛି। ଏହି ଆତଙ୍କବାଦୀ ସଂଗଠନକୁ ରୋକିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ନିଆଯାଇଛି। ଏବେ ଆତଙ୍କର ଆଖିରେ ରହିଛି ପଶ୍ଚିମବଙ୍ଗ। ପଶ୍ଚିମ ବଙ୍ଗର ସୁରକ୍ଷା ବ୍ୟବସ୍ଥା ଏବେ ବିପଦରେ ରହିଛି। କାରଣ ଅଲ କାଏଦା ସେଠାରେ ତାର ସାମ୍ରାଜ୍ୟ ଗଢ଼ି ତୋଳିବାକୁ ଚେଷ୍ଟା କରୁଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ଼ ଶନିବାର ଦିନ ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହିତ ଏ ନେଇ ଆଲୋଚନା କରିଛନ୍ତି। ଏହି ବୈଠକ ପରେ ରାଜ୍ୟପାଳ ଏନେଇ ନିଜର ମନ୍ତବ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଛନ୍ତି। ଅଲ କାଏଦା ଏଠାରେ ବୋମା ତିଆରି କାରଖାନା ଖୋଲିବାରେ ଲାଗିଛି। ପ୍ରଶାସନକୁ ସେଠାରେ ଆଖି ବନ୍ଦ କଣ କରୁଛତ। ଏଭଳତ କହି ଟାର୍ଗେଟ କରିଛନ୍ତି ରହଜ୍ୟପାଳ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦୨୧ ପଶ୍ଚିମବଙ୍ଗ ପାଇଁ ଏକ ଆହ୍ୱାନପୂର୍ଣ୍ଣ ବର୍ଷ। କାରଣ ଏଠାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପଶ୍ଚିମବଙ୍ଗର ଭାବମୂର୍ତ୍ତିକୁ ବଦଳାଇବା ପାଇଁ ଏହା ଏକ ଭଲ ସୁଯୋଗ। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ସମୟରେ ଏହି ଅଞ୍ଚଳରେ ବହୁ ହିଂସା ଦେଖିବାକୁ ମିଳିଛି। ଯାହାଫଳରେ ଏଠାରେ ଭୋଟରଙ୍କ ମୌଳିକ ଅଧିକାର, ଅମଲାତନ୍ତ୍ରର ଭୂମିକା ଏବଂ ପୋଲିସର କର୍ତ୍ତବ୍ୟ କ୍ଷୁର୍ଣ୍ଣ ହେଉଛି।

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟପାଳ ଧନଖଡ଼ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜଗଦୀପ ଧନଖଡ଼ ମଧ୍ୟ ଗତ ବର୍ଷ ଅକ୍ଟୋବରରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ।

ଜଗଦୀପ ଧନଖଡ଼ ନିକଟ ଅତୀତରେ ମମତା ବାନାର୍ଜୀ ସରକାରଙ୍କୁ ଅନେକ ଥର ସମାଲୋଚନା କରିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ରାଜ୍ୟପାଳ ଧନକର କ୍ରମାଗତ ଭାବରେ ମମତା ସରକାରଙ୍କୁ ଘେରି ରହିଛନ୍ତି। ଗତ ବର୍ଷ ଯେତେବେଳେ କୋଲକାତାରେ ବିଜେପି ସଭାପତି ଜେପି ନଡାଙ୍କ ଉପରେ ଆକ୍ରମଣ ହୋଇଥିଲା ସେତେବେଳେ ସେ କହିଥିଲେ ଯେ ଯେତେବେଳେ ରାଜ୍ୟରେ ଗଣତନ୍ତ୍ର ଅସୁବିଧାରେ ପଡ଼େ, ସେତେବେଳେ ସେ ଏକ ରବର ଷ୍ଟାମ୍ପ ହୋଇ ରହିପାରିବେ ନାହିଁ।