ତଣ୍ଟି ଚିପି ମାରିଲି, ମୃତଦେହ ଫୋପାଡି ଗାଧୋଇଥିଲି

ନୟାଗଡ଼: ପରୀ ହତ୍ୟା ଘଟଣାରେ ଲାଗିଲା ବଡ଼ ପ୍ରମାଣ । ହତ୍ୟା ଘଟଣାରେ ନାବାଳକ ଅଭିଯୁକ୍ତର ସ୍ୱୀକାରୋକ୍ତି ଭିଡିଓ । ପରୀକୁ କେମିତି ମାରିଲା, କେମିତି ଫିଙ୍ଗିଲା ଗୋଟି ଗୋଟି ସତ ବଖାଣିଛି ଅଭିଯୁକ୍ତ । ପ୍ରମାଣ ନଷ୍ଟ ପାଇଁ କଣ କରିଥିଲା ଯୋଜନା ସେନେଇ ବଖାଣିଛି ଅଭିଯୁକ୍ତ । ସ୍ୱୀକାରୋକ୍ତି ଭିଡିଓରେ ଅଭିଯୁକ୍ତ କେମିତି ପରୀର ତଣ୍ଟି ଚିପି ହତ୍ୟା କରିଥିଲା ସେ ବାବଦରେ ବର୍ଣ୍ଣନା କରିଛି ।

ଭିଡିଓରେ  ପରୀ ଘରକୁ ଆସିଥିବା ସମୟରେ  ଦୁଷ୍କର୍ମ କରିବାକୁ କେମିତି ଉଦ୍ୟମ କରିଥିଲା ସେ ନେଇ  ଅଭିଯୁକ୍ତ କହୁଥିବା ଦେଖିବାକୁ ମିଳିଛି । ଦୁଷ୍କର୍ମ ଉଦ୍ୟମ ସମୟରେ ସେ  ପରୀକୁ ତଣ୍ଟି ଚିପି ହତ୍ୟା କରିଥିବା କହିଛି ।  ତେବେ ପରୀର ମୃତ୍ୟୁ ପରେ ଦୁଃଖ ଲାଗିବାରୁ ଆଉ ଦୁଷ୍କର୍ମ କରିନଥିଲା ବୋଲି କହିଛି ଅଭିଯୁକ୍ତ ।   ପରୀକୁ ଘରକୁ ଡାକିବା ବେଳେ ଘରେ  ମାଆ କି ଭଉଣୀ କେହି ନଥିଲେ ବୋଲି ଭିଡିଓରେ ଅଭିଯୁକ୍ତ କହିଛି ।

ହତ୍ୟା କରିବା ପରେ ସେ ପରୀର ମୃତଦେହକୁ ଝୋଟ ଅଖାରେ ଗୁଡ଼ାଇ ଫିଙ୍ଗି ଦେଇଥିଲା  । ହାତରେ ମୃତଦେହ ଟେକି ନେଇ ବାରିପଟ ପୋଖରୀରେ ଫିଙ୍ଗିଥିଲା । ମୃତଦେହ ଫୋପାଡିବା ପୂର୍ବରୁ ଲେଗିନସକୁ ପୋଖରୀରେ ଫିଙ୍ଗିଥିଲା ଅଭିଯୁକ୍ତ । ମୃତଦେହକୁ ଗୋଡ ପଟୁ ଧରି ଝୋଟ ଅଖାରେ ପୂରାଇଥିଲା ଅଭିଯୁକ୍ତ । ତେବେ ମୃତଦେହ ଫିଙ୍ଗିବା ପରେ ଗାଧୋଇଥିଲା ଅଭିଯୁକ୍ତ । ପରୀର ମାଆ ଆସି ଝିଅ ବିଷୟରେ ପଚାରିବାରୁ ଦେଖିନାହିଁ ବୋଲି କହିଥିଲା ଅଭିଯୁକ୍ତ ।

Leave a Reply