spot_img
Home Blog Page 6109

ସିବିଆଇ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ, ୩ ସ୍ଥାନରେ ରେଡ୍

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ, ନୋଏଡା ଓ ଦିଲ୍ଲୀର ସିବିଆଇ ଅଧିକାରୀଙ୍କ ଘରେ ଅଚାନକ ରେଡ୍ କରିଛି ସିବିଆଇ ଟିମ୍ । ସିବିଆଇର ଏଭଳି ହଠାତ୍ ରେଡ୍ ସମସ୍ତଙ୍କୁ ଚକିତ କରି ଦେଇଛି ।

ସୂଚନା ଅନୁସାରେ ଗାଜିଆବାଦରେ ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ଏହି ଚଢାଉ ହୋଇଥିବା ଖବର ମିଳିଛି । ଏହି ଅଧିକାରୀଙ୍କ ନାମ ଋଷି ବୋଲି ଜଣାପଡିଥିବା ବେଳେ ତାଙ୍କର ଗାଜିଆବାଦ ସ୍ଥିତ ଫ୍ଲାଟକୁ ଚାରିପଟୁ ସିବିଆଇ ଘେରି ରହିଥିଲା।

ଖାଲି ଏତିକି ନୁହେଁ ଦିଲ୍ଲୀ ଏବଂ ନୋଏଡାରେ ମଧ୍ୟ ସିବିଆଇର ଅନ୍ୟ ଅଧିକାରୀ ମାନେ ଚଢାଉ କରିଥିଲେ । ସମ୍ପୃକ୍ତ ଅଧିକାରୀ ଜଣକ ସିବିଆଇ ଏକାଡେମୀ ଗାଜିଆବାଦରେ ଡିଏସପି ଭାବରେ ମୁତୟନ ଥିଲେ ।

ତେବେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ଅଭିଯୋଗ ପରେ ସିବିଆଇ ଟିମ୍ କୗେଶମ୍ବୀ ଅଞ୍ଚଳ ସ୍ଥିତ  ଘରେ ପହଞ୍ଚିଥିଲେ। ଏହି ଟିମ୍ ପକ୍ଷରୁ ଶିବଲିକ୍ ଟାୱାର ସ୍ଥିତ ଫ୍ଲାଟରେ ସକାଳ ୮ଟା ୩୦ମି.ରେ ରେଡ୍ କରାଯାଇଥିଲା । ଟିମରେ ପ୍ରାୟ ୧୨ ଜଣ ସାମିଲ ରହିଥିଲେ ।

 

ଖେଳୁଥିବା ବେଳେ ନାଳରେ ବୁଡ଼ିଗଲେ ଏକାଧିକ ଛୁଆ, ୨ ଜଣଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ଖେଳୁଥିବା ବେଳେ ବୁଡ଼ିଗଲେ ଏକାଧିକ ଛୁଆ । ୨ ଜଣଙ୍କ ମୃତଦେହ । ଟିଟିଲାଗଡ଼ ଟିଟିଲାଗଡ଼ ସହରର ହାଟପଦା ପଡ଼ାରେ ବଡ଼ ଅଘଟଣ ଘଟିଛି । ଏକାଧିକ ଛୁଆ ଖେଳୁଥିବା ବେଳେ ହାଟପଦା ପଡ଼ାର ନାଳରେ ପଡ଼ି ଯାଇଥିଲେ । ଛୁଆଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଯାବତ୍ ୨ ଜଣଙ୍କ ମୃତଦେହ ମିଳିଛି ।

Chlids Drowned In Drain While Playing In Titilagarh

ନାଳଟି ବର୍ଷା ଓ ମଇଳା ପାଣିରେ ଭର୍ତ୍ତି ହୋଇ ରହିଥିବା ବେଳେ ବହୁତ ଗଭୀର ଥିବା ଜଣାପଡ଼ିଛି । ତେବେ, ନିର୍ଦ୍ଦିଷ୍ଟ ଭାବେ କେତେଜଣ ଛୁଆ ଖେଳୁଥିବା ବେଳେ ବୁଡ଼ି ଯାଇଛନ୍ତି ତାହା ଜଣାପଡ଼ିନାହିଁ । ୨ ଛୁଆଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏହି ସ୍ମାର୍ଟଫୋନ୍ କିଣିଲେ ମିଳିବ ୧୦୦ ପ୍ରତିଶତ କ୍ୟାସବ୍ୟାକ୍

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆକର୍ଷିତ କରିବା ଲାଗି ଇ-କମର୍ସ ୱେବସାଇଟ୍ Flipkart ଆଣୁଛି ଧମାକାଦାର ଅଫର୍ । ଏହି ଅଫର ଜାନୁଆରି ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ।

ୟୁଜର୍ସ ମାନେ ଏହି ନୂଆ ଅଫରରେ କମ୍ ଦାମରେ ସ୍ମାର୍ଟଫୋନ୍ କିଣିପାରିବେ। ଆଉ ଏଥିପାଇଁ କମ୍ପାନୀ ନୂଆ ଓ ଭିନ୍ନ ସ୍ମାର୍ଟପ୍ୟାକ୍ ସବସ୍କ୍ରିପସନ୍ ଆଣିଛି । ସ୍ମାର୍ଟଫୋନ୍ ଉପରେ ଏହା ୧୨ ମାସ କିମ୍ବା ୧୮ ମାସ ପରେ ଗ୍ୟାରେଣ୍ଟି ସହ ମନି ବ୍ୟାକ୍ ଅଫର କରୁଛି ।

ଯଦି କେହି ଗ୍ରାହକ ୧୨ ମାସ କିମ୍ବା ୧୮ ମାସର ସ୍ମାର୍ଟପ୍ୟାକ୍ ସବସ୍କ୍ରିପସନ୍ ନେଉଛନ୍ତି ତାହେଲେ ସେମାନଙ୍କୁ ଫ୍ଲିପକାର୍ଟ ଆପ୍ ଜରିଆରେ ସ୍ମାର୍ଟଫୋନ୍ କିଣିବା ଉପରେ ୬୦ରୁ ୧୦୦ ପ୍ରତିଶତ ମନି-ବ୍ୟାକର ଗ୍ୟାରେଣ୍ଟି ଦିଆଯିବ। ଆଉ ନୂଆ ଫୋନ୍ କିଣିବା ପରେ ଯଦି ଗ୍ରାହକଙ୍କୁ ପସନ୍ଦ ନଆସେ ତାହେଲେ ସେମାନେ ପୂରା ପଇସା ଫେରସ୍ତ ପାଇବା ସହ ସ୍ମାର୍ଟଫୋନ୍ ଫେରାଇ ପାରିବେ ।

ଆସନ୍ତୁ ଜାଣିବା ୟୁଜର୍ସ ମାନେ କିଭଳି ସ୍ମାର୍ଟପ୍ୟାକ୍ ସବସ୍କ୍ରିପସନର ବ୍ୟବହାର କରିପାରିବେ ।

ଏଥିପାଇଁ ୟୁଜର୍ସ ମାନଙ୍କୁ ସ୍ମାର୍ଟପ୍ୟାକ୍ ଦାମ୍ ତଥା ସ୍ମାର୍ଟପ୍ୟାକ୍ ପାଇଁ ଏକ ଫିକ୍ସ ଆକାଉଣ୍ଟ କରିବାକୁ ପଡିବ । ଯାହା ପରେ ଉପଭୋକ୍ତାମାନେ ୧୦୦ ପ୍ରତିଶତ ଟଙ୍କା ଫେରସ୍ତ ପାଇଁ ଯୋଗ୍ୟ ହୋଇପାରିବେ । ଫ୍ଲିପକାର୍ଟ ସ୍ମାର୍ଟପ୍ୟାକ୍ ଅଧୀନରେ ଗୋଲ୍ଡ, ସିଲଭର, ବ୍ରୋଞ୍ଜ ପ୍ଲାନ୍ସ  ୟୁଜର୍ସଙ୍କୁ ପ୍ରଦାନ କରାଯାଉଛି । ଯାହାର ଦାମ୍ ୩୯୯ ଟଙ୍କାରୁ ଆରମ୍ଭ ହେଉଛି ।

ଏହି ସବସ୍କ୍ରିପସନ୍ ସହିତ ୟୁଜର୍ସମାନଙ୍କୁ onyLIV, Zee5 Preimum, Voot Select, Zomato Proର ଆସେସ୍ ବି ଦିଆଯାଉଛି । ଆଉ ଫ୍ଲିପକାର୍ଟ ସ୍ମାର୍ଟପ୍ୟାକ୍ ଗୋଲ୍ଡ ପ୍ଲାନ୍ ଅଧୀନରେ ଆପଣଙ୍କୁ ୧୦୦ ପ୍ରତିଶତର ମନି ବ୍ୟାକ୍ ମିଳିବ । ସେହିପରି ସିଲଭର ପ୍ୟାକରେ ୮୦ ପ୍ରତିଶତ ଏବଂ ବ୍ରୋଞ୍ଜ୍ ପ୍ୟାକରେ ୬୦ ପ୍ରତିଶତ ମନି ବ୍ୟାକ୍ ଦିଆଯିବ ।

ଫୋର୍ବସ ତାଲିକାରେ ୧୦ ଜଣ ମୋଷ୍ଟ ଓ୍ୱାଣ୍ଟେଡ ଆତଙ୍କବାଦୀ

ନୂଆଦିଲ୍ଲୀ:  ଅପରାଧର ଦୁନିଆ ଭୟ ଉପରେ ଚାଲେ । ଆତଙ୍କର ଚେହେରା ସବୁ ଡରକୁ କରନ୍ତି ଅସ୍ତ୍ର । ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ଆତଙ୍କର ରାଜତ୍ୱ ସୀମା ସରହଦ ଟପି ଯାଇଛି । ସେମାନେ ଅପରାଧ ଦୁନିଆର ବାଦଶା’,ସେମାନଙ୍କ ପାଇଁ ଆତଙ୍କ ହିଁ ଧର୍ମ । ଅପରାଧ ବ୍ୟବସାୟ ।


ଡୋକୁ ଉମରାଓ:
ଡୋକୁ ଉମରାଓଙ୍କୁ ଋଷ୍ର ଓସାମା ବିନ୍ ଲାଡେନ୍ କୁହାଯାଏ । ଫୋର୍ବସର ମୋଷ୍ଟ ଓ୍ୱାଣ୍ଟେଡ୍ ଟପ୍-୧୦ ଅପରାଧୀଙ୍କ ଲିଷ୍ଟରେ ପ୍ରଥମ ସ୍ଥାନରେ ରହିଛି ଏହି ଅପରାଧୀର ନାମ । ଦକ୍ଷିଣ ଋଷକୁ ଏକ ଇସଲାମିକ୍ ସାମ୍ରାଜ୍ୟରେ ପରିଣତ କରିବା ଉମରାଓର ଲକ୍ଷ୍ୟ । ୨୦୧୦ରେ ଋଷରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ଉମରାଓର ହାତ ଥିଲା । ମସ୍କୋରେ କେତେକ ସ୍ଥାନରେ ବିସ୍ଫୋରଣ ପଛରେ ଉମରାଓର ହାତ ଥିବାକୁ ନେଇ ତାକୁ ଦୋଷୀ ପ୍ରମାଣିତ କରାଗଲା । ଯାହାପରେ ଉମରାଓ ବିଷୟରେ ସୂଚନା ଦେଲେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା ।

ଜୋଆକ୍ୱିନ୍ ଗଜମ୍ୟାନ:
ଜୋଆକ୍ୱିନକୁ ଦୁନିଆର ସବୁଠାରୁ ବଡ଼ ଅପରାଧୀ କୁହାଯାଏ । ଯିଏ ଏଲ ଚାପୋ ନାମରେ ଜଣାଶୁଣା । ମ୍ୟାକ୍ସିକୋରୁ ଆମେରିକା ପର୍ଯ୍ୟନ୍ତ ଲମ୍ବିଥିଲା ଏଲ ଚାପୋର ଡ୍ରଗ୍ସ ଧନ୍ଦା । ଏଲ ଚାପୋକୁ ପାବ୍ଲୋ ଏସ୍କୋବାର ପରେ ଦୁନିଆର ସବୁଠୁ ଧନୀ ଓ କୁଖ୍ୟାତ ଡ୍ରଗ୍ ମାଫିଆ ବୋଲି କୁହାଯାଏ । ଆମେରିକାକୁ ଡ୍ରଗ୍ସ ଚୋରା ଚାଲଣ କରି ଏହି ଅପରାଧି ଡ୍ରଗ୍ ଏନଫୋର୍ସମେଣ୍ଟ୍ ଏଜେନ୍ସୀ-ଡିଇଏ ଓ ଏଫ ବି ଆଇ ନଜରକୁ ଆସିଥିଲା । ମେକ୍ସିକୋରେ ସେ ଗଂଜେଇ ଚାଷ ଓ କୋକେନ ତିଆରିକୁ କର୍ପୋରେଟ୍ ଢାଂଚା ଦେଇଥିଲା । ତେବେ ଏବେ ଏଲ୍ ଚାପୋ ଆମେରିକା ଜେଲରେ ଦିନ ଗଣୁଛି । ଆମେରିକା ବହୁ ଚେଷ୍ଟା ପରେ ତାକୁ ଗିରଫ କରିଥିଲା । କିନ୍ତୁ ଏଲ ଚାପୋର ବ୍ୟବସାୟ ଏବେ ମଧ୍ୟ ଚାଲିଛି । ଏଲ ଚାପୋରେ ସେନାପତି ଓ ପରିବାରର ଅନ୍ୟ ସଦସ୍ୟ ଡ୍ରଗ୍ସ ବେପାରକୁ ଏବେ ପରିଚାଳନା କରୁଛନ୍ତି । ଏଲ ଚାପୋ ଉପରେ ନେଟଫ୍ଲିକ୍ସର ସିରିଜ୍ ନାର୍କୋସ ଖୁବ୍ ହିଟ୍ ହୋଇଥିଲା ।


ଅୟମାନ ଅଲ ଜବାହିରୀ:
ତାଲିବାନି ନେତା ଅୟମାନ ଅଲ ଜବାହିରୀକୁ ଦୁନିଆର ତୃତୀୟ ମୋଷ୍ଟ ଓ୍ୱାଣ୍ଟେଡ୍ କ୍ରିମିନାଲ କୁହାଯାଏ । କୁହାଯାଏ ୧୯୯୮ରେ ତଞ୍ଜାନିୟା ଏବଂ କେନ୍ୟାରେ ଥିବା ଆମେରିକା ଦୂତାବାସ ଉପରେ ହୋଇଥିବା ବୋମାମାଡ଼ର ମାଷ୍ଟର ମାଇଣ୍ଡ ଏହି ଅପରାଧୀ । ଏହି ବୋମାମାଡ଼ରେ ଶହଶହ ଲୋକଙ୍କ ଜୀବନ ଯାଇଥିଲା । ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଜବାହିରୀ ଅଲ କାଏଦାର ନୂଆ ମୁଖିଆ ହୋଇଥିଲା । ତେବେ 2020ରେ ଆଫଗାନିସ୍ତାନରେ ଅଲ ଜୱାହରୀ ଆମେରିକା ଆକ୍ରମଣରେ ନିହତ ହୋଇଥିଲା । ଲାଡେନର ମୃତ୍ୟୁ ପରେ ଅଲ କାଏଦାକୁ ନୂଆ ଜୀବନ ଦେଇଥିଲା ଅଲ ଜୱାହରୀ । ଅଲ ଜୱାହରୀ କାରଣରୁ ହିଁ ଅଲ କଏଦା ଏପର୍ଯ୍ୟନ୍ତ ତିଷ୍ଟି ରହିଛି ।


ଦାଉଦ ଇବ୍ରାହିମ୍:
ଭାରତର ସବୁଠାରୁ ବଡ଼ ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀ ଦାଉଦକୁ ଫୋର୍ବସ ଦୁନିଆର ଚତୁର୍ଥ ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀର ଆଖ୍ୟା ଦେଇଥିଲା। ଦାଉଦ ୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଜ ବିସ୍ଫୋରଣର ଷଡ଼ଯନ୍ତ୍ରକାରୀ ଥିଲା । ଯେଉଁଥିରେ ୨୫୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଭାରତୀୟ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ଦାଉଦ ଏବେ ପାକିସ୍ତାନ ଶରଣରେ । କରାଚିର କ୍ଲିଫ୍ଟନ ଷ୍ଟ୍ରିଟରେ ଥିବା ଆଲିଶାନ ବଙ୍ଗଳାରୁ ଦାଉଦ୍ ମୁମ୍ବାଇର ଅପରାଧ ଦୁନିଆକୁ ନିୟନ୍ତ୍ରଣ କରିଥାଏ । ଦାଉଦ ଗ୍ୟାଙ୍ଗକୁ ଡି-କମ୍ପାନୀ ବୋଲି କୁହାଯାଇଥାଏ । ଡି କମ୍ପାନୀ ପାଇଁ ୫ ହଜାର ଲୋକ କାମ କରନ୍ତି ବୋଲି ଫୋର୍ବସ ୨୦୧୧ରେ ଦାବି କରିଥିଲା । ଦାଉଦର ସମ୍ପର୍କ ଆଇଏସଆଇ,ଅଲକାଏଦା ଓ ତାଲିବାନ ସହିତ ରହିଛି । ଗୋଟିଏ ସମୟରେ ଦାଉଦ ବଲିଉଡକୁ ନିୟନ୍ତ୍ରଣ କରୁଥିଲା ।


ସେମିଅନ ମୋଗିଲେବିଚ୍:
ସେମିଅନ ଋଷରେ ସଙ୍ଗଠିତ ଅପରାଧର ଏକ ବଡ଼ ଚେହେରା । ୨୦୦୮ରେ ଟ୍ୟାକ୍ସ ଚୋରି ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା । କିନ୍ତୁ ତା’ ଓକିଲଙ୍କ ଯୁକ୍ତି ବଳରେ ଅଦାଲତ ୨୦୦୯ରେ ତାକୁ ମୁକ୍ତ କରିଥିଲେ । । ସେମିଅନ ଉପରେ ୧୫୦ ମିଲଅନ ଡଲାରର ଷ୍ଟକ୍ ଠକେଇ ଅଭିଯୋଗ ରହିଛି । ଏଥିପାଇଁ ସେମିଅନ ଉପରେ ବ୍ୟାନ ଲଗାଇବାକୁ ଦାବି କରିଥିଲା ଆମେରିକା । କେବଳ ସେତିକି ନୁହେଁ ସେମିଅନ ଋଷ୍ ଏବଂ ଆମେରିକାରେ ମଧ୍ୟରେ ଚାଲିଥିବା ଚୋରା ଅସ୍ତ୍ରଶସ୍ତ୍ର କାରବାର ମୁଖ୍ୟ କାର୍ପଟଦାର ବୋଲି ଅଭିଯୋଗ ହୁଏ ।


ନସୀର ଅଲ ବୁହାୟସୀ:
ବୁହାୟସୀ ଓସାମା ବିନ୍ ଲାଡେନର ପୂର୍ବ ସଚିବ । ଏହା ସହିତ ୟମନରେ ଅଲ କାଏଦାର ଏକ ବଡ଼ ନେତା । ଆମେରିକା ସମେତ କେତେକ ଦେଶ ଉପରେ ଆତଙ୍କୀ ଆକ୍ରମଣ କରିଥିବା ନେଇ ବୁହାୟସୀ ଉପରେ ଅଭିଯୋଗ ରହିଛି ।


ମେଟିଓ ମେସିନା ଡିନାରୋ:
ଡିନାରୋ ଇଟାଲୀର ସବୁଠାରୁ ବଡ଼ ମାଫିଆ । ତାକୁ ବସ୍ ଅଫ୍ ବସ ବା ମାଫିଆଙ୍କ ବସ ବୋଲି କୁହାଯାଏ । ଡିନାରୋର କେତେକ ସାଥୀ ଗିରଫ ହୋଇ ସାରିଥିଲେ ମଧ୍ୟ ତାକୁ ଏପର୍ଯ୍ୟନ୍ତ ଗିରଫ କରିବାରେ ପୋଲିସ ସକ୍ଷମ ହୋଇପାରିନାହିଁ ।

ଅଲିମଜହାଁ ତୋଖତାଖୁନୋବ:
ଅଲିମଜହାଁ ଉଜବେକିସ୍ତାନର ନାଗରିକ । କିନ୍ତୁ ଋଷ ହେଉଛି ତା’ର ଚରା ଭୁଇଁ । ଋଷରେ ତା’ ଗ୍ୟାଙ୍ଗ ସକ୍ରିୟ ରହିଛି । ଅନେକ ମାମଲାରେ ସେ ଋଷ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛି । ଡ୍ରଗ୍ସ ବେପାର ଠାରୁ ଆରମ୍ଭ କରି ଅସ୍ତ୍ର କାରବାର ଏବଂ ଚୋରା ଗାଡ଼ି ବେପାର,ସବୁଥିରେ ରହିଛି ଅଲିମର ଭାଗ । ଅଲିମର ଅପରାଧ ଆମେରିକାକୁ ମଧ୍ୟ ଚିନ୍ତାରେ ପକାଇଛି । ଏହି ଅପରାଧୀକୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ।

ଫିଲିସିଏନ କବୁଗା:
କବୁଗା ଆଫ୍ରିକାର ମୋଷ୍ଟ ଓ୍ୱାଣ୍ଟେଡ ଅପରାଧୀ । ଆଫ୍ରିକାରେ ପ୍ରାୟ ୮ ଲକ୍ଷ ଲୋକଙ୍କ ହତ୍ୟାର ଅଭିଯୋଗ ତା’ ନାମରେ ରହିଛି । ୧୯୯୪ରେ ରୁଆଣ୍ଡା ଗୃହଯୁଦ୍ଧ କାଳରେ କବୁଗା ଆଦେଶରେ ନରସଂହାର ହୋଇଥିଲା ।

ଯୋଶେଫ୍ କୋନି:
ଯୋଶେଫ୍ ଲାଇସ ରେଜିଷ୍ଟାଣ୍ଟ ଆର୍ମିର ମୁଖିଆ କିନ୍ତୁ ଉଗାଣ୍ଡାରେ ସେ ଆତଙ୍କ ସୃଷ୍ଟି କରିଛି । ଉଗାଣ୍ଡା ସମେତ କେତେକ ଅଞ୍ଚଳରେ ସେ ନରସଂହାର କରିଛି । ଯୋଶେଫକୁ ୩୦ ହଜାର ପିଲାଙ୍କ ସମେତ ୬୦ ହଜାର ଲୋକଙ୍କ ଅପହରଣ, ହତ୍ୟା,ବଳାତ୍କାର ଏବଂ ସେକ୍ସ ସ୍ଲେଭରୀ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି ।

ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ବେଳେ ୨ ଜଣଙ୍କୁ ମାଡ଼ି ବସିଲା STF

ଭୁବନେଶ୍ୱର: ଏସଟିଏଫ ହାତରେ ୨ଜଣ ହାତୀ ଦାନ୍ତ ବେପାରୀ । ୨ଟି ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ କରୁଥିବା ବେଳେ ୨ ଜଣଙ୍କୁ ମାଡ଼ି ବସିଛି ଏସଟିଏଫ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୁରୁବାର ସକାଳେ ଏସଟିଏଫ୍ ସମ୍ବଲପୁରର ଅଇଁଣ୍ଠାପାଲି ଥାନା ବରେଇପାଲି ଛକ ନିକଟରେ ରେଡ୍ କରିଥିଲା । ହାତୀ ଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଏସଟିଏଫ୍ ୨ ଜଣଙ୍କୁ ଗିରଫ କରିବା ସହ ୨ଟି ହାତୀ ଦାନ୍ତ ଜବତ କରିଛି ।

STF Seized Two Elephant Stuck And Held Two In Sambalpur

ମାମଲାରେ ଏସଟିଏଫ୍ ସୁବର୍ଣ୍ଣପୁର ଉଲୁଣ୍ଡା ଥାନା ଦିପପାଲି ଗାଁର ହୃଷିକେଶ କୁମ୍ଭାର ଓ ସମ୍ବଲପୁର ଜିଲ୍ଲା କେଉଟିବାହାଲ ଗାଁର ଗୋପାଳ କୃଷ୍ଣ ବୁଡ଼କଙ୍କୁ ଗିରଫ କରିଛି । ଉଭୟଙ୍କଠାରୁ ୨ଟି ହାତୀ ଦାନ୍ତ ଜବତ ହୋଇଥିବା ବେଳେ ସେମାନେ ଏନେଇ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ । ଉଭୟଙ୍କୁ ଏସଟିଏଫ୍ କୋର୍ଟ ଚାଲାଣ କରିଛି ।

STF Seized Two Elephant Stuck And Held Two In Sambalpur

ଏସଟିଏଫ୍ ସେମାନଙ୍କ ବିରୋଧରେ ଆଇପିସି ଧାରା ୩୭୯/୪୧୧, ବନ୍ୟ ଜନ୍ତୁ (ସୁରକ୍ଷା) ଆଇନ୍ ୧୯୭୨ର ଧାରା ୫୧ରେ ମାମଲା ରୁଜୁ କରିଛି । ଜବତ ହୋଇଥିବା ହାତୀ ଦାନ୍ତ କେମିକାଲ୍ ପରୀକ୍ଷା ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠଯିବ ବୋଲି ଏସଟିଏଫ୍ ସୂଚନା ଦେଇଛି ।

STF Seized Two Elephant Stuck And Held Two In Sambalpur

ଏବେବି ଏସଟିଏଫ୍ ତଦନ୍ତ ଜାରି ରଖିଛି । ଏଥିରେ ଆଉ କିଏ ସମ୍ପୃକ୍ତ ତାର ଖୋଳତାଡ଼ କରୁଛି ଏସଟିଏଫ୍ ।

ଚେକିଂରେ ଅଟକିଲେନି ବୋଲି ମାଡ଼ ମାରିଲା ପୋଲିସ

ବାରିପଦା: ହେଲମେଟ୍ ଚେକିଂ ବେଳେ ପୋଲିସର ଜୁଲୁମ୍ । ଯୁବକଙ୍କୁ ପୋଲିସ୍ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ । ଏହାକୁ ନେଇ ଜାମଦା ଥାନା ଘେରାଉ କରୁଛନ୍ତି ଉତ୍ୟକ୍ତ ଲୋକ । ଜାମଦା ଥାନା ପାସନା ଗାଁର ଲୁଗୁ ହାଁସଦା ନାମକ ଯୁବକ ଜାମଦା ବଜାରକୁ ପରିବା ବିକ୍ରି ପାଇଁ ଆସିଥିଲେ । ସେହି ସମୟରେ ପୋଲିସ୍ ହେଲମେଟ୍ ଚେକିଂ କରୁଥିଲା । ତେବେ, ହେଲମେଟ୍ ପିନ୍ଧିନଥିବା ଲୁଗୁ ହାଁସଦା ଅଟକିବାରେ ବିଳମ୍ବ କରିବା ଯୋଗୁଁ ପୋଲିସ୍ ଲାଠିରେ ମାଡ଼ ମାରିଥିଲା ।

Baripada Jamada Police Beaten Youth For Not Wearing Helmet

ଏଥିରେ ଯୁବକ ଜଣଙ୍କ ରକ୍ତାକ୍ତ ହୋଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଫାଇନ୍ ବଦଳରେ ପୋଲିସର ମାଡ଼ ମାରିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକ । ସେମାନେ ଜାମଦା ଥାନା ଘେରାଉ କରିଛନ୍ତି । ଆହତ ଲୁଗୁଙ୍କୁ ଜାମଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ବୁଝାସୁଝା କରୁଛି ।

Baripada Jamada Police Beaten Youth For Not Wearing Helmet

ଏହା ପୂର୍ବରୁ ବାରିପଦା ଟାଉନ୍ ଥାନା ଅଞ୍ଚଳରେ ପୋଲିସ ମାଡ଼ରେ ଜଣେ ଯୁବତ ଗୁରୁତର ହୋଇଥିଲେ । ଯୁବକଙ୍କ ଆଖିରେ ଶକ୍ତ ଆଘାତ ଲାଗିଥିଲା । ମାସ୍କ ଓ ହେଲମେଟ୍ ଚେକିଂ ବେଳେ ପୋଲିସ ଲାଠିମାଡ଼ରେ ଆହତ ହୋଇଥିଲେ ଯୁବକ । ମୟୂରଭଞ୍ଜ ଜିଲ୍ଲାରେ ହେଲମେଟ୍ ଚେକିଂ ବେଳେ ପୋଲିସ ମାଡ଼ ମାରିବା ଘଟଣା ବାରମ୍ବାର ଘଟୁଛି ।

Baripada Jamada Police Beaten Youth For Not Wearing Helmet

ଭୁଲ୍ ପାଇଁ ଫାଇନ୍ ଆଦାୟ କରୁଥିବା ପୋଲିସ ମାଡ଼ ମାରିବା ବଦଳରେ ଜରିମାନା ଟଙ୍କାରେ ହେଲମେଟ୍ କିଣିଦେଲେ ଭଲ ହୁଅନ୍ତା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏପରି କଲେ ଲୋକେ ସଚେତନ ହେବା ସହ ମାଡ଼ ପାଇଁ ଦୁର୍ନାମ ମୁଣ୍ଡାଇଥିବା ପୋଲିସ ପ୍ରଶଂସାର ପାତ୍ର ହୁଅନ୍ତା ।

ସିଡ଼ିରୁ ଖସି ପଡିଲେ ବଡିବିଲ୍ଡର, ଏଭଳି ଜୀବନ ବଞ୍ଚାଇଲା ଆମାଜନ୍ ଆଲେକ୍ସା

ନୂଆଦିଲ୍ଲୀ: ବଡିବିଲ୍ଡରଙ୍କ ଜୀବନ ବଞ୍ଚାଇଲା ଆମାଜନ୍ ଆଲେକ୍ସା । ଇଂଲଣ୍ଡର କେମ୍ବ୍ରିଜଶାୟରରେ ରହୁଥିବା ଜଣେ ୪୦ ବର୍ଷୀୟ ବ୍ରିଟିଶ ବଡିବିଲ୍ଡରଙ୍କ ଜୀବନ ବଞ୍ଚାଇଛି ଆଲେକ୍ସା ।

ଦାନ୍ତେ ମେକ୍ନଲ୍ଟି ନାମକ ଏହି ବଡିବିଲ୍ଡର ହେଉଛନ୍ତି ଜଣେ ଟେଲିକମ୍ ଇଞ୍ଜିନିୟର । ସୂଚନା ଅନୁସାରେ ଏହି ବ୍ୟକ୍ତି ଜଣକ ନିଜ କୁକୁରକୁ ବାହାରକୁ ବୁଲାଇବାକୁ ନେବା ବେଳେ ସିଡିରୁ ତଳକୁ ଖସି ପଡିଥିଲେ । ଏହି ଦୁର୍ଘଟଣାରେ ତାଙ୍କ ଶରୀରର ରକ୍ତ ପ୍ରବାହ ବ୍ଲକ୍ ହୋଇଯାଇଥିଲା ।

ଯାହା ଫଳରେ ସେ ବେହୋସ୍ ହୋଇଯାଇଥିଲେ । ଆଉ ଉଠିବା ବେଳକୁ ୫ ଘଣ୍ଟା ଅତିକ୍ରମ ହୋଇ ଯାଇଥିଲା ।ହେଲେ ସେ ନିଜ ଗୋଡକୁ ଠିକ୍ ଭାବେ ଅନୁଭବ କରିପାରୁନଥିଲେ । ତାଙ୍କୁ ନିଜ ଗୋଡ ଗୁଡିକ ଅକାମୀ ହେବା ପରି ଲାଗୁଥିଲା ।

ଏଭଳି ସମୟରେ ଘରେ କେହି ନଥିବା ବେଳେ ସେ କ’ଣ କରିବେ କିଛି ବୁଝି ପାରୁନଥିଲେ । ଏମିତିକି ତାଙ୍କ ପାଖରେ ଫୋନ୍ ବି ନଥିଲା । ହେଲେ ତାଙ୍କ ରେଞ୍ଜରେ ଥିବା ଆଲେକ୍ସାର ସହାୟତା ନେଇଥିଲେ ସେ । ଆଉ ଆଲେକ୍ସା ମାଧ୍ୟମରେ ନିଜ ସାଙ୍ଗକୁ ଫୋନ୍ ଲଗାଇଥିଲେ । ପରେ ସାଙ୍ଗ ଜଣକ ହସ୍ପିଟାଲକୁ ଫୋନ୍ କରିଥିଲେ । ଯାହା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହେଲେ ଡାକ୍ତରଙ୍କ କଥା ଶୁଣିବା ପରେ ସେ କ’ଣ କରିବେ କିଛି ଚିନ୍ତା କରିପାରି ନଥିଲେ । ଦୁର୍ଘଟଣାକୁ ଅଧିକ ସମୟ ବିତି ଯାଇଥିଲା ବେଳେ ଆବଶ୍ୟକ ସ୍ଥଳେ ତାଙ୍କର ଗୋଡ ମଧ୍ୟ କାଟିବାକୁ ପଡିପାରେ ବୋଲି ଡାକ୍ତର ପ୍ରକାଶ କରିଥିଲେ। ଏମିତିକି ସେ ଡିସ୍କେ୍ଲମର ସାଇନ୍ କରିବା ବେଳେ ନଭର୍ସ ହୋଇପଡିଥିଲେ ।

ତେବେ ଏକ ମାସ ହସ୍ପିଟାଲରେ ବିତାଇବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି । ଏବେ ସେ ଘରେ ରହି ଫିଜିଓଥେରାପି କରୁଥିବା ଜଣାପଡିଛି ।

୪ ଚୋର ସହ ଚୋରି ଗହଣା କିଣିଥିବା ବ୍ୟବସାୟୀ ଗିରଫ

କଟକ: ଜଗତପୁର ଆଇ.ବି ରୋଡରେ ଥିବା ବାସନ୍ତୀଦୁର୍ଗା ଜୁଏଲରୀ ସୋରୁମ ଚୋରି ଘଟଣାର ପର୍ଦ୍ଦାଫାସ୍ କରିଛି କମିଶନରେଟ୍ ପୋଲିସ । ଜୁଏଲାରୀ ଲୁଟ୍ ଘଟଣାରେ ପୋଲିସ ୪ ଜଣ ଚୋର ସହ ଗହଣା କିଣିଥିବା ବ୍ୟବସାୟୀଙ୍କୁ ଗିରଫ କରିଛି । ଏଥିସହ ପୋଲିସ ୨୫ କେଜି ୫୦୦ ଗ୍ରାମ୍ ରୂପା, ୩୮୫ ଗ୍ରାମ୍ ସୁନା, ୧୨ ହଜାର ୪ ଶହ ଟଙ୍କା, କାର, ୨ଟି ବାଇକ ଓ ୪ଟି ମୋବାଇଲ ଜବତ କରିଛି ।

Cuttack Police Arrested Five In Jewelry Loot Case 

ଗତ ୫ ତାରିଖରେ ଲୁଟେରା ବାସନ୍ତୀଦୁର୍ଗା ଜୁଏଲାରୀର ପଛପଟୁ ପଶି ଗହଣା ଚୋରି କରିନେଇଥିଲେ । ଦୋକାନରୁ ୩୫ କେଜି ରୂପା, ୪ ଶହ ଗ୍ରାମ ସୁନା ସହ ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ଏତଲା ପରେ ଲୁଟର ତଦନ୍ତ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ୱାଡ୍ । ଏଥିରେ ପୋଲିସକୁ ସଫଳତା ମିଳିଛି ।

Cuttack Police Arrested Five In Jewelry Loot Case 

ସାମ୍ବାଦିକ ସମ୍ମିଳନୀ କରି କଟକ ଡିସିପି ଲୁଟର ପର୍ଦ୍ଦାଫାସ୍ କରିଛନ୍ତି । ଲୁଟର ମୁଖ୍ୟ ଅଭିଯୁକ୍ତ ତପନ ସେଠୀକୁ ମଧ୍ୟ ପୋଲିସ ଗିରଫ କରିଛି । ଏମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି କମିଶନରେଟ୍ ପୋଲିସ ।

 

ମକର ପର୍ବ ଦେଖି ଯାଉଥିବା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ବାରିପଦା: ବାରିପଦାରେ ଲଜ୍ଜା । ମକର ପର୍ବ ଦେଖି ଯାଉଥିବା ବେଳେ ଯୁବତୀଙ୍କୁ କରାଯାଇଥିବା ନେଇ ଅଭିଯୋଗ ହୋଇ । ବାରିପଦା ଟାଉନ୍ ଥାନା ଅନ୍ତର୍ଗତ କାଳିଆକାପୁର ଅଞ୍ଚଳର ଯୁବତୀ ଅଭିଯୋଗ କରିଛନ୍ତି । ଭୋର୍ ସମୟରେ ଯୁବତୀ ଜଣଙ୍କ ମକର କୁମା ଜାଲିଭାକୁ ଯାଉଥିଲେ । ଏହି ସମୟରେ ରାସ୍ତାରୁ ପଡ଼ୋଶୀ ୨ ଯୁବକ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ ।

Baripada Police Arrested Two On Gang Rape Case

ନଦୀ କୂଳକୁ ନେଇ ଦୁଷ୍କର୍ମ କରିଥିବା ନେଇ ଯୁବତୀ ଅଭିଯୋଗ କରିଛନ୍ତି । ଏତଲା ପ୍କାରେ ପୋଲିସ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳକ ଓ ଅନ୍ୟ ଜଣେ ବୁଧୁରାମ ସିଂଙ୍କ ପୁଅ ସାନୁ ସିଂଙ୍କୁ ଗିରଫ କରିଥିବା ଥାନାଅଧିକାରୀ ସୂଚନା ଦେଇଛନ୍ତି ।

କୃଷକ ଆନ୍ଦୋଳନ; ଲାଲ କିଲାରେ ନୁହେଁ ଦିଲ୍ଲୀ ସୀମାରେ ହେବ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ: କୃଷି ଆଇନ୍ ବିରାେଧରେ ୫୦ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି କୃଷକ ମାନେ। ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ କୃଷକ ଏବଂ ସରକାରଙ୍କ ମଧ୍ୟରେ କୌଣସି ସମାଧାନର ବାଟ ବାହାରି ପାରୁନାହିଁ ।

ଏଭଳି ସମୟରେ କୃଷକ ମାନଙ୍କ ଦ୍ୱାରା ଆୟୋଜିତ ଏହି ଆନ୍ଦୋଳନ ସମୟରେ ଖବର ଆସୁଛି ଯେ ଜାନୁଆରୀ ୨୬ରେ ଲାଲ କିଲାରେ କୃଷକମାନେ ଟ୍ରାକ୍ଟର ରାଲି କରିବେ ନାହିଁ ବୋଲି। କୃଷକ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ଯେ ବର୍ତ୍ତମାନ କୃଷକମାନେ ଦିଲ୍ଲୀ ସୀମାରେ ହିଁ ରାଲି କରିବେ।

 ସୂଚନା ଅନୁସାରେ ଭାରତୀୟ କିସାନ ୟୁନିଅନ (ରାଜେୱାଲ ସମୂହ)ର ନେତା ବଲବୀର ସିଂ ରାଜେୱାଲ କୃଷକମାନଙ୍କୁ ଏକ ଚିଠିରେ ସ୍ପଷ୍ଟ କରିଛନ୍ତି ଯେ, ଟ୍ରାକ୍ଟର ରାଲି କେବଳ ହରିୟାଣା-ନୂଆଦିଲ୍ଲୀ ସୀମାରେ ହେବ। ଲାଲ କିଲାରେ ଟ୍ରାକ୍ଟର ରାଲି କରିବାରେ କୃଷକ ମାନଙ୍କର କୗେଣସି ଯୋଜନା ନାହିଁ। ତେବେ ଜାନୁଆରି ୧୫ରେ କୃଷକ ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ନବମ ରାଉଣ୍ଡ ବୈଠକ ହେବାକୁ ଯାଉଛି ।

ଉଲ୍ଲେଖଯୋଗ୍ୟ, ଆନ୍ଦୋଳନକୁ ପ୍ରାୟ ୫୦ ଦିନ ବିତି ଯାଇଥିଲେ ମଧ୍ୟ ଉଭୟ କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଆଠ ଥର ବୈଠକ ହୋଇ ସାରିଛି। ହେଲେ ଆଜିଯାଏଁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ସେପଟେ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଙ୍ଗଠନ ଅଟଳ ରହିଥିବା ବେଳେ ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଥିଲେ କେନ୍ଦ୍ର ସରକାର।

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘଦିନ ଧରି ଆନ୍ଦୋଳନ ଜାରି ରହିଥିବା ବେଳେ ଗତ ମଙ୍ଗଳ ବାର ଦିନ ଏହି ନୂଆ କୃଷି ଆଇନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ।

କୋର୍ଟଙ୍କ ସୂଚନା ଅନୁଯାୟୀ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ଆଦେଶ ବଳବତ୍ତର ରହିବ। ଏଥିସହିତ ସମସ୍ୟାର ସମାଧାନ ପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି ଖଣ୍ଡପୀଠ । କୃଷି ବିଶେଷଜ୍ଞ ଅଶୋକ ଗୁଲାଟି, ଭାରତୀୟ କିଷାନ ୟୁନିଅନ ଅଧ୍ୟକ୍ଷ ଜୀତେନ୍ଦ୍ର ସିଂହ ମାନ୍, ପ୍ରମୋଦ ଯୋଶୀ, ଅନିଲ ଧନଓ୍ବନ୍ତ ପ୍ରମୁଖ କମିଟିରେ ରହିଛନ୍ତି । ଏହି କମିଟି ନୂଆ କୃଷି ଆଇନ୍ ସମ୍ପର୍କିତ ଅଭିଯୋଗ ଶୁଣିବେ।