୧୪ ବର୍ଷର ଝିଅକୁ ବାହା ହେଲେ ୫୦ ବର୍ଷିଅ ସାଂସଦ, ପୋଲିସର ତଦନ୍ତ

1 min read
Pak MP marries 14-year-old girl from Balochistan, probe ordered

ବାଲୋଚିସ୍ତାନ: ପାକିସ୍ତାନରେ ହିନ୍ଦୁ ଝିଅଙ୍କୁ ବଳପୂର୍ବକ ଅପହରଣ କରି ଧର୍ମ ପରିବର୍ତ୍ତନ ଥମିବାର ନାଁ ନେଉନି । ଅନ୍ୟପଟେ ଆଉ ଏକ ଅଭିଯୋଗ ଆସିଛି । ଯାହାର ତଦନ୍ତ କରୁଛି ପାକିସ୍ତାନ ପୋଲିସ । ଜମିଆତ୍ ଉଲେମା-ଇ-ଇସଲାମ୍ (JUI-F)ର ନେତା ତଥା ସାଂସଦ ମୌଲାନା ସଲାହୁଦ୍ଦିନ ଆୟୁବୀ ଜଣେ ୧୪ ବର୍ଷର ଝିଅକୁ ବିବାହ କରିଛନ୍ତି । ଏନେଇ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ଏନେଇ ଏକ ସ୍ୱେଚ୍ଛାସେବୀ ସଂଗଠନ ପୋଲିସରେ ଅଭିଯୋଗ କରିଛି ।

Pak MP marries 14-year-old girl from Balochistan, probe ordered

ରିପୋର୍ଟ ଅନୁସାରେ, ଜୁଗହୁରର ସରକାରୀ ବାଳିକା ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀଙ୍କ ବୟସ ୧୪ ବର୍ଷ । ବିଦ୍ୟାଳୟରେ ଛାତ୍ରୀଙ୍କ ଜନ୍ମ ବୟସ ୨୦୦୬ ଅକ୍ଟୋବର ମାସ ଉଲ୍ଲେଖ ରହିଛି । ଯେଉଁଥିରୁ ଜଣାପଡ଼ୁଛି ସେ ବିବାହ କରିବାକୁ ଯୋଗ୍ୟ ନୁହଁନ୍ତି । ପାକିସ୍ତାନ ଗଣମାଧ୍ୟମ ଅନୁସାରେ ସାଂସଦ ମୌଲାନା ସଲାହୁଦ୍ଦିନ ଆୟୁବୀଙ୍କ ବୟସ ୫୦ ବର୍ଷ ହେବ ।

ମାମଲାର ତଦନ୍ତ କରୁଥିବା ଚିତ୍ରଲ ପୋଲିସ ଅଧିକାରୀଙ୍କ ଅନୁସାରେ, ଅଭିଯୋଗ ପାଇ ଝିଅର ଘରକୁ ଯାଇଥିଲୁ । ଝିଅର ବାପା ବିବାହ କଥାକୁ ଅସ୍ୱୀକାର କରିବା ସହ ଏକ ସତ୍ୟପାଠ ଦେଇଥିଲେ । ପାକିସ୍ତାନ ଆଇନ୍ ଅନୁସାରେ ୧୬ ବର୍ଷରୁ କମ୍ ବୟସର ଝିଅ ବିବାହ କରିପାରିବେ ନାହିଁ । ସେମିତି ହେଲେ ପରିବାରକୁ ମଧ୍ୟ ଦଣ୍ଡିତ କରାଯିବ । କିନ୍ତୁ ଏଠି ସାଂସଦ ନିଜ ବୟସର ୪ ଗୁଣ କମ୍ ନାବାଳିକାକୁ ବିବାହ କରିଥିବା ଅଭିଯୋଗ ହୋଇଛି ।

Pak MP marries 14-year-old girl from Balochistan, probe ordered

ପାକିସ୍ତାନ ପର୍ଯ୍ୟବେକ୍ଷକଙ୍କ ଅନୁସାରେ, ସାଂସଦ ମୌଲାନା ସଲାହୁଦ୍ଦିନ ଆୟୁବୀ ସେ ଝିଅ ସହକ କେବଳ ନିକ୍କାହ (ନିର୍ବନ୍ଧ) କରିଛନ୍ତି । ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ ହେବା ବାକି ଅଛି । ଯେତେବେଳି କି ପୋଲିସ ଅନୁସାରେ ଝିଅକୁ ୧୬ ବର୍ଷ ନହେବା ଯାଏ ଛାଡ଼ିବେ ନାହିଁ ବୋଲି କହିଛନ୍ତି ।

Leave a Reply