spot_img
Home Blog Page 6108

ବ୍ୟାଙ୍କ ଠକେଇ ମାମଲାରେ ନିଜ ମୁଖ୍ୟାଳୟରେ ସିବିଆଇ ଯାଞ୍ଚ, ସ୍କାନରରେ ୨ ଡିଏସପି

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ଗୁରୁବାର ନୂଆଦିଲ୍ଲୀ ସ୍ଥିତ ନିଜ ମୁଖ୍ୟାଳୟରେ ତନଖି କରିଛି । ସିବିଆଇର କିଛି ଅଧିକାରୀ ଲାଞ୍ଚ ନେଇଥିବା ଆଶଙ୍କା କରି ଏହି ଯାଞ୍ଚ ହୋଇଛି । ସ୍କାନରରେ ୨ ଡିଏସପିଙ୍କ ସହ ଅନେକ ଅଫିସର ରହିଛନ୍ତି । ବ୍ୟାଙ୍କ ଠକେଇର ଅଭିଯୁକ୍ତଙ୍କ ଠାରୁ କିଛି ଅଧିକାରୀ ଲାଞ୍ଚ ନେଇଥିବା ସିବିଆଇ ଆଶଙ୍କା କରୁଛି । ଗୁରୁବାର ସକାଳୁ ସିବିଆଇ ଦିଲ୍ଲୀ, ଗାଜିଆବାଦ ସମେତ ଅନ୍ୟ କେତେକ ସ୍ଥାନରେ ରେଡ୍ କରିଛି ।

CBI Conducting Searches At Its Own Headquarter In New Delhi

ସିବିଆଇ ଗାଜିଆବାଦରେ ସିବିଆଇ ଅଧିକାରଙ୍କ ଘରେ ରେଡ୍ କରିଥିଲା । ଉକ୍ତ ଅଧିକାରୀ ଜଣଙ୍କ ଏବେ ସିବିଆଇ ଏକାଡେମୀରେ ମୁତୟନ ଅଛନ୍ତି । ତଦନ୍ତକାରୀ ସଂସ୍ଥା ଗାଜିଆବାଦ ସିବିଆଇ ଏକାଡେମୀରେ କାର୍ଯ୍ୟରତ ଡିଏସପି ରାଙ୍କର ଅଧିକାରୀ ଆରକେ ଋଷି ସହ ୪ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି । ଅନ୍ୟ ୩ ଜଣ ଡିଏସପି ଆରକେ ସାଙ୍ଗୱାନ ଓ ବ୍ୟାଙ୍କିଂ ସୁରକ୍ଷାର ୨ ଅଧିକାରୀ ବିରୋଧରେ ମାମଲା ହୋଇଛି ।

ରେଡ୍ ବେଳେ ପୋଲିସ ଉପରେ ଜୁଆଡ଼ିଙ୍କ ଆକ୍ରମଣ, ଓଆଇସିଙ୍କ ସହ ୪ ଆହତ

ଗଜପତି: ଜୁଆ ଆଡ୍ଡାରେ ରେଡ୍ ବେଳେ ପୋଲିସ ଉପରକୁ ଆକ୍ରମଣ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅଧିକାରୀଙ୍କୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଜୁଆଡ଼ି । ବିଶେଷ ସୂତ୍ରରୁ ଖବର ପାଇ ଗୁରାଣ୍ଡି ଥାନା ପୋଲିସ ଖରସଣ୍ଡା ଗାଁରେ ରେଡ୍ କରିଥିଲା । ରେଡ୍ ବେଳେ ଜୁଆ ଖେଳୁଥିବା ଅସାମାଜିକ ଲୋକ ପୋଲିସ ଉପରକୁ ଢ଼େଲାମାଡ଼ କରିଥିଲେ । ଏଥିରେ ଓଆଇସି ମମତା ପଣ୍ଡାଙ୍କ ସହ ୪ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

Gambler Attacked Cops During Raid In Gajapati

ଦୀର୍ଘ ଦିନ ଧରି ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବା ନେଇ ପୋଲିସ ଖବର ପାଇଥିଲା । ରେଡ୍ ପାଇଁ ଥାନା ଅଧିକାରୀଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ପହଞ୍ଚିଥିଲେ । ପୋଲିସକୁ ଗ୍ରାମବାସୀ ଘେରିଯିବା ପରେ ଦୁର୍ବୃତ୍ତ ଅତର୍କିତ ଢେଲା ପଥର ମାଡ଼ ମାରିଥିଲେ । ଆହତ ପୋଲିସ କର୍ମଚାରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଟ୍ରାଏଲ୍ ରୁମରେ ଯୁବତୀଙ୍କ ଫଟୋ ଉତ୍ତୋଳନ ବେଳେ ଧରାପଡ଼ିଲେ ଯୁବକ

କେନ୍ଦୁଝର: ମଲ୍ ଯାଇଥିଲେ ଡ୍ରେସ୍ କିଣିବାକୁ ହେଲେ ଟ୍ରାଏଲ୍ ରୁମରେ ଫଟୋ ପ୍ରେମରେ ପଡ଼ିଗଲେ । ନିଜ ଫଟୋ ନୁହେଁ ବରଂ ଅନ୍ୟ ଜଣେ ଯୁବତୀଙ୍କ । ଟ୍ରାଏଲ୍ ରୁମରେ ଯୁବତୀଙ୍କ ଅଜାଣତରେ ଫଟୋ ଉଠାଉଥିବା ଯୁବକକୁ କେନ୍ଦୁଝର ଟାଉନ୍ ଥାନା ପୋଲିସ କାବୁ କରିଛି । କେନ୍ଦୁଝର ସହରର ଏକ ମଲରେ ଜଣେ ଯୁବତୀ ଟ୍ରାଏଲ୍ ରୁମରେ ଡ୍ରେସ୍ ଚେଞ୍ଜ କରୁଥିଲେ ।

Keonjhar Police Arrested Youth For Capturing Girls Photos In Trial Room

ହଠାତ୍ ୨ ଡ୍ରେସିଂ ରୁମ ମଧ୍ୟରେ ଥିବା ଉପର ଫାଙ୍କରୁ କେହି ଫଟୋ ଉଠାଇଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ଯୁବତୀ ଜଣଙ୍କ ଟ୍ରାଏଲ୍ ରୁମରୁ ବାହାରି ଏନେଇ ମଲ କର୍ମଚାରୀଙ୍କୁ ଜଣାଇଥିଲେ । ଏଥିସହ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ଯୁବକଙ୍କୁ ହେପାଜତକୁ ନେଇଛି । ଆଇପିସି ଧାରା ୩୫୪ ସି, ଡି ଓ ୫୦୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି ।

ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଗୃହ ବିଭାଗର ଚିଠି

ଭୁବନେଶ୍ୱର: କରୋନା କାଳରେ ଗଣତନ୍ତ୍ର ଦିବସ ପାଳନ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି ଲେଖାଯାଇଛି । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସମାଗମକୁ ବାରଣ କରାଯାଇଛି । ସକାଳ ୮ଟା ୩୦ ପରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପରେଡରେ କେବଳ ପୋଲିସ ଭାଗ ନେବ । ଚଳିତଥର କରୋନା ପାଇଁ ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ୍ ପରେଡରେ ଭାଗ ନେବେ ନାହିଁ ।

Home Dept. Issued Letter To All Collectors Celebration of Republic Day

ଏପରିକି ଗଣତନ୍ତ୍ର ଦିବସ ସମାରୋହରେ ସାଧାରଣ ଲୋକ ସାମିଲ୍ ହୋଇପାରିବେ ନାହିଁ । ଇ-ନିମନ୍ତ୍ରଣ ଦ୍ୱାରା ଅଳ୍ପସଂଖ୍ୟକ ଅତିଥି, କୋଭିଡ୍ ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯିବ । ସମାରୋହ ସ୍ଥଳରେ ସାମାଜିକ ଦୂରତା ରକ୍ଷା, ମୁହଁରେ ମାସ୍କ ପିନ୍ଧିବା ପ୍ରତି ଗୁରୁତ୍ୱ ଦିଆଯିବ । ପ୍ରତ୍ୟେକ ପ୍ରବେଶ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ରଖାଯିବ ।

Home Dept. Issued Letter To All Collectors Celebration of Republic Day

ଅନଲାଇନ୍ ପ୍ରବନ୍ଧ, ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇ ପାରିବ । ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ଅନୁସାରେ ବ୍ଲକ ଓ ପଞ୍ଚାୟତସ୍ତରରେ ମଧ୍ୟ ଗଣତନ୍ତ୍ର ଦିବସ ସମାରୋହ ପାଳନ ହେବ । ଚଳିତ ବର୍ଷ ରାଜ୍ୟସ୍ତରୀୟ ୭୨ତମ ଗଣତନ୍ତ୍ର ଦିବସ କୋଭିଡ୍ ଗାଇଡଲାଇନ୍ ଅନୁସାରେ ପାଳନ କରାଯିବ । ୨୬ ଜାନୁଆରୀ, ସକାଳ ୮ଟା ୩୦ ମିନିଟ୍ ସମୟରେ ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବରେ ଜାତୀୟ ପତାକା ଉତ୍ତୋଳନ କରିବେ । ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

ଏଥିସହ ପଢ଼ନ୍ତୁ- ଗାନ୍ଧୀ ମାର୍ଗରେ ପାଳନ ହେବ ୭୨ତମ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ

ଜମତାରା ସାଇବର ଠକଙ୍କ ଉପରେ ରିସର୍ଚ୍ଚ କରିବ ଆମେରିକା

‘ଏତେ ଟଙ୍କା ରୋଜଗାର କରି କ’ଣ କରିବ?’ ଉତ୍ତର- ଜମତାରାର ସବୁଠାରୁ ଧନୀ ବ୍ୟକ୍ତି ହେବି । ଏହି ଡାଇଲଗ୍ ହେଉଛି ନେଟଫ୍ଲିକ୍ସର ଲୋକପ୍ରିୟ ୱେବସିରିଜ ଜମତାରା ଫିଲ୍ମର ।

ଜମତାରା ଖାଲି ଏକ ଫିଲ୍ମ ନୁହେଁ ବରଂ ଏହି ଗ୍ୟାଙ୍ଗ ହେଉଛି ସାଇବର କ୍ରାଇମର ଅନ୍ୟ ନାମ। ଆପଣଙ୍କ ଏଟିଏମ୍ ବନ୍ଦ ହୋଇଯାଇଛି କିମ୍ବା ଆପଣଙ୍କ ନାମରେ ଲଟେରୀ ବାହାରିଛି କହି ଖାଲି କରିଦିଅନ୍ତି ପୁରା ଆକାଉଣ୍ଟ । ଏହି କାରଣରୁ ସାରା ଦେଶରେ ସାଇବର ଅପରାଧ ଜଗତରେ କୁଖ୍ୟାତ ହେଉଛି ଜମତାରା ।

ଦେଶର ଅଧିକାଂଶ ସାଇବର ଠକେଇ ମାମଲା ଝାଡଖଣ୍ଡର ଏହି ଜିଲ୍ଲା ସହ ଜଡିତ। ଜାମତାଡାର ଜଣେ ନାବାଳକ ମଧ୍ୟ ଶିକ୍ଷିତ ଲୋକଙ୍କୁ ଠକିବାରେ ଏକପ୍ରକାର ମାହିର। ଏହି ଗ୍ୟାଙ୍ଗର ଜାଲରେ ଫସି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ଯାଏଁ ସମସ୍ତେ ଠକାମୀର ଶିକାର ହୋଇଛନ୍ତି ।

ଜମତାରା ଗ୍ୟାଙ୍ଗ ଆମେରିକାରେ ମଧ୍ୟ ପରିଚିତ । ଆଉ ଯେଉଁଥିପାଇଁ ଆମେରିକୀୟ ଏଜେନ୍ସି ବର୍ତ୍ତମାନ ଜମତାରା ଗ୍ୟାଙ୍ଗର ସନ୍ଧାନ କରିବା ସହ ତାଙ୍କ ଉପରେ ଗବେଷଣା କରିବାକୁ ଚାହୁଁଛି ।

Commissionerate Police Issued Helpline For Reporting Cyber Crime

ଆମେରିକାର ଏଜେନ୍ସି ଅନୁସନ୍ଧାନ କରିବ ଯେ ଏହି ଅଞ୍ଚଳର ଅଳ୍ପ ପାଠୁଆ ଯୁବକମାନେ କିପରି ବଡବଡ ଲୋକଙ୍କୁ ଠକାମିର ଶିକାର କରୁଛନ୍ତି। ଆଉ ସେମାନେ କିପରି ଟେକ୍ନୋଲୋଜି ତଥା କମ୍ପ୍ୟୁଟର ବିଷୟରେ ଏତେ ଗହନ ଜ୍ଞାନ ପାଉଛନ୍ତି ଯେ ସେମାନେ ଲୋକମାନଙ୍କ ଆକାଉଣ୍ଟକୁ ହ୍ୟାକ୍ କରିପାରୁଛନ୍ତି ।

ଗତ ବର୍ଷ ଅଗଷ୍ଟ ମାସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ପତ୍ନୀ ଏବଂ ସାଂସଦ ପରଣିତ କୗେରଙ୍କ ଠାରୁ ୨୩ ଲକ୍ଷ ଟଙ୍କା ଠକେଇ ମାମଲା ରୁଜୁ ହୋଇଥିଲା। ଜମତାରାର ଅତାଉଲ ଅନସାରୀ ନାମକ ଜଣେ ବ୍ୟକ୍ତି ନିଜକୁ ଷ୍ଟେଟ ବ୍ୟାଙ୍କର ମ୍ୟାନେଜର କହି ପରଣିତଙ୍କ ଠାରୁ ଠକେଇ କରିଥିଲେ।

ଜାମତାଡାରେ ଆମେରିକୀୟ ଏଜେନ୍ସି ପହଞ୍ଚି ସେଠାରେ ଥିବା ଯୁବକଙ୍କର ବ୍ରେନ୍ ମ୍ୟାପିଂ କରିବେ। ଆଉ ଜାଣିବାକୁ ଚେଷ୍ଟା କରିବେ କିଭଳି ଅଳ୍ପ ଶିକ୍ଷିତ ମାନେ ବଡବଡ ଲୋକଙ୍କୁ ଠକିବାରେ ସଫଳ ହେଉଛନ୍ତି ।

ଚଳିତବର୍ଷ ଗଣତନ୍ତ୍ର ଦିବସରେ ସାମିଲ ହେବେନି ବିଦେଶୀ ଅତିଥୀ

ନୂଆଦିଲ୍ଲୀ: ଚଳିତବର୍ଷ ଗଣତନ୍ତ୍ର ଦିବସରେ ସାମିଲ ହେବେନି ବିଦେଶୀ ଅତିଥୀ । କରୋନା କଟକଣା ଯୋଗୁଁ ଚଳିତବର୍ଷ ଜନରାଜ୍ୟ ଦିବସ ଅବସରରେ କୌଣସି ବିଦେଶୀ ଅତିଥି ସାମିଲ ହେବେ ନାହିଁ । ଏନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ବିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଭାରତ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ଆମନ୍ତ୍ରଣଙ୍କୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ସ୍ୱୀକାର ବି କରିଥିଲେ ।

ତେବେ କରୋନାର ନୂଆ ଷ୍ଟ୍ରେନ୍ ମାମଲା ସାମ୍ନାକୁ ଆସିବା ପରେ ସେ ଭାରତ ଗସ୍ତକୁ ରଦ୍ଦ କରିଦେଇଛନ୍ତି । ଏନେଇ ସେ ଫୋନ୍ କରି ମୋଦିଙ୍କୁ ଜଣାଇଛନ୍ତି ବୋରିସ୍ ଜନସ । ବ୍ରିଟିଶ ପ୍ରଧାନମନ୍ତ୍ରୀ ମନା କରିବା ପରେ ୧୯୬୬ ପରେ ପ୍ରଥମ ଥର ପାଇଁ ଚଳିତ ବର୍ଷ କୌଣସି ବିଦେଶୀ ଅତିଥୀ ଜନରାଜ୍ୟ ଦିବସ ସମାରୋହରେ ସାମିଲ୍ ହେବେ ନାହିଁ ବୋଲି କୁହାଯାଇଛି ।

No Chief Guest On Republic Day This Year

ଚତୁର୍ଥ ଥର ପାଇଁ ଭାରତର ଗଣତନ୍ତ୍ର ଦିବସ ସମାରୋହରେ କେହି ମୁଖ୍ୟ ଅତିଥି ରହିବେ ନାହିଁ । ଏହା ପୂର୍ବରୁ ୧୯୫୨, ୧୯୫୩ ଓ ୧୯୬୬ରେ ଏମିତି ହୋଇଥିଲା । ଏପରିକି ଅନେକ ଥର ଗଣତନ୍ତ୍ର ଦିବସ ସମାରୋହରେ ଦୁଇ ଦୁଇ ଜଣ ଅତିଥି ସାମିଲ୍ ହୋଇଛନ୍ତି । ୧୯୫୬, ୧୯୬୮ ଓ ୧୯୭୪ରେ ଦୁଇ ଦୁଇ ଜଣ ମୁଖ୍ୟ ଅତିଥି ଯୋଗ ଦେଇଥିଲେ । ୨୦୧୮ ମସିହାରେ ଏସିଆ ମହାଦେଶର ୧୦ ଦେଶର ପ୍ରମୁଖ ଅତିଥି ରୂପେ ସାମିଲ୍ ହୋଇଥିଲେ ।

ହ୍ୱାଟ୍ସଅପ୍ ପ୍ରାଇଭେସି ପଲିସି ମାମଲାରେ ହସ୍ତକ୍ଷେପ କରିପାରନ୍ତି ସରକାର

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଅପର ପ୍ରାଇଭେସିକୁ ନେଇ ଉଠୁଛି ଅନେକ ପ୍ରଶ୍ନ। ଏବେ ଏହି ମାମଲାରେ ସରକାର ହସ୍ତକ୍ଷେପ କରିବେ ବୋଲି ସୂଚନା ମିଳୁଛି ।

ନିକଟରେ ହ୍ବାଟ୍ସଅପ୍ ନିଜ ପ୍ରାଇଭେସି ପଲିସିରେ କିଛିଟା ପରିବର୍ତ୍ତନ ଆଣିଥିଲା । ଯାହା ମୁତାବକ ୟୁଜର୍ସଙ୍କ ତଥ୍ୟ ଗୁଡିକୁ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଶେୟାର କରାଯିବ । ଯଦି ୟୁଜର୍ସ ମାନେ ଫେବୃଆରୀ ୮ ତାରିଖ ସୁଦ୍ଧା ଏନେଇ ସହମତି ନଦିଅନ୍ତି ତାହେଲେ ସେମାନଙ୍କ ଆକାଉଣ୍ଟ ଡିଲିଟ୍ କରି ଦିଆଯିବ। ଆଉ ଯେଉଁ ପଲିସିକୁ ସରକାରଙ୍କ ଦ୍ୱାରା ଯାଞ୍ଚ କରାଯିବ ।

ମିଡିଆ ରିପୋର୍ଟ ମୁତାବକ ଏହି ମାମଲାରେ କ୍ରମାଗତ ଭାବେ ସରକାର ନଜର ରଖି ଆସୁଛନ୍ତି । ଯଦିଓ ଏନେଇ ଆଧିକାରୀକ ଭାବେ କୌଣସି ସ୍ପଷ୍ଟ କରାଯାଇନାହିଁ। ତେବେ ହ୍ୱାଟ୍ସଅପର ନୂଆ ପଲିସିକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏନେଇ ସଫେଇ ଦେଇଛି କମ୍ପାନୀ ।

ହ୍ୱାଟ୍ସଅପ୍ ପକ୍ଷରୁ ପଲିସି ଅପଡେଟ୍-

ୟୁଜର୍ସଙ୍କ ତଥ୍ୟ ଗୁଡିକୁ କମ୍ପାନୀ ପକ୍ଷରୁ ପେରେଣ୍ଟ କମ୍ପାନୀ ଫେସବୁକ୍ ସହ ଶେୟାର କରାଯିବ । ଖାଲି ଏତିକି ନୁହେଁ ଏହାକୁ ଫେସବୁକର ସହଯୋଗୀ ମାନଙ୍କ ସହ ମଧ୍ୟ ଶେୟାର କରାଯିବ । ଯେଉଁ ଡାଟାରେ ୟୁଜର୍ସଙ୍କ ଲୋକେସନ୍, ୟୁସେଜ୍ ପେଟର୍ନ, ଫୋନ୍ ନଂ ଓ କଣ୍ଟାକ୍ଟ ଲିଷ୍ଟ ଆଦି ସାମିଲ ରହିବ।

ହେଲେ କମ୍ପାନୀର ଏହି ପଲିସିକୁ ନେଇ ଖୁସି ନାହାଁନ୍ତି ୟୁଜର୍ସ । ଏହି ପଲିସିକୁ ବିଭିନ୍ନ ଏଣ୍ଟରପ୍ରିନ୍ୟୋର୍, ପ୍ରାଇଭେସି ଆଡଭୋକେଟ୍ସ ଓ ଏଜେନ୍ସି  ମାନେ ବିରୋଧ କରିଛନ୍ତି । ଏହି ବିରୋଧର ପରିମାଣ ଏତେ ବଢୁଛି ଯେ ଏବେ ୟୁଜର୍ସ ମାନେ ହ୍ବାଟ୍ସଆପ ବଦଳରେ ସିଗନାଲ୍ ଆପ୍ ଆଡେ ମୁହାଁଉଛନ୍ତି । ଏପରିକି ସିଗନାଲ୍ ଆପ୍ ଗୁଗୁଲ୍ ପ୍ଲେ ଷ୍ଟାରର ଟପ୍ ଚାର୍ଟରେ ରହିଛି ।

ତେବେ ନୂଆ ପ୍ରାଇଭେସି ପଲିସି କ’ଣ କହୁଛି ?

ନୂଆ ପ୍ରାଇଭେସି ପଲିସିରେ କୁହାଯାଇଛି ଯେ, ଆମ ସର୍ଭିସକୁ ଅପରେଟ କରିବା ପାଇଁ ଆପଣ ହ୍ୱାଟ୍ସାଆପକୁ, ଯେଉଁ ତଥ୍ୟ ଅପଲୋଡ, ସବମିଟ,ଷ୍ଟୋର, ସେଣ୍ଡ ବା ରିସିଭ୍ କରନ୍ତି, ସେଗୁଡ଼ିକର ବ୍ୟବହାର, ରିପ୍ରଡ୍ୟୁସ, ଡିଷ୍ଟ୍ରିବ୍ୟୁଟ ଏବଂ ଡିସପ୍ଲେ କରିବା ପାଇଁ ସାରା ବିଶ୍ୱରେ ନନ୍ ଏକ୍ସକ୍ଲୁସିଭ୍ , ରୟାଲଟି ଫ୍ରୀ, ସବ୍ଲିସେନ୍ସେବଲ ଏବଂ ଟ୍ରାନ୍ସଫରେବଲ ଲାଇସେନ୍ସ ହ୍ୱାଟସଆପକୁ ଦେଉଛନ୍ତି । ତେବେ ଏହା ଏକ ସୀମିତ ଉଦ୍ଦେଶ୍ୟ ପାଇଁ କରାଯାଇଥିବା ସେଥିରେ ଉଲ୍ଲେଖ ରହିଛି ।

କିଡନୀ ଠକ ହିମାଂଶୁଙ୍କ ନାଁରେ ବଢ଼ିଲା ଅଭିଯୋଗ, ରଙ୍ଗମାଟିଆରେ ଚୂନ ଲଗାଇଛନ୍ତି ୧୮ ଲକ୍ଷ

ଭୁବନେଶ୍ୱର: କିଡନୀ ଦେବା ନାଁରେ ଠକେଇ ମାମଲା । ଅଭିଯୁକ୍ତ ହିମାଂଶୁ ନନ୍ଦଙ୍କ ନାଁରେ ବଢ଼ିଲା ଅଭିଯୋଗ ସଂଖ୍ୟା । ନୟାପଲ୍ଲୀ, ଲକ୍ଷ୍ମୀସାଗର ପରେ ମଞ୍ଚେଶ୍ୱର ଥାନାରେ ହୋଇଛି ଅଭିଯୋଗ । କିଡନୀ ଦେବାକୁ କହି ୧୮ ଲକ୍ଷ ୫୩ ହଜାର ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଗିରଫ ପରେ ହିମାଂଶୁ ନାଁରେ ମାଳମାଳ ମାମଲା ସାମନାକୁ ଆସିଛି । ଯେ କେହି ଠକେଇର ଶିକାର ହୋଇଛନ୍ତି ଥାନାକୁ ଆସି ଅଭିଯୋଗ କରନ୍ତୁ ବୋଲି ଭୁବନେଶ୍ୱର ଡିସିପି ନିବେଦନ କରିଛନ୍ତି ।

Allegation Increased Against Kidney Broker Himansu Nanda

କିଲର ହିମାଂଶୁର କିଡନୀ କାରବାର । ଲୋକଙ୍କ ଜୀବନ ସହ ଖେଲୁଥିଲା ଖେଳ । ଅଭିଯୁକ୍ତ ହିମାଂଶୁ ନନ୍ଦ ନାଁରେ ବଢ଼ିଲା ଠକେଇ ଅଭିଯୋଗ । କିଡନୀ ଦେବାକୁ କହି ମଞ୍ଚେଶ୍ୱର ରଙ୍ଗମାଟିଆର ଅଶୋକ ନାୟକଙ୍କ ଠାରୁ ୧୮ ଲକ୍ଷ ୫୩ ହଜାର ଟଙ୍କା ଚୂନ ଲଗାଇଛି ଠକ । ଅଶୋକ ଲୋକଙ୍କ ମନରେ ବିଶ୍ୱାସ ଜନ୍ମେଇବା ପାଇଁ କୋର୍ଟର ନକଲି ଅର୍ଡର ଦେଉଥିଲା । ପୂର୍ବ ମାମଲା ପରି ସମାନ ଢଙ୍ଗରେ ଅଶୋକଙ୍କୁ କିଡନୀ ପ୍ରତିରୋପଣ ପାଇଁ ହସ୍ପିଟାଲ ଓ ଡୋନର ପ୍ରସ୍ତୁତ ଅଛନ୍ତି ବୋଲି କହୁଥିଲା । ଅପରେସନ୍ ପାଇଁ ଓଟି ମଧ୍ୟ ପ୍ରସ୍ତୁତ ଥିବା କଥା କହିଥିଲା ଠକ ହିମାଂଶୁ । ୨୦୧୯ରେ ଟଙ୍କା ନେଇଥିବା ବେଳେ ୨୦୨୦ ଜାନୁଆରୀରେ କିଡନୀ ପ୍ରତିରୋପଣ କରିବାକୁ କହିଥିଲେ । ହେଲେ ମାସ ପରେ ମାସ ଗଡ଼ି ଚାଲିଥିଲା କିଡନୀ ଦେଇନଥିଲା । ସନ୍ଦେହ ହେବାରୁ ସମ୍ପୃକ୍ତ ହସ୍ପିଟାଲକୁ ପଚାରିବାରୁ ଏଭଳି କୌଣସି ଲୋକ ନାହାନ୍ତି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଥିଲେ ।

Allegation Increased Against Kidney Broker Himansu Nanda

ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ, ଏବେ ଅନେକ ମାଳମାଳ ମାମଲା ସାମ୍ନାକୁ ଆସିଛି । ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ହିମାଂଶୁ କିଭଳି ଠକେଇ କରୁଥିଲା ଜାଣିବା ପାଇଁ ରିମାଣ୍ଡରେ ଆଣଛି କମିଶନରେଟ ପୋଲିସ । ସେପଟେ ଡିସିପି କହିଛନ୍ତି, କିଡନୀ ପ୍ରତିରୋପଣ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ରହିଛି । ଡିଏମଇଟିଙ୍କ ବିନା ଅନୁମତିରେ କିଡନୀ ପ୍ରତିରୋପଣ ହୁଏ ନାହିଁ ।

Allegation Increased Against Kidney Broker Himansu Nanda

କାହା କିଡନୀ କାହା ଦେହର ଲାଗିବ ବି ଡୋନର ବି ଜାଣିନଥାନ୍ତି । ହେଲେ ଏଠି ସରକାରଙ୍କ ନିୟମକୁ ଉଲ୍ଲଂଘନ କରି ଲୋକଙ୍କ ଠାରୁ ଲୁଟୁଥିଲା ହିମାଂଶୁ । ଯିଏ ବି କିଡନୀ ଦେବାକୁ କହୁଛି ସେ ଲୋକଙ୍କ ଠାରୁ ସତର୍କ ରହୁନ୍ତୁ । ଯିଏ ଠକେଇ ଶିକାର ହୋଇଛନ୍ତି ଥାନାରେ ଅଭିଯୋଗ କରନ୍ତୁ ବୋଲି ଡିସିପି କହିଛନ୍ତି । ହିମାଂଶୁ ରାକେଟରେ ଏକାଧିକ ଲୋକଙ୍କ ହାତ ଥିବା ସନ୍ଦେହ କରିଛି ପୋଲିସ । ଗତକାଲି ନୟାପଲ୍ଲୀ ଓ ଲକ୍ଷ୍ମୀସାଗର ଥାନାରେ କିଡନୀ ଦେବାକୁ କହି ୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା ।

ଏଥିସହ ପଢ଼ନ୍ତୁ- ମାର୍କେଟିଂ ଚାକିରିରୁ କିଡନୀ ଠକ, ବଡ଼ଲୋକ ହେବାର ସ୍ୱପ୍ନରୁ ସାଜିଥିଲେ ଭଦ୍ରଚୋର

ମଞ୍ଚରେ ଇଚ୍ଛା ମୁତାବକ ଆସନ ନମିଳିବାରୁ କଳାହାଣ୍ଡି ବିକାଶ କାର୍ଯ୍ୟକ୍ରମରେ ସାମିଲ ହେଲେ ନାହିଁ ବିରୋଧୀ ଦଳ ନେତା

କଳାହାଣ୍ଡି: ବିକାଶ ନୁହେଁ, ବିଜେପି ପାଇଁ ଆସନ ବଡ଼ । ମଞ୍ଚରେ ନିଜ ଇଚ୍ଛା ମୁତାବକ ଆସନ ନମିଳିବାରୁ କଳାହାଣ୍ଡି ବିକାଶ କାର୍ଯ୍ୟକ୍ରମରେ ସାମିଲ ହେଲେ ନାହିଁ ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ପ୍ରଦୀପ୍ତ ନାୟକ । ଯେତେବେଳେ କି ସେହି ଦଳର ସାଂସଦ ବସନ୍ତ ପଣ୍ଡା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦୀପ୍ତ ଆସିବେ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେଣୁ ଆଜିର ଦିନରେ ଆରୋପ ପ୍ରତ୍ୟାରୋପ ନକରି କଳାହାଣ୍ଡିର ବିକାଶ ପ୍ରକ୍ରିୟାରେ ସମସ୍ତେ ଜଡ଼ିତ ହେବା ଆବଶ୍ୟକ ଥିଲା ବୋଲି ବିଜେଡି କହିଛି ।

Why BJP MLA Pradipta Naik Not Joined Indravati Inauguration Programme In Kalahandi

ଜିଲ୍ଲାର ବିକାଶ ନୁହେଁ, ମଞ୍ଚରେ ଇଚ୍ଛା ମୁତାବକ ଆସନ ନମିଳିବାରୁ କାର୍ଯ୍ୟକ୍ରମକୁ ବର୍ଜନ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । କଳାହାଣ୍ଡିର ବିକାଶ ଲାଗି ପୂରା ଜିଲ୍ଲା ଏକାଠି ହୋଇଥିଲା । କିନ୍ତୁ, ବିରୋଧୀ ଦଳ ନେତା ତଥା ସ୍ଥାନୀୟ ବିଧାୟକ ବିକାଶର ଏହି ମହାକୁମ୍ଭରେ ସାମିଲ ହୋଇନଥିଲେ । କଳାହାଣ୍ଡି ସାଂସଦ କହିଛନ୍ତି, ବିରୋଧୀ ଦଳ ନେତା ଆସିବେ ବୋଲି ତାଙ୍କୁ କହିଥିଲେ । ହେଲେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କଳାହାଣ୍ଡି ଜିଲ୍ଲାର ସ୍ୱାର୍ଥକୁ ପଛରେ ପକାଇ ପ୍ରଦୀପ୍ତ କିନ୍ତୁ ଆସିନଥିଲେ ।

Why BJP MLA Pradipta Naik Not Joined Indravati Inauguration Programme In Kalahandi

ବିଜେଡି କହିଛି ଏହା ସରକାରୀ କାର୍ଯ୍ୟକ୍ରମ ଥିବାରୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା । କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି କରାଯାଇଥିଲା ବ୍ୟବସ୍ଥା । ତେଣୁ ଆଜିର ଦିନରେ ରାଜନୀତି ଅନୁଚିତ ବୋଲି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ସେପଟେ କିନ୍ତୁ, ଶ୍ରେୟ ନେବା ପାଇଁ ବିଜେପି ଭରପୂର ଉଦ୍ୟମ କରିଛି । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ଦଳ । କଳାହାଣ୍ଡି ଏବେ ବିକାଶର ନୂଆରାସ୍ତା ଦେଖାଉଛି । ଏହି କାର୍ଯ୍ୟରେ କିନ୍ତୁ ରାଜନୀତି ପାଇଁ ସାମିଲ ହେଲେ ନାହିଁ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଯାହା ଚର୍ଚ୍ଚାର ବିଷୟ ହୋଇଛି ।

ଖୁବଶୀଘ୍ର ଆସୁଛି କଙ୍ଗନାଙ୍କ ‘ମଣିକର୍ଣ୍ଣିକା ରିଟର୍ନ୍ସ: ଦ ଲିଜେଣ୍ଡ ଅଫ୍ ଦିଦା‘ ଫିଲ୍ମ

ନୂଆଦିଲ୍ଲୀ: ବଲିଉଡର ଆଗଧାଡିର ନାୟିକା କଙ୍ଗନା ରାଣାୱତ ନିଜ ଅଭିନୟ ପାଇଁ ଯେତିକି ପରିଚିତ, ସେତିକି ଚର୍ଚ୍ଚିତ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ।

ଏହି ଆକ୍ଟ୍ରେସ୍ ଜଣକ ଟ୍ୱିଟରରେ ନିଜ ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା ରିଟର୍ନ୍ସ: ଦ ଲିଜେଣ୍ଡ ଅଫ୍ ଦିଦା‘ ସମ୍ପର୍କରେ ସୂଚନା ଦେଇଛନ୍ତି । ଝାନ୍ସି ରାଣୀଙ୍କ ଭଳି ଅନେକ ବୀରଙ୍ଗାନାଙ୍କ କାହାଣୀର ସାକ୍ଷୀ ରହିଛି ଆମ ଭାରତ ବର୍ଷ । ସେହିପରି ଏକ ଅଜଣା ବୀରଗାଥା ହେଉଛି କାଶ୍ମୀରର ଜଣେ ନାରୀଙ୍କର । ଯିଏକି ମହମୁଦ ଗଜନବିଙ୍କୁ ଥରେ ନୁହେଁ ବରଂ ଦୁଇ ଥର ପରାସ୍ତ କରିଥିଲେ । ଯାହାକୁ ଫିଲ୍ମ ରୂପେ ଆଣୁଛନ୍ତି କମଲ ଜୈନ ଓ ମୁଁ ।

ରାଣୀ ଦିଦା ହେଉଛନ୍ତି କାଶ୍ମୀର ଉପରେ ଶାସନ କରିଥିବା ପ୍ରଥମ ମହିଳା । ଯିଏକି ୫ ଦଶକ ଯାଏଁ କାଶ୍ମୀର ଉପରେ ରାଜ କରିଥିଲେ । ତାଙ୍କର ଗୋଟିଏ ଗୋଡ ପୋଲିଓ ଦ୍ବାରା ଆକ୍ରାନ୍ତ ଥିଲେ ବି ସେ ଜଣେ ମହାନ ଶାସକ ଓ ଯୋଦ୍ଧା ହୋଇପାରିଥିଲେ ।

ଏହି ଫିଲ୍ମର ସୁଟିଂ ୨୦୨୨ ମସିହା ଜାନୁଆରିରେ ଆରମ୍ଭ ହୋଇପାରେ । ଏହାବାଦ୍ କଙ୍ଗନା ଖୁବଶୀଘ୍ର ଥଲାଇଭି ଚଳଚ୍ଚିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଯେଉଁ ଫିଲ୍ମରେ ସେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ ।