ରାଜ୍ୟ କଂଗ୍ରେସର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ, ପୂର୍ବତନ ଓବିସି ସେଲ୍ ଅଧ୍ୟକ୍ଷଙ୍କୁ ତାଲା

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ତୀବ୍ର ଗୋଷ୍ଠୀ କନ୍ଦଳ। ମୁହାଁମୁହିଁ ହେଲେ ଦଳର ଦୁଇ ଗୋଷ୍ଠୀ । କଂଗ୍ରେସ ଭବନରେ ତୁମୁଳକାଣ୍ଡ ଘଟିଛି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସାଧାରଣ ପରିଷଦ ବୈଠକ ପୂର୍ବରୁ କଂଗ୍ରେସ ଭବନରେ ପ୍ରବଳ ଗଣ୍ଡଗୋଳ ହୋଇଛି। ଓବିସି ସେଲ୍ ଅଧ୍ୟକ୍ଷ ବିଷ୍ଣୁ ବାରିକଙ୍କୁ ତାଲା ପକାଇ ଦେଇଥିଲେ ଗୋଟିଏ ଗୋଷ୍ଠୀ। ଦଳ ବିରୋଧୀ କାମ ଅଭିଯୋଗରେ ବିଷ୍ଣୁ ବାରିକଙ୍କ ବିରୋଧରେ ସ୍ବର ଉଠିଛି। ଏନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିଧାୟକ ସୁରେଶକୁମାର ରାଉତରାୟ ଦୁଇ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲେ। ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Leave a Reply