ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ଷେତ୍ର ଘୋଷଣା ହେଲା ଆସାମ

1 min read

ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ଷେତ୍ର ଘୋଷଣା ହୋଇଛି ଆସାମ। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟପାଳ ଜଗଦୀଶ ମୁଖୀ ସାରା ରାଜ୍ୟକୁ ଅଶାନ୍ତ କ୍ଷେତ୍ର ଘୋଷଣା କରିଛନ୍ତି । ଆସନ୍ତା ୨୭ ତାରିଖରୁ ଏହି କଟକଣା ଲାଗୁ ହୋଇ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ସ୍ଥିତିକୁ ଦେଖି ୬ ମାସ ପୂର୍ବରୁ ବି ଏହି କଟକଣା ହଟାଯାଇପାରେ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଆସନ୍ତା ଏପ୍ରିଲ-ମେ ମାସରେ ଆସାମରେ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ଏହାପୂର୍ବରୁ ରାଜ୍ୟକୁ ଅଶାନ୍ତ କ୍ଷେତ୍ର ଘୋଷଣା କରାଯାଇଛି । ଗତବର୍ଷ ଅଗଷ୍ଟ ୨୮ ତାରିଖରୁ ଆସାମକୁ ଆର୍ମଡ ଫୋର୍ସ ସ୍ପେଶାଲ ପାୱାରସ ଆଇନ ୧୯୫୮ର ଧାରା ୩ ଅନୁଯାୟୀ ଅଶାନ୍ତ କ୍ଷେତ୍ର ଘୋଷଣା କରାଯାଇଥିଲା । ଏବେ ସେହି ଅବଧିକୁ ଆହୁରି ୬ ମାସ ପର୍ଯ୍ୟନ୍ତ ବଢ଼ାଇ ଦେବାକୁ ନିଷ୍ପତ୍ତି ହୋଇଛି । ତେବେ ଏହାର ପ୍ରକୃତ କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ ।

Leave a Reply