spot_img
Home Blog Page 6089

୨୧ରେ କମିଟି ଓ କୃଷକ ସଙ୍ଗଠନ ମଧ୍ୟରେ ବୈଠକ

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ୫୫ ଦିନ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ହେଲେ ଏଯାବତ୍ ସମସ୍ୟାର ସମାଧାନ ହେଇପାରୁନାହିଁ । ଆଜି ସୁପ୍ରିମକୋର୍ଟ ଗଠନ କରିଥିବା କମିଟିର ସଦସ୍ୟ ଚାଷୀ ନେତାଙ୍କ ସହ ଆଲୋଚନା କରିଥିଲେ ।

ହେଲେ ପ୍ରଥମ ଦିନରେ କୌଣସି ନିଷ୍କର୍ସ ବାହାରି ନଥିବାବେଳେ ଆସନ୍ତା ୨୧ ତାରିଖରେ ହେବ ଆଉ ଏକ ବୈଠକ । ସମସ୍ତ ସଙ୍ଗଠନ ସହ ଆଲୋଚନା କରି ଏହାର ରିପୋର୍ଟ ସୁପ୍ରିମକୋର୍ଟଙ୍କୁ ଦିଆଯିବ ବୋଲି କହିଛନ୍ତି ସଦସ୍ୟମାନେ ।

ସେହିପରି ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ନେଇ ଦିଲ୍ଲୀ ପୋଲିସ ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ପାରିନାହିଁ । ଆସନ୍ତା ୨୧ ତାରିଖରେ ପରବର୍ତ୍ତୀ ବୈଠକ ବସି ଆଲୋଚନା ହେବ ବୋଲି ଜଣାପଡିଛି । ଦିଲ୍ଲୀ ଲାଲକିଲା ପରିବର୍ତ୍ତେ ରିଙ୍ଗ ରୋଡରେ ଶାନ୍ତିପୂର୍ଣ୍ଣ ଭାବେ ଗଣତନ୍ତ୍ର ଦିବସରେ ପରେଡ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଙ୍ଗଠନ।

ସେପଟେ ଆସନ୍ତାକାଲି ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ବସିବ ଦଶମ ରାଉଣ୍ଡ ବୈଠକ । ସମସ୍ୟାର ସମାଧାନ ନେଇ ଚାଷୀମାନେ ଆଶାବାଦୀ ଅଛନ୍ତି। ଏପଟେ ତିନି କୃଷି ଆଇନକୁ ନେଇ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପ୍ରେସମିଟ୍ କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ନୂଆ କୃଷି ଆଇନ୍ ଫଳରେ ଚାଷୀକୁଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ ଓ ଚାଷୀମାନେ ସମସ୍ୟାରେ ପଡିବେ ବୋଲି କହିଛନ୍ତି ରାହୁଲ ।

ମୋଦି ସରକାର କେବଳ ନିଜ ପାଖ ଲୋକଙ୍କୁ ଖୁସି କରିବା ପାଇଁ ଏହି ଆଇନ ଆଣିଛନ୍ତି । ଏହା ଦ୍ବାରା ୩ ରୁ୪ ଜଣ ଲୋକେ ଉପକୃତ ହେବେ । ଆନ୍ଦୋଳନରେ ବସି ରହିଥିବା ଚାଷୀଙ୍କ ଦାବି ମାନିନେବା ସହ କୃଷି ଆଇନ୍ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି ରାହୁଲ । କଂଗ୍ରେସ ସବୁବେଳେ ଚାଷୀଙ୍କ ସହ ରହିଛି ଓ ସେମାନଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିବ ବୋଲି କହିଥିଲେ।

ଖୁବ୍‌ଶୀଘ୍ର ୨ ହଜାରରୁ ଅଧିକ ଡାକ୍ତର ଓ ଦନ୍ତ ଚିକିତ୍ସକ ପଦବୀ ହେବ ପୂରଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସୁଛନ୍ତି । ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି । ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟ ତ୍ୱାରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

୨ ହଜାରରୁ ଅଧିକ ଡାକ୍ତର ଓ ଦନ୍ତ ଚିକିତ୍ସକ ପଦବୀ ପୂରଣ ପାଇଁ ଖୁବ୍‌ଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବ । ମୁଖ୍ୟମନ୍ତ୍ରୀ କହିଛନ୍ତି, କଟକ ଶ୍ରୀରାମଚନ୍ଦ୍ର ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ କରିବା ପାଇଁ କାମ ଆରମ୍ଭ ହୋଇଛି । ଏସ୍‌ସିବି ସହ ନୂଆକରି ରାଜ୍ୟ ସରକାର ଗଢ଼ିଥିବା ୯ଟି ମେଡିକାଲ କଲେଜର ଭିତ୍ତିଭୂମି ବିକାଶ ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ୫ଟି ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ୬ଟି ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ ସଂପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଝାରସୁଗୁଡାରେ କାର୍ଡିଆକ୍‌ କେୟାର ଡାକ୍ତରଖାନା, କଟକ ଶିଶୁଭବନରେ ପି.ଜି. ଛାତ୍ରଛାତ୍ରୀଙ୍କ ପାଇଁ ମଲ୍ଟି ୟୁଟିଲିଟି କଂପ୍ଲେକ୍ସ, ଆଚାର୍ଯ୍ୟ ହରିହର କ୍ୟାନସର ହସ୍‌ପିଟାଲର ଲିନାକ ବ୍ଲକ୍‌, କ୍ୟାପିଟାଲ୍‌ ହସ୍‌ପିଟାଲର ବିକାଶ ତଥା PGI ଭାବରେ ଗଢିବା ଏବଂ ବରଗଡ଼ କ୍ୟାନସର ହସ୍‌ପିଟାଲ ଆଦିର ନିର୍ମାଣ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ସ୍ୱାସ୍ଥ୍ୟସେବାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ସବୁ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆକରି ଖୋଲିବାକୁ ଥିବା ମେଡିକାଲ କଲେଜଗୁଡିକର ଅଧ୍ୟାପକ ପଦବୀ ତଥା ସ୍ୱାସ୍ଥ୍ୟକର୍ମୀ ଆଦି ପଦବୀ ପୂରଣ ଏବଂ ଚିକିତ୍ସା ଊପକରଣ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅଧିକରୁ ଅଧିକ ସାଧାରଣ ଲୋକ ଯେପରି ସୁବିଧା ପାଇପାରିବେ, ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।

ପରିବର୍ତ୍ତନ ହେଉଛି ଥାନା ପରିବେଶ, ଆଉ ଛନକା ପଶୁନି କି ଡର ଲାଗୁନି

ଭୁବନେଶ୍ୱର: ପରିବର୍ତ୍ତନ ହେଉଛି ଥାନାର ପରିବେଶ । ମନରେ ପଶୁନାହିଁ ଛନକା, ଦେଖିବାକୁ ମିଳୁନାହିଁ ପୋଲିସିଆ ଠାଣି । ପୋଲିସର ବ୍ୟବହାର ଏବେ ବନ୍ଧୁତାରେ ପରିବର୍ତ୍ତନ ହୋଇଛି । ଉତ୍ତମ ବ୍ୟବହାର ସାଙ୍ଗକୁ ଥାନା ପରିବେଶକୁ ସୁନ୍ଦର କରିଛନ୍ତି ଥାନା ବାବୁ । ବିଭିନ୍ନ ଫୁଲ ଗଛ ଲଗାଇବା ସହ କାନ୍ଥରେ ଓଡି଼ଶାର କଳାକୃତି ଅଙ୍କା ଯାଇଛି । ଯାହା ସମସ୍ତଙ୍କ ମନମୋହୁଛି ।

Balipatna Police Station

ସାଧାରଣତଃ ଥାନା ନାଁ ଶୁଣିଲେ ମନରେ ପଶିଯାଏ ଛନକା । ସଙ୍ଗେ ସଙ୍ଗେ ମନକୁ ଆସେ ପୋଲିସିଆ ଠାଣି ଓ ବାଣୀ । ମାତ୍ର ପୋଲିସର ସେହି ବ୍ରିଟିଶ ଅମଳର ବ୍ୟବହାରରେ ଏବେ ପରିବର୍ତ୍ତନ ଆସୁଛି । ଆଉ ପୋଲିସ, ଲୋକଙ୍କ ସହ ବନ୍ଧୁତାପୂର୍ଣ୍ଣ ବ୍ୟବହାର କରୁଛି । ଠାଣି ବାଣୀ ସବୁ ଭୁଲି ଯାଇ ଥାନାକୁ ଏକ ସୁନ୍ଦର ପରିବେଶରେ ପରିବର୍ତ୍ତନ କରାଯାଇଛି । ଆଉ ଏଭଳି ପରିବର୍ତ୍ତନ ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ପରିସର ଦେଖିବାକୁ ମିଳିଛି । ଯାହା ସରକାରଙ୍କ ଯୋଜନା ମୁତାବକ ଥାନା ଅଧିକାରୀଙ୍କ ପାଇଁ ସମ୍ଭବ ହୋଇଛି ।

Balipatna Police Station

ବାଲିପଟଣା ଥାନା ପରିସର ଏବେ ଉଦ୍ୟାନରେ ପରିଣତ ହୋଇଛି । ସୁନ୍ଦର ସୁନ୍ଦର ଫୁଲ ଗଛ ତଥା ଗେଣ୍ଡୁ, ଡାଲିଆ, ସେବତୀ, ଲିପୁନରେ ସୌନ୍ଦର୍ଯ୍ୟମୟ ପରିବେଶ ସୃଷ୍ଟି ହୋଇଛି । ଆଉ ଏହା ସହିତ କାନ୍ଥରେ ଅଙ୍କା ଯାଇଥିବା ଓଡ଼ି଼ଶାର ପ୍ରାଚୀନ କଳାକୃତି ଥାନା କାର୍ଯ୍ୟ ପାଇଁ ଆସୁଥିବା ଲୋକଙ୍କ ମନମୋହୁଛି ।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ଲାଗି ଭାରତୀୟ ଦଳର ଘୋଷଣା, ଫେରିବେ କୋହଲି-ପାଣ୍ଡ୍ୟା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଐତିହାସିକ ବିଜୟ ପରେ ଆଉ ଗୋଟିଏ ଟେଷ୍ଟ ମ୍ୟାଚ୍ ଲାଗି ଭାରତୀୟ ଦଳ ଘୋଷଣା ହୋଇଛି । ଏହି ମ୍ୟାଚ୍ ଇଂଲଣ୍ଡ ସହ ଖେଳାଯିବ ।

ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ଲାଗି ଭାରତ ଟିମ୍ ଚୟନ କରିଛି ।  ଯେଉଁଥିରେ କ୍ୟାପଟେନ୍ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା  ସାମିଲ ରହିଛନ୍ତି। ଏଥିସହିତ ଇଶାନ୍ତ ଶର୍ମା ମଧ୍ୟ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ହେଲେ ଟିମରୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ହନୁମା ବିହାରୀ ବାଦ୍ ପଡିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବେଳେ ଏହି ଦୁଇ ଜଣଙ୍କୁ ଆଘାତ ଲାଗିଥିଲା । ତେବେ ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିଥିବା ବେଳେ ଜଶପ୍ରିତ ବୁମରାହ ଓ ଅଶ୍ୱିନୀଙ୍କୁ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ସାମିଲ କରାଯାଇଛି ।

ଏହି ଟେଷ୍ଟ ସିରିଜ୍ ଲାଗି ଚୟନକର୍ତ୍ତାଙ୍କ ପକ୍ଷରୁ ୧୮ ଜଣିଆ ଟିମ୍ ଘୋଷିତ ହୋଇଛି । ଯେଉଁଥିରୁ ବାଦ୍ ପଡିଛନ୍ତି ପୃଥ୍ୱୀ ସ’ । ଏହାବ୍ୟତୀତ ଟିମରେ ୱାଶିଂଟନ୍ ସୁନ୍ଦର, ଶାର୍ଦ୍ଦୁଲ ଠାକୁର ଏବଂ ମହମ୍ମଦ ସିରାଜ, କୁଲଦୀପ ଯାଦବ, ମୟଙ୍କ ଅଗ୍ରୱାଲ୍, ରିଦ୍ଧିମାନ ସାହା ପ୍ରମୁଖ ସାମିଲ ରହିଛନ୍ତି।

ଜାଣନ୍ତୁ, ଟିମରେ କିଏ କିଏ ସାମିଲ୍-

ରୋହିତ ଶର୍ମା, ଶୁଭମନ ଗିଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ, ରିଦ୍ଧିମାନ ସାହା, ହାର୍ଦ୍ଦିକ ପାଣ୍ଡ୍ୟା, କେ.ଏଲ୍ ରାହୁଲ, ଜଶପ୍ରିତ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର, ଏବଂ ଅକ୍ଷର ପଟେଲ ।

ଭଦ୍ରକରେ ଘର ଯାଜପୁରରେ ଜମି, ଚାଷ ପାଇଁ ସରକାରୀ ସହାୟତା କିଏ ଦେବ ଜଣାପଡ଼ୁନି !

ଭଦ୍ରକ: ନଈ ଏପାରିରେ ଜୀବନ, ଆର ପାରିରେ ଜୀବିକା । ଘର ଭଦ୍ରକ ଜିଲ୍ଲାରେ, ହେଲେ ଜମି ଯାଜପୁର ଜିଲ୍ଲାରେ । ପୁରୁଷ ପୁରୁଷ ଧରି ଭରା ବୈତରଣୀ ନଦୀ ପାର ହୋଇ ଚାଷ କରୁଛନ୍ତି ଶହ ଶହ ଚାଷୀ । ଆଉ କେତେବେଳେ ବନ୍ୟା ତ କେତେବେଳେ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ।

Farmer Bhadrak

ସବୁଠାରୁ ବଡ଼ କଥା ହେଲା, ଯାଜପୁର ଜିଲ୍ଲାରେ ଜମି ରହିଥିବାରୁ କୌଣସି ସରକାରୀ ସହାୟତା ସେମାନଙ୍କୁ ମୁଳୁନାହିଁ । ଚାଷୀଙ୍କ ହିତ ପାଇଁ ସରକାର ଯେତେ ସବୁ ଯୋଜନା କରୁଛନ୍ତି ସେଥିରୁ ଏମାନେ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ।

Farmer Bhadrak

ଚାନ୍ଦବାଲି ବ୍ଲକ ଦୋହରା ଗାଁର ଅଧିକାଂଶ ଚାଷୀଙ୍କ ଘର ଭଦ୍ରକ ଜିଲ୍ଲାରେ ହୋଇଥିବା ବେଳେ ଜମି ସବୁ ଯାଜପୁରରେ ରହିଛି । ଆଉ ଜୀବନ ଜୀବିକା ପାଇଁ ବୈତରଣୀ ନଦୀର ପ୍ରଖର ସୁଅକୁ ହୁଲି ଡଙ୍ଗାରେ ପାର କରି ଚାଷ କରୁଛନ୍ତି ଲୋକେ । ହେଲେ ପ୍ରାକୃତିକ ବିପର୍ଯ୍ୟୟ ଏମାନଙ୍କ ପିଛା ଛାଡୁନାହିଁ । କେତେବେଳେ ବନ୍ୟା ତ କେତେବେଳେ ମରୁଡ଼ିରେ ନଷ୍ଟ ହେଉଛି ଚାଷ । ମାତ୍ର ଜମି ପଡୋଶୀ ଜିଲ୍ଲାରେ ରହିଥିବାରୁ କୌଣସି ପ୍ରକାର ସହାୟତା ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ ।

Farmer Bhadrak

ଯାଜପୁର ଜିଲ୍ଲାରେ ଏକର ଏକର ଜମି ରହିଥିବାରୁ ପୁରୁଷପୁରୁଷ ଧରି ଚାଷ କରୁଛନ୍ତି ଦୋହରା ଅଞ୍ଚଳର ଚାଷୀ । ମୁଗ, ବିରି ଓ ଧାନ ସହ ବିଭିନ୍ନ ପନିପରିବା ଚାଷ କରୁଛନ୍ତି । ହେଲେ ଘର ଭଦ୍ରକ ଜିଲ୍ଲାରେ ହୋଇଥିବାରୁ ଚାଷ ପାଇଁ ବିହନ କିମ୍ବା ଅନ୍ୟାନ୍ୟ ସୁବିଧା ସୁଯୋଗ ଯାଜପୁର ମିଳୁନଥିବା କହିଛିନ୍ତି ଚାନ୍ଦବାଲି ଭିଏଲଡବ୍ଲୁ ।

ଆକାଉଣ୍ଟ ଖୋଲିବା କହି ଆବାସ ଟଙ୍କା ଚଳୁ, ଭଙ୍ଗା ଆଜବେଷ୍ଟ ଘରେ କଟୁଛି ଶଙ୍କରଙ୍କ ଦିନ

ବାଲେଶ୍ୱର: ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ । ଘର ନିର୍ମାଣ ନକରି ଉଠିଛି ଟଙ୍କା । ୭୦ ବର୍ଷୀୟ ବୃଦ୍ଧଙ୍କଠାରୁ ଅତି ଚତୁରତାର ସହିତ ଆବଶ୍ୟକ କାଗଜପତ୍ର ନେଇ ଟଙ୍କାକୁ ଚଳୁ କରାଯାଇଛି । ଯାହା ସରକାରଙ୍କ ରୁରାଲ ହାଉସିଂ ପୋର୍ଟାଲ ଓ୍ୱେବ୍‌ସାଇଟ୍‌ରୁ ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଝାଡ଼ପିମ୍ପଳ ଗାଁର ଘଟଣା । ଶଙ୍କର ଦଣ୍ଡପାଟଙ୍କ ନାଁରେ ଘର କରିବା ପାଇଁ ଟଙ୍କା ଉଠାସରିଛି । ହେଲେ ଏବେ ସୁଦ୍ଧା ଶଙ୍କରଙ୍କ ପାଖରେ ପହଞ୍ଚିନି ଟଙ୍କା । ଏବେ ବି ସେଇ ଭଙ୍ଗା ଆଜବେଷ୍ଟସ୍ ଘରେ ଦିନ କାଟୁଛନ୍ତି । ଘରେ ଖଣ୍ଡେ କବାଟ ବି ଲାଗିନାହିଁ । କିନ୍ତୁ ଶଙ୍କରଙ୍କ ନାଁରେ ଆବାସ ଯୋଜନାରେ ଆସିଥିବା ପକ୍କାଘର ଟଙ୍କା ଡ୍ର ହୋଇସାରିଛି ।

୨୦୧୭-୧୮ ଆର୍ଥିକବର୍ଷରେ ଶଙ୍କର ନାଁରେ ଆବାସ ଯୋଜନାରେ ଘର ଆସିଥିଲା । ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ କହି ଶଙ୍କରଠାରୁ କାଗଜପତ୍ର ନେଇଥିଲେ ଜିଆରଏସ୍‌ । ହେଲେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିବା ତ ଦୂରର କଥା ତିନିଟି କିସ୍ତିରେ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଜଳେଶ୍ୱର ବିଡିଓଙ୍କୁ ପଚାରିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠନ ହେବ ବୋଲି ସେ କହିଛନ୍ତି ।

ଗରିବ ହିତାଧିକାରୀଙ୍କ ପାଇଁ ଆବାସ ଯୋଜନାରେ ଆସୁଥିବା ଟଙ୍କା ଚଞ୍ଚକତା କରି ଉଠାଯାଉଥିବା ବେଳେ ଏହି ଘୋଟାଲାରେ ଆଉ କେଉଁମାନେ ସାମିଲ ଆଛନ୍ତି, ତାହା ସଠିକ୍ ତଦନ୍ତ ହେଲେ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ତୁରନ୍ତ ଶଙ୍କରଙ୍କୁ ଘର ଦିଆଯାଉ ଏବଂ ପ୍ରକୃତ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି ।

କୃଷି ଆନ୍ଦୋଳନକୁ ନେଇ ଗଠିତ କମିଟି ଜଜ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  କୃଷକ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରୁ ଭୁପିନ୍ଦର ସିଂ ମାନ ଓହରିବା ପରେ ଏହାକୁ ନେଇ ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଛନ୍ତି।

ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଲୋକଙ୍କୁ ବୁଝିବାରେ କିଛି ଭୁଲ୍ ହୋଇଛି । କମିଟିର ଅଂଶ ହେବା ପୂର୍ବରୁ ଜଣେ ବ୍ୟକ୍ତିଙ୍କର ନିଜସ୍ୱ ମତ ରହିପାରେ, ହେଲେ ତା’ର ରାୟ ମଧ୍ୟ ବଦଳିପାରେ ।

ଚିଫ୍ ଜଷ୍ଟିସ୍ ଏସଏ ବୋବଡେ କହିଛନ୍ତି ଯେ ଏହି ମାମଲାରେ ଜଣେ ବ୍ୟକ୍ତି ନିଜସ୍ୱ ମତ ରଖିଥିବାରୁ ସେ କମିଟିର ସଦସ୍ୟ ହେବା ପାଇଁ  ଅଯୋଗ୍ୟ ହୋଇପାରିବ ନାହିଁ, କମିଟିର ସଦସ୍ୟମାନେ କୌଣସି ବିଚାରପତି ନୁହଁନ୍ତି । କମିଟିର ସଦସ୍ୟମାନେ କେବଳ ସେମାନଙ୍କ ମତ ଦେଇପାରିବେ କିନ୍ତୁ ଚୂଡାନ୍ତ ନିଷ୍ପତ୍ତି କେବଳ ବିଚାରପତି ନେଇପାରିବେ । ମୁଖ୍ୟତଃ ଆଇନ ସେବା ପ୍ରାଧିକରଣ ଜରିଆରେ ଆବେଦନ ଦାଖଲ କରିବାରେ ବିଳମ୍ବ ହେଉଥିବାରୁ କୋର୍ଟ ଏକ କମିଟି ବନାଇଛନ୍ତି ଏବଂ ସେହି ସମୟରେ ଏଭଳି ମନ୍ତବ୍ୟ ରଖିଛନ୍ତି ।

କୃଷକ ଆନ୍ଦୋଳନର ପ୍ରସଙ୍ଗରେ ଗଠିତ କମିଟିର ସଦସ୍ୟ ମାନେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ସମସ୍ତ ପକ୍ଷଙ୍କୁ ଭେଟିବୁ। ଏଥିରେ କୃଷକ ସଂଗଠନ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସାମିଲ ରହିବେ ।  ଆମେ ସମସ୍ତଙ୍କ ପକ୍ଷକୁ ଶୁଣିବା ପରେ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବୁ।

ତେବେ କୃଷକମାନଙ୍କ ସହ ପ୍ରଥମ ବୈଠକ ଜାନୁଆରୀ ୨୧ରେ ଅନୁଷ୍ଠିତ ହେବ। ଆମେ କୃଷକ ସଂଗଠନକୁ ନିବେଦନ କରୁଛୁ ଯେ ସମସ୍ତେ ଆମକୁ ଆସି ସାକ୍ଷାତ କରନ୍ତୁ । ଆଉ  ଆମେ ଏକ ୱେବସାଇଟ୍ ତିଆରି କରିବାକୁ ଚିନ୍ତା କରୁଛୁ ଯାହା ଫଳରେ ଆମେ ସମସ୍ତଙ୍କ ମତାମତ ନେଇପାରିବୁ ।

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ନୂଆ କୃଷି ଆଇନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ । ଏପରିକି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଏହି ଆଦେଶ ବଳବତ୍ତର ରହିବ ବୋଲି ପ୍ରକାଶ କରିଥିଲେ । ଏହି ସମସ୍ୟାର ସମାଧାନ ପାଇଁ ୪ ଜଣିଆ କମିଟି ଗଠନ କରିଥିଲେ ଖଣ୍ଡପୀଠ। ଯେଉଁ କମିଟିରେ କୃଷି ବିଶେଷଜ୍ଞ ଅଶୋକ ଗୁଲାଟି, ଭାରତୀୟ କିଷାନ ୟୁନିଅନ ଅଧ୍ୟକ୍ଷ ଭୂପିନ୍ଦର ସିଂହ ମାନ୍, ପ୍ରମୋଦ ଯୋଶୀ, ଅନିଲ ଧନଓ୍ବନ୍ତ ପ୍ରମୁଖ ରହିଥିଲେ । ହେଲେ ପରବର୍ତ୍ତୀ ସମୟରେ ଏହି କମିଟିରୁ ଭୂପିନ୍ଦର ସିଂହ ମାନ୍ ଓହରି ଯାଇଥିଲେ ।

ଜେଲ୍‌ ଭିତରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ୫୦ ଲକ୍ଷ କ୍ଷତିପୂରଣ ଦାବି

0

ଭୁବନେଶ୍ୱର: ଜେଲ୍‌ ଭିତରେ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତକଙ୍କ ପରିବାର ଲୋକଙ୍କ ମାଗିଲେ କ୍ଷତିପୂରଣ । କହିଲେ ବିନା କାରଣରେ ତାଙ୍କୁ ଜେଲ୍‌ରେ ରଖାଯାଇଥିଲା । ଜେଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଗୋଟିଏ ନିରୀହ ଜୀବନ ଚାଲିଯାଇଛି ।

ସୂଚନାଯୋଗ୍ୟ, ଗତ ୧୭ ଜାନୁଆରୀରେ ଝାରପଡା ଜେଲରେ ଦୀର୍ଘ ୧୨ ବର୍ଷ କାଳ ମାଓବାଦୀ ସନ୍ଦେହରେ ରହିଥିବା ବିଚାରାଧୀନ ବନ୍ଦୀ ରବି ଦୂଲେଙ୍କ ଆକସ୍ମିକ ମୃତ୍ୟୁ ହାଇଥିଲା । ଏହାକୁ ନେଇ ନାନା ପ୍ରଶ୍ନ ଉଠିଛି । ତାଙ୍କ ମାନସିକ ସ୍ଥିତି ଠିକ ନଥିଲା । କିନ୍ତୁ ପୋଲିସ ତାଙ୍କୁ ଜିମାକୁ ନେଇ ୯ଟି ମକଦ୍ଦମା ରୁଜୁ କରିଥିଲା ।

ନୟାଗଡ଼ ଅସ୍ତ୍ରାଗାର ଲୁଟରେ ତାଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ପରେ ଏହା ମିଥ୍ୟା ପ୍ରମାଣିତ ହୋଇଥିଲା । ଭୁଲ ତଦନ୍ତ ଯୋଗୁ ଏଭଳି ହୋଇଛି । କୋର୍ଟ ଏକଥା ପ୍ରମାଣିତ କରିଛନ୍ତି । ଯେ ପର୍ଯ୍ୟନ୍ତ ତାଙ୍କୁ ଦୋଷୀ ବୋଲି କୋର୍ଟ କହିନାହାଁନ୍ତି, ସେତେବେଳେ ପର୍ଯ୍ୟନ୍ତ ସେ ନିରୀହ । ଜଣେ ନିରୀହ ଲୋକ ଯେତେବେଳେ ଜେଲ ପରିସରରେ ମୃତ୍ୟୁ ବରଣ କରିଛି, ଏଥିପାଇଁ ତାଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହ ପରିବାରକୁ ନ୍ୟାୟ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ।

‘ସବୁଦିନ ଭାବୁଥିଲି ଭାରତ ଲାଗି ଜିତିବାରେ ଅଛି, ଆଜି ସ୍ବପ୍ନ ପୂରା ହେଲା’ ବୋଲି କହିଲେ ଋଷଭ

0

ନୂଆଦିଲ୍ଲୀ: ବ୍ରିସବେନର ଗାବାରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ତିନି ୱିକେଟରେ ପରାସ୍ତ କରି ବାଜି ମାରିଛି।

ଏହି ମ୍ୟାଚରେ ଭାରତକୁ ଐତିହାସିକ ସଫଳତା ହାସଲ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ଆଉ ସେ ୧୩୮ ବଲରେ ୮୯ ରନ୍ ହାତେଇ ଅପରାଜିତ ରହିଛନ୍ତି ।

ଭାରତର ଏଭଳି ବିଜୟ ପରେ ଋଷଭ କହିଛନ୍ତି ଯେ ଏହା ତାଙ୍କ ଜୀବନର ସବୁଠାରୁ ବଡ ଓ ଖୁସିର ମୁହୂର୍ତ୍ତ। ମୁଁ ଖୁସି ଯେ ଯେତେବେଳେ ମୁଁ ଖେଳୁ ନଥିଲି, ସେତେବେଳେ ମୋର ସପୋର୍ଟ ଷ୍ଟାଫ୍ ଏବଂ ଟିମର ସବୁ ସଦସ୍ୟ ମାନେ ସମର୍ଥନ କରିଥିଲେ | ସିରିଜ୍ ଜିତିବା ଏକ ସ୍ୱପ୍ନ ପରି |

ସେହିପରି ୨୩ ବର୍ଷ ବୟସ୍କ ପନ୍ତ କହିଛନ୍ତି, ‘ଦଳ ପକ୍ଷରୁ ମୋତେ ସବୁବେଳେ ସମର୍ଥନ ମିଳି ଆସିଛି । ମୁଁ ପ୍ରତିଦିନ ଭାବୁଥିଲି ଯେ ମୋତେ ଭାରତ ପାଇଁ ମ୍ୟାଚ୍ ଜିତିବାକୁ ପଡିବ ଏବଂ ଯାହା ଆଜି ସମ୍ଭବ ହୋଇପାରିଛି। ଆଉ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଇତିହାସ  ରଚି ଚହଲ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ଏହାସହ ୪ ଟିକିଆ ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ହାତେଇଛି ଟିମ୍ ଇଣ୍ଡିଆ। ଏହାକୁ ମିଶାଇ ଭାରତ ଲଗାତାର ୩ ଥର ବର୍ଡର ଗାଭାସ୍କର ଟ୍ରଫିକୁ ଜିତି ହ୍ୟାଟ୍ରିକ ଅର୍ଜନ କରିଛି। ବ୍ରିସବେନରେ ପଞ୍ଚମ ଦିନରେ ୩୨୪ ରନର ବିଜୟ ଲକ୍ଷ୍ୟକୁ ନେଇ ଭାରତ ପଡ଼ିଆକୁ ଓହ୍ଲାଇଥିଲା।

ଏହି ପରାଜୟ ସହ ଗାବା ଗ୍ରାଉଣ୍ଡରେ ୩୨ ବର୍ଷ ପରେ ପରାଜୟର ସ୍ବାଦ ଚାଖିଛି ଅଷ୍ଟ୍ରେଲିଆ । ଋଷଭ ପନ୍ତଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିବା ବେଳେ, ପ୍ୟାଟ୍ କ୍ୟୁମିନଙ୍କୁ ପ୍ଲେୟାର ଅଫ ଦି ସିରିଜ୍ ଘୋଷଣା କରାଯାଇଥିଲା ।

ତେବେ ବିଦେଶ ମାଟିରେ ଟିମ୍ ଇଣ୍ଡିଆର ଏଭଳି ବିଜୟ ପରେ ଖେଳାଳିଙ୍କୁ ୫ କୋଟି ଟଙ୍କାର ବୋନସ୍ ଦିଆଯିବ ବୋଲି ଘୋଷଣା କରିଛନ୍ତି ବିସିସିଆଇ ସେକ୍ରେଟାରୀ ଜୟ ଶାହା ।

ଏପ୍ରିଲରୁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ୍ ହକି‌ ଷ୍ଟାଡିୟମ ନିର୍ମାଣ କାମ, ସ୍ଥିତି ସମୀକ୍ଷା କଲେ 5T ସଚିବ

ରାଉରକେଲା: ଏପ୍ରିଲରୁ ଆରମ୍ଭ ହେବ ଷ୍ଟାଡିୟମ ନିର୍ମାଣ କାମ । ରାଉରକେଲା ସହରରେ ଦେଶର ସର୍ବ ଵୃହତ ହକି ଷ୍ଟାଡିୟମ୍ ନିର୍ମାଣ ହେବ । ଏହାର କାମ ଆସନ୍ତା ଏପ୍ରିଲ ମାସରୁ ଆରମ୍ଭ ହେବ । ଆଉ ସବୁଠାରୁ ବଡ଼ କଥା ହେଲା ମାତ୍ର ଏକ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସ୍ଥିର ହୋଇଛି । ୧୦ରୁ ୧୫ ଏକର ଜମିରେ ଏହି ହକି ଷ୍ଟାଡିୟମ୍ ନିର୍ମାଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ରାଉରକେଲା ଗସ୍ତ ଅବସରରେ ସୁଚନା ଦେଇଛନ୍ତି ।

Rourkela Hockey Stadium

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡିୟମ ନିର୍ମାଣ ନେଇ ଘୋଷଣା କରିସାରିଥିବା ବେଳେ ଏହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ବିପିୟୁଟି ପରିସରରେ ଥିବା ଜମିରେ ଏହା ନିର୍ମାଣ ହେବ ବୋଲି ସ୍ଥିର ହୋଇସାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବୁଧବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି. କେ ପାଣ୍ଡିଆନ, ୱାର୍କର୍ସ ସଚିବ କ୍ରୀଷନ କୁମାର, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର୍‌ ଭିନିଲ୍‌ କ୍ରୀଷ୍ଣା ଓ କ୍ରୀଡ଼ା ସଚିବ ଭିସାଲ ଦେବ ଆସି ଜମି ଦେଖିବା ସ୍ଥିତି ସମୀକ୍ଷା କରିଥିଲେ ।

Rourkela Hockey Stadium

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତି ପରେ ରାଉରକେଲା ସମେତ ସମ୍ବଲପୁର ଜିଲ୍ଳାରେ ଖୁସିର ମାହୋଳ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଦିଆଯାଉଛି । ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଅଧିକାଂଶ ହକି ଖେଳାଳି ଆସୁଥିବା ବେଳେ ସେଠାରେ ଷ୍ଟାଡିୟମ ନିର୍ମାଣ ସେମାନଙ୍କୁ ଅଧିକ ଉତ୍ସାହିତ କରିଛି ।