ଝିଅକୁ ଦୁର୍ବ୍ୟବହାର କଲେ, ଅଭିଯୋଗ କରିବାରୁ ବାପାକୁ ମାରିଦେଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସରେ ପୁଣି ଗର୍ଜିଛି ଗୁଳି । ଘଟିଛି ନିର୍ମମ ଏବଂ ଜଘନ୍ୟ ହତ୍ୟା କାଣ୍ଡ । ଏହି ହତ୍ୟା ପଛରେ ରହିଛି ଦୁର୍ବ୍ୟବହାର କରିବା ଭଳି ସାଙ୍ଘାତିକ ଘଟଣା । ଝିଅକୁ ଅସଦାଚରଣ କରିଥିବା ଅଭୁଯୁକ୍ତ ବିରୁଦ୍ଧରେ ଥାନାରେ ଅଭିଯୋଗ କରିବା ଜଣେ ବାପାକୁ ପଡିଛି ମହଙ୍ଗା । ଏବଂ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତ ଅଭିଯୋଗକାରୀ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ସୂଚନା ମୁତାବକ, ହାଥରସର ନୈଜାରପୁର ବାସୀନ୍ଦା ଅମରୀଶଙ୍କ ଝିଅକୁ ସେହି ଗାଣ ର କିଛି ବ୍ୟକ୍ତି ଦୁର୍ବ୍ୟବହାର କରିଥିଲେ । ଯାହାକୁ ନେଇ ଉକ୍ତ ବ୍ୟକ୍ତି ଜଣଙ୍କ ଥାନାରେ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ । ସେପଟେ ଏହି ଘଟଣାରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇଥିଲେ । ଅମରୀଶ ନିଜ ଚାଷ ଜମିରେ କାମ କରୁଥିବା ବେଳେ, ହତ୍ୟାକାରୀ ତାଙ୍କ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ । ପରେ ଗୁରୁତ୍ତର ଅବସ୍ଥାରେ ଅମରୀଶଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା ।

ସେପଟେ ଅମରୀଶଙ୍କ ଝିଅ ମେଡିକାଲରେ ପହଁଚିଲା ବେଳକୁ ବାପାର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ । ଏବଂ ହସ୍ପିଟାଲରେ ହିଁ ହତ୍ୟା ପଛରେ ଥିବା କାରଣ ଜାଣିବାକୁ ମିଳିଥିଲା । ପୋଲିସ ମେଡିକାଲରେ ପହଁଚି ତଦନ୍ତ କରିବା ବେଳେ ଏହି ଘଟଣା ବିଷୟରେ କହିଥିଲେ ତାଙ୍କ ଝିଅ । ସେହି ଗାଁର ୪ ଜଣ ବାପାଙ୍କୁ ହତ୍ୟା କରିଥିବା ପୋଲିସକୁ କହିଛନ୍ତି ଅମରୀଶଙ୍କ ଝିଅ ।

Leave a Reply