spot_img
Home Blog Page 6080

ସୀମାରେ ଲାଗିବ ଡ୍ରୋନ୍: ପାକିସ୍ତାନ୍ ଷଡ଼ଯନ୍ତ୍ରକୁ କରିବ ପଣ୍ଡ

0

ନୂଆଦିଲ୍ଲୀ: ପାକିସ୍ତାନ ପକ୍ଷରୁ ଭାରତରେ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ ସହ ଯୁଦ୍ଧ ସରଞ୍ଜାମ ପଠାଇବାକୁ ଚାଲିଛି  ପ୍ରସ୍ତୁତି । ଆଉ ପାକିସ୍ତାନର ଏହି ଡ୍ରୋନ ପ୍ରକ୍ରିୟାକୁ ନିଷ୍କ୍ରିୟ କରିବା ପାଇଁ ବର୍ଡ଼ର ସିକ୍ୟୁରିଟି ଫୋର୍ସ ଏବେ ସୀମାରେ ମୋବାଇଲ ହଣ୍ଟିଙ୍ଗ ଟିମ ମୁତୟନ କରିବାକୁ ଯୋଜନା କରିଛି। ସୂଚନା ଅନୁଯାୟୀ ସୀମାରେ ୧୨ଟି ସ୍ଥାନରେ ଆଣ୍ଟି ଡ୍ରୋନ୍ ସିଷ୍ଟମ ଲାଗିବ।

ଡ୍ରୋନ୍ ଲାଗିବା ସହିତ ସୀମାରେ ମୋବାଇଲ ହଣ୍ଟିଙ୍ଗ ଟିମ ମଧ୍ୟ ରହିବେ । ଏହି ମୋବାଇଲ ହଣ୍ଟିଙ୍ଗ ଟିମ ସୀମାରେ କୌଣସି ଡ୍ରୋନ୍ ନଜର ଆସିଲେ ଏସବୁ ଧ୍ୱଂସ କରିଦେବ। ନୂଆ ଆଣ୍ଟି ଡ୍ରୋନ୍ ସିଷ୍ଟମରେ ଜାମର ଓ ସେନ୍ସର ମଧ୍ୟ ଲାଗିବ। ଏଥିପାଇଁ ଏଣିକି ବିଏସଏଫରେ ଏକ ସ୍ୱତନ୍ତ୍ର ବୈଷୟିକ ଟିମ ରହିବ।

ନିକଟରେ ଭାରତୀୟ ଗୁପ୍ତଚର ସଂସ୍ଥା ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଏବଂ ପାକ୍ ରେଞ୍ଜର୍ସଙ୍କ ଏକ ଚ୍ୟାଟକୁ ଡିକୋଡ୍ କରିଥିଲେ। ଯେଉଁଥିରେ ଜଣାପଡ଼ିଥିଲା ​​ଯେ ପାକିସ୍ତାନ, ଜାମ୍ମୁର ଅନ୍ତର୍ଜାତୀୟ ସୀମା କାଠୁଆ, ସାମ୍ବା ଏବଂ ହିରାନଗର ସେକ୍ଟରକୁ  ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ଡ୍ରୋନ୍ ବ୍ୟବହାର କରୁଥିଲେ। ଏ ନେଇ ଭାରତୀୟ ସୁରକ୍ଷା ଏଜେନ୍ସି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଇଥିଲା। ସୂଚନା ଅନୁଯାୟୀ, ପାକ୍ ରେଞ୍ଜର୍ସ ଶାକରଗଡ଼ରେ ଏକ ଡ୍ରୋନ୍ ଷ୍ଟେସନ୍ କରିଛି। ଯେଉଁଠାରୁ ଡ୍ରୋନ ଜରିଆରେ ହତିଆର ଏବଂ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ତଦାରଖ ଏବଂ ଭାରତୀୟ ସୁରକ୍ଷା ବାହିନୀର ସ୍ଥିତି ଉପରେ ନଜର ରଖୁଛି । ତେବେ ପାକ୍ର ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିବାକୁ ଭାରତ ସୀମାରେ ଏହି ମୋବାଇଲ୍ ହଣ୍ଟିଂ ଟିମ୍ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି।

ରାତି ସାରା ଥାନାରେ ବସିଲେ ବିଜେପି ନେତା

ସମ୍ବଲପୁର: ଥାନାରେ କଟିଲା ପୁରା ରାତି । ନିଜ ଜିଦ୍‌ ପାଇଁ ରାତି ସାରା ଥାନାରେ ରହିଲେ ଏକାଧିକ ବିଜେପି ନେତା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ । ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ସମେତ ଆଖପାଖ ଅଞ୍ଚଳର ୧୦ରୁ ଅଧିକ ବିଜେପି ନେତା ରାତି ସାରା ଥାନା ବିତାଇଥିବା ଦେଖିବାକୁ ମିଳିଛି ।

Sambalpur BJP Protest

ଦୀର୍ଘ ଦିନ ଧରି ଲାଗି ରହିଥିବା ମଣ୍ଡି ସମସ୍ୟାକୁ ନେଇ ବିଜେପି ନେତା ଚାଷୀ ଅଧିକାର ରାଲି କରିଥିଲେ । ଏହି ସମୟରେ ସେମାନେ ସମ୍ବଲପୁର ଆର୍‌ଡିସି ଅଫିସ୍ ଘେରାଉ କରିଥିଲେ । ଆର୍‌ଡିସି ଅଫିସ୍‌ ସମ୍ମୁଖରେ ହୋ-ହଲ୍ଲା କରିବା ସହ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ପୋଲିସ ବିଜେପି ନେତା ମାନଙ୍କୁ ଗିରଫ କରି ଥାନାକୁ ଆଣିଥିଲା ।

Sambalpur BJP Protest

ଏଥିରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ, କନକ ବର୍ଦ୍ଧନ ସିଂ ଦେଓଙ୍କ ସହ ବହୁ ନେତା ଗିରଫ ହୋଇଥିଲେ । ଗିରଫ ହେବା ପରେ ସେମାନେ ରାତି ସରା ଟାଉନ ଥାନାରେ ଧାରଣାରେ ବସିଥିଲେ ।

କରୋନା ଟିକା ନେବେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଟିକା ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ସମସ୍ତ ରାଜ୍ୟପାଳ ମଧ୍ୟ କରୋନା ଟିକା ନେବେ । ଏଥି ସହ ମୁଖ୍ୟମନ୍ତ୍ରୀ ଏବଂ ୫୦ ବର୍ଷରୁ ଉର୍ଦ୍ଧ ବୟସ୍କ ମନ୍ତ୍ରୀମାନେ ବି କରୋନା ଟିକା ନେବେ । ସୂଚନା ଅନୁଯାୟୀ ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମୋଦି ଓ ଅନ୍ୟ ନେତାମାନେ ଟିକା ନେବେ।

କରୋନା ଟିକା ନେଇ ବହୁତ ଗୁଜବ ହେଉଛି ଫଳରେ ଲୋକମାନେ ଭୟବୀତ ଅଛନ୍ତି ଓ ଟିକାନେବାରୁ ପଛଘୁଞ୍ଚା ଦେଉଛନ୍ତି । ତେଣୁ ଗୁଜବରେ ପୂର୍ଣ୍ଣଛେଦ ପକାଇବାକୁ ଓ ସାଧାରଣ ଲୋକଙ୍କ ମନରେ ଉତ୍ସାହ ଭରିବା ପାଇଁ ପ୍ରଧାନମନ୍ତ୍ରୀ ଟିକାନେବେ। ଟୀକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷାବାହିନୀ ଓ ଯବାନମାନଙ୍କୁ କରୋନା ଭ୍ୟାକସିନ୍ ଦିଆଯିବ । ଦ୍ୱିତୀୟ ର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ତେବେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ କେବେଠୁ ଆରମ୍ଭ ହେବ ସେ ନେଇ ଏ ଯାଏଁ କୌଣସି ଘୋଷଣା କରାଯାଇନାହିଁ ।

ବର୍ତ୍ତମାନ ଦେଶରେ ପ୍ରଥମ ପର୍ୟ୍ୟାୟ କରୋନା ଟୀକାକରଣ ଚାଲିଛି । ଏଥିରେ ପ୍ରାୟ ୭ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି । ତେବେ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ  । ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ କହିଛନ୍ତି।

ଭି.କେ ଶଶିକଳା କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି

0

ଚେନ୍ନାଇ: ତମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଭି.କେ ଶଶିକଳା କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ ତାଙ୍କୁ ଜ୍ୱର ହେବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲା। ତେଣୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁଯାୟୀ ପ୍ରଥମେମ ଶଶିକଳାଙ୍କ ରିପୋର୍ଟରେ କୋଭିଡ ଚିହ୍ନଟ ହୋଇନଥିଲା । ପରେ ଏକାଧିକ ଟେଷ୍ଟ ପରେ ତାଙ୍କ ଠାରେ କୋଭିଡ ୧୯ ସଂକ୍ରମଣ ଚିହ୍ନଟ ହୋଇଛି। ପ୍ରଥମେ ସେ ବୋରିଂ ହସ୍ପିଟାଲରେ ଥିଲେ । ତେବେ ବର୍ତ୍ତମାନ ତାଙ୍କୁ ଭିକ୍ଟୋରିଆ ହ୍ସିଟାଲର କୋଭିଡ୍-୧୯ ୱାର୍ଡ଼ରେ ଭର୍ତ୍ତି ଅଛନ୍ତି. ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ଏଆଡିଏମକେରୁ ବହିଷ୍କୃତ ଶଶିକଳା ବେଙ୍ଗାଲୁରୁ ଜେଲ୍‌ରେ ଥିଲେ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶଶିକଳାଙ୍କୁ ୪ ବର୍ଷ ଜେଲଦଣ୍ଡ ମିଳିଥିଲା। ଆସନ୍ତା ସପ୍ତାହରେ ସେ ଜେଲ୍‌ରୁ ମୁକୁଳିବାର ଥିଲା।। କିନ୍ତୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

 

ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ୍‌ ପରୀକ୍ଷା

ଭୁବନେଶ୍ୱର: କରୋନା ପାଇଁ କୋହଳ ହେଲା ମାଟ୍ରିକ ପରୀକ୍ଷା । ଏଥର ନିଜ ସ୍କୁଲରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ଅବଧିର ପରୀକ୍ଷା ହେବ । ତେବେ ଅନ୍ୟ ସ୍କୁଲ ଶିକ୍ଷକ ପରୀକ୍ଷା ନିରୀକ୍ଷକ ଦାୟିତ୍ୱରେ ରହିବେ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ପରୀକ୍ଷାର କାର୍ଯ୍ୟସୂଚୀ ସମୟ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି। କରୋନା ଯୋଗୁଁ ରହିବା ଓ ଯାତାୟତରେ ଅଭିଭାବକ, ଛାତ୍ରଛାତ୍ରୀ ଅସୁବିଧା ଭୋଗିବାର ଆଶଙ୍କା ଥିବାରୁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ଖୁବ୍‌ଶୀଘ୍ର ଏନେଇ ସବିଶେଷ ତଥ୍ୟ ବିଦ୍ୟାର୍ଥୀଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଟ୍ରିକ୍‌ ପରୀକ୍ଷା ଫି’ ଛାଡ଼ କରାଯାଇଥିଲା । ଏହାପରେ ବୁଧବାର  ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଏକ ବମ୍ଫର ଉପହାର ଦିଆଯାଇଥିଲା । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଟେଷ୍ଟପେପର ଦେବା ପାଇଁ ସରକାରଙ୍କ ଘୋଷଣା କରିଛନ୍ତି । ୬ ଲକ୍ଷ  ୨୦ ହଜାର ୫୦୮ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ପ୍ରଦାନ କରିବେ ସରକାର । ଏନେଇ ସୁଚନା ଦେଇଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

କୋଭିଡ ଯୋଗୁଁ ପାଠ ପଢାରେ ସୃଷ୍ଟି ହୋଇଥିଲା ବ୍ୟାଘାତ । ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ବିଦ୍ୟାଳୟ । ସେପଟେ ବର୍ତ୍ତମାନ ସ୍କୁଲ ଖୋଲିଛି ଏବଂ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କ ହାତରେ ଖୁବ କମ୍‌ ସମୟ ରହିଛି । ଏପରିସ୍ଥଳେ ପିଲାଙ୍କୁ ୭୦୦ ପୃଷ୍ଠାର ଟେଷ୍ଟପେପର ମାଗଣା ଦେବେ ରାଜ୍ୟ ସରକାର ।

ଏହାର ନାମ ‘ପରୀକ୍ଷା ଦର୍ପଣ’ ରହିଛି । ଟେଷ୍ଟପେପରରେ ପ୍ରଶ୍ନ ସହ ଉତ୍ତର ରହିବ । ପିଲାଙ୍କୁ ଚାପମୁକ୍ତ ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ସେପଟେ ପୂର୍ବରୁ ମାଟ୍ରିକ ପରୀକ୍ଷା ପାଇଁ ୩୦ ପ୍ରତିଶତ ସିଲାବସ କମ୍‌ କରାଯାଇଛି । ଅନଲାଇନ, ଟିଭି, ରେଡ଼ିଓର ବ୍ୟବସ୍ଥା କରି ମଧ୍ୟ ଛାତ୍ରଛାତ୍ରୀ ସଠିକ ଭାବେ ପଢ଼ି ପରିନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଅନୁସାରେ ପରୀକ୍ଷା ଦର୍ପଣ ନାମକ ଏକ ଟେଷ୍ଟ ପେପର ଛାତ୍ର ଛାତ୍ରୀଙ୍କୁ ଦିଆଯିବ ।

ମେ ୩ରୁ ପରୀକ୍ଷା ଆରମ୍ଭ । ତେଣୁ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ପିଲାଙ୍କ ପାଖରେ ବହି ପହଁଚାଇ ଦିଆଯିବ ବୋଲି କହିଛନ୍ତି ଗଣଶିକ୍ଷାମନ୍ତ୍ରୀ । ୩,୩୦,୩୩୯ ସରକାରୀ ସ୍କୁଲ ସହ ୨୭୦୨୬ ଆବାସିକ ଆଦିବାସୀ ସ୍କୁଲ ଏବଂ ୩୬୫୭୯ ଘରୋଇ ସ୍କୁଲ, ୨୫୯୩୯ ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ସହ୧୬୨୪ ଭୋକେସନାଲ ଛାତ୍ରଛାତ୍ରୀଙ୍କୁ ଏହି ବହି ଦିଆଯିବ । ପରୀକ୍ଷା ପାଇଁ ଏହା ସାହାଯ୍ୟ କରିବ । ପ୍ରତିଶତ ସିଲାବସକୁ ନେଇ ପରୀକ୍ଷା ଦର୍ପଣ ବହି ଛପା ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ବିସ୍ଫୋରକ ବୋଝେଇ ଟ୍ରକ୍‌ ପୋଡ଼ି ପାଉଁଶ, ଆଖପାଖ ଅଞ୍ଚଳ ବି ଥରିଲା

କର୍ଣ୍ଣାଟକ: କର୍ଣ୍ଣାଟକ ଶିମୋଗାରେ ଜିଲ୍ଲା ହଁସୁରରେ ଥିବା ରେଲୱେ କ୍ରସର ସାଇଟ୍‌ରେ ଭୟାବହ ବିସ୍ଫୋରଣ । ଡିନାମାଇଟ୍‌ ବ୍ଲାଷ୍ଟ୍‌ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରେ ୬ଜଣ ଶ୍ରମିକ ଅଛନ୍ତି । ଏପର୍ଯ୍ୟନ୍ତ ମୃତକ ମାନଙ୍କ ପରିଚୟ ମିଳିପାରିନି ।

ଗୁରୁବାର ରାତି ସାଢେ ୧୦ଟା ବେଳେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି । ବିସ୍ଫୋରକ ସାମଗ୍ରୀ ବୋଝେଇ ଟ୍ରକରେ ବିସ୍ଫୋରଣ ଘଟିଛି । ଟ୍ରକଟି ଡିନାମାଇଟ୍‌ ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ନେଇ ନିକଟବର୍ତ୍ତୀ ଖଣିକୁ ଯାଉଥିବା ବେଳେ ଅଘଟଣ ଘଟିଥିବା କୁହାଯାଉଛି ।

ବିସ୍ଫୋରଣରେ ଟ୍ରକଟି ସଂପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖର ପୁରା ଅଞ୍ଚଳ ଥରି ଉଠିଥିଲା । ଆଖ ପାଖ ଅଞ୍ଚଳରେ ଅନେକ କ୍ଷତି ମଧ୍ୟ ହୋଇଛି । ଘର କାଚ ଭାଙ୍ଗିଥିବା ବେଳେ ଗାର୍ଡେନ୍‌ ମଧ୍ୟ ନଷ୍ଟ ହୋଇଛି । ଅନେକ କାର କାଚ ମଧ୍ୟ ଭାଙ୍ଗିଛି । ବିସ୍ଫୋରଣର ଶବ୍ଦ ପାଖ ଚିକ୍କମଙ୍ଗଲୁରୁ ଓ ଦେବନାଗିରି ଜିଲ୍ଲାରେ ମଧ୍ୟ ଶୁଣାଯାଇଥିବା ସୂଚନା ମିଳିଛି । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ମୃତଦେହ ଗୁଡ଼ିକୁ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି ।

ବ୍ରିଟିଶ ଶାସନରୁ ସ୍ୱାଧୀନ ଭାରତ, ବଜେଟରେ ବଦଳିନି କଣ ?

ଭୁବନେଶ୍ୱର: ଆଉ କିଛି ଦିନ ପରେ ଆସିବ ଦେଶ ପାଇଁ ବଜେଟ୍ । ତେବେ କେବେ ଭାବିଛନ୍ତି ଭାରତରେ ପ୍ରଥମ ବଜେଟ୍ କେବେ ଆସିଥିଲା ? କିଏ ବଜେଟ୍ ତିଆରି କରିଥିଲେ ଓ କିଏ ବଜେଟ୍ ଉପସ୍ଥାପନ କରିଥିଲେ ? ବଜେଟକୁ ନେଇ କିଛି ଏମିତି ତଥ୍ୟ ଆଜି ଆପଣଙ୍କୁ ଆମେ କହିବୁ ଯାହା ହୁଏତ ଆପଣ ଜାଣିନଥିବେ ।

ଇଷ୍ଟ ଇଣ୍ଡିଆ ଶାସନ କାଳରେ କମ୍ପାନୀ ବାହାଦୁରଙ୍କ ଦୁଇଟି କାମ ଥିଲା । ପ୍ରଥମ ହେଉଛି ଚାଷୀଙ୍କଠାରୁ କର ଆଦାୟ କରିବା । ଦ୍ୱିତୀୟ- କର ଟଙ୍କାରେ ଯୁଦ୍ଧ ଲଢ଼ି ଅଧିକରୁ ଅଧିକ ଅଞ୍ଚଳ ଉପରେ କବ୍‌ଜା କରିବା । ଭାରତୀୟ ଦେଉଥିବା ଟ୍ୟାକ୍ସରେ ଚାଲୁଥିଲା କମ୍ପାନୀର ୱାର ମେସିନ୍ । କିନ୍ତୁ ୧୮୫୭ ସିପାହୀ ବିଦ୍ରୋହ ପରେ ଶାସନ ଡୋର କମ୍ପାନୀ ବାହାଦୁରଙ୍କ ହାତରୁ ମହାରାଣୀଙ୍କ ହାତକୁ ଗଲା । ଏହାପରେ ବ୍ରିଟିଶ୍‌ ସରକାର ଭାରତ ପାଇଁ ବଜେଟ୍ କଥା ଚିନ୍ତା କରିଥିଲେ ।

East India Company

ବ୍ରିଟିଶ ଭାରତର ପ୍ରଥମ ବଜେଟ୍ ଆସିଥିଲା ୧୮୬୦, ଏପ୍ରିଲ୍ ୭ ତାରିଖ ଦିନ । ଏହାକୁ ପ୍ରସ୍ତୁତ କରିଥିଲେ ବ୍ରିଟିଶ ନାଗରିକ ଜେମ୍ସ ୱିଲସନ୍ । ଜେମ୍ସ ଭାରତୀୟ ଆର୍ଥିକ କାଉନସିଲର ସଦସ୍ୟ ଥିଲେ । ଯାହାଙ୍କ କାମ ଥିଲା ବ୍ରିଟିଶ ଭାଇସରୟଙ୍କୁ ଆର୍ଥିକ ମାମଲାରେ ପରାମର୍ଶ ଦେବା । ପ୍ରସିଦ୍ଧ ପତ୍ରିକା ଦି ଇକୋନୋମିଷ୍ଟର ପ୍ରତିଷ୍ଠାତା ହେଉଛନ୍ତି ଜେମ୍ସ ।

ଜେମ୍ସଙ୍କ ବଜେଟ୍ ସେତେବେଳର ବ୍ରିଟିଶ ସରକାରଙ୍କ ଅର୍ଥନୀତିକୁ ନେଇ ଗୋଟିଏ ଗାଇଡଲାଇନ୍ ଦେଇଥିଲା । ତେବେ ଜେମ୍ସଙ୍କ ବଜେଟର ଯେଉଁ ଅଂଶ ସେତେବେଳର ଧନୀ ଭାରତୀୟଙ୍କୁ ପସନ୍ଦ ଆସିନଥିଲା ତାହା ଆଜି ମଧ୍ୟ ବଦଳି ନାହିଁ । ତାହା ହେଉଛି ଆୟକର । ଆୟ ଉପରେ କର ବସାଇବା ପାଇଁ ଜେମ୍ସଙ୍କ ପ୍ରସ୍ତାବକୁ ଭାରତୀୟ ବ୍ୟବସାୟୀଙ୍କ ସହ ଜମିଦାର ନାପସନ୍ଦ କରିଥିଲେ ।

East India Company

ଆୟକର ଲାଗୁ କରି ଜେମ୍ସ କହିଥିଲେ ଯେ, ବ୍ରିଟିଶ ସରକାର ଭାରତୀୟଙ୍କୁ ବ୍ୟବସାୟ କରିବାକୁ ସୁରକ୍ଷା ଯୋଗାଇ ଦେଉଛନ୍ତି । ତେଣୁ ସେମାନଙ୍କଠାରୁ କର ଆଦୟ କରିବା ଅନୁଚିତ୍ ନୁହେଁ । ସେତେବେଳେ ଆୟକରକୁ ଭାରତୀୟ ବିରୋଧ କରୁଥିଲେ ଆଉ ଏବେ ମଧ୍ୟ କରୁଛନ୍ତି । ସୁବ୍ରମଣ୍ୟମ ସ୍ୱାମୀଙ୍କ ଭଳି ବ୍ୟକ୍ତି ତ ଆୟକର ଉଛେଦ କଥା କୁହନ୍ତି । ମାନେ ଆୟକରଠାରୁ ମୁକ୍ତି । ତେବେ ଲାଗୁନି ନିକଟ ଭବିଷ୍ୟତରେ ଆୟକର ମୁକ୍ତ ଭାରତର ଆଛେଦିନ ଆସିବ ।

ଜେମ୍ସଙ୍କ ବଜେଟର ୭୯ ବର୍ଷ ପରେ ଜନ୍ ମଥାଇ ସ୍ୱାଧିନ ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ୧୯୪୯ରେ ଆଗତ କରିଥିଲେ । ଆଜି ଅର୍ଥମନ୍ତ୍ରୀ ପୂରା ବଜେଟ୍ ପଢୁଛନ୍ତି । ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ କ’ଣ କହୁଛନ୍ତି ତାକୁ ଶୁଣିବାକୁ ଦେଶ କାନ ଡେରିଥାଏ । କିନ୍ତୁ ଜନ୍ ମଥାଇ ପୁରା ବଜେଟ୍ ପଢ଼ି ନଥିଲେ । ସେ କେବଳ କିଛି ମୁଖ୍ୟ କଥାକୁ ସଂସଦ ଆଗରେ କହିଥିଲେ । ଏହି ବଜେଟ୍ ଜରିଆରେ ଦେଶ ପ୍ରଥମ ଥର ପାଇଁ ଯୋଜନା ଆୟୋଗ ଓ ପଞ୍ଚବର୍ଷୀୟ ଯୋଜନା କଥା କହିଥିଲେ ।

ଏବେ ଯେଉଁ ବଜେଟ୍ ଆସୁଛି ସେଥିରେ ବୈଦେଶିକ ସମ୍ପର୍କ ବାବଦରେ କିଛି କୁହାଯାଇ ନଥାଏ । କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ବଜେଟରେ ମଧ୍ୟ ବୈଦେଶିକ ସମ୍ପର୍କ ବାବଦରେ ଉଲ୍ଲେଖ ରହୁଥିଲା । ଭାରତ ସ୍ୱାଧିନତା ପାଇବା ପରେ ସୋଭିଏତ୍ ସଂଘଠାରୁ ଆର୍ଥିକ ଓ ବୈଷୟିକ ସହାୟତା ପାଉଥିଲା । ତେଣୁ ୧୯୫୧ ବଜେଟରେ ଋଷ ସହ ସମ୍ପର୍କ ବାବଦରେ କୁହାଯାଇଥିଲା । ୧୯୫୯ ମସିହା ପର୍ଯ୍ୟନ୍ତ ଏହି ଧାରା ଚାଲିଥିଲା।

ଅର୍ଥମନ୍ତ୍ରୀ ବଜେଟ୍ ଆଗତ କରନ୍ତି କିନ୍ତୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କେବେ ବଜେଟ୍ ଆଗତ କରିଥିବା କଥା ଶୁଣିଛନ୍ତି କି ? ସି.ଡି ଦେଶମୁଖ ଦେଶର ଏକମାତ୍ର ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଥିଲେ ଯିଏ ବଜେଟ୍ ଆଗତ କରିଥିଲେ । ତାଙ୍କ ପରେ ଏଭଳି ସୌଭାଗ୍ୟ ଆଉ କାହାରିକୁ ମିଳିନାହିଁ । ୧୯୫୧-୫୨ର ଅନ୍ତରୀଣ ବଜେଟକୁ ଦେଶମୁଖ ଆଗତ କରିଥିଲେ । ଲୋକଙ୍କୁ ଆୟକର ଦେବାକୁ ପ୍ରୋତ୍ସାହିତ କରିବା ପାଇଁ ସେ ଗୋଟିଏ ଗାଁର ଉଦାହରଣ ମଧ୍ୟ ନିଜ ଭାଷଣରେ ଦେଇଥିଲେ । ଯେଉଁ ଗାଁର ଜଣେ ବ୍ୟକ୍ତି ତାଙ୍କ ପାଖକୁ ଚିଠି ଲେଖି ପ୍ରତି ବର୍ଷ ପୂରା ଗାଁ ପାଇଁ ଆୟକର ଭାବେ ୫ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିବା କଥା ସେ କହିଥିଲେ । ଦେଶମୁଖଙ୍କ ଅନୁସାରେ ଉକ୍ତ ବ୍ୟକ୍ତିଙ୍କ ଗାଁର କେହି ଆୟକର ଦେଉନଥିବାରୁ ଦେଶର ବିକାଶ ପାଇଁ ସେହି ବ୍ୟକ୍ତି ପୂରା ଗାଁ ପାଇଁ ଆୟକର ଦେବାକୁ ନିଜ ତରଫରୁ ପ୍ରସ୍ତାବ ଦେଇଥିଲେ । ଦେଖିବାକୁ ଗଲେ ଆୟକରକୁ ନେଇ ଝିଞ୍ଜଟ୍ ଏବେ ମଧ୍ୟ ଛିଡ଼ିନି । ଏବେ ମଧ୍ୟ ଭାରତୀୟ ଆୟକର ଦେବା ବେଳେ ଆଗପଛ ହୁଅନ୍ତି ।

ସ୍କଚ୍‌ ଆଓ୍ୱାର୍ଡ ୨୦୨୦ ସେମିଫାଇନାଲରେ ସୁନ୍ଦରଗଡ଼, ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା

0

ଭୁବନେଶ୍ୱର: ସ୍କଚ୍‌ ଆଓ୍ୱାର୍ଡ ୨୦୨୦ରେ ରାଜ୍ୟର ଏକମାତ୍ର ଜିଲ୍ଲା ସୁନ୍ଦରଗଡ଼ । ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ସ୍କଚ୍‌ ଆଓ୍ୱାର୍ଡ ୨୦୨୦ ପ୍ରତିଯୋଗୀତାରେ ସୁନ୍ଦରଗଡ଼ ଜିଲ୍ଲା ସେମିଫାଇନାଲ୍‌କୁ ଉତୀର୍ଣ୍ଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ ଯୋଗେ ଏହି ଶୁଭେଚ୍ଛା ଜଣାଇଛନ୍ତି ।

ଖଣିଜ ପଦାର୍ଥ କ୍ଷେତ୍ରରେ ସୁନ୍ଦରଗଡ଼ ଅତ୍ୟନ୍ତ ଭଲ ପଦକ୍ଷେପ ନେଇଛି । ରାଜ୍ୟରେ ଏକମାତ୍ର ଜିଲ୍ଲା ଭାବେ ସୁନ୍ଦରଗଡ଼ ଏହି ପ୍ରତିଯୋଗୀତାରେ ଏତେ ଆଗକୁ ଯାଇଛି । ଏହି ସଫଳତାକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖଣି ସମ୍ବନ୍ଧୀୟ କାର୍ଯ୍ୟରେ ପ୍ରଭାବିତ ହୋଇଥିବା ଲୋକଙ୍କ ଉପରେ ରାଜ୍ୟ ସରକାରଙ୍କ ଫୋକସ୍‌ ରହିଛି । ସେମାନଙ୍କ ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ।

ଚାଉଳ କ୍ରୟ, ସବସିଡି ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେଡି ସାଂସଦଙ୍କ ଆଲୋଚନା

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭେଟିଲେ ବିଜେଡିର ଲୋକସଭା ଓ ରାଜ୍ୟସଭା ସାଂସଦ । ଉଷୁନା ଚାଉଳ ଉଠାଣ ଓ ସବସିଡି ନେଇ ବୈଠକରେ ଆଲୋଚନା ହୋଇଛି । କେନ୍ଦ୍ରର ବାକିଥିବା ସବସିଡି ରାଶି ୬ ହଜାର ୩୯ କୋଟି ଟଙ୍କା ରାଜ୍ୟକୁ ପୈଠ କରିବା ନେଇ ମଧ୍ୟ ଆଲୋଚନା ହୋଇଛି ।

BJD MP Discussed With Minister Piyush Goyal Parboiled Rice Procurement

ଏନେଇ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ତୁରନ୍ତ ବାକି ଅର୍ଥ ପଇଠ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକରେ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଏଫସିଆଇ ରାଜ୍ୟ ସରକାରଙ୍କୁ ଦେଇଥିବା ଚିଠି ଉପରେ ଆଲୋଚନା କରାଯାଇଛି ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୫ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ଆଗକୁ ଆହୁରି ୩୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହେବ । ମୋଟାମୋଟି ଭାବେ ୮୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହେବ । ସେଥିରୁ ୫୫ଲକ୍ଷ ମେଟ୍ରିକ ଟନ୍ ଚାଉଳ ବାହାରିବ ।

BJD MP Discussed With Minister Piyush Goyal Parboiled Rice Procurement

ଯେଉଁଥିରୁ ୨୪ ଲକ୍ଷ ମେଟ୍ରିକ ଟନ୍ ଓଡ଼ିଶା ଖର୍ଚ୍ଚ କରିବ । ଆଉ ୩୧ଲକ୍ଷ ମେଟ୍ରିକ୍ ଟନରୁ ୧୦ ଲକ୍ଷ ମେଟ୍ରିକ ଟନ୍ କେନ୍ଦ୍ର ନେବ । ବାକି ୨୧ଲକ୍ଷ ମେଟ୍ରିକ ଟନ୍ ଚାଉଳ ରାଜ୍ୟରେ ବୋଝ ହେଉଛି । ଯାହାର ମୂଲ୍ୟ ପାଖାପାଖି ୧୦ହଜାର କୋଟି ଟଙ୍କା  । ଏହି ବଳକା ଚାଉଳ ଏଫସିଆଇ ଉଠେଇବା କଥା  । ହେଲେ ଏହି ଚାଉଳ ନେଉନଥିବାରୁ ବିବାଦ ଦେଖାଦେଇଛି ।

ସରକାରୀ ସହାୟତା ଲାଗି ଆଧାର ବାଧ୍ୟତାମୂଳକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୮ର ଆଧାର ସମ୍ପର୍କିତ ଏକ ରିଭ୍ୟୁ ପିଟିସନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ଆଧାରକୁ ସାମ୍ବିଧାନିକ ଭାବେ ବୈଧ ଓ ସୁରକ୍ଷିତ ବୋଲି କହିଛନ୍ତି । ହେଲେ ୫ ଜଣିଆ ଖଣ୍ଡପୀଠ ମଧ୍ୟରୁ ୪ ଜଣ ପିଟିସନ ଖାରଜକୁ ସମର୍ଥନ କରିଥିବା ବେଳେ ଜଣେ ମାତ୍ର ବିଚାରପତି ଏହାର ବିରାେଧ କରିଛନ୍ତି ।

ଏଥିସହିତ ସେ ଏହାକୁ ‘ସାମ୍ବିଧାନିକ ତ୍ରୁଟି’ ବୋଲି ମଧ୍ୟ କହିବାକୁ ପଛାଇ ନାହାଁନ୍ତି। ଆସନ୍ତୁ ଜାଣିବା ଏସମ୍ପର୍କରେ କିଛି ତଥ୍ୟ…

ସରକାରୀ ସୁବିଧା ସୁଯୋଗ ପାଇବା ଓ ପରିଚୟ ଚିହ୍ନଟରେ ବାୟୋମେଟ୍ରିକକୁ ଶୀର୍ଷ ଅଦାଲତ ଅନିବାର୍ଯ୍ୟ କରିବା ପରେ ୨୦୧୮ରେ ୪:୧ ଅନୁପାତରେ ଏହାକୁ ଖଣ୍ଡପୀଠଙ୍କ ସମର୍ଥନ ମିଳିଥିଲା ।

ଜାନୁଆରି ୧୧ରେ ସୁପ୍ରିମକାେର୍ଟ ଏକାଧିକ ରିଭ୍ୟୁ ପିଟିସନର ସମୀକ୍ଷା କରିଥିଲେ । ଆଉ ବୁଧବାର ଦିନ କୋର୍ଟ ପକ୍ଷରୁ ରାୟ ପ୍ରକାଶ ପାଇଥିଲା । ଏଏମ୍ ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ୨୦୧୮ରେ ଉଚ୍ଚତମ ନ୍ୟାୟାଳୟର ନିଷ୍ପତ୍ତି ବିରୋଧରେ ଆବେଦନ ହୋଇଥିବାର ସମୀକ୍ଷା କରି ଖାରଜ କରି ଦେଇଛନ୍ତି ।

ହେଲେ ଏହାକୁ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ନାପସନ୍ଦ କରିଛନ୍ତି । ମନି ବିଲ୍ ପରି ଆଧାର ବିଲରେ ସାମ୍ବିଧାନିକ ବେଞ୍ଚ ସ୍ଥାପନ ନହେବା ଯାଏଁ ଉକ୍ତ ପିଟିସନକୁ ବିଚାରଧୀନ ରଖିବା ଳାଗି ସେ ପ୍ରକାଶ କରିଥିଲେ ।

ସେହିପରି ୨୦୧୮ ମସିହାରେ ଏହାକୁ ବିଚାରକୁ ନେଇ ଜଷ୍ଟିସ୍ ଚନ୍ଦ୍ରଚୁଡ କହିଥିଲେ ଯେ ଆଧାରକୁ ମନି ବିଲ୍ ରୂପେ ପାରିତ କରାଯାଇ ପାରିବ ନାହିଁ ।

ବହୁମତ ଅନୁସାରେ ୨୦୧୮ରେ ହୋଇଥିବା ନିଷ୍ପତ୍ତିକୁ ଆଧାର କରି ୨୦୧୯ରେ ପୁର୍ନବିଚାର କରିବା ପର୍ଯ୍ୟାପ୍ତ ନୁହେଁ ।