ତାପସୀଙ୍କ ସମର୍ଥନରେ ଟିଏମସି ସାଂସଦ, କହିଲେ IT ରେଡ୍ ପଛର କାରଣ…

1 min read

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘରେ ଆୟକର ବିଭାଗର ରେଡ୍ ପରେ ରାଜନୀତି ସରଗରମ ହେବାରେ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୁଆ ମୋଇତ୍ରା ମଧ୍ୟ ରେଡକୁ ନେଇ କଟାକ୍ଷ କରିଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ ସରକାର ସେମାନଙ୍କୁ ପ୍ରଶ୍ରୟ ଦିଅନ୍ତି ଯେଉଁମାନେ ତାଙ୍କ ଆଗରେ ମୁଣ୍ଡ ନୁଆଁଇଥାନ୍ତି । ହେଲେ ଯେଉଁମାନେ କୃଷକ ଆନ୍ଦୋଳନକୁ ସମର୍ଥନ କରନ୍ତି ସେମାନଙ୍କୁ ରେଡର ସମ୍ମୁଖୀନ ହେବାକୁ ପଡେ । ‘‘ବଲିଉଡର ଯେଉଁ ମାନେ ମୁଣ୍ଡ ନୁଆଁନ୍ତି ସେମାନେ Y ଶ୍ରେଣୀ ସୁରକ୍ଷା ପାଇଥାନ୍ତି । ଆଉ ଯେଉଁ ମାନେ କୃଷକଙ୍କ ସହ ରହିଥାନ୍ତି ସେମାନଙ୍କ ଘରେ ଆଇଟି ରେଡ୍ ପଡିଥାଏ’’।

ଏହାର କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଥିଲେ ଯେ, IT-CBI-EDକୁ ସରକାର ଆଙ୍ଗୁଳିରେ ନଚେଇ ଥାଆନ୍ତି । ଭିଗି ବିଲ୍ଲୀ ଅର୍ଥାତ୍ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ମିତ୍ର ମିଡିଆ ।

ସୂଚନାଯୋଗ୍ୟ, ଗତ  ବୁଧବାର ଦିନ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବଂ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଘର ଓ ଅଫିସରେ ଆୟକର ବିଭାଗ ଚଢ଼ଉ କରିଥିଲା । ରାତି ପର୍ଯ୍ୟନ୍ତ ଏହି ଚଢ଼ଉ ଚାଲିଥିଲା । ଆୟକର ବିଭାଗ ପକ୍ଷରୁ ଏହି ରେଡ୍ କେବଳ ତାପସୀ ଓ ଅନୁରାଗଙ୍କ ଘରେ ହୋଇନଥିଲା । ତାଙ୍କ ଘର ବ୍ୟତୀତ ଆଉ ଚାରୋଟି କମ୍ପାନୀ ଉପରେ ମଧ୍ୟ ରେଡ୍ କରାଯାଇଥିଲା । ଫାଣ୍ଟମ ଫିଲ୍ମସ୍, କ୍ୱାନ୍, ଏକ୍ସିଡ୍, ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଭଳି ସଂସ୍ଥା ଉପରେ ମଧ୍ୟ ଚଢ଼ଉ ହୋଇଛି । ତାପସୀ ଏବଂ ଅନୁରାଗ ଘର ବ୍ୟତୀତ ମଧୁ ମନଟେନା, ବିକାଶ ବହଲ ଏବଂ ଅନ୍ୟମାନଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଛି । ହେଲେ ଅନୁରାଗ ଏବଂ ତାପସୀଙ୍କ ଘର ଉପରେ ଅଧିକ ଫୋକସ୍ ରହିଥିଲା ।

Leave a Reply