ଧର୍ମଗଡ଼ରେ ବାଇକ୍-ବସ୍ ମୁହାଁମୁହିଁ, ୩ ଜଣଙ୍କ ମୃତ୍ୟୁ

Bike-Bus Collision, 3 Died In Dharmagarh Kalahandi

ଧର୍ମଗଡ଼: ବାଇକ୍ ଉପରେ ମାଡ଼ିଗଲା ବସ୍ । ଦୁର୍ଘଟଣାରେ ତିନି ମୃତ, ଜଣେ ଗୁରୁତର ଆହତ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଡଙ୍ଗରିଗୁଡ଼ା ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଜୟ ଜଗନ୍ନାଥ ନାମକ ଏକ ଘରୋଇ ବସ୍ ବାଇକ୍ ଉପରେ ମାଡ଼ି ଯାଇଛି । ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

Bike-Bus Collision, 3 Died In Dharmagarh Kalahandi

ମୃତକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଅନୁମାନ କରାଯାଉଛି । ଦୁର୍ଘଟଣା ଘଟାଇ ଥିବା ବସଟି କେ. ଗାଁ ପଟୁ ଧର୍ମଗଡ଼ ଅଭିମୁଖେ ଆସୁଥିବା ବେଳେ ବାଇକଟି ଗୋଲାମୁଣ୍ଡାରୁ କେ.ଗାଁକୁ ଯାଉଥିଲା । ଡଙ୍ଗରିଗୁଡ଼ା ନିକଟରେ ବାଇକ୍ ଉପରେ ବସଟି ଚଢ଼ି ଯାଇଥିଲା । ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଗୁରୁତର ନାବାଳିକାକୁ ଉଦ୍ଧାର କରି ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି । ମୃତାହତଙ୍କ ପରିଚୟ ମିଳିପାରିନାହିଁ ।

Leave a Reply