spot_img
Home Blog Page 6065

୭୨ତମ ସାଧାରଣତନ୍ତ୍ର ଦିବସ ପାଳୁଛି ଭାରତ… ପ୍ରଥମ ଥର ପାଇଁ ବିନା ମୁଖ୍ୟ ଅତିଥିରେ ଦିଲ୍ଲୀରେ ହେବ ପରେଡ

ନୂଆଦିଲ୍ଲୀ: ଆଜି ୭୨ତମଋ ଗଣତନ୍ତ୍ର ଦିବସ ପାଳୁଛି ଭାରତ । ଦିଲ୍ଲୀର ପରେଡରେ ସାରା ବିଶ୍ୱ ଦେଖିବ ଭାରତର ଶକ୍ତି ଓ ସାମର୍ଥ୍ୟ। ଆକାଶରେ ଉଡିବ୍ ଲଢୁଆ ଯୁଦ୍ଧ ବିମାନ। ଦମ୍ ଦେଖାଇବେ ଭାରତୀୟ ସେନା। ରାଫେଲ୍ , ମିଗ୍ ୨୯ ଭଳି ଫାଇଟର ଯୁଦ୍ଧ ବିମାନ ପ୍ରଦର୍ଶିତ ହେବ। ତେବେ ଗତ ୫ ଦଶନ୍ଧିରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ବିନା ମୁଖ୍ୟ ଅତିଥିରେ ପରେଡ ଅନୁଷ୍ଠିତ ହେବାକୁ ଯାଉଛି ।

ଚଳିତ ବର୍ଷର ଗଣତନ୍ତ୍ର ଦିବସ ବିଗତ ବର୍ଷମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅତିଥି ଓ ଦର୍ଶକଙ୍କ ସଂଖ୍ୟା ଦୁଇ ତୃତୀୟାଂଶ କମ୍ କରାଯାଇଛି । ପରେଡରେ ମାତ୍ର ୪ଟି ସ୍କୁଲର ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ। ସେଥିମଧ୍ୟରୁ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ। ପରେଡ ଉପସ୍ଥିତ ରହିବେ ୨୫ ହଜାର ଦର୍ଶକ।

ଚଳିତବର୍ଷ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ପରେଡ ସ୍ଥଳକୁ ଅନୁମତି ଦିଆଯାଇନାହିଁ । ପରେଡରେ ଭାଗ ନେଉଥିବା ସାମରିକ ଓ ଅର୍ଦ୍ଧ ସାମରିକ ବାହିନୀ ଦଳରେ ଯବାନଙ୍କ ସଂଖ୍ୟା ୧୪୪ ପରିବର୍ତ୍ତେ ୯୬ ରହିବ। ୨ହଜାର ଭାରତୀୟ ଯବାନ ସହ ପ୍ରାୟ ୮୭ହଜାର ପୋଲିସ୍ ପଦାଧିକାରୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ଦେଶ ସ୍ୱାଧିନତା ପରେ ତୃତୀୟ ଥର ପାଇଁ ଚଳିତ ବର୍ଷ ବିଦେଶୀ ଆର୍ମୀ ବାହିନୀ ପରେଡରେ ଭାଗନେବେ । ଗଣରାଜ୍ୟ ଦିବସରେ ସବୁଠାରୁ ବିଶେଷ ଆକର୍ଷଣ ମୋଟର ସାଇକେଲ୍ ଷ୍ଟଣ୍ଟ ଚଳିତବର୍ଷ ପ୍ରଦର୍ଶିତ ହେବ ନାହିଁ ।

ଓଡିଆ ପୁଅ ନନ୍ଦୁରାମଙ୍କୁ ମରଣୋତ୍ତର ବୀରଚକ୍ର, କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ସମ୍ମାନ

ନୂଆଦିଲ୍ଲୀ: ଦେଶର ସୀମାରେ ସୁରକ୍ଷା ପ୍ରହରୀ ସାଜି ଦେଶ ପାଇଁ ଦେଇଥିଲେ ଜୀବନ । ଗଲୱାନା ଘାଟିରେ ଡ୍ରାଗନ ସେନାକୁ ଜବାବ ଦେଇଥିବା ଗଲୱାନ ବୀରଙ୍କୁ ପ୍ରଦାନ କରାଯାଇଛି ସମ୍ମାନ । ତେଲେଙ୍ଗାନାରେ ଜନ୍ମିତ ସହୀଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ଚଳିତବର୍ଷ ମରଣୋତ୍ତର ମହାବୀର ଚକ୍ର ସମ୍ମାନ ପ୍ରଦାନ କରାଯିବ ।

ସେହିପରି ଗଲୱାନା ଘାଟିରେ ପ୍ରାଣ ହରାଇଥିବା ଅନ୍ୟ ୪ଜଣଙ୍କୁ ମଧ୍ୟ ମରଣୋତ୍ତରବୀର ଚକ୍ର ସମ୍ମାନ ପ୍ରଦାନ କରାଯିବ । ଯେଉଁଥିରେ ରହିଛନ୍ତି ମୟୁରଭଞ୍ଜର ସହିଦ ଯବାନ ନନ୍ଦୁରାମ ସୋରେନ । ସେହିପରି ସହିଦ କେ. ପଲାନି, ତେଜିନ୍ଦର ସିଂ, ଦୀପକ ସିଂ ଏବଂ ଗୁରୁତେଜ ସିଂଙ୍କୁ ଗଣତନ୍ତ୍ର ଦିବସରେ ଦିଆଯିବ ବୀର ଚକ୍ର ସମ୍ମାନ ।

ଗଣତନ୍ତ୍ର ଦିବସରେ ପ୍ରତିବର୍ଷ ସେନାର ସୁଦକ୍ଷ ଯବାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରାଯାଏ । ପରମବୀର ଚକ୍ର ପରେ ସେନା ପାଇଁ ମହାବୀର ଚକ୍ର ସର୍ବୋଚ୍ଚ ସମ୍ମାନ ହୋଇଥିବା ବେଳେ ଚଳିତ ବର୍ଷ ଏହି ସମ୍ମାନରେ ସମ୍ମାନୀତ ହେବେ ଗଲୱାନା ବୀର ସହିଦ କର୍ଣ୍ଣେଲ ସନ୍ତୋଷ ବାବୁ । ସେନାର ସାହାସ ଏବଂ ବୀରତାକୁ ସମ୍ମାନ ଜଣାଇ ଗଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଦାନ କରାଯାଏ ସମ୍ମାନ ।

ଚଳିତବର୍ଷ ଭାରତ-ପାକିସ୍ତାନ ମଧ୍ୟରେ ସୀମା ବିବାଦ ଉଗ୍ର ରୂପ ନେଇଥିବାବେଳେ ଗଲୱାନା ଘାଟିରେ ଦେଖିବାକୁ ମିଳିଥିଲା ରକ୍ତାକ ସଂଗ୍ରାମ । ଯେଉଁଥିରେ ୨୦ ଭାରତୀୟ ଯବାନ ନିହତ ହୋଇଥିଲେ, ଅନେକ ସେନୈକ ଆହତ ମଧ୍ୟ ହୋଇଥିଲେ । ଏହି ସଂଗ୍ରାମରେ ସର୍ବାଧିକ ନିହତ ହୋଇଥିଲେ ଡ୍ରାଗନ ସେନା ।

ମଡର୍ଣ୍ଣାର ଦାବି, କରୋନାର ବ୍ରିଟେନ୍ ଓ ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ବିରୋଧରେ ପ୍ରଭାବ ଦେଖାଉଛି ଭ୍ୟାକ୍ସିନ୍

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତାରେ ବିଶ୍ୱ । କରୋନା ଭୂତାଣୁର ନୂଆ ଷ୍ଟ୍ରେନକୁ ନେଇ ବ୍ରିଟେନ୍ ଲକଡାଉନକୁ ପୁଣି ବଢ଼ାଇଛି । ଏତିକିବେଳେ ଆମେରିକାର ଟିକା ପ୍ରସ୍ତୁତକାରୀ କମ୍ପାନୀ ମଡର୍ଣ୍ଣା ଦେଇଛି ଖୁସି ଖବର । ଆମେରିକାର ବାଓଟେକ୍ନୋଲୋଜି କମ୍ପାନୀ ମଡର୍ଣ୍ଣା ଦାବି କରିଛି- ବ୍ରିଟେନ୍ ଓ ସାଉଥ ଆଫ୍ରିକାରେ ଦେଖା ଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ବିରୋଧରେ ଭ୍ୟାକ୍ସିନ୍ ପ୍ରଭାବଶାଳୀ । ମଡର୍ଣ୍ଣାର ୨ ଡୋଜ୍ ବିଶିଷ୍ଟ ୧୦୦ ମାଇକ୍ରୋଗ୍ରାମର ଟିକା କରୋନାର ନୂଆ ଷ୍ଟ୍ରେନ୍ ବିରୋଧରେ ପ୍ରଭାବଶାଳୀ ପରିଲକ୍ଷିତ ହେଉଛି ।

Moderna says its Covid-19 vaccine effective against South Africa, UK variants

ତେବେ, କମ୍ପାନୀ ଏହାକୁ ନେଇ ଆହୁରି ଅଧ୍ୟୟନ କରିବ । ଭ୍ୟାକ୍ସିନର mRNA-1273କୁ ଅଧ୍ୟୟନ କରାଯିବ । ନୂଆ ଷ୍ଟ୍ରେନକୁ ନିଷ୍କ୍ରିୟ ଦିଗରେ ମଡର୍ଣ୍ଣା ଟିକା କେତେ କାର୍ଯ୍ୟ କରୁଛି ? ଦକ୍ଷିଣ ଆଫ୍ରିକାରେ ଦେଖା ଦେଇଥିବା କରୋନା ଷ୍ଟ୍ରେନ୍ B.1.351 ବିରୋଧରେ ଟିକା ଭଲ କାର୍ଯ୍ୟ କରୁଥିବା ମଡର୍ଣ୍ଣା ସିଇଓ ଷ୍ଟିଫେନ୍ ବାନ୍ସେଲ କହିଛନ୍ତି ।

ଜମ୍ମୁ-ପଞ୍ଜାବ ସୀମାରେ ସେନାର ହେଲିକପ୍ଟର ‘ଧ୍ରୁବ’ ଦୁର୍ଘଟଣାଗ୍ରସ୍ତ

ଶ୍ରୀନଗର: ଜମ୍ମୁରେ ଭାରତୀୟ ସେନାର ହେଲିକପ୍ଟର ‘ଧ୍ରୁବ’ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜମ୍ମୁ-କାଶ୍ମୀର କଠୁଆ ଜିଲ୍ଲାର ଲକ୍ଷନପୁର ଅଞ୍ଚଳରେ ‘ଧ୍ରୁବ’ କ୍ରସ୍ ଲ୍ୟାଣ୍ଡିଂ କରିଥିଲା । ହେଲିକପ୍ଟରରେ ଥିବା ୨ ଜଣ ପାଇଲଟ୍ ଗମ୍ଭୀର ଆହତ ହୋଇଥିବା ଜଣାପଡ଼ିଛି । ଚିକିତ୍ସାଧୀନ ଅବସ୍ଥାରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି । କଠୁଆ ଏସଏସପି ଶାଳିନ୍ଦର ମିଶ୍ର କହିଛନ୍ତି- ଆହତ ପାଇଲଟଙ୍କୁ ନିକଟସ୍ଥ ମିଲିଟାରୀ ବେସରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରଟି ପଠାଣକୋଟରୁ ଫେରୁଥିଲା । ଲକ୍ଷନପୁର ଅଞ୍ଚଳରେ କ୍ରସ୍ ଲ୍ୟାଣ୍ଡିଂ କରିଥିବା ସେନା ଅଧିକାରୀ ସ୍ପଷ୍ଟ କରିଛନ୍ତି ।

ଘୋଷଣା ହେଲା ପଦ୍ମ ପୁରସ୍କାର; ଓଡ଼ିଶାରୁ ଜଣଙ୍କୁ ପଦ୍ମବିଭୂଷଣ, ପାଞ୍ଚଜଣଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର: ଘୋଷଣା ହେଲା ପଦ୍ମ ପୁରସ୍କାର । ୭ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯିବ । ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ କରାଯାଇଛି । କଳା କ୍ଷେତ୍ରରେ ଓଡ଼ିଶାର ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପାଇଁମନୋନୀତ କରାଯାଇଛି । ସମାଜ ସେବା ପାଇଁ ଓଡ଼ିଶାର ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

ବିଶିଷ୍ଟ ସମାଜସେବୀ ତଥା ଗାନ୍ଧିବାଦୀ ହେଉଛନ୍ତି ଶାନ୍ତି ଦେବୀ  । ରାୟଗଡ଼ା ଜିଲ୍ଲା ଗୁଣପୁରରେ ୧୮ ଏପ୍ରିଲ ୧୯୩୪ ମସିହାରେ ଜନ୍ମଗ୍ରହଣ  କରିଛନ୍ତି ଶାନ୍ତି ଦେବୀ  । ୨୦୧୪ରେ ମାଆ ଘର ଫାଉଣ୍ଡେସନ ପକ୍ଷରୁ ମାତୃ ଦିବସରେ ପ୍ରଥମ ମହିଳା ଶାନ୍ତି ପ୍ରତିଷ୍ଠାକାରୀ ଆଓ୍ବାଡ୍ ରେ ସମ୍ମାନିତ ହୋଇଛନ୍ତି ଶାନ୍ତି ଦେବୀ  । ଗୁଣପୁରୁର ସେବା ସମାଜ ନାମକ ଏକ ଅନୁଷ୍ଠାନର ସ୍ବେଚ୍ଛାସେବୀ ଭାବେ ଓଡ଼ିଶା ଓ ଛତିଶଗଡ଼ ଭିତରେ ମାଓ ହିଂସାରେ ଶାନ୍ତି ପ୍ରତିଷ୍ଠା ପାଇଁ ଅଂଶଗ୍ରହଣ କରିଥିଲେ ଶାନ୍ତି ଦେବୀ  । ସେବା ସମାଜ ନାମକ ସଂସ୍ଥା ଗଠନ କରିଥିଲେ ଶାନ୍ତି ଦେବୀ  । ଏଥିରେ ଶିଶୁ ଓ ବାଳିକାମାନଙ୍କର ବିକାଶ କରୁଥିଲେ ଶାନ୍ତି ଦେବୀ  । ଏହାସହ ୧୯୯୪ ମସିହାରେ ଶିଶୁ ଓ ମହିଳା ବିକାଶ ପାଇଁ ଜମନାଲାଲ ବାଜାଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି  ।

ମେଡିସିନ କ୍ଷେତ୍ରରେ ଡ. କୃଷ୍ଣ ମୋହନ ପାଠି ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।  କଳା କ୍ଷେତ୍ରରେ ପୂର୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସାହିତ୍ୟ ଓ ଶିକ୍ଷା କ୍ଷେତ୍ର ରଜତ କୁମାର କର ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି ।

ପଦ୍ମବିଭୂଷଣ ତାଲିକାରେ ରହିଛନ୍ତି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ, ସ୍ୱର୍ଗତ ବାଲା ସୁବ୍ରମଣ୍ୟମ, ନରିନ୍ଦର ସିଂ କାପାନୀ, ଡକ୍ଟର ବେଲେ ମୋନାପ୍ପା ହେଗଡେ, ମୌଲାନା ୱାହିଦ୍ଦୁନି ଖାନ, ବି.ବି ଲାଲ, ଏବଂ ଓଡିଶାର ସୁଦର୍ଶନ ସାହୁଙ୍କ ନାମକୁ ମନୋନିତ କରାଯାଇଛି ।

ସେହିପରି ପଦ୍ମବିଭୁଷଣ ପୁରସ୍କାରରେ ସାମିଲ ରହିଛନ୍ତି କ୍ରିଷ୍ଣା ନୈର ଶାନ୍ତାକୁମାର, ଆସାମର ପୂର୍ବତନ ମୁକ୍ୟମନ୍ତ୍ରୀ ସ୍ବର୍ଗତ ତରୁଣ ଗୋଗେଇ, ଚନ୍ଦ୍ରଶେଖର କାମ୍ବାରା, ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ନୃପେନ୍ଦ୍ର ମିଶ୍ର, ସ୍ୱର୍ଗତ ରାମବିଲାଶ ପାଶ୍ୱାନ, କେଶୁଭାଇ ପଟେଲ, କଲବେ ସାଦିକ୍, ରଜନୀକାନ୍ତ ଦେବିଦାସ ସର୍ଫ ଏବଂ ତାରା ଲୋଚନ ସିଂଙ୍କୁ ଚଳିତ ବର୍ଷ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯିବ । ୨୦୨୦-୨୧ ବର୍ଷ ପାଇଁ ୧୧୯ ଜଣଙ୍କ ନାମ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ତାଲିକା ପ୍ରକାଶ ପାଇଛି  ।

ଉତ୍ତରାଖଣ୍ଡର ଦିନିକିଆ ମୁଖ୍ୟମନ୍ତ୍ରୀ ‘ସୃଷ୍ଟି’ କଣ ସବୁ ନିର୍ଦ୍ଦେଶ ଦେଇଛନ୍ତି ପଢ଼ନ୍ତୁ

ଉତ୍ତରାଖଣ୍ଡ: ଗତକାଲି ଜାତୀୟ ବାଳିକା ଦିବସ ଉପଲକ୍ଷେ ଉତ୍ତରାଖଣ୍ଡରେ ଗୋଟେ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ୧୯ ବର୍ଷର ସୃଷ୍ଟି ଗୋସ୍ୱାମୀ । ମୁଖ୍ୟମନ୍ତ୍ରୀ ହୋଇ ସୃଷ୍ଟି ଗୋଟେ ଦିନ ପାଇଁ ସରକାର ସମ୍ଭାଳିଥିଲେ । ରବିବାର ଦିନ ଉତ୍ତରାଖଣ୍ଡ ବିଧାନସଭାରେ ଆୟୋଜିତ ହୋଇଥିବା ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ ବୈଠକ ଗ୍ରହଣ କରିଥିବା ସୃଷ୍ଟି କେତେଗୁଡ଼ିଏ ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରେ ଝିଅ ମାନଙ୍କୁ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନିରାପଦ ପରିବେଶ ଯୋଗାଇବା ପାଇଁ  ଡିଆଇଜୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ପିଡବ୍ଲ୍ୟୁଡି ଙ୍କୁ ରାଜ୍ୟର ପୁରୁଣା ସେତୁ ଠିକ କରିବାକୁ କୁହାଯାଇଥିଲା  ।

ସୃଷ୍ଟି ଗୋସ୍ୱାମୀ ପ୍ଲାନ୍ ଇଣ୍ଡିଆ ସଂସ୍ଥା ଦ୍ଵାରା ଗଠିତ ବାଲ ବିଧାନସଭା ଓ ଶ୍ରୀ ଭୁବନେଶ୍ଵରୀ ମହିଳା ଆଶ୍ରମର ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ । ତେଣୁ ଜାତୀୟ ବାଳିକା ଦିବସ ଅବସରରେ ଉତ୍ତର ପ୍ରଦେଶ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତାଙ୍କୁ ନିଜର କ୍ୟାବିନେଟ ସଦସ୍ୟ ତଥା ବିଧାୟକଙ୍କ ସହ  ବିଧାନ ସଭାକୁ ଆସି ବିଭିନ୍ନ ବିଭାଗର ସମୀକ୍ଷା ବୈଠକ କରିବାକୁ ସୁଯୋଗ ଦେଇଥିଲେ । ଏହାପରେ ସୃଷ୍ଟି ବିଧାନସଭାରେ ୧୩ ଟି ବିଭାଗର ସମୀକ୍ଷା ବୈଠକ କରିଥିଲେ ।

ବୈଠକରେ DIG ନିଲେସ ଭରଣେ ପୋଲିସର ସମସ୍ତ କାର୍ଯ୍ୟାବଳୀର ବିବରଣୀ ରଖିଥିଲେ । ଏଥିରେ ସୃଷ୍ଟି  ଶିକ୍ଷାନୁଷ୍ଠାନ ଗୁଡିକରେ ୫୦୦ ମିଟର ଦୂରତା ମଧ୍ୟରେ ନିଶା କାରବାର ସଂପୂର୍ଣ୍ଣ ବନ୍ଦ କରିବାକୁ ଓ ବସ୍ତିରେ ନିଶା କାରବାର କରୁଥିବା ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷେ ଲୋନି ଅଧିକାରୀଙ୍କୁ ରାଜ୍ୟର ସମସ୍ତ ପୁରୁଣା ସେତୁଗୁଡ଼ିକର ସର୍ଭେ କରି ତୁରନ୍ତ ମରାମତି କରିବାକୁ କହିଥିଲେ। ତେବେ ଏହି ବୈଠକରେ ଶିଶୁ ବିଧାନ ସଭା ବିରୋଧୀ ନେତା ଆସିଫ ହୁସେନ,ଗୃହମନ୍ତ୍ରୀ କୁମକୁମ୍ ପନ୍ତ ଙ୍କ ସମେତ ବିଧାୟକମାନେ ଉପସ୍ଥିତ ଥିଲେ ।

ଏକ ସାକ୍ଷାତକାରରେ ସୃଷ୍ଟି କହିଛନ୍ତି, ଯେ  ଅନିଲ କପୁରଙ୍କ ଅଭିନୀତ ଫିଲ୍ମ ନାୟକରେ ତାଙ୍କୁ ଅଭିନୟ କରିବା ଭଳି ସେ ଅନୁଭବ କରିଛନ୍ତି । ସେ କହିଛନ୍ତି ଯଦି ସୁଯୋଗ ମିଳିବ ତେବେ ସେ ଅସଲି ରାଜନୀତି କରି ମୁଖ୍ୟମନ୍ତ୍ରୀ ଆସନରେ ବସିବେ । ସୂଚନାଯୋଗ୍ୟ, ହରିଦ୍ଵାର ଜିଲ୍ଲା ଦୌଲତ ପୂର୍ ଗାଁର ସୃଷ୍ଟି ବର୍ତମାନ ବି ଏସ ଏମ ପିଜି  କଲେଜ ରୁର୍କିରେ ବିଏସସି ଅଗ୍ରିକଲଚର ସପ୍ତମ ସେମିଷ୍ଟରରେ ପଢୁଛନ୍ତି । ତାଙ୍କ ପିତା ପ୍ରବୀଣ ହେଉଛନ୍ତି ଜଣେ ଗ୍ରସରୀ ଦୋକାନୀ ଓ ମା ସୁଦ୍ଧା ଗୋସ୍ୱାମୀ ଜଣେ ଗୃହିଣୀ ।

ସଂକ୍ରମଣ ପାଇଁ ସତର୍କ ଶ୍ରୀମନ୍ଦିର ପ୍ରଶାସନ, ପୁଣି ସେବାୟତଙ୍କ ହେବ କୋଭଡ ଟେଷ୍ଟ

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୋଭିଡ଼ ସଂକ୍ରମଣକୁ ନେଇ ନିଆଯିବାକୁ ଯାଉଛି ସତର୍କତା ମୂଳକ ପଦକ୍ଷେପ । ସମସ୍ତ ସେବାୟତ ମାନଙ୍କର ଆସନ୍ତା ୨୭ତାରିଖ ଠାରୁ ଆରମ୍ଭ ହେବ କୋଭିଡ଼ ଟେଷ୍ଟ । ଏନେଇ ବିଭିନ୍ନ ନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି କରାଯାଇଛି ।

କୋଭିଡ ସଂକ୍ରମଣ ଭୟ ଓ ଶ୍ରଦ୍ଧାଳୁଙ୍କ ପାଇଁ କଟକଣା ବିହୀନ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି । ଆଗାମୀ ଦିନରେ ମହାପ୍ରଭୁଙ୍କ ନୀତି କିଭଳି ପ୍ରଭାବିତ ନହୁଏ ତାକୁ ଦୃଷ୍ଟିରେ ରଖି ମୁଖ୍ୟତଃ ଏଭଳି ପଦକ୍ଷେପ ନିଆଯାଉଛି ।

ଆଠ ବର୍ଷ ତଳର ଗାଡି ଉପରେ ଲାଗିବ ଗ୍ରୀନ ଟ୍ୟାକ୍ସ

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟର ନୂଆ ପଦକ୍ଷେପ । ଆଠ ବର୍ଷ ତଳର ପୁରୁଣା ଗାଡି ଉପରେ ଲାଗିବ ଗ୍ରୀନ ଟ୍ୟାକ୍ସ । ପୁରୁଣା ଗାଡି ଗୁଡିକ ଉପରେ ଟ୍ୟାକ୍ସ ଲଗାଇବା ପାଇଁ ପ୍ରସ୍ତୁତ ହେଉଛି ବିଭାଗ । ସେପଟେ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ମନ୍ତ୍ରାଳୟ ।

ଫିଟନେସ ପ୍ରମାଣ ପତ୍ର ଦେବା ସମୟରେ ଏହି ଟ୍ୟାକ୍ସ ପୈଠ କରିବାକୁ ପଡିବ । ବର୍ତମାନ ଏ ସମ୍ବନ୍ଧରେ ଔପଚାରିକ ଭାବରେ ସୂଚନା ଜାରି କରିବା ପୂର୍ବରୁ ଏହି ପ୍ରସ୍ତାବକୁ ରାଜ୍ୟଗୁଡିକୁ ପରାମର୍ଶ ପାଇଁ ପଠାଯିବ । ପ୍ରସ୍ତାବ ଅନୁସାରେ ପରିବହନ ଯୁକ୍ତ ଗାଡି ଉପରେ ଗ୍ରୀନ ଟ୍ୟାକ୍ସର ୧୦ରୁ ୨୫ ପ୍ରତିଶତ ଲାଗିବା ନେଇ ସୂଚନା ଦେଇଛି କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ।

ପ୍ରଦୁଷଣ ମାତ୍ରା କମିବା ସହ ରାଜସ୍ୱ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ନେଇଛି ଏହି ନିଷ୍ପତ୍ତି । ଯଦ୍ବାରା ୧୫ ବର୍ଷ ପରେ ପଞ୍ଜୀକରଣ ନବୀକରଣ ସମୟରେ ପର୍ସନାଲ ଗାଡି ଉପରେ ଗ୍ରୀନ ଟ୍ୟାକ୍ସ ଲଗାଯିବ

 

ସଫ୍ଟେୱର ଇଞ୍ଜିନିୟର ସିଦ୍ଧାର୍ଥଙ୍କ ଚଳଚ୍ଚିତ୍ର ନିଶା, ନିର୍ଦ୍ଦେଶିତ ଫିଲ୍ମକୁ ମିଳୁଛି ପୁରସ୍କାର

ଭୁବନେଶ୍ୱର: ବିନା ରାଜା ରାଣୀରେ ତାସ୍ କେବଳ ଆଉ କେବଳ କେଇ ଖଣ୍ଡ କାଗଜ । ଆଉ ବିନା ସାଙ୍ଗରେ ଜୀବନ ନିରୁତା ମରୁଭୂମିଟିଏ । ସାଙ୍ଗ ହିଁ ମରୁଭୂମିରେ ପାଣି ଦେଖେଇପାରେ । ଅଲଗା ଅଲଗା ହେଇ ରହିଲେ ସେମାନେ ତାରା ହେଇଥାଇ ପାରନ୍ତି ସତ ହେଲେ ମିଶଗିଲେ ସେମାନେ ଆକାଶଟେ ଗଢ଼ି ଦିଅନ୍ତି । ସାଙ୍ଗର ମୂଲ ନିଜେ ସାଙ୍ଗ ହିଁ ଜାଣିପାରେନା, ସେ ସମ୍ପର୍କ ହିଁ ଅଲଗା ।

Software Engineer Sidharth Goutam Short Film Royals Awarded

ଏଇ ଚଳଚ୍ଚିତ୍ର ସେଇ ଅମୂଲ ସମ୍ପର୍କର କେବଳ ଏକ ପ୍ରମାଣପତ୍ର କୁହାଯାଇପାରେ । ଓଡ଼ିଶା ପିକ୍ଚର୍ସ ସବୁବେଳେ ମୌଳିକ ଚିନ୍ତାଧାରାକୁ ନେଇ ଓଡ଼ିଆ ଦର୍ଶକ ପାଖରେ ପହଞ୍ଚାଇବା ପାଇଁ ତତ୍ପର । ପିଲାବେଳୁ ସିନେମା ପ୍ରତି ଭଲ ପାଇବାର ମଞ୍ଜି ନିର୍ଦ୍ଦେଶକ ସିଦ୍ଧାର୍ଥ ଗୌତମଙ୍କ ବୟସ ସହ ତାଳ ଦେଇ ଏବେ ଗଛଟିଏ ରୂପ ନେଇଛି । ପେଶାରେ ସଫ୍ଟୱେର ଇଞ୍ଜିନିୟର ଥିବା ସିଦ୍ଧାର୍ଥ ସିନେମା କରିବା ଆଉ ଭଲ ପାଇବାର ନିଶା ଏବେ ତାଙ୍କୁ ଫୁଲ୍ ଟାଇମ ନିର୍ଦ୍ଦେଶକ ଭାବେ ଠିଆ କରିଛି । ତାଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ସିନେମା ବହୁ ଜାଗାରୁ ପ୍ରଶଂସା ଗୋଟାଇଛି । ତାଙ୍କ ଫିଲ୍ମକୁ ଲିଫ୍ଟ ଅଫ୍ ଗ୍ଲୋବାଲ ସିଜିନ୍ ୟୁକେ, ଚେପାଲୁ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ପୁରସ୍କାର ପାଇଛି । ଏତଦ୍ ବ୍ୟତୀତ ସିଦ୍ଧାର୍ଥ ଏବେ ଓଡ଼ିଆ ଓ ବଙ୍ଗଳା ଫିଚର ଫିଲ୍ମର ସହ ନିର୍ଦେଶକ କାର୍ଯ୍ୟ ଭାର ତୁଲାଉଛନ୍ତି ।

ଅନ୍ତର୍ଜାତୀୟ ସ୍ତରରେ ସିଦ୍ଧାର୍ଥଙ୍କ ତୃତୀୟ ସିନେମା ‘ରୋୟାଲ୍ସ’ ପୁରସ୍କୃତ ହେଇଛି । ଚିରାଚରିତ ଓଡ଼ିଆ ସିନେମାର ମଙ୍ଗ ମୋଡ଼ିବାରେ ସିଦ୍ଧାର୍ଥ ସିଦ୍ଧହସ୍ତ । ସେହିଭଳି ପ୍ରଯୋଜକ ଜୟନ୍ତ ରାଉତ ପେଶାରେ ଇଞ୍ଜିନିୟର । ବିଦେଶରେ ଥିଲେ ବି ତାଙ୍କର ସବୁବେଳେ ଓଡ଼ିଆ ଓ ଓଡ଼ିଶା ପ୍ରତି ଭଲପାଇବା ନିରନ୍ତର ରହିଛି । କିଛି ନୂଆ ଅନୁଭବ ଓଡ଼ିଆ ଦର୍ଶକଙ୍କୁ ଭେଟିଦେବା ପାଇଁ ସବୁବେଳେ ପ୍ରୟାସ କରନ୍ତି । ନିଜେ ହସେଇବାର ଖୋରାକ ସାଜି ଦର୍ଶକଙ୍କୁ ମସଗୁଲ କରନ୍ତି । ତା’ ସହିତ କିଛି ଭଲ ସିନେମା ଓଡ଼ିଶାର ଇତିହାସକୁ ଧରି ରଖିବା ପାଇଁ ଓଡ଼ିଶା ପିକ୍ଚର୍ସର ବ୍ୟାନରରେ ଅବିରତ ଚେଷ୍ଟା ଜାରି ରଖିଛନ୍ତି ।

ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଅପହରଣ ଉଦ୍ୟମ

ଫୁଲବାଣୀ: ଦିନ ଦ୍ବିପହରେ ଦୁର୍ବୃତ୍ତଙ୍କ ଆତଙ୍କ ରାଜ । ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କୁ ଅପହରଣ ଉଦ୍ୟମ । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଅଞ୍ଚଳରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା । ଦୁଇଟି କାରରେ ୬ ଦୁର୍ବୃତ୍ତ ଆସି ପଦାସାହି ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ଅପହରଣ ଉଦ୍ୟମ କରିଥିଲେ ଏନେଇ ଅନ୍ୟ ଶିକ୍ଷକ, ଶକ୍ଷୟିତ୍ରୀ ମାନେ ବିରୋଧ କରିବାରୁ ଅଭିଯୁକ୍ତ ମାନେ ମାରଣାସ୍ତ୍ର ଦେଖାଇ ସମସ୍ତଙ୍କୁ ଭୟଭୀତ କରିଥିଲେ ।

Miscreants Tried To Kidnap Teacher From School Campus Kandhamal

ଘଟଣା ସ୍ଥଳରେ ପୋଲିସ ପହଞ୍ଚିବାରୁ ଦୁର୍ବୃତ୍ତମାନେ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ସେମାନଙ୍କୁ ପିଛା କରି ୩ଜଣଙ୍କୁ କାବୁ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଜଣେ ସରକାରୀ ଚାକିରିଆ ହୋଇଥିବା ସୂଚନା ରହିଛି । ସମସ୍ତ ଅଭିଯୁକ୍ତଙ୍କ ଘର ଫୁଲବାଣୀ ଓ ଭୁବନେଶ୍ବରରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତେବେ, କେଉଁ କାରଣରୁ ଶିକ୍ଷୟିତ୍ରୀଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିଲେ, ତାହା ଅସ୍ପଷ୍ଟ ରହିଛି ।