ସାବାଡ ହେବେ ଅପରାଧି, କ୍ରିମିନାଲଙ୍କୁ ଜଗିବ ‘ସ୍ପେଶାଲ ୨୬’

1 min read

ଭୁବନେଶ୍ବର: ରାଜଧାନୀରେ ବଢୁଥିବା ଆଇନଶୃଙ୍ଖଳା ପରିସ୍ଥିତି, ଚୋରି, ଡକାୟତି, ରାହାଜାନୀ ଆଦି ରୋକିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ପୋଲିସ୍ । ୨୪ଟି ଥାନାରେ ୨୬ ଜଣ ସ୍ପେଶାଲ ପୋଲିସ ଅଫିସରଙ୍କୁ ନିଯୁକ୍ତି କରାଯିବ । ଜଣେ ଅଫିସରଙ୍କ ଅଧୀନରେ 4 କନଷ୍ଟେବଳ ରହିବେ । ଭୁବନେଶ୍ବର ଡିସିପି ଉମାଶାଙ୍କର ଦାଶ ଦେଇଛନ୍ତି ଏହି ସୂଚନା ।

ଲୁଟେରାଙ୍କୁ ସାବାଡ଼ ପାଇଁ ଆକ୍ସନ ପ୍ଲାନ୍ । କ୍ରିମିନାଲଙ୍କୁ ଜଗିବ ‘ସ୍ପେଶାଲ ୨୬’ । ନୋ ସ୍ନାଚିଂ ଜୋନ୍ ହେବ ଭୁବନେଶ୍ବର । ୨୪ ଥାନାର ୨୬ ଅଫିସରଙ୍କୁ ଗୁରୁଦାୟିତ୍ବ । ଲୁଟ, ରାହାଯାନୀ ରୋକିବାକୁ କମିଶନରେଟ ପୋଲିସର ନୂଆ ଯୋଜନା । କମିଶନରେଟ ପୋଲିସ ଗଠନ କଲା ‘ସ୍ପେଶାଲ ୨୬’ ଟିମ । Street crime investigation ପାଇଁ ଜଣେ ଜଣେ ସ୍ପେଶାଲ ଅଫିସର ରହିବେ । ଜଣେ ଅଫିସରଙ୍କ ଅଧୀନରେ ରହିବେ ୪ ଜଣ କନଷ୍ଟେବଳ । ‘ସ୍ପେଶାଲ ୨୬’ ଜରିଆରେ ରାଜଧାନୀରେ ହେଉଥିବା ଛିନତାଇ ରୋକିବ ଟିମ୍ ।

ଏଥିପାଇଁ ଡିସିପିଙ୍କ ତତ୍ବବାଧାନ ଗତ ୪ ମାସ ହେଲା ପେଶାଦାର ଅପରାଧୀଙ୍କ ଡାଟାବେଶ ପ୍ରସ୍ତୁତ କରିବା ସହ ସେମାନଙ୍କ ଉପରେ ନଜର ରଖିଛି ପୋଲିସ । ଥାନା ଗୁଡିକ ମଧ୍ୟରେ କିଭଳି ଉତ୍ତମ ବୁଝାମଣା ରହିବା ସହ ସ୍ପେଶାଲ ଅଫିସର ମାନଙ୍କୁ ଲ’ ଆଣ୍ଡ ଅର୍ଡରରୁ ମୁକ୍ତ କରି କ୍ରାଇମ ମନିଟରିଂ ଦାୟିତ୍ବ ଦେବାକୁ କହିଛନ୍ତି ଡିସିପି ।

ଗତବର୍ଷ ଡିସେମ୍ବର ମାସରେ ଭୁବନେଶ୍ୱର ୟୁପିଡ଼ି ଅଧୀନରେ ୫୭ ଟି ଡକାୟତି ଘଟଣା ଘଟିଥିଲା । ୨୦୨୧ ଜାନୁଆରୀରେ ୬୨ ଟି ଓ ଫେବୃଆରୀ ରେ ୫୭ଟି ଘଟଣା ଘଟିଛି । ସେହିପରି ୨୦୨୦ ଡିସେମ୍ବରରେ ରାଜଧାନୀର ବିଭିନ୍ନ ଥାନାରେ ୧୮୭ ଟି କେସ୍ ରୁଜୁ ହୋଇଥିବା ବେଳେ ୨୦୨୧ ଜାନୁଆରୀ ରେ ୨୦୦ ଓ ଫେବ୍ରୁଆରି ରେ ୧୮୧ ଟି କେସ୍ ରୁଜୁ ହୋଇଛି । ଏଣୁ କିଭଳି ଭାବେ ଲୁଟେରାଙ୍କୁ ମାତ୍ ଦିଆଯାଇପାରିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ୍ । ତେବେ ଜନସଂଖ୍ୟା ବୃଦ୍ଧି ସହ ପୋଲିସର ମାନବ ସମ୍ବଳରେ ବୃଦ୍ଧି ହେଲେ ଅପରାଧ କମିପାରିବ ବୋଲି କୁହାଯାଇଛି ।

Leave a Reply