ରେଳବାଇ ବିଲଡିଙ୍ଗ୍‌ରେ ଅଗ୍ନିକାଣ୍ଡ, ଜଳିଗଲେ ୯ ଜଣ

କୋଲକାତା: ପଶ୍ଚିମବଙ୍ଗର ଭୟାବହ ଅଗ୍ନିକାଣ୍ଡ। ବଡ଼ବଜାରଷ୍ଟାଣ୍ଡ ରୋଡ ନିକଟ ରେଳବାଇ ବିଲଡିଙ୍ଗ୍‌ରେ ଲାଗିଛି ଏହି ଅଗ୍ନିକାଣ୍ଡ । ସୂଚନା ମୁତାବକ ଏହି ନିଆଁ ଏତେ ଭୟହବ୍କର ରହିଥିଲା ଯେ, ଅଗ୍ନିକାଣ୍ଡରେ ଜୀବନ୍ତ ଦଗ୍ଧ ହୋଇଛନ୍ତି ୪ ଅଗ୍ନିଶମ କର୍ମଚାରୀ । ସେପଟେ ଅଗ୍ନିକାଣ୍ଡରେ ମୋଟ 9ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ଗତକାଲି ରାତିରେ କୋଠାର ୧୨ ଓ ୧୩ତମ ମହଲାରେ ନିଆଁ ଲାଗିଥିଲା । ୧୭ଟି ଦମକଳ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ତେବେ ୪ଜଣ ଅଗ୍ନିଶମ କର୍ମଚାରୀ ଲିପ୍ଟରେ ଅଟକି ଯାଇ ପୋଡି ହୋଇଯାଇଥିଲେ । ଜଣେ ପୋଲିସ ଏଏ ସଆଇ ଏବଂ ଜଣେ ରେଳବାଇ କର୍ମଚାରୀ ମଧ୍ୟ ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ସେପଟେ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ଅନ୍ୟପଟେ ଅଗ୍ନିକାଣ୍ଡ ଘଟଣାକୁ ନେଇ ୨୩ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲିସ୍ ।

Leave a Reply