ଖୋର୍ଦ୍ଧା ଜିଲ୍ଲାରୁ ୩୩, ଭୁବନେଶ୍ୱରରୁ ୩୨

1 min read
BMC To Declare Some Area As Containment Zone After Covid Case Surges

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢ଼ିଥିବା ବେଳେ ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ କେବଳ ଭୁବନେଶ୍ୱରରୁ ଥିବା ଜଣାପଡ଼ିଛି । ସେଥିମଧ୍ୟରୁ ଏଲିଏନ ଶିକ୍ଷାନୁଷ୍ଠାନରୁ ସର୍ବାଧିକ ୭ ଜଣ ସଂକ୍ରମିତ ଥିବା ବେଳେ ପଟିଆ ସ୍ଥିତ ଓଡିଏମ ପବ୍ଲିକ ସ୍କୁଲରୁ ୩ ଜଣ ଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହ ପଢ଼ନ୍ତୁ- ଶିକ୍ଷାନୁଷ୍ଠାନରେ ବ୍ୟାପୁଛି କରୋନା, ଘରୋଇ କଲେଜରେ ୩୨ ପଜିଟିଭ୍

ଓଡିଏମ ସ୍କୁଲରୁ ଚିହ୍ନଟ ୩ ସଂକ୍ରମିତ ନିଜ ଘରେ ସଂଗରୋଧରେ ଅଛନ୍ତି । ଏଲିଏନ ଶିକ୍ଷାନୁଷ୍ଠାନରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ଚିନ୍ତା ବଢ଼ାଇଛି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୭ ଜଣଙ୍କୁ ମିଶାଇ ଏହି ଶିକ୍ଷାନୁଷ୍ଠାନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ ବିଏମସି ଅଞ୍ଚଳରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ବେଳେ ଅବଶିଷ୍ଟ ୨୬ ଜଣ ସ୍ଥାନୀୟ ସଂକ୍ରମିତ । ଭୁବନେଶ୍ୱରରେ ବିଭିନ୍ନ ଅଞ୍ଚଳରୁ ବିକ୍ଷିପ୍ତ ଭାବେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଥିବାରୁ ସଂକ୍ରମଣକୁ ରୋକ ଲଗାଇବାକୁ ବିଏମସି ନିଜର ରଣନୀତି ବଦଳାଇବାକୁ ଚିନ୍ତା କରୁଛି ।

Leave a Reply