spot_img
Home Blog Page 591

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ: ଚଞ୍ଚଳ ରାଣା ହେଲେ ବିଏମସି କମିସନର

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ। ପୁରୀ ଜିଲ୍ଲାପାଳ ଥିବା ଚଞ୍ଚଳ ରାଣା ହେଲେ ବିଏମସି କମିସନର। ଶିଳ୍ପ ବିଭାଗ ACS ହେମନ୍ତ ଶର୍ମା ହେଲେ I & PR ସଚିବ। ସଂସ୍କୃତି ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ମିଶ୍ର ହୋଇଛନ୍ତି ଅର୍ଥ ସଚିବ। ସେ IDCO ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ରାଜ୍ୟପାଳଙ୍କ ପ୍ରମୁଖ ସଚିବ NBS ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ଦାୟିତ୍ୱ ଦିଆଯାଇଛି। ଏହା ସହ OSRTCର CMD ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଅବକାରୀ ବିଭାଗ ପ୍ରମୁଖ ସଚିବ ହେଲେ ଭାସ୍କରଜ୍ୟୋତି ଶର୍ମା। ଦକ୍ଷିଣାଞ୍ଚଳ ଆରଡିସି ରୁପାରୋଶନ ସାହୁ ହେଲେ ରାଜ୍ୟପାଳଙ୍କ ସଚିବ। ଉତ୍ତରାଞ୍ଚଳ ଆରଡିସି ସଚିନ ରାମଚନ୍ଦ୍ର ଯାଦବଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହିତ ସେ ଉତ୍ତରାଞ୍ଚଳ ଆରଡିସି ଓ WODC ରେ ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଇପିକଲ୍ ଏମଡି ଭୁପେନ୍ଦ୍ର ସିଂ ପୁନିଆ ହେଲେ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ସଚିବ ହୋଇଛନ୍ତି। ସେ ଇପିକଲ ଏମଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। କେନ୍ଦ୍ରାଞ୍ଚଳ ଆରଡିସି ବି. ପରମେଶ୍ବରନ୍ ହେଲେ ଏସସି-ଏସଟି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗ ସଚିବ। ହସ୍ତତନ୍ତ ବୟନ ବିଭାଗ ସଚିବ ଗୁହା ପୁନମ ତାପସ କୁମାରଙ୍କୁ କେନ୍ଦ୍ରାଞ୍ଚଳ ଆରଡିସି ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଡି.ପ୍ରଶାନ୍ତ କୁମାର ରେଡ୍ଡି ହେଲେ ଏମଏସ୍ଏମ୍ଇ ବିଭାଗ ସଚିବ। ସେ ମଧ୍ୟ IDCOର ଏମଡି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶ୍ରମ କମିଶନର ଥିବା ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଫ୍ୟାକଟ୍ରି ଓ ବଏଲରର୍ସ ଇନସିପେକ୍ଟର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ମନୀଷ ଅଗ୍ରଓ୍ବାଲ ଅତିରିକ୍ତ ଏସଆରସି ନିଯୁକ୍ତ ହୋଇଛନ୍ତି। ସେ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଦକ୍ଷିଣାଞ୍ଚଳ ଆରଡିସି ଭାବେ ନିଯୁକ୍ତ ହୋଇଛନ୍ତି ସଂଗ୍ରାମ କେଶରୀ ମହାପାତ୍ର।

ସେହିପରି ଓଡ଼ିଶା ପାନୀୟ ନିଗମର ଏମ୍ଡି ଭାବେ ନିଯୁକ୍ତି ପାଇଲେ ଦେବେନ କୁମାର ପ୍ରଧାନ। ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ହେଲେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ହେଲେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ। ରଘୁରାମ ଆର୍ ଆୟାର ହେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନିର୍ଦ୍ଦେଶକ ହେଲେ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ORMASର ସିଇଓ ଥିବା ଚକ୍ରବର୍ତ୍ତୀ ସିଂ ରାଠୋର ହେଲେ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ। କ୍ରୀଡ଼ା ନିର୍ଦ୍ଦେଶକ ହେଲେ ଡ.ୟେଦୁଳା ବିଜୟ। ନିୟତି ପଟ୍ଟନାୟକ ହୋଇଛନ୍ତି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ। ନବରଙ୍ଗପୁର ଜିଲ୍ଲାପାଳ ହୋଇଛନ୍ତି ମହେଶ୍ବର ସ୍ବାଇଁ। ରାୟଗଡ଼ା ଜିଲ୍ଲାପାଳ ଥିବା ପାରୁଲ ପଟ୍ଟଓ୍ବାରୀ ହୋଇଛନ୍ତି SSEPD ନିର୍ଦ୍ଦେଶକ। ଅବୋଲି ସୁନୀଲ ନରବାଣେ ହୋଇଛନ୍ତି ଶିଳ୍ପ ନିର୍ଦ୍ଦେଶକ। କନ୍ଧମାଳ ଜିଲ୍ଲାପାଳ ଥିବା ଅମୃତ ରୁତୁରାଜ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ମଧୁମିତା ରଥ। ବୌଦ୍ଧ ଜିଲ୍ଲାପାଳ ଥିବା ସୁବ୍ରତ କୁମାର ପଣ୍ଡା ହେଲେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ। ସଂସଦୀୟ ବ୍ୟାପାର ବିଭାଗ ଅତିରିକ୍ତ ସଚିବ ପ୍ରତାପ ଚନ୍ଦ୍ର ହୋତା ହେଲେ ହସ୍ତତନ୍ତ ଓ ବୟନ ବିଭାଗ ଅତିରିକ୍ତ ସଚିବ। ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ସାଗରିକା ହୋତା ହେଲେ ଅର୍ଥ ବିଭାଗ ଅତିରିକ୍ତ ସଚିବ। ଗଞ୍ଜାମ ଜିଲ୍ଲାପାଳ ଥିବା ଦିବ୍ୟଜ୍ୟୋତି ପରିଡ଼ା ହୋଇଛନ୍ତି ପୁରୀ ଜିଲ୍ଲାପାଳ।

ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର

ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ ଖୋଲିବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଆଉ ଏହି ଆରୋଗ୍ୟ ମନ୍ଦିରରରେ ନିୟୋଜିତ ରହିବେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ । ସ୍ବାସ୍ଥ୍ୟ ବିଭାଗ ଦ୍ବାରା ନିର୍ଦ୍ଧାରିତ ୧୨୦ ପ୍ରକାର ଔଷଧ ରୋଗୀଙ୍କୁ ଦେବାର ବ୍ୟବସ୍ଥା କରାଯିବ । ଖୋର୍ଦ୍ଧାରେ ଏକ କମ୍ୟୁନିଟି ହେଲେଥ ଅଧିକାରୀଙ୍କ ଏକ କର୍ମଶାଳାରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଗାଁ ଗଣ୍ଡା, ଦୁର୍ଗ ଅଞ୍ଚଳରେ ଲୋକଙ୍କର ଥଣ୍ଡା, ଜ୍ବର, କାଶ ଭଳି ସାଧାରଣ ରୋଗ ପାଇଁ ଡାକ୍ତରଙ୍କ ଅନୁପସ୍ଥିତିରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଚିକିତ୍ସା କରିପାରିବେ ।

ଅଗଷ୍ଟ ୯ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ତୃତୀୟ କିସ୍ତି ମିଳିବ: ଉପମୁଖ୍ୟମନ୍ତ୍ରୀ

୨୨ ହଜାର ସୁଭଦ୍ରା ହିତାଧିକାରୀ ପର୍ଯ୍ୟନ୍ତ ସୁଭଦ୍ରା ସମୀକ୍ଷା କରାଯିବ । ଏ ନେଇ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଜି ଭୁବନେଶ୍ୱର ୟୁନିଟ ୯ ସରକାରୀ ବାଳକ ବିଦ୍ୟାଳୟ ପରିସରରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ସମ୍ବଲପୁର IIMର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ । ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଅଗଷ୍ଟ ୯ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ତୃତୀୟ କିସ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି । ଏହାସହ ସୁଭଦ୍ରା ଯୋଜନାରୁ ବାଦ ପଡ଼ିଥିବା ରାଜ୍ୟର ୧ ଲକ୍ଷ ୮୮ ହଜାର ହିତାଧିକାରୀଙ୍କ ପୁନଃ ଯାଞ୍ଚ କରାଯିବ । ଆସନ୍ତା ଦୁଇ ୩ ଦିନ ଭିତରେ ସମୀକ୍ଷା ହେବ । ଏହାପରେ ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ସହାୟତା ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।

କୋଟିଆର ଖଣିଜ ସମ୍ପଦ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି

କୋଟିଆର ଖଣିଜ ସମ୍ପଦ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । କୋଟିଆର ଗୋଟିଏ ପାହାଡ଼କୁ ସୁନା ପାହାଡ଼ ବୋଲି କୁହାଯାଏ । ତାକୁ ଚିହ୍ନଟ କରିବାକୁ ଖଣି ବିଭାଗ ବି ପଦକ୍ଷେପ ନେଉଛି । ବିଜେପି କ୍ଷମତାକୂୁ ଆସିବାର ୧୩ ମାସ ପରେ କୋଟିଆବାସୀଙ୍କୁ ଦରଦ ଦେଖାଇଲେ ସରକାର ।କୋଟିଆରେ ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା । ନିର୍ବାଚନ ସମୟ ରେ କୋଟିଆ ଉପରେ ଆନ୍ଧ୍ରର ଆଖି ରହୁଛି । ତାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । କୋଟିଆର ସମନ୍ବିତ ବିକାଶ ସରକାରଙ୍କ ଲକ୍ଷ୍ୟ । ପରିବହନ ବିଭାଗ ପକ୍ଷରୁ କୋଟିଆ ରେ ଖୁବଶୀଘ୍ର ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା ।

ପୁଣି ବଳଙ୍ଗାରେ ଚାଞ୍ଚଲ୍ୟ: ଧମକ ଦେଇ ଦୁର୍ବୃତ୍ତ କହୁଛନ୍ତି ନେବ କି କିରୋସିନ ଦିଆସିଲି…..

ପୁଣି ବଳଙ୍ଗାରେ ଚାଞ୍ଚଲ୍ୟ। ନବମ ଶ୍ରେଣୀ ଛାତ୍ରୀଙ୍କୁ ମଝି ରାସ୍ତାରେ ଦୁର୍ବୃତ୍ତଙ୍କ ଧମକ। ଧମକ ଦେଇ ଦୁର୍ବୃତ୍ତ କହୁଛନ୍ତି ନେବକି କିରୋସିନ ଦିଆସିଲି। ଏନେଇ ଅଭିଭାବକଙ୍କୁ ଜଣାଇଛନ୍ତି ଛାତ୍ରୀ ଜଣକ। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭୟରେ ଟ୍ୟୁସନ କି ସ୍କୁଲକୁ ଯାଉନାହାନ୍ତି ଛାତ୍ରଛାତ୍ରୀ। ଯେଉଁ ଛାତ୍ର ଛାତ୍ରୀ ଆସୁଛନ୍ତି ସେମାନଙ୍କ ସାଙ୍ଗରେ ଅଭିଭାବକମାନେ ଆସୁଛନ୍ତି। ବଳଙ୍ଗାର ନାବାଳିକା ଘଟଣା ମନରୁ ନଲିଭୁଣୁ ପୁଣି ନବମ ଶ୍ରେଣୀ ଛାତ୍ରୀଙ୍କୁ ଧମକ ଦେଇଛନ୍ତି ଦୁର୍ବୃତ୍ତ।

ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ: ଗିରଫ ହେଲେ ଯୁବକ

ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲେ ଯୁବକ । ଗିରଫ ଯୁବକ ଜଣକ ହେଲେ ହିଞ୍ଜିଳିକାଟୁ ଥାନା ଅଞ୍ଚଳର ଜୀବନ ମିଶ୍ର । ଇନଷ୍ଟାଗ୍ରାମ ଜରିଆରେ ଜୀବନ ସଂସ୍କୃତ ଶିକ୍ଷୟତ୍ରୀଙ୍କ ସହ ପରିଚୟ ହୋଇଥିଲେ । ବ୍ରହ୍ମପୁର ଅଶୋକ ନଗରରେ ଥିବା ନିଜର ସମ୍ପର୍କୀୟଙ୍କ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ୨୭ ବର୍ଷ ବୟସ୍କା ସଂସ୍କୃତ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ପରେ ଜୀବନକୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୋଲିସ । ଏହି ଘଟଣାରେ ପୋଲିସ ପୀଡ଼ିତା ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ, ପୀଡ଼ିତାଙ୍କ ପୋଷାକ ଜବତ କରିଛି। ପୀଡ଼ିତା ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ। ପ୍ରାୟ ବର୍ଷକ ତଳେ ଜୀବନଙ୍କ ସହ ପୀଡ଼ିତାଙ୍କ ସମ୍ପର୍କ ସ୍ଥାପନ ହୋଇଥିଲା। ଗତ ଜୁଲାଇ ୧୫ରେ ପୀଡ଼ିତାଙ୍କୁ ଜୀବନ ସହାୟତା କରିବା ଲାଗି ବ୍ରହ୍ମପୁରକୁ ଡାକିଥିଲେ। ଅଶୋକ ନଗରରେ ସେ ତାଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ପରେ ସେ ପୀଡ଼ିତାଙ୍କୁ ହାଲୁକା ଭାବେ କହିଥିଲେ- ଯଦି ଭୁଲ୍ ହୋଇଯାଇଛି ତେବେ ବିବାହ କରିବେ। ପରେ ପୀଡ଼ିତାଙ୍କୁ ଅଭିଯୁକ୍ତ ଭାଟକୁମରଡା ମେଡିକାଲ ସେଣ୍ଟରକୁ ନେଇଥିଲା। ସେଠାରୁ ତାଙ୍କୁ ଏମକେସିଜି ମେଡିକାଲକୁ ରେଫର କରାଯାଇଥିଲା।ଚିକିତ୍ସା ପରେ ପୀଡ଼ିତାଙ୍କୁ ଅଭିଯୁକ୍ତ ଛାତ୍ରାବାସରେ ଛାଡିଦେଇଥିଲା। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଜୀବନକୁ ଗିରଫ କରିଛି।

ରାଜଧାନୀରେ ଚାଞ୍ଚଲ୍ୟ: ଏଜି ଛକ ନିକଟରେ ଜଣେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ

ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଏଜି ଛକରେ ଥିବା ମନ୍ତ୍ରୀ ଓ ଆଇଏଏସଙ୍କ କ୍ୱାର୍ଟର ସମ୍ମୁଖରେ ଜଣେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ। ଯୁବତୀ ଜଣଙ୍କ ପାଟି କରିବାରୁ ସଂପୃକ୍ତ ଯୁବକଙ୍କୁ କାବୁ କରିଛନ୍ତି ଲୋକେ। ନିଶାଖୋର ଅବସ୍ଥାରେ ଯୁବକକୁ ଲୋକେ କାବୁ କରିଛନ୍ତି। ମୋବାଇଲ ଛଡାଇବା ସହ ଦୁଷ୍କର୍ମ କରିବାକୁ ପାଚେରୀ କଣ ଅନ୍ଧାରକୁ ଟାଣି ନେଇଥିଲା ନିଶାଖୋର ଯୁବକ । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଉଭୟ ମଦ୍ୟପ ଓ ଯୁବତୀଙ୍କୁ କ୍ୟାପିଟାଲ ଥାନାକୁ ନେଇ ପଚରାଉଚରା କରୁଛି।

ଓଡ଼ିଶାରେ ଏବେ ଦୁଷ୍କର୍ମର ଲହରୀ ଚାଲିଛି: କ୍ଷୋଭ ପ୍ରକାଶ କଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ଓଡ଼ିଶାରେ ଏବେ ଦୁଷ୍କର୍ମର ଲହରୀ ଚାଲିଛି । ଯାହାକୁ ଦେଖିଲେ ଶୁଣିଲେ ଅତ୍ୟନ୍ତ ବିଚଳିତ ଲାଗୁଛି । ଗୋଟିଏ ଦିନରେ ଯାଜପୁର, ଜଗତସିଂହପୁର ଗଣଦୁଷ୍କର୍ମ, ମାଲକାନଗିରି ଓ ପୁରୀରେ ଝିଅ ଅସଦାଚରଣ ଦେଖି ଏପରି କ୍ଷୋଭ ପ୍ରକାଶ କରି ସୋସିଆଲ ମିଡିଆ ଏକସ୍‌ରେ ପୋଷ୍ଟ କରିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରଠୁ ଗାଁ ସବୁଠି ମହିଳାଙ୍କ ପାଇଁ ଅସୁରିକ୍ଷତ ହୋଇପଡ଼ିଛି । ଦିନ ଦ୍ବିପହର ହେଉ କି ରାତି ଜଣେ ଯୁବତୀ ଘରୁ ବାହାରିବାକୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଜଣେ ଛାତ୍ରୀ ସ୍କୁଲ, କଲେଜ୍‌ କିମ୍ବା ଟ୍ୟୁସନ ଗଲେ ଘରକୁ ଭଲରେ ଫେରିବ ଏ ଗ୍ୟାରେଣ୍ଟି ଆଉ ନାହିଁ । ପାଦେ ପାଦେ ଏବେ ବିପଦ । ଏହା ପ୍ରମାଣିତ କରୁଛି ରାଜ୍ୟରେ ଆଇନଶୃଙ୍ଖଳା କିଛି ବି ନାହିଁ । ଯେତେବେଳେ ପୋଲିସ ରାଜନୈତିକ ଚାପ ଓ ହସ୍ତକ୍ଷେପ ଯୋଗୁ ପ୍ରଭାବିତ ହେଉଛି ସେଠି ମହିଳା ଓ ଝିଅଙ୍କ ଜୀବନ ଦୁର୍ବିସହ ହେବାରେ ଲାଗିଛି । ଯେଉଁଥିପାଇଁ ଗତମାସରେ ଆମେରିକା ସରକାର ଲେଭଲ-୨ ଭ୍ରମଣ ସତର୍କତା ଜାରି କଲେ । ଯେଉଁଥିରେ ଜଗନ୍ନାଥଙ୍କ ମାଟି ଓଡ଼ିଶା ସାମିଲ ରହିଛି ।

ଗୋଟିଏ ପଟେ ରାଜ୍ୟରୁ ମାଓ ହିଂସା କମୁଥିବାବେଳେ କାଁ ଭାଁ ଆତଙ୍କବାଦୀ କାର୍ଯ୍ୟକଳାପ ଦେଖିବାକୁ ମିଳୁଛି । କିନ୍ତୁ ସବୁଠୁ ବଳିଗଲାଣି ମହିଳାଙ୍କ ଉପରେ ଅତ୍ୟାଚାର । ଗତ ୧୭ ତାରିଖରେ ରେଭେନ୍‌ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଯେପରି ସନ୍ଧ୍ୟା ସାଢ଼େ ୫ଟା ପରେ ଛାତ୍ରୀଙ୍କ ଯିବାଆସିବା ପରେ ଯେପରି ନୋଟିସ ଜାରି କଲେ ଯାହାକୁ ପରବର୍ତ୍ତୀ ଅବସ୍ଥାରେ ପ୍ରତ୍ୟାହାର ବି କରାଯାଇଛି । କିନ୍ତୁ ଏହା ପ୍ରମାଣିତ କରୁଛି ରାଜ୍ୟରେ ସରକାରଙ୍କ ଅପାରଗତା ଏତେ ବଢିଲାଣି ଆଉ ଅପରାଧୀମାନେ ପୋଲିସକୁ ଡରୁନାହାନ୍ତି । ଏପରି ନୋଟିସ ଜାରି କରି ମହିଳାଙ୍କୁ ଦଣ୍ଡିତ କରାଯାଉଛି ସିନା ବାସ୍ତବରେ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ବ ଦିଆଯାଉନି । ରାଜନୈତିକ ଇଚ୍ଛାଶକ୍ତି ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେଲେ ଏପରି କାଣ୍ଡ ଆଗକୁ ଆହୁରି ବଢିବ ବୋଲି ନବୀନ ସତର୍କ କରାଇଦେଇଛନ୍ତି । ଏ ରାଜ୍ୟର ପ୍ରମୁଖ ରାଜନେତାମାନେ ଅନୁଭବ କରିବା ଦରକାର ପୋଲିସକୁ ପ୍ରଭାବିତ କରିବାକୁ ଉଦ୍ୟମ କଲେ ସ୍ଥିତି କେତେ ସଙ୍ଗୀନ ହୁଏ । ରାଜ୍ୟ ବିଜେପି ସରକାର ଏ ଦିଗରେ ତୁରନ୍ତ ଦାୟିତ୍ବସମ୍ପନ୍ନ ଭାବେ ପଦକ୍ଷେପ ନଅନ୍ତୁ । ଏହାସହିତ ସରକାର ଓ ବ୍ୟବସ୍ଥା ଉପରେ ମହିଳାମାନଙ୍କ ବିଶ୍ବାସ ଯେପରି ବଜାୟ ରହିବ ସେଥିପ୍ରତି ଏ ସରକାର ଶପଥ ନିଅନ୍ତୁ । ବିଜୁ ଜନତା ଦଳ ମା ଓ ଭଉଣୀଙ୍କୁ ସବୁବେଳେ ସମ୍ମାନ ଦେଇଆସିଛି । ମହିଳା ବିରୋଧୀ ହିଂସା ବିରୋଧରେ ସ୍ବରକୁ ଆହୁରି ଶାଣିତ କରିବ ।

ଦୁଷ୍କର୍ମର ଦିନ ମଙ୍ଗଳବାର: ଗୋଟିଏ ଦୁଇଟି ନୁହେଁ, ତିନିଟି ସ୍ଥାନରୁ ଆସିଛି ସମାନ ଅଭିଯୋଗ

ଦୁଷ୍କର୍ମର ଦିନ ମଙ୍ଗଳବାର । ଗୋଟିଏ ଦୁଇଟି ନୁହେଁ, ତିନିଟି ସ୍ଥାନରୁ ଆସିଛି ସମାନ ଅଭିଯୋଗ । ତା’ ସହ ଗୋଟିଏ ସ୍ଥାନରେ ହୋଇଛି ଅସଦାଚରଣ। ରାଜ୍ୟରେ ମହିଳାଙ୍କ ପାଇଁ ପାଦେ ପାଦେ ବିପଦ । ନାରୀ ସୁରକ୍ଷାରେ ଫେଲ ପୋଲିସ ପ୍ରଶାସନ। ଅପାରଗ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ। ମାଲକାନଗିରି ଅଞ୍ଚଳରୁ ଆସିଛି ସଂଘାତିକ ଅଭିଯୋଗ । ସଦର ଥାନା ଅଞ୍ଚଳର ନାବାଳିକା ଜଣକ ରବିବାର ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ ପାଇଁ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ବିଳମ୍ଵିତ ରାତି ଯାଏ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଆଉ ବିଳମ୍ଵିତ ରାତିରେ ମାଲକାନଗିରି ଜୟପୁର ରାସ୍ତାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବିଜାଘାଟିରେ ନାବାଳିକା ଓ ଜଣେ ଟ୍ରକ ଚାଳକକୁ ସନ୍ଦେହଜନକ ସ୍ଥିତିରେ ଦେଖିଥିଲେ ଲୋକେ। ଖବର ପାଇବା ପରେ ପୋଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲା। ଘଟଣାରେ ଟ୍ରକ ଡ୍ରାଇଭର ସହ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ପୋଲିସ।

ଜଗତସିଂହପୁରରେ ବି ସମାନ ଘଟଣା ସାମ୍ନାକୁ ଆସିଛି । ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ନିଜ ଦାଦାଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଗଣଦୁଷ୍କର୍ମର ହୋଇଛନ୍ତି ଶିକାର। ବହୁ ଖୋଜାଖୋଜି ପରେ ଗାଁ ପାଖରୁ ରକ୍ତଜୁଡୁ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ପରିବାର ଲୋକ। ଥାନାରେ ଅଭିଯୋଗ ପରେ ଜଣକୁ ଗିରଫ କରାଯାଇଥିବା ବେଳେ, ଦ୍ବିତୀୟ ଅଭିଯୁକ୍ତକୁ ଧରିବାକୁ ଚାଲିଛି ଧରପଗଡ଼। ପୋଲିସ ୩ଟି ଟିମ୍ ଗଠନ କରି ଚଢ଼ାଉ ଜାରି ରଖିଛି। ମାଲକାନଗିରି ଓ ଜଗତସିଂହପୁରକୁ ବାଦଦେଲେ, ଯାଜପୁରରେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ ସମସ୍ତଙ୍କୁ ଲଜ୍ଜିତ କରିଛି। ଗଣଦୁଷ୍କର୍ମ ଘଟଣାରେ କ୍ରୀଡ଼ା କୋଚ ଓ ୨ ସହଯୋଗୀଙ୍କୁ ବାନ୍ଧିଛି ପୋଲିସ। ହକି ଷ୍ଟାଡିୟମର କ୍ରୀଡା କୋଚ ଓ ଦୁଇ ସହଯୋଗୀ ଦୁଷ୍କର୍ମ କରିଥିବା ନେଇ ଯାଜପୁର ଥାନାରେ ଅଭିଯୋଗ ହୋଇଥିଲା। ଘଟଣାରେ ପାଲିସ ୩ ଜଣଙ୍କୁ ଗିରଫ କରିଛି। ସେହିପରି ପର୍ଯ୍ୟଟନର ସହର ପୁରୀରେ ଘଟିଛି ଘଟିଛି ଲଜ୍ଜା। ୩ ଭଉଣୀଙ୍କୁ ଅସଦାଚରଣ ଅଭିଯୋଗ ପରେ ଜଣକୁ ଗିରଫ କରିଛି ପୋଲିସ। ୩ ଭଉଣୀ ମନ୍ଦିରରୁ ଫେରୁଥିବା ବେଳେ ଅସଦାଚରଣ କରିଥିଲେ ଦୁର୍ବୃତ୍ତ। ଏନେଇ ପୀଡ଼ିତାଙ୍କ ଭାଇ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ବାଲେଶ୍ବର ଛାତ୍ରୀ ଆତ୍ମାହୁତି ଓ ବଳଙ୍ଗା ଛାତ୍ରୀ ପୋଡି ଘଟଣାର ତଦନ୍ତ ଶେଷ ନହେଉଣୁ ପୁଣି ରାଜ୍ୟର ଖବରକୁ ସରଗରମ କରିଛି ଏହି ଚାରିଟି ଦୁଷ୍କର୍ମ ଓ ଅସଦାଚରଣ ଘଟଣା । ଯାହାକୁ ନେଇ ରାଜ୍ୟରେ ନାରୀ ସୁରକ୍ଷା ପ୍ରତି ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନବାଚୀ।

ଜଗତସିଂହପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କୁ ଭେଟିଲେ ବିଜେଡି ଟିମ୍

ଜଗତସିଂହପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କୁ ଭେଟିଲେ ବିଜେଡି ଟିମ୍ । ବିଜୁ ଜନତା ଦଳର ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି, ଚିରଞ୍ଜିବ ବିଶ୍ୱାଳ, ଭୁବନେଶ୍ୱର ମେୟର ସୁଲୋଚନାଙ୍କ ସମେତ ବହୁ ବିଜେଡି କର୍ମୀ ଓ ମହିଳାଙ୍କ ସମେତ ଯୁବକ ମାନେ ଜଗତସିଂହପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ପହଞ୍ଚି ପୀଡିତାକୁ ଭେଟିଥିଲେ। ଘଟଣାରେ ଦୁଃଖ ପ୍ରକାଶ କରିଥିଲେ। ସେଠାରୁ ସିଧା ଜଗତସିଂହପୁର ଏସପି ଅଫିସ ଚାଲିଚାଲି ଯାଇ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଯିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ବିଜେଡି ନେତା ଓ କର୍ମୀ ।