କୋରାପୁଟରୁ ୧୦୨ କେଜି ଗଞ୍ଜେଇ ସହ ଗାଡି ଜବତ, ୪ ଗିରଫ

ଲମତାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ପୋଲିସକୁ ମିଳିଛି ପୁଣି ଏକ ବଡ ସଫଳତା। ଲମତାପୁଟ ପୋଲିସର ରାତ୍ରି ପେଟ୍ରୋଲିଂ ସମୟରେ ଅନକାଡେଲି ଅଞ୍ଚଳରୁ ଉତ୍ତର ପ୍ରଦେଶକୁ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ  ଧରାପଡିଛି ।

ସୂଚନା ଅନୁଯାୟୀ, କାଙ୍ଗ୍ରାପଡା ଛକ ନିକଟରେ ପୋଲିସ ହାତରେ ଧରା ପଡିଛି ଗଞ୍ଜେଇ ଭର୍ତ୍ତି ଏକ ସୁଇପଟ ଡିଜାର ଗାଡି। ତା’ ସହ ଉତ୍ତର ପ୍ରଦେଶ ଅଞ୍ଚଳର ୪ ଜଣକୁ ଗିରଫ କରାଯାଇଛି। ଗଞ୍ଜେଇ ଚାଲାଣରେ ବ୍ୟବହୃତ ସୁଇପଟ ଡିଜାର ଗାଡିକୁ ଲମତାପୁଟ ପୋଲିସ ଜବତ କରିବା ସହ ଗାଡ଼ିରୁ ୧୦୨ କେଜି ୪୦୦ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି।

ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ଅନ୍ୟପଟେ ଉତ୍ତର ପ୍ରଦେଶ ଅଞ୍ଚଳର ଅଜୟ ପ୍ରତାପ ପରି, ହରିଶଙ୍କର ସିଂ, ଗୁଳସଦ ଓ ରାହୁଲ ବର୍ମାକୁ ଲମତାପୁଟ ଗିରଫ କରାଯାଇଛି। ଏହାର ଅଧିକ ତଦନ୍ତ ପରେ ୪ ଜଣକୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

 

Leave a Reply