spot_img
Home Blog Page 586

ଚାଷୀଙ୍କ ସ୍ବାର୍ଥ ରକ୍ଷାରେ ବୁଝାମଣା ହେବନି : ମୋଦି

ନନ୍ଦିଘୋଷ ବ୍ୟୁରୋ : ଟ୍ରମ୍ପଙ୍କ ଟାରିଫ ଧମକ ଭିତରେ ମୋଦିଙ୍କ ବଡ ବୟାନ । ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ ପରେ ପ୍ରଥମ ଥର ପାଇଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଭାରତ ଚାଷୀଙ୍କ ସ୍ୱାର୍ଥ ସହିତ କୌଣସି ପ୍ରକାରର ସାଲିସ କରିବ ନାହିଁ । ସେ ପଶୁପାଳନ ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥକୁ ଯେକୌଣସି ମୂଲ୍ୟରେ ବି ସୁରକ୍ଷା ଦେବେ । ସେ ଏହା ମଧ୍ୟ କହିଛନ୍ତି ଯେ ଏଥିପାଇଁ ଡୋନାଲଡ୍ ଟ୍ରମ୍ପଙ୍କୁ ବ୍ୟକ୍ତିଗତ ଭାବରେ ଏକ ବଡ଼ ମୂଲ୍ୟ ଦେବାକୁ ପଡିବ । ଦୀର୍ଘ ସମୟ ଧରି, ଆମେରିକା ରାଷ୍ଟ୍ରପତି ଭାରତ ବିରୁଦ୍ଧରେ ଶୁଳ୍କ ଲାଗୁ କରିବା ବିଷୟରେ ବାରମ୍ବାର କଥା ହୋଇଆସୁଛନ୍ତି । ଏହି ମାସ ଆରମ୍ଭରେ, ଆମେରିକା ଭାରତ ଉପରେ 25 ପ୍ରତିଶତ ଶୁଳ୍କ ଲାଗୁ କରିବା ବିଷୟରେ କଥା ହୋଇଥିଲା ।

ତା’ପରେ ଗତକାଲି ରାତିରେ ସେ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କଲେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ବକ୍ତବ୍ୟ ସତ୍ତ୍ୱେ, ଭାରତ ଏହି ପ୍ରସଙ୍ଗରେ କୌଣସି ସାର୍ବଜନୀନ ବିବୃତ୍ତି ଦେବାରୁ ନିବୃତ୍ତ ରହିଛି । ଭାରତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲା । ଆମେରିକା ସହିତ ଏକ ବାଣିଜ୍ୟ ଚୁକ୍ତି ଉପରେ ଗମ୍ଭୀର ଆଲୋଚନା ହୋଇଥିଲା, କିନ୍ତୁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଆମେରିକା ପାଇଁ ଦୁଗ୍ଧ ଏବଂ କୃଷି କ୍ଷେତ୍ର ଖୋଲିବା ଦାବି ଉପରେ ଆଲୋଚନା ଭାଙ୍ଗିଗଲା । ଭାରତ ସ୍ପଷ୍ଟ କରିଦେଲା ଯେ ସେ କୌଣସି ମୂଲ୍ୟରେ ଏହି କ୍ଷେତ୍ର ଖୋଲିପାରିବ ନାହିଁ । ଭାରତର ପ୍ରାୟ ୬୦ ପ୍ରତିଶତ ଜନସଂଖ୍ୟା ଏହି କ୍ଷେତ୍ର ଉପରେ ନିର୍ଭର କରନ୍ତି । ଯଦି ଏହି କ୍ଷେତ୍ର ଆମେରିକା ପାଇଁ ଖୋଲାଯାଏ, ତେବେ ଏହି କ୍ଷେତ୍ରର ଚାଷୀ, ମତ୍ସ୍ୟଜୀବୀ ଏବଂ ପଶୁପାଳନ ଚାଷୀଙ୍କ ସ୍ୱାର୍ଥ ଗୁରୁତର ଭାବରେ ପ୍ରଭାବିତ ହେବ ।

ଏମଏସ  ସ୍ୱାମୀନାଥନଙ୍କ ଜନ୍ମ ଶତବାର୍ଷିକୀ ପାଳନ

ଦେଶରେ ସବୁଜ ବିପ୍ଳବର ଜନକ ଏମ୍ ଏସ୍ ସ୍ୱାମୀନାଥନଙ୍କ ଶତବାର୍ଷିକୀ ଜନ୍ମବାର୍ଷିକୀରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ ପାଇଁ ଆମ ଚାଷୀଙ୍କ ସ୍ୱାର୍ଥ ସର୍ବୋପରି । ଭାରତ କେବେବି ଏହାର ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ । ମୁଁ ବ୍ୟକ୍ତିଗତ ଭାବରେ ଜାଣେ ଯେ ଏଥିପାଇଁ ମୋତେ ବହୁତ ମୂଲ୍ୟ ଦେବାକୁ ପଡିବ । କିନ୍ତୁ, ମୁଁ ଏଥିପାଇଁ ପ୍ରସ୍ତୁତ । ଆଜି ଭାରତ ଏହାର ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କ ପାଇଁ ପ୍ରସ୍ତୁତ ।

 

ଭାରତକୁ ଟାରିଫ ଜାଲରେ ଫସାଇବା ପରେ ମୁନିରଙ୍କୁ ଫୋନ କଲେ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ଭାରତ ଏବଂ ଆମେରିକା ମଧ୍ୟରେ ଟାରିଫକୁ ନେଇ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଏହାରି ମଧ୍ୟରେ, ଆମେରିକା ଏବଂ ପାକିସ୍ତାନ ନିକଟତର ହେଉଥିବା ପରି ମନେ ହେଉଛି। ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ପାକ୍ ନ୍ୟୁଜ୍ ୱେବସାଇଟ୍ ଡନ୍ ର ଏକ ରିପୋର୍ଟ ଅନୁଯାୟୀ, ମୁନିର ଚଳିତ ବର୍ଷ ଅଗଷ୍ଟ ମାସର ଶେଷ ସପ୍ତାହରେ ୱାଶିଂଟନ ଗସ୍ତ କରିପାରନ୍ତି।

ଅସୀମ ମୁନିର ଅପରେସନ ସିନ୍ଦୂର ପରେ ମଧ୍ୟ ଆମେରିକା ଗସ୍ତ କରିଥିଲେ । ଏବେ ସେ ପୁଣି ଥରେ ପ୍ରସ୍ତୁତି କରୁଛନ୍ତି । ଏହା ଆମେରିକା ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର କରିବାର ଏକ ସଙ୍କେତ ହୋଇପାରେ । ରିପୋର୍ଟ ଅନୁଯାୟୀ, ମୁନିର ଆମେରିକା ସେନା ଜେନେରାଲ ଏବଂ ଯୁକ୍ତରାଷ୍ଟ୍ର କେନ୍ଦ୍ରୀୟ କମାଣ୍ଡର ମାଇକେଲ କୁରିଲାଙ୍କ ବିଦାୟ ସମାରୋହରେ ଅଂଶଗ୍ରହଣ କରିବେ। ମୁନିର ଏହି କାରଣରୁ ୱାଶିଂଟନ ଯାଉଛନ୍ତି।

ଆମେରିକୀୟ ଜେନେରାଲ ପାକିସ୍ତାନକୁ କାହିଁକି ପ୍ରଶଂସା କଲେ?

ଆମେରିକାର ଭୟଙ୍କର ସେନା ଜେନେରାଲ କୁରିଲା ମଧ୍ୟପ୍ରାଚ୍ୟରେ ତାଙ୍କ ସେନାର ନେତୃତ୍ୱ ନେଇଛନ୍ତି । ସେ ଏହି ମାସରେ ଅବସର ନେଉଛନ୍ତି । ‘ ଦି ହିନ୍ଦୁ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ , କିଛି ମାସ ପୂର୍ବରୁ ପାଞ୍ଚ ଜଣ ISIS ଆତଙ୍କବାଦୀଙ୍କୁ ଧରିବା ପାଇଁ କୁରିଲା ପାକିସ୍ତାନର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆମେରିକା ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଆଧାରରେ ପାକିସ୍ତାନ ଆତଙ୍କବାଦୀଙ୍କୁ ଧରାଇବାରେ ଏକ ମହାନ କାମ କରିଛି।

ମୁନିରଟ୍ରମ୍ପ୍ ସାକ୍ଷାତକୁ ହ୍ୱାଇଟ୍ ହାଉସ୍ କିପରି ପ୍ରତିକ୍ରିୟା ଦେଇଥିଲା?

ମୁନିର ଚଳିତବର୍ଷଜୁନ୍ମାସରେଆମେରିକାଗସ୍ତକରିଥିଲେ । ସେ ଟ୍ରମ୍ପଙ୍କ ସହିତ ମଧ୍ୟାହ୍ନଭୋଜନ ମଧ୍ୟ କରିଥିଲେ, ଯାହା ବିଷୟରେ ବହୁତ ଆଲୋଚନା ହୋଇଥିଲା ।ଟ୍ରମ୍ପ ଏବଂ ମୁନିରଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ବୈଠକ ହୋଇଥିଲା। ହ୍ୱାଇଟ୍ ହାଉସର ସୂଚନା ଯେ ଟ୍ରମ୍ପ ମୁନିରଙ୍କୁ ନିମନ୍ତ୍ରଣ କରିଥିଲେ । ସେ କହିଛନ୍ତି ଯେ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ରୋକିବାକୁ ସୁପାରିଶ କରିଛନ୍ତି ।

ଖଣ୍ଡପଡ଼ା ଗଡ଼ର ରାଜା ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ବିୟୋଗ

ନନ୍ଦିଘୋଷ ବ୍ୟୁରୋ : ପୂର୍ବତନ ଉପବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ଗତ ରାତିରେ ତାଙ୍କର ବିୟୋଗ ହୋଇଛି। ହୃଦ୍ ଜନିତ ସମସ୍ୟା ଯୋଗୁଁ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଖଣ୍ଡପଡ଼ା ଗଡ଼ର ରାଜା ଥିଲେ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ। କଂଗ୍ରେସ ଦଳ ସହ ଦୀର୍ଘ ବର୍ଷ ଧରି ଜଡ଼ିତ ଥିଲେ ବିଭୁତି ଭୂଷଣ ମର୍ଦ୍ଦରାଜ। ସେ ୧୯୮୦, ୧୯୮୫ ଓ ୧୯୯୫ – ଏପରି ତିନି ଥର ଖଣ୍ଡପଡ଼ା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ବହୁଚର୍ଚ୍ଚିତ ବଳଙ୍ଗା ନାବାଳିକା ମୃତ୍ୟୁ ମାମଲାକୁ ନେଇ ପୁରୀରେ ବିଜେଡ଼ିର ହରତାଳ

ନନ୍ଦିଘୋଷ ବ୍ୟୁରୋ : ବହୁଚର୍ଚ୍ଚିତ ବଳଙ୍ଗା ନାବାଳିକା ମୃତ୍ୟୁର ପ୍ରତିବାଦ। ଏହା ସହ ରାଜ୍ୟରେ ବଢ଼ିଚାଲିଥିବା ନାରୀ ନିର୍ଯାତନାର ପ୍ରତିବାଦରେ ପୁରୀ ଜିଲ୍ଲା ବିଜେଡି ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ। ସକାଳ ୬ଟା ରୁ ଦିନ ୧୨ଟା ପର୍ଯ୍ୟନ୍ତ ହରତାଳ କରାଯିବ। ବଳଙ୍ଗା ଛାତ୍ରୀମୃତ୍ୟୁ ମାମଲାର ତଦନ୍ତ ରିପୋର୍ଟ ସାର୍ବଜନୀନ କରାନଯାଇଥିବା ବେଳେ ଦୋଷୀକୁ ଧରିବାରେ ପୋଲିସ ସକ୍ଷମ ହୋଇପାରିନାହିଁ। ଓଡ଼ିଶାର ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ନିତିଦିନିଆ ଘଟଣା ହୋଇଯାଇଛି। ଦୁର୍ବଳ ତଦନ୍ତ ପ୍ରକ୍ରିୟା ଅପରାଧୀମାନଙ୍କୁ ଅଧିକ ଅପରାଧ କରିବା ପାଇଁ ପ୍ରୋତ୍ସାହିତ କରୁଛି । ଅବାଧ ନିଶା କାରବାର ରାଜ୍ୟସାରା କାୟା ବିସ୍ତାର କରିବାରେ ଲାଗିଛି । ସାରା ରାଜ୍ୟରେ ଅଶାନ୍ତି ଓ ବିଶୃଙ୍ଖଳିତ ବାତାବରଣ ଜନମାନସକୁ ଅସ୍ତବ୍ୟସ୍ତ କରିପକାଇଛି। ଏହି ଉଦ୍‌ବେଗଜନକ ପରିସ୍ଥିତିରେ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ପୁରୀ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ ଡାକରା ଦିଆଯାଇଛି।

ନାମ ଫଳକକୁ ନେଇ ଗୋଷ୍ଠୀ ସଂଘର୍ଷ, ଦୁଇ ଗୁରୁତର

ନାମ ଫଳକରେ ଗାଁ ନାକୁ ନେଇ ତୀବ୍ର ଉତ୍ତେଜନା । ଗୋଷ୍ଠୀ ସଂଘର୍ଷରେ ଦୁଇ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ଥାନା ଅନ୍ତର୍ଗତ କୋଟପଲା, ଓସ୍ତ ପୁର ଗାଁରେ ଦେଖିବାକୁ ମିଳିଛି ବିବାଦ । ଗତ କିଛିଦିନ ତଳେ ଓସ୍ତପୁର ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ ଗ୍ରାମର ବଜାରରେ ଓସ୍ତପୁର ନାମ ଫଳକ ରଖିବା ପାଇଁ ଦାବି କରିଥିଲେ । ପୂର୍ବରୁ ଲାଗିଥିବା ଓସ୍ତପୁର ନାମ ଫଳକକୁ କୋଟପଲାର କିଛି ବ୍ୟକ୍ତି ଲିଭାଇ ଦେଇଥିବା ଅଭିଯୋଗ କରିଥିଲେ । ସେଇଦିନ ଠାରୁ ବିବାଦ ଲାଗିରହିଛି । ଆଜି ନିର୍ମାଣଧିନ ରାସ୍ତାରେ ପୂର୍ତ୍ତ ବିଭାଗ ପକ୍ଷରୁ ଉଭୟ ଗ୍ରାମର ଦୁଇଟି ନାମ ଫଳକ ବେଗୁନିଆ ତହସିଲଦାରଙ୍କ ଉପସ୍ଥିତିରେ ପୋତିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ଉଭୟ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ । ଗାଁର ମହିଳା ମାନେ ରାସ୍ତାରେ ପୋଲିସ, ପ୍ରଶାସନ ଉପସ୍ଥିତିରେ ପରସ୍ପରକୁ ଆକ୍ରମଣ , ପ୍ରତି ଆକ୍ରମଣ କରିଥିଲେ। ଆକ୍ରମଣରେ କିଛି ଘର ଦ୍ବାର, ଦୋକାନ ବଜାର ଭଙ୍ଗାରୁଜା ହେବା ସହ ଦୁଇଜଣ ଆହତ ହୋଇଛନ୍ତି । ଖବର ପାଇ ଖୋର୍ଦ୍ଧା ଏସ୍ଡ଼ିପିଓ , ବେଗୁନିଆ ଓ ବାଘମାରି ଥାନା ଅଧିକାରୀ ଏକ ପ୍ଲାର୍ଟୁନ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାସୁଝା କରିଥିଲେ । ଆଲୋଚନା ପରେ ଫଳକ ଲଗାଯିବ ବୋଲି ତହସିଲ ବେଗୁନିଆ ତହସିଲଦାର ତାପସ ବିଶି ସୂଚନା ଦେଇଥିଲେ

OPSC ବିରୋଧରେ ବର୍ଷିଲେ ଆଶାୟୀ: କୃତକାର୍ଯ୍ୟ ହେବା ପରେ ନିଯୁକ୍ତି ଦେବାରେ ବିଫଳ ହେଇଛି OPSC

OPSC ବିରୋଧରେ ସାମ୍ୱାଦିକ ସମ୍ମିଳନୀ କରି ବର୍ଷିଲେ ଆଶାୟୀ । ୨୦୨୩ ମସିହାରେ GATE ପରୀକ୍ଷା ଦେଇ କୃତକାର୍ଯ୍ୟ ହେଇଥିଲେ ମଧ୍ୟ ନିଯୁକ୍ତି ଦେବାରେ ବିଫଳ ହେଇଛି OPSC । ୫୮୦ ରୁ ଅଧିକ ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ ଗୁଡ଼ିକ ଫାଙ୍କା ପଡିଛି । ଫାଙ୍କା ପଡ଼ିଥିବା ପଦ ପୁରଣ ପାଇଁ ଯୋଗ୍ୟ ବିବେଚିତ ହେବା ପରେବି ୨ ବର୍ଷ ହେଲାଣି ନିଯୁକ୍ତି ପାଇନାହାନ୍ତି ଆଶାୟୀ । ଯାହାଫଳରେ ମାନସିକ ସ୍ତରରେ ସେମାନେ ଭାଙ୍ଗି ପଡିଛନ୍ତି ବୋଲି କହିଛନ୍ତି  । ସେପଟେ opsc କୁ ଏବାବଦରେ ବହୁବାର ଅବଗତ କରିବା ପରେ ବି ଫଳ ଶୂନ ବୋଲି ଅଭିଯୋଗ କରିଛନ୍ତି ସେମାନେ । ଆଗାମୀ ଦିନରେ ଯଦି ନିଯୁକ୍ତି ପ୍ରକ୍ରିୟାରେ ବିଳମ୍ବ ହୁଏ ତାହେଲେ ଧାରଣାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଆସନ୍ତା ବର୍ଷ ଫେବ୍ରୁଆରୀରେ ହେବ ବାଂଲାଦେଶ ସାଧାରଣ ନିର୍ବାଚନ

ଆସନ୍ତା ବର୍ଷ ଫେବ୍ରୁଆରୀରେ ହେବ ବାଂଲାଦେଶ ସାଧାରଣ ନିର୍ବାଚନ । ଏନେଇ ବାଂଲାଦେଶର ଅନ୍ତରୀଣ ଶାସକ ତଥା ନୋବେଲ ବିଜେତା ମହମ୍ମଦ ୟୁନୁସ । ଦେଶରେ ସାଧାରଣ ନିର୍ବାଚନ କରିବା ଲାଗି ବିରୋଧୀ ଦଳ ଦାବି କରୁଥିଲେ ବି ଏହାକୁ ଚପାଇ ରଖିବା ଲାଗି ସେ ଉଦ୍ୟମ କରୁଥିବା ଅଭିଯୋଗ ହୋଇଆସୁଥିଲା । ଫେବ୍ରୁଆରୀରେ ସାଧାରଣ ନିର୍ବାଚନ କରିବା ଲାଗି ସେ ନିର୍ବାଚନ କମିଶନଙ୍କ ନିକଟରେ ଅନୁରୋଧ କରିବେ ବୋଲି କହିଛନ୍ତି ୟୁନୁସ । ତେବେ ଦେଶରେ କେଉଁ ତାରିଖରେ ନିର୍ବାଚନ ହେବ ତାହା ନିର୍ବାଚନ କମିଶନ ଧାର୍ଯ୍ୟ କରିବେ ବୋଲି ସେ କହିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା କ୍ଷମତାରୁ ହଟିବାର ଏକ ବର୍ଷ ପରେ

ଛାତ୍ରୀଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? ଏବେ ତାକୁ ନେଇ ଉଠିଛି ପ୍ରଶ୍ନ

ଛାତ୍ରୀଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? ଏବେ ତାକୁ ନେଇ ଉଠିଛି ପ୍ରଶ୍ନ। ମୃତ ଛାତ୍ରୀଙ୍କ ଫଟୋ ଭାଇରାଲ କରିଥିବା ପୁରୁଷ ବନ୍ଧୁ ନା ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ପୋଲିସ ? କହିବାକୁ ଗଲେ ଉଭୟ ସମାନ ପରିମାଣରେ ଏହି ଘଟଣା ପାଇଁ ଦାୟୀ । ତେବେ ପୋଲିସ କଣ ପଦକ୍ଷେପ ନେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର । ଘଟଣା ପରେ ପୀଡ଼ିତା ଛାତ୍ରୀଙ୍କ ମୋବାଇଲ ସିଜ୍ କରାଯାଇଛି। ଏବେ ମୋବାଇଲ ଖୋଲିବ ଗୁମର। କିଏ ସେହି ଧୋକାବାଜ୍ ପ୍ରେମିକ। କାହାକୁ ଶେଷ ଥର ପାଇଁ ଫୋନ କରିଥିଲେ ପୀଡ଼ିତା। ଏହାସହ ଭାଇରାଲ ପଛର ରହସ୍ୟ କଣ, ସେନେଇ ମଧ୍ୟ ଖୋଲିପାରେ ରହସ୍ୟ।

ବଢି ଚାଲିଛି ସ୍କୁଲ ପିଲାମାନଙ୍କ ବସ୍ତାନୀ ବୋଝ

ବଢି ଚାଲିଛି ସ୍କୁଲ ପିଲାମାନଙ୍କ ବସ୍ତାନୀ ବୋଝ । ବ୍ୟାଗର ଓଜନ ବଢିବା ସହ ଛାତ୍ରଛାତ୍ରଙ୍କ ମେରୁଦଣ୍ଡ ବଙ୍କିଯାଉଛି । ହେଲେ ଏପରି ନ ହେବା ନେଇ ଜାତୀୟ ଶିକ୍ଷା ନୀତି ୨୦୨୦ରେ ନିୟମ ରହିଛି । ଜାତୀୟ ଶିକ୍ଷା ନୀତି ୨୦୨୦ ସିନା ରାଜ୍ୟରେ ଲାଗୁ ହେଲା । ହେଲେ ବ୍ୟାଗର ଓଜନ କମାଇବା ଦିଗରେ ସରକାର ଉଦାସୀନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏନସିଇଆରଟିର ସୁପାରିସ ଆଧାରରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ରେ ଏକ ସ୍କୁଲ ବ୍ୟାଗ ନୀତି ପ୍ରଣୟନ କରାଯାଇଥିଲା । ଯେଉଁଥିରେ କୁହାଯାଇଛି ଯେ, ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗର ଓଜନ ସେମାନଙ୍କ ଶରୀର ଓଜନର ୧୦ ପ୍ରତିଶତରୁ ଅଧିକ ହେବା ଉଚିତ ନୁହେଁ । ପ୍ରଥମରୁ ଦ୍ବିତୀୟ ଶ୍ରେଣୀ ପାଇଁ ଦେଢରୁ ଦୁଇ କିଲୋ, ତୃତୀୟରୁ ପଞ୍ଚମ ଯାଏ ଦୁଇରୁ ତିନି କିଲୋ, ଷଷ୍ଠରୁ ଅଷ୍ଟମ ଯାଏ ତିନିରୁ ଚାରି କିଲୋ ଓ ନବମ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଗର ଓଜନ ଚାରିରୁ ପାଞ୍ଚ କିଲୋ ରହିବାର ନିୟମ ଅଛି । ଅନେକ କ୍ଷେତ୍ରରେ ଅଭିଭାବକମାନେ ଅଧିକ ବହି ସହ ପିଲାମାନଙ୍କୁ ସ୍କୁଲ ପଠାଇ ଦେଉଛନ୍ତି । ଅନ୍ୟପଟେ ଘରୋଇ ସ୍କୁଲ ଗୁଡ଼ିକ ଦାମୀ ବହିରୁ ପାଠ ପଢାନ୍ତି । ଯେତେ ଅଧିକ ବହିର ଦାମ୍, ସେତେ ଅଧିକ ବହିର କ୍ବାଲିଟି ଓ ଓଜନ । ଏପରି ଦାମୀ ବହିକୁ ଅଭିଭାବକ ବସ୍ତାନୀ ଓଜନ ପାଇଁ ଦାୟୀ କରିଛନ୍ତି । ଅଭିଭାବକମାନଙ୍କ ଯୁକ୍ତି ବିରୋଧରେ ମତ ଦେଇଛି ଶିକ୍ଷକ ସମାଜ । ବହି ଆଣି ସ୍କୁଲକୁ ଆସିଲେ ହିଁ ପିଲା ପାଠ ବୁଝି ପାରିବେ । ହେଲେ ଏହା ଓଜନ ବଢାଏ ନାହିଁ ବୋଲି ଶିକ୍ଷକମାନେ ମତ ଦେଇଛନ୍ତି ।

ସ୍କୁଲ୍ ପିଲାଙ୍କର ବହି ବ୍ୟାଗ୍ ବୋଝ କମାଇବା ନେଇ ୨୦୧୯ରେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର ଏନେଇ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ପିଲାଙ୍କ ଓଜନ ଠାରୁ ବ୍ୟାଗର ଓଜନ ୧୦ ପ୍ରତିଶତରୁ କମ୍ ରହିବ । ଯଦି ପିଲାର ଓଜନ ୨୦ କେଜି ହୋଇଥିବ ତେବେ ସେ ୨କେଜି ଓଜନର ବସ୍ତାନୀ ନେଇ ସ୍କୁଲ ଯିବ । ଏହାଠାରୁ ଅଧିକ ହେଲେ ସମ୍ପୃକ୍ତ ବିଦ୍ୟାଳୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଜାତୀୟ ଶିକ୍ଷା ନୀତି ଲାଗୁ ହେବା ପରେ ବି ଏହାକୁ ପାଳନ କରାଯାଉନାହିଁ । ସେପଟେ ବ୍ୟାଗ ଓଜନକୁ ନେଇ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସଫେଇ ଦେଇଛନ୍ତି । ଅନେକ ଘରୋଇ ସ୍କୁଲ ବୁକଲେସ୍ ପନ୍ଥା ଆପଣେଇଛନ୍ତି । ହେଲେ ସରକାରୀ ସ୍କୁଲ ଓ କିଛି ଘରୋଇ ସ୍କୁଲ ବହି ଆଣିବା ଉପରେ ଗୁରୁତ୍ବ ଦେଉଛନ୍ତି । ଯାହା ପିଲାମାନଙ୍କୁ ଚାପଗ୍ରସ୍ତ କରିବା ସହ ଶାରୀରିକ ଅସୁସ୍ଥ କରି ଦେଉଛି ।

ମହିଳା କମିଶନ ଓ ଶିଶୁ ସୁରକ୍ଷା ଆୟୋଗ ନିଯୁକ୍ତି ପରେ ଏବେ ନିଗମ ଓ ବୋର୍ଡ ନିଯୁକ୍ତି

ମହିଳା କମିଶନ ଓ ଶିଶୁ ସୁରକ୍ଷା ଆୟୋଗ ନିଯୁକ୍ତି ପରେ ଏବେ ନିଗମ ଓ ବୋର୍ଡ ନିଯୁକ୍ତି। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ଦିଲ୍ଲୀ ଗସ୍ତରେ ଥିବାରୁ ଚର୍ଚ୍ଚା ଜୋରଦାର। ଦିଲ୍ଲୀରୁ ଫେରିବା ପରେ ଆସିପାରେ ନିଗମ ଓ ବୋର୍ଡର ପ୍ରଥମ ତାଲିକା। ବଢୁଛି ଆଶାୟୀଙ୍କ ସଂଖ୍ୟା, ଚିନ୍ତାରେ ଟିମ୍ ବିଜେପି। କାହାକୁ କେଉଁ ପଦରେ ଥଇଥାନ କରାଯିବ, ତାର ଖସଡ଼ା ପ୍ରସ୍ତୁତ ହେଉଛି। ଦଳୀୟ ଆନୁଗତ୍ୟ, ଦକ୍ଷତା, ଅଭିଜ୍ଞତା ହେବ ମାପକାଠି। ନିଗମ, ବୋର୍ଡ ସହ ଖୁବଶୀଘ୍ର ଗଢ଼ାଯିବ ରାଜ୍ୟ ବିଜେପି ଟିମ୍। କେଉଁମାନେ ସଙ୍ଗଠନ ପାଇଁ କାମ କରିବେ, କେଉଁମାନେ ସରକାରଙ୍କ ସହ ରହିବେ, ତାର ତାଲିକା ଏକ ପ୍ରକାର ପ୍ରସ୍ତୁତ ହୋଇସାରିଛି। ଉଭୟ ନେତା ଦିଲ୍ଲୀରୁ ଫେରିବା ପରେ ଏଥିରେ ମୋହର ବାଜିବ। ଚଳଚ୍ଚିତ୍ର ନିଗମ, ଅର୍ଥ ନିଗମ, କାଜୁ ନିଗମ, ଖଦୀ ବୋର୍ଡ, ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଲାଭଜନକ ସଂସ୍ଥା ଉପରେ ରହିଛି ଆଶାୟୀଙ୍କ ନଜର।

ରାଜ୍ୟରେ ମୋଟ ୫୬ଟି ନିଗମ ଥିବା ବେଳେ, କିଛି ନିଗମରେ ଅଫିସର ମାନଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିରୁ ୪୦ଟି ନିଗମ ଏବଂ ବୋର୍ଡରେ ରାଜନୈତିକ ନିଯୁକ୍ତି ଦିଆଯିବ। ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ନେତାଙ୍କ ସହ କିଛି ବିଧାୟକଙ୍କ ନଜର ବି ନିଗମ ବୋର୍ଡ ଉପରେ ରହିଛି। ଯେଉଁମାନଙ୍କୁ ସରକାରୀ ବ୍ୟବସ୍ଥାରେ ଥିଇଥାନ କରାଯାଇ ନପାରିବ, ସେମାନଙ୍କୁ ରାଜ୍ୟ ଟିମରେ ଗୁରୁଦାୟିତ୍ବ ଦିଆଯିବ। ରାଜ୍ୟ ବିଜେପି ଟିମ୍, ନିଗମ ଓ ବୋର୍ଡ ନିଯୁକ୍ତି ପାଇଁ ଏକା ସାଙ୍ଗରେ ଚାଲିଛି ଅଙ୍କକଷା। ମହିଳା ବିକାଶ ନିଗମ, ବନ ନିଗମ, କ୍ଷୁଦ୍ର ଶିଳ୍ପ ନିଗମ, ଉଠା ଜଳସେଚନ ନିଗମ, ପଣ୍ୟଗାର ନିଗମ ଭଳି ସଂସ୍ଥା ହାତେଇବାକୁ ନେତାମାନେ ଲବି ମଧ୍ୟ ଆରମ୍ଭ କରିଛନ୍ତି। ପୁଣି ଥରେ ସଭାପତି ଦାୟିତ୍ବ ନେବା ପରେ ନିଜ ଟିମ୍ ଗଢିବା ସହ ନିଗମ ଓ ବୋର୍ଡ ନିଯୁକ୍ତି ମଧ୍ୟ ଦଳ ପାଇଁ ବଡ଼ ଆହ୍ବାନ। ଶୃଙ୍ଖଳିତ ଦଳ କଥା କହି ଆଶାୟୀମାନେ ନିଯୁକ୍ତି ନେଇ ମୁହଁ ଖୋଲୁନଥିବା ବେଳେ, ସମସ୍ତଙ୍କ ନଜର ରହିଛି ମୋହନ ଓ ମନମୋହନଙ୍କ ନିଷ୍ପତ୍ତି ଉପରେ।