spot_img
Home Blog Page 5806

ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଅଞ୍ଚଳରେ ବୋମାମାଡ଼, ୨ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ଆଜାଦନଗର ଅଞ୍ଚଳରେ ବୋମାମାଡ଼ ହୋଇଛି । ଗୋଟିଏ ଗୋଷ୍ଠୀ ପକ୍ଷରୁ ବୋମାମାଡ଼ ସହ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଫଳରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଏୟାର ଫିଲ୍ଡ ଥାନା ପୁଲିସ ।

 

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆସୁଥିବା ବେଳେ ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଦିନ ୧୧ଟା ୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ଉପରାଷ୍ଟ୍ରପତି ରାଜଭବନକୁ ଯିବାର କାର୍ଯ୍ୟକ୍ରମ ରହିଛି ।

ଅପରାହ୍ନ ୪ଟା ୪୫ ମିନିଟରେ କଟକର ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନରେ ପହଞ୍ଚିବାର କାର୍ଯ୍ୟକ୍ରମର ରହିଛି । ଏବଂ ସେଠାରେ ସାରଳା ଦାସଙ୍କ ୬୦୦ତମ ଜନ୍ମ ଜୟନ୍ତୀରେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି । ପରେ ରାଜଭବନକୁ ଫେରି ରାତ୍ରିଯାପନ କରିବେ ଉପରାଷ୍ଟ୍ରପତି । ୩ତାରିଖ ୧୦ଟା ୧୦ ମିନିଟରେ ଉତ୍କଳ ବିଶ୍ୟବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

ଉତ୍ତର-ପୂର୍ବ ଓଡ଼ିଶାରେ ବିଦ୍ୟୁତ୍ ବିତରଣ ଦାୟିତ୍ୱ ନେଲା ଟାଟା ପାୱାର

ଭୁବନେଶ୍ୱର: ଦେଶର ବୃହତ୍ତ ଶକ୍ତି କମ୍ପାନୀ ଟାଟା ପାୱାର ନେସ୍କୋ ଠାରୁ ପରିଚାଳନା ଭାର ଗ୍ରହଣ କରିଛି । ଏଣିକି ନେସ୍କୋ ଟିପି ନର୍ଥନ ଓଡ଼ିଶା ଡିଷ୍ଟ୍ରିବୁସନ୍ ଲିମିଟେଡ୍ (TPNODL) ଅଧୀନରେ ପରିଚାଳିତ ହେବ । ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (OERC) ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଟାଟା ପାୱାର ୫୧ ପ୍ରତିଶତ ଅଂଶଧନ ସହ ପରିଚାଳନା ନିୟନ୍ତ୍ରଣ କରିବ । ସେହିଭଳି ରାଜ୍ୟ ସରକାରଙ୍କ ସଂସ୍ଥା ଗ୍ରୀଡକୋ ପାଖରେ ୪୯ ପ୍ରତିଶତ ମାଲିକାନା ରହିବ ।

Tata Power takes over power distribution in North Eastern Odisha from 1st April 2021

ନେସ୍କୋର ୫ଟି ସର୍କଲରେ TPNODL ୨ ମିଲିୟନରୁ ଅଧିକ ଗ୍ରାହକଙ୍କୁ ବାର୍ଷିକ ୫୪୫୦ ଏମୟୁଏସ୍ ବିଦ୍ୟୁତ୍ ବିତରଣ କରିବ । ବାଲେଶ୍ୱର, ଭଦ୍ରକ, ବାରିପଦା, ଯାଜପୁର ଓ କେନ୍ଦୁଝରରେ ସେବା ଯୋଗାଇବ । ୨୭ ହଜାର ସ୍କୋୟାର୍ କିଲୋମିଟର ଭୌଗଳିକ ଅଞ୍ଚଳରେ ବିଦ୍ୟୁତ୍ ବିତରଣ କରିବ ଟାଟା ପାୱାର । ୨୫ ବର୍ଷ ଲାଗି ଟାଟା ପାୱାରକୁ ବିତରଣ ଦାୟିତ୍ୱ ଦିଆଯାଇଛି ।

ଏବେ ଟାଟା ପାୱାର ସାରା ରାଜ୍ୟରେ ବିଦ୍ୟୁତ୍ ବିତରଣ କରୁଛି । ଟାଟା ପାୱାର ପାଖରେ ୯ ମିଲିୟନ୍ ଗ୍ରାହକ ଅଛନ୍ତି । ଏବେ ଟାଟା ପାୱାର ପାଖରେ ମୁମ୍ବାଇ, ନୂଆଦିଲ୍ଲୀ, ଓଡ଼ିଶା ଓ ଆଜମେରରେ ୧୧.୫ ମିଲିୟନ୍ ଗ୍ରାହକ ଅଛନ୍ତି । ଦେଶର ବୃହତ୍ତ ବିଦ୍ୟୁତ୍ ବିତରଣ କମ୍ପାନୀ ହେଉଛି ଟାଟା ପାୱାର ।

ଦେଶର ୩୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟାଇଟଲ୍ ଜିତିଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଦେଶର ୩୫ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇଲେ ଓଡ଼ିଆ ଝିଅ । ଦିଲ୍ଲୀର ମାର୍ଚ୍ଚ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ନେଷ୍ଟ ଟପ୍ ମଡେଲ୍ ସିଜିନ୍-୩ର ଟାଇଟଲ୍ ଜିତିଛନ୍ତି ଓଡ଼ିଆ ଝିଅ ଦିଗଦର୍ଶୀ ମିଶ୍ର । ନେଷ୍ଟ ଟପ୍ ମଡେଲ୍ ସିଜିନ୍-୩ରେ ସାରା ଦେଶରୁ ୩୫ ଜଣ ପ୍ରତିଯୋଗୀ ଥିଲେ । ଏଥିରେ ସମସ୍ତଙ୍କୁ ପଛରେ ପକାଇ ଭଦ୍ରକର ଝିଅ ଟାଇଟଲ୍ ହାସଲ କରିଛନ୍ତି ।

Bhadrak Girl Digadarshi Bagged Nest Top Model Session 3 Title 

ଦୁଇ ଦିନ ଧରି ନୂଆଦିଲ୍ଲୀରେ ପିଜି-୩ ଏଣ୍ଟରଟେନମେଣ୍ଟ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ସଫଳତା ପାଇଁ ପଛରେ ବାପା, ମାଆ, ଭାଇମାନଙ୍କ ପ୍ରେରଣା ଥିବା ଦିଗଦର୍ଶୀ କହିଛନ୍ତି । ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ସଫଳତା ହାସଲ ପାଇଁ ଲକ୍ଷ୍ୟ ରଖିଥିବା ଦିଗଦର୍ଶୀ ପାଠପଢ଼ାରେ ମଧ୍ୟ ରୂଚି ରଖିଛନ୍ତି ।

କରୋନା ପଜିଟିଭଙ୍କ ଶବ ସତ୍କାର କଲେ ବ୍ଲକ ଅଧ୍ୟକ୍ଷ

ମାହାଙ୍ଗା: କରୋନା ସଂକ୍ରମିତଙ୍କ ମୃତ୍ୟ ପରେ ଶେଷକୃତ୍ୟ ଲାଗି ପୁଅ ଓ ଝିଅଙ୍କୁ ଛାଡି ଭୟରେ କେହି ଆସିନଥିଲେ । କିନ୍ତୁ ସାହସର ସହ କୋଭିଡ ନିୟମ ଅନୁଯାୟୀ ମୃତକଙ୍କ ଶେଷକୃତ୍ୟ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ମାହାଙ୍ଗା ବ୍ଲକ ଅଧ୍ୟକ୍ଷ । ଏଥିରେ ତାଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ରର ବିତ୍ତ ପରିଚାଳକ ସହଯୋଗ କରିଛନ୍ତି ।

 Mahanga Block Chairman Performed Last Rites Of Covid Dead Body

ଶ୍ରୀକୃଷ୍ଣପୁର ପଞ୍ଚାୟତ ରାମଚନ୍ଦ୍ରପୁର ଗାଁର ଜନୈକ ୫୬ ବର୍ଷୀଅ ବ୍ୟକ୍ତି କରୋନା ସଂକ୍ରମିତ ହେବା ପରେ କଟକ ବଡ଼ମେଡ଼ିକାଲରେ ୩ ଦିନ ଧରି ଚିକିତ୍ସିତ ହୋଇଥିଲେ । ଘରକୁ ଫେରି ଗୃହ ସଙ୍ଗରୋଧରେ ଥିଲେ । ଗୁରୁବାର ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ମାତ୍ର କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବାରୁ ଆତ୍ମୀୟ ସ୍ୱଜନ, ଭାଇ, ବନ୍ଧୁ ଓ ପଡ଼ୋଶୀ କେହି ଆସିନଥିଲେ ।

 Mahanga Block Chairman Performed Last Rites Of Covid Dead Body

ମୃତକଙ୍କ ଝିଅ ଓ ପୁଅ ସହ ମାହାଙ୍ଗ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିତ୍ତ ପରିଚାଳକ ସନ୍ତୋଷ ଶତପଥୀ, ଦୁଇ ଜଣ ସିକ୍ୟୁରିଟ ଗାର୍ଡ ଶବ ସତ୍କାର କରିଥିଲେ । ମୃତଦେହକୁ ଆମ୍ବୁଲାନ୍ସରେ ରାମଚନ୍ଦ୍ରପୁରକୁ ନେଇ ସେଠାରେ ଶେଷ କୃତ୍ୟ ସମ୍ପନ୍ନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଓ ବିତ୍ତ ପରିଚାଳକଙ୍କ ଏହି କାର୍ଯ୍ୟକୁ ସାଧାରଣର ପ୍ରଶଂସା କରାଯାଇଛି ।

ସୈନିକଙ୍କ ପାଇଁ ହାଲୁକା ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ତିଆରି କଲା DRDO

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଓ ଗବେଷଣା ସଂସ୍ଥାର ଲାବ୍ ଡିଫେନ୍ସ ମ୍ୟାଟେରିଆଲ୍ ଆଣ୍ଡ ଷ୍ଟୋର୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟବ୍ଲିସମେଣ୍ଟ ହାଲୁକା ଓଜନର ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପ୍ରସ୍ତୁତ କରିଛି । ଏହି ବୁଲେଟ୍ ପ୍ରୁଫ୍ ଜ୍ୟାକେଟର ଓଜନ ୯ କେଜି । ଏହାକୁ ଭାରତୀୟ ସେନାର ଗୁଣାତ୍ମକ ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି ।

ଫ୍ରଣ୍ଟ ହାର୍ଡ ଆର୍ମର ପ୍ୟାନେଲ୍ ଜ୍ୟାକେଟର ପରୀକ୍ଷଣ ଟର୍ମିନଲ ବାଲିଷ୍ଟିକ୍ ରିସର୍ଚ୍ଚ ଲାବ୍ରୋଟୋରୀ ଚଣ୍ଡିଗଡ଼ରେ କରାଯାଇଛି । ଏହି ସମୟରେ ସମସ୍ତ ଜରୁରୀ ବିଆଇଏସ୍ ମାନଦଣ୍ଡ ପୂରା କରାଯାଇଛି । ଏହି ସ୍ୱତନ୍ତ୍ର ହାଲୁକା ଜ୍ୟାକେଟକୁ ସେନା ପାଇଁ ତିଆରି କରାଯାଇଛି ।

ସୈନିକଙ୍କ ଜୀବନ ରକ୍ଷା ପ୍ରଯୁକ୍ତ ଏହି ଜ୍ୟାକେଟକୁ ଆରାମଦାୟକ କରିବା ଲାଗି ପ୍ରତି ଗ୍ରାମର ବିଶେଷ ଭୂମିକା ରହିଛି । ମଧ୍ୟମ ଆକାରର ବୁଲେଟ୍ ପ୍ରୁଫ୍ ଜ୍ୟାକେଟର ଓଜନ ୧୦.୪ କିଲୋଗ୍ରାମରୁ ହ୍ରାସ୍ କରାଯାଇ ୯ କିଲୋଗ୍ରାମ କରାଯାଇଛି ।

ରଙ୍ଗ ଖେଳରୁ ଗୋଷ୍ଠୀ ସଂଘର୍ଷ, ୧୦ରୁ ଅଧିକ ଆହତ

ପଟ୍ଟାମୁଣ୍ଡାଇ: ରଙ୍ଗ ଖେଳରୁ ମହାଭାରତ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି । ଏଥିରେ ୧୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଗାଁରେ ହୋଲି ଖେଳ ଚାଲିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିବାଦ ଦେଖା ଦେଇଥିଲା । ପରେ ପରେ ଏହା ଉଗ୍ରରୂପ ଧାରଣ କରିଥିଲା ।

 Group Clash During Holi Celebration In Pattamundai

ଉଭୟ ଗୋଷ୍ଠୀ ପାଇପ୍ ଓ ଠେଙ୍ଗାରେ ପରସ୍ପରକୁ ଆକ୍ରମଣ କରିଥିଲେ। ଫଳରେ ଉଭୟ ପକ୍ଷର ୧୦ରୁ ଅଧିକ ପୁରୁଷ ଓ ମହିଳା ଆହତ ହେଇ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୭ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଅଳପୁଆ ଗାଁ ଓ ଡାକ୍ତରଖାନାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ୟୋମକେଶ ରାୟ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ଉପାଧିରେ ସମ୍ମାନିତ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବ ପାଳନ ହେଉଛି । ସମାବର୍ତ୍ତନ ଉତ୍ସବର ପ୍ରଥମ ଦିବସରେ ୨୦୧୭-୨୦୧୯ ବର୍ଷରେ ପତ୍ୟେକ ବିଭାଗରେ ଉତ୍କର୍ଷତା ଲାଭ କରିଥିବା ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ ସହ ପି.ଏଚ.ଡି ଏବଂ ଡି.ଲିଟ୍‌ ଉପାଧି ପ୍ରଦାନ କରାଯାଇଛି । ଏହି ଅବସରରେ ଚାନ୍ଦବାଲି ବିଧାୟକ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ. ବ୍ୟୋମକେଶ ରାୟଙ୍କୁ ରାଜନୀତି ବିଜ୍ଞାନରେ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ଉପାଧିରେ ସମ୍ମାନିତ କରାଯାଇଛି ।

ଏହି ଉପାଧିରେ ବିଭୂଷିତ ହେଲା ପରେ ଡଃ. ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ- ‘ସମଗ୍ର ଭାରତ ବର୍ଷରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସ୍ୱତନ୍ତ୍ରତା ବଜାୟ ରଖିଥିବା ଅନନ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟର ଅଫ୍ ଫିଲୋସଫି ଡିଗ୍ରୀ ଉପାଧିରେ ସମ୍ମାନିତ ହୋଇ ନିଜକୁ ଗୌରାବାନ୍ୱିତ ଅନୁଭବ କରୁଛି ।’

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ନାଇଜର ଅଧକ୍ଷ ପ୍ରଫେସର ସୁଧାକର ପଣ୍ଡା, ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ବସନ୍ତ ମଲ୍ଲିକ, ଉତ୍କଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟାର ଅଭୟକୁମାର ନାୟକ, ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ- ଡଃ ରାୟ ଓଡ଼ିଶାର ଜଣେ ମେଧାବୀ ଛାତ୍ର ରୁପେ ପରିଚିତ । ରେଭେନ୍ସା ବିଶ୍ୱବିଦ୍ୟାଳରୁ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପି.ଜି, ଏମ୍ ଫିଲ୍ ପି.ଏଚ.ଡି ଡିଗ୍ରୀ ଲାଭ କରିଛନ୍ତି ।

ବନ୍ଦ ଘରୁ ମାଆଝିଅଙ୍କ ମୃତଦେହ ଉଦ୍ଧାର 

ସମ୍ବଲପୁର: ସମ୍ବଲପୁର ଜିଲ୍ଲା କିସିଣ୍ଡାରେ ବନ୍ଦ ଘରୁ ମାଆଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତକ ହେଲେ ସୁଜାତା ପଟେଲ ଓ ତାଙ୍କ ଝିଅ ଉତ୍କଳିକା । ମଙ୍ଗଳବାର ଦିନଠୁ ସ୍ବାମୀ କିଶୋର ପଟେଲ ବଡ଼ଝିଅ ଓ ବାପାମାଙ୍କୁ ନେଇ ସୁନ୍ଦରଗଡ଼ ଯାଇଥିଲେ ।

Mother And Sister Dead Body Found In Locked House In Sambalpur

ସେଠାରେ ଏକ ବିବାହ ଉତ୍ସବରେ ଯୋଗଦେଇ ଆଜି ଫେରିଥିବା ବେଳେ, ବନ୍ଦ ଘରେ ମାଆ ଝିଅଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । କିସିଣ୍ଡା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତନାଘନା ଆରମ୍ଭ କରିଛି ।

ଗତବର୍ଷଠାରୁ ଏଥର ୧୮ ପ୍ରତିଶତ ଅଧିକ ଧାନ କିଣିଛି ରାଜ୍ୟ

ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ବମ୍ପର ଧାନ ସଂଗ୍ରହ ହୋଇଛି । ଗତବର୍ଷଠାରୁ ଏଥର ୧୮ ପ୍ରତିଶତ ଅଧିକ ଧାନ କିଣାଯାଇଛି । ମାର୍ଚ୍ଚ ୩୧ରେ ଧାନ ସଂଗ୍ରହ ଅବଧି ସରିବା ପରେ ଏଭଳି ତଥ୍ୟ ଦେଇଛି ଯୋଗାଣ ବିଭାଗ । ୧୧ ଲକ୍ଷ ୯୨ ହଜାର ୧୧୨ ଜଣ ଚାଷୀ ଏବର୍ଷ ଧାନ ବିକିଛନ୍ତି । ତେବେ ମଣ୍ଡିରେ ଏବେବି ଧାନ ପଡ଼ିଥିବାରୁ ଧାନ କିଣା ଅବଧିକୁ ଆଉ ମାସେ ବୃଦ୍ଧି କରିବା ପାଇଁ ବିରୋଧୀ ଦାବି କରିଛନ୍ତି । ସେପଟେ ଶାସକ ଦଳ କହିଛି, ସରକାର ଆବଶ୍ୟକତାଠାରୁ ଅଧିକ ଧାନ କିଣିଛନ୍ତି । ତେଣୁ ଅବଧି ବୃଦ୍ଧି ହେବ କି ନାହିଁ, ସେନେଇ ବିଚାର ବିମର୍ଶ ଚାଲିଛି ।

Odisha Buyed Paddy More Than 18 Percentage Against Last Year

ରାଜ୍ୟରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୫୩ ଲକ୍ଷ ୩୧ ହଜାର ୧୮୬ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ଏବର୍ଷ ୬୨ ଲକ୍ଷ ୯୩ ହଜାର ୭୫୨ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି । ଯାହାକି ଗତବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ । ଉପାନ୍ତ ଅଞ୍ଚଳ କୋରାପୁଟରେ ୪୦ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଥିବା ବେଳେ ବରଗଡ଼ରେ ୧୩ ପ୍ରତିଶତ, ବଲାଙ୍ଗିରରେ ୨୨ ପ୍ରତିଶତ, କଳାହାଣ୍ଡିରେ ୧୪ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି । ଧାନ ବିକ୍ରି ପାଇଁ ୧୪ ଲକ୍ଷ ୯୯ ହଜାର ୯୪୨ ଜଣ ଚାଷୀ ପଞ୍ଜିକରଣ କରିଥିଲେ । ସେଥିରୁ ୧୪ ଲକ୍ଷ ୪୭ ହଜାର ୪୯୫ ଜଣ ଚାଷୀଙ୍କୁ ଯାଞ୍ଚ କରାଯାଇଛି । ୧୧ଲକ୍ଷ ୯୨ହଜାର ୧୧୨ଚାଷୀ ଧାନ ବିକ୍ରି କରିଛନ୍ତି । ଏଥିପାଇଁ ୧୧ହଜାର ୮୩ ଲକ୍ଷ ୮୦୬କୋଟି ଟଙ୍କା ଖର୍ଚ୍ଚ ହୋଇଛି । ତେବେ ମାର୍ଚ୍ଚ ୩୧ ତାରିଖ ଧାନ ସଂଗ୍ରହ ଶେଷ ହୋଇଥିବା ବେଳେ ପୁନର୍ବାର ସରକାର ଅବଧି ବୃଦ୍ଧି କରିବେ କି ନାହିଁ ତାହା ସରକାର ନିଷ୍ପତ୍ତି ନେବେ ବୋଲି ବିଜେଡି କହିଛି ।

Odisha Buyed Paddy More Than 18 Percentage Against Last Year

ରାଜ୍ୟରେ ଏଥର ବମ୍ପର କ୍ରପ ହୋଇଛି । ସମସ୍ତ ପ୍ରକୃତ ଚାଷୀଙ୍କଠାରୁ ସରକାର ଧାନ ସଂଗ୍ରହ କରିଥିବା କହିଛନ୍ତି । ତେବେ ଆଉ ମାସେ ଅବଧି ବୃଦ୍ଧି କରିବାକୁ ଦାବି କରିଛନ୍ତି ବିରୋଧୀ । ଧାନ ସଂଗ୍ରହ ଓ ମଣ୍ଡି ସମସ୍ୟାକୁ ନେଇ ବିଧାନସଭାରେ ତିନି ଥର ବିଭାଗୀୟ ମନ୍ତ୍ରୀ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ତେବେ ଧାନ ସଂଗ୍ରହ ବାବଦ ଟଙ୍କା କେନ୍ଦ୍ର ନଦେବା ଓ ଏଫସିଆଇ ଠିକ୍‌ରେ ତାର ଦାୟିତ୍ବ ନତୁଲେଇବା ନେଇ ପ୍ରଶ୍ନ ଉଠିଛି । ସେପଟେ ଏପ୍ରସଙ୍ଗକୁ ନେଇ ଥମୁନି ରାଜନୀତି ।