spot_img
Home Blog Page 5726

ମହାରାଷ୍ଟ୍ରକୁ ନବୀନ ପଠାଇଲେ ଅକ୍ସିଜେନ, ଉଦ୍ଧବ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର: ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଣ କଲେ ଓଡିଶା ସରକାର । ଦେଶରେ କୋଭିଡ ସ୍ଥିତି ଭୟାନକ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଦାନ୍ୟତା ପ୍ରକାଶ କରିଛନ୍ତି । ରାଜଧାନୀ ଦିଲ୍ଲୀ ପରେ ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଛନ୍ତି ଓଡିଶା ସରକାର । ସେପେଟେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ଧନ୍ୟବାଦ ଜଣାଇଛନ୍ତି । ବିପଦ ବେଳେ ବନ୍ଧୁତାର ହାତ ବଢାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉଦ୍ଧବ ଠାକେର ।

ମହାରାଷ୍ଟ୍ରରେ ଗୋଟେପଟେ ଅକ୍ସିଜେନ ସଂକଟ ଦେଖା ଦେଇଛି । ସ୍ଥିତି ଏପରି ହୋଇଛି ଯେ , ସଂକ୍ରମିତଙ୍କ ପାଇଁ ସମ୍ପର୍କୀୟ ଅକ୍ସିଜେନ ସିଲିଣ୍ଡ ଧରି ମେଡିକାଲ ଆଗରେ ଲାଇନ ଲଗାଇଛନ୍ତି । ଅନ୍ୟପଟେ ଅନେକ ହସ୍ପିଟାଲଲରେ ଅକ୍ସିଜେନ ଅଭାବ ପରିଲିଖିତ ହୋଇଛି । ଏପରି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ କଥା ରଖିଛନ୍ତି ।

ପଶ୍ଚିମବଙ୍ଗରୁ ଫେରିଲେ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା । ଏଣିକି ପଶ୍ଚିମବଙ୍ଗରୁ ଆସିଲେ ଓଡିଶାରେ କ୍ବାରେଣ୍ଡାଇନ ବାଧ୍ୟତାମୂଳକ । ବିଧାନସଭା ନିର୍ବାଚନ ନେଇ ଏବେ ପଶ୍ଚିମବଙ୍ଗରେ ସଭାସମିତି, ପ୍ରଚାର ରାଲି ଜୋର ଜାରି ରହିଛି । ସେଠାରେ ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି । ଦୈନିକ ସଂକ୍ରମଣ ୧୦ ହଜାର ପରେ ଚିହ୍ନଟ ହେଉଛନ୍ତି । ଏପରି ସ୍ଥଳେ ରାଜ୍ୟ ସରକାର ସୁରକ୍ଷା ଦୃଷ୍ଟିରୁ କଟକଣା ଲଗାଇଛନ୍ତି ।

ସେହିପରି ୪୮ଘଣ୍ଟିଆ RTPCR ନେଗେଟିଭ୍ ଥିଲେ ହୋମ୍ କ୍ୱାରେଣ୍ଟାଇନ୍ ଅନୁମତି ମିଳିବ । ଏଭଳି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ୨ଟି କୋଭିଡ୍ ଡୋଜର ପ୍ରମାଣପତ୍ର ଥିଲେ ହୋମ୍ କ୍ୱାରେଣ୍ଟାଇନ୍ ଅନୁମତି ମିଳିବ । ଏଥିସହ ହୋଟେଲ୍ ଓ ଲଜିଂରେ ହୋଇଥିବା କ୍ୱାରେଣ୍ଟାଇନରେ ରହିବେ । ଚେକପୋଷ୍ଟ କରିବାକୁ ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ଶତ ପ୍ରତିଶତ ଚେକିଂ ହେବ । ଆସନ୍ତାକାଲି ଅର୍ଥାତ ୨୩ ଏପ୍ରିଲ ଠାରୁ ପଶ୍ଚିମବଙ୍ଗ ସୀମାନ୍ତ ସବୁ ରାସ୍ତାରେ ଚେକିଂ ହେବ । ମାଇକ୍ ଯୋଗେ ଲୋକମାନଙ୍କୁ ସଚେତନ କରାଯିବ । କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରାଯିବା ସହ ପଶ୍ଚିମବଙ୍ଗ ପେରନ୍ତାଙ୍କ ଉପରେ ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ  ।

ରାଜଧାନୀରେ ହେବ ରିଂ ରୋଡ, ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜଧାନୀରେ ନିର୍ମାଣ ହେବାକୁ ଥିବା ରିଂ ରୋଡ ପ୍ରକଳ୍ପକୁ ମିଲିଛି ମଞ୍ଜୁରୀ । ୬ ଲେନ୍ ବିଶିଷ୍ଟ ଏହି ରିଂ ରୋଡ୍ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା-ଭୁବନେଶ୍ବର- ଆଠଗଡ଼-କଟକ-ଚୌଦ୍ବାରକୁ ଏହି ରିଂ ରୋଡ୍ ସଂଯୋଗ କରିବ । ୧୧୧.୨ କିମି ଦୀର୍ଘ ରିଂ ରୋଡ୍ କାର୍ଯ୍ୟ ଆସନ୍ତା ୩୦ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେହିପରି ଜମି ଅଧିଗ୍ରହଣ ଲାଗି ରାଜ୍ୟ ସରକାର ୬ଶହ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଭୁବନେଶ୍ବର ଚତୁପାର୍ଶ୍ବରେ ଏହି ପ୍ରକଳ୍ପ କରାଯିବ । ଏ ନେଇ ଟୁଇଟ୍ କରି ସୂଚନା ଦେଇଛି ପୂର୍ତ୍ତ ବିଭାଗ । ଏହି ରି ରୋଡ୍ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜଧାନୀରେ ଗାଡ଼ିମୋଟର ଚଳାଚଳ ସୁରୁଖୁରୁରେ ହୋଇପାରିବ । ସହର ମଧ୍ୟରୁ ଭିଡ଼ କମାଇବା ଲାଗି ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର ।

ଫାଇଜର ଭାରତ ସରକାରଙ୍କୁ ଦେଲା ‘ନୋ ପ୍ରଫିଟ୍’ରେ କରୋନା ଟିକା ଅଫର

ନୂଆଦିଲ୍ଲୀ: ଆମେରିକାର ବହୁରାଷ୍ଟ୍ରୀୟ ଔଷଧ କମ୍ପାନୀ ଫାଇଜର ଭାରତକୁ ବିନା ଲାଭରେ କେବଳ ଉତ୍ପଦନ ଖର୍ଚ୍ଚ ମୁଲ୍ୟରେ ତାର କରୋନା ଟିକା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି । କମ୍ପାନୀର ଜଣେ ମୁଖପାତ୍ର ଗୁରୁବାର ଦିନ ଏହି କଥା କହିଛନ୍ତି । ସେ କହିଛନ୍ତି ଯେ, ଏଥିପାଇଁ ଭାରତ ସରକାରଙ୍କ ସହିତ ଆଲୋଚନା ଚାଲିଛି ।

ଫାଇଜର ମୁଖପାତ୍ର ଏକ ବୟାନ ଜାରି କରି କହିଛନ୍ତି ଯେ,‘‘ ଭାରତ ର କରୋନା ଟିକାକରଣ କାର୍ଯ୍ୟକ୍ରମ ପାଇଁ ଫାଇଜର ‘ନୋ ପ୍ରଫିଟ୍’ ମୂଲ୍ୟରେ କରୋନା ଟିକା ପାଇଁ ପ୍ରସ୍ତାବ ଦିଆଯାଇଛି । ଆମେ ଏନେଇ ଭାରତ ସରକାରଙ୍କ ସହିତ ଆଲୋଚନା କରୁଛୁ । ଭାରତର ଟିକାକରଣ କାର୍ଯ୍ୟକ୍ରମକୁ ଟିକା ଯୋଗାଇ ଦେବାକୁ ଆମେ ପ୍ରତିସ୍ରୁତିବଦ୍ଧ ।

ଫାଇଜର ଟିକାର ମୂଲ୍ୟକୁ ନେଇ ଯେଉଁ ରିପୋର୍ଟ ପ୍ରକାଶିତ ହୋଇଛି ତାକୁ କମ୍ପାନୀ ମୁଖପାତ୍ର ଖାରଜ କରି ଦେଇଛନ୍ତି । ସେ କହିଛନ୍ତି ଯେ, ବିକଶିତ,ବିକାଶଶୀଳ ଓ ଗରିବ ରାଷ୍ଟ୍ରଙ୍କ ପାଇଁ ଏହାର ମୂଲ୍ୟ ଅଲଗା ଅଲଗା ରଖାଯାଇଛି । ବିଶ୍ୱର ସମସ୍ତ ଲୋକଙ୍କ ପାଖରେ ଟିକା ପହଂଚାଇବା ପାଇଁ କମ୍ପାନୀ ପ୍ରତିସ୍ରୁତିବଦ୍ଧ । ବର୍ତ୍ତମାନର ମହାମାରୀ ପରିସ୍ଥିତିରେ କମ୍ପାନୀ ପାଇଁ କେବଳ ସରକାରଙ୍କୁ ହିଁ ଟିକା ଯୋଗାଇଦେବା ପ୍ରାଥମିକତା । ଭାରତରେ ମଧ୍ୟ ଆମର ଏହି ନୀତି ରହିବ ।

ସୂଚନାଯୋଗ୍ୟ ଯେ, ଟିକାକରଣ କାର୍ଯ୍ୟକ୍ରମକୁ ଗତି ପ୍ରଦାନ କରିବାକୁ ଭାରତ ସରକାର ଗତ ସପ୍ତାହରେ ମଡୋର୍ଣ୍ଣା,ଫାଇଜର ଓ ଜନସନ୍ ଆଣ୍ଡ୍ ଜନସନର ଟିକାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଫାଇଜର ତା’ର ଟିକାକୁ ଆମେରିକା ୧୯.୫ ଡଲାର( ଭାରତୀୟ ମୁଦ୍ରାରେ ପ୍ରାୟ ୧୫ଶହ ଟଙ୍କା) ଓ ୟୁରୋପୀୟ ରାଷ୍ଟ୍ରଙ୍କୁ ୧୭୦୦ ଟଙ୍କାରେ ବିକ୍ରି କରୁଛି । ଭାରତରେ ଏପର୍ଯ୍ୟନ୍ତ ଏହାର ମୂଲ୍ୟ ନିର୍ଧାରିତ ହୋଇନାହିଁ ।

ଅମ୍ଲଜାନ ପରିବହନ କରୁଥିବା ଗାଡିକୁ କେହି ଅଟକାଇ ପାରିବେ ନାହିଁ, ଗାଡି ଅଟକିଲେ ଜିଲ୍ଲାପାଳ,ଏସପି ଦାୟି ରହିବେ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଅମ୍ଲଜାନ ଅଭାବକୁ ନେଇ ସ୍ଥିତି ସାଂଘାତିକ ହୋଇଥିବା ବେଳେ କେନ୍ଦ୍ର ସରକାର ଡ୍ୟାମେଜ୍ କଣ୍ଟ୍ରୋଲ ମୋଡକୁ ଆସିଛନ୍ତି । ଗୁରୁବାର ଦିନ କେନ୍ଦ୍ର ସମସ୍ତ ରାଜ୍ୟଙ୍କୁ ଅମ୍ଲଜାନ ଉତ୍ପାଦନ ଓ ବିତରଣ ସୁନିଶ୍ଚିତ କରିବାକୁ ଆଦେଶ ଦେଇଛି । ଅମ୍ଲଜାନ ଉତ୍ପାଦନ ଓ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯେମିତି ବିନା ବାଧାରେ ପହଞ୍ଚେ ତାହା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ରହିବ । ଅମ୍ଲଜାନ ପରିବହନରେ କୌଣସି ପ୍ରକାର ଅସୁବିଧା ପାଇଁ ସ୍ଥାନୀୟ ଜିଲ୍ଲାପାଳ ଓ ଏସପି ଦାୟି ରହିବେ ।

କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ଅନେକ ରାଜ୍ୟରେ ଅମ୍ଲଜାନ ଚାହିଦା ବଢିଛି । ଏହାରି ଭିତରେ କିଛି ରାଜ୍ୟ ଅମ୍ଲଜାନ ପରିବହନ ଓ ବିତରଣକୁ ବାଧିତ କରୁଥିବା ଖବର ଆସୁଛି । ଏହି ପୃଷ୍ଠଭୂମିରେ କେନ୍ଦ୍ର ଗୃହସଚିବ ଅଜୟ ଭଲ୍ଲା ୨୦୦୫ର କଠୋର ବିପର୍ଯ୍ୟୟ ପ୍ରବନ୍ଧନ ଆଇନ ଅନ୍ତର୍ଗତରେ ଏହି ଆଦେଶ ଜାରି କରିଛନ୍ତି । ଗୃହ ସଚିବ ଭଲ୍ଲା କହିଛନ୍ତି ଯେ, ସମଗ୍ର ଦେଶରେ ଯେମିତି ମେଡିକାଲ ଅମ୍ଲଜାନ ବିନା ବାଧାରେ ପହଂଚି ପାରିବ ସେଥିପାଇଁ ୨୦୦୫ ବିପର୍ଯ୍ୟୟ ପ୍ରବନ୍ଧନ ଆଇନ ଦେଇଥିବା ଅଧିକାରକୁ ଉପଯୋଗ କରି ଏହି ଆଦେଶ ଦିଆଯାଇଛି ।

ଆଦେଶରେ କୁହାଯାଇଛି ଯେ, ମେଡିକାଲ ଅମ୍ଲଜାନ ପରିବହନ କରୁଥିବା ବାହନ ଗୁଡିକ ଯେଉଁପରି ଭାବେ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ କିମ୍ବା ରାଜ୍ୟ ଭିତରେ ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ ବିନା ବାଧାରେ ଯାତ୍ରା କରିବେ ତାହା ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ କାର୍ଯ୍ୟ ହେବ । ଅମ୍ଲଜାନ ନେଇ ଯାଉଥିବା ଗାଡି ଗୁଡିକୁ ସ୍ୱାଧିନତାର ସହ ଯାତ୍ରା କରିବାର ଅନୁମତି ମିଳିବ । ଯଦି କୌଣସି ଜିଲ୍ଲାରେ ଗାଡିକୁ ଅଟକା ଯାଏ ତେବେ ଏଥିପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଦାୟୀ ରହିବେ । ଏହା ସହ କୌଣସି ମଧ୍ୟ ପରିସ୍ଥିତିରେ ଅମ୍ଲଜାନ ପରିବହନକାରୀ ଗାଡିକୁ ଜବତ କରାଯିବ ନାହିଁ ।

ଘରୋଇ ହସ୍ପିଟାଲରେ କୋଭିଡ ପାଇଁ ୫୦% ବେଡ୍, ମୂଲ୍ୟ ଧାର୍ଯ୍ୟ କଲେ ସରକାର

ଭୁବନେଶ୍ୱର: ଘରୋଇ ହସ୍ପିଟାଲ ପାଇଁ ଆଡଭାଇଜରୀ ଜାରି କଲେ ରାଜ୍ୟ ସରକାର । କୋଭିଡ ସଂକ୍ରମଣ ବୃଦ୍ଧି ନମାମଲାକୁ ଦୃଷ୍ଟିରେ ରଖି ସରକାର ଏହି ନିର୍ଦ୍ଦେଶନାମା ଦେଇଛନ୍ତି । ଆଡଭାଇଜରୀ ଅନୁସାରେ ଘରୋଇ ହସ୍ପିଟାଲରେ ୫୦% ବେଡ୍ ସଂରକ୍ଷଣ ରହିବ । କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଜେନେରାଲ ଓ ICU ବେଡ୍ ମଧ୍ୟ ସଂରକ୍ଷଣ ହୋଇ ରହିବା ନେଇ କହିଛନ୍ତି ସରକାର ।

ସେପଟେ କୋଭିଡ ଯେଉଁଭଳି ଭାବରେ ଅନେକ କୋଭଡ ଆକ୍ରାନ୍ତଙ୍କୁ ଘରୋଇ ହସ୍ପିଟାଲ ପୂର୍ବରୁ ଫେରାଇଦେଉଥିଲେ, ବର୍ତ୍ତମାନ ତାହା ଉପରେ ରୋକ ଲଗାଇଛନ୍ତି ସରକାର । କୌଣସି କୋଭିଡ ରୋଗୀଙ୍କୁ ନ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପଡ଼ିଲେ କୋଭିଡ ରୋଗୀଙ୍କ ପାଇଁ ସବୁ ବେଡ୍ ବ୍ୟବହାର କରାଯାଇପାରିବ ।

ସେପଟେ ଏହି ସବୁ ଅନୁଷ୍ଠାନ କୋଭିଡ ଚିକିତ୍ସା ନେଇ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବେ । ରୋଗୀଙ୍କ ଠାରୁ ମାତ୍ରାଧିକ ଅର୍ଥ ଦାବି କରିପାରିବେନି । ଅତ୍ୟଧିକ ଫି’ ଦାବିକଲେ ଯଦିବା କୈଣସି ରୋଗୀ ଏନେଇ ଅଭିଯୋଗ କରେ କିମ୍ବା ନଜରକୁ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ନେଇ ତାଗିତ କରାଯାଇଛି । ଅନ୍ୟପଟେ କେଉଁ କ୍ଷେତ୍ରରେ ମେଡିକାଲ କେତେ ଟଙ୍କା ରଖିପାରିବେ ସେନେଇ ଚିକିତ୍ସା ଦର ଧାର୍ଯ୍ୟ କରିଛନ୍ତି ସରକାର ।

ଜେନେରାଲ ବେଡ୍ ପାଇଁ ଦୈନିକ ସର୍ବାଧିକ ୧୨ ଶହ ଟଙ୍କା ଖର୍ଚ୍ଚ ହେବ । ICU ବେଡ୍ ପାଇଁ ଦୈନିକ ସର୍ବାଧିକ ଖର୍ଚ୍ଚ ୨ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ଭେଣ୍ଟିଲେଟର ସହ ICU ବେଡ୍ ପାଇଁ ୨ହଜାର ଟଙ୍କା ନେବେ । ଖାଦ୍ୟ, ଔଷଧ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୭୫୦ରୁ ୧୦ହଜାର ଟଙ୍କା ନେବେ । ସାଧାରଣ ବେଡ୍ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ୧୭୫୦ଟଙ୍କା ହେବ । ICU ବେଡ୍ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ଖର୍ଚ୍ଚ ୮ହଜାର ଟଙ୍କା ହେବ । ଭେଣ୍ଟିଲେଣ୍ଟର ସହ ICU ବେଡ୍ ଖର୍ଚ୍ଚ ୧୦ହଜାର ଟଙ୍କା ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି ।

ଆସନ୍ତାକାଲି ପଶ୍ଚିମବଙ୍ଗ ଯିବେନି ମୋଦି, ଉଚ୍ଚସ୍ତରୀୟ କୋଭିଡ ବୈଠକ ଯୋଗୁ କଲେ ବାତିଲ

କୋଲକାତା: ଆସନ୍ତାକାଲି ପଶ୍ଚିମବଙ୍ଗ ନିର୍ବାଚନ ରାଲିରେ ଯୋଗ ଦେବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ ସ୍ଥିତି ସମୀକ୍ଷା କରିବା ଏବଂ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ଯୋଗୁଁ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ପ୍ରାଧନମନ୍ତ୍ରୀ ନିଜେ ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ୨୩ ଏପ୍ରିଲରେ ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମବଙ୍ଗ ଗସ୍ତ ରହିଥିଲା । ମାଲଦା, ମୁର୍ସିଦାବାଦ, ବୀରଭୂମି, ଏବଂ କୋଲକାତାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିତିଲା । ସେପଟେ ଯେହେତୁ ସମଗ୍ରେ ଦେଶରେ କୋଭିଡ ସ୍ଥିତି ଭୟାବହ ହୋଇଛି ଏବଂ ଅନେକ ସ୍ଥାନରେ ଅକ୍ସିଜେନ ଅଭାବ ହେବା ଭଳି ପରିସ୍ଥିତି ପରିଲିଖିତ ହୋଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ବାତିଲ କରିଥିବା ଜଣାପଡିଛି ।

ଦିଲ୍ଲୀ: ୫ ହସ୍ପିଟାଲରେ ସରିଗଲା ଅକ୍ସିଜେନ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ୫ଟି ଡାକ୍ତରଖାନାରେ ଅକ୍ସିଜେନ ଅଭାବରୁ ସାଙ୍ଘାତିକ ଅବସ୍ଥା ଉପୁଜିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଜଣାଇଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ । ଉତ୍ତର ପ୍ରଦେଶର ପୋଲିସ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀ ମାନେ ଅକ୍ସିଜେନ ଟ୍ୟାଙ୍କର ଗୁଡ଼ିକୁ ଅଟକାଇ ରଖିଥିବାରୁ ଦିଲ୍ଲୀରେ ତାହା ଠିକ ସମୟରେ ପହଞ୍ଚିପାରୁ ନାହିଁ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଚିଠି ଉଲ୍ଲେଖ କରିଛନ୍ତି ।

ଅନ୍ୟ ପଟେ କରୋନା କାଳରେ ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ଅକ୍ସିଜେନକୁ ନେଇ ହାହାକାର ସ୍ଥିତି । ଦୈନିକ ସଂକ୍ରମଣ ଶିଖର ଛୁଇଁଥିବା ବେଳେ ଅକ୍ସିଜେନ୍ ଅଭାବ ଏବେ ସବୁଠୁ ବଡ଼ ସଙ୍କଟ ସୃଷ୍ଟି କରିଛି । ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସିଲିଣ୍ଡର ଅଭାବ ଯୋଗୁ ଦୈନିକ ବହୁ କରୋନା ରୋଗୀଙ୍କ ମୃତ୍ୟୁ ହେଉଛି । ଅନେକ ରାଜ୍ୟରେ ମାତ୍ର କେଇ ଘଣ୍ଟା ପାଇଁ ଅକ୍ସିଜେନ୍ ଷ୍ଟକ ରହିଛି । ଏଭଳି ସ୍ଥିତିରେ ଦେଶରେ ଅକ୍ସିଜେନ୍ ସିଲିଣ୍ଡର ଷ୍ଟକକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି ।

ଦେଶରେ ଲିକୁଇଡ୍ ଅକ୍ସିଜେନ୍ ଆବଶ୍ୟକ ପରିମାଣର ଷ୍ଟକ ଅଛି । ହେଲେ ଟ୍ରାନ୍ସପୋର୍ଟିଂ ସୁବିଧା ନ ଥିବାରୁ ଫ୍ୟାକଟ୍ରିରୁ ହସ୍ପିଟାଲ ଅକ୍ସିଜେନ ପହଞ୍ଚି ପାରୁନି ବୋଲି କହିଛି ଅକ୍ସିଜେନ୍ ପ୍ରସ୍ତୁତ କରୁଥିବା ସବୁଠୁ ବଡ଼ କମ୍ପାନୀ । ମହାରାଷ୍ଟ୍ରରେ ସବୁଠୁ ଅଧିକ ଅକ୍ସିଜେନ୍ ମାନୁଫାକଚରିଂ ଫ୍ୟାକଟ୍ରି ରହିଛି । ଗୁଜୁରାଟରେ ମଧ୍ୟ ବହୁ କମ୍ପାନୀ ଅକ୍ସିଜେନ୍ ପ୍ରସ୍ତୁତ କରୁଛନ୍ତି । ହେଲେ ମଧ୍ୟପ୍ରଦେଶରେ ଗୋଟିଏ ବି ମାନୁଫାକଚରିଂ କମ୍ପାନୀ ନ ଥିବାରୁ ଏହା ପଡୋଶୀ ରାଜ୍ୟ ଉପରେ ନିର୍ଭରଶୀଳ । ଟ୍ରାନ୍ସପୋର୍ଟ ଓ ଡିଷ୍ଟ୍ରିବ୍ୟୁସନ ଠିକ୍ ଭାବେ ହୋଇପାରୁ ନ ଥିବାରୁ କେତେକ ରାଜ୍ୟରେ ଅକ୍ସିଜେନ୍ ଅଭାବ ଦେଖିବାକୁ ମିଳିଛି ।

ଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା; ଅଭିଯୁକ୍ତକୁ ଫାଶୀ ନୁହେଁ ଆଜୀବନ କାରାଦଣ୍ଡ ଦେଲେ କୋର୍ଟ

ଅନୁଗୁଳ: ଦୁଷ୍କର୍ମକାରୀ ଅଭିଯୁକ୍ତର ରଦ୍ଦ ହେଲା ଫାଶୀ ଦଣ୍ଡାଦେଶ । ଫାଶୀ ଦଣ୍ଡାଦେଶ ପରିବର୍ତ୍ତେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ହାଇକୋର୍ଟ । ଅନୁଗୁଳ ଜିଲ୍ଲା କାଙ୍ଗୁଲା ଗାଁରେ ୨୦୧୯, ଜାନୁଆରି ୨୦ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଅଭିଯୁକ୍ତ ଜଣକ ନାବାଳିକାକୁ ଦୁଷ୍କର୍ମ କରିବା ପରେ ପଥରରେ ଛେଚି ହତ୍ୟା କରିଥିଲା ।

ସୂଚନା ଅନୁଯାୟୀ ସେହି ଗାଁର ସରୋଜ ମହାରଣାଙ୍କ ୧୨ ବର୍ଷିୟା ଝିଅ ସେଦିନ ବାପାଙ୍କ ପାଇଁ ଘରୁ ଖାଦ୍ୟ ନେଇ ତାଙ୍କ ଦୋକାନକୁ ଯାଉଥିବା ବେଳେ ବାଟରେ ଅଭିଯୁକ୍ତ ଅନାମ ନାବାଳିକାକୁ ଦୁଷ୍କର୍ମ କରିଥିଲା। ପରେ ଅନାମ ପଥରେ ଛେଚି ପୀଡିତାକୁ ହତ୍ୟା କରିଥିଲା। ଏନେଇ ମୃତକଙ୍କ ପରିବାର ଅଭିଯୁକ୍ତ ଅନାମ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ । ପୁଲିସ ଅନାମକୁ କୋଲକାତାରୁ ଗିରଫ କରିଥିଲା।

ଅନାମକୁ ଗିରଫ କରିବା ପରେ ପୋଲିସ କୋର୍ଟ ଚାଲାଣ କରିଥିଲା । ଉକ୍ତ ମାମଲାରେ ସ୍ବତନ୍ତ୍ର ପୋକସୋ କୋର୍ଟ ଅନାମକୁ ଫାଶୀ ଦଣ୍ଡ ଦେଇଥିଲେ । ପରେ ଅନାମ ଫାଶି ଦଣ୍ଡାଦେଶକୁ କୋହଳ କରିବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ତେବେ ହାଇକୋର୍ଟ ଅଭିଯୁକ୍ତ ଅନାମକୁ ଫାଶୀ ଦଣ୍ଡ ପରିବର୍ତ୍ତେ ଆଜିବନ କାରାଦଣ୍ଡ ଶୁଣାଇଛନ୍ତି ।

ରିଲିଜ ହେଲା ସଲମାନ ଖାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ର ଟ୍ରେଲର

ମୁମ୍ବାଇ: ରିଲିଜ ହୋଇଯାଇଛି ସଲମାନ ଖାଁଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାଧେ’ର ଟ୍ରେଲର । ଆସନ୍ତା ମେ’ ୧୩ରେ ଏହା ଇଦ୍‌ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହା ସହିତ ଏହାକୁ ଜିପ୍ଲେକ୍ସରେ ମଧ୍ୟ ମୁକ୍ତିଲାଭ କରାଯିବ। ଦର୍ଶକ ଯେତେଥର ଦେଖିବେ ସେତେଥର ଟଙ୍କା ଦେବେ । ଅର୍ଥାତ୍ ‘ପେ ପର୍ ଭ୍ୟୁ’ ଅନୁସାରେ ଦର୍ଶକଙ୍କ ପାଖରେ ଏହା ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଅଣାୟତ୍ତ ହୋଇଥିବା ବେଳେ ଭାଇଜାନ୍ ତାଙ୍କ ପ୍ରଶଂସକଙ୍କୁ ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି । ଭାରତ ସମେତ ଏହା ଦେଶର ୪୦ ଦେଶରେ ମୁକ୍ତିଲାଭ କରାଯିବ।

ଫିଲ୍ମର ଟ୍ରେଲରେ ସଲମାନଙ୍କ ବ୍ୟତୀତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଦିଶା ପଟାନୀ, ଅଭିନେତା ରଣଦୀପ ହୁଡ୍ଡା ଏବଂ ହ୍ୟାକି ସ୍ରୋଫ୍ । ଟ୍ରେଲରେ ସଲମାନଙ୍କ ଜବରଦସ୍ତ ଆକସନ ସହ ଦିଶାଙ୍କ ସେନସେସନାଲ ଅନ୍ଦାଜ ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ଫିଲ୍ମରେ ଗଣଦୀପ ହୁଡ୍ଡା ନେଗେଟିଭ ଭୂମିକାରେ ଥିବା ଦେଖିବାକୁ ମିଳୁଛି । ଫିଲ୍ମ ଟି ଇଦ ଅବସରରେ ରିଲିଜ ହେବାକୁ ଯାଉଛି ।