୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୩୨ ହଜାର ୩୬୪ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ନିୟନ୍ତ୍ରଣକୁ ଆସୁଛି ଭୂତାଣୁ । ଲଗାତାର ଦେଶରେ କମିବାରେ ଲାଗିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୩୨ ହଜାର ୩୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨ ହଜାର ୭୧୩ ଜଣଙ୍କ ଜୀବନ ନେଇଛି ଘାତକ ଭୂତାଣୁ । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ କରୋନା ମୃତକ ସଂଖ୍ୟା ୩ଲକ୍ଷ ୪୦ ହଜାର ୭୦୨ ପାର୍‌ କରିଛି । ଏବେ ଦେଶରେ ୧୬ ଲକ୍ଷ ୩୫ ହଜାର ୯୯୩ ଆକ୍ଟିଭ୍‌ କେସ୍ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, କରୋନାକୁ କାବୁ କରିବାକୁ ସାରାଦେଶରେ ଟିକାକରଣ ଜୋରଦାର ଜାରି ରହିଛି ।  ବର୍ତ୍ତମାନ ସୁଦ୍ଧା ଦେଶରେ ୨୨ କୋଟି ୪୧ଲକ୍ଷ ୯ହଜାର ୪୪୮ ଲୋକଙ୍କୁ ଟିକା ଦିଆସରିଛି । କରୋନା ପିକ୍ ସମୟ ସରିଥିବା ବେଳେ ଏବେ କରୋନା ଗ୍ରାଫ୍ ଧିରେ ଧିରେ ତଳମୁହାଁ ହୋଇଛି । ଏବଂ ଏହି ଦ୍ବିତୀୟ ଲହରରେ ଅତି ପ୍ରଭାବିତ ହୋଇଥିବା ରାଜ୍ୟଗୁଡ଼ିକରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି ।

ସେହିପରି କ୍ରମାଗତ ୨୨ତମ ଦିନରେ ଦେଶରେ କରୋନାରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ସୁଦ୍ଧା ୩୫ କୋଟିରୁ ଅଧିକ ଲୋକଙ୍କ କରୋନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ୨୦.୭୫ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା । ସେ ମଧ୍ୟରୁ ୬ ପ୍ରତିଶତ କରୋନା  ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

Leave a Reply