spot_img
Home Blog Page 5677

ଶହେରୁ ଅଧିକ ପାଦ୍ରୀ କରୋନା ପଜିଟିଭ୍, ୨ ଜଣଙ୍କ ମୃତ୍ୟୁ

ଥିରୁବନନ୍ତପୁରମ: ଚର୍ଚ୍ଚ ଅଫ୍ ସାଉଥ ଇଣ୍ଡିଆର ୧୦୦ରୁ ଅଧିକ ପାଦ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଗତ ମାସରେ ମୁନ୍ନାରରେ ଆୟୋଜିତ ଉତ୍ସବରେ ଏମାନେ ଯୋଗ ଦେଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ସଂକ୍ରମିତଙ୍କ ମଧ୍ୟରେ ସିଏସ୍ଆଇର ପରିଚାଳକ ଅଛନ୍ତି ।

Kerala Over 100 Christian priests test positive for coronavirus, two died

ଖ୍ରୀଷ୍ଟିୟାନ୍ ପାଦ୍ରୀ ଏବଂ ସଭ୍ୟଙ୍କୁ ନେଇ ବାର୍ଷିକ ଉତ୍ସବ ମୁନ୍ନାରର ସିଏସ୍ଆଇ ଖ୍ରୀଷ୍ଟ ଚର୍ଚ୍ଚରେ ଏପ୍ରିଲ୍ ୧୩ରୁ ୧୭ ମଧ୍ୟରେ ହୋଇଥିଲା । ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଯୁଝୁଥିଲା ବେଳେ ଏଥିରେ ବିଭିନ୍ନ ଚର୍ଚ୍ଚରୁ ୩୫୦ରୁ ଅଧିକ ପାଦ୍ରୀ ଯୋଗ ଦେଇଥିଲେ । ସମ୍ମିଳନୀକୁ ସ୍ଥଗିତ ରଖିବାକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଆୟୋଜନକାରୀ ସମ୍ମେଳନ କରିଥିବା କୁହାଯାଉଛି । ଏପରିକି ସମ୍ମିଳନୀରେ ଯୋଗ ନଦେଲେ ଫାଦରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଡର ମଧ୍ୟ ଦେଖାଯାଇଥିବା ଜଣାପଡ଼ିଛି ।

Kerala Over 100 Christian priests test positive for coronavirus, two died

ସମ୍ମିଳନୀରେ ଯୋଗ ଦେଇଥିବା ଥିରୁବନନ୍ତପୁରମ ଏଲଏମଏସ୍ ଚର୍ଚ୍ଚର ପାଦ୍ରୀ ରେଭ୍ ବିଜୁମନଙ୍କ ମୃତ୍ୟୁ କରୋନାରେ ହୋଇଛି । ସେହିଭଳି ପୁନ୍ନାକ୍କାମୁଗଲ ସିଏସ୍ଆଇ ଚର୍ଚ୍ଚର ପାଦ୍ରୀ ରେଭ୍ ସାଇନ୍ ବି ରାଜ୍ କରୋନାରେ ପ୍ରାଣ ହରାଇଛନ୍ତି । ଏବେ ଅଧିକାଂଶ ଫାଦରଙ୍କ କରୋନା ଚିକିତ୍ସା କାରାକୋନମରେ ଚାଲିଥିବା ବେଳେ ଅନେକ ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି ।

ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର, ଗୋଟିଏ ବେଡ ପାଇଁ ମଗାଯାଉଛି ୫୦ ହଜାର ଟଙ୍କା

ନୂଆଦିଲ୍ଲୀ: ହସ୍ପିଟାଲରେ ବେଡ୍ ପାଇଁ ଲାଞ୍ଚ କାରବାର । ୨୫ରୁ ୫୦ ହଜାର ଟଙ୍କା ବିକ୍ରି ହେଉଛି ବେଡ୍। କେଇଟା ଟଙ୍କା ପାଇଁ ଗୁରୁତର ରୋଗୀଙ୍କୁ ମରଣମୁହଁକୁ ଠେଲି ଦେଉଛନ୍ତି ଦଲାଲ୍। କରୋନା କାଳରେ ହସ୍ପିଟାଲରେ ବେଡ୍ ଅଭାବ ବେଳେ ବ୍ୟାକ୍‌ ହ୍ୟାଣ୍ଡରେ ଟଙ୍କା ନେଇ ବେଡ୍ ବିକି ଦେଉଛନ୍ତି ମେଡିକାଲ ଦଲାଲ୍। କେତେଜଣ ସ୍ୱାସ୍ଥ୍ୟକର୍ମୀ ଓ ମ୍ୟୁନିସିପାଲିଟି ଅଫିସ କର୍ମଚାରୀଙ୍କ ହାତବାରିସି ସାଜିଥିବା ଦଲାଲମାନେ ହସ୍ପିଟାଲରେ ଚଳାଇଛନ୍ତି ଦାଦାଗିରି।

ଏଭଳି ଘଟଣା ନଜରକୁ ଆସିଛି ବାଙ୍ଗାଲୋର ସହରରୁ। ହସ୍ପିଟାଲରେ ବେଡ୍‌ ଯୋଗାଣ ନେଇ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନେକ ଗରିବ ଲୋକଙ୍କ ଜୀବନ ନେଉଛି ବୋଲି କହିଛନ୍ତି ବାଙ୍ଗାଲୋରର ସାଉଥ୍ ସାଂସଦ ତଥା ବିଜେପି ନେତା ତେଜସ୍ୱୀ ସୂର୍ଯ୍ୟ। ତାଙ୍କ ଅଭିଯୋଗ ପରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସୂର୍ଯ୍ୟଙ୍କ ଅଭିଯୋଗ ଯେ, ମ୍ୟୁନିସିପାଲିଟି ଓ ସ୍ୱାସ୍ଥ୍ୟକର୍ମୀଙ୍କ ଏଜେଣ୍ଟମାନେ ଅତି ଗୁରୁତର ରୋଗୀଙ୍କଠାରୁ ବେଡ୍ ଛଡ଼ାଇ ବିକ୍ରି କରୁଛନ୍ତି।

ଗୋଟିଏ ବେଡ୍ ପାଇଁ ୨୫ରୁ ୫୦ ହଜାର ପର୍ଯ୍ୟନ୍ତ ଚାର୍ଜ କରାଯାଉଛି। ହସ୍ପିଟାଲରେ ଶଯ୍ୟା ସଂରକ୍ଷଣ ପାଇଁ କର୍ଣ୍ଣାଟକ ସରକାର ଦେଇଥିବା ନିର୍ଦ୍ଦେଶ ଯୋଗୁ ସ୍ଥିତି ଏଭଳି ହୋଇଛି ବୋଲି ବିଜେପି ସାଂସଦ ଅଭିଯୋଗ ଆଣିଛନ୍ତି। ବେଙ୍ଗାଲୁରୁ ମହାନଗର ପାଳିକା ପକ୍ଷରୁ ଓ୍ୱେବସାଇଟରେ ସବୁ ବେଡ୍ ଫୁଲ୍ ଥିବା ଦର୍ଶାଯାଉଛି। ମାତ୍ର ମହାନଗର ନିଗମର କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଏଜେଣ୍ଟମାନେ ଟଙ୍କା ନେଇ ବେଡ୍ ବିକ୍ରି କରିଦେଉଛନ୍ତି। ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡ଼ିକରେ ନିର୍ଦ୍ଧିଷ୍ଠ କେତେକ ଶଯ୍ୟା ସଂରକ୍ଷିତ ରଖିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ରହିଥିବାରୁ ହଜାର ହଜାର ରୋଗୀଙ୍କ ସମ୍ପର୍କୀୟ ଏହି ସମସ୍ୟା ଭୋଗୁଛନ୍ତି। ମହାମାରୀ ସମୟରେ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେପି ସାଂସଦ ସୂର୍ଯ୍ୟ କହିଛନ୍ତି।

ସଙ୍କଟ ବେଳେ ବଢ଼ିଛି କଳାବଜାରୀ, ଆମ୍ବୁଲାନ୍ସରେ ନେବା ପାଇଁ ଦାବି କରୁଛନ୍ତି ୫୦ ହଜାର

ଭୁବନେଶ୍ୱର: କରୋନା ସଙ୍କଟ ବେଳେ ବଢ଼ିଛି କଳାବଜାରୀ । ଅକ୍ସିଜେନ ସିଲିଣ୍ଡରଠାରୁ ଆରମ୍ଭ କରି ବେଡ୍, ମେଡିସିନ ଏମିତିକି ଆମ୍ବୁଲାନ୍ସ ସେବା ମିଳିବାରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଲୋକେ । କଠିନ ପରିସ୍ଥିତିରେ କେତେଜଣ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି କେଇଁଟା ଟଙ୍କା ପାଇଁ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟୁଛନ୍ତି। ଦିଲ୍ଲୀ ଓ ନୋଏଡ଼ାରେ ଏକ ଷ୍ଟିଙ୍ଗ ଅପୋରେସନରୁ ଧରାପଡ଼ିଛି ଜଣେ ଆମ୍ବୁଲାନ୍ସ ଡ୍ରାଇଇଭରଙ୍କ ଚାଲାକି। ଜଣେ କରୋନା ରୋଗୀଙ୍କୁ ହସ୍ପିଟାଲ ନେବାକୁ ୫୦ ହଜାର ଟଙ୍କା ଦାବି କରୁଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର। ଆମ୍ବୁଲାନ୍ସ ସାଇଜକୁ ଦେଖି ଦର ଧାର୍ଯ୍ୟ କରୁଛନ୍ତି ଡ୍ରାଇଭର।

ଦିଲ୍ଲୀର ଜିଟିବି ହସ୍ପିଟାଲ ବାହାରେ ଥିବା ଛୋଟ ଆମ୍ବୁଲାନ୍ସରେ ରୋଗୀ ନେବା ପାଇଁ ଡ୍ରାଇଭର ୨୫ ହଜାର ଟଙ୍କା ଦାବି କରୁଛନ୍ତି। ଏହାଛଡ଼ା ଆମ୍ବୁଲାନ୍ସରେ ଡାକ୍ତର ଓ ନର୍ସଙ୍କୁ ମଧ୍ୟ ରଖାଯାଉଛି। ରୋଗୀ ସହ ଡାକ୍ତର ରହିଲେ ୩୦ ହଜାର ଓ ନର୍ସ ରହିଲେ ୨୨ ହଜାର ଚାର୍ଜ କରୁଛନ୍ତି ଡ୍ରାଇଭର। କରୋନାରେ ଛଟପଟ ହେଉଥିବା ରୋଗୀଙ୍କ ସମ୍ପର୍କୀୟ ବାଧ୍ୟ ହୋଇ ଛଢ଼ା ଦର ଦେଇ ଆମ୍ବୁଲାନ୍ସ ବୁକ୍ କରୁଛନ୍ତି। କୌଣସି ରୋଗୀଙ୍କଠାରୁ ଆମ୍ବୁଲାନ୍ସ ଡ୍ରାଇଭର ଅଧିକ ଟଙ୍କା ନେଇପାରିବେ ନାହିଁ ବୋଲି ଗତ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଅନେକ ରାଜ୍ୟରେ ଆମ୍ବୁଲାନ୍ସ ଚାଳକମାନେ ଏଭଳି ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟୁ ଥିବା ଦେଖାଯାଉଛି।

ହସ୍ପିଟାଲରେ ମିଳିଲାନି ବେଡ୍, ବାଇକ୍ ଉପରେ ଚାଲିଗଲା ଓକିଲଙ୍କ ଜୀବନ

ନୂଆଦିଲ୍ଲୀ: ହସ୍ପିଟାଲରେ ମିଳିଲାନି ବେଡ୍ । ବାଇକ୍ ଉପରେ ଚାଲିଗଲା ଓକିଲଙ୍କ ଜୀବନ । ମଧ୍ୟପ୍ରଦେଶରୁ ଆସିଛି ଏଭଳି ଦୁଃଖଦ ଖବର । ଚିକିତ୍ସା ଅଭାବରୁ ମଧ୍ୟପ୍ରଦେଶର ରତଲାମରେ ଜଣେ ଓକିଲ ସୁରେଶ ଡାଗରଙ୍କ ଜୀବନ ଯାଇଛି। ସୁରେଶଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ମା’ ଓ ଭାଇ ତାଙ୍କୁ ରତଲାମ ହସ୍ପିଟାଲକୁ ନେଇଥିଲେ। ପ୍ରାୟ ୩ ଘଣ୍ଟା ଅପେକ୍ଷା କରିବା ପରେ ବି ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇ ନ ଥିଲା। ନିକଟରେ ଥିବା ଏକ ଘରେଇ ହସ୍ପିଟାଲରେ ବି ବେଡ୍ ମିଳିଲାନି।

ଆଉ ଏକ ହସ୍ପିଟାଲକୁ ନେଉଥିବା ବେଳେ ରାସ୍ତାରେ ହିଁ ସୁରେଶଙ୍କ ମୃତ୍ୟୁ ହୋଇଥିଲା। କେତେଜଣ ପୋଲିସ କର୍ମଚାରିଙ୍କ ସହଯୋଗରେ ଆମ୍ବୁଲାନ୍ସରେ ସୁରେଶଙ୍କୁ ହସ୍ପିଟାଲ ପଠାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଠିକ୍ ସମୟରେ ଚିକିତ୍ସା ମିଳି ଯାଇଥିଲା ସୁରେଶଙ୍କ ଜୀବନ ବଞ୍ଚିଯାଇପାରିଥାନ୍ତା। କରୋନା ପଜିଟିଭ୍ ଥିବା ଆଶଙ୍କାରେ କୌଣସି ହସ୍ପିଟାଲରେ ସୁରେଶଙ୍କୁ କୌଣସି ହସ୍ପିଟାଲରେ ଆଡମିଟ କରାଯାଇ ନଥିଲା ବୋଲି ପରିବାର ଲୋକେ କହିଛନ୍ତି।

ଦୁଇ ଜଣ ବନ୍ଧୁକ ବେପାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ଭୁବନେଶ୍ୱର: କରୋନା କାଳରେ ବଢ଼ିଚାଲିଛି ଆତଙ୍କରାଜ। ଲୁଟପାଟ ଠାରୁ ଆରମ୍ଭ କରି ବନ୍ଧୁକ ବେପାର ବଢ଼ିବାରେ ଲାଗିଛି। ତେବେ ଆନ୍ତଃରାଜ୍ୟ ବନ୍ଧୁକ ବେପାର ରାକେଟର ପର୍ଦ୍ଦାଫାସ ହୋଇଛି। ଦୁଇ ଜଣ ବନ୍ଧୁକ ବେପାରୀଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍। ସେମାନଙ୍କଠାରୁ ୫ଟି ୭ ଏମଏମ୍ ବନ୍ଧୁକ, ୭ଟି ମାଗାଜିନ୍ ଓ ୭ଟି ଅଫୁଟା ଗୁଳି ଜବତ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ବିହାର ମୁଙ୍ଗେର ଅଞ୍ଚଳର ରବୀନ୍ଦ୍ର ପ୍ରାସଦ ଓ ବାଲେଶ୍ୱର ଶ୍ରୀକୃଷ୍ଣପୁର ଗାଁର ବିଶ୍ୱନାଥ ବିଶୋୟୀ।

ବନ୍ଧୁକ କିଣାବିକା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍। ଏମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରହିଥିଲା। ଭଦ୍ରକ ଜିଲ୍ଲା ରାଣୀତାଲ ନିକଟରେ ଚଢ଼ାଉ ବେଳେ ଦୁଇ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କୁ ନିକଟରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି । ଗତବର୍ଷକ ଭିତରେ ବେଆଇନ ବନ୍ଧୁକ କାରବାର ମାମଲାରେ ଏସଟିଏଫ ୨୭ଟି ବନ୍ଧୁକ ଓ ୬୧ ଗୁଳି ଜବତ କରିଛି।

ବ୍ରହ୍ମପୁର ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା

 ବ୍ରହ୍ମପୁର: ବ୍ରହ୍ମପୁର ଖଲ୍ଲିକୋଟ ସ୍ୱୟଂଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା। ଅଟୋନମସ କଲେଜ ଭାବେ ଥିବା ଖଲ୍ଲିକୋଟ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସର୍ବପୂରାତନ କଲେଜ ହେଉଛି ଖଲ୍ଲିକୋଟ ଅଟୋନମସ କଲେଜ୍। ଏହି କଲେଜର ଛାତ୍ରଛାତ୍ରୀ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ଦକ୍ଷିଣ ଓଡ଼ିଶା ଲୋକଙ୍କ ଆଶା ଆକାଂକ୍ଷା ପୂରଣ ହେବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଦିଆଯାଇଛି।

ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ, କଟୁରି ଦେଖାଇ ଚଳାଇଥିଲେ ଆତଙ୍କ ରାଜ୍‌

ଭୁବନେଶ୍ୱର: କମିଶନରଟେ ପୋଲିସ ହାତରେ କୁଖ୍ୟାତ ପଲସର ଲୁଟେରା ଗ୍ୟାଙ୍ଗ। ୩ ଜଣ ଦୁର୍ଦାନ୍ତ ଲୁଟେରାକୁ ଗିରଫ କଲା ସ୍ପେଶାଲ ସ୍କ୍ୱାର୍ଡ। ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଜବତ। କିଛି ଦିନ ଧରି କଟୁରିରେ ଆକ୍ରମଣ କରି ଆତଙ୍କ ଖେଳାଇଥିଲେ ଏହି ଲୁଟେରା ଗ୍ୟାଙ୍ଗ। ଗ୍ୟାଙ୍ଗ ବାବଦରେ ପ୍ରେସମିଟରେ ସୂଚନା ଦେବେ ପୋଲିସ କମିଶନର। କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ଅଞ୍ଚଳରେ ଚଳାଇଥିଲେ ଆତଙ୍କ ରାଜ।

ଗତ କିଛି ଦିନ ହେଲା ଭୁବନେଶ୍ୱରରେ ଏମାନେ ପଲ୍ ସର ଗାଡ଼ିରେ ଆସି ଲୋକଙ୍କୁ କଟୁରୀରେ ଆକ୍ରମଣ କରୁଥିଲେ। ଆକ୍ରମଣ ପରେ ଆହତ ହୋଇ ପଡ଼ିଥିବା ଲୋକଙ୍କ ଠାରୁ ସୁନା ଗହଣା ଲୁଟି ନେଉଥିଲେ। ବେଶ୍‌ କିଛି ଦିନ ଧରି ଚାଲିଥିଲା ଏପରି କାମ। ଶେଷରେ କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ଗଠିତ ଏକ ଟିମ୍‌ ଏମାନଙ୍କୁ ଧରିବାରେ ସକ୍ଷମ ହୋଇଛି। ଏମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଜବତ ମଧ୍ୟ କରାଯାଇଛି। ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ୩୦ରୁ ଅଧିକ ମାମଲା ରହିଥିବାର ସୂଚନା ମିଳିଛି।

ଅମାନିଆଙ୍କୁ ସାବାଡ଼ କଲା ଓଡ଼ିଶା ପୋଲିସ, ଗୋଟିଏ ଦିନରେ ୨୩ଲକ୍ଷ ୧୮ହଜାର ୬୫୦ଟଙ୍କା ତଣ୍ଡ ଗଣିଲେ

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ୧୪ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ର ଜାରି ହୋଇଛି। ଲକ୍‌ଡାଉନ ବେଳେ ଜରୁରୀକାଳୀନ ପରିସ୍ଥିତିରେ କାମ ଥିଲେ ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତାହା ପୁଣି ବାଇକରେ କେବଳ ଜଣେ ଲୋକ ହିଁ ଯାତ୍ରା କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏଭଳି ନିର୍ଦ୍ଦେଶକୁ ମାନୁ ନାହାଁନ୍ତି ଅମାନିଆ। ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଗତକାଲି ଓ ଆଜି ମଧ୍ୟରେ ଓଡ଼ିଶା ପୋଲିସ ଅନେକ ଅମାନିଆଙ୍କୁ ସାବାଡ କରିଛି। କୋଭିଡ  ନିୟମ ଉଲ୍ଲଂଘନ ଅଭିଯୋଗରେ ୨୭ଜଣ ଅମାନିଆ ଗିରଫ ହୋଇଛନ୍ତି । ୪ଟି କେସ୍ ରେଜିଷ୍ଟର ହୋଇଥିବା ବେଳେ ୫୫୭ ଗାଡ଼ି ସିଜ୍ ହୋଇଛି । ୨୩ଲକ୍ଷ ୧୮ହଜାର ୬୫୦ଟଙ୍କା ଫାଇନ୍  ଆଦାୟ ହୋଇଛି। ଜନସାଧାରଣଙ୍କୁ ସଚେତନ କରିିବା ସତ୍ୱେ ମାନୁନଥିବାରୁ ଏପରି କାର୍ୟ୍ୟାନୁଷ୍ଠାନ ନିଆଯାଉଛି। ତେଣୁ ସତର୍କ ଓ ସଚେତନ ରହିବାକୁ ଟ୍ୱିଟ୍ କରି ଲୋକଙ୍କୁ ଚେତାଇଛି ଓଡ଼ିଶା ପୋଲିସ ।

ଟିକା ନେଇ ମଦ ପିଉଛନ୍ତି କି ? ବିଗିଡ଼ିପାରେ ଇମ୍ୟୁନିଟି ସିଷ୍ଟମ୍

ଭୁବନେଶ୍ୱର: ଟିକା ନେଇ ମଦ ପିଉଛନ୍ତି କି ? ବିଗିଡ଼ିପାରେ ଇମ୍ୟୁନିଟି ସିଷ୍ଟମ୍ । ରାଜ୍ୟରେ କରୋନା ସଂକ୍ରମଣ ପାଇଁ ଚାଲିଛି ଟିକାକରଣ। ଟିକାକରଣକୁ ରାଜ୍ୟ ସରକାର ବ୍ୟାପକ କରାଇଛନ୍ତି। ରାଜ୍ୟରେ ମାଗଣାରେ ମିଳୁଛି କରୋନା ଟିକା । ତେବେ ଟିକାକରଣ ନେଇ ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ଏକ ଗରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। କରୋନା ଟିକା ନେବା ପରେ ମଦ ପିଇବାକୁ ବାରଣ କରାଯାଇଛି।  ଟିକା ନେବା ପରେ ମଦ ପିଇଲେ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେବା ଆଶଙ୍କା ରହିଛି ବୋଲି ସୂଚନା ଦେଇଛନ୍ତି।

ଟିକା ନେବା ପରେ ମଦ ପିଇଲେ ଲିଭର ଉପରେ ମଦ ଗଭୀର ପ୍ରଭାବ ପକାଉଛି। ତେଣୁ ଟିକା ନେବା ପରେ ମଦ ପିଇ ମୁର୍ଖାମି କରନ୍ତୁନି ବୋଲି କହିଛନ୍ତି ଏମ୍‌ସ ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି। ଟିକା ନେବାର ୪୫ଦିନ ପରେ ଆଣ୍ଟିବଡି ସୃଷ୍ଟି ହେଉଛି। ତେଣୁ ମଦ ପିଇବାକୁ ପ୍ରାଥମିକତା ନୁହେଁ, ବରଂ ଜୀବନ ବଞ୍ଚାଇବା ଉପରେ ଫୋକସ୍ କରନ୍ତୁ ବୋଲି ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ପରାମର୍ଶ ଦେଇଛନ୍ତି।

ଅମ୍ଳଜାନ ଅଭାବରୁ ପୁଣି କରୋନା ସଂକ୍ରମିତଙ୍କ ମୃତ୍ୟୁ

ହରିଦ୍ୱାର: ସମଗ୍ର ଦେଶରେ ଅମ୍ଳଜାନ ଅଭାବ ଏବେ ମୁଖ୍ୟ ସମସ୍ୟା ପାଲଟିଛି । ଦେଶରେ ଅକ୍ସିଜେନ୍ ଅଭାବରୁ ଚାଲିଯାଉଛି ଅନେକ କରୋନା ରୋଗୀଙ୍କ ଜୀବନ । ତାମିଲନାଡ଼ୁର ଚେଙ୍ଗଲପଟ୍ଟୁ ଅଞ୍ଚଳରେ ଗତକାଲି ରାତିରେ ଅକ୍ସିଜେନ ଅଭାବରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଚେଙ୍ଗଲପଟ୍ଟୁରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ୫୦୦ କରୋନା ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୪ ଘଣ୍ଟା ମଧ୍ୟରେ ଏହି ରୋଗୀମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଉତ୍ତରାଖଣ୍ଡର ହରିଦ୍ୱାରରେ ଅମ୍ଳଜାନ ଅଭାବରୁ ଆଜି ୫ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇଛି ।

ହରିଦ୍ୱାରର ଋରକି ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ରୋଗୀଙ୍କ ମୃତ୍ୟୁ ହୋଇଛି । ଋଡକିର ବିନୟ ବିଶାଲ ଡାକ୍ତରଖାନାରେ ସୋମବାର ଓ ମଙ୍ଗଳବାର ମଧ୍ୟରାତ୍ରିରେ ଅକ୍ସିଜେନ୍ ଶେଷ ହୋଇଥିବା ନେଇ କୁହାଯାଇଥିଲା । ଏହି ସମୟରେ, ଭେଣ୍ଟିଲେଟରରେ ଥିବା ଜଣେ ରୋଗୀ ଏବଂ ଡାକ୍ତରୀ ଅମ୍ଳଜାନରେ ନିଶ୍ୱାସ ନେଉଥିବା ଅନ୍ୟ ଚାରିଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ହରିଦ୍ୱାରର ଡିଏମ୍ ମାଜିଷ୍ଟ୍ରେଟ୍ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଆନ୍ଧ୍ରପ୍ରଦେଶର ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୪ ରୋଗୀଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । ଗତ ସୋମବାର ବିଳମ୍ବିତ ରାତିରେ ଅକ୍ସିଜେନ ସମସ୍ୟା ଦେଖାଦେବାରୁ ରୋଗୀମାନେ ପ୍ରାଣ ହରାଇଥିଲେ । କର୍ଣ୍ଣାକଟର ହୁବଲିରେ ମଧ୍ୟ ୫ ଜଣ କରୋନା ରୋଗୀ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡ଼ିଛି ।