spot_img
Home Blog Page 5377

ପର୍ଣ୍ଣୋଗ୍ରାଫି ମାମଲା; ୧୪ ଦିନିଆ ନ୍ୟାୟିକ ହେପାଜତରେ ରାଜ କୁନ୍ଦ୍ରା

ନୂଆଦିଲ୍ଲୀ: ପର୍ଣ୍ଣୋଗ୍ରାଫି ଫିଲ୍ମ ମାମଲାରେ ଦିନକୁ ଦିନ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି। ଏହି ମାମଲାରେ ୧୪ ଦିନ ଯାଏଁ ବଢିଲା କୁନ୍ଦ୍ରାଙ୍କ ବିଚାର ବିଭାଗୀୟ ହେପାଜତ ଅବଧି। ନ୍ୟାୟିକ ହେପାଜତ ବଢ଼ାଇବାକୁ ପୋଲିସ କୋର୍ଟରେ ଆବେଦନ କରିଥିଲା । ଆଜି ରାଜ୍‌ କୁନ୍ଦ୍ରାଙ୍କୁ କୋର୍ଟରେ ହାଜର କରିଥିଲା ପୋଲିସ ।

ସେପେଟେ କୁନ୍ଦ୍ରାଙ୍କ ୪ କର୍ମଚାରୀ କହିଛନ୍ତି ଯେ ବିଭିନ୍ନ କ୍ଲିପକୁ ଡିଲିଟ କରିଦେବା ଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କ୍ଲିପଗୁଡିକ ହଟସଟସରେ ଲୋଡ କରାଯାଇଥିଲା । ପୋଲିସର ସୂଚନା ଅନୁଯାୟୀ, ଆଣ୍ଡ୍ରଏଡ ଫୋନ ଲାଗି ଗୁଗୁଲ ଆପ ଷ୍ଟୋରରୁ ଏବଂ ଆପଲର ଆପ୍ ଷ୍ଟୋରରୁ ହଟସଟସ ଆପକୁ ବାହାର କରି ଦିଆଯାଇଥିଲା। ଏହା ବଦଳରେ ବଲିଫେମ ଆପ୍ ଆରମ୍ଭ ହୋଇଥିଲା । ଗିରଫ ପରେ ପରେ ରେକର୍ଡରୁ ଅନେକ ଡାଟା ଡିଲିଟ କରିଦିଆଯାଇଥିଲା ବୋଲି ପୋଲିସ ତଦନ୍ତରୁ ଜାଣିପାରିଥିଲା ।

ଗୁଇନ୍ଦା ବ୍ୟୁରୋର ଜଣେ ଅଧିକାରୀ କହିଛନ୍ତି, ଏହି ଘଟଣାରେ ୟଶ ଠାକୁର ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ମଧ୍ୟ ସମ୍ପୃକ୍ତି ରହିଛି । ତେଣେ କାନପୁରରେ ଥିବା ରାଜ କୁନ୍ଦ୍ରା ଓ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାଁରେ ଥିବା ଆକାଉଣ୍ଟକୁ ସିଜ୍ କରିବା ଲାଗି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛି କ୍ରାଇମବ୍ରାଞ୍ଚ । ଏହି ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ଥିବା ପୋଲିସ ଜାଣିବାକୁ ପାଇଛି ।

 

ରାଜ କୁନ୍ଦ୍ରାଙ୍କ ପ୍ରଡକ୍ସନ କମ୍ପାନୀକୁ ଅରବିନ୍ଦ ଶ୍ରୀବାସ୍ତବ ଚଳାଉଥିଲେ ଏବଂ ତାଙ୍କ ପତ୍ନୀ ହର୍ଷିତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେଉଥିଲା ବୋଲି  ତଦନ୍ତରୁ ସ୍ପଷ୍ଟ ହୋଇଛି। ସେପଟେ ଏହି ମାମଲାରେ ସମନ ପାଇଥିବା ଅଭିନେତ୍ରୀ ଶରଲିନ ଚୋପ୍ରା ଆଗୁଆ ଜାମିନ ଲାଗି ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି।

ମାଛ ଧରୁ ଧରୁ ଜାଲରେ ପଡ଼ିଲା ବିଶାଳ ଅଜଗର

ପୁରୀ: ମାଛ ଜାଲରେ ପଡିଲା ଅଜଗର। ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ। ପୁରୀ ଜିଲ୍ଲା ଚନ୍ଦନପୁର କେରାଣ୍ଡିପୁର ପଞ୍ଚାୟତର ବୈରାଗୀ ଗୋରଡ଼ା ଗ୍ରାମରେ ଜଣେ ବ୍ୟକ୍ତି ବିଲରେ ମାଛ ଧରିବା ପାଇଁ ଜାଲ ବସାଇ ଥିଲେ। ଆଜି ସକାଳୁ ମାଛ ପଡିଛନ୍ତି କି ନାହିଁ ଦେଖିବାକୁ ଯାଇ ଏକ ବଡ଼ ଅଜଗର ସାପ ଫାଶୀ ଜାଲରେ ପଡିଥିବା ଦେଖି ଜାଲ ସହ ସାପକୁ ଟାଣି ଗାଁକୁ ନେଇ ଆସିଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ବର୍ମିଜ ଅଜଗର ବୋଲି ଚିହ୍ନଟ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଜାଲକୁ କାଟି ସାପକୁ ମୁକ୍ତ କରିଥିଲେ। ପ୍ରାୟ ୮ ଫୁଟ ଲମ୍ବର ଏଇ ବର୍ମିଜ ଅଜଗରଟିକୁ ପୁରୀ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀଙ୍କୁ ହସ୍ତାନ୍ତର କରି ଦିଆଯାଇଛି। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଅଜଗରଟିର ସ୍ୱାସ୍ଥ୍ୟ ପରୀକ୍ଷା କରି ଆଜି ରାତିରେ ଅଜଗରକୁ ଅନ୍ୟ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛଡ଼ାଯିବ।

ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କଲେ ବ୍ରିଟେନର ଏକ କୋର୍ଟ

ଲଣ୍ଡନ: କିଙ୍ଗଫିସର ଏୟାରଲାଇନ୍ସ ମାଲିକ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛି ବ୍ରିଟେନର ଏକ କୋର୍ଟ। ବ୍ରିଟେନର ଚିଫ ଇନସଲଭେନ୍ସି ଆଣ୍ଡ କମ୍ପାନୀଜ କୋର୍ଟ ବା ଆଇସିସିର ବିଚାରପତି ମାଇକେଲ ବ୍ରିଗସ ଏହି ଘୋଷଣା କରିଛନ୍ତି।

ଲଣ୍ଡନରେ ହାଇକୋର୍ଟରେ ଚାନସେରୀ ଡିଭିଜନର ଭର୍ଚୁଆଲ ଶୁଣାଣିରେ ଏହି ଆଦେଶ ଶୁଣାଇଛନ୍ତି ବିଚାରପତି । ଭାରତୀୟ ବ୍ୟାଙ୍କଗୁଡିକ ସପକ୍ଷରେ ଏହି ରାୟ ପ୍ରଦାନ କରିବା ଲାଗି କୋର୍ଟ ନିକଟରେ ଆବେଦନ କରିଥିଲା ଟିଏଲଟି ଏଲଏଲପି ଫାର୍ମ ଓ ବାରିଷ୍ଟର ମାର୍ସିଆ ସେକର୍ଡେମିଆନ । ୬୫ ବର୍ଷ ବୟସ୍କ ମାଲ୍ୟା ଦୀର୍ଘଦିନ ଧରି ଜାମିନରେ ରହିଛନ୍ତି ।

କୋର୍ଟଙ୍କ ଏହି ଘୋଷଣା ପରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ଭାରତୀୟ ବ୍ୟାଙ୍କଗୁଡିକର ଏକ କନସର୍ଟିୟମ୍ ପାଇଁ କିଙ୍ଗଫିସରର ଋଣ ପରିଶୋଧ ଲାଗି ବାଟ ଫିଟିଛି। ସେପଟେ ମାଲ୍ୟା କହିଛନ୍ତି ତାଙ୍କର ମୋଟ ଋଣ ପରିମାଣ ୬ ହଜାର ୨୦୦ କୋଟି ଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୪ ହଜାର କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି।

ପରିସ୍ଥିତି ଏହିଭଳି ଭାବରେ ସୁଧୁରିଲେ ଆଗକୁ ହୋଇପାରେ ସମ୍ପୂର୍ଣ୍ଣ ଅନ୍‌ଲକ୍‌

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ତଳ ଉପର ହେଉଛି। ଯେଉଁଠି ମାମଲା ଅଧିକ ରହୁଛି ସେସବୁ ସ୍ଥାନ ଉପରେ ଅଧିକ ଫୋକସ ଦିଆଯାଉଛି। ଭୁବନେଶ୍ୱରରେ ଲୋକଙ୍କ ଯାତାୟାତ ଅଧିକ ରହୁଥିବାରୁ ଏଠାରେ ସଂକ୍ରମଣ ଅଧିକ ରହୁଛି। ତେଣୁ ଭୁବନେଶ୍ୱରରେ ସର୍ଭେଲାନ୍ସ ବଢ଼ାଯାଇଛି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି। ସେହିପରି ଆବଶ୍ୟକ ପଡ଼ିଲେ ସମ୍ପୂର୍ଣ୍ଣ ଅନଲକ କରାଯିବ। ଯଦି ସେମିତି ଆବଶ୍ୟକ ନ ହୁଏ ତେବେ ଅନଲକ ହେବ ନାହିଁ। ପରିସ୍ଥିତିକୁ ଆକଳନ କରି ନିଷ୍ପତ୍ତି ନିଆଯିବ। ତରବରିଆ ନିଷ୍ପତ୍ତି ନେଲେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି। ଏହାସହ ମେଡ଼ିକାଲ କଲେଜକୁ ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

ଜମାଦବନ୍ଦୀ ପାଇଁ ଗିରଫ ହୋଇପାରିବେନି ବିଦ୍ୟା, କିନ୍ତୁ ୯୦ ଭାଗ ଜଳିସାରିଥିବା ସୌମ୍ୟଙ୍କ ଠାରୁ କେମିତି ମିଳିଲା ଜମାନବନ୍ଦୀ ?

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇପାରିବେନି ତାଙ୍କ ପତ୍ନୀ ବିଦ୍ୟାଭାରତୀ। ଏଥିପାଇଁ ରହିଛି ଆଇନଗତ ପ୍ରତିବନ୍ଧକ। ଗତ ୧୨ ତାରିଖରେ ସୌମ୍ୟ ପୋଡ଼ି ହେବା ପରେ ପାରଳାଖେମୁଣ୍ଡି ହସ୍‌ପିଟାଲରେ ମୃତ୍ୟୁକାଳୀନ ଜମାନବନ୍ଦୀରେ ଏହାକୁ ଏକ ଦୁର୍ଘଟଣା ବୋଲି ନିଜେ କହିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିଲା। ଏହାପରେ ୧୩ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା। ସୌମ୍ୟଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦର୍ଶାଇ ପାରଳାଖେମୁଣ୍ଡି ଥାନାରେ ବିଧିବଦ୍ଧ ଭାବେ ଲିଖିତ ଅଭିଯୋଗ କରାଯାଇଥିଲା।

ପୋଲିସ ଏହି ଅଭିଯୋଗ ଆଧାରରେ ୩ ଜଣଙ୍କ ନାଁରେ ୩୦୨ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନ ଚିଟ୍‌ ପ୍ରଦାନ କରିସାରିଛି। ମୃତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ତାଙ୍କ ଗାଁରେ ଜେରା କରି ଆସିଛି। ତେବେ ବିଦ୍ୟାଭାରତୀଙ୍କୁ ଗିରଫ କରି ଜେରା କରିବା ପାଇଁ ସୌମ୍ୟଙ୍କ ଓକିଲ ବାରମ୍ବାର ଦାବି କରି ଆସୁଛନ୍ତି। ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ ବିଦ୍ୟାଭାରତୀଙ୍କୁ ପୋଲିସ ଗିରଫ କରିବ ନାହିଁ। ରହିଥିବା ଆଇନଗତ ପ୍ରତିବନ୍ଧକ ବାବଦରେ ଯଦିଓ ପୋଲିସ ତର୍ଜମା କରୁଛି, ତଥାପି ଏହି ମାମଲା ଯେ ଆଗକୁ ଆଉ ବଢ଼ିବ ନାହିଁ ତାହା ଆପାତତଃ ସ୍ପଷ୍ଟ ହୋଇ ସାରିଛି।

ପୋଲିସ ବିଦ୍ୟାଭାରତୀଙ୍କୁ ଗିରଫ ନକଲେ ହାଇକୋର୍ଟଙ୍କ ଆଶ୍ରୟ ନିଆଯିବ ବୋଲି ସୌମ୍ୟଙ୍କ ପରିବାରର ଓକିଲ କହିଛନ୍ତି। ଦୁଇଦିନ ତଳେ ପାରଳାଖେମୁଣ୍ଡି ପୋଲିସ ବଲାଙ୍ଗୀର ଯାଇ ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମକୁ ସିଲ କରି ଆସିଛି। ସେଠାରେ ବିଭିନ୍ନ ଲୋକଙ୍କୁ ପୋଲିସ ଜେରା କରିଥିଲେ ମଧ୍ୟ କୌଣସି ବିଶେଷ ସୁରାକ ମିଳିନାହିଁ। ଅପରପକ୍ଷରେ ପ୍ରତିଦିନ ବିଦ୍ୟାଭାରତୀଙ୍କ ଗୋଟିଏ ଗୋଟିଏ ଘୃଣାପୂର୍ଣ୍ଣ ଚିଠି ଭାଇରାଲ ହେବାରେ ଲାଗିଛି। ସ୍ୱମୀଙ୍କ ପ୍ରତି ବିଦ୍ୟାଭାରତୀଙ୍କ ମନରେ ରହିଥିବା ପ୍ରଚଣ୍ଡ ଘୃଣା ଏହି ସବୁ ଚିଠିରୁ ସ୍ପଷ୍ଟ ଜଣାପଡୁଛି। ଗତକାଲି ସୌମ୍ୟଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ସୌମ୍ୟ ୯୫ ପ୍ରତିଶତ ପୋଡ଼ିଯାଇଥିଲେ। ତାଙ୍କ ଦେହରୁ କିରୋସିନ ଗନ୍ଧ ଆସୁଥିଲା। ବ୍ୟବଚ୍ଛେଦର ୬ ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଥିଲା। ଏହି ରିପୋର୍ଟ ଆସିବା ପରେ ପ୍ରଶ୍ନ ଉଠୁଛି ଯେ ୯୫ ପ୍ରତିଶତ ପୋଡ଼ିଯାଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ କିଭଳି ପୋଲିସ ରେକର୍ଡ କରିବାରେ ସକ୍ଷମ ହେଲା କେମିତି ହେଲା ?

ସୌମ୍ୟ ପାରଳାଖେମୁଣ୍ଡି ହସପିଟାଲରେ ଥିବା ବେଳର ଦୃଶ୍ୟ ବିଭିନ୍ନ ଗଣମାଧ୍ୟମ କ୍ୟାମେରାରେ କଏଦ ହୋଇଛି। ଏହି ଦୃଶ୍ୟରୁ ସ୍ପଷ୍ଟ ହେଉଛି ଯେ ସୌମ୍ୟଙ୍କ ପାଟି ସମ୍ପୂର୍ଣ୍ଣ ଶକ୍ତ ହୋଇସାରିଥିଲା। ତେଣୁ ସେ ଉଚ୍ଚାରଣ କରିବା ସମ୍ଭବ ନୁହେଁ। ଏଥି ସହିତ ସୌମ୍ୟଙ୍କର ସଂଜ୍ଞା ମଧ୍ୟ ନଥିଲା। ତେଣୁ ପୋଲିସ କିପରି ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କଲା ତାହା ଏବେ ବଡ଼ ପ୍ରଶ୍ନବାଚୀ। ସୌମ୍ୟଙ୍କ ମୃତ୍ୟୁ ମାମଲା ଆଗକୁ ବଢ଼ିବାରେ ତଥାକଥିତ ମୃତ୍ୟୁକାଳୀନ ଜମାନବନ୍ଦୀ ହିଁ ମୁଖ୍ୟ ପ୍ରତିବନ୍ଧକ ବୋଲି କୁହାଯାଉଛି।

ବୟସ ଆଗରେ ହାର ମାନିଲା ଖାଲଖମା, ଗୋଡ଼ି ବାଲି ବୋହି ରାସ୍ତା ମରାମତି କଲେ କୁନି କୁନି ପିଲା

 ଭଦ୍ରକ: ତୁମ ପରି ଛୋଟ ପିଲାଟିଏ, ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଲେ। କୁନି କୁନି ପିଲାଙ୍କ ରାସ୍ତା ସମତୁଲ ଚିନ୍ତା, ରାସ୍ତା କଡରେ ପଡ଼ିଥିବା ଗୋଡିକୁ ବୋହି ନେଇ ଖାଲରେ ପକାଇ ସମତୁଲ କରିବାର ପ୍ରୟାସ। କିଏ ଅଖାରେ ବୋହି ନେଇଯାଉଛନ୍ତି ତ ଆଉ କିଏ ସାଇକେଲରେ ନେଇ ରାସ୍ତାରେ ଥିବା ଖାଲରେ ଢାଳି ସମାନ କରୁଛନ୍ତି। ଏହି ଚିତ୍ର ବୟାନ କରୁଛି, ଛୋଟ ପିଲା ବେଳେ ବହିରେ ପଢ଼ୁଥିବା ତୁମ ପରି ଛୋଟ ପିଲା ଟିଏ ଗାଁ ଚାହାଳୀର ଚାଟ ସିଏ ଉକ୍ତିଟି। ଦୃଶ୍ୟ ହେଉଛି ଭଦ୍ରକ ଗେଲଟୁଆ ଆଦିବାସୀ କଲୋନୀ ଠାରୁ ବଗମରା ଗାଁକୁ ସଂଯୋଗ କରୁଥିବା ରାସ୍ତାର।

ବର୍ଷା ଦିନ ହେଲେ ଏହି ରାସ୍ତାର ଅବସ୍ଥା ପୁରା ଶୋଚନୀୟ ହୋଇପଡେ। ଅନେକାଂଶରେ ଏହି ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ, ଆହୁରି କିଛି ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡ଼ିରହିଛି। ଫଳରେ ଯିବାଆସିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକ। ଶେଷରେ ନିର୍ବୋଧ, ନିଷ୍ପାପ କୁନି କୁନି ପିଲା ଏକ ହୋଇ ଏଭଳି ରାସ୍ତା ସମତୁଲ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ। ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ, ଅନ୍ୟ ମାନଙ୍କ ପାଇଁ ନିଶ୍ଚିନ୍ତ ଶିକ୍ଷଣୀୟ। ପିଲା ମାନଙ୍କର ଏଭଳି କାର୍ଯ୍ୟକୁ ସାଧାରଣ ରେ ପ୍ରଶଂସା କରାଯାଇଛି।

ହଟ୍‌ସଟ୍‌ରୁ ଭିଡିଓ ଡିଲିଟ କରିବା ପାଇଁ ନିର୍ଦ୍ଦେଶ ଆସିଥିଲା ବୋଲି କହିଲେ କୁନ୍ଦ୍ରାଙ୍କ ୪ କର୍ମଚାରୀ

ନୂଆଦିଲ୍ଲୀ: ପର୍ଣ୍ଣୋଗ୍ରାଫିକ ଫିଲ୍ମ ମାମଲାରେ ଗିରଫ ରାଜ କୁନ୍ଦ୍ରାଙ୍କ ଲାଗି ବଢିଲା ଅଡୁଆ। କୁନ୍ଦ୍ରାଙ୍କ ୪ କର୍ମଚାରୀ କହିଛନ୍ତି, ବିଭିନ୍ନ କ୍ଲିପକୁ ଡିଲିଟ କରିଦେବା ଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ଲିପଗୁଡିକ ହଟସଟସରେ ଲୋଡ କରାଯାଇଥିଲା। ପୋଲିସ କହିଛି ଆଣ୍ଡ୍ରଏଡ ଫୋନ ଲାଗି ଗୁଗୁଲ ଆପ ଷ୍ଟୋରରୁ ଏବଂ ଆପଲର ଆପ୍ ଷ୍ଟୋରରୁ ହଟସଟସ ଆପକୁ ବାହାର କରି ଦିଆଯାଇଥିଲା। ଏହା ବଦଳରେ ବଲିଫେମ ଆପ୍ ଆରମ୍ଭ ହୋଇଥିଲା। ଗିରଫ ପରେ ପରେ ରେକର୍ଡରୁ ଅନେକ ଡାଟା ଡିଲିଟ କରିଦିଆଯାଇଥିଲା ବୋଲି ପୋଲିସ ତଦନ୍ତରୁ ଜାଣିପାରିଥିଲା।

ଗୁଇନ୍ଦା ବ୍ୟୁରୋର ଜଣେ ଅଧିକାରୀ କହିଛନ୍ତି, ଏହି ଘଟଣାରେ ୟଶ ଠାକୁର ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି। ତେଣେ କାନପୁରରେ ଥିବା ରାଜ କୁନ୍ଦ୍ରା ଓ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ନାଁରେ ଥିବା ଆକାଉଣ୍ଟକୁ ସିଜ୍ କରିବା ଲାଗି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛି କ୍ରାଇମବ୍ରାଞ୍ଚ। ଏହି ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ଥିବା ପୋଲିସ ଜାଣିବାକୁ ପାଇଛି। ତେଣେ ତଦନ୍ତରୁ ସ୍ପଷ୍ଟ ହୋଇଛି ରାଜ କୁନ୍ଦ୍ରାଙ୍କ ପ୍ରଡକ୍ସନ କମ୍ପାନୀକୁ ଅରବିନ୍ଦ ଶ୍ରୀବାସ୍ତବ ଚଳାଉଥିଲେ ଏବଂ ତାଙ୍କ ପତ୍ନୀ ହର୍ଷିତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେଉଥିଲା। ସେପଟେ ଏହି ମାମଲାରେ ସମନ ପାଇଥିବା ଅଭିନେତ୍ରୀ ଶରଲିନ ଚୋପ୍ରା ଆଗୁଆ ଜାମିନ ଲାଗି ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ।

ସ୍ମାର୍ଟସିଟି ପ୍ରକଳ୍ପ କାରଣରୁ ହଟିବାକୁ ଥିବା ଯୋଦ୍ଧା ଘୋଡ଼ା ଆଉ ହଟିବ ନାହିଁ

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଯୋଦ୍ଧା ଘୋଡ଼ା। ଯେଉଁଠି ଅଛି ଯୋଦ୍ଧା ଘୋଡ଼ା ସେଇଠି ହିଁ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଏଭଳି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସ୍ମାର୍ଟସିଟି ପ୍ରକଳ୍ପ କାରଣରୁ ସ୍ଥାପିତ ଘୋଡ଼ା ହଟିବା ଆବଶ୍ୟକ ପଡୁଛି। ଏକଥା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହ ଡିଜାଇନ ପରିବର୍ତ୍ତନ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଘୋଡ଼ା ହଟିବନି ବୋଲି ସଫା ସଫା କହିଦେଇଛନ୍ତି।

ଓଡ଼ିଶାର ଅସ୍ମିତା ସହ ଖେଳାଯାଇପାରିବ ନାହିଁ। ଆକର୍ଷଣୀୟ ହେବ ଘୋଡା ଚାରିପାଖ। ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଘୋଡା ନହଟାଇବାକୁ ସ୍ଥିର ହୋଇଛି। ଏହାରି ଭିତରେ ଏକ ଟିମ୍ ଘୋଡା ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଗୋଡ଼ାରେ କିଛି ଫାଟ ଥିବା ଜଣାପଡିଛି। ଏ ସବୁର ମରାମତି କରାଯିବ। ମୂଳ କାରିଗର ନଥିବାରୁ କୁଶଳୀ କାରିଗରଙ୍କୁ ଆଣି ମୂର୍ତ୍ତି ମରାମତି ଦାୟିତ୍ୱ ଦିଆଯିବ।

ରାଜଧାନୀରେ ଡେଙ୍ଗୁରେ ଗଲା ପ୍ରଥମ ଜୀବନ, ୧୫ବର୍ଷର ବାଳକର ମୃତ୍ୟୁ

ଭୁବନେଶ୍ୱର: ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା। ମୃତକ ଜଣକ ହେଲେ ୧୫ବର୍ଷର ବାଳକ। ଗତ କିଛିଦିନ ଧରି ସେ ଜ୍ୱରରେ ପୀଡିତ ଥିଲେ। ଗତକାଲି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରାଯାଇଛି। ବିଏମସିର ନର୍ଥ ଯୋନରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୫୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଶୈଳଶ୍ରୀ ବିହାରର ମୃତ୍ୟୁବରଣ କରିଥିବା ବାଳକ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ଅଥବା ଅନ୍ୟକିଛି କାରଣ ରହିଛି ତାହା ଜାଣିବାକୁ ବିଏମସି ପକ୍ଷରୁ ତନାଘନା ଜାରି ରହିଥିବା ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ଅନ୍ତର୍ଜାମି ମିଶ୍ର କହିଛନ୍ତି। ସେପଟେ ଡେଙ୍ଗୁ ପ୍ରତିକାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ସଫେଇ ଓ ମଶାଧୂଆଁ ଛାଡିବା ଆଦି କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଥିବା ବିଏମସି ନର୍ଥ ଯୋନ ଯୋନଲ ଡେପୁଟି କମିଶନର।

ଭିଜିଲାନ୍ସ ଜାଲରେ ସମ୍ବଲପୁର ଧନକଉଡା BEO କାଯ୍ୟାଳୟର ମୁଖ୍ୟ କିରାଣି

ସମ୍ବଲପୁର: ଭିଜିଲ୍ଲାନ୍ସ ଜାଲରେ ପଡ଼ିଲେ ସମ୍ବଲପୁର ଧନକଉଡା BEO କାଯ୍ୟାଳୟର ମୁଖ୍ୟ କିରାଣି। ମୁଖ୍ୟ କିରାଣିଙ୍କ ନାମ ହେଉଛି ଦିଲିପ ଦେବ। ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସର ଚଢାଉ ଜାରି ରହିଛି। ଅଭିଯୋଗ ପରେ ଆଜି ସକାଳୁ ସକାଳୁ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ମୂଖ୍ୟ କିରାଣି ଦିଲିପ ଦେବଙ୍କ ଘରେ ଚାଲିଛି ଚଢାଉ କରିଛି ଟିମ। ତେବେ ଭିଜିଲାନ୍ନସର ସ୍ୱତନ୍ତ୍ର ବିଭାଗର ୫ ଜଣିଆ ଟିମ ଏସ୍‌ପିଙ୍କ ତତ୍ୱାବଧାନରେ ରଡ୍‌ କରୁଛନ୍ତି। ଏପର୍ଯ୍ୟନ୍ତ ୪ ଟି ବ୍ୟାଙ୍କ ଆକାଉଣ୍ଟ, ଚେକ୍‌, ଅଳଙ୍କାର ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ସିଜ୍‌ କରାଯାଇଛି। ତଦନ୍ତ ବେଳେ କେତେ ପରିମାଣର ଟଙ୍କା ମିଳିଲା ତାହା ତଦନ୍ତ ପରେ ଜଣା ପଡ଼ିବ।