ନବୀନଙ୍କ ଜିରୋ ଟଲେରାନ୍ସ ନୀତି: ବିଶୃଙ୍ଖଳିତ ଆଚରଣ ପାଇଁ ବିଜେଡିରୁ ନିଲମ୍ୱିତ ହେଲେ ଚିଲିକା ବିଧାୟକ

ଭୁବନେଶ୍ୱର:ବିଜେଡି ସୁପ୍ରିମୋଙ୍କ ଜିରୋ ଟଲେରାନ୍ସ ନୀତି । ବିଶୃଙ୍ଖଳିତ ନେତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ନବୀନ ପଟ୍ଟନାୟକ । ବିଜେଡିରୁ ନିଲମ୍ବିତ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଲମ୍ବିତ ହୋଇଛନ୍ତି । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ବି ନିଲମ୍ବିତ ହୋଇଛନ୍ତି ପ୍ରଶାନ୍ତ । ସର୍ବସାଧାରଣ ସ୍ଥାନରେ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା । ବାଲୁଗାଁ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଗଣ୍ଡଗୋଳ ହୋଇଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସିରେ ଆୟୋଜିତ ଆବାସ ଯୋଜନା ବଣ୍ଟନ କାର୍ଯ୍ୟକ୍ରମରେ ଅଶାନ୍ତି ସୃଷ୍ଟି ହୋଇଥିଲା । ମୁହାଁମୁହିଁ ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଓ ବାଲୁଗାଁ ବିଜେପି ନଗରମଣ୍ଡଳ ସଭାପତି ନିରଞ୍ଜନ ସେଠୀ । କୌଣସି ଏକ କଥାକୁ ନେଇ କାର୍ଯ୍ୟାଳୟ ସାମ୍ନାରେ ଦୁଇ ନେତାଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଉଭୟ ନିୟନ୍ତ୍ରଣ ହରାଇ ହାତାହାତି ହୋଇଥିଲେ ।

Leave a Reply