ଚଳନ୍ତା ଟ୍ରେନରେ ମହିଳାଙ୍କୁ ଗଣଦୁଷ୍କର୍ମ, ସ୍ୱାମୀଙ୍କ ସହ ଯାଉଥିଲେ

1 min read
Infocity Minor Girl Rape Case, Pocso Court Rejected 4 Accused Bail Plea

ମୁମ୍ବାଇ: ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଗଣଦୁୁଷ୍କର୍ମ ଭଳି ନିନ୍ଦନୀୟ ଘଟଣା ଘଟିଛି । ଏହି ଘଟଣା ଶୁକ୍ରବାର ରାତି ପ୍ରାୟ ୮ଟାରେ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ୮ ଜଣ ବଦମାସ ଇଗତପୁରୀ-କସାରା ଷ୍ଟେସନ ମଧ୍ୟରେ ଯାତ୍ରୀଙ୍କ ଠାରୁ ଲୁଟ୍ କରିଥିଲେ । ସ୍ଲିପର ବଗିରେ ଦୁବୃର୍ତ୍ତ ମାନେ ଚଢିବା ସହ ଲଟପାଟ୍ କରିଥିଲେ । ଏହି ସମୟରେ ସ୍ୱାମୀ ସହ ଯାତ୍ରା କରୁଥିବା ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିଲେ ।

କସାରାରେ ପହଞ୍ଚିବା ପରେ ଯାତ୍ରୀ ମାନେ ରେଳବାଇକୁ ସହାୟତା ମାଗିବା ପରେ ଜିଆରପି ତୁରନ୍ତ ସେମାନଙ୍କୁ ଧରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । କଲ୍ୟାଣ ଥାନାରେ ଏନେଇ ମାମଲା ରୁଜୁ କରାଯାଇଥିବା ନେଇ ସୂଚନା ଦେଇଛି ମୁମ୍ବାଇ ଜିଆରପି । ଆଇପିସିର ଧାରା ୩୯୫,୩୯୭, ୩୭୬ (ଡି), ୩୫୪, ୩୫୪ (ବି) ଓ ଭାରତୀୟ ରେଲୱେ ଆକ୍ଟ ୩୭ ଏବଂ ୧୫୩ ଅଧିନରେ ମାମଲା ରେକର୍ଡ କରାଯାଇଛି ।

ଜିଆରପି କମିଶନର  କେସର ଖାଲିଦ କହିଛନ୍ତି ଯେ ପ୍ରାୟ ୮ ଜଣ ବଦମାସ ଟ୍ରେନରେ ଚଢିବା ସହ ଲୁଟିଥିଲେ ଯାତ୍ରୀଙ୍କୁ। ଯାହାପରେ ସମ୍ପୃକ୍ତ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ଆଉ ଏହି ଘଟଣାରେ ୪ଜଣ ଅପରାଧିଙ୍କୁ ଧରା ଯାଇଥିବା ବେଳେ ଆଉ ୪ଜଣଙ୍କ ତଲାସୀ ଜାରି ରହିଛି ।

Leave a Reply