spot_img
Home Blog Page 5228

ସାଙ୍ଘାତିକ ରୂପ ନେଲାଣି ନିପା ଭାଇରସ୍‌, କଣ୍ଟାକ୍ଟ ଟ୍ରେସିଂ କରାଯାଇ ୨୫୧ ଜଣଙ୍କୁ କରାଗଲା ଚିହ୍ନଟ

କେରଳ: ଟେନସନ ବଢ଼ାଇଲାଣି ନିପା ଭାଇରସ୍‌। କେରଳରେ ପ୍ରଥମ ନିପା ଆକ୍ରାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୧ଜଣଙ୍କ ଶରୀରରେ ନିପା ଲକ୍ଷଣ ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ୮ଜଣଙ୍କ ନମୁନା ପରୀକ୍ଷା ପାଇଁ ପୁନେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି। ନମୁନା ପରୀକ୍ଷା ପରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ତେବେ ଲକ୍ଷଣ ଥିଲେ ବି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ।

ନିପାରେ ମୃତ୍ୟୁ ହୋଇଥିବା ୧୨ବର୍ଷୀୟ ବାଳକଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ୨୫୧ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୧୨୯ ଜଣ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଅଛନ୍ତି। ହାଇରିସ୍କରେ ଥିବା ୩୮ଜଣଙ୍କୁ କୋଝିକୋଡ୍ ମେଡିକାଲ କଲେଜ ହସ୍ପିଟାଲରେ ଆଇସୋଲେସନ ରଖାଯାଇଛି। ସେପଟେ ମାରାତ୍ମକ ନିପା ଭୂତାଣୁକୁ ନେଇ ସତର୍କ କରାଇଛନ୍ତି ଏମସ ବିଶେଷଜ୍ଞ ଡାକ୍ତର ଆଶୁତୋଷ ବିଶ୍ୱାସ।

ବାଦୁଡ଼ିଠାରୁ ନିପା ବ୍ୟାପୁଥିବା ବେଳେ ଏହାର କୌଣସି ଡାକ୍ତରୀ ଚିକିତ୍ସା ନାହିଁ। ତେଣୁ ସତର୍କ ଓ ସଚେତନ ରହିବା ନିହାତି ଆବଶ୍ୟକ। ନିପା ଭୂତାଣୁ ଖୁବଶୀଘ୍ର ସଂକ୍ରମିତ ହୋଇଥାଏ। ତଳେ ପଡ଼ିଥିବା ଫଳ ନଖାଇବା ସହ କୌଣସି ଫଳ ନଧୋଇ ଖାଇବା ଦ୍ୱାରା ଏହି ଭୂତାଣୁରେ ସଂକ୍ରମିତ ହେବା ଆଶଙ୍କା ଅଛି।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ଓ୍ୱେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଗତକାଲିର ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଏବେ ଉତ୍ତର-ପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ-ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି। ଆଗାମୀ ୨-୩ ଦିନ ମଧ୍ୟରେ ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ବିଶେଷ କରି ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଜପତି, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବଲାଙ୍ଗୀର, ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ପାଗ ବଦଳିବା ସହ ବର୍ଷାର ପରିମାଣ କମିବ।

ସେପଟେ ଚଳିତ ମାସ ଦୁଇ ଦୁଇଟି ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ତାହା ନିଅଣ୍ଟିଆ ବର୍ଷା ଭରଣା କରିବାରେ ବିଫଳ ହୋଇଛି। ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୨୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ମାତ୍ର ୬ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ, ୨୪ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। ୬ଟି ଜିଲ୍ଲାରେ ୪୦ ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଅନୁଗୁଳ, ଝାରସୁଗୁଡା, ସମ୍ବଲପୁର, ଭଦ୍ରକ, ଯାଜପୁର ଏବଂ ବଲାଙ୍ଗୀର ଜିଲ୍ଲା ନିଅଣ୍ଟିଆ ବର୍ଷା ପାଇଁ ଅଧିକ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ।

୨ ଜଣଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର

ଭୁବନେଶ୍ୱର: ବିଜେଡିର ଦୁଇଜଣଙ୍କ ଉପରୁ ପ୍ରତ୍ୟାହାର ହେଲା ନିଲମ୍ବନ ଆଦେଶ । ଏହି ୨ଜଣ ହେଲେ ରାୟଗଡ଼ା ଜିଲ୍ଲା ଗୁଡାରୀର କେ. ରାମକୃଷ୍ଣ ଓ ରାମନାଗୁଡାର ମନୋରଞ୍ଜନ ସାହୁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶରେ ଦୁଇଜଣଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି । ଏନେଇ ପ୍ରେସ୍ ଇସ୍ତାହାର ମାଧ୍ୟମରେ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି  ।

Suspension Order Revoked BJD

ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ମାଲ୍ଲା ବିଜୟ ଗିରଫ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇ ମାମଲାରେ ଆନ୍ଧ୍ରର ପୂର୍ବତନ ବିଧାୟକ ଡକ୍ଟର ମାଲ୍ଲା ବିଜୟ ପ୍ରସାଦ ଗିରଫ। ଡକ୍ଟର ମାଲ୍ଲା ବିଜୟ ପ୍ରସାଦଙ୍କୁ ଗିରଫ କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା। ବିଶାଖାପଟଣାରୁ ଆନ୍ଧ୍ରର ପୂର୍ବତନ ବିଧାୟକ ଡକ୍ଟର ମାଲ୍ଲା ବିଜୟ ପ୍ରସାଦଙ୍କୁ ଗିରଫ କରାଯାଇଛି। ମୋଟ୍‌ ୧୨ ଶହ ୫୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗ ରହିଛି ତାଙ୍କ ନାଁରେ। ସେଥିରୁ ଓଡ଼ିଶାରୁ କେବଳ ୨କୋଟି ଟଙ୍କାରୁ ଅଧିକ ଟଙ୍କା ଠକେଇ କରିଥିବା ସୂଚନା ମିଳିଛି।

ଓଡ଼ିଶାର ଭୁବନେଶ୍ୱର, କଟକ ଏବଂ ନୟଗଡ଼ରେ ତାଙ୍କର ଚିଟଫଣ୍ଡ ସଂସ୍ଥା ରହିଥିଲା। ଓ୍ୱେଲଫର ବିଲ୍ଡିଂ ଇଷ୍ଟେଟ୍ ପ୍ରାଇଭେଟ ଲିମିଟେଟ ନାମରେ ରହିଥିଲା ଚିଟଫଣ୍ଡ ସଂସ୍ଥା। ବିଭିନ୍ନ ଲୋଭନୀୟ ଅଫର ଦେଇ ଟଙ୍କା ହଡ଼ପ କରୁଥିବାର ଅଭିଯୋଗ ହୋଇଥିଲା। ଅର୍ଥନୈତିକ ଅପରାଧ ଶାଖାରେ ୨୦୧୯ ମସିହାରେ ଏ ନେଇ ଏକ ମାମଲା ରୁଜୁ ହୋଇଥିଲା। ସମ୍ବଲପୁର ଧନୁପାଲିରେ ମଧ୍ୟ ମାଲ୍ଲା ବିଜୟଙ୍କ ବିରୋଧରେ ଠକେଇ ଅଭିଯୋଗ ରହିଛି।

ମାଲ୍ଲା ବିଜୟ ଗିରଫ ହେବା ପରେ ଅର୍ଥନୈତିକ ଅପରାଧ ସାଖା ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଓଡ଼ିଶା ଆଣୁଛି। ଗୋଟଏ ରାଜ୍ୟ ଅନ୍ୟ ଗୋଟିଏ ରାଜ୍ୟକୁ ଅଣାଗଲେ ଟ୍ରାଞ୍ଜିଟ ରିମାଣ୍ଡର ପ୍ରକ୍ରିୟା ଦେଇ ଅଣାଯାଇଥାଏ। ତେବେ ଓଡ଼ିଶା ଅଣାଗଲା ପରେ ତାଙ୍କୁ ପ୍ରଥମେ ଓପିଆଇ କୋର୍ଟରେ ହାଜିର କରାଯିବ।

ଓଡ଼ିଶା ପୋଲିସ ତରଫରୁ ମାଲ୍ଲା ବିଜୟଙ୍କ ବିରୁଦ୍ଧରେ ୪୨୦, ୪୦୬, ୪୬୭, ୪୬୮, ୪୭୧ , ୧୨୦B ଧଫା ଲଗାଯିବା ସହିତ ଚିଟଫଣ୍ଡ ଠକେଇ ପାଇଁ ଲାଗିଛି ଓପିଡିର ବେନିଂ ଆକ୍ଟ। ତେବେ ରିମାଣ୍ଡରେ ଆସିବା ପରେ ଖୋଲିବ ଚିଟଫଣ୍ଡର ଗୁମର। ଏହି ଚିଟଫଣ୍ଡ କାରବାରରେ  ଆଉ କିଏ ଲିପ୍ତ ରହିଛନ୍ତି, ତାଙ୍କ ଲିଙ୍କରେ ଆଉ କିଏ କିଏ ରହିଥିଲେ ତାକୁ ନେଇ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ।

ଡକ୍ଟର ମାଲ୍ଲା ବିଜୟ ପ୍ରସାଦ ୨୦୦୯ରୁ ୨୦୧୪ ଯାଏଁ ଭାଇଜାଗ ୱେଷ୍ଟ‌ର ବିଧାୟକ ଥିଲେ। ଏବେ ସେ ଆନ୍ଧ୍ରପ୍ରଦେଶର ଶିକ୍ଷା ଭିତ୍ତିଭୂମି ବିକାଶ ନିଗମ ଅଧ୍ୟକ୍ଷ ଅଛନ୍ତି ।

ଅନ୍ଧାର ରାତି, ଅଜଣା ବିମାନ ଓ ଧୁଆଁଧୁଆଁ ହେଲା ତାଲିବାନ ମୋର୍ଚ୍ଚା

ନୂଆଦିଲ୍ଲୀ : ପଞ୍ଜଶୀରକୁ ନେଇ ଏବେ ବି ଜାରି ରହିଛି ସସପେନସ୍। ପାକିସ୍ତାନର ଡ୍ରୋନ ଆକ୍ରମଣ ସାହାଯ୍ୟରେ ଏହାକୁ କବଜା କରିଥିବା ନେଇ ଦାବି କରିଛି ତାଲିବାନ। ପଞ୍ଜଶୀର ଗଭର୍ଣ୍ଣର କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ତାଲିବାନୀ ପତାକା ବି ଉଡିଛି। ଅନ୍ୟପଟେ ପଞ୍ଜଶୀର ତାଲିବାନ ହାତକୁ ଯାଇନାହିଁ ବୋଲି ଦାବି କରିଛନ୍ତି ବିଦ୍ରୋହୀ, ତେବେ ଏହାରି ଭିତରେ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଖବର। ତାଲିବାନୀଙ୍କ ଉପରେ ହୋଇଛି ଏୟାର ଷ୍ଟ୍ରାଇକ୍ । ସୋମବାର ପଞ୍ଜଶୀରରେ ତାଲିବାନ ଶିବିର ଉପରେ ହୋଇଛି ଆକ୍ରମଣ। ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ ତାଲିବାନକୁ କଡ଼ା ଯବାବ ଦେଲା କିଏ?

ସୂଚନା ମୁତାବକ ଗତ ସୋମବାର ରାତିରେ ତାଲିବାନ ଶିବିର ଉପରେ ହୋଇଛି ଧୁଆଁଧାର ବିମାନ ଆକ୍ରମଣ। ଏଥିରେ ତାଲିବାର ବହୁ କ୍ଷତି ବି ହୋଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଏହି ଏୟାର ଷ୍ଟ୍ରାଇକ୍ କଲା କିଏ?  ଆଫଗାନିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଓ ସାମ୍ୱାଦିକଙ୍କ ଅନୁସାରେ ସୋମବାର ବିଳମ୍ବିତ ରାତ୍ରିରେ ପଞ୍ଜଶୀରେ ତାଲିବାନ ଶିବିର ଉପରେ ହୋଇଛି ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍। ଆଉ ଏହି ଆକ୍ରମଣ କରିଛନ୍ତି ଅଜଣା ଯୁଦ୍ଧ ବିମାନ। ତେବେ ଏହି ଖବର ଆସିବା ମାତ୍ରେ ସମସ୍ତଙ୍କ ମନରେ ବାସ ଗୋଟିଏ ପ୍ରଶ୍ନ ଯେ ଏହି ଆକ୍ରମଣ କେଉଁ ଦେଶ କରିଛି । ଋଷ୍ ନା ତାଜିକିସ୍ତାନ?

ଆଫଗାନିସ୍ତାନର ବହୁ ସାମ୍ବାଦିକଙ୍କ କଳ୍ପନାଜଳ୍ପନା ଭିତରେ ତାଜିକିସ୍ତାନର ନାମ ଶୀର୍ଷରେ ରହିଛି। କାରଣ ବିଦ୍ରୋହୀ ନେତା ଅହମ୍ମଦ ମାସୁଦ ଆଜିକାଲି ତାଜିକିସ୍ତାନରେ ଅଛନ୍ତି ବୋଲି ଦାବି କରାଯାଉଛି। ଏହା ବ୍ୟତୀତ ଯେତେବେଳେ ତାଲିବାନ ଆଫଗାନିସ୍ତାନ ଦଖଲ କଲା, ସେତେବେଳେ ଆଫଗାନିସ୍ତାନ ସେନାର ଅନେକ ଯୁଦ୍ଧ ବିମାନ ଏଠାରୁ ବାହାରି ତାଜିକିସ୍ତାନରେ ପହଞ୍ଚିଥିଲା। ଏହାବ୍ୟତୀତ ସମୟ ସମୟରେ ତାଜିକିସ୍ଥାନ ତାଲିବାନି ବିରୋଧୀ ସଂଗଠନଙ୍କୁ ସାହାଯ୍ୟ ମଧ୍ୟ କରିଆସିଛି । ଆଉ ଏହାହିଁ ପ୍ରମୁଖ କାରଣ ଯେ ତାଲିବାନୀଙ୍କ ଉପରେ ଏହି ଅଜଣା ଆକ୍ରମଣ ପଛରେ ତାଜାକିସ୍ତାନର ହାତ ଥିବା ଚର୍ଚ୍ଚା ହେଉଛି ।

ତାଜିକିସ୍ତାନକୁ ଛାଡ଼ି ଋଷ ଓ ଇରାନ ବି ଏହି ଆକ୍ରମ କରାଇଥାଇପାରନ୍ତି ବୋଲି କୁହାଯାଉଛି । କାରଣ ନିକଟରେ ତାଲିବାନ ସପକ୍ଷରେ ପାକିସ୍ତନ ଦ୍ୱାରା ପଞ୍ଜଶୀରରେ ହୋଇଥିବା ଡ୍ରୋନ ଆକ୍ରମଣକୁ ନେଇ ଇରାନ ଉତକ୍ଷିପ୍ତ ହୋଇଥିଲା। ତେଣୁ ଏମିତିରେ ଇରାନ ଏହି ଆକ୍ରମଣର ବଦଲା ନେବା ପାଇଁ ଆକ୍ରମଣ କରିଥାଇପାରେ ବୋଲି ମଧ୍ୟ କୁହାଯାଉଛି। ଅନ୍ୟପଟେ ଋଶ ଓ ତାଲିବାନର ସମ୍ପର୍କ ବି କିଛି ଖାସ ନୁହେଁ, ଆମେରିକା ଯେଉଁଭଳି ଭାବରେ ସମଗ୍ର ଆଫଗାନିସ୍ତାନକୁ ତାଲିବାନକୁ ହସ୍ତାନ୍ତର କରିଦେଲା, ଋଷ ଏଥିରେ କ୍ଷୁବ୍ଧ ହୋଇଥିଲା ଓ ଆମେରିକାକୁ କଡ଼ା ନିନ୍ଦା କରିଥିଲା। ଏମିତରେ ପଞ୍ଜଶୀର ସଂଘର୍ଷରେ ବିଦ୍ରାହୀଙ୍କୁ ସପକ୍ଷରେ ଋଷ ଏହି ଆକ୍ରମଣ କରିବା କୌଣସି ଆଶ୍ଚର୍ଯ୍ୟକର ଘଟଣା ନୁହେଁ।

ତେବେ ଏସବୁ ଯୁକ୍ତି ବି ଦୁର୍ବଳ ହୋଇଯାଉଛି କାରଣ ତାଲିବାନ ସରକାର ଗଠନ କର୍ଯ୍ୟକ୍ରମରେ ଯେଉଁ ଦେଶଗୁଡ଼ିକୁ ନିମନ୍ତ୍ରଣ କରାଯାଇଛି, ସେଥିରେ ଇରାନ ଓ ଋଷର ନା ମଧ୍ୟ ସାମିଲ ରହିଛି। ତେବେ ଏହି କଳ୍ପନାଜଳ୍ପନାରେ ସେତେବେଲେ ହିଁ ପୂର୍ଣ୍ଣଛେଦ ପଡ଼ିବ ଯେତେବେଳେ ଆକ୍ରମଣକାରୀ ନିଜେ ସାମ୍ନାକୁ ଆସିବ ।

ପିଲାମାନେ ସଂକ୍ରମିତ ହେବା ପଛରେ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ପିଲାମାନେ କରୋନାରେ ସଂକ୍ରମିତ ହେବା ପାଇଁ ପରିବାରକୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ। ପ୍ରାଥମିକ ଦାୟିତ୍ୱ ଅଭିଭାବକଙ୍କର। ପିଲାକୁ ଥଣ୍ଡା, କାଶ କି ଜ୍ୱର ହୋଇଛି ବୋଲି ସେମାନେ ଡାକ୍ତରଙ୍କୁ ଜଣାଇବା ଦରକାର। ନ ଜଣାଇଲେ ପରିସ୍ଥିତି ଭୟାନକ ହେବ। ଆବଶ୍ୟକ ପଡ଼ିଲେ ସ୍କୁଲ ବନ୍ଦ ହୋଇପାରେ। ପିଲାମାନେ ନେଇଥିବା ଟିକା କୋଭିଡ ଟିକା ନୁcହେଁ। ତେଣୁ ବାପା ମା’ ସାବଧାନ ରହିବାକୁ ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି ପରାମର୍ଶ ଦେଇଛନ୍ତି।

ସ୍କୁଲରେ ସଂକ୍ରମଣ ବଢ଼ିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସର୍ଭେଲାନ୍ସ କଡ଼ାକଡି କରିବାକୁ ପଡ଼ିବ। କେଉଁଠି କୋଭିଡ୍ କଟକଣା ଢିଲା ହୋଇଥିଲେ ତାକୁ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ତେବେ ସ୍କୁଲକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ଯଦି କେଉଁ ପିଲାଠାରେ ଲକ୍ଷଣ ଦେଖାଦେଉଛି, ସେମାନେ ସ୍କୁଲକୁ ନଆସିବା ଉଚିତ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି।

ଆଇସିୟୁରେ ମାତ୍ର ୨ ପ୍ରତିଶତ ପିଲା ଅଛନ୍ତି, ଭେଣ୍ଟିଲେଟରରେ କେହି ପିଲା ନାହାନ୍ତି। ହସପିଟାଲାଇଜେସନ୍ ରେଟ୍‌ରୁ ଜଣା ପଡ଼ୁଛି ଅଧିକାଂଶ ପିଲାଙ୍କର ସାମାନ୍ୟ ଲକ୍ଷଣ ରହିଛି। ଆର୍ ଭାଲ୍ୟୁ ଭୁବନେଶ୍ୱର ଓ କଟକରେ ୧ ଅଛି। ମେଡିକାଲରେ ଆଡ଼ମିଶନ କମ୍, ଭେଣ୍ଟିଲେଟର ବ୍ୟବହାର କମ୍, ସିଭିଅରିଟି କମ୍ ଅଛି। ସମ୍ଭାବ୍ୟ ତୃତୀୟ ଲହର ପାଇଁ ଅକ୍ସିଜେନ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି। ତଥାପି ସମସ୍ତେ କଟକଣା ମାନିବା ଉଚିତ  ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି।

ଭୁବନେଶ୍ୱର ରେଳ ଷ୍ଟେସନ ବିଶ୍ୱସ୍ତରୀୟ ହେବାରେ ବିଳମ୍ବର କାରଣ ପଛରେ କେନ୍ଦ୍ରର ଅବହେଳା: ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ସୁରୁଖୁରୁରେ ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭାରେ ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନ କରିବାକୁ ଉଦବେଗ ପ୍ରକାଶ ପାଇଛି। ରେଳ ଷ୍ଟେସନ ନେଇ ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ ଉଠାଇଥିଲେ। ସେ ପ୍ରଶ୍ନ କରିଥିଲେ ଯେ ଏପର୍ଯ୍ୟନ୍ତ କାହିଁକି କାମ ଆରମ୍ଭ କରାଯାଇନାହିଁ। ଘଟଣାର ବାଏପାସ୍‌ ପରେ ମଧ୍ୟ କାହିଁକି କାମ ଆରମ୍ଭ ହୋଇପାରୁନାହିଁ ବୋଲି ପ୍ରଶ୍ନ କରିଥିଲେ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରଶ୍ନର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ ଏଥିପାଇଁ କେନ୍ଦ୍ର ଯାହା ପଦକ୍ଷେପ ନେବା କଥା ତାହା ନେଉନାହିଁ। ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରିବା ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେବି ରେଳ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନାହିଁ। ଯେଉଁଥିପାଇଁ କାମରେ ବିଳମ୍ବ ହେଉଛି। କିନ୍ତୁ କେନ୍ଦ୍ର ସରକାର ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳଷ୍ଟେସନ ଘୋଷଣା କରିବା ପୂର୍ବରୁ ରାଜ୍ୟ ସରକାର ଷ୍ଟେସନର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।

ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତିଯେ ପ୍ଲାଟଫର୍ମ ନମ୍ବର ୧ ଓ ୬ ପାଖରେ ଖାଲିଥିବା ଜମି ଅଧିଗ୍ରହଣ ଆରମ୍ଭ ହୋଇଛି। ହେଲେ କୋଭିଡ ସ୍ଥିତି ପାଇଁ ଜମି ଅଧିଗ୍ରହଣ, ରେଳ ବିଭାଗର କ୍ଲିଅରାନ୍ସ ପାଇଁ କାର୍ଯ୍ୟରେ ବିଳମ୍ବ ହୋଇଛି। ଉନ୍ନତିକରଣ କାର୍ଯ୍ୟକୁ ନେଇ ମନ୍ତ୍ରୀ କହିଛନ୍ତି ଷ୍ଟେସନ ନିକଟରେ ଏକ ୧୯ ମହଲା ବିଲ୍ଡିଂ ହେବ। ମଲ ଓ ମାର୍କେଟ କମ୍ପ୍ଲେକ୍ସ ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ୧୯ ମହଲା ବିଲ୍ଡିଂ ନିର୍ମାଣ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ କ୍ଲିଅରାନ୍ସ ଆବଶ୍ୟକ ଥିବା ବେଳେ ତାହା ମିଳି ସାରିଛି।

ପ୍ଲାନ ଓ ଡିଜାଇନ ବି ଶେଷ ହୋଇଛି। ତେବେ ରେଳ ଷ୍ଟେସନର ପ୍ଲାଟଫର୍ମକୁ ରେଳ ବିଭାଗ ବିକାଶ କରିବ ଓ ପାରିପାର୍ଶ୍ୱିକ ଭିତ୍ତିଭୂମିର ବିକାଶ କରିବେ ରାଜ୍ୟ ସରକାର ବୋଲି ମନ୍ତ୍ରୀ ଉତ୍ତରରେ ରଖିଛନ୍ତି। କେବଳ ଭୁବନେଶ୍ୱର ରେଳ ଷ୍ଟେସନ ନୁହେଁ। ରାଜ୍ୟର ବିଭିନ୍ନ ରେଳ ଷ୍ଟସନକୁ ମୁଖ୍ୟମନ୍ତ୍ରୀ ତାଙ୍କ ନିଜସ୍ୱ ପାଣ୍ଠିରୁ ଉନ୍ନତିକରଣ କରିଚାଲିଛନ୍ତି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ରାଜ୍ୟରେ ଚିହ୍ନଟ ହେଲେ ୬୩୮ ଜଣ ନୂଆ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୩୮ ଜଣ କରୋନା ସଂକ୍ରମିତ। କ୍ୱାରେଣ୍ଟାଇନ ସେଣ୍ଟରରୁ ୩୭୨ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହୋଇଛନ୍ତି ୨୬୬। ସେହିପରି ଜନ୍ମରୁ ୧୮ ବର୍ଷ ମଧ୍ୟରେ ୯୨ ଜଣ ପିଲା ଆକ୍ରାନ୍ତ ହୋଇଛନ୍ତି। ତେବେ ଖୋର୍ଦ୍ଧା ପୁଣିଥରେ ରେଡ୍‌ ଜୋନକୁ ଫେରିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେପଟେ କଟକରୁ ୬୬ ଜଣ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୁଲରୁ ୫୨ ଜଣ ଅଛନ୍ତି।

ସେହିପରି ଅନୁଗୁଳରୁ ୧୭, ବାଲେଶ୍ୱରରୁ ୩୩, ବରଗଡ଼ରୁ ୭, ଭଦ୍ରକୁର ୧୪, ବଲାଙ୍ଗୀରରୁ ୨, ବୌଦ୍ଧରୁ ୧, ଦେବଗଡ଼ରୁ ୩, ଢ଼େଙ୍କାନାଳରୁ ୯, ଗଜପତିରୁ ୯, ଗଞ୍ଜାମରୁ ୪, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୨, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୨, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୧୪, କୋରାପୁଟରୁ ୩, ମାଲକାନାଗିରିରୁ ୫, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨, ପୁରୀରୁ ୧୮, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୪, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ନୂଆ ଭାରିଆଣ୍ଟ ସୃଷ୍ଟି ହେଲେ ସାଙ୍ଘାତିକ୍‌ ହେବ କରୋନାର ତୃତୀୟ ଲହର

ଭୁବନେଶ୍ୱର: ଯଦି କୌଣସି ନୂଆ ଭାରିଆଣ୍ଟ ସୃଷ୍ଟି ନହୁଏ ତେବେ ଦେଶରେ ଦ୍ୱିତୀୟ ଲହରୀ ପରି ତୃତୀୟ ଲହରୀ ମାରାତ୍ମକ ହେବ ନାହିଁ। ଏହାସହ ଦେଶରେ ପିଲାଙ୍କୁ ଟିକାକରଣ ନେଇ ସବିଶେଷ ତଥ୍ୟ ପ୍ରସ୍ତୁତ କରିବା ଉଚିତ ବୋଲି କହିଛନ୍ତି ବିଶିଷ୍ଟ ଭୂତାଣୁ ବିଜ୍ଞାନୀ ଡାକ୍ତର ଗଙ୍ଗଦୀପ କାଙ୍ଗ। ସେ କହିଛନ୍ତି, ଦେଶରେ ବ୍ୟାପକ ଟିକାକରଣ ଚାଲିଥିବା ବେଳେ, ବହୁ ସଂଖ୍ୟକ ଲୋକ ସଂକ୍ରମିତ ହୋଇସାରିଛନ୍ତି। ଫଳସ୍ୱରୂପ ଯଦି କୌଣସି ନୂଆ ଭାରିଆଣ୍ଟ ନ ଆସେ ତେବେ ତୃତୀୟ ଲହରୀ ସାଂଘାତିକ ହେବାର ସମ୍ଭାବନା ନାହିଁ।

ସେହିପରି ଦେଶରେ କେତେ ପିଲା ସଂକ୍ରମିତ ହୋଇଛନ୍ତି, କେତେ ପିଲା କୋଭିଡରେ ଗୁରୁତର ହୋଇଛନ୍ତି, କେତେ ପିଲା ପ୍ରାଣ ହରାଇଛନ୍ତି ସେସବୁର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ଏସବୁର ସବିଶେଷ ତଥ୍ୟ ପ୍ରସ୍ତୁତ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଦେଶରେ ପ୍ରତିଦିନ ଟିକା ନେଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ଏହି ପ୍ରକ୍ରିୟାରେ ଲୋକମାନେ ଅଧିକ ସୁରକ୍ଷିତ ରହୁଛନ୍ତି। ଆମେରିକା, ଇସ୍ରାଏଲ, କେତେକ ୟୁରୋପୀୟ ରାଷ୍ଟ୍ରରେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦିଆଯାଉଛି। ବ୍ରିଟେନରେ ପରାମର୍ଶଦାତା କମିଟି ୧୨ରୁ ୧୫ ବର୍ଷ ବୟସର ପିଲାଙ୍କୁ ଟିକା ଦେବା ପ୍ରସ୍ତାବକୁ ନାମଞ୍ଜୁର କରିଛି।

ପିଲାଙ୍କୁ ଟିକାକରଣ କରିବା ପୂର୍ବରୁ ସବିଶେଷ ତଥ୍ୟ ସଂଗ୍ରହ କରାଯିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି। କୋଭିଡରେ ପିଲା ଗୁରୁତର ହୋଇଛନ୍ତି ଓ କିଛି ପ୍ରାଣ ବି ହରାଇଛନ୍ତି। ମାତ୍ର ଏହାର ସବିଶେଷ ତଥ୍ୟ ହାସଲ କରିବା ଉଚିତ। ଏବେ ବି ଭୂତାଣୁର ପ୍ରଭାବ ରହିଛି ଏବଂ ଟିକା ନେଇ ନଥିବା ଓ ଦୁର୍ବଳ ବ୍ୟକ୍ତିମାନଙ୍କ ଲାଗି ଅନେକ ବିପଦ ରହିଛି। ଅନେକ ଲୋକଙ୍କ ପ୍ରତିରୋଧକ ଶକ୍ତି ବି ବହୁତ କମ୍ ରହିଛି। ତେଣୁ ଭୂତାଣୁ ପ୍ରତି ସତର୍କ ରହିବା ଆବଶ୍ୟକ। ଭାରତରେ ଯେଉଁ ଦୁଇଟି ଭୂତାଣୁ ନିଜର କାୟା ବିସ୍ତାର କରିଛି, ସେ ଦୁଇଟି ହେଲା କାପା ଓ ଡେଲଟା ଭାରିଆଣ୍ଟ।

ଶିଆଳିରେ କୂଳ ଲଙ୍ଘିଲାଣି ସମୁଦ୍ର, ବିପଦରେ ବାତ୍ୟା ଆଶ୍ରୟସ୍ଥଳୀ

ଜଗତସିଂହପୁର: ଧିରେ ଧିରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ସମୁଦ୍ର। ସମୟ ସହିତ କୂଳ ଲଙ୍ଘିବାରେ ଲାଗିଛି ସମୁଦ୍ର। ଫଳରେ ରାସ୍ତା ସହ ଘର ମଧ୍ୟ ଭାଙ୍ଗିବାରେ ଲାଗିଛି। ଏମିତି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଏରସମା ବ୍ଲକ ପଦ୍ମପୁର ଶିଆଳିରେ । ସମୁଦ୍ର କୂଳ ଲଙ୍ଘିବା ଫଳରେ ଦୁଇ ଶହ ମିଟର ଲମ୍ବ ଏବଂ ୫୦ ମିଟର ଚଉଡାର ଅତଡ଼ା ଖସି ପଡ଼ିଛି।

ଫଳରେ ସମୁଦ୍ର କୂଳରେ ପଦ୍ମପୁର ଆଉ ଗଡହରିସପୁର ଅଞ୍ଚଳର ହଜାର ହଜାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। କେତେବେ ବା ପାଣି ମାଡ଼ି ଆସିବ କିଏ ବା କହିବ। ଏନେଇ ଆଜି ସକାଳୁ ପଦ୍ମପୁର ସରପଞ୍ଚଙ୍କ ସହ ସ୍ଥାନୀୟ ବାସିନ୍ଦା ସ୍ଥିତି ବୁଲି ଦେଖିଛନ୍ତି। ସୁରକ୍ଷାକୁ ନଜରରେ ରଖି ଏହି ସ୍ଥାନରେ କିଛି ବାଲି ବସ୍ତା ପକାଯାଇ ମରାମତି କରାଯାଇଥିଲା।

ହେଲେ ଆଜି ସେ ସବୁ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ପୂର୍ବରୁ ଯେତିକି ଭୟଭୀତ ଥିଲେ ଏବେ ଆହୁରି ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକ। ସେପଟେ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ବିପଦଶଙ୍କୁଳ ଅବସ୍ଥାରେ ରହିଛି।