spot_img
Home Blog Page 5198

ଜାଣନ୍ତୁ ରାଜା ମହେନ୍ଦ୍ର ପ୍ରତାପ ସିଂହ କିଏ, ଯାହାଙ୍କ ନାଁରେ ଅଲୀଗଡ଼ରେ ତିଆରି ହେଉଛି ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦେଶର ରାଜଧାନୀଠାରୁ ପାଖାପାଖି ୨୦୦ କିଲୋମିଟର ଦୂରରେ ଅବସ୍ଥିତ ଅଲୀଗଡ଼ରେ ଆଜି ଉତ୍ସବର ମାହୋଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅଲୀଗଡ଼ରେ ଏକ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି । ଏହି ବିଶ୍ୱବିଦ୍ୟାଳୟର ନାମ ରାଜା ମହେନ୍ଦ୍ର ପ୍ରତାପ ସିଂଙ୍କ ନାମରେ ରଖାଯାଇଛି ।  ମହେନ୍ଦ୍ର ପ୍ରତାପ ସିଂହ କାବୁଲରେ ଥିବାବେଳେ ଭାରତର ପ୍ରଥମ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଥିଲେ । ସେହି ସରକାରର ମୁଖ୍ୟ ଥିଲେ ରାଜ ମହେନ୍ଦ୍ର ପ୍ରତାପ । ଆଜି, ଯେଉଁଠାରେ ଉତ୍ତରପ୍ରଦେଶର ହାଥସର ଜିଲ୍ଲା ପଡେ, ସେଠାରେ ରାଜ ମହେନ୍ଦ୍ର ପ୍ରତାପ ସିଂଙ୍କ ଶାସନ ହେଉଥିଲା । ଯେଉଁ ଜମି ଉପରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ନିର୍ମାଣ ହୋଇଛି ସେହି ଜମିକୁ ରାଜା ସାହେବଙ୍କ ପରିବାର ଦାନ କରିଥିଲେ । ରାଜା ମହେନ୍ଦ୍ର ପ୍ରତାପଙ୍କ ନାମରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦୀର୍ଘ ଦିନ ହେବ ଦାବି ହେଉଥିଲା । ପରିଶେଷରେ ରାଜ ମହେନ୍ଦ୍ର ପ୍ରତାପ ସିଂହ ବିଶ୍ୱବିଦ୍ୟାଳୟ ତିଆରି ହେବାକୁ ଯାଉଛି ।

ରାଜନୀତିରେ ରୂଚି ରଖୁଥିଲେ ରାଜା ସାହେବ

ମହେନ୍ଦ୍ର ପ୍ରତାପ ସିଂ ୧୮୮୬ ମସିହାରେ ଆଲିଗଡର ମୁରସାନ୍ ରାଜ୍ୟର ଉତ୍ତରାଧିକାରୀ ଭାବରେ ଜନ୍ମଗ୍ରହଣ କରିଥିଲେ । ତିନି ବର୍ଷ ବୟସରେ ମହେନ୍ଦ୍ର ପ୍ରତାପଙ୍କୁ ହାଥରସର ରାଜା ହରନାରାୟଣ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ ।ତାଙ୍କର ପ୍ରାଥମିକ ଶିକ୍ଷା ଏକ ସରକାରୀ ବିଦ୍ୟାଳୟରେ ହୋଇଥିଲା, କିନ୍ତୁ ପରେ ତାଙ୍କୁ ମହମ୍ମଦାନ୍ ଆଙ୍ଗ୍ଲୋ-ଓରିଏଣ୍ଟାଲ୍ କଲେଜିଏଟ୍ ସ୍କୁଲରେ ଭର୍ତ୍ତି କରାଯାଇଥିଲା, ଯାହା ପରେ ଅଲୀଗଡ ମୁସଲିମ୍ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିଲା । ମହେନ୍ଦ୍ର ପ୍ରତାପ ସ୍ନାତକୋତ୍ତର ସମାପ୍ତ କରିପାରିଲେ ନାହିଁ । ଆଡମିଶନର ୧୦ ବର୍ଷ ପରେ ଅର୍ଥାତ ୧୯୦୫ ମସିହାରେ ସେ କଲେଜ ଛାଡିଥିଲେ । ଛାତ୍ର ଜୀବନରୁ ସେ ରାଜନୀତିରେ ଗଭୀର ଭାବରେ ଆଗ୍ରହୀ ଥିଲେ ।

ସ୍ୱଦେଶୀ ଆନ୍ଦୋଳନରେ ଅଂଶଗ୍ରହଣ ପରେ ଆହୁରି ମାର୍ଜିତ ହୋଇଥିଲେ ପ୍ରତାପ

ଶ୍ୱଶୂରଙ୍କ ବାରଣ ସତ୍ତ୍ୱେ ୧୯୦୬ ମସିହାରେ ମହେନ୍ଦ୍ର ପ୍ରତାପ କୋଲକାତା ଯାଇ କଂଗ୍ରେସ ଅଧିବେଶନରେ ଅଂଶଗ୍ରହଣ କରିଥିଲେ । ସ୍ୱଦେଶୀ ଆନ୍ଦୋଳନରେ ଜଡିତ ଅନେକ ନେତାଙ୍କ ସହ ସାକ୍ଷାତ ପରେ ମହେନ୍ଦ୍ର ପ୍ରତାପଙ୍କର ଦେଶଭକ୍ତି ଆହୁରି ତୀବ୍ର ହୋଇଥିଲା । ସେ ରାଜକୀୟ ଉତ୍ତରାଧିକାରୀଭାବରେ ଛୋଟ ଶିଳ୍ପ ଏବଂ ସ୍ୱଦେଶୀ ଦ୍ରବ୍ୟକୁ ଉତ୍ସାହିତ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଦାଦାଭାଇ ନାଓରୋଜି, ବାଲ ଗଙ୍ଗାଧର ତିଲକ, ବିପିନ ଚନ୍ଦ୍ର ପାଲଙ୍କ କଥା ମହେନ୍ଦ୍ର ପ୍ରତାପଙ୍କ ଉପରେ ପ୍ରବଳ ପ୍ରଭାବ ପକାଇଥିଲା । ମହେନ୍ଦ୍ର ପ୍ରତାପ ତାଙ୍କ ରାଜ୍ୟରେ ବିଦେଶୀ ପୋଷାକ ଜାଳିବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ ।

କାବୁଲରେ ଗଠନ ହେଲା ଭାରତର ପ୍ରଥମ ମଧ୍ୟବର୍ତ୍ତୀକାଳୀନ ସରକାର

ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହୋଇସାରିଥିଲା । ଅନ୍ୟପଟେ ମହେନ୍ଦ୍ର ପ୍ରତାପଙ୍କ ହୃଦୟରେ ମାତୃଭୂମିକୁ ସ୍ୱାଧୀନ କରିବାର ଜ୍ୱାଳା ବଢ଼ିବାରେ ଲାଗିଥିଲା । ଡିସେମ୍ବର ୧୯୧୪ ମସିହାରେ ସେ ତୃତୀୟ ଥର ପାଇଁ ଦେଶରୁ ବାହାରକୁ ଯାଇଥିଲେ । ଏହି ଆଶାରେ ଯେ ବିଦେଶୀ ଶକ୍ତିଙ୍କ ସାହାଯ୍ୟରେ ଭାରତକୁ ବ୍ରିଟିଶମାନଙ୍କ କବଳରୁ ମୁକ୍ତ କରିବେ । ୟୁରୋପର ଅନେକ ଦେଶରେ ଯୋଗାଯୋଗ ବୃଦ୍ଧି କରିବା ପରେ ମହେନ୍ଦ୍ର ପ୍ରତାପ କାବୁଲକୁ ଚାଲିଗଲେ ।

୧୯୧୫ ମସିହା ଡିସେମ୍ବର ୧ ତାରିଖରେ ଥିଲା ରାଜ ମହେନ୍ଦ୍ର ପ୍ରତାପ ସିଂହଙ୍କ ୨୮ ତମ ଜନ୍ମଦିନ । ସେଦିନ ସେ କାବୁଲରେ ଭାରତର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିଥିଲେ । ନିଜକୁ ରାଷ୍ଟ୍ରପତି ଏବଂ ମୌଲଭୀ ବାରକାଟୁଲ୍ଲାଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ । ବ୍ରିଟିଶମାନଙ୍କ ବିରୁଦ୍ଧରେ ଜିହାଦ ଯୁଦ୍ଧ ଆରମ୍ଭ ହୋଇଥିଲା । ପରବର୍ତ୍ତୀ କିଛି ବର୍ଷ ସେହିଭଳି ସଂଘର୍ଷରେ ବିତିଥିଲା ।

ବ୍ରିଟିଶମାନେ ଘେରିବା ପରେ ଜାପାନ ପଳାଇଥିଲେ ରାଜା

ଦିମିର ଲେନିନଙ୍କ ସହ ମହେନ୍ଦ୍ରଙ୍କ ସଂପର୍କ ଭଲ ଥିଲା । ଲେନିନ ରାଜାଙ୍କୁ ଋଷ ଡାକିଥିଲେ । ସେ ସମୟରେ ଇଂଗ୍ରେଜ ମାନଙ୍କ ପାଇଁ ମହେନ୍ଦ୍ର ପ୍ରତାପ ବଡ଼ ବିପଦ ଭାବେ ଉଭା ହୋଇଥିଲେ । ବ୍ରିଟିଶ ସରକାର ରାଜ ମହେନ୍ଦ୍ର ପ୍ରତାପ ସିଂଙ୍କ ମୁଣ୍ଡରେ ଏକ ପୁରସ୍କାର ରଖିଥିଲେ, ତାଙ୍କର ସମସ୍ତ ସମ୍ପତ୍ତି ଜବତ କରି ତାଙ୍କୁ ପଳାତକ ଘୋଷଣା କରିଥିଲେ । ୧୯୨୫ ମସିହାରେ ରାଜଙ୍କୁ ଜାପାନ ପଳାଇବାକୁ ପଡିଥିଲା ।

୧୯୫୪ରେ ବାଜପେୟୀଙ୍କର ହରାଇ ସଂସଦ ଗଲେ ରାଜା

ଜାପାନରେ ମଧ୍ୟ ରାଜା ପ୍ରତାପ ସିଂହ ଏହି ଚିନ୍ତାରେ ଥିଲେ ଯେ, କିପରି ବିଶ୍ୱଯୁଦ୍ଧ ଦ୍ୱାରା ଉପୁଡିଥିବା ପରିସ୍ଥିତିର ଫାଇଦା ଉଠାଉ ଭାରତକୁ ସ୍ୱାଧୀନ କରାଯାଇପାରିବ । ୧୯୩୨ ମସିହାରେ ରାଜା ମହେନ୍ଦ୍ର ପ୍ରତାପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନିତ କରାଯାଇଥିଲା । ୩୨ ବର୍ଷ ପରେ, ୧୯୪୬ ମସିହାରେ ରାଜା ଭାରତ ଫେରିଥିଲେ  ଏବଂ ସିଧା ମହାତ୍ମା ଗାନ୍ଧିଙ୍କୁ ଦେଖାକରିବା ପାଇଁ ବର୍ଧା ଯାଇଥିଲେ । ସେପର୍ଯ୍ୟନ୍ତ ସ୍ୱାଧୀନତା ସୁନିଶ୍ଚିତ ହୋଇଯାଇଥିଲା । ସ୍ୱାଧୀନତା ପରେ ମହେନ୍ଦ୍ର ପ୍ରତାପ ଜନତାଙ୍କ ହାତରେ କ୍ଷମତା ଦେବାପାଇଁ ଅଭିଯାନ ଆରମ୍ଭ କରିଥିଲେ ।

ଅବଶ୍ୟ ଜବାହାର ଲାଲ ନେହେରୁ ତାଙ୍କୁ ଏତେଟା ଗୁରୁତ୍ୱ ଦେଇନଥିଲେ । କଂଗ୍ରେସରେ ମଧ୍ୟ ରାଜା ସାହେବଙ୍କୁ ସ୍ଥାନ ମିଳିନଥିଲା । ୧୯୫୭ ମସିହାରେ ମହେନ୍ଦ୍ର ପ୍ରତାପ ମଥୁରାରୁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଜିତିଥିଲେ । ସେହି ବର୍ଷ ଜନ ସଂଗଠନ ଅଟଳ ବିହାରୀ ବାଜପେୟୀଙ୍କୁ ଏହି ଆସନରୁ ଛିଡ଼ା କରାଇଥିଲା । ୧୯୭୯ ମସିହାରେ ରାଜ ମହେନ୍ଦ୍ର ପ୍ରତାପ ସିଂଙ୍କର ମୃତ୍ୟୁ ହୋଇଥିଲା ।

ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା, ୨ ପୋର୍ଟାଲ ସାମ୍ବାଦିକଙ୍କୁ ପୋଲିସର ସମନ

ଭୁବନେଶ୍ୱର: କୁଜଙ୍ଗ ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା । ଦୁଇ ଜଣ ୱେବ ପୋର୍ଟାଲ ସାମ୍ବାଦିକଙ୍କୁ ସମନ କରିଛି କମିଶନରେଟ ପୋଲିସ । ମଙ୍ଗଳାବାଗ ଥାନା ପୋଲିସ ପକ୍ଷରୁ ସମନ କରାଯାଇଛି । ଅସିତ୍ କୁମାର ରାଉତ ଓ ଦାମୋଦର ସେଠୀଙ୍କୁ ସମନ କରାଯାଇଥିବା ସୂଚନା ମିଳିଛି ।

Police Summoned Two Web Portal Journalists In Dushmant Das Death Case

ଆସନ୍ତାକାଲି ମଙ୍ଗଳାବାଗ ଥାନାରେ ହାଜର ହେବେ ଏହି ଦୁଇ ୱେବ୍ ପୋର୍ଟାଲ ସାମ୍ବାଦିକ । ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ବୟାନ ରେକର୍ଡ କରାଯିବ । ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ପରେ ତାହା ପଦାକୁ ଆସିବ ।

ଏଥିସହ ପଢ଼ନ୍ତୁ: ‘ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ଆଣି ବିଷ ଦେଇଛନ୍ତି ଦୁଇ ଅଜଣା ଯୁବକ’, କୁଜଙ୍ଗ ଥାନାରେ ଏତଲା

‘୨ କି ୪ ଫୁଟ ହେଉ ପଛେ ଆମ ଭକ୍ତି ରହୁ, ମୁମ୍ୱାଇ ଗଣେଶ ପୂଜାରେ ମଧ୍ୟ ମୂର୍ତ୍ତିର ଉଚ୍ଚତା କମିଛି’

ଭୁବନେଶ୍ୱର: ମୂର୍ତ୍ତି ଉଚ୍ଚତା ସହ ସଂକ୍ରମଣର ସିଧାସଳଖ ସମ୍ପର୍କ ନାହିଁ । ମାତ୍ର ଏହାଦ୍ୱାରା ଲୋକଙ୍କ ଭିଡ଼ ବଢିବାର ଆଶଙ୍କା ରହିଛି । ଭିଡ଼ ବଢ଼ିଲେ ସଂକ୍ରମଣ ବଢ଼ିପାରେ । ଏଣୁ ଅନ୍ୟ ରାଜ୍ୟମାନେ ମଧ୍ୟ ମୂର୍ତ୍ତି ଉଚ୍ଚତାରେ କିଛି କଟକଣା କରିଛନ୍ତି । ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଏବଂ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାର ପାଳନ କରିବାର ଆବଶ୍ୟକତା ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ମିଳିତ ସାମ୍ୱାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି ।

ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଯଦିଓ ସଂକ୍ରମଣ କମିଛି ତଥାପି ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କିଛି ରାଜ୍ୟରେ ସଂକ୍ରମଣ ଏବେ ବି ଅଧିକ ରହିଛି । ପୂର୍ବ ଥର ମଧ୍ୟ କିଛି ରାଜ୍ୟରେ ସଂକ୍ରମଣ ବଢି ଚାରି ଆଡ଼କୁ ବ୍ୟାପି ଯାଇଥିଲା । ଆଗକୁ ପାର୍ବଣ ଋତୁ ରହିଛି । ତେଣୁ ଆମେ ଏମିତି ଭୁଲ କରିବା ନାହିଁ ଯାହାଦ୍ୱାରା ସଂକ୍ରମଣ ପୁଣି ବଢ଼ିବ । ତେଣୁ କଟକଣା ମାନନ୍ତୁ । ପ୍ରଥମେ ଶରୀରକୁ ଦେଖନ୍ତୁ ପରେ ଧର୍ମ ପାଳନ କରିବା ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ମୂର୍ତ୍ତି ଉଚ୍ଚତା ସହ ସଂକ୍ରମଣର ଯଦିଓ ସିଧାସଳଖ ସମ୍ପର୍କ ନାହିଁ । ମାତ୍ର ଏହାଦ୍ୱାରା ଲୋକଙ୍କ ଭିଡ଼ ବଢିବାର ସମ୍ଭାବନା ରହିବ । ଅନ୍ୟ ରାଜ୍ୟ ମାନେ ମଧ୍ୟ ମୂର୍ତ୍ତି ଉଚ୍ଚତାରେ କିଛି କଟକଣା କରିଛନ୍ତି । ମୂର୍ତ୍ତି ବଡ଼ ହେଲେ ଲୋକେ ଆକର୍ଷିତ ହେବେ ଭିଡ଼ କରିବେ । ତେଣୁ ଆମେ ମଧ୍ୟ ସଂକ୍ରମଣ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ମହାପାତ୍ର କହିଛନ୍ତି ।

ମୂର୍ତ୍ତି ଉଚ୍ଚତା ପରୋକ୍ଷରେ ସଂକ୍ରମଣ ବଢାଇବ । ମୂର୍ତ୍ତି ଉଚ୍ଚତା ହେଲେ ଅନ୍ୟାନ୍ୟ ଜିନିଷ ବି ବଢ଼ିବ । ମହାରାଷ୍ଟ୍ର ମଧ୍ୟ ଗଣେଷ ପୂଜାରେ ତାହାର ମୂର୍ତ୍ତି ଉଚ୍ଚତା କମାଇଛି । ଓନମ ପର୍ବ ଦ୍ୱାରା କେରଳରେ ସ୍ଥିତି କଣ ହେଲା ସମସ୍ତେ ଜାଣନ୍ତି । ମୂର୍ତ୍ତି ଉଚ୍ଚତା ୨ କି ୪ ଫୁଟ ହେଉ ପଛେ ଆମର ଭକ୍ତି ରହୁ । ଜଣେ ସଂକ୍ରମିତ ହେଲେ ଅନେକ ଲୋକ ସଂକ୍ରମିତ ହେବେ ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି ।

ଏଥିସହିତ ପଢ଼ନ୍ତୁ: ସୁନ୍ଦରଗଡ଼ରେ BSKY ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାର ଯେଉଁ କୋଭିଡ ଗାଇଡ଼ ଲାଇନ ଜାରି କରିଛନ୍ତି ତାହାକୁ ସମସ୍ତେ ପାଳନ କରନ୍ତୁ । କରୋନା ପାଇଁ ଅକାଳରେ ଆମେ ଅନେକ ଲୋକଙ୍କୁ ହରାଇଛୁ । ଗତକାଲି ମଧ୍ୟ ଆମର ଜଣେ ଡାକ୍ତର ଭାଇଙ୍କୁ ହରେଇଛୁ । ଅନେକ ସାଧାରଣ ଲୋକ, ସାମ୍ବାଦିକ ଓ ଡାକ୍ତରଙ୍କୁ ଅକାଳରେ ହରାଇଛୁ । ଆଉ ହରାଇବାକୁ ଦିଅନ୍ତୁ ନାହିଁ । ଆପଣ ମାନେ ଯଦି କୋଭିଡ ଗାଇଡ଼ ଲାଇନ ପାଳନ କରିବେ ନାହିଁ ତେବେ ପୁଣି ଥରେ ଆମେ ପୂର୍ବ ସ୍ଥିତି କୁ ଫେରିବାର ଆଶଙ୍କା ପ୍ରକାଶ କରିଛି ସ୍ଵାସ୍ଥ୍ୟ ବିଭାଗ ।

ଓଡ଼ିଶା ପୋଲିସକୁ ବଡ଼ ସଫଳତା, ୨୦ ଲକ୍ଷ ଟଙ୍କାର ଇନାମୀ ମାଓନେତା ଗିରଫ

ଭୁବନେଶ୍ୱର: ମାଓ ବିରୋଧୀ ଅପରେସନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି । ଟପ୍ ମାଓ ନେତା ଦୁବାସି ଶଙ୍କରକୁ ପୋଲିସ ଗିରଫ କରିଛି । ଦୁବାସିଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଙ୍କା ପୁରସ୍କାର ଥିଲା । କୋରାପୁଟ ପୋଲିସ, ଏସଓଜି ଓ ବିଏସଏଫ ମିଳିତ ଭାବେ ବୈପାରୀଗୁଡ଼ା ଥାନା ଅଞ୍ଚଳରୁ ମାଓ ନେତା ଦୁବାସିଙ୍କୁ ଧରିଛନ୍ତି । ତାଙ୍କଠାରୁ ଗୋଟିଏ ଇନସାସ୍ ରାଇଫଲ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଦୁବାସିଙ୍କୁ କୋର୍ଟ ଚାଲାଣ କରାଯାଇଛି । ପ୍ରେସମିଟ୍ କରି ଏ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

Most Wanted Maoist Dubasi Shankar Arrested

ଗତ ୨୦ ବର୍ଷ ମଧ୍ୟରେ ସବୁଠୁ ବଡ଼ ମାଓ ନେତା ଭାବେ ଦୁବାସିଙ୍କୁ ପୋଲିସ ଗିରଫ କରିଛି । ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଦୁବାସି । ୨୦୦୯ ଦାମନଯୋଡ଼ି ସିଆରପିଏଫ ୯ ଯବାନ ସହିଦ, ୨୦୧୦ ଗୋବିନ୍ଦପାଲ୍ଲୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୧୧ ପୋଲିସ ସହିଦ, ଜାନୁଗୁଡ଼ା ଆମ୍ବୁସ ଆଦି ହିଂସାକାଣ୍ଡରେ ଦୁବାସି ଶଙ୍କରଙ୍କ ସମ୍ପୃକ୍ତ ରହିଛି । ଖୁବଶୀଘ୍ର ପୋଲିସ ଦୁବାସିଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

ଦୁବାସି ଗିରଫ ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏସିଏମ୍ ରାଙ୍କର ସୋନାଲ ମାଡବି ଓରଫ୍ କିରଣ କୋରାପୁଟ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଚଳିତବର୍ଷ ଏବେ ସୁଦ୍ଧା ୨୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ।

ବର୍ଦ୍ଧା ନଦୀରେ ଡଙ୍ଗା ବୁଡ଼ି ୧୧ ଜଣଙ୍କ ମୃତ୍ୟୁ ଆଶଙ୍କା

ମୁମ୍ବାଇ: ନାଆରେ ଯାଉଥିବା ବେଳେ ବୁଡ଼ିଗଲା ପରିବାର । ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାର ବର୍ଦ୍ଧା ନୀଦରେ ଡଙ୍ଗା ବୁଡ଼ି ଯାଇଛି । ବେନୋଦା ଥାନା ଅନ୍ତର୍ଗତ ଝୁଞ୍ଜ ଗାଁ ନିକଟରେ ଏହି ଡଙ୍ଗା ବୁଡ଼ି ହୋଇଛି । ଗୋଟିଏ ପରିବାରର ୧୧ ଜଣ ବୁଡ଼ି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ମୃତଦେହ ମିଳି ପାରିଛି । ତେବେ ଡଙ୍ଗା କିଭଳି ବୁଡ଼ିଲା ଜଣାପଡ଼ି ନାହିଁ ।

ୱାର୍ଦ୍ଧା ଜିଲ୍ଲାରେ ଗତ ୮ ଦିନ ହେଲା ପ୍ରବଳ ବର୍ଷା ହେଉଥିବା ବେଳେ ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି । ନାଆଟି ନଦୀର ଗୋଟିଏ କୂଳରୁ ଅନ୍ୟପଟକୁ ଯାଉଥିବା ବେଳେ ବୁଡ଼ି ଯାଇଛି । ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ବସିଥିବା କୁହାଯାଉଛି । ନାଆରେ ଗୋଟିଏ ପରିବାରର ୧୧ ଜଣ ଥିଲେ ।

ଅମରାବତୀ ଏସପିଙ୍କ ସୂଚନା ଅନୁସାରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ନିଖୋଜ ୮ ଜଣଙ୍କୁ ଠାବ ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଡଙ୍ଗା ବୁଡ଼ି ଖବର ପରେ ଲୋକଙ୍କ ଭିଡ଼ ଜମିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦିନ ପ୍ରାୟ ୧୦ଟା ବେଳେ ଏହି ଅଘଟଣ ଘଟିଛି ।

ସାମାନ୍ୟ ବଚସାରୁ ଖଣ୍ଡାରେ ହାଣିଲେ, ସିସିଟିଭିରେ କଏଦ ହେଲେ ଅଭିଯୁକ୍ତ

ବ୍ରହ୍ମପୁର: ହରିଡ଼ାଖଣ୍ଡି ଛକରେ ହୋଟେଲ ମାଲିକଙ୍କୁ ଆକ୍ରମଣ ଘଟଣାର ସିସିଟିଭି ଭୁଟେଜ ସାମ୍ନାକୁ ଆସିଲା । ଗତ ରବିବାର ରାତି ୮ଟା ୩୦ରେ ବ୍ରହ୍ମପୁର ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଥିବା ଅନୀଲ ହୋଟେଲରେ ମାଲିକ ଓ ଜଣେ କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା। କିଭଳି ଦୁଇ ଜଣ ଯୁବକ ହାତରେ ଖଣ୍ଡା ଧରି ହୋଟେଲ କର୍ମଚାରୀକୁ ଆକ୍ରମଣ କରୁଥିଲେ ତାହାର ସିସିଟିଭି ଏବେ ସାମ୍ନାକୁ ଆସିଛି । ଦୋକାନ ମାଲିକଙ୍କୁ ବକେୟା ୧ଶହ ଟଙ୍କା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଦେବାକୁ ନେଇ ଆକ୍ରମଣକାରୀ ଗ୍ରାହକ ଓ ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାର ମାତ୍ର ୫ମିନିଟ ମଧ୍ୟରେ ୩ଜଣ ଯୁବକ ଖଣ୍ଡା ଧରି ଆସି ଦୋକାନ ଭିତରେ ପଶିବା ସହ ଆକ୍ରମଣ କରିଥିଲେ।  ପରେ ସେଠାରୁ ଫେରାର ହୋଇଯାଇଥିଲେ। ତେବେ ଯେଉଁ ଯୁବକମାନେ ଏଥିରେ ଦେଖାଯାଉଛନ୍ତି ସେମାନେ ଅତି କମ ବୟସର ଜଣାପଡୁଛନ୍ତି। ମାରଣାସ୍ତ୍ର କେଉଁଠୁ ଅତି କମ ସମୟରେ ଆଣିଲେ ତାହା ତଦନ୍ତର ବିଷୟ । ଏହି ଘଟଣାରେ ଚନ୍ଦନ ସାହୁ ଓ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

https://www.facebook.com/NandighoshaTV/videos/409237820770817

ଏଥିସହିତ ପଢ଼ନ୍ତୁ: ଡେଲିଭରୀ ବୟ୍‌ଙ୍କୁ ଅପହରଣ ମାମଲା: ମଧ୍ୟପ୍ରଦେଶରୁ ଠାବ, ଅପହରଣ ନାଟକ ରଚିଥିବା ସନ୍ଦେହ

 

ଆଲର୍ଟ ! SBI ୟୁଜର୍ସ ତୁରନ୍ତ କରନ୍ତୁ ଏହି ଜରୁରୀ କାମ, ନଚେତ ପେମେଣ୍ଟ କରିବା ହୋଇଯିବ ମୁସକିଲ

0

ନୂଆଦିଲ୍ଲୀ: ଯଦି ଆପଣଙ୍କର ଏସବିଆଇ ଆକାଉଣ୍ଟ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ବାସ୍ତବରେ ଏସବିଆଇ ପକ୍ଷରୁ ଏକ ଚେତାବନୀ ଜାରି କରାଯାଇଛି । ଗ୍ରାହକମାନେ ତୁରନ୍ତ ଏହା ଉପରେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ବ୍ୟାଙ୍କ କହିଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ସମସ୍ତ ଆକାଉଣ୍ଟଧାରୀଙ୍କୁ ଖାତା ସହିତ କିଛି ଡକ୍ୟୁମେଣ୍ଟ୍ ଲିଙ୍କ୍ କରିବାକୁ ବିଜ୍ଞପ୍ତି ପଠାଇବା ଆରମ୍ଭ କରିଛି । ଏସବିଆଇ ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କର ପାନକୁ ଆଧାର କାର୍ଡ ସହିତ ଲିଙ୍କ କରିବାକୁ ପଡିବ । ସେପ୍ଟେମ୍ବର ଶେଷ ସୁଦ୍ଧା ସେମାନଙ୍କୁ ଏହା କରିବାକୁ ପଡିବ ।

ଏସବିଆଇ ଏହାର ଗ୍ରାହକମାନଙ୍କୁ ଚେତାବନୀ ଦେଇଛି ଯେ ଯଦି ସେମାନେ ପାନ କାର୍ଡକୁ ଆଧାର କାର୍ଡ ନମ୍ବର ସହିତ ଲିଙ୍କ ନକରନ୍ତି ତେବେ, ତେବେ ସେମାନେ ବ୍ୟାଙ୍କିଂ ସେବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।ଅବଶ୍ୟ ଗ୍ରାହକମାନେ କତାର୍ଡ ଲିଙ୍କନକଲେ କେଉଁସବୁ ସେବା ଉପଲବ୍ଧ ହେବ ନାହିଁ କିମ୍ବା ବ୍ୟବହାରକାରୀଙ୍କ ପାଇଁ କେଉଁ ସେବା ବିଳମ୍ବ ହେବ ସେ ସମ୍ବନ୍ଧରେ କୌଣସି ସୂଚନା ଗ୍ରହଣ କରାଯାଇ ନାହିଁ । ତେବେ ଏହା ସ୍ପଷ୍ଟ ଯେ ଏସବିଆଇ ଚାହୁଁଛି ଯେ, ଆକାଉଣ୍ଟଧାରୀମାନେ ଏହା ଉପରେ ଶୀଘ୍ର କାର୍ଯ୍ୟ କରନ୍ତୁ ।

ଏହି ବାର୍ତ୍ତା ଏସବିଆଇ ଟ୍ୱିଟ କରି କହିଛି । କୌଣସି ଅସୁବିଧାକୁ ଏଡାଇବା ପାଇଁ ଏବଂ ବ୍ୟାଙ୍କଗୁଡିକୁ ଆଧାର ସହିତ ଲିଙ୍କ୍ କରିବାକୁ ଗ୍ରାହକଙ୍କୁ ସୁପାରିଶ କରିବା ନେଇ ଟ୍ୱିଟ୍ କରିଛି ବ୍ୟାଙ୍କ । ଏହା ମଧ୍ୟ କୁହାଯାଇଛି ଯେ ପାନ୍-ଆଧାର ଲିଙ୍କ୍ ବାଧ୍ୟତାମୂଳକ ଅଟେ । ତଥାପି, ଯେଉଁମାନେ ସେମାନଙ୍କର ପ୍ୟାନ ଏବଂ ଆଧାର କାର୍ଡକୁ ସଂଯୋଗ କରୁନାହାଁନ୍ତି, ସେମାନଙ୍କ ଆଧାର କାର୍ଡକୁ ନିଷ୍କ୍ରିୟ କରାଯାଇଛି । ଏହାର ସରଳ ଅର୍ଥ ହେଉଛି SBI ଆକାଉଣ୍ଟଧାରୀମାନେ ଅନେକ ଆର୍ଥିକ କାରବାର କରିବାକୁ ସକ୍ଷମ ହେବେ ନାହିଁ ।

ପାନ ଏବଂ ଆଧାର କାର୍ଡକୁ ଲିଙ୍କ କରିବା ଏକ ସରକାରୀ ଆବଶ୍ୟକତା ଅଟେ ଏବଂ ଏହା ସିନିଶ୍ଚିତ କରିବା ପାଇଁ ଏସବିଆଇକୁ କାମରେ ସାମିଲ କରାଯାଇଛି । ଏସବିଆଇ ଜରିଆରେ ଏହି ବାର୍ତ୍ତା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଯାଉଛି । ଏସବିଆଇ ଭାରତର ସବୁଠୁ ବଡ଼ ବ୍ୟାଙ୍କ ଅଟେ । ଏହାର ଲକ୍ଷ ଲକ୍ଷ ଆକାଉଣ୍ଟ ହୋଲ୍ଡର ଅଛନ୍ତି ଏବଂ ସମସ୍ତଙ୍କ ପାକରୁ ଏହି ମେସେଡ ପଠାଯିବା ଏସବିଆଇର ଦାୟିତ୍ୱ ।

ଉଭୟ ପାନ୍ ଏବଂ ଆଧାର କାର୍ଡକୁ ଲିଙ୍କ୍ କରିବା ପଛରେ ମୁଖ୍ୟ କାରଣ ହେଉଛି ଏହା ଆୟକର ପ୍ରଶାସନକୁ ସମସ୍ତ ଆର୍ଥିକ କାରବାରକୁ ଭଲ ଭାବରେ ଟ୍ରାକ୍ କରିବାରେ ସାହାଯ୍ୟ କରିବ ଏବଂ ସମସ୍ତ ସମ୍ପୃକ୍ତ ବ୍ୟକ୍ତି ଟିକସ ଦେବେ ବୋଲି ନିଶ୍ଚିତ କରିବେ ।

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ଅପରାହ୍ନରେ ଖୋଲିବ ହୀରାକୁଦ ଗେଟ୍

ଭୁବନେଶ୍ୱର: ରାଜ୍ୟରେ ବର୍ଷା ସ୍ଥିତି ନେଇ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲଙ୍କ ସୂଚନା । ଉପର ମହାନଦୀର ଦୁଇଟି ସ୍ଥାନକୁ ଛାଡ଼ିଲେ ବର୍ଷା ନାହିଁ। ତଳ ମହାନଦୀର ଦୁଇଟି ସ୍ଥାନ ବଳମୂଳ ୨୦୦ ମିଲିଲଟର ଓ ଖାଇରମାଲରେ ୧୬୦ ମିଲିମିଟର ବର୍ଷା ହୋଇଛି । ତଳ ବ୍ରହ୍ମଣୀର ତଳ ମୁଣ୍ଡରେ ୧୬୦ରୁ ୨୦୦ ମିଲିମିଟର ବର୍ଷା ହୋଇଛି। କେନ୍ଦୁଝର, ଆନନ୍ଦପୁର, ଆଖୁଆପଦାରେ ବର୍ଷା ଅଛି। । ବଂଶଧାରା, ଇନ୍ଦ୍ରାବତୀ ଓ କୋଲାବରେ ବର୍ଷା ନାହିଁ। ମହାନଦୀ ବିପଦ ସଂକେତରୁ ୩ ମିଟର ତଳେ ଅଛି । ବୈତରଣୀ ଆଖୁଆପଦା ଠାରେ ବିପଦ ସଂକେତ ଉପରେ ଅଛି। ହେଲେ ଉପରମୁଣ୍ଡରେ ବର୍ଷା ନଥିବାରୁ ଏହାର ଜଳସ୍ତର କମିବ ।

ଜଳକା ୬ ମିଟର ବିପଦ ସଂକେତ ଉପରେ ଅଛି । ମହାନଦୀ ବରମୂଳ ୪ଲକ୍ଷ ୩୬ହଜାର କ୍ୟୁସେକ୍, ମୁଣ୍ଡୁଲି ୩ଲକ୍ଷ ୨୨ହଜାର କ୍ୟୁସେକ୍ ଦେଇ ଗତି କରୁଛି । ୪୪ରୁ ୨୨ ଜଳଭଣ୍ଡାରରେ  ଜଳ ଧାରଣା କ୍ଷମତା ଅଛି । ହୀରାକୁଦ ୨ଲକ୍ଷ କ୍ୟୁସେକ ଜଳ ପଶିବାର ଆକଳନ ଅଛି । ୬୨୬.୫ ଫୁଟ ଜଳ ଅଛି । ବର୍ଷା ପାଇଁ ପାଣି ଉଠୁଛି । ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ଥିବାରୁ ହୀରାକୁଦର ୬ଟି ଗେଟ ଆଜି ୩ଟା ରୁ ୫ ସୁଦ୍ଧା ଖୋଲିବ। ୧ଲକ୍ଷ କ୍ୟୁସେକ୍ ତଳକୁ ପାଣି ମିଶିଵ। ତେଣୁ ମୁଣ୍ଡୁଳୀରେ ଆଉ ବନ୍ୟା ସ୍ଥିତି ହେବନି। ରେଙ୍ଗାଲି ଜଳଭଣ୍ଡାରର ଗେଟ ଖୋଲିବ ନାହିଁ। ତଳିଆ ଅଂଚଳ ଯେପରି ଡ୍ରେନ, ନାଳ ପାଣି କେନାଲରେ ମିଶୁଛି, ହେଲେ ସରକାର ସଜାଗ ଅଛନ୍ତି। ପାଟ୍ରୋଲିଂ ଚାଲିଛି । ଉଚ୍ଚପଦାଧିକାରୀ ଫିଲ୍ଡରେ ଅଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ହେବ । ଆଜିର ସ୍ଥିତି ଓ ମୁଣ୍ଡୁଳୀକୁ ଦେଖିଲେ ବନ୍ୟା ସ୍ଥିତି ନାହିଁ । କେଉଁଠି ବନ୍ୟା ସ୍ଥିତି ନାହିଁ । ବନ୍ୟା ଆଶଙ୍କା ବି କମ। ଯାହା ବର୍ଷା ହୋଇଛି, ତଳିଆ ଅଞ୍ଚଳକୁ ପ୍ରଭାବିତ କରୁଛି ।

ସୁନ୍ଦରଗଡ଼ରେ BSKY ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ସ୍ୱାସ୍ଥ୍ୟ ହିଁ ସମ୍ପଦ, ସୁସ୍ଥ ରହିଲେ ସବୁକାମ ହୋଇପାରିବ । କାର୍ଡ ଜରିଆରେ ହସ୍ପିଟାଲରୁ ଚିକିତ୍ସା ସୁବିଧା ମିଳିବ । ସୁନ୍ଦରଗଡ଼ ଜିଲ୍ଲାପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭ମାସ ଭିତରେ ସୁନ୍ଦରଗଡ଼କୁ ଦ୍ୱିତୀୟ ଗସ୍ତ କରି ନିଜ ହାତରେ ୭ହିତାଧିକାରୀଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଛନ୍ତି ନବୀନ । ଏହା ସହ ୫୮୦ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ବର୍ଷକ ଭିତରେ ସୁନ୍ଦରଗଡ଼କୁ ୫୬୦୦କୋଟି ଟଙ୍କାର ଭେଟି ଦେଇଛନ୍ତି ରାଜ୍ୟ ସରକାର ।

ସମାରୋହରେ ମୁଖ୍ୟମନ୍ତ୍ରୀ ଉଦବୋଧନ ପୂର୍ବରୁ ନୂଆଁଖାଇ ଜୁହାର ଜଣାଇ କହିଛନ୍ତି, ଏମାଟିର ବରପୁତ୍ର ସାରା ଦେଶକୁ ଗର୍ବିତ କରିଛନ୍ତି । ଅଲିମ୍ପିକ୍ସ ପଦକ ବିଜେତାଙ୍କ ଏ ମାଟିକୁ ପ୍ରଣାମ । ୪ହକି ଅଲିମ୍ପିଆନଙ୍କୁ ଅଭିନନ୍ଦନ । ସୁନ୍ଦରଗଡ଼ର ପିଲାମାନେ ଓଡ଼ିଶାର ଗୌରବ ବଢ଼ାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସ୍ମାର୍ଟକାର୍ଡ ବାଣ୍ଟି ବହୁତ ଖୁସି ବୋଲି କହିଛନ୍ତି ନବୀନ । ୨୦୦ରୁ ଅଧିକ ହସ୍ପିଟାଲରେ କାର୍ଡ ଦେଖାଇ ଚିକିତ୍ସା ପାଇପାରିବେ । ପରିବାର ପାଇଁ ୫ଲକ୍ଷ ଓ ମା’ମାନଙ୍କ ପାଇଁ ୧୦ଲକ୍ଷ ଯାଏ ସୁବିଧା ରହିଛି ।

ଏଭଳି ସୁବିଧା ଦେବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ଚିକିତ୍ସା ପାଇଁ ଟଙ୍କା ସବୁଠୁ ବଡ଼ ଟେନସନ । ବିଭିନ୍ନ ଉତ୍ସରୁ ଅର୍ଥ କାଢ଼ି ଚିକିତ୍ସା ଖର୍ଚ୍ଚ ତୁଲାଇଥାନ୍ତି ଲୋକେ । ଏହା ଗଭୀର କଷ୍ଟ ଦେଇଥାଏ ବୋଲି କହିବା ସହିତ ଏବେ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ତୁଲାଇବେ । ରାଜ୍ୟବାସୀ ଚିକିତ୍ସା ଖର୍ଚ୍ଚକୁ ପିଲାମାନଙ୍କର ପାଠପଢ଼ାରେ ଖର୍ଚ୍ଚ କରିପାରିବେ ବୋଲି ନବୀନ ପରାମର୍ଶ ଦେଇଛନ୍ତି । ମେଡିକାଲରେ ଲକ୍ଷ ଲକ୍ଷ ରୋଗୀ ବଡ଼ ବଡ଼ ସୁବିଧା ନେଇଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀରୁ ଆରମ୍ଭ କରି ରିକ୍ସାବାଲା, ଗାଁରୁ ସହରଯାଏ ସମସ୍ତେ ମୂଲ୍ୟବାନ । ସୁସ୍ଥ ରହି ପରିବାରର ଉନ୍ନତି କରନ୍ତୁ । ସୁନ୍ଦରଗଡ଼ ଜିଲ୍ଲାରେ ଦ୍ୱିତୀୟ ଏମ୍ସ ପାଇଁ ଉଦ୍ୟମ ଜାରିରହିଛି । କେନ୍ଦ୍ର ନିକଟରେ ଦାବି କରିଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପୁଣି ସନ୍ଦିଗ୍ଧ ଚିହ୍ନଟ: ପଡ଼ୋଶୀ ଦେଶକୁ ତଥ୍ୟ ଯୋଗାଉଥିବା ଅଭଯୋଗ

0

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପୁଣି ସନ୍ଦିଗ୍ଧ ଚିହ୍ନଟ । କେନ୍ଦ୍ର ଭିତରୁ ୫ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ବାଲେଶ୍ୱର ପୋଲିସ । ପଡୋଶୀ ଦେଶର ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଯୋଗାଉଥିବା ଅଭିଯୋଗରେ ଅଟକ। ଗତକାଲି ରାତିରେ ଠିକା କର୍ମଚାରୀଙ୍କ ଘରୁ ଉଠାଇ ଆଣିଛି ପୋଲିସ ।

ସୂଚନା ଅନୁଯାୟୀ, ଅଟକ ୪ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବସନ୍ତ ବେହେରା । ଯିଏ ଲଞ୍ଚ ପ୍ୟାଡ୍ ୩ରେ ଏସି ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ଯେଉଁଠାରୁ ପୃଥ୍ୱୀ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥାଏ । ତାଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍ ଆସିବା ସହ ସେଠାରୁ ବାହାରକୁ ମଧ୍ୟ କଲ୍ ଯାଉଥିବା ଗୁଇନ୍ଦା ବିଭାଗ ଟ୍ରାକ୍ କରିଥିଲା । ପଡ଼ୋଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଏହି ଫୋନ୍ କଲ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ସନ୍ଦେହ କରାଯାଉଛି । ରାଜସ୍ଥନ ବର୍ଡର ନିକଟରୁ ଏହି ଅନ୍ତର୍ଜାତୀୟ କଲ୍ ଆସୁଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଜଣାପଡ଼ିବା ପରେ ବାଲେଶ୍ୱର ପୋଲିସ ହେଡକ୍ୱର୍ଟକୁ ଅବଗତ କରାଯାଇଥିଲା । ଖବର ପାଇବା ପରେ ବାଲେଶ୍ୱର ପୋଲିସ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ସେମାନଙ୍କୁ ରାତି ଅଧିଆ ଘରୁ ଉଠାଇ ଆଣି ପଚରାଉଚରା କରୁଛି ପୋଲିସ ।

ପୂର୍ବରୁ ପାକିସ୍ତାନ ଆଇଏସଆଇ ପାଇଁ ଗୁଇନ୍ଦାଗିରି କରି ଆଜୀବନ ଜେଲ ସଜ୍ଜା କାଟୁଛନ୍ତି ଇଶ୍ୱର ବେହେରା । ସେ ମଧ୍ୟ  ଚାନ୍ଦିପୁର ପ୍ରତିରକ୍ଷା ବିଭାଗରେ ଠିକା ଫଟୋ ଗ୍ରାଫର ଭାବେ କାମ କରୁଥିଲେ । ତେବେ ପଡୋଶୀ ପାକିସ୍ତାନର ଆଇଏସଆଇକୁ ଗୋପନୀୟ ତଥ୍ୟ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲା ।