spot_img
Home Blog Page 4903

ଦର ବୃଦ୍ଧି ଯୋଗୁଁ ପୁଣି ଚୂଲି ମୁଣ୍ଡକୁ ଫେରିଲେଣି ଗୃହିଣୀ

ଭୁବନେଶ୍ୱର: ବିଫଳତାର ଉଦାହରଣ କେନ୍ଦ୍ରର ଉଜ୍ଜ୍ୱଳା ଯୋଜନା । ଆକାଶଛୁଆଁ ଗ୍ୟାସ୍‌ ଦର ଯୋଗୁଁ ଏବେ ଗରିବ ମହିଳା ଗ୍ୟାସ୍‌ ଜାଳିବାକୁ ନାପସନ୍ଦ କଲେଣି । ପୁଣି ସେହି ଚୂଲି ଉପରେ ଭରସା କରୁଛନ୍ତି । ଦୁଃସ୍ୱପ୍ନ ପାଲଟିଛି କେନ୍ଦ୍ରର ଅଚ୍ଛେଦିନ୍‌ ପ୍ରତିଶ୍ରୁତି । ମଧ୍ୟବିତ୍ତଙ୍କ ବଜେଟ୍‌ ବିଗାଡ଼ିଲାଣି ଗ୍ୟାସ ଦର ବୃଦ୍ଧି । ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଯାହାକୁ ନେଇ ସମାଲୋଚନାର ଶିକାର ହେଉଛନ୍ତି କେନ୍ଦ୍ର ସରକାର ।

Centre's Ujjwala Scheme Failed In Odisha

ତେଜ ହରାଇଲାଣି ଉଜ୍ଜ୍ୱଳା ଯୋଜନା । ଘରେ ପଡ଼ି ପଡ଼ି ଗ୍ୟାସ୍ ଟାଙ୍କିରେ ଲାଗିଲାଣି କଳଙ୍କି । ବର୍ଦ୍ଧିତ ଗ୍ୟାସ୍‌ ଦର ଦେଖି ପୁଣି ଚୂଲି ଜାଳିଲେଣି ମହିଳା । ଚୂଲି ଧୂଆଁରୁ ମୁକ୍ତି ପାଇଁ ଆରମ୍ଭ ହୋଇଥିବା ଉଜ୍ଜ୍ୱଳା ଯୋଜନା ଆଜି ସଙ୍କଟ ପାଲଟିଗଲାଣି । ଗତ ସାଢ଼େ ୩ ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବଢ଼ିଛି । ଥରେ ଗ୍ୟାସ ସରିଲେ, ରିଫିଲିଂ ପାଇଁ ମଧ୍ୟବିତ୍ତ ପରିବାରରେ ବଜେଟ୍‌ ନାହିଁ ।

Centre's Ujjwala Scheme Failed In Odisha

ବାଲେଶ୍ୱର ଜିଲ୍ଲା ଅଙ୍ଗାଗଡ଼ିଆ ଗାଁ ବାସିନ୍ଦା ପାର୍ବତୀ ସୋରେନ । ଛୋଟ ବଡ଼ ହୋଇ ୧୫ ଜଣିଆ ପରିବାର । ୨ ବର୍ଷ ପୂର୍ବରୁ ତାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣା ଟାଙ୍କି ଓ ଷ୍ଟୋଭ୍‌ ମିଳିଥିଲା । ସେତେବେଳେ ୬୫୦ ଟଙ୍କାରେ ଗ୍ୟାସ୍‌ ପୂରାଇ ୧୫ ଦିନ ରୋଷେଇ କରୁଥିଲେ । ହେଲେ ଏବେ ହଜାରେ ଟଙ୍କା ଦେଇ ଗ୍ୟାସ୍‌ ପୂରାଇବାକୁ ସକ୍ଷମ ନୁହଁନ୍ତି । ଦୁଇ ତିନି ମାସ ହେଲାଣି ଗ୍ୟାସ୍‌ ଟାଙ୍କିକୁ ବସ୍ତାରେ ପୂରାଇ ରଖି ଦେଇଛନ୍ତି ।

Centre's Ujjwala Scheme Failed In Odisha

ସୋନପୁରରେ ମଧ୍ୟ ଘରେ ଘରେ ସମାନ ସ୍ଥିତି । କେନ୍ଦ୍ର ସରକାରଙ୍କର ଏହି ମହତ୍ୱାକାଂକ୍ଷୀ ଯୋଜନା ଲୋକଙ୍କ କାମରେ ଆସୁନି । କାହାର ଗ୍ୟାସ୍ ଟାଙ୍କି ଖତ ଗଦାରେ ପଡ଼ିଥିବା ବେଳେ କାହାର ଘରେ ନାମକୁ ମାତ୍ର ଶୋଭାବର୍ଦ୍ଧନ କରୁଛି ସଲିଣ୍ଡର । କେନ୍ଦ୍ର ସରକାରଙ୍କର ଏହି ଖାଉଟି ମାରଣ ନୀତିକୁ ତୀବ୍ର ବିରୋଧ କରିଛନ୍ତି ଉପଭୋକ୍ତା । ଯାଜପୁର ଜିଲ୍ଲାରେ ବି ଉଜ୍ଜ୍ୱଳା ଯୋଜନାର ବିଫଳତା କିଛି କମ୍‌ ନୁହେଁ । ଗ୍ୟାସ୍‌ ଛାଡ଼ି କେବେଠୁ ମହିଳା ମାନେ ଚୂଲିକୁ ଆଦରି ସାରିଲେଣି । ଗରିବ ମହିଳାଙ୍କ ମୁହଁରେ ଖୁସି ଆଣିବାକୁ ୨୦୧୬ ମେ ପହିଲାରେ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।

‘ଚିଲମଜୀବୀ’ କହିଲେ ଅଖିଳେଶ, ସନ୍ଥ ସମାଜ ଆଣିଲା ବଡ଼ ଅଭିଯୋଗ

ଚିଲମଜୀବୀ କହି ଫସିଲେ ଅଖିଳେଶ ଯାଦବ  । ସାଧୁ ସମାଜଙ୍କୁ ଚିଲବଜୀବୀ ବୋଲି କହିଛନ୍ତି ସମାଜବାଜୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ । ଯାହା ତାଙ୍କୁ ବିବାଦ ଘେରକୁ ଟାଣି ଆଣିଛି । ଏମିତିକି ବିଜେପିକୁ ନିଶାନା କରିବାକୁ ଯାଇ ବିବାଦରେ ଏବେ ଅଖିଳେଶ ଯାଦବ  । ଉତ୍ତରପ୍ରଦେଶର ଏକ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇ ଏଭଳି ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ  ।

ଅଖିଳଙ୍କ ଏପରି ବୟାନରେ ଖପ୍ପା ଅଖିଳ ଭାରତୀୟ ସନ୍ଥ ସମିତି  । ରାଜନୀତି ପାଇଁ ସାଧୁ ସମାଜଙ୍କୁ ଅପବାଦ କରୁଛନ୍ତି  । ତେଣୁ ତାଙ୍କୁ ସନ୍ଥ ସମାଜ ଆଗରେ କ୍ଷମା ପ୍ରାର୍ଥନା କରିବାକୁ ପଡ଼ିବ ବୋଲି କହିଛି ଅଖିଳ ଭାରତୀୟ ସନ୍ଥ ସମିତି  । ସେପଟେ ଅଖିଳେଶଙ୍କ ନାଁରେ ମାମଲା ମଧ୍ଯ ଦାୟର କରାଯାଇଛି  ।

ଅଖିଳ ଭାରତୀୟ ସଂନ୍ଥ ସମିତିର ରାଷ୍ଟ୍ରୀୟ ମହାମନ୍ତ୍ରୀ ସ୍ୱାମୀ ଜିତେନ୍ଦ୍ରନନ୍ଦ ସରସ୍ୱତୀ କହିଛନ୍ତି, ଅଖିଳେଶ ଯାଦବ ସର୍ବଦା ଉତକ୍ଷୀପ୍ତ ବୟାନବାଜି କରୁଛନ୍ତି  । ସନ୍ଥ ସମାଜ ଏବଂ ଭଗୱାଧାରୀ ବ୍ୟକ୍ତିଙ୍କୁ ହିଁ ସେ ରାଜନୀତି ପାଇଁ ନିନ୍ଦିତ କରୁଛନ୍ତି  । ତେଣୁ ଅଖିଳେଶଙ୍କୁ ସତର୍କ କରାଇଦେବାକୁ ଚାହୁଁକି, ଏପରି ବାର୍ତ୍ତାରୁ ନିର୍ବୃତ୍ତ ରୁହନ୍ତୁ ଅଖିଳେଶ  । ନଚେତ ଆଗାମୀ ଦିନରେ ଜନ ଆକ୍ରୋଶର ଶିକାର ହେବାକୁ ପଡ଼ିବ ବୋଲି କହିଛନ୍ତି ଜିତେନ୍ଦ୍ରନନ୍ଦ ସରସ୍ୱତୀ  ।

ସାଟେଲାଇଟ୍ କରିବ ଧାନକ୍ଷେତ ଚିହ୍ନଟ, ଟୋକନ ଅବଧି ୧ ମାସକୁ ବୃଦ୍ଧି

ଭୁବନେଶ୍ୱର: ଦଲାଲମୁକ୍ତ ହେବ ଧାନ କିଣା ବ୍ୟବସ୍ଥା । ଆଇଭିଆର୍‌ଏସ୍-‌ ୧୯୬୭ରେ ଯୋଡ଼ି ହେଲା ନୂଆ ବ୍ୟବସ୍ଥା । ସେହିପରି ସାଟେଲାଇଟ୍‌ ମ୍ୟାପିଂ ଜରିଆରେ ଚିହ୍ନଟ ହେବ ଚାଷୀଙ୍କ ଧାନକ୍ଷେତ । ମ୍ୟାପିଂରେ ଜାଲ୍‌ ପଞ୍ଜୀକୃତ ୬୮ ହଜାର ପ୍ଲଟ୍‌ ଧରା ପଡ଼ିଛି । ଏଣିକି ଟୋକନ୍‌ ଅବଧି ୧୫ ଦିନ ବଦଳରେ ୧ ମାସକୁ ବୃଦ୍ଧି କରାଯାଇଛି । କର୍ମଚାରୀ କି  ଅଧିକାରୀ ଚାଷୀଙ୍କୁ ଠକିଲେ ବା ବେନିୟମ କାମ କଲେ ଆଉ ନିସ୍ତାର ପାଇବେନି ।

Paddy Field To Be Identified By Satellite Mapping

ଚାଷୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ନବୀନ ସରକାର । ଶତ ପ୍ରତିଶତ ଦଲାଲ ମୁକ୍ତ ହେବ ଧାନ ସଂଗ୍ରହ, ଆସିବ ପୂର୍ଣ୍ଣ ସ୍ୱଚ୍ଛତା । ଚାଷୀଙ୍କୁ ଠକିଲେ କି ବେନିୟମ କାମ କଲେ ନିସ୍ତାର ପାଇବେନି ଅଧିକାରୀ । ଧାନ ସଂଗ୍ରହ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ପାଇଁ ୧୯୬୭- ଆଇଭିଆର୍‌ଏସ୍‌ ବ୍ୟବସ୍ଥାରେ ୩ଟି ନୂଆ ବ୍ୟବସ୍ଥା ଯୋଡ଼ାଯିବା ଅବସରରେ ଏହି ଚେତାବନୀ ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ପୂର୍ବରୁ ଚାଷୀ ନିଜ ପଞ୍ଜୀକୃତ ଫୋନରୁ ଆଇଭିଆର୍‌ଏସ୍‌ ୧୯୬୭ର ୧, ୨, ୩, ୪କୁ ଡାଏଲ କରି କେବଳ ଅଭିଯୋଗ କରିପାରୁଥିଲେ । ଟୋକନ୍‌ ନେଇ ସୂଚନା ପାଉଥିଲେ ।

Paddy Field To Be Identified By Satellite Mapping

ଏଣିକି ୫, ୬ ଓ ୭ ଦବାଇଲେ ପଞ୍ଜୀକୃତ ଜମିର ବିବରଣୀ, ଧାନ ସଂଗ୍ରହ ପରିମାଣ ଓ ପ୍ରାପ୍ୟ ଅର୍ଥ ନେଇ ସୂଚନା ପାଇବେ । ଧାନଜମିର ଚିହ୍ନଟ ସାଟେଲାଇଟ୍‌ ଜରିଆରେ ହୋଇପାରିବ । ଏଥିପାଇଁ ଓରସାକ୍ ସହାୟତା କରୁଛି । ଚାଷୀଙ୍କ ଅଭିଯୋଗ ସମାଧାନ ପାଇଁ କଲ୍‌ ସେଣ୍ଟର ସଂଖ୍ୟା ୧୦ରୁ ୩୦ କରାଯାଇଛି । ପଞ୍ଜୀକୃତ ଚାଷୀଙ୍କ ଦେହାନ୍ତ ହେଲେ ତାଙ୍କ ଉତ୍ତରାଧିକାରୀ ଯେପରି ଅସୁବିଧାରେ ନପଡ଼ିବେ, ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ।

Paddy Field To Be Identified By Satellite Mapping

ଚଳିତବର୍ଷ ଚାଷୀ ପଞ୍ଜିକରଣରେ ଶତ ପ୍ରତିଶତ ସ୍ୱଚ୍ଛତା ପାଇଁ ସାଟେଲାଇଟ୍‌ ଚିତ୍ର ବ୍ୟବହାର କରାଯାଇଛି । ଦଲାଲମାନେ ଅନ୍ୟ ଫସଲ ଓ ବାଳୁଙ୍ଗା କିଆରିକୁ ଧାନ ଜମି‌ ଦେଖାଇ ପଞ୍ଜିକୃତ କରିଦେଉଥିଲେ । ସାଟେଲାଇଟ୍‌ ଯାଞ୍ଚ ପରେ ଏବେ ସୁଦ୍ଧା ୬୮ ହଜାର ଅଣଧାନ ପ୍ଲଟକୁ ବାଦ ଦିଆଯାଇଛି । ପୂର୍ବରୁ ଟୋକନ ପ୍ରଦାନ ପରେ ଧାନ ସଂଗ୍ରହ ଅବଧି ୧୫ ଦିନ ଥିଲା । ଖରିଫ ଋତୁ ପାଇଁ ଟୋକନ୍‌ ଅବଧି ୧ ମାସ କରାଯାଇଛି । ଏପରି ବ୍ୟବସ୍ଥା କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଚଳିତବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ୧୫ ଲକ୍ଷ ୦୭୪ ହଜାର ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଯାହାକି ଗତବର୍ଷଠାରୁ ୫ ପ୍ରତିଶତ ଅଧିକ ।

ବଢୁଛି ପାକିସ୍ତାନରେ ବଳତ୍କାର, ଆଇନ ଆଣିଲେ ଇମ୍ରାନ୍ ସରକାର

ଇସଲମାବାଦ: ପାକିସ୍ତାନ କ୍ୟାବିନେଟର ବଡ଼ ବିଲ ପ୍ରାରିତ  ।  ସଂସଦରେ ଗୃହିତ ହେବାପରେ ମୋହର ମାରିଛନ୍ତି ପାକ୍ ରାଷ୍ଟ୍ରପତି ଆରିଫ ଅଲବି । ଇମ୍ରାନ ଖାନ ସରକାର ଏବି ବଡ଼ ନିଷ୍ପତ୍ତି ନେଇଛନ୍ତି  । ଦେଶରେ ଗୋଟେପଟେ ନାବାଳିକା ବଳତ୍କାର ଏବଂ ଗଣଦୁଷ୍କର୍ମ ବଢି ଚାଲିଛି  । ଏପରି ସ୍ଥଳେ ଇମ୍ରାନ ଖାନ ସରକାର ବଳତ୍କାର ବିରୋଧରେ ଆଣିଛନ୍ତି ବିଲ୍  ।

ଯଦି କୌଣସି ଦୁଷ୍କର୍ମ ମାମଲାରେ କେହି ଦୋଷୀ ସାବସ୍ତ୍ୟ ହୁଏ  । ତେବେ ଉକ୍ତ ଅଭିଯୁକ୍ତକୁ ନଂପୁସକ କରାଯିବ ବୋଲି ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ସରକାର  । ଅପରାଧିଙ୍କୁ ନଂପୁସକ କରିବା ନେଇ ଏକ ମେଡିସିନ ଦିଆଯିବ  । ଫଳରେ ଆଗାମୀ ଦିନରେ ଯେପରି କୌଣସି ଏପରି ଘଟଣା ସେମାନେ ଘଟାଇ ପାରିବେ ନାହିଁ  ।

ପାକିସ୍ତାନ ବଳତ୍କାର ମାମଲା ବଢିଚାଲିଥିବାବେଳେ ଇମ୍ରାନ ଖାନ ସରକାର ତାଙ୍କ ସଂସଦରେ ଏହି ବିଲ ପାରିତ କରିଥିଲେ  । ଏହାକୁ ଶେଷରେ ଆଜି ରାଷ୍ଟ୍ରପତି ମୋହର ମାରିଛନ୍ତି  । ଏଭଳି କଠିନ ଦଣ୍ଡ ଦ୍ୱାରା ଯେପରି କେହି ଦୁଷ୍କର୍ମ କରିବାକୁ ସାହାସ କରିବେ ନାହିଁ ବୋଲି କହିଛନ୍ତି ଇମ୍ରାନ ସରକାର  ।

ସେପଟେ ଏହି ଆଇନ ଲାଗୁହେବା ପରେ ସମଗ୍ର ପାକିସ୍ତାନରେ ମହିଳା ଓ ଶିଶୁ କନ୍ୟାଙ୍କ ପାଇଁ ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା କରାଯିବ  । ଦେଶରେ ମହିଳାଙ୍କ ସହ ଘଟୁଥିବା କିଛି ଅପ୍ରିତିକର ମାମଲାକୁ କୋର୍ଟରେ ତୁରନ୍ତ ପହଁଚାଯିବା ସହ ତାହାର ତ୍ୱରିତ ବିଚାର କରାଯିବ  । ପ୍ରମୁଖତଃ ଯଦି କୌଣସି ଦୁଷ୍କର୍ମ, ନିର୍ଯାତନା ଭଳି ଖବର ଆସେ, ତେବେ କୋର୍ଟ ତୁରନ୍ତ ବିଚାର କରିବା ନେଇ ଇମ୍ରାନ ଖାନ ସରକାର ନିର୍ଦ୍ଦେଶ ଦେଇଛନ୍ତି  ।

Paytm ଫାଉଣ୍ଡରଙ୍କୁ ମିଳୁ ନଥିଲେ ଝିଅ ! କହୁ କହୁ କାନ୍ଦି ପକାଇଲେ….

0

ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ୍‌ ଚଲାଉଥିବା ଫିନଟେକ୍‌ ଷ୍ଟାର୍ଟଅପ୍‌ କମ୍ପାନୀ One97 Communication Ltdର ଆଇପିଓର ଲିଷ୍ଟିଂ ହୋଇ ସାରିଛି । ଲିଷ୍ଟିଂ ସେରମନିରେ ଏହାର ଫାଉଣ୍ଡର ଏବଂ ସିଇଓ ବିଜୟ ଶେଖର ଶର୍ମାଙ୍କ କଥା କିନ୍ତୁ ସମସ୍ତଙ୍କୁ ମୁଗ୍ଧ କରିଛି । ବାସ୍ତବରେ ଏହି ସେରମନିରେ ବିଜୟ ଯେଉଁଭଳି ଭାବବିହ୍ୱଳ ହୋଇ ପଡ଼ିଲେ ତାହା କୌଣସି ବ୍ୟକ୍ତି ଆଖିରେ ମଧ୍ୟ ଲୁହ ଆଣିପାରେ । ଏତେ ସଫଳତା ପାଇଥିବା  ବିଜୟ ଶର୍ମାଙ୍କ କାହାଣୀ ଲୋକଙ୍କ ପାଇଁ ଏକ ଉଦାହରଣ ସାଜିଛି ।

୨.୪ ବିଲିୟନ ଡଲାର ବା ୨୫୦ କୋଟିର ମାଲିକ ବିଜୟ ଶେଖର ଶର୍ମା ୨୭ ବର୍ଷ ବୟସରେ ମାସିକ ୧୦ ହଜାର ଟଙ୍କା ରୋଜଗାର କରୁଥିଲେ । ଯାହାର ଖୁଲାସା ନିଜ; ବିଜୟ କରିଛନ୍ତି । କମ୍‌ ରୋଜଗାର ହେତୁ ବିଜୟଙ୍କୁ ଝିଅ ମଧ୍ୟ ମିଳୁନଥିଲେ ।ବିଜୟଙ୍କ ମାସିକ ରୋଜଗାର ୧୦ ହଜାର ଶୁଣିବା ପରେ ଝିଅ ଘରୁ ଦ୍ୱିତୀୟ ଥର ପାଇଁ ଆଉ ଫୋନ୍‌ କଲ ମଧ୍ୟ ଆସୁନଥିଲା । ଧୀରେ ଧୀରେ ନିଜକୁ ଅଯୋଗ୍ୟ ବ୍ୟାଚଲର ଭାବିବାକୁ ଲାଗିଲେ ବିଜୟ । କାହାଣୀ କିନ୍ତୁ ଏତିକିରେ ଶେଷ ହୋଇନଥିଲା । ଜୀବନରେ କିଛି କରିବାର ଅଛି । ଏହି ସ୍ୱପ୍ନ ତାଙ୍କୁ ଟାଣି ନେଇଥିଲା ପେଟିଏମ୍‌ ଆଡ଼କୁ । ଯାହାପରେ  ୨୦୧୦ରେ ପେଟିଏମ ସ୍ଥାପନ କରିଥିଲେ ବିଜୟ  । କିନ୍ତୁ ଏହା ପରର କାହାଣୀ ମଧ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଘଟଣା ୨୦୦୪-୦୫ ମସିହାର ।  ପେଟିଏମ ସ୍ଥାପନ କରିବା ପରେ ମଧ୍ୟ ଦିନେ ହଠାତ୍‌ ତାଙ୍କ ବାପା ତାଙ୍କୁ କମ୍ପାନୀ ବନ୍ଦ କରି ଅନ୍ୟ ଏକ କମ୍ପାନୀରେ ୩୦ ହଜାର ଦରମାରେ ଚାକିରି କରିବାକୁ କହିଲେ ।  କିନ୍ତୁ ହାର୍‌ ମାନିନଥିଲେ ବିଜୟ । ନିଜ ଜିଦରେ ସେ ଅଟଳ ରହିଥିଲେ । ସଫଳତା ଆଡ଼କୁ ମୁହାଁଇଥିଲା ବିଜୟଙ୍କ କ୍ୟାରିଅର । ପେଟିଏମକୁ ସମସ୍ତେ ଜାଣିବାକୁ ଲାଗିଲେ । ଲୋକପ୍ରିୟତା ଯଥେଷ୍ଟ ବଢ଼ିବାକୁ ଲାଗିଲା । ସାରା ଭାରତରେ ଡିଜିଟାଲ ପେମେଣ୍ଟ୍‌ ଆପ୍  ପେଟିଏମର ଚାହିଦା ଯଥେଷ୍ଟ ବଢ଼ିଗଲା ।

ଗତ ସପ୍ତାହରେ  ୪୩ ବର୍ଷୀୟ ବିଜୟ ଶେଖର ଶର୍ମା  ପେଟିଏମର ୨.୫ ବିଲିୟନ ଡଲାର ବା ୨୫୦ର ଆଇପିଓର ନେତୃତ୍ୱ ନେଇଛନ୍ତି । ତାଙ୍କ ଫିନଟେକ୍‌ ଫର୍ମ ଏକ ନୂଆ ଭାରତର ପରିଚୟ ହୋଇ ସାରିଛି । ଭାରତର ସର୍ବାଧିକ ଜନସଂଖ୍ୟା ଥିବା ଉତ୍ତର ପ୍ରଦେଶର ଏକ ଛୋଟ ସହରରେ ଜଣେ ଶିକ୍ଷକଙ୍କ ଘରେ ଜନ୍ମ ହୋଇଥିବା ବିଜୟ ଶେଖର ଶର୍ମା ୨୦୧୮ରେ  ଭାରତର ସର୍ବ କନିଷ୍କ କୋଟିପତି ହୋଇ ସାରିଛନ୍ତି । ଏତେ ଧନୀ ହେଲେ ମଧ୍ୟ ଗର୍ବ ତାଙ୍କଠାରୁ ବହୁ ଦୂରରେ । ଏବେ ମଧ୍ୟ ରାସ୍ତାକଡ଼ ଚା ଦୋକାନରେ ଛିଡ଼ା ହୋଇ ଚା’ର ମଜା ନେବାକୁ ସେ ବେଶ୍‌ ପସନ୍ଦ କରନ୍ତି । ଖାଲି ସେତିକି ନୁହେଁ ସକାଳୁ ସକାଳୁ କ୍ଷୀର କିଣିବାକୁ ମଧ୍ୟ ବାହାରି ଯାଆନ୍ତି, ପୂର୍ବଭଳି ।

ସୂଚନାଯୋଗ୍ୟ ବର୍ଷ ୨୦୧୫ରେ  ଚୀନର ଏଣ୍ଟ୍‌ ଗ୍ରୁପ୍‌ ପ୍ରଥମ ଥର  ପେଟିଏମରେ ନିବେଶ କରିଥିଲା । କିନ୍ତୁ ମଜାଦାର କଥା ହେଉଛି ସେହି ସମୟରେ ବିଜୟ କ’ଣ କରୁଛନ୍ତି ତାଙ୍କ ବାପା ମା’ଙ୍କୁ ଖବର ମଧ୍ୟ ନଥିଲା  । ଦିନେ ହଠାତ୍‌ ଖବର କାଗଜରେ ତାଙ୍କ ମା’ ଯାହା ପଢ଼ିଲେ ସେ ଆଖିକୁ ବିଶ୍ୱାସ କରିପାରିଲେନି । ଏତେ ଟଙ୍କାର ମାଲିକ ଜାଣିବା ପରେ ସେ ବିଜୟଙ୍କୁ ପଚାରିଲେଯେ, ଏହା କ’ଣ ସତ ? ତୋ ପାଖରେ ସତରେ କ’ଣ ଏତେ ଟଙ୍କା ଅଛି ?

ବାସ୍ତବରେ ବିଜୟଙ୍କ କାହାଣୀ ସମସ୍ତଙ୍କ ପାଇଁ ଏକ ଉଦାହରଣ ।

ପୋଲିସ ପଞ୍ଝାରେ ନକଲି ଡାକ୍ତର, ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଋଣ ନେଇ ଧରାପଡ଼ିଲେ

କଟକ: କାର୍ ସଉକ ପାଇଁ ସାଜିଥିଲେ ନକଲି ଡାକ୍ତର । ଧରା ପକାଇ ଦେଲା ବ୍ୟାଙ୍କରେ ଋଣ ଆବେଦନ । ୨ ବର୍ଷରେ ହେଲେଣି ଦୁଇ ଦୁଇ ଥର ଗିରଫ । ତଥାପି ଛାଡ଼ୁନି ବ୍ୟାଙ୍କରୁ ଋଣ ନେବା ନିଶା । କଟକ ବାଦାମବାଡ଼ି ଥାନା ପୋଲିସ ହାତରେ ଧରା ପଡ଼ିଛି ନକଲି ଡାକ୍ତର । ଜାଲ କାଗଜପତ୍ର ଓ ପରିଚୟ ପତ୍ର ଦେଇ ବ୍ୟାଙ୍କକୁ ଠକୁଥିଲେ ଶ୍ରୀଧର ରାଉତ ଓରଫ ସିଦ୍ଧାର୍ଥ ସାର୍ଥକ । ପେଷାରେ ଡାକ୍ତର ନଥିବା ସିଦ୍ଧାର୍ଥ ଦୁଇ ଦୁଇ ଥର ଡାକ୍ତର ପରିଚୟ ଦେଇ ବ୍ୟାଙ୍କରୁ ଋଣ ନେଇ ଧରା ପଡ଼ିଛନ୍ତି ।

Cuttack Police Arrested Fake Doctor

ପୋଲିସ ସୂଚନା ଅନୁସାରେ, ସିଦ୍ଧାର୍ଥ ସାର୍ଥକ ନାମକ ଯୁବକ ଜଣକ ଜାଲ କାଗଜପତ୍ର ଦେଇ କଟକ ବଜ୍ରକବାଟି ରୋଡରେ ଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧୬.୫ ଲକ୍ଷ ଟଙ୍କାର ଲୋନ ନେଇ ଏକ କାର କିଣି ଥିଲେ । ଏହା ପରେ ସେ ସେହି ବ୍ୟାଙ୍କର ବିଭିନ୍ନ ବ୍ରାଞ୍ଚରେ ୧୦ ଲକ୍ଷ ଟଙ୍କାର ଲୋନ ଆବେଦନ ମଧ୍ୟ କରିଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ କାଗଜପତ୍ର ଯାଞ୍ଚ ବେଳେ ସବୁ କାଗଜପତ୍ର ନକଲି ଜାଣିବାକୁ ପାଇଥିଲେ । ଏହାପରେ ବ୍ୟାଙ୍କ ପକ୍ଷରୁ ବାଦାମବାଡ଼ି ଥାନାରେ ଅଭିଯୋଗ କରାଯାଇଥିଲା ।

Cuttack Police Arrested Fake Doctor

ମାମଲାର ତଦନ୍ତ କରି ପୋଲିସ କଟକ ଡାହାଳିଆବାଗ ଅଞ୍ଚଳ ବାସିନ୍ଦା ସିଦ୍ଧାର୍ଥ ସାର୍ଥକକୁ ଗିରଫ କରିଛି । ତାଙ୍କ ଠାରୁ ଅନେକ ଜାଲ କାଗଜପତ୍ର ଜବତ କରାଯାଇଛି । ଋଣ ନେବା ପାଇଁ ସିଦ୍ଧାର୍ଥ ନିଜକୁ ପାଟଣା ଏମ୍ସର ଡାକ୍ତର ପରିଚୟ ଦେବା ସହ ଜାଲ୍ ପାନକାର୍ଡ ଓ ଅନ୍ୟ କାଗଜପତ୍ର ବ୍ୟବହାର କରୁଥିଲା । ସମାନ ଢଙ୍ଗରେ ସିଦ୍ଧାର୍ଥ ୨୦୧୯ରେ କାର୍ ପାଇଁ ବ୍ୟାଙ୍କ ଅଫ ବରୋଦା ଭୁବନେଶ୍ୱର ଶାଖାରୁ ଋଣ କରି ନୟାପଲ୍ଲୀ ଥାନା ପୋଲିସ ହାତରେ ଗିରଫ ହୋଇ ଜେଲ୍ ଯାଇଥିଲା ।

ନୂଆଦିଲ୍ଲୀରେ ପାଳନ ହେଲା ଓଡ଼ିଶାର ପାରମ୍ପାରିକ କାର୍ତ୍ତିକ ପିଠା ପର୍ବ

ନୂଆଦିଲ୍ଲୀ : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ବଡ଼ଓଷା ଉପଲକ୍ଷେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ପାରମ୍ପାରିକ ଓଡ଼ିଶାର ପିଠା ପର୍ବ । ଓଡ଼ିଶା ପର୍ବପର୍ବାଣୀର ସଂସ୍କୃତିରେ ବିଭିନ୍ନ ପ୍ରକାରର ପାରମ୍ପାରିକ ପିଠାର ମହତ୍ୱକୁ ନୂଆଦିଲ୍ଲୀରେ ପ୍ରସାର ଓ ପ୍ରଚାର କରିବା ଉଦ୍ଦେଶ୍ୟରେ ଏହି ଦୁଇଦିନିଆ ପିଠା ପର୍ବକୁ ଆୟୋଜିତ କରାଯାଇଛି । କାର୍ତ୍ତିକ ପୂର୍ଣ୍ଣମୀ ଓ ବଡ଼ଓଷା ପର୍ବାଣୀରେ ଓଡ଼ିଶାର ପାରମ୍ପାରିକ ଓଡ଼ିଆ ପିଠାପର୍ବ ଦିଲ୍ଲୀର ଜନସାଧାରଣ ଓ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଆଦୃତ ହେବା ସହିତ ଅନେକ ଆନନ୍ଦ ଓ ଉଲ୍ଲାସ ଭରି ଦେଇଛି ।

ଦିଲ୍ଲୀବାସୀ ଓଡ଼ିଶାର ପାରମ୍ପାରିକ ଓଡ଼ିଆ ପିଠା ଆରିସା, କାକରା ସହିତ ନଡିଆ, ଛେନା, ମୁଗ ପୁର ଦିଆ ବିଭିନ୍ନ ପ୍ରକାରର ଛଣା ମଣ୍ଡାପିଠା ଓ ପିଜା, ମଣ୍ଡାପିଠାର ଶ୍ୱାଦ ଓ ସମୃଦ୍ଧ ଖାଦ୍ୟ ପରମ୍ପରା ସଂସ୍କୃତିକୁ ପ୍ରଶଂସା କରିଛନ୍ତି । ଓଡ଼ିଶାର ପାରମ୍ପାରିକ ପିଠା ପର୍ବକୁ ଓଡ଼ିଶାର ପୂର୍ବତନ ସାଂସଦ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଘନିଷ୍ଠ ବନ୍ଧୁ ବୀରଭଦ୍ର ସିଂ ଏବଂ ତାଙ୍କ ପତ୍ନୀ ମାଳତୀ ସିଂ ଉଦ୍‌ଘାଟନ କରିଥିଲେ । ଏ ପାରମ୍ପାରିକ ପିଠାପର୍ବକୁ ଓଡ଼ିଶା ନିବାସର ୟାତ୍ରୀ ପକ୍ଷରୁ ମନୋରଂଜନ ଦାଶ ପରିଚାଳନା କରିଥିଲେ ।

RBI ଲଞ୍ଚ କରିବ ଡିଜିଟାଲ କରେନ୍ସି, ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ:  ଭାରତୀୟ ରିଜର୍ଭ ବ୍ୟାଙ୍କ RBI ଆଗକୁ ଲଞ୍ଚ କରିବାକୁ ଯାଉଛି ଡ଼ିଜିଟାଲ କରେନ୍ସି  ।  ଏଥିପାଇଁ ବ୍ୟାଙ୍କ କାର୍ଯ୍ୟକୁ ତ୍ୱରିତ କରିଥିବା ଜଣାପଡ଼ିଛି ।  ଏଥିପାଇଁ RBI ଏକ ପ୍ଲାନ ପ୍ରସ୍ତୁତ କରିଥିବା ଏକ ରିପୋର୍ଟରୁ ଜଣା ପଡ଼ିଛି  । ଅନ୍ତର୍ଜାତୀୟ ଖବର ସରାବରାହ ସଂସ୍ଥା ରୟେଟର୍ସର ଏକ ରିପୋର୍ଟ ନିକଟରେ ପ୍ରକାଶ ପାଇଛି  । ଯେଉଁଥିରେ ଉଲ୍ଲେଖ ରହିଛି କି, ଭାରତୀୟ ଷ୍ଟେଟ ବ୍ୟାଙ୍କ ବା ଏସବିଆଇ ବ୍ୟାଙ୍କିଙ୍ଗ ଆଣ୍ଟ ଇକୋନୋମିକ କନକ୍ଲେଭରେ କେନ୍ଦ୍ରୀୟ କମିଟି ଯୋଗଦେଇଥିଲେ  । ତନ୍ମଧରୁ ଜଣେ ବରିଷ୍ଠ ଅଧିକାରୀ  ଏନେଇ ସୂଚନା ଦେଇଛନ୍ତି  ।

ରିଜର୍ଭ ବ୍ୟାଙ୍କର ଦେୟ ଓ ସମାଧାନ ବିଭାଗର ମହାପ୍ରବନ୍ଧକ ପି. ବାସୁଦେବନ ବିଜନେସ ଷ୍ଟାର୍ଣ୍ଡାର୍ଡ ଲେଖିଛନ୍ତି କି, ଆଗାମୀ ବର୍ଷ ପ୍ରାରମ୍ଭରେ ଦେଶରେ ଡ଼ିଜିଟାଲ କରେନ୍ସି ଲାଗୁହୋଇଯିବ  । ଏହାକୁ ନେଇ ସେ ବିଶେଷ ଭାବେ ଚିନ୍ତିତ ବୋଲି ଉଲ୍ଲେଖ କରିଛନ୍ତି   । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଗାମୀ ବର୍ଷ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ଲଞ୍ଚ କରିପାରେ  । ଏନେଇ RBI ଗର୍ଭନର ଶଶିକାନ୍ତ ଦାସ ମଧ୍ୟ ପ୍ରସ୍ତୁତ କରୁଛନ୍ତି ବ୍ଲୁ ପ୍ରିଣ୍ଟ  । କିନ୍ତୁ ନିର୍ଦ୍ଧିଷ୍ଟ ଭାବେ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ  ।

 

 

 

 

 

 

 

 

 

 

କୁଷ୍ଠ ରୋଗ ହେଲା ବୋଲି ଗାଁରୁ ତଡ଼ିଦେଲେ ଗ୍ରାମବାସୀ, ମଶାଣି ପାଲଟିଛି ଠିକଣା

ଧର୍ମଗଡ଼: ମୃତ୍ୟୁ ପରେ ମଣିଷର ଶରୀରକୁ ମଶାଣି ନିଆଯାଏ । କ୍ରିୟାକ୍ରମ କରି ଆତ୍ମାର ଶାନ୍ତି କାମନା କରାଯାଏ । ଏଠି କିନ୍ତୁ ମୃତ୍ୟୁ ପୂର୍ବରୁ ବୃଦ୍ଧାଙ୍କୁ ମଶାଣିରେ ବାକି ଜୀବନ ବଞ୍ଚିବାକୁ ଛାଡ଼ି ଦେଇଛନ୍ତି ଗ୍ରାମବାସୀ । କାରଣ ଅସହାୟ ବୃଦ୍ଧାଙ୍କୁ ହୋଇଛି କୁଷ୍ଠ ରୋଗ । କଳାହାଣ୍ଡି ଜିଲ୍ଲା ଥୁଆମୂଳା ବ୍ଲକ ଧୂଳିଗୁଡ଼ା ଗାଁରୁ ଆସିଛି ଏହି ଅଭାବନୀୟ ଦୃଶ୍ୟ । କୁଷ୍ଠ ରୋଗୀ ବୋଲି ନିଆଁ ପାଣି ବାସନ୍ଦ କରିବା ସହ ଗାଁ ମଶାଣିରେ ଛାଡ଼ି ଆସିଛନ୍ତି ଗାଁ ଲୋକ ।

Old Lady Surviving With Leprosy In Dharmagarh

ରୋଗ ଯେବେ ଯନ୍ତ୍ରଣା ଦିଏ । ଅହରହ କଷ୍ଟ ଦିଏ, ସେତେବେଳେ ଡାକ୍ତର ସାଜନ୍ତି ଭଗବାନ । ହେଲେ କିଏ ନେଇଯିବ ଡାକ୍ତର ପାଖକୁ । କିଏ ବୁଝିବ ବୃଦ୍ଧାଙ୍କ ଦୁଃଖ ? ନିଜର କେହି ନାହାଁନ୍ତି ବୋଲି ସମାଜ ଛାଡ଼ି ଆସିଛି ଗାଁ ମଶାଣିରେ । କୁଷ୍ଠରୋଗୀ ବୋଲି ପର କରିବା ସହ ନିଆଁ ପାଣି ବାସନ୍ଦ କରିଛନ୍ତି ଗାଁ ଲୋକେ । ଖୋଲା ଆକାଶ ତଳେ ସୋରିଷ କିଆରୀକୁ ସାଥି କରି ନିଃସଙ୍ଗ ଜୀବନ କାଟୁଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳା ବ୍ଲକ ଧୂଳିଗୁଡା ଗାଁର ବୁଧବାରୀ ମାଝି ।

Old Lady Surviving With Leprosy In Dharmagarh

ଜୀବିତ ଅବସ୍ଥାରେ ମଶାଣିରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ସାହାରା ସାଜିଛନ୍ତି କିଛି ସ୍ୱେଚ୍ଛାସେବୀ । ବୃଦ୍ଧାଙ୍କ ଏଭଳି ଅବସ୍ଥା ଦେଖିବା ପରେ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି । ଏସମ୍ପର୍କରେ ସ୍ଥାନୀୟ ବିଡିଓଙ୍କୁ ଜଣାଯିବା ପରେ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ସେ ପ୍ରତିଶ୍ରୁତ ଦେଇଛନ୍ତି ।

ସୁସ୍ଥ ଓଡ଼ିଶା ପାଇଁ ୯ ସହରରେ ‘ସକାଳ’ ପକ୍ଷରୁ ମାରାଥନ

ଭୁବନେଶ୍ୱର: ଘରେ ଘରେ ପରିଚିତ ଓଡ଼ିଆ ଦୈନିକ ଖବରକାଗଜ ‘ସକାଳ’ର ପ୍ରଥମ ସ୍ୱନକ୍ଷତ୍ର ଅବସରରେ ଆୟୋଜିତ ହେବ ମାରାଥନ୍ । ଓଡ଼ିଆ ଦୈନିକ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ଡିସେମ୍ବର ୧ ତାରିଖ ବିଶ୍ୱ ଏଡସ୍ ଦିବସ ଅବସରରେ ମାରାଥନ୍ ଆୟୋଜନ କରାଯିବ । ରାଜ୍ୟର ୯ଟି ସହରରେ ସୁସ୍ଥ ଓଡ଼ିଶା ଗଠନ ପାଇଁ ଦୌଡ଼ିବେ ଜନତା । ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ଜୟପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ଅନୁଗୁଳରେ ଏକକାଳୀନ ମାରାଥନ୍ ଆୟୋଜିତ ହେବ । ଡିସେମ୍ବର ୧ ତାରିଖ ସକାଳ ୬ଟା ୩୦ରେ ମାରଥନ୍ ହେବ ।

Odia Daily Sakal And NandighoshaTV Hosting Marathon In 1st December World AIDS Day