ମିଶନ ଶକ୍ତି କାଫେ: ସୁନ୍ଦର ପରିବେଶ ମଧ୍ୟରେ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇଛନ୍ତି ଲୋକେ

ସୋନପୁର: ମନୋରମ ପରିବେଶରେ ମିଶନଶକ୍ତି କାଫେ । ସୁବର୍ଣ୍ଣପୁର ଜିଲ୍ଲା ହିକୁଡି ଛକ ମହାନଦୀ କୂଳରେ ରହିଛି ଏହି କାଫେ । ସ୍ୱଂୟ ସହାୟକ ଗୋଷ୍ଠୀ ମହିଳାଙ୍କ ଦ୍ୱାରା  କାଫେ ପରିଚାଳିତ ହେଉଥିବା ବେଳେ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଲୋକଙ୍କ ଭିଡ଼ ଜମୁଛି । ସେପଟେ ପ୍ରଶାସନର ଏପରି ପଦକ୍ଷେପକୁ ପ୍ରଶାଂସ କରିଛନ୍ତି ଲୋକେ ।

ମହାନଦୀର ମନୋରମ ପରିବେଶରେ ମିଶନଶକ୍ତି କାଫେ । ସୁବର୍ଣ୍ଣପୁର ଜିଲ୍ଲାରେ ମିଳୁଛି ସୁସ୍ୱାଦୁ ଖାଦ୍ୟ । ଚା’ କଫି, ଚାଓ୍ୱମିନ୍ । ତା’ ସହିତ ପଶ୍ଚିମ ଓଡ଼ିଶାର ସ୍ୱାଦିଷ୍ଟ ବ୍ୟଞ୍ଚନ । ଗୋଟିଏ ସ୍ଥାନରେ ମିଳୁଛି ମନଲାଖି ଖାଦ୍ୟ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ହିକୁଡି ଛକ ନିକଟ ମିଶନଶକ୍ତି କାଫେ ଆରମ୍ଭ ହୋଇଥିବା ବେଳେ ସ୍ୱଂୟ ସହାୟକ ଗୋଷ୍ଠୀ ମହିଳା ନିଜ ହାତରେ ତିଆରି କରି ଖାଦ୍ୟ ପରସୁଛନ୍ତି ।

ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ଉଦ୍ୟମରେ ଏହି କାଫେ ଆରମ୍ଭ ହୋଉଛି । ସ୍ୱଂୟ ସହାୟକ ଗୋଷ୍ଠୀ ମହିଳାଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଯାଇଛି । ସୁଲଭ ମୂଲ୍ୟ ସ୍ୱାଦିଷ୍ଟ ଖାଦ୍ୟ ମିଳୁଥିବା ବେଳେ ସନ୍ଧ୍ୟା ହେବା କ୍ଷଣି ଏଠାରେ ଲୋକଙ୍କ ଭିଡ଼ ଜମୁଛି । ମହିଳାମାନଙ୍କୁ ଶସକ୍ତ କରିବାକୁ ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବା ବେଳେ ମିଶନଶକ୍ତି କାଫେରେ ନିୟୋଜିତ ହୋଇ ସ୍ୱାବଲମ୍ୱୀ ହେଉଛନ୍ତି ମହିଳା ।

Leave a Reply