ନନ୍ଦିଘୋଷ ବ୍ୟୁରୋ: କ୍ରିଷ୍ଟୋଫର କୋଲମ୍ବସ ସୁନା ଏବଂ ମସଲା ଖୋଜିବାର ସନ୍ଧାନରେ ଏସିଆ ଅଭିମୁଖେ ବାହାରିଥିଲେ । କିନ୍ତୁ ବାଟଭୁଲି ଆମେରିକାରେ ପହଂଚି ଯାଇଥିଲେ । ଠିକ ସେହିଭଳି ବିଶ୍ୱର ବୈଜ୍ଞାନିକ ମାନେ କୌଣସି ଏକ ନିର୍ଦ୍ଧିଷ୍ଟ ମେଡିସିନର ଗବେଷଣା କରୁକରୁ ଅନ୍ୟ ଏକ ରୋଗର ଔଷଧ ପାଇଯାଇଥାନ୍ତି । ଡେନମାର୍କର ଏକ ରିସର୍ଚ୍ଚ ଟିମ୍ ଜଣେ ଗର୍ଭବତୀ ମହିଳାଙ୍କୁ ବଞ୍ଚାଇବା ପାଇଁ ମେଡିସିନ ପ୍ରସ୍ତୁତ କରୁଥିଲେ । ଆଉ ଜଣାପଡିଥିଲା ଯେ ମ୍ୟାଲେରିଆ ପାରାସାଇଟ ମେଡିସନରୁ ସୃଷ୍ଟି ହେଉଥିବା ପ୍ରୋଟିନ କର୍କଟ ସେଲକୁ ମାରିବାରେ ସକ୍ଷମ ହୋଇପାରୁଛି । ଏହାପରେ କ୍ୟାନସର ଭଳି ଭୟଙ୍କର ରୋଗରୁ ବଞ୍ଚିବାର ଆଶା ସଞ୍ଚାର ହୋଇଥିଲା ।

ଠିକ୍ ଏହିଭଳି ଭୁଲରେ ଆବିଷ୍କାର ହୋଇଥିବା 4ଟି ମେଡିସନ କଥା ଆସନ୍ତୁ ଜାଣିବା…

ପାୱାରଫୁଲ ଭାୟାଗ୍ରା ଟାବଲେଟ ପଛର କାହାଣୀ
ଶହଶହ ବର୍ଷଧରି ଯୌନ ଶକ୍ତି ବୃଦ୍ଧି ପାଇଁ ବିଭିନ୍ନ ଉପାୟ ଆପଣା ଯାଉଥିଲା । କିଏ ବାଘ ମାଂସ ଖାଉଥିଲା ତ, ଅନ୍ୟ କିଏ ଜଡ଼ି ବୁଟିର ଚିକିତ୍ସା କରୁଥିଲା । କିନ୍ତୁ ଭାୟାଗ୍ରା ମେଡିସିନର ରିସର୍ଚ୍ଚ ଥିଲା ବହୁତ ରୋଚକ । ୧୯୯୦ ମସିହାରେ ଆମେରିକା ବୈଜ୍ଞାନିକ ହୃଦରୋଗ ପାଇଁ ଏକ ଔଷଧ ଉପରେ ଗବେଷଣା ଜାରି ରଖିଥିଲେ । କିନ୍ତୁ ସେମାନେ ହାର୍ଟ୍ ବଦଳରେ ହାର୍ଡ୍ ଏରେକ୍ସନକୁ ଜନ୍ମ ଦେଉଥିବା ଏକ ମ୍ୟାଜିକ୍ ପିଲ୍ ଆବିଷ୍କାର କରିଥିଲେ । ଏହି ଔଷଧର କ୍ଲିନିକାଲ ଟେଷ୍ଟ୍ କିଛି ପୁରୁଷଙ୍କ ଠାରେ କରାଯାଇଥିଲା । ଫଳାଫଳ କିନ୍ତୁ ବୈଜ୍ଞାନିକହ୍କୁ ଚମକାଇ ଦେଇଥିଲା । ଯେଉଁମାନେ ଏହି ଟାବଲେଟ ଖାଇଥିଲେ, ସେମାନଙ୍କ ଶିରାରେ ଦ୍ରୁତ ରକ୍ତ ପ୍ରବାହ କରିଥିଲା । ଏମିତିକି ଯୌନାଙ୍ଗରେ ମଧ୍ୟ ଏହାର ପ୍ରଭାବ ପଡୁଥିବା ଦେଖିବାକୁ ମିଳିଥିଲା । ପୁଣିଥରେ ବୈଜ୍ଞାନିକ ମାନେ ଏହି ମେଡିସନକୁ ପୁନର୍ବାର ରିସର୍ଚ୍ଚ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ପରେ ସ୍ପଷ୍ଟ ହୋଇଥିଲା ଯେ, ନପୁଂସକତା ଦୂର କରିବାରେ ସଫଳ ଏହି ମେଡିସିନ । ଫାଇଜର କମ୍ପାନୀ ଏହି ବଟିକା ଯେବେ ବଜାରରେ ଉପଲବ୍ଧ କରିଥିଲା, ସେତେବେଳେ ଚହଳ ସୃଷ୍ଟି ହୋଇଯାଇଥିଲା । ଆଉ ଫାଇଜର ବନିଯାଇଥିଲା ବିଶ୍ୱର ସବୁଠାରୁ ଧନୀ ମେଡିସିନ୍ କମ୍ପାନି ।

ବ୍ୟାକ୍ଟେରିଆ ମାରୁଥିବା ପେନିସିଲିନର କାହାଣୀ
୧୯୧୮ ମସିହାରେ ସ୍ପେନିସ ପ୍ଲୁ ବିଶ୍ୱର ଅନେକ ଦେଶରେ ବ୍ୟାପିଯାଇଥିଲା । ଯୁଆଡେ ଦେଖିବ ମୃତ୍ୟୁର ପ୍ରହେଳିକା ରଚୁଥିଲା ଏହି ଭୂତାଣୁ । ବୈଜ୍ଞାନିକ ଆଲେକଜାଣ୍ଡର ପ୍ଲେମିଙ୍ଗ ରିସର୍ଚ୍ଚରେ ବ୍ୟସ୍ତ ଥାଆନ୍ତି । ଗଳାରେ ଫୁଲା ଏବଂ ଉପଶମ ପାଇଁ ମେଡିସିନ ଖୋଜୁ ଥାଆନ୍ତି । କିନ୍ତୁ ଏହି ମେଡିସିନ ଖୋଜୁ ଖୋଜୁ ଫ୍ଲେମିଙ୍ଗ ବ୍ୟାକ୍ଟେରିଆ ମାରୁଥିବା ପେନିସିଲିନ ପ୍ରସ୍ତୁତ କରି ବସିଥିଲେ । ଏହି ମେଡିସିନ ପାଇଁ ଆଲେକଜଣ୍ଡାରଙ୍କୁ ନୋବେଲ ପୁରସ୍କାର ମଧ୍ୟ ପ୍ରାପ୍ତ ହୋଇଥିଲା । ଯାହାକୁ ଯାଦୁଗରୀ ମେଡିସିନ ବୋଲି ମଧ୍ୟ କୁହନ୍ତି ଆଲେକଜାଣ୍ଡର ଫ୍ଲେମିଙ୍ଗ ।

ଗର୍ଭନିରୋଧକ ମେଡିସନ ପଛର ସତ୍ୟତା
୧୯୫୦ ମସିହାରେ ଘଟିଥିଲା ଏମିତି କିଛି ରୋଚକ ଘଟଣା । ଲୋକଙ୍କୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ମେଡିସିନର ଗବେଷଣା ଜାରି ରହିଥାଏ । ଲ୍ୟାବରେ ସାଇଣ୍ଟିଷ୍ଟ ଗବେଷଣା ଜାରି ରଖିଥାନ୍ତି । କିନ୍ତୁ ଖୋଜୁଥିବା ମେଡିସିନ ବଦଳରେ ବାହାରିଥିଲା ଅନ୍ୟ କିଛି ମେଡିସିନ୍ । ଯାହା ମହିଳାଙ୍କ ଋତୁସ୍ରାବ ଉପରେ ପ୍ରଭାବ ପକାଇଥିଲା । ପରେ ଜଣାପଡିଥିଲା ଯେ, ଏହି ମେଡିସିନ ହିଁ ଗର୍ଭ ନିରୋଧକ ଭାବେ କାର୍ଯ୍ୟ କରିପାରିବ । ୧୯୫୦ ପରଠାରୁ ଗର୍ଭନିରୋଧକ ମେଡିସିନ ପ୍ରଚୁର ଭାବେ ବିକ୍ରିୟ ହୋଇଆସୁଛି ।
ଏନେସ୍ଥେସିଆ ପଛର କାହାଣୀ ?
ଆଧୁନିକ ମେଡିସିନର ଆବିଷ୍କାର ପୁର୍ବରୁ ଅପରେସନ୍ ଥିଲା ଏକ ଜଟିଳ ପଦ୍ଧତି । ରୋଗୀକୁ ବେହୋସ କରିବା ପାଇଁ କୌଣସି ଔଷଧ ନଥିବାରୁ ଡାକ୍ତର ମାନେ ରୋଗୀର ମୁଣ୍ଡ ପଛକୁ ଆଘାତ କରୁଥିଲେ । କିନ୍ତୁ ବେଳେବେଳେ ଏହା ରୋଗୀର ଜୀବନ ନେଉଥିଲା ।
ପରବର୍ତ୍ତୀ ସମୟରେ ସର୍ଜ୍ଜରି ପାଇଁ ବରଦାନ ସାଜିଥିବା ମେଡିସିନ ହେଉଛି ଏନେସ୍ଥେସିଆ । ତେବେ ଏନେସ୍ଥେସିଆ ଉଦ୍ଭାବନର କାହାଣୀ କିଛି କୌତୁହଳପୂର୍ଣ୍ଣ…
ହୋରେସ ବେଲ୍ସ ୧୮୪୪ ମସିହାରେ ଏହି ମେଡିସିନର ଉଦ୍ଭାବନା କରିଥିଲେ । ଜଣେ ବ୍ୟକ୍ତିଙ୍କ ଶରୀରରେ କୈଣସି ଏକ ଗ୍ୟାସ ପ୍ରଭାବ ପକାଇଥିଲା । ସେ ଏକ ଧାରୁଆ ଅସ୍ତ୍ରରେ ନିଜ ଗୋଡକୁ ବାରମ୍ବାର ଚୋଟ ମାରୁଥିଲେ । ଧାରଧାର ରକ୍ତ ମଧ୍ୟ ସ୍ରାବ ହେଉଥିଲା କିନ୍ତୁ ଉକ୍ତ ବ୍ୟକ୍ତିଙ୍କୁ କୈଣସି ଯନ୍ତ୍ରଣା ଅନୁଭବ ହେଉନଥିବା ଦେଖିବାକୁ ମିଳିଥିଲା । ପରେ ଏହି ଘଟଣାକୁ ନେଇ ଗବେଷଣା ଆରମ୍ଭ କରିଦେଇଥିଲେ ହୋରେସ ବେର୍ଲସ । ଆହାତ ହୋଇଥିବା ବ୍ୟକ୍ତି ଏକ କେମିକାଲ ଗ୍ୟାସ ଦ୍ୱାରା ପ୍ରଭାବିତ ହୋଇଥିବା ଜଣିବାକୁ ମିଳିଥିଲା । ଏବଂ ସେହି ଗ୍ୟାସ ଥିଲା ନାଇଟ୍ରେସ ଅକ୍ସସାଇଡ଼୍ । ବୈଜ୍ଞାନିକ ଜଣଙ୍କ ନାଇଟ୍ରେସ ଅକ୍ସସାଇଡ଼ରୁ ହିଁ ଉଦ୍ଭାବନ କରିଥିଲେ ଏନେସ୍ଥେସିଆ ଭଳି ମେଡିସିନ । ପରେ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ।

Leave a Reply