spot_img
Home Blog Page 4327

ଆଜିଠୁ ଆରମ୍ଭ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଝଲସିବ ଆଦିବାସୀ ଲୋକକଳା, ପରମ୍ପରା ଓ ସଂସ୍କୃତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳାକୁ ଉଦଘାଟନ କରିବେ । ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୦ ଦିନର ଏହି ମେଳାରେ ଚଳିତ ବର୍ଷ ମୋଟ୍‍ ୧୦୦ଟି ଷ୍ଟଲ ପଡ଼ିଥିବା ବେଳେ ଆଇଟିଡିଏ, ମାଇକ୍ରୋ ପ୍ରୋଜେକ୍ଟ, ମିଶନ ଶକ୍ତି, ଓରମାସ, ଟିଡିସିସି ଆଦି ମେଳାରେ ଯୋଗ ଦେଇଛନ୍ତି । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ଆଦିବାସୀ କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରିବେ । ଆଦିବାସୀ ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ବତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିଛି । ଦେଶର ୧୮ଟି ରାଜ୍ୟରୁ ଆସିବାକୁ ଥିବା କଳାକାରମାନେ କଳାନୈପୂଣ୍ୟ ପ୍ରଦର୍ଶନ ସହ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଇବେ ।

ସେହିପରି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କିନ୍ତୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ଆଦିବାସୀ ମେଳାରେ ଆଦିବାସୀମାନଙ୍କ ପାରମ୍ପରିକ ଗୃହ ଦେଖିବାକୁ ମିଳିବ ନାହିଁ । ସେହିପରି ଚଳିତ ଥର ଫୁଡ କୋର୍ଟ ମଧ୍ୟ ହୋଇନାହିଁ । ସୂଚନା ଅନୁସାରେ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଏହି ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହୋଇଥାଏ । କିନ୍ତୁ କରୋନା କଟକଣା ପାଇଁ ଚଳିତ ବର୍ଷ ହୋଇପାରିନଥିଲା ।

ଅସହ୍ୟ ତାତିରେ ଆଉଟୁ ପାଉଟୁ ଓଡ଼ିଶା, କାଲିଠୁ ଆହୁରି ବଢ଼ିବ ପାରଦ

ଭୁବନେଶ୍ୱର: ଅସହ୍ୟ ତାତିରେ ଆଉଟୁ ପାଉଟୁ ହେଉଛି ଓଡ଼ିଶା । କାଲିଠୁ ଆହୁରି ବଢ଼ିବ ପାରଦ । କାଳ ବୈଶାଖୀ ବର୍ଷା ଫଳରେ ଦୁଇ ଦିନ ସାମାନ୍ୟ ତାତି କମିଥିବାବେଳେ ଆସନ୍ତାକାଲିଠାରୁ ପୁଣି ବଢ଼ିବ ପାରା । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ରହିବ ତାପମାତ୍ରା । ରାଜ୍ୟର କିଛି ସ୍ଥାନରେ ୪୦ ଡିଗ୍ରୀ କିମ୍ବା ୪୦ ଡିଗ୍ରୀ ଉପର ରହିବ ତାପମାତ୍ରା । ଦିନରେ ଅତ୍ୟଧିକ ଗରମ ଓ ସଂଧ୍ୟାରେ କାଳ ବୈଶାଖୀ ବର୍ଷା ଲୋକଙ୍କୁ ପାଇଁ କାଳ ସାଜୁଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୯ ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲଶ୍ବର ଓ ଭଦ୍ରକରେ କାଳ ବୈଶାଖୀ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଗୋଟିଏ କିମ୍ବା ୨ଟି ସ୍ଥାନରେ କୁଆପଥର ବର୍ଷା ସହ ଘଡଘଡି ଜନିତ ବର୍ଷା ହେବା ନେଇ ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି ।

ବାହାଘର ପ୍ରୋସେସନ ବେଳେ ପାଟିତୁଣ୍ଡ, ଟେଣ୍ଟ ମାଲିକଙ୍କୁ ହାଣିଦେଲେ ଡିଜେ ଗାଡ଼ି କର୍ମଚାରୀ

ପୁରୀ: ଡିଜେ ଗାଡ଼ି ଟେଣ୍ଟ କପଡ଼ା ଚିରାରୁ ପାଟିତୁଣ୍ଡ । ଟେଣ୍ଟ ମାଲିକଙ୍କୁ ହାଣିଦେଲା ଡିଜେ ଗାଡ଼ି କର୍ମଚାରୀ । ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନିମାପଡ଼ାରୁ ବାଲିକନ୍ଦଳକୁ ବରଯାତ୍ରୀ ଯାଉଥିଲେ । ରୋଷଣୀ କରି ଯାଉଥିବା ବେଳେ ସେହି ଗାଁର ଅନ୍ୟ ଏକ ବିବାହ ଉତ୍ସବରେ ଲାଗିଥିବା ଟେଣ୍ଟକୁ ଚିରି ପକାଇଥିଲା ଡିଜେ ଗାଡ଼ି । ଏହା ଦେଖି ଟେଣ୍ଟ ମାଲିକ ପପୁ ପ୍ରଧାନ ଏକୁଟିଆ ଯାଇ ବାଲିକନ୍ଦଳ ଗାଁ ମୁଣ୍ଡରେ ଡିଜେ ଗାଡ଼ିକୁ ଅଟକାଇଥିଲେ । ଘଟଣାକୁ ନେଇ ପାଟିତୁଣ୍ଡ ହେବାରୁ ଡିଜେ ଗାଡ଼ିରେ ଥିବା କର୍ମଚାରୀମାନେ ଟେଣ୍ଟ ମାଲିକ ପପୁଙ୍କୁ ହାଣି ରାସ୍ତାରେ ଫିଙ୍ଗି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପପୁଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଘଟଣାକୁ ନେଇ ଏରବଙ୍ଗ ଗାଁର ଶତାଧିକ ଲୋକେ ଉତ୍ତ୍ୟକ୍ତ ହୋଇ ଡିଜେ ପାଇଁ ଆସିଥିବା ଭାଗି ବେହେରାଙ୍କ ବିବାହ ମଣ୍ଡପକୁ ଭଙ୍ଗାରୁଜା କରିବା ସହ ଭୋଜି ଖାଦ୍ୟକୁ ଫୋପଡ଼ା ଫିଙ୍ଗା କରିଥିଲେ । ଘଟଣାସ୍ଥଳରେ ଗୋପ, କୋଣାର୍କ, ନିମାପଡ଼ା ଆଇଆଇସି ଓ ନିମାପଡ଼ା ଏସଡିପିଓଙ୍କ ସମେତ ଅନେକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କନ୍ୟାର ଭିଣୋଇ ସମେତ ବରଯାତ୍ରୀଙ୍କ ସମସ୍ତ ଗାଡିକୁ ଥାନାରେ ଅଟକ ରଖିଛି ଗୋପ ପୋଲିସ । ଖୁବଶୀଘ୍ର ଡିଜେ ଗାଡ଼ି ଓ ହତ୍ୟାକାରୀଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଥିବା ବେଳେ ଗ୍ରାମରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁର ମୁଖ୍ୟ ରାସ୍ତାରେ ପୋଲିସ ମୁତୟନ ଅଛନ୍ତି ।

ଆଜିଠୁ ୩ ଦିନ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ନବୀନଙ୍କ ଓ୍ବାନ ଟୁ ଓ୍ବାନ

ଭୁବନେଶ୍ୱର: ଆହୁରି ସଶକ୍ତ ହେବ ବିଜେଡି । ରାଜ୍ୟ ସରକାରଙ୍କ ପ୍ରତିଟି ଲୋକାଭିମୁଖୀ ଯୋଜନା ଓ ବିକାଶ ସହ ଯୋଡ଼ି ହେବେ ସାଧାରଣ ଲୋକ । ଆଜିଠାରୁ ୩ ଦିନ ସାଙ୍ଗଠନିକ ସ୍ଥିତିକୁ ନେଇ ଜିଲ୍ଲାଓ୍ବାରୀ ପର୍ଯ୍ୟବେକ୍ଷକଙ୍କ ସହ ସମୀକ୍ଷା କରିବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩୩ଟି ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କ ସହ ନବୀନ ନିବାସରେ ଓ୍ବାନ୍ ଟୁ ଓ୍ବାନ୍ ଆଲୋଚନା କରିବେ ବିଜେଡି ସୁପ୍ରିମୋ । ପ୍ରତ୍ୟେକ ଦିନ ୧୦ରୁ ୧୧ ଜଣ ପର୍ଯ୍ୟବେକ୍ଷକ ଏହି ବୈଠକରେ ଯୋଗଦେବେ । ସକାଳୁ ସନ୍ଧ୍ୟା ଭିତରେ ବିଭିନ୍ନ ସମୟରେ ଦୁଇରୁ ତିନିଜଣ ଲେଖାଏଁ ପର୍ଯ୍ୟବେକ୍ଷକମାନଙ୍କ ସହିତ ସଭାପତି ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ରହିଛି ।

ଆଗାମୀ ଦିନରେ ସଂଗଠନକୁ ଲୋକପ୍ରିୟତାର ଶୀର୍ଷରେ ପହଁଚାଇବାକୁ ଗୁରୁମନ୍ତ୍ର ଦେବେ ନବୀନ ପଟ୍ଟନାୟକ । ତିନି ଦିନ ଧରି ଚାଲିବାକୁ ଥିବା ଏହି ସମୀକ୍ଷା ବୈଠକରେ ନବୀନ ଜିଲ୍ଲାୱାରୀ ସଫଳତା ଓ ବିଫଳତାର ହିସାବ ନେବେ । ଏଥିସହିତ ଯେଉଁ ଜିଲ୍ଲାପରିଷଦ ଜୋନରେ ଆଶାନୁରୂପ ପ୍ରଦର୍ଶନ କରିପାରିନି ଦଳ, ସେଠାରେ ପୁଣି ଥରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ ।

ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ

ମସ୍କୋ: ୟୁକ୍ରେନକୁ ଫେରିବ କି ଶାନ୍ତି ? କେବେ ବନ୍ଦ ହେବ ଯୁଦ୍ଧ । ଋଷ-ୟୁକ୍ରେନ୍ ଯୁଦ୍ଧକୁ ୨ ମାସ ବିତିବାକୁ ଯାଉଥିବା ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍ । ମଙ୍ଗଳବାର ଉଭୟଙ୍କ ମଧ୍ୟରେ ମସ୍କୋରେ ହେବ ଶାନ୍ତି ନେଇ ଶୀର୍ଷ ଆଲୋଚନା । ଏହା ସହ ପଡ଼ିପାରେ ଯୁଦ୍ଧରେ ଯବନିକା ।

ଦିନକୁ ଦିନ ୟୁକ୍ରେନ୍ ଯୁଦ୍ଧ ଜୋର ଧରିଥିବା ବେଳେ ୨ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଗୁଟେରସ ପ୍ରଥମ ଥର ଲାଗି ମସ୍କୋ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ବେଳେ ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରଭଙ୍କ ସହ ବି ଗୁଟେରସ କରିବେ ଆଲୋଚନା । ଯୁଦ୍ଧକୁ ଦୁଇମାସ ପୂରିବାକୁ ଯାଉଥିବାବେଳେ ଗୁଟେରସଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି ।

ଏନେଇ ଗୁଟରେସ୍ ପୁଟିନଙ୍କ ସହ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ଚିଠି ଲେଖି ମସ୍କୋରେ ଭେଟିବାକୁ କହିଛନ୍ତି । ଏନେଇ ଗୁଟରେସ୍ ୨ଟି ଅଲଗା ଅଲଗା ଚିଠି ଋଷିଆନ୍ ଫେଡେରେସନ୍ ଓ ୟୁକ୍ରେନକୁ ଲେଖିଥିବା ଜଣାପଡ଼ିଛି ।

ପରୀକ୍ଷା ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ନକଲି ପ୍ରଶ୍ନପତ୍ର ଏବଂ ଗୁଜବକାରୀଙ୍କ ଉପରେ ନଜର ରଖାଯିବ । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆସନ୍ତା ୨୮ରୁ ଯୁକ୍ତ ଦୁଇ ଓ ୨୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଦୁଇଟି ଯାକ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବ୍ୟାପକ ପ୍ରସ୍ତୁତି ପାଇଁ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

Chief Secretary Reviewed Examination Preparation

ବୈଠକରେ ଗଣଶିକ୍ଷା ବିଭାଗର ସଚିବଙ୍କ ସହିତ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ମାନେ ଯୋଗ ଦେଇଥିଲେ । ନିଜ ନିଜ ବିଦ୍ୟାଳୟରେ ପିଲାମାନେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି । ଏହା ମଧ୍ୟରେ ନୋଡାଲ ସେଣ୍ଟର ଗୁଡ଼ିକୁ ପ୍ରଶ୍ନପତ୍ର ପଠାଇବା ଆରମ୍ଭ ହୋଇଛି । ପ୍ରତି ନୋଡାଲ ସେଣ୍ଟର ସିସିଟିଭି ନିୟନ୍ତ୍ରଣରେ ରହିବା ସହିତ କଡ଼ା ସୁରକ୍ଷା ଅବଲମ୍ବନ କରାଯାଇଛି ।

Chief Secretary Reviewed Examination Preparation

ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବା ଠାରୁ ଉତ୍ତରଖାତା ଗୁଡ଼ିକ କିପରି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବ ସେ ନେଇ ପୂର୍ଣ୍ଣ ସହଯୋଗ କରିବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେକ୍ଟରୱାରୀ ଆବଶ୍ୟକୀୟ ପୋଲିସ ମୁତୟନ ରହିବେ । ଚଳିତବର୍ଷ ୫ ଲକ୍ଷ ୮୫ ହଜାର ୭୩୦ ଜଣ ମାଟ୍ରିକ ଓ ୩ଲକ୍ଷ ୨୧ ହଜାର ୫୦୮ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବେ ।

ଡରଉଛି ଦିଲ୍ଲୀ, ଦିନକରେ ୧ ହଜାରରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ିଲା କୋଭିଡ୍ ସଂକ୍ରମଣ । ଦୈନିକ ବଢୁଛି କରୋନା ଗ୍ରାଫ୍ । ଚିହ୍ନଟ ହୋଇଛନ୍ତି ୧ ହଜାର ୪୨ ଜଣ ନୂଆ ସଂକ୍ରମିତ । ଏଥିସହ ପ୍ରାଣ ହରାଇଛନ୍ତି ୨ ଜଣ କରୋନା ଆକ୍ରାନ୍ତ ସଂକ୍ରମିତ । ଦିଲ୍ଲୀରେ ସଂକ୍ରମଣ ହାର ୪.୬୪ ପ୍ରତିଶତ ରହିଥିବା ବେଳେ ପ୍ରଶାସନକୁ ଘାରିଛି ଚିନ୍ତା । ଗତ ଫେବ୍ରୁଆରୀ ୧୦ରେ ସବୁଠାରୁ ଅଧିକ ସଂକ୍ରମଣ ସଂଖ୍ୟା ଥିଲା ୧ ହଜାର ୧୦୪ ।

କିଛିଦିନ ତଳେ ଦିଲ୍ଲୀରେ ମାସ୍କ ନିୟମ ହଟିବା ପରେ ସଂକ୍ରମଣ ବଢିବାରେ ଲାଗିଛି । ଦିଲ୍ଲୀ ସରକାର ବର୍ତ୍ତମାନ ପିଲାଙ୍କୁ ସ୍ୱତନ୍ତ୍ର ଗୁରୁତ୍ୱ ଦେଇଥିବା ବେଳେ ଥର୍ମାଲ ସ୍କ୍ରିନିଂ ବିନା ସ୍କୁଲରେ ପ୍ରବେଶ ଉପରେ ନିଷେଧ୍ୟାଦେଶ ଜାରି କରିଛନ୍ତି । ଦିଲ୍ଲୀ ସରକାର ମାସ୍କକୁ ବାଧ୍ୟତାମୂଳକ କରିଥିବା ବେଳେ ନିୟମ ଉଲ୍ଲଂଘନ କଲେ ୫୦୦ ଟଙ୍କା ଫାଇନ୍ ଧାର୍ଯ୍ୟ କରିଛନ୍ତି ।

ଜୁନରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍

କଟକ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । କଟକ ବାରବାଟୀକୁ ଫେରିବ କ୍ରିକେଟ ଫିଭର । ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ । ଜୁନ ୧୨ରେ ବାରବାଟୀରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ସିରିଜର ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ । ଖୁବଶୀଘ୍ର ଏନେଇ ବିଧିବଦ୍ଧ ଘୋଷଣା କରିବ ବିସିସିଆଇ ।

2nd T20 Match Between India And South Africa To Be Played In Barabati Stadium

ଏନେଇ ଓସିଏକୁ ବିସିସିଆଇ ତରଫରୁ ସୂଚନା ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ମ୍ୟାଚ୍ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ସଞ୍ଜୟ କହିଛନ୍ତି । ପୂର୍ବରୁ ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ୍ ବାରବାଟୀରୁ ସ୍ଥାନାନ୍ତର ହୋଇଥିଲା ।

କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ବଳକା ରାଜ୍ୟ ଓ ଗୁଣାତ୍ମକ ମାନ ବୃଦ୍ଧି ହାସଲ ଲକ୍ଷ୍ୟ: ଅରୁଣ ସାହୁ

ଭୁବନେଶ୍ୱର: କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା, ତତ୍‌ପରେ ବଳକା ରାଜ୍ୟର ସ୍ଥିତି ଓ ସର୍ବୋପରି ଗୁଣାତ୍ମକ ମାନବୃଦ୍ଧି ହାସଲ କରିବା ଆମର ଲକ୍ଷ୍ୟ । କୃଷକ ଓ ଖାଉଟି ମଧ୍ୟରେ ଥିବା ଦୂରତାକୁ କମାଇଲେ ଉଭୟ ଲାଭବାନ ହେବେ, ଯାହାକି ସମ୍ଭବ ହୋଇପାରିବ କୃଷକ ଉତ୍ପାଦକ ସଂଗଠନମାନଙ୍କ ମାଧ୍ୟମରେ । ଆଜି ଲୋକସେବା ଭବନସ୍ଥିତ କନଭେନସନ୍‌ ସେଣ୍ଟରରେ ଓଡ଼ିଶାରେ କୃଷି ବିପଣନ ସୁଯୋଗ ନିମନ୍ତେ କୃଷି ଉଦ୍ୟୋଗ କର୍ପୋରେଟ ସଂସ୍ଥା ଓ କୃଷକ ଉତ୍ପାଦକ ସଂଗଠନମାନଙ୍କ ସହ ଗୋଲଟେବୁଲ୍‌ ବୈଠକକୁ ଉଦ୍‌ଘାଟନ କରି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଉପରୋକ୍ତ ମତପ୍ରକାଶ କରିଛନ୍ତି । ନିଯୁକ୍ତି ସଂକଟର ସମାଧାନ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ହିଁ ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।

କୃଷି ଓ ଉଦ୍ୟାନ କୃଷି ଉତ୍ପାଦର ଉଚିତ ମୂଲ୍ୟ ପାଇବା ଲକ୍ଷ୍ୟରେ କୃଷକ ଉତ୍ପାଦକ ସଂଗଠନ ଓ ଅଗ୍ରଣୀ କୃଷି ଉଦ୍ୟୋଗ କର୍ପୋରେଟ୍‌ ସଂସ୍ଥା ମଧ୍ୟରେ ନିରନ୍ତର ଆନୁଷ୍ଠାନିକ ବିପଣନ ସଂଯୋଗ ସ୍ଥାପନ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଏହି ବୈଠକ ଏକ ବଳିଷ୍ଠ ପଦକ୍ଷେପ । ଓଡ଼ିଶା କୃଷି ସମାବେଶ ୨୦୨୧ର ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆୟୋଜିତ ଏହି ବୈଠକରେ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଘରୋଇ ସଂସ୍ଥାମାନଙ୍କୁ ଲକ୍ଷ୍ୟ ହାସଲର ରଣନୀତି ପ୍ରସ୍ତୁତ କରିବା ନିମନ୍ତେ ପ୍ରୋତ୍ସାହିତ କରାଯାଇଛି । ଓଡ଼ିଶା କୃଷକ ଉତ୍ପାଦକ ସଂଗଠନ ନୀତି ୨୦୧୮ ପ୍ରଣୟନ କରି ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ରୂପେ ଉଭା ହୋଇଛି ଯେଉଁଥିରେ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହିତ ତଥା ଶକ୍ତିଶାଳୀ କରିବାର ବ୍ୟବସ୍ଥା ଅଛି ।

ବର୍ତ୍ତମାନ ରାଜ୍ୟରେ ପିକେଭିୱାଇ, ଆର୍‌କେଭିୱାଇ, ଏମ୍‌ଆଇଡିଏଚ୍‌, ଓଡ଼ିଶା ମିଲେଟ୍‌ ମିଶନ, କୃଷି ଉତ୍ପାଦନ ପୁଞ୍ଜ, କେନ୍ଦ୍ରୀୟ ଯୋଜନା (୧୦ ହଜାର କୃଷକ ଉତ୍ପାଦକ ସଂଗଠନ ଗଠନ ଓ ପ୍ରୋତ୍ସାହନ) ଇତ୍ୟାଦି ଜରିଆରେ ୬୦୦ରୁ ଅଧିକ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ ଓ ସହାୟତା ଦିଆଯାଉଛି । ନିରନ୍ତର ଉତ୍ସ ମଡେଲ୍‌ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ସରକାର ଘରୋଇ ସଂସ୍ଥାମାନଙ୍କ ସହ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ନିୟୋଜିତ କରୁଛନ୍ତି ।

 Agri Business Corporates And Farmer Producer Organization

ଭିତ୍ତିଭୂମି ପାଇଁ ନିବେଶ, ମୂଲ୍ୟଯୋଗ, ଗୁଣବତ୍ତା ବୃଦ୍ଧି ଏବଂ ଉଚିତ ବଜାର ସଂଯୋଗୀକରଣ ଜରିଆରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଆଶାତୀତ ଉନ୍ନତି ହୋଇପାରିବ । କୃଷକମାନଙ୍କ ଆୟବୃଦ୍ଧି ହେଉଛି ରାଜ୍ୟ ସରକାରଙ୍କ ପ୍ରାଥମିକତା । କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ, ଉତ୍ପାଦନ ପୁଞ୍ଜର ଦୃଢ଼ୀକରଣ ଏବଂ ମୂଲ୍ୟଯୋଗ ପାଇଁ ଯୋଜନାର ସମ୍ମିଶ୍ରଣ ମାଧ୍ୟମରେ କୃଷି ବିପଣନ ପରିବେଶକୁ ଶକ୍ତିଶାଳୀ କରିବା ପାଇଁ ପ୍ରୟାସ ଜାରି ରହିଛି । ଘରୋଇ ସଂସ୍ଥା ବଜାର ଚାହିଦା ସୂଚାଇବା ମାତ୍ରେ ରାଜ୍ୟ ସରକାର ବଜାର ଚାହିଦା ମୁତାବକ ବଜାରଭିତ୍ତିକ ପୁଞ୍ଜ ପ୍ରତିଷ୍ଠା କରି ଉତ୍ପାଦନ ପ୍ରଣାଳୀକୁ ସୁପ୍ରବାହୀ କରିବା, ଯୋଗାଣରେ ନିରନ୍ତରତା ଓ ଗୁଣବତ୍ତା ନିଶ୍ଚିତ କରିବା ପାଇଁ କୃଷକ ଉତ୍ପାଦକ ସଂଗଠନର ଦକ୍ଷତା ବୃଦ୍ଧି କରିବାକୁ ସମ୍ମିଳିତ ପଦକ୍ଷେପ ନେବାକୁ ଯାଉଛନ୍ତି ।

ଓଡ଼ିଶା ମକା, ମିଲେଟ୍‌, ସୁଗନ୍ଧିତ ଚାଉଳ, କପା, ହଳଦୀ, ଲଙ୍କା, ଅଦା, ଲେମ୍ବୁ, ତରଭୂଜ, ଲେମନଗ୍ରାସ୍‌, କିଆ, ଆମ୍ବ, କାଜୁବାଦାମ, କଫି, କନ୍ଦମୂଳ, ବାଇଗଣ, ଟମାଟୋ, ଭେଣ୍ଡି ଓ ପିଆଜ ଉତ୍ପାଦନରେ ଏକ ବଳକା ରାଜ୍ୟ ଭାବେ ଉଭା ହୋଇଛି । ସବୁଜ ବିପ୍ଳବ ପରେ ଉତ୍ପାଦନଭିତ୍ତିକ କୃଷି ଆପଣେଇ ଖାଦ୍ୟଶସ୍ୟ ଉତ୍ପାଦନରେ ରାଜ୍ୟ ଆତ୍ମନିର୍ଭରଶୀଳ ହୋଇପାରିଛି ।

ଏହି ବୈଠକରେ ଅନ୍ୟତମ ଅତିଥି ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଂଜୀବ ଚୋପ୍ରା କହିଥିଲେ ଯେ କୃଷକମାନଙ୍କୁ ଦର କଷିବା ଶକ୍ତି ଯୋଗାଇବା ନିମନ୍ତେ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ଅଧିକ ଶକ୍ତିଶାଳୀ କରିବା ଆବଶ୍ୟକ ।

ସ୍ୱତନ୍ତ୍ର ଶାସନ ସଚିବ ସଂଜୀବ କୁମାର ଚଢ଼ା କୃଷି ଓ ଉଦ୍ୟାନ କୃଷି କ୍ଷେତ୍ରରେ ଥିବା ବଳକା ଉତ୍ପାଦ ଉପରେ ସୂଚନା ଦେଇଥିଲେ ଏବଂ ପୂରା ଅଧିବେଶନରେ ସଂଯୋଜନା କରିଥିଲେ । ଅତିରିକ୍ତ ଶାସନ ସଚିବ ଅଂଜନା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲାବେଳେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ, ଉଦ୍ୟାନ କୃଷି ନିର୍ଦ୍ଦେଶକ, ମୃର୍ତ୍ତିକା ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ତଥା ଓର୍‌ମାସ୍‌ର ଅଧିକାରୀ, ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡର ଅଧିକାରୀ, ଆପିକଲ୍‌ର ପରିଚାଳନା ନିର୍ଦେଶକଙ୍କୁ ବୈଠକରେ ସାମିଲ କରାଯାଇଥିଲା ।

୨୪ଟି ଘରୋଇ ସଂସ୍ଥାର ଆନୁଷ୍ଠାନିକ କ୍ରେତା ଯଥା ଆଇଟିସି, ବିଗ୍‌ ବାସ୍କେଟ୍‌, ମଦର ଡାଇରୀ, ଡି-ହାଟ୍‌, ଇଣ୍ଡିଆନ୍‌ ଓସିନ୍‌ ଗ୍ରୁପ୍‌ ଏଥିରେ ଯୋଗଦେଇଥିଲେ । ଆନୁଷ୍ଠାନିକ କ୍ରେତା ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ୧୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । କ୍ରୟ ଓ ବିପଣନରେ ନିୟୋଜିତ ୯ଟି କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧିମାନେ ମଧ୍ୟ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଖବର ପରିବେଷଣ ବେଳେ ଖବର ପଢ଼ି କାନ୍ଦି ପକାଇଲେ ଟିଭି ଆଙ୍କର

ଜାପାନ: ୟୁକ୍ରେନ ବୁଚା ସହର ଗଣହତ୍ୟା ସମ୍ପର୍କିତ ଖବର ପଢ଼ି କାନ୍ଦି ପକାଇଲେ ଆଙ୍କର । ବୁଚା ସହର ଗଣହତ୍ୟା ଘଟଣାରେ ଜଡ଼ିତ ସୈନ୍ୟଙ୍କୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମ୍ମାନିତ କରିବା ସମ୍ପର୍କିତ ଏକ ଖବର ପଢିବା ବେଳେ ଅକସ୍ମାତ ଭାଙ୍ଗି ପଡ଼ିଥିଲେ ଜଣେ ଜାପାନୀ ଆଙ୍କର । ୟୁମିକୋ ମାତସୁ ନାମ୍ନୀ ଏହି ଆଙ୍କରଙ୍କ କାନ୍ଦିପକାଇବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ୟୁକ୍ରେନରେ ଋଷର ସ୍ପେସାଲ ଅପରେସନ ଜାରି ରହିଥିବାବେଳେ ବୁଚା ସହରରେ ଭୟଙ୍କର ଗଣହତ୍ୟା ହୋଇଥିଲା । ଏହାକୁ ନେଇ ବିଶ୍ବବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏସମ୍ପର୍କରେ ଏକ ଖବର ପାଠ କରିବା ବେଳେ ଆଙ୍କରଜଣକ ଅଧିକ ପଢି ନପାରି କ୍ଷମା ମାଗିଥିଲେ । ପରେ ସେ ଖବର ପଢ଼ା ବନ୍ଦ କରିଦେଇଥିଲେ ।