spot_img
Home Blog Page 4284

ଖବର ସଂଗ୍ରହ ବେଳେ ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ BJP କର୍ମୀଙ୍କ ଆକ୍ରମଣ

ଦେବଗଡ: ବିଜେପିର ଦେବଗଡ ବିଧାୟକ ଗିରଫ ହେବା ପରେ ଏବେ ବିଜେପି କର୍ମୀ ମଧ୍ୟ ହିଂସାତ୍ମକ ରାସ୍ତା ଧରିଛନ୍ତି। ବିଧାୟକଙ୍କ ଗିରଫ ପ୍ରତିବାଦରେ ଆଜି ଦେବଗଡ ବିଜେପି ବନ୍ଦ ଡାକରା ଦେଇଥିଲା। ଏହି ବନ୍ଦ ଡାକରାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା। ଖବର ସଂଗ୍ରହ ପାଇଁ ନନ୍ଦିଘୋଷ ଟିଭିର ସାମ୍ବାଦିକ ବ୍ରିଜେଶ ସାହୁ ଯାଇଥିବାବେଳେ ତାଙ୍କ ଉପରେ ବିଜେପି କର୍ମୀମାନେ ଆକ୍ରମଣ କରିଛନ୍ତି।

ସାମ୍ବାଦିକଙ୍କୁ ବିଜେପି କର୍ମୀ ଆକ୍ରମଣ କରିବା ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଉଛି। ଭୋକ ବିକଳରେ ତାଟିଆ କାମୁଡିବା ନ୍ୟାୟରେ ବନ୍ଦ ବିଫଳ ହେବା ଫଳରେ ବିଜେପି କର୍ମୀମାନେ ହିତାହିତ ଜ୍ଞାନ ହରାଇ ଏଭଳି କରିଥିବା ଚର୍ଚ୍ଚା ହେଉଛି।

ନନ୍ଦିଘୋଷ ଟିଭିର ପ୍ରତିନିଧିଙ୍କୁ ମାଡ଼ ମରା ଘଟଣାକୁ କଡା ଭାଷାରେ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଦେବଗଡ଼ ବିଧାୟକଙ୍କ ମୁଖା ଖୋଲିଯିବା ଭୟରେ ରକ୍ତମୁଖା ହୋଇଛି ବିଜେପି । ବିପଦମୁଖୀ ଗଣତନ୍ତ୍ରର ନମୁନା ପ୍ରଦାନ କରିଛନ୍ତି ବିଜେପି କର୍ମୀ । ତାଙ୍କ ନେତା କର୍ତ୍ତବ୍ୟରତ ଅଫିସରଙ୍କୁ ମାଡ଼ ମାରିଥିଲେ । ବିଧାୟକ ଆଇନ ଜାଲରେ ପଡ଼ିବା ପରେ କର୍ମୀ ହିଂସା ରାସ୍ତା ଆପଣାଇଛନ୍ତି । ବିଜେଡି ସରକାରରେ କିନ୍ତୁ ହିଂସାର ସ୍ଥାନ ନାହିଁ । ଯିଏ ଦୋଷୀ ସିଏ ଉପଯୁକ୍ତ ଦଣ୍ଡ ପାଇବ । ଏହାସହ ବିଜେପି ଗୁଣ୍ଡାଙ୍କ ତୁରନ୍ତ ଗିରଫ ଦାବି କରିଛନ୍ତି ଲେନିନ ମହାନ୍ତି ।

ନିଜ ଦଳ ଗଢ଼ିପାରନ୍ତି ପ୍ରଶାନ୍ତ କିଶୋର: ବିହାରରୁ ଆରମ୍ଭ

ନୂଆଦିଲ୍ଲୀ: ନୂଆ ଦଳ ଗଢ଼ିବେ ନିର୍ବାଚନୀ ରାଜନୀତିର ବିଶିଷ୍ଟ ରଣନୀତିଜ୍ଞ ପ୍ରଶାନ୍ତ କିଶୋର । ଆଜି ସକାଳେ ସେ ଏକ ଟ୍ୱିଟ୍ କରିଛନ୍ତି, ଯେଉଁଥିରେ ସେ ବାସ୍ତବ ସମସ୍ୟା ବୁଝିବା ପାଇଁ ‘ପ୍ରକୃତ ମାଲିକ’ ଅର୍ଥାତ ଜନସାଧାରଣଙ୍କ ନିକଟକୁ ଯିବେ । ତାଙ୍କର ଏହି ଅନ୍ୱେଷଣ ବିହାରରୁ ଆରମ୍ଭ ହେବ ବୋଲି ମଧ୍ୟ ସେ କହିଛନ୍ତି । ଗଣତନ୍ତ୍ରରେ ଯଥୋଚିତ୍ ଯୋଗଦାନ ଏବଂ ଜନହିତକାରୀ ଯୋଜନାର ଉଚିତ୍ ରୂପାୟନ ନେଇ ସେ ୧୦ ବର୍ଷ ହେଲା ଖୋଜ୍ କରୁଥିଲେ । ବର୍ତ୍ତମାନ ସମୟ ଆସିଛି ଲୋକଙ୍କ ପାଖକୁ ଯିବାର । ଏବଂ ଏହାର ଆରମ୍ଭ ବିହାରରୁ ହେବ ।

ତେବେ ଗତ କିଛି ଦିନ ତଳେ କଂଗ୍ରେସ ଶୀର୍ଷ ନେତୃତ୍ୱଙ୍କ ସହ ହୋଇଥିବା ତାଙ୍କ ବୈଠକର ପ୍ରଶାନ୍ତଙ୍କ ରାଜନୈତିକ ଅଭିଳାଷାକୁ ପୂରା କରୁଥିବା ଭଳି କୌଣସି ନିଷ୍କର୍ଷ ବାହାରିନଥିବା ବେଳେ ଏଭଳି ଟ୍ୱିଟ୍ ନାନା ଚର୍ଚ୍ଚା ସୃଷ୍ଟି କରିଛି । ସେ ଗୋଟାଏ ନୂଆ ରାଜନୈତିକ ଦଳ ଗଠନ କରିବେ କିମ୍ୱା କୌଣସି ଦଳରେ ସାମିଲ ହେବ, ସ୍ପଷ୍ଟ ହୋଇନାହିଁ। ତେବେ ଏଭଳି ଟ୍ୱିଟ୍ ନୂଆ ରାଜନୈତିକ ଦଳ ଗଠନର ଚର୍ଚ୍ଚାକୁ ବେଶ୍ ଖୋରାକ୍ ଯୋଗାଇଛି । ପୂର୍ବରୁ ମଧ୍ୟ ସେ କହିଥିଲେ ଯେ, ସେ ନିର୍ବାଚନରେ ଭୂମିକା ଗ୍ରହଣ କରିଚାଲିବେ। କଂଗ୍ରେସରେ ଯୋଗ ଦେବାକୁ ମଳିଥିବା ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାର ଅଳ୍ପ କେତେ ଦିନ ପରେ ସେ ଆଜି ‌ଏଭଳି ରହସ୍ୟଜନକ ଟ୍ୱିଟ୍‌ କରିଛନ୍ତି। ସେ କହିଥିଲେ, ଆପଣାଛାଏଁ ସୁଧୁରି ଯିବା ପାଇଁ କଂଗ୍ରେସର ସାମର୍ଥ୍ୟ ଥିବାରୁ ଦଳ ତାଙ୍କୁ ଲୋଡୁନାହିଁ ।

ପ୍ରଶାନ୍ତ କିଶୋର ୧୯୭୭ ମସିହାରେ ବିହାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ମାଆ ଉତ୍ତରପ୍ରଦେଶର ବଲିଆ ଜିଲ୍ଲାର । ତାଙ୍କ ବାପା ବିହାର ସରକାରେ ଡାକ୍ତର ଭାବେ ଚାକିରି କରୁଥିଲେ । ତେବେ ତାଙ୍କ ସ୍ତ୍ରୀ ହେଉଛନ୍ତି ଜାହାନବୀ ଦାସ, ଯିଏ ଆସାମର ଗୌହାଟ୍ଟୀରେ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି । ପିକେ ୨୦୧୪ ମସିହାରେ ମୋଦି ସରକାରଙ୍କୁ କ୍ଷମତାକୁ ଆଣିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ବିଶିଷ୍ଟ ରାଜନୈତିକ ରଣନୀତିଜ୍ଞ ଭାବେ ସେ ବେଶ ପରିଚିତ । ସେ ସର୍ବଦା ପରଦା ପଛରେ ରହି ନିଜ ରଣନୀତିକୁ କାର୍ଯ୍ୟକାରୀ କରିଆସୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ଟିକାକରଣ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘ଟିକା ନେଇ ବାଧ୍ୟ କରାଯାଇପାରିବ ନାହିଁ’

କଟକ ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ; ୪ ଲୁଟେରା ଗିରଫ

କଟକ: କଟକ ବିଡାନାସି ଚହଁଟାରେ ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ବିଡାନାସି ପୋଲିସ ୪ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ୮ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ୧୫ ହଜାର ଟଙ୍କାର ଏକ ବୋଲେରୋ ଜବତ କରାଯାଇଛି। ଏନେଇ କଟକ ଡିସିପି ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏହି ଲୁଟେରା ମାନଙ୍କ ନାଁରେ ସହରର ଏକାଧିକ ଥାନାରେ ମାମଲା ରହିଛି।  ଲୁଟେରାଙ୍କ ସମ୍ପର୍କରେ ଖବର ଦେବା ବ୍ୟକ୍ତିଙ୍କ ନାଁ ଗୋପନ ରଖାଯିବା ସହ ତାଙ୍କୁ ପୁରସ୍କୃତ କରାଯିବ ବୋଲି କଟକ ଡିସିପି ପୂର୍ବରୁ ଘୋଷଣା କରିଥିଲେ। ତେବେ ଏକ ସିସିଟିଭି ଫୁଟେଜ ଆଧାରରେ ପୋଲିସ ୪ ଲୁଟେରାଙ୍କୁ କାବୁ କରିଥିବା ଜଣାପଡିଛି ।

ରାଜ୍ୟରେ କୋଭିଡ଼ ସ୍ଥିତି ଭଲ ଅଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ କୋଭିଡ଼ ମାମଲା ଦିନକୁ ଦିନ ବଢୁଥିବା ବେଳେ ଆଇଆଇଟି କାନପୁରରର ତଥ୍ୟ ଆତଙ୍କିତ କରିଦେବ। କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ। କିଛି କିଛି ସ୍ଥାନରେ କରୋନା ରହିବ। ହେଲେ ସମ୍ଭାବ୍ୟ ଚତୁର୍ଥ ଲହର ଆସିଲେ ପୂର୍ବ ପରି ବ୍ୟାପିବ ନାହିଁ ବୋଲି ଆଇଆଇଟି କାନପୁରର ତଥ୍ୟ କହୁଛି । ଦିଲ୍ଲୀକୁ କରୋନା ଆସିବା ପ୍ରାୟ ମାସେ ହେଲାଣି। ହେଲେ ଏଯାଏ ରାଜ୍ୟରେ ଏହାର ପ୍ରଭାବ ପଡ଼ିନାହିଁ।

ରାଜ୍ୟରେ ସିଭିଆରୀଟି ନାହିଁ, ହସ୍ପିଟାଲାଇଜେସନ ନାହିଁ। ରାଜ୍ୟ ଏବେ ଭଲ ସ୍ଥିତିରେ ଅଛି । ତେଣୁ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ପୂର୍ବରୁ ଆଇଆଇଟି କହିଥିଲା ଜୁନରେ ଚତୁର୍ଥ ଲହର ଆସିବ ବୋଲି । ଏବେ ଯଦି ଏହା ଆସେ ବିଶେଷ ପ୍ରଭାବ ପକାଇବ ନାହିଁ । ଦୁଇ ଦିନ ତଳେ ଆସିଥିବା ତଥ୍ୟ କହୁଛି କରୋନା ଆକ୍ରାନ୍ତ ବର୍ତ୍ତମାନ ଗୁରୁତର ହେଉନାହାନ୍ତି। ଯେଉଁଠି କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେଠାରେ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା।

ଟିକାକରଣ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘ଟିକା ନେଇ ବାଧ୍ୟ କରାଯାଇପାରିବ ନାହିଁ’

ନୂଆଦିଲ୍ଲୀ: ଟିକାକରଣକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କରୋନା ଟିକା ନେବାକୁ କାହାକୁ ବାଧ୍ୟ କରାଯାଇପାରିବ ନାହିଁ । ସରକାର କେବଳ ଟିକା ନେବା ପାଇଁ ପଲିସି ତିଆରି କରିବେ । ଟିକା ନନେଇଥିବା ବ୍ୟକ୍ତି ସଂକ୍ରମଣ ବଢିବା ପାଇଁ ଦାୟୀ ନୁହେଁ । ସରକାର କୌଣସି ତଥ୍ୟ ଉପସ୍ଥାପନ କରିନାହାନ୍ତି । ଟିକା ନନେଇଥିବା ବ୍ୟକ୍ତିଙ୍କୁ କଟକଣା ଲଗେଇବା କଥା ନୁହେଁ ।

ତେବେ କରୋନାର ସଂଖ୍ୟା କମ୍ ଥିବା ଯାଏଁ ବର୍ତ୍ତମାନର ନିୟମରେ କୌଣସି ପରିବର୍ତ୍ତନ କରାନଯାଉ । ଏବଂ କରୋନା ଟିକା ନେଇନଥିବା ବ୍ୟକ୍ତିଙ୍କ ପାଇଁ କୌଣସି ପ୍ରକାର  କଟକଣା ଲାଗୁ କରାନଯାଉ ବୋଲି ବିଚାରପତି ଏଲ୍. ନାଗେଶ୍ୱର ରାଉଙ୍କ ଏବଂ ବିଆର ଗାଭିଙ୍କୁ ନେଇ ଗଠିତ ଖଣ୍ଡପୀଠ ପକ୍ଷରୁ ରାୟ ଦିଆଯାଇଛି । ଏହାସହିତ କୋଭିଡ ଟିକାକରଣର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ମଧ୍ୟ ଏକ ବ୍ୟବସ୍ଥା ମଧ୍ୟରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ସମ୍ପ୍ରତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳୁଛି । ଲଗାତାର ୩ ସପ୍ତାହ ହେବ ଉପରମୁହାଁ କରୋନା ସଂକ୍ରମଣ। ମୋଟ୍ ୨୦ ରାଜ୍ୟରେ କରୋନା କାୟା ବିସ୍ତାର କରି ଚାଲିଛି। ଗତ ସପ୍ତାହକରେ ୪୧ପ୍ରତିଶତ ବଢିଛି ସଂକ୍ରମଣ ହାର।  ତେବେ ଏକ ସପ୍ତାହକରେ ବଢିନି କୌଣସି ମୃତ୍ୟୁ ସଂଖ୍ୟା। ଶେଷ ସପ୍ତାହରେ ୨୯ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଦିନକରେ ୩୧୫୭ ନୂଆ କୋଭିଡ୍ ମାମଲା ଚିହ୍ନଟ ହୋଇଛି । ଏପ୍ରିଲ ୨୫ରୁ ମେ ୧ ସପ୍ତାହକରେ ଦେଶରେ ୨୨ ହଜାର ୨୦୦ ନୂଆ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପୂର୍ବ ସପ୍ତାହରୁ ୪୧ ପ୍ରତିଶତ ଅଧିକା ବୃଦ୍ଧି ପାଇଛି।

ଏଥିସହିତ ପଢ଼ନ୍ତୁ: ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ୧୫ଦଳୀୟ ନେତାଙ୍କ ଇସ୍ତଫା

ପାରାଦୀପରେ ମାଛ ମଡକ, ପୋଖରୀରେ ଭାସୁଛି ଟନଟନ୍‌ ମାଛ

ପାରାଦୀପ: ପାରାଦୀପର ଇଫକୋ ଛକ ଶର୍ମା ପୋଖରୀରେ ମାଛ ମଡକ। ପୋଖରୀରେ ୧୫ ଟନରୁ ଉର୍ଦ୍ଧ୍ୱ ମାଛ ଥିବା ବେଳେ ଟନଟନ୍‌ ମାଛ ମରି ଭାସୁଛନ୍ତି। ସକାଳୁ ଏହି ପୋଖରୀରେ ମାଛ ଭାସୁଥିବା ଲୋକେ ଦେଖିବା ପରେ ଆଖପାଖର ଲୋକେ ମାଛ ଗୋଟାଇ ନେଇଯାଉଥିବା ଦେଖିବାକୁ ମିଳିଛି।

ଏହାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ମାଛ ମଡ଼କକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି | ମାଛ ମଡ଼କ ପଛର କାରଣ ଅଧିକ ପ୍ରଦୁଷିତ କିମ୍ବା କେହି ପୋଖରୀରେ ବିଷ ପକାଇ ଦେଇଥିବା ନେଇ ସନ୍ଦେହ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ମାଛ ମଡ଼କର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ରହିଛି।

ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ୧୫ଦଳୀୟ ନେତାଙ୍କ ଇସ୍ତଫା

କୋଲକାତା: ବିଜେପି ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ଦଳ ବଡ଼ ଝଟକା । ଉତ୍ତର ୨୪ ପ୍ରଗଣା ଜିଲ୍ଲାର ବାରାସାତରୁ ରାଜ୍ୟ କମିଟିର ସଦସ୍ୟ ସମେତ ମୋଟ ୧୫ଜଣ ଦଳୀୟ ନେତା ରବିବାର ଇସ୍ତଫା ଦେଇଛନ୍ତି । ସଦ୍ୟ ସମାପ୍ତ ମ୍ୟୁନସିପାଲଟି ନିର୍ବାଚନରେ ଜିଲ୍ଲା ସଭାପତି ତାପସ ମିତ୍ର ପ୍ରାର୍ଥୀ କରିବାକୁ ଟଙ୍କା ନେଇଥିବା ଅଭିଯୋଗାରେ ସେମାନେ ଇସ୍ତଫା ଦେଇଛନ୍ତି ।

ଦଳରେ ଅନ୍ତଃ କନ୍ଦଳ ଏମିତି ସମୟରେ ସାମ୍ନାକୁ ଆସିଛି ଯେତେବେଳେକି ବିଜେପିର ହାଇକମାଣ୍ଡ ରାଜ୍ୟ ବିଜେପିକୁ ଦଳରେ ଥିବା ଅନ୍ତଃ କନ୍ଦଳକୁ ସମାପ୍ତ କରି ମେ ୪ରେ ଶାହଙ୍କ ଗସ୍ତ ପୂର୍ବରୁ ଏକଜୁଟ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗରେ ହୋଇଥିବା ଉପନିର୍ବାଚନ ପରେ ସେଠାରେ ଗେରୁଆ ଦଳକୁ ଦଳୀୟ ମତ ଭେଦର ସାମ୍ନା କରିବାକୁ ପଡ଼ୁଛି ।

From 2021, Amit Shah will visit Bengal every month for 7 days, says BJP's Dilip Ghosh - India News

ଆସାନଶୋଲରେ ନିଜର ଆସନ ଦଖଲ କରିବାରେ ଦଳ ବିଫଳ ହେବାରୁ ସେଠାରେ ରାଜ୍ୟ ବିଜେପି ସଚିବଙ୍କ ସହିତ ତିନିଜଣ ଦଳୀୟ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାଛଡ଼ା ନଦୀୟା ଜିଲ୍ଲାର ୧୪ ଜଣ ଜିଲ୍ଲା ସ୍ଥରୀୟ ପଦାଧିକାରୀମାନେ ଉପନିର୍ବାଚନ ଫଳାଫଳ ଘୋଷଣା ହେବାର ୪୮ ଘଣ୍ଟା ମଧ୍ୟରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ । ଋଷ ସୈନିକଙ୍କୁ ଜେଲେନସ୍କିଙ୍କ ଚେତାବନୀ: ଜୀବନ ବଞ୍ଚାଇ ପଳାଅ

ବିଜେପିର ଦେବଗଡ ବନ୍ଦ ଡାକରାକୁ ବିରୋଧ କଲେ ବ୍ୟବସାୟୀ ସଂଘ

ଦେବଗଡ: ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ବିଜେପିର ଦେବଗଡ ବନ୍ଦ ଡାକରାକୁ ବିରୋଧ କରାଯାଇଛି। ବନ୍ଦ ଡାକରାକୁ ବିରୋଧ କରିଛନ୍ତି ଡେଲି ମାର୍କେଟ ପରିବା ବ୍ୟବସାୟୀ।

ବନ୍ଦ କରିବା ପାଇଁ ଆସିଥିବା ଵିଜେପି କର୍ମୀଙ୍କୁ ବିରୋଧ କରିଥିଲେ ପରିବା ବ୍ୟବସାୟୀ । ବ୍ୟବସାୟୀଙ୍କ ବିରୋଧ ଦେଖି ବନ୍ଦ ପାଳନ ନକରି ବିଜେପି କର୍ମୀ ଫେରି ଯାଇଥିବା ସୂଚନା ମିଳିଛି।  ଖାଲି ଏତିକି ନୁହେଁ ବନ୍ଦକୁ କ’ଣ ପାଇଁ ସମର୍ଥନ କରିଵୁ ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ବ୍ୟବସାୟୀ। ବିଜେପି ବିଧାୟକଙ୍କ ପାଇଁ ବନ୍ଦ ଡାକରା ଦେଇଥିବା ବେଳେ କାହିଁକି ସମର୍ଥନ କରିବୁ ବୋଲି ବିଜେପିକୁ ଓଲଟା ପ୍ରଶ୍ନ କରିଛନ୍ତି ବ୍ୟବସାୟୀ ମାନେ।

ଅପରପକ୍ଷେ ଦେବଗଡ଼ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କୁ ବିଧାୟକ ପଦବୀରୁ ବହିଷ୍କାର କରିବା ପାଇଁ ମଧ୍ୟ ଦାବି କରାଯାଇଛି। ତିଳେଇବଣି ବ୍ଲକ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ କରି ବିଚାର ବିଭାଗୀୟ ହାଜତରେ ଅଛନ୍ତି ବିଧାୟକ ଜଣକ। ତେବେ ବିଧାୟକଙ୍କ ବହିଷ୍କାର ଦାବି ପରି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ଅକ୍ଷୟ ତୃତୀୟା ଭେଟି; ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଦୁଇ ହଜାର ଟଙ୍କା

ଭୁବନେଶ୍ୱର: ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷୟ ତୃତୀୟା ଭେଟି। କ୍ଷୁଦ୍ର, ନାମମାତ୍ର, ଭାଗ ଓ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଉପହାର ଦେବେ ମୁଖ୍ୟମନ୍ତ୍ରୀ। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ କାଳିଆ ଟଙ୍କା। ଆସନ୍ତାକାଲି ଅପରାହ୍ନରେ କାଳିଆ ଯୋଜନାର ହିତାଧିକାରୀଙ୍କୁ ମିଳିବ ୨ହଜାର ଟଙ୍କା ।

CM Announces 7 days relief for all families of 128 marooned villages

ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ୨୦୨୨ ବର୍ଷ ପାଇଁ କାଳିଆ ଯୋଜନାରେ ଖରିଫ ସହାୟତା ଟଙ୍କା ମିଳିବ। ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇବେ ଏହି ଟଙ୍କା। ଏ ବାବଦରେ ରାଜ୍ୟ ସରକାର ୮ଶହ କୋଟି ଟଙ୍କା ପ୍ରଦାନ କରିବେ। ଅକ୍ଷୟ ତୃତୀୟା ଅବସରରେ ତଥା ଆସନ୍ତାକାଲି ଅପରାହ୍ନରେ ଲୋକସେବା ଭବନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ପାଳନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କାଳିଆ ଯୋଜନା ହିତାଧିକାରୀଙ୍କୁ ୨୦୨୨ ବର୍ଷ ଖରିଫ ଚାଷ ପାଇଁ ୨ ହଜାର ଟଙ୍କା ଲେଖାଏ ମିଳିବ । ଅକ୍ଷୟ ତୃତୀୟ ଉତ୍ସବ ଅବସରରେ ସୁଗମ ପୋର୍ଟାଲ , କୃଷକ ଓଡ଼ିଶା ପୋର୍ଟାଲ, ଓଡ଼ିଶା ମିଲେଟ୍ ମିଶନର ପ୍ରଶସ୍ତୀକରଣ ପ୍ରମୁଖ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାକୁ ଥିବା ବେଳେ ଏହି ଅବସରରେ ଚାଷୀଙ୍କୁ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ ରହିଛି।

ବକେୟା ପାଉଣା ପାଇଁ ଦାବି କରିବେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ୫ଦିନିଆ ଦିଲ୍ଲୀ ଗସ୍ତର ଆଜି ହେଉଛି ଚତୁର୍ଥ ଦିନ। ଆଜି ରାଜ୍ୟର ସ୍ୱାର୍ଥ ନେଇ କେନ୍ଦ୍ର ସହ ମୁଖ୍ୟମନ୍ତ୍ରୀଙ୍କର ଆଲୋଚନା ରହିଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ୱାର୍ଥ ସମ୍ପର୍କିତ ଦାବି ଉଠାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବକେୟା ପାଉଣା ସହ ପଡିରହିଥିବା ପ୍ରକଳ୍ପ ବାବଦରେ ନବୀନ ଦାବି କରିବା ନେଇ ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ, କୋଇଲା ରୟାଲିଟି, ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସମୁଦ୍ର ଉପକୂଳରେ ସ୍ଥାୟୀ ପ୍ରତିକାର, ରେଳବାଇ କ୍ଷେତ୍ରରେ ଚରମ ଅବହେଳା, ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ, ଧାନ କିଣା ପାଇଁ ଅର୍ଥ ଠିକ୍ ସମୟରେ ନଦେବା, ବଳକା ଚାଉଳ ସଂଗ୍ରହ ନ କରିବା, ଚାଷୀଙ୍କ ବୀମା ରାଶି ନ ମିଳିବା, ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ସାମିଲ କରିବା ନେଇ ମୁଖ୍ୟମନ୍ତ୍ରୀ ଦାବି ଉଠାଇବେ। ପକ୍କାଘର ବ୍ୟବସ୍ଥାରେ ବି ଟାଳଟୁଳ ନୀତି ଆପାଣାଉଛନ୍ତି କେନ୍ଦ୍ର ସରକାର । ରାଜ୍ୟର କୋଟାକୁ କାଟିଦେବା, ବିଭିନ୍ନ ଆଳ କରି ଓଡ଼ିଶାର ହିତାଧିକାରୀଙ୍କୁ ପକ୍କାଘରରୁ ବଂଚିତ କରିବା ପ୍ରସଙ୍ଗରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିବେ ନବୀନ ।

ଏହା ବ୍ୟତୀତ ଗଞ୍ଜାମର ଗୋପାଳପୁରରୁ ବାଲେଶ୍ୱରର ଦୀଘା ପର୍ଯ୍ୟନ୍ତ ସମୁଦ୍ର କୂଳେକୂଳେ କୋଷ୍ଟାଲ ହାଇୱେର ବାସ୍ତବ ରୂପ ନେଇ ମଧ୍ୟ ଆଲୋଚନା କରାଯିବା ନେଇ ଜଣାପଡିଛି। ଆଲୋଚନା ବେଳେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର କଥାକୁ ନବୀନ ଉତ୍ଥାପନ କରିବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ଯୋଜନାରେ ଧାର୍ଯ୍ୟ ଟଙ୍କା ଦେଉନି କେନ୍ଦ୍ର । ଏପରିକି ୧୨ଟି ବିଭାଗର ୪ହଜାର ୬୨୫ କୋଟି ଟଙ୍କା ବାକି ପଡ଼ିଛି । ଏ ନେଇ ମଧ୍ୟ ନବୀନ ଧ୍ୟାନ ଆକର୍ଷଣ କରିପାରନ୍ତି। ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କର ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି।