spot_img
Home Blog Page 4215

ଜ୍ଞାନବାପି ମାମଲାରେ ଫ୍ରଫେସରଙ୍କୁ ବାନ୍ଧିଲା ପୋଲିସ, ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଗିରଫ ଫ୍ରଫେସରଙ୍କ ମୁକ୍ତି ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ ଯୋଗୁଁ ଗିରଫ ହୋଇଥିବା ପ୍ରଫେସର୍‌ଙ୍କ ମୁକ୍ତି ଦାବି କରି ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ‘ଆର୍ଟ ଫାକଲଟି’ ବାହାରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ହିନ୍ଦୁ ମହାବିଦ୍ୟାଳୟର ପ୍ରଫେସର୍‌ ରତନ ଲାଲ୍‌ଙ୍କୁ ଶୁକ୍ରବାର ରାତିରେ ଗିରଫ କରାଯାଇଥିଲା।

ପୋଲିସ କହିବା ଅନୁସାରେ, ହିନ୍ଦୁ କଲେଜରେ ଅଧ୍ୟାପନା କରୁଥିବା ପ୍ରଫେସର୍‌ ରତନ ଲାଲ୍‌ଙ୍କୁ ଉତ୍ତର ଦିଲ୍ଲୀର ‘ସାଇବର୍‌ ଥାନା’ ଅଧିକାରୀମାନେ ଗିରଫ କରିଛନ୍ତି। ଦିଲ୍ଲୀର ଜଣେ ଓକିଲଙ୍କ ଅଭିଯୋଗକୁ ଆଧାର କରି ମଙ୍ଗଳବାର ରାତିରେ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରାଯାଇଥିଲା। ଅଭିଯୋଗ ପତ୍ରରେ ଆଡ୍‌ଭୋକେଟ୍‌ ବିନୀତ ଜିନ୍ଦଲ୍‌ କହିଛନ୍ତି, ଶିବଲିଙ୍ଗ ଉପରେ ପ୍ରଫେସର୍‌ ଲାଲ୍‌ ନିକଟ ଅତୀତରେ ଟ୍ୱିଟରରେ ଅପମାନସୂଚକ, ହିଂସା ଓ କ୍ରୋଧ ଉଦ୍ରେକକାରୀ ପୋଷ୍ଟ୍‌ ସେୟାର୍‌ କରିଥିଲେ।

ଟ୍ୱିଟର ଆକାଉଣ୍ଟ୍‌ରେ ପ୍ରଫେସର୍‌ ଲାଲ୍ ଦେଇଥିବା ବିବୃତି ଧର୍ମୀୟ ଭାବନା ପ୍ରତି କୁଠାରଘାତ ବୋଲି ସେ କହିଛନ୍ତି। ଏହି ମାମଲା ଖୁବ୍‌ ସ୍ପର୍ଶକାତର ଏବଂ ଏହା ଅଦାଲତରେ ବିଚାରାଧୀନ ରହିଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି।

ନିଜ ପୋଷ୍ଟ୍‌କୁ ଯଥାର୍ଥ ଦର୍ଶାଇବାକୁ ଯାଇ ପ୍ରଫେସର୍‌ ଲାଲ୍‌ ପୂର୍ବରୁ କହିଥିଲେ, ଭାରତରେ ଆପଣ ଯଦି କୌଣସି ବିଷୟରେ କହିବେ, କାହାରି ନା, କାହାରି ଭାବାବେଗକୁ ଆଘାତ କରିବ। ତେଣୁ, ଏଇଟା ନୂଆ କଥା ନୁହେଁ। ମୁଁ ଜଣେ ଐତିହାସିକ ହୋଇଥିବାରୁ ବହୁ ପର୍ଯ୍ୟବେକ୍ଷଣ କରିଛି । ପୋଷ୍ଟ୍‌ରେ ଏ କଥା ଲେଖିବା ବେଳେ ମୁଁ ଖୁବ୍‌ ସତର୍କତା ଅବଲମ୍ବନ କରିଛି। ପ୍ରଫେସର୍‌ ଲାଲ୍‌ଙ୍କ ଗିରଫଦାରିକୁ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ନିନ୍ଦା କରିଛନ୍ତି।

ଏଥିସହିତ ପଢ଼ନ୍ତୁ: ପୂର୍ବତନ ASI ଅଧିକାରୀଙ୍କ ବଡ଼ ଦାବି, ସୂର୍ଯ୍ୟଙ୍କ ସ୍ଥିତି ଅଧ୍ୟୟନ ପାଇଁ ନିର୍ମାଣ ହୋଇଥିଲା କୁତବ ମିନାର

ଫିଲ୍ମ ପାଇଁ ଟଙ୍କାଟିଏ ନନେଇ କାମ କରିଛନ୍ତି ଏହି ବଲିଉଡ୍ ସେଲିବ୍ରିଟି

ମୁମ୍ବାଇ: ଫିଲ୍ମକୁ ଚମକାନ୍ତି ବଲିଉଡ୍ ତାରକା । ସେମାନଙ୍କ ନାଁରେ କେବେ ଫିଲ୍ମ ଚାଲେ ତ ଆଉ କେବେ ହୋଇଯାଏ ଫ୍ଲପ୍ । ବଲିଉଡ୍ ଷ୍ଟାର ମାନେ ଗୋଟିଏ ଗୋଟିଏ ଫିଲ୍ମ ଲାଗି ପ୍ରଯୋଜକଙ୍କ ଠାରୁ ମୋଟା ରକମର ଟଙ୍କା ନିଅନ୍ତି । ଫିଲ୍ମରେ ଅଭିନୟ ପାଇଁ କୋଟି କୋଟିରେ ହୁଏ ମୂଲଚାଲ । ତଥାପି ବଲିଉଡ୍ ଷ୍ଟାର୍ ଅନେକ ସମୟରେ ସ୍କ୍ରିପ୍ଟ, ବନ୍ଧୁତା ଅଥବା ନିଜସ୍ୱ ସମ୍ପର୍କ ପାଇଁ ମାଗଣାରେ କାମ କରିଛନ୍ତି ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ପ୍ରିୟଙ୍କା ଚୋପ୍ରା- ‘ବିଲ୍ଲୁ’ ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରା ଏକ ଗୀତର ସୁଟ୍ କରିଥିଲେ । ଗୀତ ନାଁ ଥିଲା ‘ୟୁ ଗେଟ୍ ମେ ରୋକିଂ ଆଣ୍ଡ ରିଲିଂ’ । ଏଥିପାଇଁ ସେ କିଛି ପାରିଶ୍ରମିକ ନେଇ ନଥିଲେ । ମାଗଣାରେ ଅଭିନୟ କରିଥିଲେ ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ସଲମାନ୍ ଖାନ- ବଲିଉଡର ଦିଲଦାର ସଲମାନ ଖାନ ଏହି ଲିଷ୍ଟରେ ସବୁଠୁ ଶୀର୍ଷରେ । ଗୋଟିଏ ନୁହେଁ ‘ସନ୍ ଅଫ୍ ସର୍ଦ୍ଦାର’, ‘ତିସ୍ ମାର ଖାଁ’ ଭଳି ଅନେକ ଫିଲ୍ମରେ ଅଭିନୟ ପାଇଁ ସଲମାନ ଖାନ ଟଙ୍କାଟିଏ ବି ନେଇ ନାହାନ୍ତି ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

କ୍ୟାଟ୍ରିନା କୈଫ- ଫିଲ୍ମ ‘ଅଗ୍ନିପଥ’ରେ କ୍ୟାଟ୍ରିନା ‘ଚିକନି ଚମେଲି’ ଗୀତ କରିଥିଲେ । ଯାହାକି ବେଶ୍ ହିଟ୍ ହୋଇଥିଲା । ତେବେ କ୍ୟାଟ୍ରିନା ଏଥିପାଇଁ କୌଣସି ଟଙ୍କା ନେଇ ନଥିଲେ । କରଣ ଜୋହରଙ୍କ ସହ ବନ୍ଧୁତା ପାଇଁ କ୍ୟାଟ୍ରିନା ମାଗଣାରେ ଅଭିନୟ କରିଥିଲେ ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ରାଣୀ ମୁଖାର୍ଜୀ- ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ଅଭିନେତ୍ରୀ ରାଣୀ ମୁଖାର୍ଜୀ । ସେ ‘କଭି ଖୁସି କଭି ଗମ୍’ ଫିଲ୍ମରେ ଅଭିନୟ ପାଇଁ କରଣ ଜୋହରଙ୍କ ଠାରୁ ପ୍ରାପ୍ୟ ନେଇ ନଥିଲେ । କରଣ ଜୋହର ଓ ରାଣୀ ମୁଖାର୍ଜୀ ଭଲ ବନ୍ଧୁ ଅଟନ୍ତି ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ସୋନାକ୍ଷୀ ସିହ୍ନା- ଅକ୍ଷୟ କୁମାରଙ୍କ ଫିଲ୍ମ ‘ବସ୍’ରେ ସୋନାକ୍ଷୀ ତାଙ୍କ ସହ ଏକ ଗୀତ କରିଥିଲେ । ‘ପାର୍ଟି ଅଲ୍ ନାଇଟ୍’ ଗୀତ ପାଇଁ ଅକ୍ଷୟଙ୍କ ଠାରୁ ଟଙ୍କା ନେଇ ନଥିଲେ ସୋନାକ୍ଷୀ ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ଶାହିଦ କପୁର- କାଶ୍ମୀର ଯୁବକଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ହାଇଦର’ ଶାହିଦଙ୍କ ଅଭିନୀତ ଶ୍ରେଷ୍ଠ ଫିଲ୍ମ ମଧ୍ୟରୁ ଅନ୍ୟତମ । ଏହି ଫିଲ୍ମ ଲାଗି ଶାହିଦ କପୁରଙ୍କୁ ଶ୍ରେଷ୍ଠ ଅଭିନେତା ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଛି । ଶାହିଦ ‘ହାଇଦର’ ଫିଲ୍ମ ଲାଗି କିଛି ଟଙ୍କା ନେଇ ନଥିଲେ ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ଶାହରୁଖ ଖାନ- ଫିଲ୍ମ ‘ଭୂତନାଥ’ରେ ନଜର ଆସିଥିଲେ ଶାହରୁଖ ଖାନ । ଫିଲ୍ମରେ ଅମିତାଭ ବଚ୍ଚନ ଓ ଜୁହି ଚାୱଲା ମଧ୍ୟ କାମ କରିଥିଲେ । ଏହି ଫିଲ୍ମରେ ଶାହରୁଖ ସ୍ୱଳ୍ପ ସମୟ ପାଇଁ ନଜର ଆସିଥିଲେ । ଯେଉଁଥିପାଇଁ କିଛି ଟଙ୍କା ନେଇ ନଥିଲେ ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

କରିନା କପୁର- ଅଭିନେତ୍ରୀ କରିନା କପୁର ‘ଡବଙ୍ଗ-୨’ ଫିଲ୍ମର ‘ଫେବିକଲ’ ଗୀତ ଓ ‘ବ୍ଲୁ’ ଫିଲ୍ମର ’ମରଜାନୀ’ ପାଇଁ କିଛି ଟଙ୍କା ନେଇ ନଥିଲେ ।

Salman Khan Priyanka Chopra Shahrukh Khan Kareena Kapoor Katrina Kaif Celebrities Who Worked Free In Movies

ଦୀପିକା ପାଦୁକୋନ- ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ, ଶାହରୁଖ ଖାନଙ୍କ ଫିଲ୍ମ ’ଓମ୍ ଶାନ୍ତି ଓମ୍’ରେ ଡେବ୍ୟୁ କରିଥିଲେ । ତେବେ ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଥିବା ଦୀପିକା ଟଙ୍କାଟିଏ ବି ନେଇ ନଥିଲେ ।

ରାବଣ ଛକରେ ଗର୍ଜିଲା ଗୁଳି, ଗାଡ଼ି ପାର୍କିଂରୁ ବାପା-ପୁଅକୁ ଫାୟାରିଂ

ନୂଆପଡ଼ା: ଗାଡ଼ି ପାର୍କିଂକୁ ନେଇ ଫୁଟିଲା ଗୁଳି । ସିନାପାଲି ସହର ରାବଣ ଛକରେ ପାର୍କିଂକୁ ନେଇ କଥା କଟାକଟିରୁ ବାପା ଓ ପୁଅଙ୍କୁ ଗୁଳିମାଡ଼ ହୋଇଛି । ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାପା ପୁଅଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସିନାପାଲି ସହରର ରାବଣ ଛକ ନିକଟରେ ସିନାପାଲିର ରାଜା ପାଣିଗ୍ରାହୀ ନିଜ ଗାଡ଼ିରେ ଥିବା ସମୟରେ ସେହି ସ୍ଥାନରେ ସିନାପାଲିର ନୁର ମେହେର ଓ ତାଙ୍କ ପୁଅ ଲବ ମେହେର ନିଜ ଗାଡ଼ିରେ ପହଁଚିଥିଲେ । ଏହି ସମୟରେ ଗାଡି ପାର୍କିଂକୁ ନେଇ ରାଜା ପାଣିଗ୍ରାହୀ ଓ ନୁର ମେହେରଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି ।

ପରେ ରାଜା ପାଣିଗ୍ରାହୀ ନୁର ମେହେରଙ୍କୁ ମାଡ଼ ମାରିଥିଲେ ଏହା ଦେଖି ନୁର ମେହେରଙ୍କ ପୁଅ ଲବ ମେହେର ବାପାଙ୍କୁ ଛଡ଼ାଇବାକୁ ଯାଇଥିଲେ। ଏହି ସମୟରେ ରାଜା ପାଣିଗ୍ରାହୀ ନିଜ ଗାଡିରୁ ବନ୍ଧୁକ କାଢ଼ି ନୁର୍‌ଙ୍କୁ ଗୁଳି କରିଥିଲେ । ଫଳରେ ଗୁଳିଟି ତାଙ୍କ ବାମ ଗୋଡ଼ରେ ବାଜିଥିଲା । ଏହା ପରେ ତାଙ୍କ ପୁଅ ଲବଙ୍କୁ ଗୁଳି କରିଥିଲା ରାଜା । ଲବର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ଘଟଣାପରେ ସ୍ଥାୟୀ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସିନପାଲି ପୋଲିସ ପହଁଚି ଦୁଇ ଗୁରୁତର ବାପା ଓ ପୁଅଙ୍କୁ ପ୍ରଥମେ ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି  ।

ମିଳିଥିବା ସୂଚନା ମୁତବାକ ମେଡିକାଲରେ ଜାରି ରହିଛି ଆହତ ବାପ-ପୁଅଙ୍କ ଚିକିତ୍ସା  ।  ଏବେ ବାପ-ପୁଅଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି । ଖଡ଼ିଆଳ SDPO ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ରାଜା ପାଣିଗ୍ରାହୀ ଫେରାର ଅଛି । ସେପଟେ ଅଭିଯୁକ୍ତ ରାଜାକୁ ଖୋଜୁଛି ନୂଆପଡ଼ା  ପୋଲିସ  ।

 

‘ରାଜ୍ୟରେ ନାହିଁ ମଙ୍କିପକ୍ସର କୌଣସି ଲକ୍ଷଣ’

ଭୁବନେଶ୍ୱର: ମଙ୍କିପକ୍ସ ରୋଗ ସମ୍ପର୍କରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଏହି ରୋଗର କିଛି ବି ଲକ୍ଷଣ ରାଜ୍ୟରେ ଦେଖିବାକୁ ମିଳିନି । ଏହା ଏବେ ଆମେରିକାରେ ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ଏନସିପିସି ତରଫରୁ ରାଜ୍ୟକୁ କୌଣସି ଚିଠି ଆସିନାହିଁ ବୋଲି କହିଛନ୍ତି ସ୍ୱାାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଟମାଟୋ ଫ୍ଲୁ ଵା ଭାଇରସର ସମ୍ପର୍କରେ ନୀତିଗତ ଭାବରେ ପବ୍ଲିକ ହେଲଥ ଏକ୍ସପର୍ଟ ତରଫରୁ କୌଣସି ନୋଟିସ ମିଳିନି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ମତ ପ୍ରକାଶ ପାଉଛି।

ଯେଉଁ ଜାଗାରେ ଏହା ଅଧିକ ପରିମାଣରେ ଦେଖା ଦେଇଛି ସେଠାରେ ଏହାର ଭାଇରଲ କଲଚର ପାଇଁ ପଠାଯାଇଛି। କଲଚରର ତଥ୍ୟ ଆସିବା ପରେ ନିଶ୍ଚିନ୍ତ ଭାବରେ ସ୍ୱାସ୍ଥ୍ୟ ପରାମର୍ଶଦାତାଙ୍କ ଠାରୁ ପରାମର୍ଶ ଗ୍ରହଣ କରାଯିବ ବୋଲି କହିଛନ୍ତି  ସ୍ୱାାସ୍ଥ୍ୟ ନିର୍ଦ୍ଦେଶକ ବିିଜୟ ମହାପାତ୍ର  । ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସେପରି ରୋଗୀ ଚିିହ୍ନଟ ହୋଇନାହାଁନ୍ତି  । କେବଳ ଆମେରିକା ବା ଅନ୍ୟ ଦେଶ ଗୁଡ଼ିକରେ ଏହି ରୋଗୀଙ୍କୁ ଚିହ୍ନଟ କରାଯାଇଥିବା କହିଛନ୍ତି  ।

ମଙ୍କିପକ୍ସରେ ୫୮ ଜଣଙ୍କ ମୃତ୍ୟୁ

କିଂଶାସା: କେନ୍ଦ୍ରୀୟ ଆଫ୍ରିକାର ଗଣରାଜ୍ୟ କଙ୍ଗୋରେ ଆତଙ୍କ ଖେଳାଇଛି ମଙ୍କିପକ୍ସ । ଏଥିରେ ୧୨୮୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୫୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କଙ୍ଗୋର ସଙ୍କୁର, ଶ୍ରୋପି, ଇକ୍ୱେଟୁର ଆଦି ସ୍ଥାନରୁ ୯୧୩ ଜଣ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଚିହ୍ନଟ ହୋଇଥିବା ମୋଟ ମାମଲାର ଏହା ୭୫ ପ୍ରତିଶତ ।

ଡବ୍ଲୁଏଚଓର ୟୁରୋପ ଆଞ୍ଚଳିକ ନିର୍ଦ୍ଦେଶକ ଡ. ହଂସ ହେନରୀ କ୍ଲୁଜଙ୍କ ଅନୁସାରେ, ୟୁରୋପର ୮ଟି ଦେଶରେ ପ୍ରଥମେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏବେ ଯାଏ ୩୭ଟି ମାମଲା ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୭୧ଟି ସନ୍ଦିଗ୍ଧ ମାମଲାର ଯାଞ୍ଚ କରାଯାଉଛି ।

ରିପୋର୍ଟ ଅନୁସାରେ, ମଙ୍କିପକ୍ସ ମାମଲା ବ୍ରିଟେନ୍, ପର୍ତ୍ତୁଗାଲ, ସ୍ପେନ୍, ସ୍ୱିଡେନ୍ ଓ ଆମେରିକାରେ ଚିହ୍ନଟ ହୋଇଛି । ଆଉ ମଙ୍କିପକ୍ସ ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଲେ ସଂକ୍ରମଣ ବିପଦ ରହୁଛି । ଏହାଦ୍ୱାରା ଆକ୍ରାନ୍ତଙ୍କୁ ଜର ଆସୁଛି । ଦେହ ଦରଜ ହେବା ସହ ହାଲିଆ ଲାଗୁଛି ।

ବିବାହ ବନ୍ଧନରେ ବାନ୍ଧି ହେଲେ ବେବି ଡଲ୍, ଭାଇରାଲ୍ ହେଲା ଫଟୋ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବେବି ଡଲ୍ । ବଲିଉଡର ସୁନ୍ଦରୀ ଗାୟିକା କନିକା କପୁରଙ୍କ ବାହାଘର ସରିଛି । ବିଜନେସ ମ୍ୟାନ ଗୌତମଙ୍କ ହାତ ଧରିଛନ୍ତି କନିକା । ଗତ ଶୁକ୍ରବାର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ବାହା ହୋଇଛନ୍ତି କନିକା । ବାହାଘର ବେଳର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଗତ କିଛି ଦିନ ହେବ ପରିବାର ସହ କନିକା ଲଣ୍ଡନରେ ହିଁ ଅଛନ୍ତି । ସେହିଠାରେ ହିଁ ତାଙ୍କ ବିବାହର ସବୁ ଫଙ୍ଗସନ୍ ହୋଇଛି । ନିକଟରେ ତାଙ୍କ ମେହେନ୍ଦୀ, ହଳଦୀର ଫଟୋ ଭାଇରାଲ ହୋଇଥିଲା ।

ଫଟୋରେ ଦେଖାଯାଉଛି କନିକା ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଭାରୀ ଅଳଙ୍କାର ସହ ମେକଅପରେ ସୁନ୍ଦର ଦେଖାଯାଉଛନ୍ତି ସେ । ତାଙ୍କ ସ୍ବାମୀ ମଧ୍ୟ କ୍ରିମ୍ କଲରର ସେରଓ୍ବାନୀ ପିନ୍ଧିଛନ୍ତି । କନିକାଙ୍କ ବିବାହରେ ପରିବାର ସହ ତାଙ୍କର ଘନିଷ୍ଠ ବନ୍ଧୁମାନେ ହିଁ ସାମିଲ ହୋଇଥିଲେ ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଏହା ହେଉଛି କନିକାଙ୍କ ଦ୍ବିତୀୟ ବିବାହ । ପୂର୍ବରୁ ସେ ଏନଆରଆଇ ରାଜଙ୍କୁ ବିବାହ କରିଥିଲେ ।  କନିକାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି । ୨୦୧୨ରେ କନିକା ଛାଡପତ୍ର ନେଇଥିଲେ । ଏବଂ ଏହା ପରେ ସେ ସଙ୍ଗୀତକୁ କ୍ୟାରିୟର୍ ଭାବେ ବାଛିଥିଲେ ।

ଜିଭରେ ପଡ଼ୁଛି କି ଧଳା ଦାଗ, ଭାରି ପଡ଼ିବ ଅଣଦେଖା

ଭୁବନେଶ୍ୱର: ଯେତେବେଳେ ଆପଣ ବେମାରରେ ପଡ଼ନ୍ତି ତ ଡାକ୍ତର ପ୍ରଥମେ ଆପଣଙ୍କ ଜିଭ ଦେଖନ୍ତି । କାରଣ ଜିଭର ରଙ୍ଗରୁ ଅନେକ ରୋଗ ବିଷୟରେ ଅନୁମାନ କରି ହୁଏ । ଜିଭ କେବଳ ଖାଦ୍ୟର ସ୍ୱାଦ ବାରେ ନାହିଁ ବରଂ ଜିଭ ଦ୍ୱାରା ଆମ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅନେକ ସମୟରେ ଜାଣି ହୁଏ । ଯଦିଓ ଜିଭର ରଙ୍ଗ ହାଲକା ଗୋଲାପୀ ତଥାପି ଅନେକ ସମୟରେ ଏଥିରେ ଧଳା ଦାଗ ଦେଖାଯାଏ ।

ଯଦିଓ ଜିଭରେ ଧଳା ଦାଗ ଦେଖାଯିବା ସାଧାରଣ କଥା ତଥାପି ବେଳେ ବେଳେ ଏହା ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ । ଯେଉଁମାନଙ୍କ ଇମ୍ୟୁନିଟି ବହୁତ କମ୍, ସେମାନଙ୍କ ଜିଭରେ ଧଳା ଦାଗ ଦେଖାଯାଏ । ଆସନ୍ତୁ ଜାଣିବା କାହିଁକି ପଡ଼େ ଜିଭରେ ଧଳା ଦାଗ । ଆଉ ଏହା ଆପଣଙ୍କ ସ୍ୱାସ୍ଥ୍ୟରେ କଣ ପ୍ରଭାବ ପକାଇବ ।…

ଡେଣ୍ଟାଲ ଟ୍ରମା- ଯଦି ଆପଣ ବାରମ୍ବାର ଜିଭକୁ ଦାନ୍ତରେ ଘଷନ୍ତି ତ ଜିଭ ଚିରି ହୋଇଯାଏ । ଯଦିଓ ଏହାଦ୍ୱାରା କଷ୍ଟ ହୁଏ ନାହିଁ । କିନ୍ତୁ ଏହା ଅନେକ ସମୟରେ ଅଲସର ସମସ୍ୟା ସୃଷ୍ଟି କରିଥାଏ । ଯଦି ଏଥିପାଇଁ ଆପଣଙ୍କ ଜିଭରେ ଧଳା ଦାଗ ଦେଖା ଯାଉଛି ତ ପ୍ରଥମେ ଆଘାତ ସ୍ଥାନକୁ ଠିକ୍ କରନ୍ତୁ । ଜିଭକୁ ଚୋବାଇବା ଅଭ୍ୟାସ ଛାଡ଼ନ୍ତୁ ।

ଥ୍ରସ୍- ଏହାକୁ ଓରାଲ କ୍ୟାଣ୍ଡିଡାୟସିସ୍ କୁହାଯାଏ । ଏହା ଏକ ସଂକ୍ରମଣ, ଯାହା କ୍ୟାଣ୍ଡିଡା ଫଙ୍ଗସ୍ ପାଇଁ ହୋଇଥାଏ । ଏହି ସଂକ୍ରମଣ ଆପଣଙ୍କ ମୁହଁ ବାଦ୍ ଶରୀରର ଅଲଗା ସ୍ଥାନରେ ହୋଇପାରେ । ଏଥିସହ ଯେଉଁମାନଙ୍କ ଇମ୍ୟୁନିଟି କମଜୋର, ସେମାନଙ୍କ କ୍ଷେତ୍ରରେ ସଂକ୍ରମଣ ବିପଦ ଅଧିକ । ଯଦି ଆପଣଙ୍କୁ ଏଚଆଇଭି ଏଡସ୍ କିମ୍ବା କ୍ୟାନସର ହୋଇଛି ତ ସଂକ୍ରମଣ ବିପଦ ଆହୁରି ବେଶୀ ।

ଜିଓଗ୍ରାଫିକ ଟଙ୍ଗ- ଏହା ଏଭଳି ଏକ ସ୍ଥିତି ଯେଉଁଥିରେ ଆପଣଙ୍କ ଜିଭ ଦାଢ଼ରେ ଛୋଟ ଛୋଟ ବିନ୍ଦୁ ବାହାରିଥାଏ । ଫଳରେ ଦରଜ ହେବା ସହ ଜଳିଥାଏ । ଅନେକ ସମୟରେ ଜିଭରେ ଲାଲ୍ ଦାଗ ଦେଖାଯାଏ । ଫଳରେ ଖାଦ୍ୟ ଖାଇବାରେ ସମସ୍ୟା ଉପୁଜେ ।

ମେଡିକାଲ ସିଟ୍‌ ଦେବା ନାଁରେ ୩୦ ଲକ୍ଷ ଠକେଇ, ବନ୍ଧା ହେଲେ ଠକ

ଭୁବନେଶ୍ୱର: ମେଡିକାଲ କଲେଜରେ ସିଟ୍‌ ଦେବା ନାଁରେ ଠକେଇ । ଦୁଇଜଣ ଠକଙ୍କୁ ଗିରଫ କଲା ଇନଫୋସିଟି ପୋଲିସ । ଦୁଇ ଠକ ହେଉଛନ୍ତି କଲିକତାର ଅମିତ ବାନାର୍ଜୀ ଓ ବିହାରର ବିକାଶ କୁମାର । ମେ 5 ରେ ପଲ୍ଲବୀ ସାହା ନାମକ ଯୁବତୀ ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ତଦନ୍ତ କରିଥିଲା ପୋଲିସ । ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେରେ ସିଟ ଦେବାକୁ କହି ଟଙ୍କା ଠକିଥିଲେ ଠକ । 30 ଲକ୍ଷ ଟଙ୍କା ଠକେଇ ନେଇ ଅଭିଯୋଗ କରିଥିଲେ ପଲବୀ ।

ଗିରଫ ପରେ ଦୁଇ ଅଭିଯୁକ୍ତଙ୍କ ପାଖରୁ 11 ଲକ୍ଷ ଜବତ ହୋଇଛି । 10 ବର୍ଷ ହେଲାଣି ଦୁଇ ଠକ ଲୋକଙ୍କୁ ଠକୁଥିବା ନେଇ ସୂଚନା ମିଳିଛି । ମେଡ଼ିକାଲ ପରୀକ୍ଷାର ରେଜଲ୍ଟ ଲିଷ୍ଟ ବାହାରିବା ପରେ ଛାତ୍ରଛାତ୍ରୀଙ୍କୁ ଯୋଗାଯୋଗ କରୁଥିଲେ । ପ୍ରାଙ୍କ କଲ ଆପ ଜରିଆରେ ଫୋନ କରୁଥିଲେ ଠକ । ପ୍ରାଙ୍କ କଲ ଆପରେ କଲ୍‌ କଲେ ଟ୍ରୁ କଲରରେ କୌଣସି ନାଁ ଆସୁ ନଥିଲା । ଫେକ ଅଧାର କାର୍ଡ଼ ଓ କାଗଜପତ୍ର ବ୍ୟବହାର କରି ଫ୍ଲାଇଟରେ ଆସୁଥିଲେ ଓ ହୋଟେଲରେ ରହୁଥିଲେ । ବିଭିନ୍ନ ରାଜ୍ୟରେ ଠକିଥିବା ନେଇ ଅଭିଯୋଗ ରହିଛି ଏମାନଙ୍କ ନାଁରେ । ୨ ଠକଙ୍କୁ ରିମାଣ୍ଡରେ ଆଣି ଜେରା କରାଯିବ ବୋଲି ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଭାବନୀୟ ଦୃଶ୍ୟ, ଅର୍ଦ୍ଧନଗ୍ନ ହୋଇ ବିକ୍ଷୋଭ କଲେ ଯୁବତୀ

କାନ୍ସ: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଲା ଲୋମ ଟାଙ୍କୁରି ଉଠିଲା ଭଳି ଚିତ୍ର । ରେର୍ଡ କାର୍ପେଟରେ ଦେଖାଦେଲେ ଜଣେ ଅର୍ଦ୍ଧନଗ୍ନ ଯୁବତୀ । ଆଉ ଦେଲେ ଦୁଷ୍କର୍ମ ବିରୋଧରେ ନାରା । ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବତୀ ଜଣଙ୍କ ଅର୍ଦ୍ଧନଗ୍ନ ଅବସ୍ଥାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେ ଯୁକ୍ରେନର ବୋଲି ଜଣାପଡ଼ିଛି । ସେଠାରେ ହେଉଥିବା ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ଭଳି ଅତ୍ୟାଚାର ବିରୋଧରେ ଯୁବତୀ ଜଣଙ୍କ ଅଭିନବ ପ୍ରତିବାଦ କରିଛନ୍ତି । ଆଉ ତାଙ୍କର ଏଭଳି ଅର୍ଦ୍ଧନଗ୍ନ ଅବସ୍ଥାରେ ନାରା ଦେବା ସମସ୍ତଙ୍କୁ ବିଚଳିତ କରିଛି ।

ଏହି ଘଟଣା ପରେ ଫେଷ୍ଟିଭାଲର ସୁରକ୍ଷାକର୍ମୀ ଯୁବତୀଙ୍କୁ ଢାଙ୍କି ସେଠାରୁ ନେଇଯାଇଛନ୍ତି । କାନ୍ସ ଫେଷ୍ଟିଭାଲରେ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି କହିଥିଲେ, ଗତ କିଛି ମାସରେ ୟୁକ୍ରେନରେ ଶତାଧିକ ଦୁଷ୍କର୍ମ ହୋଇଛି । ରୁଷ ସୈନ୍ୟମାନେ ଶିଶୁ ଏବଂ ନାବାଳିକାଙ୍କୁ ମଧ୍ୟ ଦୁଷ୍କର୍ମ କରୁଛନ୍ତି । ସେଠାରେ ଚାଲିଥିବା ହିଂସାର ବିରୋଧ କରିବାକୁ ଯାଇ ଯୁବତୀ ଜଣଙ୍କ ଏପରି କରିଛନ୍ତି ।

ଓଲା-ଉବେରକୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଓଲା-ଉବେରକୁ ନେଇ କଠୋର ହେଲେ ସରକାର । କ୍ୟାବ୍ ବୁକ୍ କରୁଥିବା ଗ୍ରାହକଙ୍କ ଅଭିଯୋଗକୁ ନେଇ ସରକାର ୨ କମ୍ପାନୀକୁ ନୋଟିସ୍ ଜାରି କରିଛନ୍ତି । ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି । ଅଭିଯୋଗ ଅନୁସାରେ, କ୍ୟାବ୍ ବୁକ୍ କରୁଥିବା ଅଧିକାଂଶ ଗ୍ରାହକଙ୍କୁ ଡ୍ରାଇଭର ଖରାପ ବ୍ୟବହାର କରୁଛନ୍ତି । ବାରମ୍ବାର ବୁକିଂ ରିକ୍ୱେଣ୍ଟ ବାତିଲ୍ କରୁଛନ୍ତି । ଏପରିକି ଟ୍ରାଭେଲ୍ ବେଳେ ଏସି ଚଲାଉ ନଥିବା ଅଭିଯୋଗ ହୋଇଥିଲା ।

Government Slaps OLA Uber And Cab Aggregators With Notices

ଏନେଇ CCPA ପକ୍ଷରୁ ଓଲା ଓ ଉବେରକୁ ନୋଟିସ୍ ଜାରି କରାଯାଇଛି । ଉଭୟ କମ୍ପାନୀଙ୍କୁ ବ୍ୟବସାୟର ଅନୁଚିତ୍ ତରିକା ଓ ଗ୍ରାହକଙ୍କ ଅଧିକାର ଉଲ୍ଲଂଘନ ନେଇ ନୋଟିସ୍ ହୋଇଛି । ଏଥିସହ ଗ୍ରାହକଙ୍କ ଅଭିଯୋଗର ସମାଧାନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା, ବୁକିଂ ବାତିଲ୍ ପରେ କ୍ଯାନସଲେସନ୍ ଚାର୍ଜ ନିର୍ଦ୍ଧାରଣ ନେଇ କୌଣସି ନିର୍ଦ୍ଦିଷ୍ଟ ନୀତି ନଥିବା ଅଭିଯୋଗ ହୋଇଛି ।

ଏହା ପୂର୍ବରୁ CCPA ମେ ୧୦ରେ ବିଭିନ୍ନ କମ୍ପାନୀଙ୍କୁ ନେଇ ବୈଠକ କରିଥିଲା । ଯେଉଁଥିରେ ସରକାର ଅଚାନକ ଭଡ଼ା ବୃଦ୍ଧି, ଏସି ଚାଲୁ କରିବାକୁ ଡ୍ରାଇଭର ମନା କରିବା, ବୁକିଂ ବାତିଲ୍ ଓ ନଗଦ ଟଙ୍କା ମାଗିବା ଅଭିଯୋଗ ଉପରେ ଆଲୋଚନା ହୋଇଥିଲା । ସମସ୍ତ ସେବାରେ ସୁଧାର ଆଣିବା ଲାଗି ସରକାର ରୋକଠୋକ୍ ଶୁଣାଇଥିଲେ । ନଚେତ୍ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା ।